Digital-Divide/C2/First-Aid-on-Snake-Bite/Oriya
From Script | Spoken-Tutorial
| Time | Narration |
| 00:01 | ଆପଣମାନଙ୍କ ମଧ୍ୟରୁ ଅନେକ, ଗ୍ରାମରେ ପିଲାମାନେ ଖୋଲା ପଡିଆରେ ଖେଳୁଥିବା ଦୃଶ୍ୟ ସହିତ ପରିଚିତ ଥିବେ |
| 00:09 | ବଲ୍ ପଛେ ପଛେ ଯାଉଥିବା ଏହି ପିଲାଟିକୁ ଦେଖନ୍ତୁ |
| 00:12 | ସେ ପାଖରେ ଥିବା ବୁଦା ଭିତରେ ପ୍ରବେଶ କରିଛି |
| 00:16 | ସେ ଗୋଟିଏ ସାପକୁ ଦେଖିଛି |
| 00:18 | କିଛି କ୍ଷଣରେ, ଏହା ଲୁଚିଥିବା ଜାଗାରୁ ଧୀରେଧୀରେ ବାହାରି ଆସିଛି |
| 00:21 | ଭୟଭୀତ ପିଲାଟି ଗୋଟିଏ ଟେକା ଫିଙ୍ଗି ସାପଟିକୁ ଘଉଡାଇବାକୁ ଚେଷ୍ଟା କରୁଛି |
| 00:26 | ସାପଟି ଜମା ଯାଉନାହିଁ |
| 00:29 | ଏହା ପରିବର୍ତ୍ତେ, ସେ ପିଲାଟି ଆଡକୁ ଫେରି ଆସିଲା ଏବଂ ତା’ର ପାଦରେ କାମୁଡିଦେଲା |
| 00:34 | ପିଲାଟି ଖୁବ୍ ଜୋରରେ ସାହାଯ୍ୟ ପାଇଁ ପାଟିକଲା |
| 00:36 | ସାଙ୍ଗମାନେ ସାହାଯ୍ୟ କରିବା ପାଇଁ ତା’ପାଖରେ ପହଞ୍ଚିଲେ |
| 00:39 | ସେମାନେ ପାଦରେ ଦୁଇଟି ନାଲି ଦାଗ ଦେଖିଲେ |
| 00:42 | ସେମାନେ ପିଲାଟିକୁ ବୁଦା ବାହାରକୁ ଧରିଆସିଲେ |
| 00:45 | ସେଠାରେ କୋଳାହଳ ଆରମ୍ଭ ହେଲା |
| 00:47 | ସବୁ ପିଲାମାନେ ପ୍ରାଥମିକ ଚିକିତ୍ସା ଉପରେ ବିଭିନ୍ନ ମତାମତ ଦେବାକୁ ଲାଗିଲେ |
| 00:52 | ଏହି କ୍ଷେତ୍ରରେ, ସାପ କାମୁଡା ପାଇଁ ପ୍ରାଥମିକ ଚିକିତ୍ସାର ଗୁରୁତ୍ଵକୁ ବୁଝିବାର ଆବଶ୍ୟକତା ରହିଛି |
| 00:57 | ବନ୍ଧୁଗଣ, First Aid on Snake Bites ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 01:02 | ଏହି ଟ୍ୟୁଟୋରିଆଲରେ, ଆମେ ଦେଖିବା: |
| 01:04 | ପ୍ରାଥମିକ ଚିକିତ୍ସା କେତେ ଗୁରୁତ୍ଵପୁର୍ଣ୍ଣ ଏବଂ |
| 01:07 | ସାପ କାମୁଡାରେ କିପରି ଯଥାର୍ଥ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବେ |
| 01:11 | ପ୍ରାଥମିକ ଚିକିତ୍ସାର ନିର୍ଦ୍ଦେଶାବଳୀକୁ ଯିବା ପୂର୍ବରୁ, |
| 01:15 | ପିଲାମାନେ ସେମାନଙ୍କ ସାଙ୍ଗକୁ ବଞ୍ଚାଇବା ପାଇଁ କରିଥିବା କାର୍ଯ୍ୟର ସମୀକ୍ଷା କରନ୍ତୁ |
| 01:20 | ସେମାନେ ପିଲାଟିକୁ ତଳେ ଶୁଆଇଦେଲେ |
| 01:22 | ଏବଂ ତା’ପରେ ସେମାନେ, ତା’କୁ ଡାକ୍ତରଖାନା ନେବା ପାଇଁ ଗୁରୁଜନମାନଙ୍କ ସାହାଯ୍ୟ ଲୋଡିଲେ |
| 01:28 | ତା’ପରେ ସେମାନେ କ୍ଷତର ଠିକ୍ ଉପରେ ଗୋଟିଏ କପଡା ବାନ୍ଧିଦେଲେ |
| 01:32 | ଏହା ଯଥାର୍ଥ ପ୍ରାଥମିକ ଚିକିତ୍ସା ଥିଲା କି? |
| 01:35 | ହଁ! ଏହା ଏକ ଯଥାର୍ଥ ମାର୍ଗ ଅଟେ |
| 01:39 | ଏହି କ୍ଷେତ୍ରରେ, ଡାକ୍ତରଖାନା ବେଶୀ ଦୂର ନଥିଲା |
| 01:42 | ତେଣୁ, ପିଲାଟିକୁ ଠିକ ସମୟରେ ଡାକ୍ତରୀ ଚିକିତ୍ସା ମିଳିଲା |
| 01:46 | ସାପ କାମୁଡା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସା ପାଇଁ ଯଥାର୍ଥ ମାର୍ଗ ହେଉଛି: |
| 01:51 | ବ୍ୟକ୍ତିକୁ ଏକ ସମତଳ ଭୂମି ଉପରେ ଚିତ୍ କରି ଶୁଆଇଦେବେ |
| 01:55 | କ୍ଷତ ଜାଗାରେ ଗୋଟିଏ କପଡା ବାନ୍ଧିଦେବେ |
| 01:59 | ଏହି ପ୍ରାଥମିକ ଚିକିତ୍ସାର ମୂଳ ଉଦ୍ଦେଶ୍ୟ ହେଉଛି, ସାରା ଶରୀରରେ ବିଷର ସଂଚାରକୁ ରୋକିବା |
| 02:07 | ଏବଂ କ୍ଷତର ଚାରିପଟେ କପଡାକୁ କିପରି ବାନ୍ଧିବେ? |
| 02:10 | କପଡାକୁ ଗୋଡର ଉପରି ଭାଗରୁ ବାନ୍ଧିବା ଆରମ୍ଭ କରି ତଳ ଆଡକୁ ନେବେ |
| 02:15 | ଅତିରିକ୍ତ ଚିକିତ୍ସା ପାଇଁ, ବ୍ୟକ୍ତିକୁ ତୁରନ୍ତ ନିକଟସ୍ଥ ଡକ୍ତରଖାନାକୁ ସ୍ଥାନାନ୍ତର କରିବେ |
| 02:20 | ଏହିପରି, ଠିକ୍ ସମୟରେ ପ୍ରାଥମିକ ଚିକିତ୍ସା ପ୍ରଦାନ ଦ୍ଵାରା ଅନେକ ବିପଦକୁ ଏଡାଇ ହେବ |
| 02:26 | ମନେରଖନ୍ତୁ, ଭୁଲ୍ ପ୍ରାଥମିକ ଚିକିତ୍ସା କୌଣସି ବ୍ୟକ୍ତିର ଅବସ୍ଥାକୁ ଗୁରୁତର କରିପାରେ |
| 02:32 | ସାପ କାମୁଡା କ୍ଷେତ୍ରରେ ଏହାକୁ କରନ୍ତୁ: |
| 02:34 | ପ୍ରଥମେ, ନିଷ୍ପୀଡିତ ବ୍ୟକ୍ତିକୁ ଶୁଆଇ ଦିଅନ୍ତୁ |
| 02:37 | କପଡା ବାନ୍ଧିବା ସମୟରେ ସାମାନ୍ୟ ଚାପ ଦିଅନ୍ତୁ |
| 02:41 | ଏବଂ ସାପ କାମୁଡା କ୍ଷେତ୍ରରେ ଯାହା ଅକାର୍ଯ୍ୟ: |
| 02:44 | କାମୁଡା ଚାରିପଟର ଚର୍ମ କିମ୍ବା ମାଂସକୁ କାଟିବେ ନାହିଁ |
| 02:49 | କାମୁଡା ଚାରିପଟେ କିମ୍ବା ଉପରେ ବରଫ ଦେବେ ନାହିଁ |
| 02:52 | ବ୍ୟକ୍ତି ବିଶେଷକୁ ବିଦ୍ୟୁତ୍ ଝଟକା ଦେବେ ନହିଁ |
| 02:56 | କାମୁଡା ମଧ୍ୟରୁ ରକ୍ତ କିମ୍ବା ବିଷକୁ ଶୋଷିବାକୁ ଚେଷ୍ଟା କରିବେ ନାହିଁ ଏବଂ |
| 03:01 | ବଳପୂର୍ବକ କପଡାକୁ ବାନ୍ଧନ୍ତୁ ନାହିଁ. ଏହା ଦ୍ଵାରା ଗ୍ୟାଙ୍ଗ୍ରିନ୍ ହୋଇପାରେ |
| 03:07 | ଏହି ଭିଡିଓ Bridge the Digital Divideର ଏକ ଅଂଶ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟର ପ୍ରାଥମିକ ପଦକ୍ଷେପ |
| 03:13 | ସ୍ପୋକନ୍ ଟ୍ୟୁଟୋରିଆଲ୍ ବିଷୟରେ ଅଧିକ ଜାଣିବା ପାଇଁ: |
| 03:15 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 03:21 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 03:25 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 03:29 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 03:33 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 03:37 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org କୁ ଲେଖନ୍ତୁ |
| 03:44 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
| 03:48 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
| 03:54 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 04:01 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |