C-and-Cpp/C2/Scope-Of-Variables/Oriya

From Script | Spoken-Tutorial
Revision as of 21:43, 19 March 2015 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:01 C ଓ C++ରେ Scope of variables ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:11 * Scope of variable କ’ଣ?
00:13 * ଏକ Global variable କ’ଣ?
00:16 * ଏକ Local variable କ’ଣ?
00:19 କିଛି ଉଦାହରଣ
00:22 ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା |
00:27 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ
00:30 ଉବୁଣ୍ଟୁ ଅପରେଟିଙ୍ଗ୍ ସିଷ୍ଟମ୍ ଭର୍ସନ୍ ୧୧.୦୪ ଏବଂ gccg++ କମ୍ପାଇଲର୍ ଭର୍ସନ୍ ୪.୬.୧ ବ୍ୟବହାର କରୁଛି |
00:41 scope of variablesର ପରିଚୟ ସହିତ ଆରମ୍ଭ କରିବା |
00:47 ଏହା, କୋଡ୍ ର କ୍ଷେତ୍ର ଅଟେ, ଯାହା ମଧ୍ୟରେ ଭେରିଏବଲ୍ ଆକ୍ସେସ୍ କରାଯାଇପାରିବ |
00:54 ଏହାର ପ୍ରକାର ଓ ଘୋଷଣାର ସ୍ଥାନ ଉପରେ ଭିତ୍ତିକରି ଏହାକୁ ଦୁଇଟି ବର୍ଗାରେ ବିଭାଜିତ କରାଯାଇଛି:
00:59 Global Variable ଓ
01:02 Local Variable.
01:05 ଏକ ଉଦାହରଣ ଦେଖିବା |
01:07 ଏଡିଟର୍ ରେ ମୁଁ ପ୍ରୋଗ୍ରାମ୍ ଟାଇପ୍ କରିସାରିଛି |
01:10 ମୁଁ ଏହାକୁ ଖୋଲୁଛି |
01:14 ଦେଖନ୍ତୁ, ଆମ ଫାଇଲ୍ ନାମ ହେଉଛି scope.c |
01:19 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
01:23 ଏହା ହେଉଛି ଆମ header file |
01:26 ଏଠାରେ ଆମେ ଦୁଇଟି ଗ୍ଲୋବାଲ୍ ଭେରିଏବଲ୍ସ a ଓ b ଘୋଷିତ କରିଛେ |
01:32 ଆଉ “୫ ଓ ୨” ଭାଲ୍ୟୁ ଦେଇ ସେଗୁଡ଼ିକୁ “ଇନିଶିଲାଇଜ୍” କରିଛେ |
01:39 ଆପଣଙ୍କ ପ୍ରୋଗ୍ରାମ୍ ରେ ସମସ୍ତ ଫଙ୍କସନ୍ ପାଇଁ ଏକ ଗ୍ଲୋବାଲ୍ ଭେରିଏବଲ୍ ଅଛି |
01:44 ଏହା ମେନ୍() ଫଙ୍କସନ୍ ଉପରେ ଯେକୌଣସି ଫଙ୍କସନ୍ ବାହାରେ ଘୋଷିତ ହୋଇଥାଏ |
01:51 ଏହିଗୁଡ଼ିକର ଏକ global scope ଥାଏ |
01:53 ଆମେ ଏଠାରେ “ଆର୍ଗୁମେଣ୍ଟସ୍” ବିନା ଏକ “ଫଙ୍କସନ୍” “ଆଡ୍” ଘୋଷିତ କରିଛେ |
01:59 ଏଠାରେ “ଆଡ୍” ଫଙ୍କସନ୍ ଭିତରେ ଘୋଷିତ ହୋଇଥିବା ’ସମ୍’ ହେଉଛି ଏକ ଲୋକାଲ୍ ଭେରିଏବଲ୍ |
02:07 ଗୋଟିଏ ଫଙ୍କସନ୍ ଭିତରେ ଘୋଷିତ ହୋଇଥିବା ଲୋକାଲ୍ ଭେରିଏବଲ୍ କେବଳ ତା’ରି ପାଇଁ ହିଁ ଉପଲବ୍ଧ ଥାଏ |
02:13 ଏହି ଭେରିଏବଲ୍ ଗୁଡ଼ିକ ଗୋଟିଏ ବ୍ଲକ୍ ଭିତରେ ଘୋଷିତ ହୋଇଛି |
02:16 ଏଥିରେ local scope ଅଛି |
02:19 ’Sum’ ଭେରିଏବଲ୍ ଭିତରେ a ଓ bର ସମଷ୍ଟି ଷ୍ଟୋର୍ ହେବ | ଏଠାରେ ଆମେ sum ପ୍ରିଣ୍ଟ କରିବା |
02:29 ଏହା ହେଉଛି ଆମର main() function |
02:33 add ଫଙ୍କସନ୍ ଦର୍ଶାଯାଇ ତା’ପରେ ଏକଜେକ୍ୟୁଟ୍ ହୋଇଥାଏ |
02:38 ଆଉ ଏହା ହେଉଛି ଆମର return ଷ୍ଟେଟମେଣ୍ଟ୍ |
02:40 ଏବେ ସେଭ୍ ରେ କ୍ଲିକ୍ କରନ୍ତୁ |
02:43 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
02:45 ଆପଣଙ୍କ କୀ’ବୋର୍ଡରେ Ctrl, AltTକୁ ଏକାସାଙ୍ଗରେ ଦାବି ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
02:55 କମ୍ପାଇଲ୍ କରିବା ପାଇଁ
02:56 gcc ସ୍ପେସ୍ scope.c ସ୍ପେସ୍ ହାଇଫେନ୍ o ସ୍ପେସ୍ sco ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
03:05 ଏକଜେକ୍ୟୁଟ୍ କରିବା ପାଇଁ,
03:06 ./sco (ଡଟ୍ ସ୍ଲାଶ୍ sco) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
03:10 ଆଉଟପୁଟ୍ ପ୍ରଦର୍ଶିତ ହେଲା
03:13 Sum of a and b is 7
03:16 C++ରେ ଏହି ପ୍ରୋଗ୍ରାମ୍ କୁ କିପରି ଏକଜେକ୍ୟୁଟ୍ କରାଯାଏ, ଏବେ ଆମେ ଦେଖିବା |
03:20 ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ | ପ୍ରଥମେ, କୀ’ବୋର୍ଡରେ Shift, Ctrl & S ଦବାନ୍ତୁ |
03:31 ଏବେ .cpp (ଡଟ୍ cpp) ଏକ୍ସଟେନ୍ସନ୍ ସହ ଫାଇଲ୍ କୁ ସେଭ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ |
03:41 iostream ଭାବରେ ହେଡର୍ ଫାଇଲ୍ କୁ ଚେଞ୍ଜ୍ କରନ୍ତୁ |
03:47 ଏବେ, “Using” ଷ୍ଟେଟମେଣ୍ଟ୍ ବ୍ୟବହାର କରି ସେଭ୍ ରେ କ୍ଲିକ୍ କରନ୍ତୁ |
03:58 C++ରେ global variable ଓ local variable ଘୋଷଣା ସମାନ ଅଟେ |
04:03 ତେଣୁ, କିଛି ବଦଳାଇବାର ଆବଶ୍ୟକତା ନାହିଁ |
04:07 “ପ୍ରିଣ୍ଟf” ଷ୍ଟେଟମେଣ୍ଟକୁ “cout” ଷ୍ଟେଟମେଣ୍ଟ ସହିତ ବଦଳାନ୍ତୁ |
04:13 format specifier ଓ '\n' ଡିଲିଟ୍ କରନ୍ତୁ |
04:17 ଏବେ, କମା ଡିଲିଟ୍ କରନ୍ତୁ |
04:19 ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
04:22 କ୍ଲୋଜିଙ୍ଗ୍ ବ୍ରାକେଟ୍ ଡିଲିଟ୍ କରି ପୁଣିଥରେ ଦୁଇଟି ଓପନିଙ୍ଗ୍ ଆଙ୍ଗଲ୍ ବ୍ରାକେଟ୍ ଟାଇପ୍ କରନ୍ତୁ |
04:26 ଆଉ, ଡବଲ୍ କ୍ୱୋଟ୍ସ ମଧ୍ୟରେ ବ୍ୟାକସ୍ଲାଶ୍ ଏନ୍ (\n) ଟାଇପ୍ କରି ସେଭ୍ ରେ କ୍ଲିକ୍ କରନ୍ତୁ |
04:35 ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
04:39 ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
04:42 କମ୍ପାଇଲ୍ କରିବା ପାଇଁ, g++ ସ୍ପେସ୍ ସ୍କୋପ୍ ଡଟ୍ cpp ସ୍ପେସ୍ ହାଇଫେନ୍ (-)o ସ୍ପେସ୍ sco1 ଟାଇପ୍ କରନ୍ତୁ |
04:52 ଆମେ, 'scope.c' ଫାଇଲ୍ ପାଇଁ ଆଉଟପୁଟ୍ ପାରାମିଟର୍ sco ଓଭର୍ ରାଇଟ୍ କରିବାକୁ ଚାହୁଁନଥିବାରୁ ଏଠାରେ ଆମେ sco1 ରଖିଛେ |
05:04 ଏବେ ଏଣ୍ଟର୍ ପ୍ରେସ୍ କରନ୍ତୁ |
05:07 ଏକଜେକ୍ୟୁଟ୍ କରିବା ପାଇଁ ./sco1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
05:14 Sum of a and b is 7 ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା |
05:19 ଏହା, ଆମ C କୋଡ୍ ସହ ସମାନ ଥିବାର ଆମେ ଦେଖିପାରୁଛେ |
05:27 ଏବେ ଆମେ କିଛି ସାଧାରଣ ଏରର୍ସ ଦେଖିବା, ଯାହା ଆସିପାରେ |
05:31 ଆମ ପ୍ରୋଗ୍ରାମ୍ କୁ ଫେରିଚାଲନ୍ତୁ | ଧରନ୍ତୁ, ମୁଁ ଏଠାରେ ପୁଣିଥରେ “a” ଭେରିଏବଲ୍ ଘୋଷଣା କରିବି |
05:41 “int a” ଓ ଏକ ସେମିକଲନ୍ ଟାଇପ୍ କରି,
05:45 ସେଭ୍ ରେ କ୍ଲିକ୍ କରନ୍ତୁ | ମେନ୍() ଫଙ୍କସନ୍ ଉପରକୁ ଓ “add” ଫଙ୍କସନ୍ ପରେ ଆମେ ଭେରିଏବଲ୍ ‘a’ ଘୋଷିତ କରିଛେ |
05:55 ଦେଖିବା କ’ଣ ହେଉଛି |
05:57 ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
06:01 ଏବେ, ପୂର୍ବପରି କମ୍ପାଇଲ୍ କରନ୍ତୁ |
06:05 redefinition of 'int a' , 'int a' previously defined here ଭାବରେ ଆମେ ଏରର୍ ଦେଖୁ | ଆମ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
06:18 “a” ହେଉଛି ଏକ ଗ୍ଲୋବାଲ୍ ଭେରିଏବଲ୍ |
06:20 ଏଥିରେ ଏକ global scope ଅଛି |
06:22 ଆମେ ଦୁଇଥର ଭେରିଏବଲ୍ ଘୋଷିତ କରିପାରିବା ନାହିଁ, କାରଣ ତାହା ପୂର୍ବରୁ ଗ୍ଲୋବାଲୀ ଘୋଷିତ ହୋଇସାରିଛି |
06:27 ଆମେ କେବଳ variable aକୁ ଲୋକାଲ୍ ଭେରିଏବଲ୍ ଭାବରେ ଘୋଷିତ କରିପାରିବା |
06:34 ଏରର୍ ଫିକ୍ସ କରିବା |
06:36 ଏହାକୁ ଡିଲିଟ୍ କରନ୍ତୁ |
06:39 ସେଭ୍ ରେ କ୍ଲିକ୍ କରନ୍ତୁ |
06:41 ପୁଣି ଏକଜେକ୍ୟୁଟ୍ କରିବା |
06:42 ଆମ ଟର୍ମିନାଲ୍ କୁ ଫେରିଆସନ୍ତୁ |
06:45 ଏବେ, ପୂର୍ବ ପରି କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରନ୍ତୁ |
06:49 ହଁ, ଏହା କାମ କରୁଛି |
06:52 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
06:56 ସଂକ୍ଷେପରେ
06:58 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ,
07:00 Scope of variable,
07:02 Global variable, ଯେପରି : int a=5 &
07:07 ଏବଂ local variable ,ଯେପରି :int sum
07:12 ଏକ ଆସାନମେଣ୍ଟ ଭାବରେ,
07:14 ଦୁଇଟି ସଂଖ୍ୟାର ଭିନ୍ନତା ପ୍ରିଣ୍ଟ କରିବାକୁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
07:19 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
07:22 ଏହା, ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
07:25 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
07:30 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ :
07:32 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
07:35 ଅନଲାଇନ୍ ଟେଷ୍ଟ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
07:40 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
07:47 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:52 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:00 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଅଛି |
08:04 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
08:08 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep