Blender/C2/Types-of-Windows-Properties-Part-4/Oriya

From Script | Spoken-Tutorial
Revision as of 12:33, 18 July 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:04 ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍
00:07 ଏହି ଟ୍ୟୁଟୋରିଆଲ୍ Blender 2.59ରେ properties window ଉପରେ ପର୍ଯ୍ୟବସିତ ଅଟେ
00:15 ଏହି ସ୍କ୍ରିପ୍ଟ Sneha Deorukhkar ଓ Bhanu Prakash ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି
00:28 ଏହି ଟ୍ୟୁଟୋରିଆଲକୁ ଦେଖିସାରିଲା ପରେ, Properties ୱିଣ୍ଡୋ କ’ଣ;
00:33 Properties ୱିଣ୍ଡୋରେ ଥିବା Material panel କ’ଣ;
00:37 Properties ୱିଣ୍ଡୋରେ ଥିବା Material panelର ବିଭିନ୍ନ ସେଟିଙ୍ଗସ ସବୁ କ’ଣ ଅଟେ ଆମେ ଶିଖିବା
00:44 Blender interfaceର ମୌଳିକ ଉପା୍ଦାନଗୁଡିକୁ ଆପଣ ଶିଖିଥିବେ ବୋଲି ମୁଁ ଆଶା କରୁଛି
00:49 ଯଦି ନୁହେଁ ତେବେ, ଦୟାକରି ଆମର Basic Description of the Blender Interface ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
00:57 ସ୍କ୍ରୀନର ଡାହାଣ ପଟେ Properties ୱିଣ୍ଡୋ ଅବସ୍ଥାନ କରେ
01:03 ପୂର୍ବ ଟ୍ୟୁଟୋରିଆଲରେ Properties windowର ପ୍ରଥମ panel ଏବଂ ସେମାନଙ୍କ ସେଟିଙ୍ଗସକୁ ଦେଖିସାରିଛେ
01:10 ଚାଲନ୍ତୁ Properties windowର ପରବର୍ତ୍ତି ପ୍ୟାନେଲକୁ ଦେଖିବା
01:14 ପ୍ରଥମେ, ଆମେ Properties ୱିଣ୍ଡୋକୁ ଭଲ ଭାବେ ଦେଖିବା ଓ ବୁଝିବା ପାଇଁ ରିସାଇଜ୍ କରିବା ଜରୁରୀ ଅଟେ
01:20 Properties ୱିଣ୍ଡୋର ବାମ ଧାର ଉପରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ ଏବଂ ବାମ ପଟକୁ ଡ୍ରାଗ୍ କରନ୍ତୁ
01:28 ବର୍ତ୍ତମାନ ଆପଣ Properties ୱିଣ୍ଡୋରେ ଥିବା ଅପଶନଗୁଡିକୁ ଅତି ପ୍ରାଞ୍ଜଳ ଭାବେ ଦେଖିପାରିବେ
01:33 Blender windowsକୁ କିପରି ରିସାଇଜ୍ କରାଯାଏ ଶିଖିବା ପାଇଁ, How to Change Window Types in Blender ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
01:43 Properties ୱିଣ୍ଡୋର ଉପରିସ୍ଥ ରୋକୁ ଯା’ନ୍ତୁ
01:51 Properties window ଉପରିସ୍ଥ ରୋରେ ଥିବା Sphere ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
01:58 ଏହା Material ପ୍ୟାନେଲ୍ ଅଟେ. ଏଠାରେ ଆକ୍ଟିଭ୍ ଅବଜେକ୍ଟରେ ଗୋଟିଏ ନୂତନ ମ୍ୟାଟେରିଆଲକୁ ଯୋଗ କରିପାରିବେ
02:05 କ୍ୟୁବରେ ଡିଫଲ୍ଟ ଭାବେ ଗୋଟିଏ ଷ୍ଟାଣ୍ଡାର୍ଡ ମ୍ୟାଟେରିଆଲ୍ ଯୋଗ ହୋଇଛି
02:10 blueରେ ହାଇଲାଇଟ୍ ହୋଇଥିବା ଏହି ମ୍ୟାଟେରିଆଲ୍, Material slotର ଏକ ଅଂଶ ଅଟେ
02:15 ଗୋଟିଏ ନୂତନ Material slotକୁ ଯୋଗ କରିବା ପାଇଁ, Material Panelର ଉପରିସ୍ଥ ବାମ କୋଣରେ ଥିବା plus ଚିହ୍ନରେ ଲେଫ୍ଟ କ୍ଲିକ୍ କରନ୍ତୁ
02:24 ଗୋଟିଏ ନୂତନ ମ୍ୟାଟେରିଆଲକୁ ଯୋଗ କରିବା ପାଇଁ New ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. ସମଗ୍ର ନୂତନ ମ୍ୟାଟେରିଆଲ୍ ଡିଫଲ୍ଟ ଭାବେ ମୌଳିକ ସେଟିଙ୍ଗସ ସହିତ ଯୋଗ ହେବେ
02:34 ନୂତନ ମ୍ୟାଟେରିଆଲ୍ ସ୍ଲଟକୁ ଡିଲିଟ୍ କରିବା ପାଇଁ ପ୍ଲସ୍ ଚିହ୍ନ ଅଧିନରେ ଥିବା minus ଚିହ୍ନରେ ଲେଫ୍ଟ କ୍ଲିକ୍ କରନ୍ତୁ
02:41 ଆପଣ ଆପଣଙ୍କର ମୂଳ ମ୍ୟାଟେରିଆଲକୁ ଫେରିଆସିବେ. ଏହାକୁ White ଭାବେ ନାମିତ କରନ୍ତୁ
02:46 Material ସ୍ଲଟ୍ ବକ୍ସ ଓ Preview ୱିଣ୍ଡୋ ମଧ୍ୟରେ ଥିବା ID ନେମ୍ ବାରର Material ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
02:55 କୀବୋର୍ଡରେ White ଟାଇପ୍ କରନ୍ତୁ ଏବଂ Enter କୀ ଦାବନ୍ତୁ
03:01 ଉଭୟ Material ଓ Material-slot ନେମ୍ whiteକୁ ପରିବର୍ତ୍ତନ ହୋଇଯାଇଛି
03:06 ଗୋଟିଏ ନୂତନ ମ୍ୟାଟେରିଆଲ୍ ସ୍ଲଟ୍ ଯୋଗ ନ’କରି ମଧ୍ୟ, ଗୋଟିଏ ନୂତନ ମ୍ୟାଟେରିଆଲକୁ ଯୋଗ କରିପାରିବେ
03:12 Material ID name ବାରର ଡାହାଣପଟେ ଥିବା plus ଚିହ୍ନ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
03:18 ମ୍ୟାଟେରିଆଲ ସ୍ଲଟରେ ଗୋଟିଏ ନୂତନ ମ୍ୟାଟେରିଆଲ୍ ଯୋଗ ହୋଇଛି. ଏହାକୁ red ଭାବେ ନାମିତ କରନ୍ତୁ. ଏହା ଆପଣ ଅନୁମାନ କରିଥିଲେ
03:27 ମ୍ୟାଟେରିଆଲର କଲରକୁ White ରୁ Redକୁ ପରିବର୍ତ୍ତନ କରନ୍ତୁ
03:31 କିନ୍ତୁ ପ୍ରଥମେ, Material ID name ବାରର ନିମ୍ନରେ ଥିବା ବଟନଗୁଡିକର ରୋ ଉପରେ ଟିକେ ନଜର ପକାଇଦିଅନ୍ତୁ
03:37 Surface, ଆକ୍ଟିଭ୍ ଅବଜେକ୍ଟର ମ୍ୟାଟେରିଆଲକୁ ଏହାର ସର୍ଫେସ୍ ଭାବେ ରେଣ୍ଡର୍ କରିଥାଏ
03:44 ବ୍ଲେଣ୍ଡରରେ ଏହା default render material ଅଟେ
03:48 ବହୁଭୁଜ ବିଶିଷ୍ଟ ଅବଜେକ୍ଟର କେବଳ ଧାରଗୁଡିକ ପ୍ରଦର୍ଶନ ସହିତ, Wire ମ୍ୟାଟେରିଆଲକୁ ଗୋଟିଏ wired ମେଶ୍ ଭାବେ ରେଣ୍ଡର୍ କରିଥାଏ
03:55 ଏହା ଗୋଟିଏ ଉପଯୋଗୀ ଟୂଲ୍ ଅଟେ ଯାହା modeling ଓ rendering ସମୟକୁ ସେଭ୍ କରେ
04:00 ଆମେ ବ୍ଲେଣ୍ଡରରେ ମଡେଲିଙ୍ଗ ଉପରେ ଥିବା ଅତି ଆଧୁନିକ ଟ୍ୟୁଟୋରିଆଲଗୁଡିକରେ wired mesh, edges ଓ polygons ବିଷୟରେ ଶିଖିବା
04:09 Volume, ମ୍ୟାଟେରିଆଲକୁ, ଆକ୍ଟିଭ୍ ଅବଜେକ୍ଟର ସମ୍ପୂର୍ଣ୍ଣ ଭଲ୍ୟୁମ୍ ଭାବେ ରେଣ୍ଡର୍ କରିଥାଏ
04:15 Surface ଓ Wire ପାଇଁ ମ୍ୟାଟେରିଆଲ୍ ସେଟିଙ୍ଗସ ଅନ୍ୟମାନଙ୍କ ଠାରୁ ଭିନ୍ନ ଆଟେ
04:20 ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ Volume Materialକୁ ବ୍ୟବହାର କଲା ସମୟରେ, ସେହି ସେଟିଙ୍ଗସଗୁଡିକୁ ସମ୍ପୂର୍ଣ୍ଣ ଭାବେ ଦେଖିବା
04:26 Halo, ମ୍ୟାଟେରିଆଲକୁ, ଆକ୍ଟିଭ୍ ଅବଜେକ୍ଟର ଚାରିପଟେ ଥିବା ହେଲୋ ପାର୍ଟିକଲ୍ ଭାବେ ରେଣ୍ଡର୍ କରିଥାଏ
04.32 ପୁନର୍ବାର ମ୍ୟାଟେରିଆଲ୍ ସେଟିଙ୍ଗସ ପରିବର୍ତ୍ତନ ହୋଇଯାଇଛି
04:36 ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ Halo Materialକୁ ବ୍ୟବହାର କଲା ସମୟରେ, ସେହି ସେଟିଙ୍ଗସଗୁଡିକୁ ସମ୍ପୂର୍ଣ୍ଣ ଭାବେ ଦେଖିବା
04:42 ଧ୍ୟାନ ଦିଅନ୍ତୁ ଯେ 3D viewରେ ଏହି ସମସ୍ତ ଅପଶନଗୁଡିକ ମଧ୍ୟରୁ କୌଣସିଟି ଦୃଶ୍ୟମାନ ହେବ ନାହିଁ
04:47 ଏହାର କାରଣ ଏଗୁଡିକୁ କେବଳ Render Displayରେ ଦେଖାଯାଇପାରିବ
04:52 ରେଣ୍ଡର୍ ଡିଷ୍ପ୍ଲେ ବିଷୟରେ ଶିଖିବା ପାଇଁ, Types of windows Properties part 1ରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
05:02 Surfaceକୁ ଫେରିଆସନ୍ତୁ. Surface material ପାଇଁ ଥିବା ସେଟିଙ୍ଗସକୁ ଦେଖିପାରିବେ
05:05 Preview window ନିମ୍ନରେ ଅଛି ଯାହା ରେଣ୍ଡର୍ ହୋଇଥିବା ମ୍ୟାଟେରିଆଲର ଗୋଟିଏ ପ୍ରିଭ୍ୟୁକୁ ପ୍ରଦର୍ଶନ କରେ
05:17 ଡାହାଣ ପଟେ ଥିବା ଗୋଟିଏ columnରେ, ବିଭିନ୍ନ ପ୍ରିଭ୍ୟୁ ଅପଶନଗୁଡିକ ପାଇଁ button ଗୁଡିକ ଅଛି-
05:22 Plane,
05:24 Sphere,
05:26 Cube,
05:29 Monkey,
05:32 Hair,
05:34 ଓ Sky. ବର୍ତ୍ତମାନ ଚାଲନ୍ତୁ ମ୍ୟାଟେରିଆଲର କଲରକୁ white ରୁ redକୁ ପରିବର୍ତ୍ତନ କରିବା
05:42 Diffuseକୁ ଯା’ନ୍ତୁ. Diffuse ଅଧିନରେ ଥିବା white bar ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
05:49 ଗୋଟିଏ କଲର୍ ମେନୁ ଦୃଶ୍ୟମାନ ହେବ. ଏହି ମେନୁରୁ ଯେକୌଣସି କଲରକୁ ଚୟନ କରିପାରିବେ. ରେଡ୍ ଚୟନ କରନ୍ତୁ.
05:59 କଲର୍ ସର୍କଲର କେନ୍ଦ୍ରରେ ଥିବା white-dot ଉପରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ
06:05 circleର ରେଡ୍ କ୍ଷେତ୍ରଆଡକୁ mouseକୁ ଡ୍ରାଗ୍ କରନ୍ତୁ
06:11 3D-viewରେ cubeର କଲର୍ white ରୁ redକୁ ଏବଂ Material panelରେ ଥିବା preview window ପରିବର୍ତ୍ତନ ହୋଇଯିବ
06:22 ଅନ୍ୟ ମାର୍ଗ ହେଉଛି, Diffuse ଅଧିନରେ ଥିବା red bar ଉପରେ ପୁନର୍ବାର ଲେଫ୍ଟ କ୍ଲିକ୍ କରନ୍ତୁ
06:28 କଲର୍ ସର୍କଲର ନିମ୍ନରେ ଥିବା R, G, B ନାମକ ତିନୋଟି ବାରକୁ ଦେଖିପାରୁଛନ୍ତି?
06:35 Rରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ 1 (one) ଟାଇପ୍ କରନ୍ତୁ ଏବଂ Enter କୀକୁ ଦାବନ୍ତୁ
06:43 G ରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ 0 (zero) ଟାଇପ୍ କରନ୍ତୁ ଏବଂ Enter କୀକୁ ଦାବନ୍ତୁ
06:52 B ରେ ଲେଫ୍ଟ କ୍ଲିକ୍ କରନ୍ତୁ . କୀବୋର୍ଡରେ 0 (zero) ଟାଇପ୍ କରନ୍ତୁ ଏବଂ Enter କୀକୁ ଦାବନ୍ତୁ. ବର୍ତ୍ତମାନ cubeର କଲର୍ ପୂର୍ଣ୍ଣ ରେଡ୍ ହୋଇଛି
07:05 ସେହିପରି, Specular ଅଧିନରେ ଥିବା white bar ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ. colour menuରୁ ଯେକୌଣସି କଲରକୁ ଚୟନ କରନ୍ତୁ
07:14 ଗ୍ରୀନ୍ ଚୟନ କରନ୍ତୁ
07:17 ଦେଖନ୍ତୁ, କ୍ୟୁବର ଚମକ whiteରୁ ହାଲୁକା ଗ୍ରୀନକୁ ପରିବର୍ତ୍ତନ ହୋଇଯାଇଛି
07:22 ବର୍ତ୍ତମାନ ପୁନର୍ବାର ଯଦି white ମ୍ୟାଟେରିଆଲକୁ ବ୍ୟବହାର କରିବାକୁ ଚାହାଁନ୍ତି, କ’ଣ କରିବେ? କିପରି ଏହାକୁ ଫେରିପାଇବେ?
07:29 Material ID name barକୁ ଯା’ନ୍ତୁ. ଏଠାରେ ନେମ୍ ବାରର ବାମ ପଟକୁ ଅନ୍ୟ ଏକ sphere ଆଇକନ୍ ଅଛି
07:37 sphere iconରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା Material menu ଅଟେ
07:43 sceneରେ ବ୍ୟବହାର ହୋଇଥିବା ସମସ୍ତ ମ୍ୟାଟେରିଆଲ୍ ଏଠାରେ ତାଲିକାଭୁକ୍ତ ହୋଇଛି. ବର୍ତ୍ତମାନ ଏଠାରେ, କେବଳ ଦୁଇଟି ମ୍ୟାଟେରିଆଲ୍ –Red ଓ Whiteର ପ୍ରଦର୍ଶନ ହୋଇଛି
07:53 Whiteରେ ଲେଫ୍ଟ କ୍ଲିକ୍ କରନ୍ତୁ. ପୁଣି ଥରେ, କ୍ୟୂବ୍ redରୁ whiteକୁ ପରିବର୍ତ୍ତନ ହୋଇଯିବ
08:00 Diffuse ଓ specular ଉଭୟର ନିମ୍ନରେ, Intensity ବାରଗୁଡିକ ଅଛନ୍ତି
08:05 ଡିଫଲ୍ଟ ଭାବେ, Diffuse ପାଇଁ Intensity, 0.8 ଏବଂ Specular ପାଇଁ 0.5 ଅଟେ
08:15 ଆବଶ୍ୟକ ହେଉଥିବା material finishର ପ୍ରକାର ଅନୁସାରେ, ଏଗୁଡିକୁ ପରିବର୍ତ୍ତନ କରାଯାଇପାରେ
08:21 Matt finish ଅର୍ଥ, ଉଭୟ Diffuse ଓ Specularରେ କମ୍ ଇଣ୍ଟେନସିଟୀ
08:27 ଉଦାହରଣସ୍ଵରୂପ, ଗୋଟିଏ ପ୍ରାକୃତିକ wood ମ୍ୟାଟେରିଆଲର ଏକ Matt finish ରହିବ
08:33 ଗୋଟିଏ Glossy finish ଅର୍ଥ, Diffuse ଓ Specularରେ ଅଧିକ ଇଣ୍ଟେନସିଟୀ
08:39 ଉଦାହରଣସ୍ଵରୂପ, ଗୋଟିଏ car paint ମ୍ୟାଟେରିଆଲର ଏକ Glossy finish ରହିବ
08:46 ବ୍ଲେଣ୍ଡରରେ Diffuse ପାଇଁ Lambert ହେଉଛି ଡିଫଲ୍ଟ shader
08:52 Lambertରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା Diffuse shader menu ଅଟେ
08:57 ଏଠାରେ, ନିଜର ଆବଶ୍ୟକ shaderକୁ ଚୟନ କରିପାରିବେ ଯେପରି Fresnel, Minnaert, Toon, Oren-Nayar ଓ Lambert
09:08 Intensity ଭଳି, ବିଭିନ୍ନ ପ୍ରକାରର ମ୍ୟାଟେରିଆଲ୍ ପାଇଁ, shaderଗୁଡିକ ମଧ୍ୟ ଭିନ୍ନ ଅଟେ. ଉଦାହରଣସ୍ଵରୂପ, ଗୋଟିଏ ଗ୍ଲାସ୍ ମ୍ୟାଟେରିଆଲ୍, Fresnel shaderକୁ ବ୍ୟବହାର କରିବ
09:19 ସେହିପରି, ବ୍ଲେଣ୍ଡରରେ specular ପାଇଁ CookTorr ହେଉଛି ଡିଫଲ୍ଟ shader
09:25 CookTorrରେ ଲେଫ୍ଟ କ୍ଲିକ୍ କରନ୍ତୁ. ଏହା Specular Shader menu ଅଟେ
09:32 Blinn ଓ Phong ଅତି ସାଧାରଣ specular shaders ଅଟନ୍ତି, ଯାହା 90% ମ୍ୟାଟେରିଆଲଗୁଡିକ ପାଇଁ ବ୍ୟବହୃତ ହୁଏ
09:40 Hardness, ଅବଜେକ୍ଟର specularity କିମ୍ବା shininessର ବିସ୍ତାରକୁ ନିର୍ଦ୍ଧାରଣ କରେ
09:48 Hardness 50ରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ, 100 ଟାଇପ୍ କରି Enter କୀ ଦାବନ୍ତୁ
09:57 preview sphere ଉପରେ ସ୍ପେକୁଲାର୍ ଏରିଆ କ୍ଷୁଦ୍ର ହୋଇ ଗୋଟିଏ ଛୋଟ ସର୍କଲରେ ପରିଣତ ହୋଇଛି
10:04 Hardness 100ରେ ପୁନର୍ବାର ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ, 10 ଟାଇପ୍ କରି Enter କୀ ଦାବନ୍ତୁ
10:13 ବର୍ତ୍ତମାନ, ସ୍ପେକୁଲାର୍ ଏରିଆ ବୃହତ୍ ହୋଇଛି ଏବଂ preview sphere ଉପରେ ବିସ୍ତାରିତ ହୋଇଛି
10:20 ଏଗୁଡିକ Material panelର ମୌଳିକ ସେଟିଙ୍ଗସ ଅଟନ୍ତି
10:25 ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଅନ୍ୟ ସେଟିଙ୍ଗସଗୁଡିକ ଆଲୋଚିତ ହେବ
10:29 ବର୍ତ୍ତମାନ ଆଗକୁ ବଢିବା ସହିତ ଗୋଟିଏ ନୂତନ ଫାଇଲ୍ ସୃଷ୍ଟି କରନ୍ତୁ;
10:33 cubeରେ ଗୋଟିଏ ନୂତନ material ଯୋଗ କରନ୍ତୁ ଏବଂ ଏହାର କଲରକୁ Blueରେ ପରିବର୍ତ୍ତନ କରନ୍ତୁ
10:39 ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:48 ଏହା ଉପରେ ଅଧିକ ବିବରଣୀ oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ
11:08 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ
11:11 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:14 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
11:19 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ଲେଖନ୍ତୁ
11:25 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି
11:27 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep