Blender/C2/Types-of-Windows-Properties-Part-1/Oriya

From Script | Spoken-Tutorial
Revision as of 12:19, 18 July 2017 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time Narration
00:05 ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍
00:09 ଏହି ଟ୍ୟୁଟୋରିଆଲ୍ Blender 2.59ରେ Properties window ଉପରେ ପର୍ଯ୍ୟବସିତ ଅଟେ
00:16 ଏହି ସ୍କ୍ରିପ୍ଟ Sneha Deorukhkar ଓ Bhanu Prakash ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି
00:29 ଏହି ଟ୍ୟୁଟୋରିଆଲକୁ ଦେଖିସାରିଲା ପରେ, Properties window କ’ଣ,;
00:35 Properties windowରେ Render panel କ’ଣ;
00:39 Properties windowର Render panelରେ ଥିବା ବିଭିନ୍ନ ସେଟିଙ୍ଗସଗୁଡିକ କ’ଣ ଆମେ ଶିଖିବା
00:45 Blender interfaceର ମୌଳିକ ଉପା୍ଦାନଗୁଡିକୁ ଆପଣ ଶିଖିଥିବେ ବୋଲି ମୁଁ ଆଶା କରୁଛି
00:50 ଯଦି ନୁହେଁ ତେବେ, ଦୟାକରି ଆମର Basic Description of the Blender Interface ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
00:58 Properties ୱିଣ୍ଡୋ ବିଭିନ୍ନ ପ୍ୟାନେଲଗୁଡିକୁ ଧାରଣ କରିଥାଏ. ଏହା ସ୍କ୍ରୀନର ଡାହାଣ ପଟେ ଅବସ୍ଥିତ
01:08 Properties windowର ଉପରିଭାଗରେ, iconଗୁଡିକର ଗୋଟିଏ ଧାଡି ଅଛି
01:14 ଏହି ଆଇକନଗୁଡିକ ବିଭିନ୍ନ ପ୍ୟାନେଲକୁ ରିପ୍ରେଜେଣ୍ଟ କରନ୍ତି ଯାହା Properties ବିଭାଗର ଅଧିନରେ ଆସେ-
01:21 Render, Scene, World, Object, ପ୍ରଭୃତି
01:30 ଏହି ପ୍ୟାନେଲଗୁଡିକ ବିଭିନ୍ନ ସେଟିଙ୍ଗସଗୁଡିକୁ ଧାରଣ କରିଥା’ନ୍ତି ଯାହା ବ୍ଲେଣ୍ଡରରେ କାମ କଲା ବେଳେ ଅତି ଉପଯୋଗୀ ହୁଅନ୍ତି
01:37 ଭଲ ଭାବେ ଦେଖିବା ଓ ବୁଝିବା ପାଇଁ Properties windowକୁ ରିସାଇଜ୍ କରନ୍ତୁ
01:43 Properties windowର ବାମ ପଟ ଧାରରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ ଏବଂ ବାମ ପଟକୁ ଡ୍ରାଗ୍ କରନ୍ତୁ
01:52 Properties windowରେ ଥିବା ଅପଶନଗୁଡିକୁ, ବର୍ତ୍ତମାନ ଆପଣ ଅଧିକ ପ୍ରାଞ୍ଜଳ ଭାବେ ଦେଖିପାରିବେ
01:59 Blender windowsକୁ କିପରି ରିସାଇଜ୍ କରାଯାଏ ଶିଖିବା ପାଇଁ, How to Change Window Types in Blender ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
02:12 Properties Windowରେ Render ହେଉଛି ପ୍ରଥମ ପ୍ୟାନେଲ୍
02:16 ଯେତେବେଳେ ଆପଣ ବ୍ଲେଣ୍ଡର୍ ଖୋଲିବେ, ଏହା ଡିଫଲ୍ଟ ଭାବେ Blender Interfaceରେ ପ୍ରଦର୍ଶିତ ହେବ
02:23 animationର ଫାଇନାଲ୍ output ପାଇବା ପାଇଁ ଏହି panelର ସେଟିଙ୍ଗସଗୁଡିକ ବ୍ୟବହୃତ ହୁଏ
02:31 ଆକ୍ଟିଭ୍ କ୍ୟାମେରା ଭ୍ୟୁର ଗୋଟିଏ ସିଙ୍ଗଲ୍ ଫ୍ରେମ୍ ଇମେଜକୁ ରେଣ୍ଡର୍ କରିବା ପାଇଁ Image ବ୍ୟବହୃତ ହୁଏ
02:39 Imageରେ ଲେଫ୍ଟ କ୍ଲିକ୍ କରନ୍ତୁ . କୀବୋର୍ଡ୍ ସର୍ଟକଟ୍ ପାଇଁ, F12 ଦାବନ୍ତୁ
02:48 ଆକ୍ଟିଭ୍ କ୍ୟାମେରା ଭ୍ୟୁ ଗୋଟିଏ ସିଙ୍ଗଲ୍ frame ଇମେଜ୍ ଭାବେ ରେଣ୍ଡର୍ ହେବ
02:55 3D-viewକୁ ଫେରିଯିବା ପାଇଁ, ଆପଣଙ୍କ କୀବୋର୍ଡରେ Esc ଦାବନ୍ତୁ
03:03 ଗୋଟିଏ ସମ୍ପୂର୍ଣ୍ଣ ଫ୍ରେମର ପରିସରକୁ କିମ୍ବା ଏକ ଇମେଜର କ୍ରମକୁ ରେଣ୍ଡର୍ କରିବା ପାଇଁ Animation ବ୍ୟବହୃତ ହୁଏ ଏବଂ ଗୋଟିଏ movie file ସୃଷ୍ଟି ହୁଏ
03:13 timelineରେ ଡିଫଲ୍ଟ Frame Range, 1 to 250 ଅଟେ
03:22 Animationରେ ଲେଫ୍ଟ କ୍ଲିକ୍ କରନ୍ତୁ. frame 1 ରୁ frame 250 ପର୍ଯ୍ୟନ୍ତ ସମଗ୍ର ଫ୍ରେମ୍ ରେଞ୍ଜ୍ ରେଣ୍ଡର୍ ହୋଇଯିବ
03:39 ରେଣ୍ଡରର ପ୍ରୋଗ୍ରେସକୁ ବନ୍ଦ କରିବା ପାଇଁ, Esc ଦାବନ୍ତୁ
03:43 3D-viewକୁ ଫେରିଯିବା ପାଇଁ, Esc ଦାବନ୍ତୁ
03:48 Render panelରେ ଥିବା Displayକୁ ଯା’ନ୍ତୁ
03:52 ସ୍କ୍ରୀନରେ ରେଣ୍ଡରର ପ୍ରୋଗ୍ରେସକୁ କିପରି଼ ଦେଖିବାକୁ ଚାହାଁନ୍ତି, ସେଥି ପାଇଁ Display ସାହାଯ୍ୟ କରେ
03:58 ଡିଫଲ୍ଟ ଭାବେ ଡିଷ୍ପ୍ଲେ Image Editor modeରେ ଅଛି. ମୁଁ ପ୍ରଦର୍ଶନ କରୁଛି
04:05 active camera-viewକୁ ରେଣ୍ଡର୍ କରିବା ପାଇଁ F12 ଦାବନ୍ତୁ
04:09 Render Display, UV/Image Editor ଭାବେ ଦୃଶ୍ୟମାନ ହେବ
04:15 ଯେତେଥର ଆକ୍ଟିଭ୍ କ୍ୟାମେରା ଭ୍ୟୁ ରେଣ୍ଡର୍ ହେବ, ପ୍ରତ୍ୟେକ ଥର 3D-view, UV/Image Editorକୁ ପରିବର୍ତ୍ତିତ ହେବ
04:22 UV/Image Editor ବିଷୟରେ ଶିଖିବା ପାଇଁ, Types of windows - UV/Image Editor ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
04:31 3D-viewକୁ ଫେରିଯିବା ପାଇଁ, Esc ଦାବନ୍ତୁ
04:36 Render panelରେ ଥିବା Displayକୁ ଯା’ନ୍ତୁ. Image Editorରେ ଲେଫ୍ଟ କ୍ଲିକ୍ କରନ୍ତୁ
04:44 ଏହି ଡ୍ରପ୍ ଡାଉନ୍ ମେନୁ render display ଅପଶନଗୁଡିକର ଗୋଟିଏ ତାଲିକା ପ୍ରଦର୍ଶନ କରିବ
04:51 Full Screenକୁ ଚୟନ କରିବା ପାଇଁ ଲେଫ୍ଟ କ୍ଲିକ୍ କରନ୍ତୁ
04:55 active camera-viewକୁ ରେଣ୍ଡର୍ କରିବା ପାଇଁ F12 ଦାବନ୍ତୁ
05:01 ବର୍ତ୍ତମାନ, ସମ୍ପୂର୍ଣ୍ଣ Blender screen, UV/Image editor ଦ୍ଵାରା ପ୍ରତିସ୍ଥାପିତ ହେବ
05:09 full screen ରେଣ୍ଡର୍ ମୋଡରୁ ବାହାର ହେବା ପାଇଁ Esc ଦାବନ୍ତୁ ଏବଂ Blender workspaceକୁ ଫେରି ଯା’ନ୍ତୁ
05:16 ରେଣ୍ଡର୍ ପ୍ୟାନେଲରେ ଥିବା Displayକୁ ଯା’ନ୍ତୁ. Full Screenରେ ଲେଫ୍ଟ କ୍ଲିକ୍ କରନ୍ତୁ. ତାଲିକାରୁ New Windowକୁ ଚୟନ କରନ୍ତୁ
05:28 active camera-viewକୁ ରେଣ୍ଡର୍ କରିବା ପାଇଁ F12 ଦାବନ୍ତୁ
05:31 ବର୍ତ୍ତମାନ Blender Workspace ଉପରେ Render Display ଗୋଟିଏ ନୂତନ ୱିଣ୍ଡୋ ଭାବେ ଦୃଶ୍ୟମାନ ହେବ
05:39 animationର ରେଣ୍ଡରକୁ preview କରିବା ସମୟରେ ଏହା ଅତି ଉପଯୋଗୀ ହୋଇଥାଏ
05:44 ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଏହାକୁ କିପରି କରାଯାଏ ଦେଖିବା
05:50 Render Display ୱିଣ୍ଡୋକୁ ବନ୍ଦ କରନ୍ତୁ
05:55 ରେଣ୍ଡର୍ ପ୍ୟାନେଲରେ ଥିବା Displayକୁ ଯା’ନ୍ତୁ. New Windowରେ ଲେଫ୍ଟ କ୍ଲିକ୍ କରନ୍ତୁ
06:01 Image editor ମୋଡକୁ ଚୟନ କରିବା ପାଇଁ ଲେଫ୍ଟ କ୍ଲିକ୍ କରନ୍ତୁ. ଡିଷ୍ପ୍ଲେ Image Editor modeରେ ଅଛି
06:08 ପରବର୍ତ୍ତି ସେଟିଙ୍ଗ Dimensionsକୁ ଦେଖିବା. ଏଠାରେ ଆମେ ଆବଶ୍ୟକ ଆଉଟପୁଟ ଉପରେ ନିର୍ଭର କରି ବିଭିନ୍ନ ରେଣ୍ଡର୍ ପ୍ରିସେଟଗୁଡିକୁ କଷ୍ଟମାଇଜ୍ କରିପାରିବା
06:20 Render Presetsରେ ଲେଫ୍ଟ କ୍ଲିକ୍ କରନ୍ତୁ. ଗୋଟିଏ ଡ୍ରପ୍ ଡାଉନ୍ ମେନୁ ଦୃଶ୍ୟମାନ ହେବ
06:27 ଏଠାରେ, ମୂଖ୍ୟ render presets ଗୁଡିକର ଗୋଟିଏ ତାଲିକା ଅଛି- DVCPRO, HDTV, NTSC, PAL ପ୍ରଭୃତି
06:41 ବର୍ତ୍ତମାନ ପାଇଁ, ଏହାକୁ ଛାଡିଦିଅନ୍ତୁ ଏବଂ Render Dimension ସେଟିଙ୍ଗକୁ ଦେଖିବା
06:49 Resolution, Render Display ଓ ଆକ୍ଟିଭ୍ କ୍ୟାମେରା ଭ୍ୟୁର ଦୈର୍ଘ୍ୟ ଓ ପ୍ରସ୍ଥ ଅଟେ
06:56 Blender 2.59ରେ ଡିଫଲ୍ଟ ଭାବେ, ରିଜୋଲ୍ୟୁଶନ୍ 1920 by 1080 pixels ଅଟେ
07:09 50%, Render resolutionର ପ୍ରସେଣ୍ଟେଜ୍ ସ୍କେଲ୍ ଅଟେ
07:14 ଏହାର ଅର୍ଥ, ପ୍ରକୃତ ରିଜୋଲ୍ୟୁଶନର କେବଳ 50% ରେଣ୍ଡର୍ ହେବ. ମୁଁ ବର୍ଣ୍ଣନା କରୁଛି
07:22 active camera-viewକୁ ରେଣ୍ଡର୍ କରିବା ପାଇଁ F12 ଦାବନ୍ତୁ. ଏହା ଡିଫଲ୍ଟ ରେଣ୍ଡର୍ ରିଜୋଲ୍ୟୂଶନ୍ ଅଟେ
07:29 ଏହା କେବଳ ଅଧା ବା ପ୍ରକୃତ ରିଜୋଲ୍ୟୁଶନର 50% ଅଟେ
07:35 ରେଣ୍ଡର୍ ଡିଷ୍ପ୍ଲେ ୱିଣ୍ଡୋକୁ ବନ୍ଦ କରନ୍ତୁ
07:40 Render ପ୍ୟନେଲର, ରିଜୋଲ୍ୟୁଶନରେ ଥିବା 50%ରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ ଏବଂ ଡାହାଣ ପଟକୁ ଡ୍ରାଗ୍ କରନ୍ତୁ
07:50 ପରସେଣ୍ଟେଜ୍ 100%ରେ ପରିବର୍ତ୍ତନ ହୋଇଯିବ. ପର୍ସେଣ୍ଟେଜକୁ ପରିବର୍ତ୍ତନ କରିବାର ଅନ୍ୟ ମାର୍ଗ ହେଉଛି-
08:00 100%ରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ, କୀବୋର୍ଡରେ 100 ଟାଇପ୍ କରି, Enter ଦାବନ୍ତୁ
08:12 active camera-viewକୁ ରେଣ୍ଡର୍ କରିବା ପାଇଁ F12 ଦାବନ୍ତୁ
08:18 ଏଠାରେ ଗୋଟିଏ 1920 by 1080 pixelsର, ପୂର୍ଣ୍ଣ 100% ରିଜୋଲ୍ୟୁଶନ୍ ରେଣ୍ଡର୍ ଅଛି
08:27 ରେଣ୍ଡର୍ ଡିଷ୍ପ୍ଲେ ୱିଣ୍ଡୋକୁ ବନ୍ଦ କରନ୍ତୁ. ବର୍ତ୍ତମାନ ମୁଁ ରିଜୋଲ୍ୟୁଶନକୁ 720 by 576 pixelsରେ ପରିବର୍ତ୍ତନ କରିବାକୁ ଚହୁଁଛି
08:38 1920ରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ, କୀବୋର୍ଡରେ 720 ଟାଇପ୍ କରି, Enter ଦାବନ୍ତୁ
08:49 ପୁନର୍ବାର, 1080ରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ, କୀବୋର୍ଡରେ 576 ଟାଇପ୍ କରି, Enter ଦାବନ୍ତୁ
09:00 active camera-viewକୁ ରେଣ୍ଡର୍ କରିବା ପାଇଁ F12 ଦାବନ୍ତୁ
09:07 ଏଠାରେ ଗୋଟିଏ 720 by 576 pixelsର, ପୂର୍ଣ୍ଣ 100% ରିଜୋଲ୍ୟୁଶନ୍ ରେଣ୍ଡର୍ ଅଛି
09:16 ରେଣ୍ଡର୍ ଡିଷ୍ପ୍ଲେ ୱିଣ୍ଡୋକୁ ବନ୍ଦ କରନ୍ତୁ
09:21 Render ପ୍ୟାନେଲର Dimensionsରେ ଥିବା Frame Rangeକୁ ଯା’ନ୍ତୁ
09:26 ମୁଭିର ରେଣ୍ଡରେବଲ୍ animation ଲେଙ୍ଗଥକୁ, Frame Range ନିର୍ଦ୍ଧାରଣ କରେ
09:33 ପୂର୍ବରୁ କୁହାଯାଇଛି, ଡିଫଲ୍ଟ ଫ୍ରେମ୍ ରେଞ୍ଜ୍ 1 to 250 ଅଟେ
09:39 Start 1ରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ 0 ଟାଇପ୍ କରି enter ଦାବନ୍ତୁ
09:51 ଏହା ଆନିମେଶନ୍ ଲେଙ୍ଗଥର starting frame ବା first frame ଅଟେ
09:57 End 250ରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ 100 ଟାଇପ୍ କରି Enter ଦାବନ୍ତୁ
10:08 ଏହା ଆନିମେଶନ୍ ଲେଙ୍ଗଥର ending frame ବା last frame ଅଟେ
10:16 ତେଣୁ, ବର୍ତ୍ତମାନ ଆନିମେଶନ୍ ପାଇଁ ଗୋଟିଏ ନୂତନ ଫ୍ରେମ୍ ରେଞ୍ଜ୍ ଅଛି
10:22 3D-viewର ନିମ୍ନରେ ଥିବା Timelineକୁ ଯା’ନ୍ତୁ
10:26 ଧ୍ୟାନଦିଅନ୍ତୁ, ରେଣ୍ଡର୍ ପ୍ୟାନେଲରେ Frame rangeକୁ ପରିବର୍ତ୍ତନ କଲେ, କିପରି timeline display ପରିବର୍ତ୍ତନ ହେଉଛି
10:35 Timeline window ବିଷୟରେ ଶିଖିବା ପାଇଁ: Types of Windows – Timeline ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
10:45 Render ପ୍ୟାନେଲର Dimensionsରେ ଥିବା Aspect Ratioକୁ ଯା’ନ୍ତୁ
10:53 ଧ୍ୟାନଦିଅନ୍ତୁ ଯେ, ରିଜୋଲ୍ୟୁଶେନରେ ପରିବର୍ତ୍ତନ ସହିତ aspect ratioରେ ମଧ୍ୟ ପରିବର୍ତ୍ତନ ହେଉଛି
11:01 ମୁଭିରେ Frame rate, ଏକ ସେକେଣ୍ଡରେ ଆନିମେଟ୍ ହେଉଥିବା ଫ୍ରେମର ସଂଖ୍ୟାକୁ ନିର୍ଦ୍ଧାରଣ କରିଥାଏ
11:09 ଡିଫଲ୍ଟ ଭାବେ ଏହା 24 fps ବା frames per second ଅଟେ
11:16 24 fpsରେ ଲେଫ୍ଟ କ୍ଲିକ୍ କରନ୍ତୁ. ଗୋଟିଏ ଡ୍ରପ୍ ଡାଉନ୍ ମେନୁ ଦୃଶ୍ୟମାନ ହେବ
11:25 ଏଠାରେ, ଗୋଟିଏ ଆନିମେଶନ୍ ମୁଭି ତିଆରି ପାଇଁ ବ୍ୟବହାର ହେଉଥିବା ସମସ୍ତ ମୁଖ୍ୟ frame ratesଗୁଡିକର ଗୋଟିଏ ତାଲିକା ଅଛି
11:31 ଆବଶ୍ୟକତା ଅନୁସାରେ, ଯେକୌଣସି ଗୋଟିଏକୁ ଚୟନ କରିପାରିବେ
11:37 FPS 24ରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ 15 ଟାଇପ୍ କରି Enter ଦାବନ୍ତୁ
11:48 ତେଣୁ ବର୍ତ୍ତମାନ, frame rate, 15 frames per secondକୁ ପରିବର୍ତ୍ତନ ହୋଇଗଲା
11:55 ତା’ପରେ ହେଉଛି Output. ବାମ ପଟେ tmp ଲେଖା ଏବଂ ଡାହାଣ ପଟେ ଗୋଟିଏ file browser ଆଇକନ୍ ଥିବା ଏହି ହରିଯଣ୍ଟାଲ୍ ବାରକୁ ଦେଖି ପାରୁଛନ୍ତି?
12:07 ଏଠାରେ ରେଣ୍ଡର୍ ଫାଇଲଗୁଡିକ ପାଇଁ ଆଉଟପୁଟ୍ ଫୋଲ୍ଡରକୁ ସୁନିଶ୍ଚିତ କରିପାରିବେ
12:13 file browser ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ
12:18 File Browser ବିଷୟରେ ଶିଖିବା ପାଇଁ: Types of Windows - File Browser and Info Panel ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ
12:28 output ଫୋଲ୍ଡରକୁ ଚୟନ କରନ୍ତୁ. ମୁଁ My Documentsକୁ ଚୟନ କରୁଛି
12:35 Create new directoryରେ ଲେଫ୍ଟ କ୍ଲିକ୍ କରନ୍ତୁ. Output ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
12:46 ଫୋଲ୍ଡରକୁ ଖୋଲିବା ପାଇଁ outputରେ ଲେଫ୍ଟ କ୍ଲିକ୍ କରନ୍ତୁ
12:51 Acceptରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ ସମସ୍ତ Render files, My Documentsରେ ଥିବା Output Folder ମଧ୍ୟରେ ସେଭ୍ ହେବ
13:03 Output Folder ବାରର ନିମ୍ନରେ Image format ଅବସ୍ଥିତ ଅଟେ
13:08 ଏଠାରେ ଆପଣ, ଇମେଜ୍ ଏବଂ ମୋଭି ଫାଇଲଗୁଡିକୁ ରେଣ୍ଡର୍ କରିବା ପାଇଁ Output formatକୁ ଚୟନ କରନ୍ତୁ
13:13 PNGରେ ଲେଫ୍ଟ କ୍ଲିକ୍ କରନ୍ତୁ. Blenderରେ ସପୋର୍ଟ କରୁଥିବା ସମଗ୍ର formatsର ଗୋଟିଏ ତାଲିକା ଅଛି
13:20 ଏଠାରେ image formats ଓ movie formats ଅଛି
13:25 ଆବଶ୍ୟକତା ଅନୁସାରେ, ଯେକୌଣସି ଗୋଟିଏକୁ ଚୟନ କରିପାରିବେ
13:30 PNGର ନିମ୍ନରେ ବ୍ଲେଣ୍ଡରରେ ବ୍ୟବହାର ହେଉଥିବା ତିନୋଟି କଲର୍ ମୋଡ୍ ଅଛି. BW, grayscale ମୋଡ୍ ଅଟେ
13:38 ଡିଫଲ୍ଟ ଭାବେ RGB ଚୟନ ହୋଇଛି. RGB କଲର୍ ମୋଡ୍ ଯାହା ରେଣ୍ଡର୍ ଫାଇଲଗୁଡିକୁ RGB ଡେଟା ସହିତ ସେଭ୍ କରେ
13:48 RGBA ରେଣ୍ଡର୍ ଫାଇଲଗୁଡିକୁ, Alpha channel ନାମକ ଗୋଟିଏ ଅତିରିକ୍ତ ଡେଟା ସହିତ ସେଭ୍ କରେ
13:54 ଏହା କିଛି ନିର୍ଦ୍ଦିଷ୍ଟ image format ସହିତ କାମ କରେ ଯାହା Alpha channel ରେଣ୍ଡରିଙ୍ଗକୁ ସପୋର୍ଟ୍ କରିଥାଏ
14:01 ଉପରୋକ୍ତ ସମସ୍ତ Render panel ବିଷୟରେ ଥିଲା
14:05 ଏହି ଟ୍ୟୁଟୋରିଆଲରେ Properties windowରେ ଥିବା ରେଣ୍ଡର୍ ପ୍ୟାନେଲର ସବିଶେଷ ଆଲୋଚନା ହେଲା
14:11 ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଅବଶିଷ୍ଟ ପ୍ୟାନେଲଗୁଡିକର ଆଲୋଚନା ହେବ
14:17 ବର୍ତ୍ତମାନ ଆଗକୁ ଯିବା ସହିତ ଗୋଟିଏ ନୂତନ Blend file ସୃଷ୍ଟି କରନ୍ତୁ. Render Displayକୁ New ୱିଣ୍ଡୋରେ ପରିବର୍ତ୍ତନ କରନ୍ତୁ
14:25 ରୋଜୋଲ୍ୟୂଶନକୁ 100% 720 by 576ରେ ପରବର୍ତ୍ତନ କରନ୍ତୁ. frame range କୁ 0 to 100ରେ ପରିବର୍ତ୍ତନ କରନ୍ତୁ
14:38 frame rate କୁ 15 fpsରେ ପରିବର୍ତ୍ତନ କରନ୍ତୁ. ରେଣ୍ଡର୍ ଫାଇଲଗୁଡିକ ପାଇଁ ଗୋଟିଏ output folder ସୃଷ୍ଟି କରନ୍ତୁ
14:47 ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
14:57 ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ, oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ
15:17 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ
15:19 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
15:23 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
15:28 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ଲେଖନ୍ତୁ
15:34 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି
15:36 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep