Blender/C2/Types-of-Windows-Properties-Part-1/Oriya
From Script | Spoken-Tutorial
| Time | Narration |
| 00:05 | ବନ୍ଧୁଗଣ, Blender tutorialsର ସିରିଜକୁ ସ୍ଵାଗତ୍ |
| 00:09 | ଏହି ଟ୍ୟୁଟୋରିଆଲ୍ Blender 2.59ରେ Properties window ଉପରେ ପର୍ଯ୍ୟବସିତ ଅଟେ |
| 00:16 | ଏହି ସ୍କ୍ରିପ୍ଟ Sneha Deorukhkar ଓ Bhanu Prakash ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି ଏବଂ Monisha Banerjeeଙ୍କ ଦ୍ଵାରା ସଂଶୋଧିତ କରାଯାଇଛି |
| 00:29 | ଏହି ଟ୍ୟୁଟୋରିଆଲକୁ ଦେଖିସାରିଲା ପରେ, Properties window କ’ଣ,; |
| 00:35 | Properties windowରେ Render panel କ’ଣ; |
| 00:39 | Properties windowର Render panelରେ ଥିବା ବିଭିନ୍ନ ସେଟିଙ୍ଗସଗୁଡିକ କ’ଣ ଆମେ ଶିଖିବା |
| 00:45 | Blender interfaceର ମୌଳିକ ଉପା୍ଦାନଗୁଡିକୁ ଆପଣ ଶିଖିଥିବେ ବୋଲି ମୁଁ ଆଶା କରୁଛି |
| 00:50 | ଯଦି ନୁହେଁ ତେବେ, ଦୟାକରି ଆମର Basic Description of the Blender Interface ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
| 00:58 | Properties ୱିଣ୍ଡୋ ବିଭିନ୍ନ ପ୍ୟାନେଲଗୁଡିକୁ ଧାରଣ କରିଥାଏ. ଏହା ସ୍କ୍ରୀନର ଡାହାଣ ପଟେ ଅବସ୍ଥିତ |
| 01:08 | Properties windowର ଉପରିଭାଗରେ, iconଗୁଡିକର ଗୋଟିଏ ଧାଡି ଅଛି |
| 01:14 | ଏହି ଆଇକନଗୁଡିକ ବିଭିନ୍ନ ପ୍ୟାନେଲକୁ ରିପ୍ରେଜେଣ୍ଟ କରନ୍ତି ଯାହା Properties ବିଭାଗର ଅଧିନରେ ଆସେ- |
| 01:21 | Render, Scene, World, Object, ପ୍ରଭୃତି |
| 01:30 | ଏହି ପ୍ୟାନେଲଗୁଡିକ ବିଭିନ୍ନ ସେଟିଙ୍ଗସଗୁଡିକୁ ଧାରଣ କରିଥା’ନ୍ତି ଯାହା ବ୍ଲେଣ୍ଡରରେ କାମ କଲା ବେଳେ ଅତି ଉପଯୋଗୀ ହୁଅନ୍ତି |
| 01:37 | ଭଲ ଭାବେ ଦେଖିବା ଓ ବୁଝିବା ପାଇଁ Properties windowକୁ ରିସାଇଜ୍ କରନ୍ତୁ |
| 01:43 | Properties windowର ବାମ ପଟ ଧାରରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ ଏବଂ ବାମ ପଟକୁ ଡ୍ରାଗ୍ କରନ୍ତୁ |
| 01:52 | Properties windowରେ ଥିବା ଅପଶନଗୁଡିକୁ, ବର୍ତ୍ତମାନ ଆପଣ ଅଧିକ ପ୍ରାଞ୍ଜଳ ଭାବେ ଦେଖିପାରିବେ |
| 01:59 | Blender windowsକୁ କିପରି ରିସାଇଜ୍ କରାଯାଏ ଶିଖିବା ପାଇଁ, How to Change Window Types in Blender ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
| 02:12 | Properties Windowରେ Render ହେଉଛି ପ୍ରଥମ ପ୍ୟାନେଲ୍ |
| 02:16 | ଯେତେବେଳେ ଆପଣ ବ୍ଲେଣ୍ଡର୍ ଖୋଲିବେ, ଏହା ଡିଫଲ୍ଟ ଭାବେ Blender Interfaceରେ ପ୍ରଦର୍ଶିତ ହେବ |
| 02:23 | animationର ଫାଇନାଲ୍ output ପାଇବା ପାଇଁ ଏହି panelର ସେଟିଙ୍ଗସଗୁଡିକ ବ୍ୟବହୃତ ହୁଏ |
| 02:31 | ଆକ୍ଟିଭ୍ କ୍ୟାମେରା ଭ୍ୟୁର ଗୋଟିଏ ସିଙ୍ଗଲ୍ ଫ୍ରେମ୍ ଇମେଜକୁ ରେଣ୍ଡର୍ କରିବା ପାଇଁ Image ବ୍ୟବହୃତ ହୁଏ |
| 02:39 | Imageରେ ଲେଫ୍ଟ କ୍ଲିକ୍ କରନ୍ତୁ . କୀବୋର୍ଡ୍ ସର୍ଟକଟ୍ ପାଇଁ, F12 ଦାବନ୍ତୁ |
| 02:48 | ଆକ୍ଟିଭ୍ କ୍ୟାମେରା ଭ୍ୟୁ ଗୋଟିଏ ସିଙ୍ଗଲ୍ frame ଇମେଜ୍ ଭାବେ ରେଣ୍ଡର୍ ହେବ |
| 02:55 | 3D-viewକୁ ଫେରିଯିବା ପାଇଁ, ଆପଣଙ୍କ କୀବୋର୍ଡରେ Esc ଦାବନ୍ତୁ |
| 03:03 | ଗୋଟିଏ ସମ୍ପୂର୍ଣ୍ଣ ଫ୍ରେମର ପରିସରକୁ କିମ୍ବା ଏକ ଇମେଜର କ୍ରମକୁ ରେଣ୍ଡର୍ କରିବା ପାଇଁ Animation ବ୍ୟବହୃତ ହୁଏ ଏବଂ ଗୋଟିଏ movie file ସୃଷ୍ଟି ହୁଏ |
| 03:13 | timelineରେ ଡିଫଲ୍ଟ Frame Range, 1 to 250 ଅଟେ |
| 03:22 | Animationରେ ଲେଫ୍ଟ କ୍ଲିକ୍ କରନ୍ତୁ. frame 1 ରୁ frame 250 ପର୍ଯ୍ୟନ୍ତ ସମଗ୍ର ଫ୍ରେମ୍ ରେଞ୍ଜ୍ ରେଣ୍ଡର୍ ହୋଇଯିବ |
| 03:39 | ରେଣ୍ଡରର ପ୍ରୋଗ୍ରେସକୁ ବନ୍ଦ କରିବା ପାଇଁ, Esc ଦାବନ୍ତୁ |
| 03:43 | 3D-viewକୁ ଫେରିଯିବା ପାଇଁ, Esc ଦାବନ୍ତୁ |
| 03:48 | Render panelରେ ଥିବା Displayକୁ ଯା’ନ୍ତୁ |
| 03:52 | ସ୍କ୍ରୀନରେ ରେଣ୍ଡରର ପ୍ରୋଗ୍ରେସକୁ କିପରି଼ ଦେଖିବାକୁ ଚାହାଁନ୍ତି, ସେଥି ପାଇଁ Display ସାହାଯ୍ୟ କରେ |
| 03:58 | ଡିଫଲ୍ଟ ଭାବେ ଡିଷ୍ପ୍ଲେ Image Editor modeରେ ଅଛି. ମୁଁ ପ୍ରଦର୍ଶନ କରୁଛି |
| 04:05 | active camera-viewକୁ ରେଣ୍ଡର୍ କରିବା ପାଇଁ F12 ଦାବନ୍ତୁ |
| 04:09 | Render Display, UV/Image Editor ଭାବେ ଦୃଶ୍ୟମାନ ହେବ |
| 04:15 | ଯେତେଥର ଆକ୍ଟିଭ୍ କ୍ୟାମେରା ଭ୍ୟୁ ରେଣ୍ଡର୍ ହେବ, ପ୍ରତ୍ୟେକ ଥର 3D-view, UV/Image Editorକୁ ପରିବର୍ତ୍ତିତ ହେବ |
| 04:22 | UV/Image Editor ବିଷୟରେ ଶିଖିବା ପାଇଁ, Types of windows - UV/Image Editor ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
| 04:31 | 3D-viewକୁ ଫେରିଯିବା ପାଇଁ, Esc ଦାବନ୍ତୁ |
| 04:36 | Render panelରେ ଥିବା Displayକୁ ଯା’ନ୍ତୁ. Image Editorରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 04:44 | ଏହି ଡ୍ରପ୍ ଡାଉନ୍ ମେନୁ render display ଅପଶନଗୁଡିକର ଗୋଟିଏ ତାଲିକା ପ୍ରଦର୍ଶନ କରିବ |
| 04:51 | Full Screenକୁ ଚୟନ କରିବା ପାଇଁ ଲେଫ୍ଟ କ୍ଲିକ୍ କରନ୍ତୁ |
| 04:55 | active camera-viewକୁ ରେଣ୍ଡର୍ କରିବା ପାଇଁ F12 ଦାବନ୍ତୁ |
| 05:01 | ବର୍ତ୍ତମାନ, ସମ୍ପୂର୍ଣ୍ଣ Blender screen, UV/Image editor ଦ୍ଵାରା ପ୍ରତିସ୍ଥାପିତ ହେବ |
| 05:09 | full screen ରେଣ୍ଡର୍ ମୋଡରୁ ବାହାର ହେବା ପାଇଁ Esc ଦାବନ୍ତୁ ଏବଂ Blender workspaceକୁ ଫେରି ଯା’ନ୍ତୁ |
| 05:16 | ରେଣ୍ଡର୍ ପ୍ୟାନେଲରେ ଥିବା Displayକୁ ଯା’ନ୍ତୁ. Full Screenରେ ଲେଫ୍ଟ କ୍ଲିକ୍ କରନ୍ତୁ. ତାଲିକାରୁ New Windowକୁ ଚୟନ କରନ୍ତୁ |
| 05:28 | active camera-viewକୁ ରେଣ୍ଡର୍ କରିବା ପାଇଁ F12 ଦାବନ୍ତୁ |
| 05:31 | ବର୍ତ୍ତମାନ Blender Workspace ଉପରେ Render Display ଗୋଟିଏ ନୂତନ ୱିଣ୍ଡୋ ଭାବେ ଦୃଶ୍ୟମାନ ହେବ |
| 05:39 | animationର ରେଣ୍ଡରକୁ preview କରିବା ସମୟରେ ଏହା ଅତି ଉପଯୋଗୀ ହୋଇଥାଏ |
| 05:44 | ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଏହାକୁ କିପରି କରାଯାଏ ଦେଖିବା |
| 05:50 | Render Display ୱିଣ୍ଡୋକୁ ବନ୍ଦ କରନ୍ତୁ |
| 05:55 | ରେଣ୍ଡର୍ ପ୍ୟାନେଲରେ ଥିବା Displayକୁ ଯା’ନ୍ତୁ. New Windowରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 06:01 | Image editor ମୋଡକୁ ଚୟନ କରିବା ପାଇଁ ଲେଫ୍ଟ କ୍ଲିକ୍ କରନ୍ତୁ. ଡିଷ୍ପ୍ଲେ Image Editor modeରେ ଅଛି |
| 06:08 | ପରବର୍ତ୍ତି ସେଟିଙ୍ଗ Dimensionsକୁ ଦେଖିବା. ଏଠାରେ ଆମେ ଆବଶ୍ୟକ ଆଉଟପୁଟ ଉପରେ ନିର୍ଭର କରି ବିଭିନ୍ନ ରେଣ୍ଡର୍ ପ୍ରିସେଟଗୁଡିକୁ କଷ୍ଟମାଇଜ୍ କରିପାରିବା |
| 06:20 | Render Presetsରେ ଲେଫ୍ଟ କ୍ଲିକ୍ କରନ୍ତୁ. ଗୋଟିଏ ଡ୍ରପ୍ ଡାଉନ୍ ମେନୁ ଦୃଶ୍ୟମାନ ହେବ |
| 06:27 | ଏଠାରେ, ମୂଖ୍ୟ render presets ଗୁଡିକର ଗୋଟିଏ ତାଲିକା ଅଛି- DVCPRO, HDTV, NTSC, PAL ପ୍ରଭୃତି |
| 06:41 | ବର୍ତ୍ତମାନ ପାଇଁ, ଏହାକୁ ଛାଡିଦିଅନ୍ତୁ ଏବଂ Render Dimension ସେଟିଙ୍ଗକୁ ଦେଖିବା |
| 06:49 | Resolution, Render Display ଓ ଆକ୍ଟିଭ୍ କ୍ୟାମେରା ଭ୍ୟୁର ଦୈର୍ଘ୍ୟ ଓ ପ୍ରସ୍ଥ ଅଟେ |
| 06:56 | Blender 2.59ରେ ଡିଫଲ୍ଟ ଭାବେ, ରିଜୋଲ୍ୟୁଶନ୍ 1920 by 1080 pixels ଅଟେ |
| 07:09 | 50%, Render resolutionର ପ୍ରସେଣ୍ଟେଜ୍ ସ୍କେଲ୍ ଅଟେ |
| 07:14 | ଏହାର ଅର୍ଥ, ପ୍ରକୃତ ରିଜୋଲ୍ୟୁଶନର କେବଳ 50% ରେଣ୍ଡର୍ ହେବ. ମୁଁ ବର୍ଣ୍ଣନା କରୁଛି |
| 07:22 | active camera-viewକୁ ରେଣ୍ଡର୍ କରିବା ପାଇଁ F12 ଦାବନ୍ତୁ. ଏହା ଡିଫଲ୍ଟ ରେଣ୍ଡର୍ ରିଜୋଲ୍ୟୂଶନ୍ ଅଟେ |
| 07:29 | ଏହା କେବଳ ଅଧା ବା ପ୍ରକୃତ ରିଜୋଲ୍ୟୁଶନର 50% ଅଟେ |
| 07:35 | ରେଣ୍ଡର୍ ଡିଷ୍ପ୍ଲେ ୱିଣ୍ଡୋକୁ ବନ୍ଦ କରନ୍ତୁ |
| 07:40 | Render ପ୍ୟନେଲର, ରିଜୋଲ୍ୟୁଶନରେ ଥିବା 50%ରେ ଲେଫ୍ଟ କ୍ଲିକ୍ କରି ଧରି ରଖନ୍ତୁ ଏବଂ ଡାହାଣ ପଟକୁ ଡ୍ରାଗ୍ କରନ୍ତୁ |
| 07:50 | ପରସେଣ୍ଟେଜ୍ 100%ରେ ପରିବର୍ତ୍ତନ ହୋଇଯିବ. ପର୍ସେଣ୍ଟେଜକୁ ପରିବର୍ତ୍ତନ କରିବାର ଅନ୍ୟ ମାର୍ଗ ହେଉଛି- |
| 08:00 | 100%ରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ, କୀବୋର୍ଡରେ 100 ଟାଇପ୍ କରି, Enter ଦାବନ୍ତୁ |
| 08:12 | active camera-viewକୁ ରେଣ୍ଡର୍ କରିବା ପାଇଁ F12 ଦାବନ୍ତୁ |
| 08:18 | ଏଠାରେ ଗୋଟିଏ 1920 by 1080 pixelsର, ପୂର୍ଣ୍ଣ 100% ରିଜୋଲ୍ୟୁଶନ୍ ରେଣ୍ଡର୍ ଅଛି |
| 08:27 | ରେଣ୍ଡର୍ ଡିଷ୍ପ୍ଲେ ୱିଣ୍ଡୋକୁ ବନ୍ଦ କରନ୍ତୁ. ବର୍ତ୍ତମାନ ମୁଁ ରିଜୋଲ୍ୟୁଶନକୁ 720 by 576 pixelsରେ ପରିବର୍ତ୍ତନ କରିବାକୁ ଚହୁଁଛି |
| 08:38 | 1920ରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ, କୀବୋର୍ଡରେ 720 ଟାଇପ୍ କରି, Enter ଦାବନ୍ତୁ |
| 08:49 | ପୁନର୍ବାର, 1080ରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ, କୀବୋର୍ଡରେ 576 ଟାଇପ୍ କରି, Enter ଦାବନ୍ତୁ |
| 09:00 | active camera-viewକୁ ରେଣ୍ଡର୍ କରିବା ପାଇଁ F12 ଦାବନ୍ତୁ |
| 09:07 | ଏଠାରେ ଗୋଟିଏ 720 by 576 pixelsର, ପୂର୍ଣ୍ଣ 100% ରିଜୋଲ୍ୟୁଶନ୍ ରେଣ୍ଡର୍ ଅଛି |
| 09:16 | ରେଣ୍ଡର୍ ଡିଷ୍ପ୍ଲେ ୱିଣ୍ଡୋକୁ ବନ୍ଦ କରନ୍ତୁ |
| 09:21 | Render ପ୍ୟାନେଲର Dimensionsରେ ଥିବା Frame Rangeକୁ ଯା’ନ୍ତୁ |
| 09:26 | ମୁଭିର ରେଣ୍ଡରେବଲ୍ animation ଲେଙ୍ଗଥକୁ, Frame Range ନିର୍ଦ୍ଧାରଣ କରେ |
| 09:33 | ପୂର୍ବରୁ କୁହାଯାଇଛି, ଡିଫଲ୍ଟ ଫ୍ରେମ୍ ରେଞ୍ଜ୍ 1 to 250 ଅଟେ |
| 09:39 | Start 1ରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ 0 ଟାଇପ୍ କରି enter ଦାବନ୍ତୁ |
| 09:51 | ଏହା ଆନିମେଶନ୍ ଲେଙ୍ଗଥର starting frame ବା first frame ଅଟେ |
| 09:57 | End 250ରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ 100 ଟାଇପ୍ କରି Enter ଦାବନ୍ତୁ |
| 10:08 | ଏହା ଆନିମେଶନ୍ ଲେଙ୍ଗଥର ending frame ବା last frame ଅଟେ |
| 10:16 | ତେଣୁ, ବର୍ତ୍ତମାନ ଆନିମେଶନ୍ ପାଇଁ ଗୋଟିଏ ନୂତନ ଫ୍ରେମ୍ ରେଞ୍ଜ୍ ଅଛି |
| 10:22 | 3D-viewର ନିମ୍ନରେ ଥିବା Timelineକୁ ଯା’ନ୍ତୁ |
| 10:26 | ଧ୍ୟାନଦିଅନ୍ତୁ, ରେଣ୍ଡର୍ ପ୍ୟାନେଲରେ Frame rangeକୁ ପରିବର୍ତ୍ତନ କଲେ, କିପରି timeline display ପରିବର୍ତ୍ତନ ହେଉଛି |
| 10:35 | Timeline window ବିଷୟରେ ଶିଖିବା ପାଇଁ: Types of Windows – Timeline ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
| 10:45 | Render ପ୍ୟାନେଲର Dimensionsରେ ଥିବା Aspect Ratioକୁ ଯା’ନ୍ତୁ |
| 10:53 | ଧ୍ୟାନଦିଅନ୍ତୁ ଯେ, ରିଜୋଲ୍ୟୁଶେନରେ ପରିବର୍ତ୍ତନ ସହିତ aspect ratioରେ ମଧ୍ୟ ପରିବର୍ତ୍ତନ ହେଉଛି |
| 11:01 | ମୁଭିରେ Frame rate, ଏକ ସେକେଣ୍ଡରେ ଆନିମେଟ୍ ହେଉଥିବା ଫ୍ରେମର ସଂଖ୍ୟାକୁ ନିର୍ଦ୍ଧାରଣ କରିଥାଏ |
| 11:09 | ଡିଫଲ୍ଟ ଭାବେ ଏହା 24 fps ବା frames per second ଅଟେ |
| 11:16 | 24 fpsରେ ଲେଫ୍ଟ କ୍ଲିକ୍ କରନ୍ତୁ. ଗୋଟିଏ ଡ୍ରପ୍ ଡାଉନ୍ ମେନୁ ଦୃଶ୍ୟମାନ ହେବ |
| 11:25 | ଏଠାରେ, ଗୋଟିଏ ଆନିମେଶନ୍ ମୁଭି ତିଆରି ପାଇଁ ବ୍ୟବହାର ହେଉଥିବା ସମସ୍ତ ମୁଖ୍ୟ frame ratesଗୁଡିକର ଗୋଟିଏ ତାଲିକା ଅଛି |
| 11:31 | ଆବଶ୍ୟକତା ଅନୁସାରେ, ଯେକୌଣସି ଗୋଟିଏକୁ ଚୟନ କରିପାରିବେ |
| 11:37 | FPS 24ରେ ଲେଫ୍ଟ କ୍ଲିକ୍ କରନ୍ତୁ. କୀବୋର୍ଡରେ 15 ଟାଇପ୍ କରି Enter ଦାବନ୍ତୁ |
| 11:48 | ତେଣୁ ବର୍ତ୍ତମାନ, frame rate, 15 frames per secondକୁ ପରିବର୍ତ୍ତନ ହୋଇଗଲା |
| 11:55 | ତା’ପରେ ହେଉଛି Output. ବାମ ପଟେ tmp ଲେଖା ଏବଂ ଡାହାଣ ପଟେ ଗୋଟିଏ file browser ଆଇକନ୍ ଥିବା ଏହି ହରିଯଣ୍ଟାଲ୍ ବାରକୁ ଦେଖି ପାରୁଛନ୍ତି? |
| 12:07 | ଏଠାରେ ରେଣ୍ଡର୍ ଫାଇଲଗୁଡିକ ପାଇଁ ଆଉଟପୁଟ୍ ଫୋଲ୍ଡରକୁ ସୁନିଶ୍ଚିତ କରିପାରିବେ |
| 12:13 | file browser ଆଇକନ୍ ଉପରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 12:18 | File Browser ବିଷୟରେ ଶିଖିବା ପାଇଁ: Types of Windows - File Browser and Info Panel ଉପରେ ଥିବା ଟ୍ୟୁଟୋରିଆଲକୁ ଦେଖନ୍ତୁ |
| 12:28 | output ଫୋଲ୍ଡରକୁ ଚୟନ କରନ୍ତୁ. ମୁଁ My Documentsକୁ ଚୟନ କରୁଛି |
| 12:35 | Create new directoryରେ ଲେଫ୍ଟ କ୍ଲିକ୍ କରନ୍ତୁ. Output ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 12:46 | ଫୋଲ୍ଡରକୁ ଖୋଲିବା ପାଇଁ outputରେ ଲେଫ୍ଟ କ୍ଲିକ୍ କରନ୍ତୁ |
| 12:51 | Acceptରେ ଲେଫ୍ଟ କ୍ଲିକ୍ କରନ୍ତୁ. ବର୍ତ୍ତମାନ ସମସ୍ତ Render files, My Documentsରେ ଥିବା Output Folder ମଧ୍ୟରେ ସେଭ୍ ହେବ |
| 13:03 | Output Folder ବାରର ନିମ୍ନରେ Image format ଅବସ୍ଥିତ ଅଟେ |
| 13:08 | ଏଠାରେ ଆପଣ, ଇମେଜ୍ ଏବଂ ମୋଭି ଫାଇଲଗୁଡିକୁ ରେଣ୍ଡର୍ କରିବା ପାଇଁ Output formatକୁ ଚୟନ କରନ୍ତୁ |
| 13:13 | PNGରେ ଲେଫ୍ଟ କ୍ଲିକ୍ କରନ୍ତୁ. Blenderରେ ସପୋର୍ଟ କରୁଥିବା ସମଗ୍ର formatsର ଗୋଟିଏ ତାଲିକା ଅଛି |
| 13:20 | ଏଠାରେ image formats ଓ movie formats ଅଛି |
| 13:25 | ଆବଶ୍ୟକତା ଅନୁସାରେ, ଯେକୌଣସି ଗୋଟିଏକୁ ଚୟନ କରିପାରିବେ |
| 13:30 | PNGର ନିମ୍ନରେ ବ୍ଲେଣ୍ଡରରେ ବ୍ୟବହାର ହେଉଥିବା ତିନୋଟି କଲର୍ ମୋଡ୍ ଅଛି. BW, grayscale ମୋଡ୍ ଅଟେ |
| 13:38 | ଡିଫଲ୍ଟ ଭାବେ RGB ଚୟନ ହୋଇଛି. RGB କଲର୍ ମୋଡ୍ ଯାହା ରେଣ୍ଡର୍ ଫାଇଲଗୁଡିକୁ RGB ଡେଟା ସହିତ ସେଭ୍ କରେ |
| 13:48 | RGBA ରେଣ୍ଡର୍ ଫାଇଲଗୁଡିକୁ, Alpha channel ନାମକ ଗୋଟିଏ ଅତିରିକ୍ତ ଡେଟା ସହିତ ସେଭ୍ କରେ |
| 13:54 | ଏହା କିଛି ନିର୍ଦ୍ଦିଷ୍ଟ image format ସହିତ କାମ କରେ ଯାହା Alpha channel ରେଣ୍ଡରିଙ୍ଗକୁ ସପୋର୍ଟ୍ କରିଥାଏ |
| 14:01 | ଉପରୋକ୍ତ ସମସ୍ତ Render panel ବିଷୟରେ ଥିଲା |
| 14:05 | ଏହି ଟ୍ୟୁଟୋରିଆଲରେ Properties windowରେ ଥିବା ରେଣ୍ଡର୍ ପ୍ୟାନେଲର ସବିଶେଷ ଆଲୋଚନା ହେଲା |
| 14:11 | ପରବର୍ତ୍ତି ଟ୍ୟୁଟୋରିଆଲଗୁଡିକରେ ଅବଶିଷ୍ଟ ପ୍ୟାନେଲଗୁଡିକର ଆଲୋଚନା ହେବ |
| 14:17 | ବର୍ତ୍ତମାନ ଆଗକୁ ଯିବା ସହିତ ଗୋଟିଏ ନୂତନ Blend file ସୃଷ୍ଟି କରନ୍ତୁ. Render Displayକୁ New ୱିଣ୍ଡୋରେ ପରିବର୍ତ୍ତନ କରନ୍ତୁ |
| 14:25 | ରୋଜୋଲ୍ୟୂଶନକୁ 100% 720 by 576ରେ ପରବର୍ତ୍ତନ କରନ୍ତୁ. frame range କୁ 0 to 100ରେ ପରିବର୍ତ୍ତନ କରନ୍ତୁ |
| 14:38 | frame rate କୁ 15 fpsରେ ପରିବର୍ତ୍ତନ କରନ୍ତୁ. ରେଣ୍ଡର୍ ଫାଇଲଗୁଡିକ ପାଇଁ ଗୋଟିଏ output folder ସୃଷ୍ଟି କରନ୍ତୁ |
| 14:47 | ଏହି ଟ୍ୟୁଟୋରିଆଲ୍ Project Oscar ଦ୍ଵାରା ପ୍ରସ୍ତୁତ ଏବଂ ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 14:57 | ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ, oscar.iitb.ac.in ଏବଂ spoken-tutorial.org/NMEICT-Introରେ ଉପଲବ୍ଧ |
| 15:17 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ |
| 15:19 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 15:23 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି |
| 15:28 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.org ରେ ଆମକୁ ଲେଖନ୍ତୁ |
| 15:34 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି |
| 15:36 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |