BASH/C2/Nested-and-multilevel-if-elsif-statements/Oriya

From Script | Spoken-Tutorial
Revision as of 11:48, 15 May 2017 by PoojaMoolya (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:00 ବନ୍ଧୁଗଣ, Bashରେ Nested ଓ Multilevel If Statement ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:12 ନେଷ୍ଟେଡ୍ if-else ଓ
00:14 Multilevel If-Else ଷ୍ଟେଟମେଣ୍ଟ
00:17 କେତେକ ଉଦାହରଣ ବ୍ୟବହାର କରି ଆମେ ଏହାକୁ କରିବା
00:22 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ Linux Operating System ସହିତ
00:28 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:35 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:38 ଉବୁଣ୍ଟୁ ଲିନକ୍ସ 12.04 OS ଓ
00:42 GNU Bash ଭର୍ସନ୍ 4.1.10
00:46 ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି
00:52 ଚାଲନ୍ତୁ, ଏବେ Nested If-Else ଷ୍ଟେଟମେଣ୍ଟର ଫ୍ଲୋ କୁ ବୁଝିବା
00:57 ଏଠାରେ, ଯଦି କଣ୍ଡିଶନ୍ 1 True ହୋଇଥାଏ, ତେବେ କଣ୍ଡିଶନ୍ 2 ର ମୂଲ୍ୟାଙ୍କନ ହେବ
01:04 ଯଦି କଣ୍ଡିଶନ୍ 2 True ହୋଇଥାଏ, ତେବେ ଷ୍ଟେଟମେଣ୍ଟ 1 ନିଷ୍ପାଦିତ ହେବ
01:10 ତାହାର ଅର୍ଥ, କେବେଳ ଯେତେବେଳେ ଉଭୟ କଣ୍ଡିଶନ୍ 1 ଓ 2 True ହୋଇଥିବ, ତେବେ ଷ୍ଟେଟମେଣ୍ଟ 1 ନିଷ୍ପାଦିତ ହେବ
01:19 ଯଦି କଣ୍ଡିଶନ୍ 1 False ହୋଇଥାଏ, ତେବେ ଷ୍ଟେଟମେଣ୍ଟ 3 ନିଷ୍ପାଦିତ ହେବ
01:25 ଯଦି କଣ୍ଡିଶନ୍ 2 False ହୋଇଥାଏ, ତେବେ ଷ୍ଟେଟମେଣ୍ଟ 2 ନିଷ୍ପାଦିତ ହେବ
01:31 ଚାଲନ୍ତୁ, ଏକ ଉଦାହରଣ ଦେଖିବା
01:33 nestedifelse.sh ନାମକ ଫାଇଲରେ ମୁଁ କୋଡ୍ ଲେଖିସାରିଛି
01:38 ମୁଁ ତାହାକୁ ଖୋଲିବି
01:40 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
01:43 ଏହା ହେଉଛି shebang ଲାଇନ୍
01:45 ଭେରିଏବଲ୍ NAMEକୁ ଭାଲ୍ୟୁ anusha ଆସାଇନ୍ କରାଯାଇଛି
01:50 ଭେରିଏବଲ୍ PASSWORDକୁ ଭାଲ୍ୟୁ abc123 ଆସାଇନ୍ କରାଯାଇଛି
01:56 read କମାଣ୍ଡ, ଷ୍ଟାଣ୍ଡାର୍ଡ ଇନପୁଟରୁ ଡେଟାର ଗୋଟିଏ ଲାଇନ୍ ପଢେ
02:02 - (ହାଇଫେନ୍) p ଫ୍ଲାଗ୍, Prompt ପ୍ରଦର୍ଶିତ କରେ
02:05 - (ହାଇଫେନ୍) p ପରେ ଥିବା ଷ୍ଟ୍ରିଙ୍ଗ୍, Enter Name: ଟର୍ମିନଲ୍ ରେ ପ୍ରଦର୍ଶିତ ହେବ
02:11 myname ହେଉଛି ଏକ ଭେରିଏବଲ୍, ଯାହା ୟୁଜର୍ ଦ୍ୱାରା ପ୍ରବେଶ କରାଯାଇଥିବା ଟେକ୍ସଟ୍, ଅର୍ଥାତ୍ ୟୁଜର୍ ଇନପୁଟ୍ ଷ୍ଟୋର୍ କରେ
02:18 ପ୍ରଥମ if ଷ୍ଟେଟମେଣ୍ଟ, ଦୁଇ ଭେରିଏବଲ୍ myname ଓ NAMEକୁ ତୁଳନା କରେ
02:24 ଅର୍ଥାତ୍, ୟୁଜର୍ ଇନପୁଟ୍ ଓ ଭେରିଏବଲ୍ Nameରେ ଷ୍ଟୋର୍ ହୋଇଥିବା ଭାଲ୍ୟୁ, ଯାହା ହେଉଛି anusha
02:31 ଯଦି ଦୁଇଟିଯାକ ଭାଲ୍ୟୁ ମିଶେ, ତେବେ ଏହି if ଷ୍ଟେଟମେଣ୍ଟରେ ଥିବା ଅବଶିଷ୍ଟ କୋଡ୍ ମୂଲ୍ୟାଙ୍କିତ ହେବ
02:38 read କମାଣ୍ଡ, ଭେରିଏବଲ୍ mypasswordରେ ପ୍ରବେଶ କରାଯାଇଥିବା ପାସୱର୍ଡକୁ ପଢେ ଓ ଷ୍ଟୋର୍ କରେ
02:46 ଏଠାରେ, - (ହାଇଫେନ୍) s ଫ୍ଲାଗ୍ ହେଉଛି ସାଇଲେଣ୍ଟ ମୋଡ୍ ପାଇଁ
02:49 ଏହାର ଅର୍ଥ, ୟୁଜର୍ ଙ୍କ ଦ୍ୱାରା ପ୍ରବେଶ କରାଯାଇଥିବା ଟେକ୍ସଟ୍, ଟର୍ମିନଲ୍ ରେ ପ୍ରଦର୍ଶିତ ହେବନାହିଁ
02:56 ଏଠାରେ, ଆମ ପାଖରେ if-else ଷ୍ଟେଟମେଣ୍ଟର ଆଉ ଗୋଟିଏ ସେଟ୍ ଅଛି
02:59 if-else ଷ୍ଟେଟମେଣ୍ଟର ଏହି ସେଟ୍, ପ୍ରଥମ if ଷ୍ଟେଟମେଣ୍ଟ ମଧ୍ୟରେ ନେଷ୍ଟେଡ୍ ହୋଇଛି
03:05 ଦ୍ୱିତୀୟ if ଷ୍ଟେଟମେଣ୍ଟ, ଭେରିଏବଲ୍ mypassword ଓ PASSWORDକୁ ତୁଳନା କରେ
03:12 if କଣ୍ଡିଶନ୍ True ହୋଇଥିଲେ, Echo, ଟର୍ମିନଲ୍ ଉପରେ Welcome ବାର୍ତ୍ତା ପ୍ରଦର୍ଶିତ କରେ
03:18 ଅର୍ଥାତ୍, ପାସୱର୍ଡ ମିଶିଗଲା
03:21 ବ୍ୟାକସ୍ଲାଶ୍ ଏସ୍କେପ୍ ର ବ୍ୟାଖ୍ୟାକୁ ହାଇଫେନ୍ e ସକ୍ଷମ କରିଥାଏ
03:27 \nର ଅର୍ଥ ହେଉଛି, New Line, ଯାହା ଷ୍ଟ୍ରିଙ୍ଗ୍ Welcome, ନୂଆ ଲାଇନରେ ପ୍ରିଣ୍ଟ ହେବାକୁ ବୁଝାଏ
03:35 ଯେତେବେଳେ if କଣ୍ଡିଶନ୍ True ହୋଇନଥାଏ, ସେତେବେଳେ else କଣ୍ଡିଶନ୍ ନିଷ୍ପାଦିତ ହେବ
03:42 ଅର୍ଥାତ୍, ଯେତେବେଳେ ପାସୱର୍ଡ ନମିଶେ, else କଣ୍ଡିଶନ୍ ନିଷ୍ପାଦିତ ହେବ
03:48 ଏହି ମାମଲାରେ echo, Wrong Password ପ୍ରଦର୍ଶିତ କରେ
03:53 fi, ଭିତର if-else ଷ୍ଟେଟମେଣ୍ଟକୁ ସମାପ୍ତ କରେ
03:57 ଆମର ପ୍ରଥମ if-else ଷ୍ଟେଟମେଣ୍ଟକୁ ଫେରିଆସନ୍ତୁ
04:01 ଯଦି myname ଓ NAMEରେ ଥିବା ଭାଲ୍ୟୁ ନମିଶେ, ତେବେ ଏହି else ଷ୍ଟେଟମେଣ୍ଟ ନିଷ୍ପାଦିତ ହେବ
04:09 ଏହା, ଟର୍ମିନଲ୍ ରେ Wrong Name ବାର୍ତ୍ତାକୁ echo କରିବ
04:14 fi, ବାହାର if-else ଷ୍ଟେଟମେଣ୍ଟକୁ ସମାପ୍ତ କରେ
04:18 ଏବେ, ନିଜ କୀବୋର୍ଡରେ ଏକାସଙ୍ଗରେ Ctrl+Alt+T ଦାବି Terminal Window ଖୋଲନ୍ତୁ
04:27 ଏବେ ଫାଇଲକୁ ନିଷ୍ପାଦନଯୋଗ୍ୟ କରନ୍ତୁ
04:29 ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ nestedifelse.sh
04:38 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ nestedifelse.sh
04:43 ପ୍ରୋଗ୍ରାମ୍, ଦୁଇଟି କଣ୍ଡିଶନ୍ କୁ ଯାଞ୍ଚ କରେ
04:46 ଯାହା ହେଉଛି Name ଓ Password
04:48 ଯେତେବେଳେ ଏହା ଟର୍ମିନଲ୍ ରେ ନିଷ୍ପାଦିତ ହୁଏ
04:52 ଏଠାରେ, Prompt ପ୍ରଦର୍ଶିତ କରେ Enter Name:
04:55 anusha ଟାଇପ୍ କରନ୍ତୁ
04:57 ଯେହେତୁ ଏହି କଣ୍ଡିଶନ୍ True ଅଟେ, ପରବର୍ତ୍ତୀ if କଣ୍ଡିଶନ୍ ମୂଲ୍ୟାଙ୍କିତ ହେବ
05:02 ଏବେ, Prompt କହୁଛି Password
05:05 ମୁଁ ପାସୱର୍ଡ ଭାବେ abc123 ଦେବି
05:10 ଭେରିଏବଲ୍ PASSWORDରେ ଥିବା ଭାଲ୍ୟୁ ସହିତ ପାସୱର୍ଡ ମିଶେ
05:15 ତେଣୁ Prompt, Welcome ବାର୍ତ୍ତା ପ୍ରଦର୍ଶିତ କରେ
05:19 ଏବେ ଚାଲନ୍ତୁ, ପୁଣିଥରେ ସ୍କ୍ରିପ୍ଟକୁ ନିଷ୍ପାଦନ କରିବା
05:21 ଅପ୍-ଆରୋ କୀ ଦାବନ୍ତୁ
05:24 ଡଟ୍ ସ୍ଲାଶ୍ nestedifelse.shକୁ ଯାଆନ୍ତୁ
05:29 ଏଣ୍ଟର୍ ଦାବନ୍ତୁ
05:31 ଏଥରକ ଆମେ, ସେହି ନାମକୁ ଭିନ୍ନ ପାସୱର୍ଡ ସହିତ ପ୍ରବେଶ କରିବା
05:37 ତେବେ ମୁଁ, ନାମ ଭାବରେ anusha ଓ ପାସୱର୍ଡ ଭାବେ 123 ପ୍ରବେଶ କରିବି
05:44 Name ଭାଲ୍ୟୁ ମିଶିବ, ହେଲେ Password ଭାଲ୍ୟୁ ନୁହେଁ
05:49 Wrong Password ବାର୍ତ୍ତା ପ୍ରଦର୍ଶିତ ହେବ
05:53 ଏହା ପ୍ରମାଣିତ କରେ ଯେ, ପ୍ରଥମ if ଷ୍ଟେଟମେଣ୍ଟ ମଧ୍ୟରେ ଥିବା nested else ଷେଟମେଣ୍ଟ ନିଷ୍ପାଦିତ ହୋଇଥିଲା
06:01 ଚାଲନ୍ତୁ, ଆଉଥରେ ସ୍କ୍ରିପ୍ଟକୁ ନିଷ୍ପାଦନ କରିବା
06:04 ଏଥରକ ଆମେ, ନାମ ଭାବରେ swati ଦେବା
06:08 Wrong Name ବାର୍ତ୍ତା ପ୍ରଦର୍ଶିତ ହେଲା
06:12 ଏହାର କାରଣ ହେଉଛି, ପୂର୍ବରୁ ଘୋଷିତ ହୋଇଥିବା ଭାଲ୍ୟୁ anusha ସହିତ ନାମ swati ମିଶେନାହିଁ
06:19 ପ୍ରଥମ if ଷ୍ଟେଟମେଣ୍ଟରୁ Control ବାହାରି ଆସେ ଓ else ଷ୍ଟେଟମେଣ୍ଟକୁ ନିଷ୍ପାଦିତ କରେ
06:25 ଏହା, Wrong Name ବାର୍ତ୍ତା ପ୍ରିଣ୍ଟ କରେ
06:29 ଏବେ ଚାଲନ୍ତୁ, Multilevel if-else ଷ୍ଟେଟମେଣ୍ଟକୁ ଦେଖିବା
06:34 ଯଦି କଣ୍ଡିଶନ୍ 1 True ହୋଇଥାଏ, ତେବେ ଷ୍ଟେଟମେଣ୍ଟ 1 ନିଷ୍ପାଦିତ ହେବ
06:40 ଯଦି କଣ୍ଡିଶନ୍ 1 False ହୋଇଥିବ, ତେବେ କଣ୍ଡିଶନ୍ 2 ମୂଲ୍ୟାଙ୍କିତ ହେବ
06:46 ଯଦି କଣ୍ଡିଶନ୍ 2 True ହୋଇଥାଏ, ତେବେ ଷ୍ଟେଟମେଣ୍ଟ 2 ନିଷ୍ପାଦିତ ହେବ
06:52 ଆଉ ଯଦି କଣ୍ଡିଶନ୍ 2 False ହୋଇଥାଏ, ତେବେ କଣ୍ଡିଶନ୍ N ମୂଲ୍ୟାଙ୍କିତ ହେବ
06:58 ଯଦି କଣ୍ଡିଶନ୍ N True ହୋଇଥାଏ, ତେବେ ଷ୍ଟେଟମେଣ୍ଟ N ନିଷ୍ପାଦିତ ହେବ
07:03 ଆଉ ଯଦି କଣ୍ଡିଶନ୍ N False ହୋଇଥାଏ, ତେବେ ଷ୍ଟେଟମେଣ୍ଟ X ନିଷ୍ପାଦିତ ହେବ
07:10 ଏକ ଉଦାହରଣ ଦେଖନ୍ତୁ
07:12 ମୋ ପାଖରେ ଏକ କାର୍ଯ୍ୟକାରୀ ଉଦାହରଣ ଅଛି
07:14 ମୁଁ ତାହାକୁ ଖୋଲିବି. ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି multilevel ହାଇଫେନ୍ ifelse ଡଟ୍ sh
07:23 ଚାଲନ୍ତୁ, କୋଡ୍ ମାଧ୍ୟମ ଦେଇ ଯିବା
07:25 ଏହା ହେଉଛି shebang ଲାଇନ୍
07:27 mystring ହେଉଛି ଏକ ଭେରିଏବଲ୍, ଯାହା ନିଷ୍ପାଦନ ସମୟରେ ୟୁଜର୍ ଦ୍ୱାରା ଇନପୁଟ୍ ହୋଇଥିବା ଶବ୍ଦକୁ ଷ୍ଟୋର୍ କରେ
07:34 ଇନପୁଟ୍ ଷ୍ଟ୍ରିଙ୍ଗ୍ Null କି ନୁହେଁ, if କଣ୍ଡିଶନ୍ ତାହା ଯାଞ୍ଚ କରେ
07:39 ଷ୍ଟ୍ରିଙ୍ଗ୍ ର ଦୀର୍ଘତା ଶୂନ୍ କି ନୁହେଁ, - (ହାଇଫେନ୍) z ତାହା ଯାଞ୍ଚ କରେ
07:44 ଟର୍ମିନଲରେ ଟାଇପ୍ କରନ୍ତୁ: man test ଓ ବିଭିନ୍ନ ଷ୍ଟ୍ରିଙ୍ଗ୍ ତୁଳନା ଦେଖନ୍ତୁ
07:51 ଯଦି କିଛି ପ୍ରବେଶ କରାନଯାଏ, ତେବେ ଏହି echo ଷ୍ଟେଟମେଣ୍ଟ ପ୍ରିଣ୍ଟ ହେବ
07:56 ଇନପୁଟ୍ ଷ୍ଟ୍ରିଙ୍ଗ୍ ରେ raj ଅଛି କି ନାହିଁ, ପ୍ରଥମ elif କଣ୍ଡିଶନ୍ ଯାଞ୍ଚ କରେ
08:03 ଯଦି ସେଥିରେ ଥାଏ, ତେବେ ଏହି echo ଷ୍ଟେଟମେଣ୍ଟ ପ୍ରିଣ୍ଟ ହେବ
08:08 Wildcard Character ଏହା ସୁନିଶ୍ଚିତ କରେ ଯେ, raj ସହିତ ଯଦି କୌଣସି ଶବ୍ଦ ଥାଏ, ତେବେ ତାହା ଚିହ୍ନଟ ହେବ
08:15 ଇନପୁଟ୍ ଷ୍ଟ୍ରିଙ୍ଗ୍ ରେ jit ଶବ୍ଦ ଅଛି କି ନାହିଁ, ପରବର୍ତ୍ତୀ elif କଣ୍ଡିଶନ୍ ଯାଞ୍ଚ କରେ
08:22 ଯଦି ସେଥିରେ ଥାଏ, ତେବେ ଏହି echo ଷ୍ଟେଟମେଣ୍ଟ ପ୍ରିଣ୍ଟ ହେବ
08:27 ଯଦି ଉପରୋକ୍ତ ସମସ୍ତ କଣ୍ଡିଶନ୍ ବିଫଳ ହୁଏ, ତେବେ else କଣ୍ଡିଶନ୍ ନିଷ୍ପାଦିତ ହେବ
08:33 ଆଉ ଏହି ବାର୍ତ୍ତା ପ୍ରଦର୍ଶିତ ହେବ "Sorry! Input does not contain either 'raj' or 'jit'
08:41 Multilevel if-else ଷ୍ଟେଟମେଣ୍ଟର ଶେଷକୁ fi ସୂଚିତ କରେ
08:46 ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା
08:48 Terminalକୁ ଫେରିଆସନ୍ତୁ
08:51 ଟାଇପ୍ କରନ୍ତୁ: chmod ସ୍ପେସ୍ plus x ସ୍ପେସ୍ multilevel ହାଇଫେନ୍ ifelse ଡଟ୍ sh
09:00 ଟାଇପ୍ କରନ୍ତୁ ଡଟ୍ ସ୍ଲାଶ୍ multilevel ହାଇଫେନ୍ ifelse ଡଟ୍ sh
09:06 ଆମକୁ ଗୋଟିଏ ଇନପୁଟ୍ ପାଇଁ କୁହାଯିବ
09:09 ଚାଲନ୍ତୁ, ଭିନ୍ନ ଇନପୁଟ୍ ଦେବା ଓ ପ୍ରତ୍ୟେକ ଥର କ’ଣ ହେଉଛି ଦେଖିବା
09:14 ପ୍ରଥମେ, ମୁଁ କିଛି ଟାଇପ୍ ନକରି Enter ଦାବିବି
09:19 Nothing was Entered ବାର୍ତ୍ତା ପ୍ରଦର୍ଶିତ ହେଲା
09:22 ଆଉ Control, Multilevel if-else ଷ୍ଟେଟମେଣ୍ଟରୁ ବାହାରକୁ ଚାଲିଆସେ
09:28 Promptକୁ ଖାଲି କରିଦିଅନ୍ତୁ
09:30 ଏକ ଭିନ୍ନ ଇନପୁଟ୍ ସହିତ ଚାଲନ୍ତୁ ସ୍କ୍ରିପ୍ଟ ନିଷ୍ପାଦନ କରିବାକୁ ଚେଷ୍ଟା କରିବା
09:34 ଅପ୍-ଆରୋ କୀ ଦାବନ୍ତୁ
09:36 ଡଟ୍ ସ୍ଲାଶ୍ multilevel ହାଇଫେନ୍ ifelse ଡଟ୍ shକୁ ଯାଆନ୍ତୁ
09:41 ଏଣ୍ଟର୍ ଦାବନ୍ତୁ
09:43 ପ୍ରମ୍ପ୍ଟ ପ୍ରଦର୍ଶିତ କରେ Enter a Word
09:45 ମୁଁ ଟାଇପ୍ କରିବି abhijit
09:48 ପ୍ରଦର୍ଶିତ ଆଉଟପୁଟ୍ ହେଉଛି: abhijit contains word 'jit'
09:53 ଏହା ଦେଖାଏ ଯେ, ଆମ କୋଡ୍ ରେ ଥିବା ତୃତୀୟ କଣ୍ଡିଶନ୍ କୁ Controlଟି ଚାଲିଗଲା
09:59 ପ୍ରଥମ ଦୁଇଟି କଣ୍ଡିଶନ୍ ମିଶିଲା ନାହିଁ
10:03 ସମସ୍ତ କଣ୍ଡିଶନ୍ ପାଇଁ ଏହି ସମାନ ଲଜିକ୍ ଲାଗୁ ହୁଏ
10:07 ଭିନ୍ନ ଭିନ୍ନ ଇନପୁଟ୍ ସହିତ ପ୍ରୋଗ୍ରାମକୁ ନିଷ୍ପାଦନ କରିବାକୁ ଚେଷ୍ଟା କରନ୍ତୁ ଓ ପରିଣାମ ଦେଖନ୍ତୁ
10:13 ସଂକ୍ଷିପ୍ତରେ
10:15 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତଗୁଡ଼ିକର ବ୍ୟବହାର ଶିଖିଲେ:
10:18 ନାମ ଓ ପାସୱର୍ଡ ଯାଞ୍ଚ ସହିତ Nested If-Else ବ୍ୟହାର
10:23 Multilevel If-Else ଷ୍ଟେଟମେଣ୍ଟ: String Comparison ପ୍ରୋଗ୍ରାମ୍
10:28 ଏକ ଆସାଇନମେଣ୍ଟ ଭାବେ, ବିଭିନ୍ନ ବାର୍ତ୍ତା ଦେଖାଇବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ, ଯେତେବେଳେ ନମ୍ୱର୍ ଥିବ
10:34 3 ଠାରୁ ଅଧିକ, 3 ଠାରୁ କମ୍
10:37 କିମ୍ୱା 3 ସହିତ ସମାନ
10:39 କିମ୍ୱା ଯେତେବେଳେ ୟୁଜର୍ ଇନପୁଟ୍ ଖାଲିଥିବ
10:42 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
10:45 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:48 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:53 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:55 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
10:58 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
11:02 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
11:09 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
11:13 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:20 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
11:26 ଆଇଆଇଟି ବମ୍ୱେ ତରଫରୁ
11:31 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep