BASH/C2/Nested-and-multilevel-if-elsif-statements/Oriya
From Script | Spoken-Tutorial
| |
|
| 00:00 | ବନ୍ଧୁଗଣ, Bashରେ Nested ଓ Multilevel If Statement ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:09 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
| 00:12 | ନେଷ୍ଟେଡ୍ if-else ଓ |
| 00:14 | Multilevel If-Else ଷ୍ଟେଟମେଣ୍ଟ |
| 00:17 | କେତେକ ଉଦାହରଣ ବ୍ୟବହାର କରି ଆମେ ଏହାକୁ କରିବା |
| 00:22 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ Linux Operating System ସହିତ |
| 00:28 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:35 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
| 00:38 | ଉବୁଣ୍ଟୁ ଲିନକ୍ସ 12.04 OS ଓ |
| 00:42 | GNU Bash ଭର୍ସନ୍ 4.1.10 |
| 00:46 | ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି |
| 00:52 | ଚାଲନ୍ତୁ, ଏବେ Nested If-Else ଷ୍ଟେଟମେଣ୍ଟର ଫ୍ଲୋ କୁ ବୁଝିବା |
| 00:57 | ଏଠାରେ, ଯଦି କଣ୍ଡିଶନ୍ 1 True ହୋଇଥାଏ, ତେବେ କଣ୍ଡିଶନ୍ 2 ର ମୂଲ୍ୟାଙ୍କନ ହେବ |
| 01:04 | ଯଦି କଣ୍ଡିଶନ୍ 2 True ହୋଇଥାଏ, ତେବେ ଷ୍ଟେଟମେଣ୍ଟ 1 ନିଷ୍ପାଦିତ ହେବ |
| 01:10 | ତାହାର ଅର୍ଥ, କେବେଳ ଯେତେବେଳେ ଉଭୟ କଣ୍ଡିଶନ୍ 1 ଓ 2 True ହୋଇଥିବ, ତେବେ ଷ୍ଟେଟମେଣ୍ଟ 1 ନିଷ୍ପାଦିତ ହେବ |
| 01:19 | ଯଦି କଣ୍ଡିଶନ୍ 1 False ହୋଇଥାଏ, ତେବେ ଷ୍ଟେଟମେଣ୍ଟ 3 ନିଷ୍ପାଦିତ ହେବ |
| 01:25 | ଯଦି କଣ୍ଡିଶନ୍ 2 False ହୋଇଥାଏ, ତେବେ ଷ୍ଟେଟମେଣ୍ଟ 2 ନିଷ୍ପାଦିତ ହେବ |
| 01:31 | ଚାଲନ୍ତୁ, ଏକ ଉଦାହରଣ ଦେଖିବା |
| 01:33 | nestedifelse.sh ନାମକ ଫାଇଲରେ ମୁଁ କୋଡ୍ ଲେଖିସାରିଛି |
| 01:38 | ମୁଁ ତାହାକୁ ଖୋଲିବି |
| 01:40 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
| 01:43 | ଏହା ହେଉଛି shebang ଲାଇନ୍ |
| 01:45 | ଭେରିଏବଲ୍ NAMEକୁ ଭାଲ୍ୟୁ anusha ଆସାଇନ୍ କରାଯାଇଛି |
| 01:50 | ଭେରିଏବଲ୍ PASSWORDକୁ ଭାଲ୍ୟୁ abc123 ଆସାଇନ୍ କରାଯାଇଛି |
| 01:56 | read କମାଣ୍ଡ, ଷ୍ଟାଣ୍ଡାର୍ଡ ଇନପୁଟରୁ ଡେଟାର ଗୋଟିଏ ଲାଇନ୍ ପଢେ |
| 02:02 | - (ହାଇଫେନ୍) p ଫ୍ଲାଗ୍, Prompt ପ୍ରଦର୍ଶିତ କରେ |
| 02:05 | - (ହାଇଫେନ୍) p ପରେ ଥିବା ଷ୍ଟ୍ରିଙ୍ଗ୍, Enter Name: ଟର୍ମିନଲ୍ ରେ ପ୍ରଦର୍ଶିତ ହେବ |
| 02:11 | myname ହେଉଛି ଏକ ଭେରିଏବଲ୍, ଯାହା ୟୁଜର୍ ଦ୍ୱାରା ପ୍ରବେଶ କରାଯାଇଥିବା ଟେକ୍ସଟ୍, ଅର୍ଥାତ୍ ୟୁଜର୍ ଇନପୁଟ୍ ଷ୍ଟୋର୍ କରେ |
| 02:18 | ପ୍ରଥମ if ଷ୍ଟେଟମେଣ୍ଟ, ଦୁଇ ଭେରିଏବଲ୍ myname ଓ NAMEକୁ ତୁଳନା କରେ |
| 02:24 | ଅର୍ଥାତ୍, ୟୁଜର୍ ଇନପୁଟ୍ ଓ ଭେରିଏବଲ୍ Nameରେ ଷ୍ଟୋର୍ ହୋଇଥିବା ଭାଲ୍ୟୁ, ଯାହା ହେଉଛି anusha |
| 02:31 | ଯଦି ଦୁଇଟିଯାକ ଭାଲ୍ୟୁ ମିଶେ, ତେବେ ଏହି if ଷ୍ଟେଟମେଣ୍ଟରେ ଥିବା ଅବଶିଷ୍ଟ କୋଡ୍ ମୂଲ୍ୟାଙ୍କିତ ହେବ |
| 02:38 | read କମାଣ୍ଡ, ଭେରିଏବଲ୍ mypasswordରେ ପ୍ରବେଶ କରାଯାଇଥିବା ପାସୱର୍ଡକୁ ପଢେ ଓ ଷ୍ଟୋର୍ କରେ |
| 02:46 | ଏଠାରେ, - (ହାଇଫେନ୍) s ଫ୍ଲାଗ୍ ହେଉଛି ସାଇଲେଣ୍ଟ ମୋଡ୍ ପାଇଁ |
| 02:49 | ଏହାର ଅର୍ଥ, ୟୁଜର୍ ଙ୍କ ଦ୍ୱାରା ପ୍ରବେଶ କରାଯାଇଥିବା ଟେକ୍ସଟ୍, ଟର୍ମିନଲ୍ ରେ ପ୍ରଦର୍ଶିତ ହେବନାହିଁ |
| 02:56 | ଏଠାରେ, ଆମ ପାଖରେ if-else ଷ୍ଟେଟମେଣ୍ଟର ଆଉ ଗୋଟିଏ ସେଟ୍ ଅଛି |
| 02:59 | if-else ଷ୍ଟେଟମେଣ୍ଟର ଏହି ସେଟ୍, ପ୍ରଥମ if ଷ୍ଟେଟମେଣ୍ଟ ମଧ୍ୟରେ ନେଷ୍ଟେଡ୍ ହୋଇଛି |
| 03:05 | ଦ୍ୱିତୀୟ if ଷ୍ଟେଟମେଣ୍ଟ, ଭେରିଏବଲ୍ mypassword ଓ PASSWORDକୁ ତୁଳନା କରେ |
| 03:12 | if କଣ୍ଡିଶନ୍ True ହୋଇଥିଲେ, Echo, ଟର୍ମିନଲ୍ ଉପରେ Welcome ବାର୍ତ୍ତା ପ୍ରଦର୍ଶିତ କରେ |
| 03:18 | ଅର୍ଥାତ୍, ପାସୱର୍ଡ ମିଶିଗଲା |
| 03:21 | ବ୍ୟାକସ୍ଲାଶ୍ ଏସ୍କେପ୍ ର ବ୍ୟାଖ୍ୟାକୁ ହାଇଫେନ୍ e ସକ୍ଷମ କରିଥାଏ |
| 03:27 | \nର ଅର୍ଥ ହେଉଛି, New Line, ଯାହା ଷ୍ଟ୍ରିଙ୍ଗ୍ Welcome, ନୂଆ ଲାଇନରେ ପ୍ରିଣ୍ଟ ହେବାକୁ ବୁଝାଏ |
| 03:35 | ଯେତେବେଳେ if କଣ୍ଡିଶନ୍ True ହୋଇନଥାଏ, ସେତେବେଳେ else କଣ୍ଡିଶନ୍ ନିଷ୍ପାଦିତ ହେବ |
| 03:42 | ଅର୍ଥାତ୍, ଯେତେବେଳେ ପାସୱର୍ଡ ନମିଶେ, else କଣ୍ଡିଶନ୍ ନିଷ୍ପାଦିତ ହେବ |
| 03:48 | ଏହି ମାମଲାରେ echo, Wrong Password ପ୍ରଦର୍ଶିତ କରେ |
| 03:53 | fi, ଭିତର if-else ଷ୍ଟେଟମେଣ୍ଟକୁ ସମାପ୍ତ କରେ |
| 03:57 | ଆମର ପ୍ରଥମ if-else ଷ୍ଟେଟମେଣ୍ଟକୁ ଫେରିଆସନ୍ତୁ |
| 04:01 | ଯଦି myname ଓ NAMEରେ ଥିବା ଭାଲ୍ୟୁ ନମିଶେ, ତେବେ ଏହି else ଷ୍ଟେଟମେଣ୍ଟ ନିଷ୍ପାଦିତ ହେବ |
| 04:09 | ଏହା, ଟର୍ମିନଲ୍ ରେ Wrong Name ବାର୍ତ୍ତାକୁ echo କରିବ |
| 04:14 | fi, ବାହାର if-else ଷ୍ଟେଟମେଣ୍ଟକୁ ସମାପ୍ତ କରେ |
| 04:18 | ଏବେ, ନିଜ କୀବୋର୍ଡରେ ଏକାସଙ୍ଗରେ Ctrl+Alt+T ଦାବି Terminal Window ଖୋଲନ୍ତୁ |
| 04:27 | ଏବେ ଫାଇଲକୁ ନିଷ୍ପାଦନଯୋଗ୍ୟ କରନ୍ତୁ |
| 04:29 | ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ nestedifelse.sh |
| 04:38 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ nestedifelse.sh |
| 04:43 | ପ୍ରୋଗ୍ରାମ୍, ଦୁଇଟି କଣ୍ଡିଶନ୍ କୁ ଯାଞ୍ଚ କରେ |
| 04:46 | ଯାହା ହେଉଛି Name ଓ Password |
| 04:48 | ଯେତେବେଳେ ଏହା ଟର୍ମିନଲ୍ ରେ ନିଷ୍ପାଦିତ ହୁଏ |
| 04:52 | ଏଠାରେ, Prompt ପ୍ରଦର୍ଶିତ କରେ Enter Name: |
| 04:55 | anusha ଟାଇପ୍ କରନ୍ତୁ |
| 04:57 | ଯେହେତୁ ଏହି କଣ୍ଡିଶନ୍ True ଅଟେ, ପରବର୍ତ୍ତୀ if କଣ୍ଡିଶନ୍ ମୂଲ୍ୟାଙ୍କିତ ହେବ |
| 05:02 | ଏବେ, Prompt କହୁଛି Password |
| 05:05 | ମୁଁ ପାସୱର୍ଡ ଭାବେ abc123 ଦେବି |
| 05:10 | ଭେରିଏବଲ୍ PASSWORDରେ ଥିବା ଭାଲ୍ୟୁ ସହିତ ପାସୱର୍ଡ ମିଶେ |
| 05:15 | ତେଣୁ Prompt, Welcome ବାର୍ତ୍ତା ପ୍ରଦର୍ଶିତ କରେ |
| 05:19 | ଏବେ ଚାଲନ୍ତୁ, ପୁଣିଥରେ ସ୍କ୍ରିପ୍ଟକୁ ନିଷ୍ପାଦନ କରିବା |
| 05:21 | ଅପ୍-ଆରୋ କୀ ଦାବନ୍ତୁ |
| 05:24 | ଡଟ୍ ସ୍ଲାଶ୍ nestedifelse.shକୁ ଯାଆନ୍ତୁ |
| 05:29 | ଏଣ୍ଟର୍ ଦାବନ୍ତୁ |
| 05:31 | ଏଥରକ ଆମେ, ସେହି ନାମକୁ ଭିନ୍ନ ପାସୱର୍ଡ ସହିତ ପ୍ରବେଶ କରିବା |
| 05:37 | ତେବେ ମୁଁ, ନାମ ଭାବରେ anusha ଓ ପାସୱର୍ଡ ଭାବେ 123 ପ୍ରବେଶ କରିବି |
| 05:44 | Name ଭାଲ୍ୟୁ ମିଶିବ, ହେଲେ Password ଭାଲ୍ୟୁ ନୁହେଁ |
| 05:49 | Wrong Password ବାର୍ତ୍ତା ପ୍ରଦର୍ଶିତ ହେବ |
| 05:53 | ଏହା ପ୍ରମାଣିତ କରେ ଯେ, ପ୍ରଥମ if ଷ୍ଟେଟମେଣ୍ଟ ମଧ୍ୟରେ ଥିବା nested else ଷେଟମେଣ୍ଟ ନିଷ୍ପାଦିତ ହୋଇଥିଲା |
| 06:01 | ଚାଲନ୍ତୁ, ଆଉଥରେ ସ୍କ୍ରିପ୍ଟକୁ ନିଷ୍ପାଦନ କରିବା |
| 06:04 | ଏଥରକ ଆମେ, ନାମ ଭାବରେ swati ଦେବା |
| 06:08 | Wrong Name ବାର୍ତ୍ତା ପ୍ରଦର୍ଶିତ ହେଲା |
| 06:12 | ଏହାର କାରଣ ହେଉଛି, ପୂର୍ବରୁ ଘୋଷିତ ହୋଇଥିବା ଭାଲ୍ୟୁ anusha ସହିତ ନାମ swati ମିଶେନାହିଁ |
| 06:19 | ପ୍ରଥମ if ଷ୍ଟେଟମେଣ୍ଟରୁ Control ବାହାରି ଆସେ ଓ else ଷ୍ଟେଟମେଣ୍ଟକୁ ନିଷ୍ପାଦିତ କରେ |
| 06:25 | ଏହା, Wrong Name ବାର୍ତ୍ତା ପ୍ରିଣ୍ଟ କରେ |
| 06:29 | ଏବେ ଚାଲନ୍ତୁ, Multilevel if-else ଷ୍ଟେଟମେଣ୍ଟକୁ ଦେଖିବା |
| 06:34 | ଯଦି କଣ୍ଡିଶନ୍ 1 True ହୋଇଥାଏ, ତେବେ ଷ୍ଟେଟମେଣ୍ଟ 1 ନିଷ୍ପାଦିତ ହେବ |
| 06:40 | ଯଦି କଣ୍ଡିଶନ୍ 1 False ହୋଇଥିବ, ତେବେ କଣ୍ଡିଶନ୍ 2 ମୂଲ୍ୟାଙ୍କିତ ହେବ |
| 06:46 | ଯଦି କଣ୍ଡିଶନ୍ 2 True ହୋଇଥାଏ, ତେବେ ଷ୍ଟେଟମେଣ୍ଟ 2 ନିଷ୍ପାଦିତ ହେବ |
| 06:52 | ଆଉ ଯଦି କଣ୍ଡିଶନ୍ 2 False ହୋଇଥାଏ, ତେବେ କଣ୍ଡିଶନ୍ N ମୂଲ୍ୟାଙ୍କିତ ହେବ |
| 06:58 | ଯଦି କଣ୍ଡିଶନ୍ N True ହୋଇଥାଏ, ତେବେ ଷ୍ଟେଟମେଣ୍ଟ N ନିଷ୍ପାଦିତ ହେବ |
| 07:03 | ଆଉ ଯଦି କଣ୍ଡିଶନ୍ N False ହୋଇଥାଏ, ତେବେ ଷ୍ଟେଟମେଣ୍ଟ X ନିଷ୍ପାଦିତ ହେବ |
| 07:10 | ଏକ ଉଦାହରଣ ଦେଖନ୍ତୁ |
| 07:12 | ମୋ ପାଖରେ ଏକ କାର୍ଯ୍ୟକାରୀ ଉଦାହରଣ ଅଛି |
| 07:14 | ମୁଁ ତାହାକୁ ଖୋଲିବି. ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି multilevel ହାଇଫେନ୍ ifelse ଡଟ୍ sh |
| 07:23 | ଚାଲନ୍ତୁ, କୋଡ୍ ମାଧ୍ୟମ ଦେଇ ଯିବା |
| 07:25 | ଏହା ହେଉଛି shebang ଲାଇନ୍ |
| 07:27 | mystring ହେଉଛି ଏକ ଭେରିଏବଲ୍, ଯାହା ନିଷ୍ପାଦନ ସମୟରେ ୟୁଜର୍ ଦ୍ୱାରା ଇନପୁଟ୍ ହୋଇଥିବା ଶବ୍ଦକୁ ଷ୍ଟୋର୍ କରେ |
| 07:34 | ଇନପୁଟ୍ ଷ୍ଟ୍ରିଙ୍ଗ୍ Null କି ନୁହେଁ, if କଣ୍ଡିଶନ୍ ତାହା ଯାଞ୍ଚ କରେ |
| 07:39 | ଷ୍ଟ୍ରିଙ୍ଗ୍ ର ଦୀର୍ଘତା ଶୂନ୍ କି ନୁହେଁ, - (ହାଇଫେନ୍) z ତାହା ଯାଞ୍ଚ କରେ |
| 07:44 | ଟର୍ମିନଲରେ ଟାଇପ୍ କରନ୍ତୁ: man test ଓ ବିଭିନ୍ନ ଷ୍ଟ୍ରିଙ୍ଗ୍ ତୁଳନା ଦେଖନ୍ତୁ |
| 07:51 | ଯଦି କିଛି ପ୍ରବେଶ କରାନଯାଏ, ତେବେ ଏହି echo ଷ୍ଟେଟମେଣ୍ଟ ପ୍ରିଣ୍ଟ ହେବ |
| 07:56 | ଇନପୁଟ୍ ଷ୍ଟ୍ରିଙ୍ଗ୍ ରେ raj ଅଛି କି ନାହିଁ, ପ୍ରଥମ elif କଣ୍ଡିଶନ୍ ଯାଞ୍ଚ କରେ |
| 08:03 | ଯଦି ସେଥିରେ ଥାଏ, ତେବେ ଏହି echo ଷ୍ଟେଟମେଣ୍ଟ ପ୍ରିଣ୍ଟ ହେବ |
| 08:08 | Wildcard Character ଏହା ସୁନିଶ୍ଚିତ କରେ ଯେ, raj ସହିତ ଯଦି କୌଣସି ଶବ୍ଦ ଥାଏ, ତେବେ ତାହା ଚିହ୍ନଟ ହେବ |
| 08:15 | ଇନପୁଟ୍ ଷ୍ଟ୍ରିଙ୍ଗ୍ ରେ jit ଶବ୍ଦ ଅଛି କି ନାହିଁ, ପରବର୍ତ୍ତୀ elif କଣ୍ଡିଶନ୍ ଯାଞ୍ଚ କରେ |
| 08:22 | ଯଦି ସେଥିରେ ଥାଏ, ତେବେ ଏହି echo ଷ୍ଟେଟମେଣ୍ଟ ପ୍ରିଣ୍ଟ ହେବ |
| 08:27 | ଯଦି ଉପରୋକ୍ତ ସମସ୍ତ କଣ୍ଡିଶନ୍ ବିଫଳ ହୁଏ, ତେବେ else କଣ୍ଡିଶନ୍ ନିଷ୍ପାଦିତ ହେବ |
| 08:33 | ଆଉ ଏହି ବାର୍ତ୍ତା ପ୍ରଦର୍ଶିତ ହେବ "Sorry! Input does not contain either 'raj' or 'jit' |
| 08:41 | Multilevel if-else ଷ୍ଟେଟମେଣ୍ଟର ଶେଷକୁ fi ସୂଚିତ କରେ |
| 08:46 | ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା |
| 08:48 | Terminalକୁ ଫେରିଆସନ୍ତୁ |
| 08:51 | ଟାଇପ୍ କରନ୍ତୁ: chmod ସ୍ପେସ୍ plus x ସ୍ପେସ୍ multilevel ହାଇଫେନ୍ ifelse ଡଟ୍ sh |
| 09:00 | ଟାଇପ୍ କରନ୍ତୁ ଡଟ୍ ସ୍ଲାଶ୍ multilevel ହାଇଫେନ୍ ifelse ଡଟ୍ sh |
| 09:06 | ଆମକୁ ଗୋଟିଏ ଇନପୁଟ୍ ପାଇଁ କୁହାଯିବ |
| 09:09 | ଚାଲନ୍ତୁ, ଭିନ୍ନ ଇନପୁଟ୍ ଦେବା ଓ ପ୍ରତ୍ୟେକ ଥର କ’ଣ ହେଉଛି ଦେଖିବା |
| 09:14 | ପ୍ରଥମେ, ମୁଁ କିଛି ଟାଇପ୍ ନକରି Enter ଦାବିବି |
| 09:19 | Nothing was Entered ବାର୍ତ୍ତା ପ୍ରଦର୍ଶିତ ହେଲା |
| 09:22 | ଆଉ Control, Multilevel if-else ଷ୍ଟେଟମେଣ୍ଟରୁ ବାହାରକୁ ଚାଲିଆସେ |
| 09:28 | Promptକୁ ଖାଲି କରିଦିଅନ୍ତୁ |
| 09:30 | ଏକ ଭିନ୍ନ ଇନପୁଟ୍ ସହିତ ଚାଲନ୍ତୁ ସ୍କ୍ରିପ୍ଟ ନିଷ୍ପାଦନ କରିବାକୁ ଚେଷ୍ଟା କରିବା |
| 09:34 | ଅପ୍-ଆରୋ କୀ ଦାବନ୍ତୁ |
| 09:36 | ଡଟ୍ ସ୍ଲାଶ୍ multilevel ହାଇଫେନ୍ ifelse ଡଟ୍ shକୁ ଯାଆନ୍ତୁ |
| 09:41 | ଏଣ୍ଟର୍ ଦାବନ୍ତୁ |
| 09:43 | ପ୍ରମ୍ପ୍ଟ ପ୍ରଦର୍ଶିତ କରେ Enter a Word |
| 09:45 | ମୁଁ ଟାଇପ୍ କରିବି abhijit |
| 09:48 | ପ୍ରଦର୍ଶିତ ଆଉଟପୁଟ୍ ହେଉଛି: abhijit contains word 'jit' |
| 09:53 | ଏହା ଦେଖାଏ ଯେ, ଆମ କୋଡ୍ ରେ ଥିବା ତୃତୀୟ କଣ୍ଡିଶନ୍ କୁ Controlଟି ଚାଲିଗଲା |
| 09:59 | ପ୍ରଥମ ଦୁଇଟି କଣ୍ଡିଶନ୍ ମିଶିଲା ନାହିଁ |
| 10:03 | ସମସ୍ତ କଣ୍ଡିଶନ୍ ପାଇଁ ଏହି ସମାନ ଲଜିକ୍ ଲାଗୁ ହୁଏ |
| 10:07 | ଭିନ୍ନ ଭିନ୍ନ ଇନପୁଟ୍ ସହିତ ପ୍ରୋଗ୍ରାମକୁ ନିଷ୍ପାଦନ କରିବାକୁ ଚେଷ୍ଟା କରନ୍ତୁ ଓ ପରିଣାମ ଦେଖନ୍ତୁ |
| 10:13 | ସଂକ୍ଷିପ୍ତରେ |
| 10:15 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତଗୁଡ଼ିକର ବ୍ୟବହାର ଶିଖିଲେ: |
| 10:18 | ନାମ ଓ ପାସୱର୍ଡ ଯାଞ୍ଚ ସହିତ Nested If-Else ବ୍ୟହାର |
| 10:23 | Multilevel If-Else ଷ୍ଟେଟମେଣ୍ଟ: String Comparison ପ୍ରୋଗ୍ରାମ୍ |
| 10:28 | ଏକ ଆସାଇନମେଣ୍ଟ ଭାବେ, ବିଭିନ୍ନ ବାର୍ତ୍ତା ଦେଖାଇବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ, ଯେତେବେଳେ ନମ୍ୱର୍ ଥିବ |
| 10:34 | 3 ଠାରୁ ଅଧିକ, 3 ଠାରୁ କମ୍ |
| 10:37 | କିମ୍ୱା 3 ସହିତ ସମାନ |
| 10:39 | କିମ୍ୱା ଯେତେବେଳେ ୟୁଜର୍ ଇନପୁଟ୍ ଖାଲିଥିବ |
| 10:42 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 10:45 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 10:48 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 10:53 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 10:55 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
| 10:58 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 11:02 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 11:09 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 11:13 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 11:20 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 11:26 | ଆଇଆଇଟି ବମ୍ୱେ ତରଫରୁ |
| 11:31 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |