BASH/C2/Command-Line-arguments-and-Quoting/Oriya

From Script | Spoken-Tutorial
Revision as of 16:42, 15 March 2017 by Pradeep (Talk | contribs)

Jump to: navigation, search
Time Narration
00:01 Bashରେ କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟସ୍ ଓ କ୍ୱୋଟିଙ୍ଗ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା,
00:11 * କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟ ଓ
00:13 * କ୍ୱୋଟିଙ୍ଗ୍
00:15 ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ Linux Operating System ସହିତ ପରିଚିତ ହେବାକୁ ପଡ଼ିବ
00:20 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:26 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:29 * ଉବୁଣ୍ଟୁ ଲିନକ୍ସ 12.04 OS
00:33 GNU Bash ଭର୍ସନ୍ 4.1.10
00:37 ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି
00:43 କମାଣ୍ଡ ଲାଇନରୁ Shell Script, ଆର୍ଗୁମେଣ୍ଟସ୍ ଗ୍ରହଣ କରିପାରିବ
00:46 ଗୋଟିଏ Programକୁ ପାସ୍ କରାଯାଇଥିବା Argumentକୁ କଲ୍ କରାଯିବ
00:52 ଯେକୌଣସି ସଂଖ୍ୟକ Argumentsକୁ ଗୋଟିଏ Programକୁ ପାସ୍ କରିହେବ
00:57 ଏକାସାଙ୍ଗରେ Ctrl, Alt ଓ T କୀ ଦାବି ଟର୍ମିନାଲ୍ ଖୋଲନ୍ତୁ
01:06 arg.sh ନାମକ ଫାଇଲରେ ମୁଁ କୋଡ୍ ଲେଖିସାରିଛି
01:12 Terminalରେ ଏହି ଫାଇଲ୍ ଖୋଲିବା ପାଇଁ ଟାଇପ୍ କରନ୍ତୁ
01:16 gedit ସ୍ପେସ୍ arg.sh ସ୍ପେସ୍ & (ଆମ୍ପର୍ସାଣ୍ଡ ଚିହ୍ନ).
01:23 ଆମେ, Promptକୁ ଖାଲି କରିବା ପାଇଁ & (ଆମ୍ପର୍ସେଣ୍ଡ) ବ୍ୟବହାର କରୁ
01:27 ଏବେ Enter ଦାବନ୍ତୁ
01:30 text editor ଖୋଲିଗଲା
01:33 ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି
01:36 ଏହା ହେଉଛି shebang ଲାଇନ୍
01:39 ଏହି ଲାଇନ୍, Zeroth (ଯିରୋଏଥ୍) argument ପ୍ରିଣ୍ଟ କରିବ
01:43 ଏଠାରେ, $0 (ଡଲାର୍ ଯିରୋ), Shell Scriptର ନାମ ପ୍ରିଣ୍ଟ କରିବ
01:48 ଏହା, ପ୍ରତିବଦଳରେ, କହିବ ଯେ, Programର ନାମ ହିଁ ହେଉଛି Zeroth Argument
01:55 ଏବେ ପ୍ରୋଗ୍ରାମକୁ ନିଷ୍ପାଦିତ କରି ଦେଖିବା
01:59 Terminal କୁ ଯାଆନ୍ତୁ.
02:01 ପ୍ରଥମେ, ଫାଇଲକୁ ନିଷ୍ପାଦନଯୋଗ୍ୟ କରିବା ପାଇଁ ଟାଇପ୍ କରନ୍ତୁ:
02:05 chmod ସ୍ପେସ୍ ପ୍ଲସ୍ x ସ୍ପେସ୍ arg.sh
02:12 ଏଣ୍ଟର୍ ଦାବନ୍ତୁ
02:14 ଏବେ ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ arg.sh
02:18 ଏଣ୍ଟର୍ ଦାବନ୍ତୁ
02:19 ନିମ୍ନ ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା: Zeroth argument is arg.sh
02:26 ଏବେ, Editorକୁ ଫେରିଆସି ଏଠାରେ ପ୍ରଦର୍ଶିତ ତିନୋଟି ଲାଇନ୍ସ ଟାଇପ୍ କରନ୍ତୁ
02:33 $1 (ଡଲାର୍ ୱନ୍) Command Lineରୁ Programକୁ ପାସ୍ ହୋଇଥିବା ପ୍ରଥମ Argumentକୁ ଦର୍ଶାଇଥାଏ
02:40 $2 (ଡଲାର୍ ଟୁ) Programକୁ ପାସ୍ ହୋଇଥିବା ଦ୍ୱିତୀୟ Argumentକୁ ଦର୍ଶାଇଥାଏ
02:44 ଓ $3 (ଡଲାର୍ ଥ୍ରୀ) ତୃତୀୟ Argumentକୁ ଦର୍ଶାଇଥାଏ
02:48 Save ଉପରେ କ୍ଲିକ୍ କରନ୍ତୁ
02:49 ଏବେ ପ୍ରୋଗ୍ରାମକୁ ନିଷ୍ପାଦିତ କରି ଦେଖିବା
02:52 ଅପ୍-ଆରୋ କୀ ଦାବି, Enter ଦାବନ୍ତୁ
02:57 ଦେଖନ୍ତୁ, Zeroth Argument ପ୍ରିଣ୍ଟ ହୋଇଗଲା
03:00 କିନ୍ତୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ Arguments ଖାଲି ଅଛି
03:05 ଏହାର କାରଣ ହେଉଛି, ନିଷ୍ପାଦନ ସମୟରେ Command Line Arguments ଦିଆଯାଇଛି
03:11 ତେଣୁ, ଅପ୍-ଆରି କୀ ଦାବି ଟାଇପ୍ କରନ୍ତୁ: Sunday, monday ଓ tuesday
03:18 ଏଣ୍ଟର୍ ଦାବନ୍ତୁ
03:21 ଆପଣ ଦେଖିପାରିବେ ଯେ, ପ୍ରଥମ, ଦ୍ୱିତୀୟ ଓ ତୃତୀୟ Arguments ହେଉଛି Sunday, Monday ଓ Tuesday
03:28 Editorକୁ ଫେରିଆସନ୍ତୁ. ଏଣ୍ଟର୍ ଦାବନ୍ତୁ
03:33 ଏବେ, ଏଠାରେ ପ୍ରଦର୍ଶିତ ଲାଇନ୍ ଟାଇପ୍ କରନ୍ତୁ
03:37 $12 (ଡଲାର୍ ଟୁଏଲ୍ଭ), ଦ୍ୱାଦଶ Argumentକୁ ଦର୍ଶାଏ
03:41 9ଠାରୁ ବଡ଼ Argument ଲେଖିବା ପାଇଁ ଆମକୁ କର୍ଲୀ ବ୍ରାକେଟ୍ ବ୍ୟବହାର କରିବାକୁ ପଡ଼ିବ
03:46 ଅନ୍ୟଥା Bash, କେବଳ "ଦଶମ ସ୍ଥାନରେ" ଥିବା ଇଣ୍ଟିଜର୍ ର Argument ନେବ
03:53 ଆଉ ଆପଣ ଆଶାନୁରୂପ Output ପାଇବେ ନାହିଁ
03:57 Save ଉପରେ କ୍ଲିକ୍ କରନ୍ତୁ
03:59 ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା
04:01 Terminal କୁ ଯାଆନ୍ତୁ.
04:04 ଏବେ Promptକୁ ଖାଲି କରିଦିଅନ୍ତୁ
04:07 ବର୍ତ୍ତମାନ ଆମେ, ପ୍ରୋଗ୍ରାମକୁ 12 କିମ୍ୱା 13 Arguments ଦେବା
04:12 ତେଣୁ ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ arg.sh ସ୍ପେସ୍ 1 to 13. ଏବେ Enter ଦାବନ୍ତୁ
04:23 ଆପଣ ଦେଖିପାରିବେ ଯେ, ଦ୍ୱାଦଶ Argument ହେଉଛି 12
04:27 Editorକୁ ଫେରିଆସନ୍ତୁ
04:30 ଆଉ, ଏଠାରେ ପ୍ରଦର୍ଶିତ ଲାଇନ୍ ଟାଇପ୍ କରନ୍ତୁ
04:34 $# (ଡଲାର୍ ହାଶ୍), ଗୋଟିଏ ପ୍ରୋଗ୍ରାମକୁ ପାସ୍ ହୋଇଥିବା Argumentଗୁଡ଼ିକର ସମୁଦାୟ ସଂଖ୍ୟା ଦେଇଥାଏ
04:40 Save ଉପରେ କ୍ଲିକ୍ କରନ୍ତୁ
04:43 ଚାଲନ୍ତୁ, ନିଷ୍ପାଦନ କରିବା.
04:44 Terminal କୁ ଯାଆନ୍ତୁ.
04:46 ଏବେ, ନିଷ୍ପାଦନ କରନ୍ତୁ. ଅପ୍-ଆରୋ କୀ ଦାବନ୍ତୁ ଓ Enter ଦାବନ୍ତୁ
04:52 ଆମେ ଦେଖିପାରୁଛେ ଯେ, ସମୁଦାୟ Arguments ହେଉଛି 13
04:57 ଏବେ, Editorକୁ ଯାଆନ୍ତୁ.
05:00 Enter ଦାବନ୍ତୁ ଆଉ, ଏଠାରେ ପ୍ରଦର୍ଶିତ ଲାଇନଗୁଡ଼ିକୁ ଟାଇପ୍ କରନ୍ତୁ
05:04 $* (ଡଲାର୍ ଆଷ୍ଟ୍ରିକ୍ସ), ଗୋଟିଏ ସିଙ୍ଗଲ୍ ଲାଇନ୍ ଉପରେ ସମସ୍ତ Arguments ପ୍ରିଣ୍ଟ କରିବ
05:10 ଆମେ, ଏକ ସରଳ For Loop ସାହାଯ୍ୟରେ ଏହାକୁ ପରୀକ୍ଷା କରିବା
05:14 ନିଷ୍ପାଦନ ସମୟରେ ଆମେ ଏହି For Loopର ବିଶ୍ଳେଷଣ କରିବା
05:18 Save ଉପରେ କ୍ଲିକ୍ କରନ୍ତୁ. Terminal କୁ ଯାଆନ୍ତୁ.
05:22 Promptକୁ ଖାଲି କରିଦିଅନ୍ତୁ
05:26 ଏବେ, ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ arg.sh ସ୍ପେସ୍ sunday monday ଓ tuesday
05:35 ଏଣ୍ଟର୍ ଦାବନ୍ତୁ
05:38 ଆପଣ ଦେଖିପାରିବେ ଯେ, ଆମର ପ୍ରୋଗ୍ରାମକୁ ଆମେ 3ଟି Arguments ପାସ୍ କରିଥିବାରୁ Argumentsର ସମୁଦାୟ ସଂଖ୍ୟା ହେଉଛି 3
05:46 ଯେପରି ପୂର୍ବରୁ କୁହାଯାଇସାରିଛି, $* (ଡଲାର୍ ଆଷ୍ଟ୍ରିକ୍ସ), ଗୋଟିଏ ସିଙ୍ଗଲ୍ ଲାଇନ୍ ଉପରେ ସମସ୍ତ Arguments ପ୍ରିଣ୍ଟ କରିବ
05:54 ଆଉ ଏହା ହେଉଛି For Loop ପାଇଁ Output
05:57 ଦେଖନ୍ତୁ, ଗୋଟିଏ ସିଙ୍ଗଲ୍ ଲାଇନ୍ ଉପରେ ସମସ୍ତ Arguments ପ୍ରିଣ୍ଟ ହୋଇଯାଇଛି
06:02 ଏବେ, ଆମ ପ୍ରୋଗ୍ରାମକୁ ଫେରିଆସି ଏଠାରେ ପ୍ରଦର୍ଶିତ ତିନୋଟି ଲାଇନ୍ସ ଟାଇପ୍ କରନ୍ତୁ
06:09 $@ (ଡଲାର୍ ଆଟ୍) ମଧ୍ୟ ସମସ୍ତ Arguments ପ୍ରିଣ୍ଟ କରିବ
06:13 ଅବଶ୍ୟ, ଏଥରକ ପ୍ରତ୍ୟେକ Argument ପୃଥକ୍ ଲାଇନ୍ ଉପରେ ପ୍ରିଣ୍ଟ ହେବ
06:20 ଏହା ହେଉଛି ଆଉ ଗୋଟିଏ For Loop, ଯାହା ପ୍ରତ୍ୟେକ Argumentକୁ ପୃଥକ୍ ଲାଇନରେ ପ୍ରିଣ୍ଟ କରିବ
06:26 ଚାଲନ୍ତୁ ଦେଖିବା କିପରି. Save ଉପରେ କ୍ଲିକ୍ କରନ୍ତୁ
06:29 Terminal କୁ ଯାଆନ୍ତୁ.
06:32 ଅପ୍-ଆରୋ କୀ ଦାବନ୍ତୁ
06:34 ଏଣ୍ଟର୍ ଦାବନ୍ତୁ. ଆପଣ ଏବେ ପାର୍ଥକ୍ୟ ଦେଖିପାରିବେ
06:39 ଏହିଗୁଡ଼ିକ ହେଉଛି $@ ଦ୍ୱାରା ପ୍ରିଣ୍ଟ ହୋଇଥିବା Arguments
06:43 $@, ପ୍ରତ୍ୟେକ Argumentକୁ ପୃଥକ୍ ଲାଇନ୍ ଉପରେ ପ୍ରିଣ୍ଟ କରେ
06:47 ଆଉ ଏହା ହେଉଛି 2ୟ For Loop ପାଇଁ Output
06:52 ଏବେ ଚାଲନ୍ତୁ, Bashରେ ଥିବା Quotingକୁ ଯିବା
06:55 Slides କୁ ଯାଆନ୍ତୁ.
06:57 ସେଥିରେ ତିନି ପ୍ରକାରର କ୍ୱୋଟ୍ସ ଅଛି:
06:59 * ଡବଲ୍ କ୍ୱୋଟ୍
07:00 * ସିଙ୍ଗଲ୍ କ୍ୱୋଟ୍
07:02 * ଓ ବ୍ୟାକ୍ ସ୍ଲାଶ୍
07:03 ଡବଲ୍ କ୍ୱୋଟ୍ Variables ଓ Commandsର ଭାଲ୍ୟୁକୁ ବଦଳାଇଥାଏ
07:09 ଉଦାହରଣ echo Username is $USER
07:13 ଏହା, ସିଷ୍ଟମର Username ପ୍ରଦର୍ଶିତ କରେ
07:17 Terminal କୁ ଯାଆନ୍ତୁ.
07:20 Promptକୁ ଖାଲି କରିଦିଅନ୍ତୁ
07:23 ଏବେ ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ Username is dollar ବଡ଼ ଅକ୍ଷରରେ USER
07:34 ଏଣ୍ଟର୍ ଦାବନ୍ତୁ
07:35 ସିଷ୍ଟମର Username ପ୍ରିଣ୍ଟ ହୋଇଗଲା
07:39 ଆପଣଙ୍କର ସିଷ୍ଟମ୍ ଅନୁସାରେ Output ଭିନ୍ନ ହେବ
07:42 ଏବେ, Slidesକୁ ଫେରିଆସନ୍ତୁ
07:46 ଏକ ପ୍ରଦତ୍ତ Stringର ପ୍ରତ୍ୟେକ କ୍ୟାରେକ୍ଟରର ଆକ୍ଷରିକ ଅର୍ଥକୁ Single Quotes ସଂରକ୍ଷିତ ରଖିଥାଏ
07:53 ଏହା, ସମସ୍ତ କ୍ୟାରେକ୍ଟର୍ସର ବିଶେଷ ଅର୍ଥକୁ ବନ୍ଦ କରିବା ପାଇଁ ବ୍ୟବହୃତ ହୋଇଥାଏ
07:58 Terminal କୁ ଯାଆନ୍ତୁ.
08:01 ଟାଇପ୍ କରନ୍ତୁ: echo ସ୍ପେସ୍ ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ Username is dollar ବଡ଼ ଅକ୍ଷରରେ USER
08:10 ଏଣ୍ଟର୍ ଦାବନ୍ତୁ
08:12 ଆଉଟପୁଟ୍ ହେଉଛି Username is $USER
08:16 ଏହି ଉଦାହରଣରେ, ଏହା, ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ ଥିବା ସମସ୍ତ କ୍ୟାରେକ୍ଟର୍ସକୁ ପ୍ରିଣ୍ଟ କରିଥାଏ
08:23 ଏହା, Variable $USERର ଭାଲ୍ୟୁ ବଦଳାଏ ନାହିଁ
08:28 Slidesକୁ ଫେରିଆସନ୍ତୁ
08:31 ଗୋଟିଏ ସିଙ୍ଗଲ୍ କ୍ୟାରେକ୍ଟରରୁ ବିଶେଷ ଅର୍ଥକୁ Backslash କାଢ଼ିଦିଏ
08:37 ଏହା, Bashରେ ଏକ Escape Character ଭାବେ ବ୍ୟବହୃତ ହୋଇଥାଏ
08:42 Terminal କୁ ଯାଆନ୍ତୁ.
08:44 ଏବେ ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ Username is backslash dollar ବଡ଼ ଅକ୍ଷରରେ USER
08:55 ଯେହେତୁ ଆମେ ଡବଲ୍ କ୍ୱୋଟ୍ସ ଦେଇଛେ, Echo କମାଣ୍ଡ, Username ପ୍ରଦର୍ଶିତ କରିବାର ଆମେ ଆଶା କରିବା
09:02 ଚାଲନ୍ତୁ ଏହି କମାଣ୍ଡକୁ ଦେଖିବା, Enter ଦାବନ୍ତୁ
09:06 ଆଉଟପୁଟ୍ ହେଉଛି Username is $USER
09:10 ଏହି ଉଦାହରଣରେ Backslash, $ (ଡଲାର୍) ଚିହ୍ନର ବିଶେଷ ଅର୍ଥକୁ କାଢ଼ିଦିଏ
09:16 $USERକୁ କୌଣସି ବିଶେଷ କାର୍ଯ୍ୟ ବିନା ଏକ String ଭାବେ ବୁଝାଯାଏ
09:22 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
09:25 Slidesକୁ ଫେରିଆସନ୍ତୁ
09:27 ସଂକ୍ଷିପ୍ତରେ
09:28 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,
09:31 * କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟସ୍
09:33 * ଡବଲ୍ କ୍ୱୋଟ୍, ସିଙ୍ଗଲ୍ କ୍ୱୋଟ୍ ଓ ବ୍ୟାକସ୍ଲାଶ୍ ର କାର୍ଯ୍ୟକ୍ଷମତା
09:39 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
09:42 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
09:45 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:51 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି,
09:56 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:00 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:07 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:10 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro.

10:24 ଆଇଆଇଟି ବମ୍ୱେ ତରଫରୁ
10:30 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep