BASH/C2/Command-Line-arguments-and-Quoting/Oriya
From Script | Spoken-Tutorial
| Time | Narration |
| 00:01 | Bashରେ କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟସ୍ ଓ କ୍ୱୋଟିଙ୍ଗ୍ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:08 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
| 00:11 | କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟ ଓ |
| 00:13 | କ୍ୱୋଟିଙ୍ଗ୍ |
| 00:15 | ଏହି ଟ୍ୟୁଟୋରିଆଲ ଅନୁସରଣ କରିବାକୁ ଆପଣଙ୍କୁ Linux Operating System ସହିତ ପରିଚିତ ହେବାକୁ ପଡ଼ିବ |
| 00:20 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:26 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
| 00:29 | ଉବୁଣ୍ଟୁ ଲିନକ୍ସ 12.04 OS |
| 00:33 | GNU Bash ଭର୍ସନ୍ 4.1.10 |
| 00:37 | ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି |
| 00:43 | କମାଣ୍ଡ ଲାଇନରୁ Shell Script, ଆର୍ଗୁମେଣ୍ଟସ୍ ଗ୍ରହଣ କରିପାରିବ |
| 00:46 | ଗୋଟିଏ Programକୁ ପାସ୍ କରାଯାଇଥିବା Argumentକୁ କଲ୍ କରାଯିବ |
| 00:52 | ଯେକୌଣସି ସଂଖ୍ୟକ Argumentsକୁ ଗୋଟିଏ Programକୁ ପାସ୍ କରିହେବ |
| 00:57 | ଏକାସାଙ୍ଗରେ Ctrl, Alt ଓ T କୀ ଦାବି ଟର୍ମିନାଲ୍ ଖୋଲନ୍ତୁ |
| 01:06 | arg.sh ନାମକ ଫାଇଲରେ ମୁଁ କୋଡ୍ ଲେଖିସାରିଛି |
| 01:12 | Terminalରେ ଏହି ଫାଇଲ୍ ଖୋଲିବା ପାଇଁ ଟାଇପ୍ କରନ୍ତୁ |
| 01:16 | gedit ସ୍ପେସ୍ arg.sh ସ୍ପେସ୍ & (ଆମ୍ପର୍ସାଣ୍ଡ ଚିହ୍ନ). |
| 01:23 | ଆମେ, Promptକୁ ଖାଲି କରିବା ପାଇଁ & (ଆମ୍ପର୍ସେଣ୍ଡ) ବ୍ୟବହାର କରୁ |
| 01:27 | ଏବେ Enter ଦାବନ୍ତୁ |
| 01:30 | text editor ଖୋଲିଗଲା |
| 01:33 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
| 01:36 | ଏହା ହେଉଛି shebang ଲାଇନ୍ |
| 01:39 | ଏହି ଲାଇନ୍, Zeroth (ଯିରୋଏଥ୍) argument ପ୍ରିଣ୍ଟ କରିବ |
| 01:43 | ଏଠାରେ, $0 (ଡଲାର୍ ଯିରୋ), Shell Scriptର ନାମ ପ୍ରିଣ୍ଟ କରିବ |
| 01:48 | ଏହା, ପ୍ରତିବଦଳରେ, କହିବ ଯେ, Programର ନାମ ହିଁ ହେଉଛି Zeroth Argument |
| 01:55 | ଏବେ ପ୍ରୋଗ୍ରାମକୁ ନିଷ୍ପାଦିତ କରି ଦେଖିବା |
| 01:59 | Terminal କୁ ଯାଆନ୍ତୁ. |
| 02:01 | ପ୍ରଥମେ, ଫାଇଲକୁ ନିଷ୍ପାଦନଯୋଗ୍ୟ କରିବା ପାଇଁ ଟାଇପ୍ କରନ୍ତୁ: |
| 02:05 | chmod ସ୍ପେସ୍ ପ୍ଲସ୍ x ସ୍ପେସ୍ arg.sh |
| 02:12 | ଏଣ୍ଟର୍ ଦାବନ୍ତୁ |
| 02:14 | ଏବେ ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ arg.sh |
| 02:18 | ଏଣ୍ଟର୍ ଦାବନ୍ତୁ ନିମ୍ନ ଭାବରେ ଆଉଟପୁଟ୍ ପ୍ରଦର୍ଶିତ ହେଲା: Zeroth argument is arg.sh |
| 02:26 | ଏବେ, Editorକୁ ଫେରିଆସି ଏଠାରେ ପ୍ରଦର୍ଶିତ ତିନୋଟି ଲାଇନ୍ସ ଟାଇପ୍ କରନ୍ତୁ |
| 02:33 | $1 (ଡଲାର୍ ୱନ୍) Command Lineରୁ Programକୁ ପାସ୍ ହୋଇଥିବା ପ୍ରଥମ Argumentକୁ ଦର୍ଶାଇଥାଏ |
| 02:40 | $2 (ଡଲାର୍ ଟୁ) Programକୁ ପାସ୍ ହୋଇଥିବା ଦ୍ୱିତୀୟ Argumentକୁ ଦର୍ଶାଇଥାଏ |
| 02:44 | ଓ $3 (ଡଲାର୍ ଥ୍ରୀ) ତୃତୀୟ Argumentକୁ ଦର୍ଶାଇଥାଏ |
| 02:48 | Save ଉପରେ କ୍ଲିକ୍ କରନ୍ତୁ ଏବେ ପ୍ରୋଗ୍ରାମକୁ ନିଷ୍ପାଦିତ କରି ଦେଖିବା |
| 02:52 | ଅପ୍-ଆରୋ କୀ ଦାବି, Enter ଦାବନ୍ତୁ |
| 02:57 | ଦେଖନ୍ତୁ, Zeroth Argument ପ୍ରିଣ୍ଟ ହୋଇଗଲା |
| 03:00 | କିନ୍ତୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ Arguments ଖାଲି ଅଛି |
| 03:05 | ଏହାର କାରଣ ହେଉଛି, ନିଷ୍ପାଦନ ସମୟରେ Command Line Arguments ଦିଆଯାଇଛି |
| 03:11 | ତେଣୁ, ଅପ୍-ଆରି କୀ ଦାବି ଟାଇପ୍ କରନ୍ତୁ: Sunday, monday ଓ tuesday |
| 03:18 | ଏଣ୍ଟର୍ ଦାବନ୍ତୁ |
| 03:21 | ଆପଣ ଦେଖିପାରିବେ ଯେ, ପ୍ରଥମ, ଦ୍ୱିତୀୟ ଓ ତୃତୀୟ Arguments ହେଉଛି Sunday, Monday ଓ Tuesday |
| 03:28 | Editorକୁ ଫେରିଆସନ୍ତୁ. ଏଣ୍ଟର୍ ଦାବନ୍ତୁ |
| 03:33 | ଏବେ, ଏଠାରେ ପ୍ରଦର୍ଶିତ ଲାଇନ୍ ଟାଇପ୍ କରନ୍ତୁ |
| 03:37 | $12 (ଡଲାର୍ ଟୁଏଲ୍ଭ), ଦ୍ୱାଦଶ Argumentକୁ ଦର୍ଶାଏ |
| 03:41 | 9ଠାରୁ ବଡ଼ Argument ଲେଖିବା ପାଇଁ ଆମକୁ କର୍ଲୀ ବ୍ରାକେଟ୍ ବ୍ୟବହାର କରିବାକୁ ପଡ଼ିବ |
| 03:46 | ଅନ୍ୟଥା Bash, କେବଳ "ଦଶମ ସ୍ଥାନରେ" ଥିବା ଇଣ୍ଟିଜର୍ ର Argument ନେବ |
| 03:53 | ଆଉ ଆପଣ ଆଶାନୁରୂପ Output ପାଇବେ ନାହିଁ |
| 03:57 | Save ଉପରେ କ୍ଲିକ୍ କରନ୍ତୁ |
| 03:59 | ଚାଲନ୍ତୁ, ପ୍ରୋଗ୍ରାମକୁ ନିଷ୍ପାଦନ କରିବା |
| 04:01 | Terminal କୁ ଯାଆନ୍ତୁ. |
| 04:04 | ଏବେ Promptକୁ ଖାଲି କରିଦିଅନ୍ତୁ |
| 04:07 | ବର୍ତ୍ତମାନ ଆମେ, ପ୍ରୋଗ୍ରାମକୁ 12 କିମ୍ୱା 13 Arguments ଦେବା |
| 04:12 | ତେଣୁ ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ arg.sh ସ୍ପେସ୍ 1 to 13. ଏବେ Enter ଦାବନ୍ତୁ |
| 04:23 | ଆପଣ ଦେଖିପାରିବେ ଯେ, ଦ୍ୱାଦଶ Argument ହେଉଛି 12 |
| 04:27 | Editorକୁ ଫେରିଆସନ୍ତୁ |
| 04:30 | ଆଉ, ଏଠାରେ ପ୍ରଦର୍ଶିତ ଲାଇନ୍ ଟାଇପ୍ କରନ୍ତୁ |
| 04:34 | $# (ଡଲାର୍ ହାଶ୍), ଗୋଟିଏ ପ୍ରୋଗ୍ରାମକୁ ପାସ୍ ହୋଇଥିବା Argumentଗୁଡ଼ିକର ସମୁଦାୟ ସଂଖ୍ୟା ଦେଇଥାଏ |
| 04:40 | Save ଉପରେ କ୍ଲିକ୍ କରନ୍ତୁ |
| 04:43 | ଚାଲନ୍ତୁ, ନିଷ୍ପାଦନ କରିବା.Terminal କୁ ଯାଆନ୍ତୁ. |
| 04:46 | ଏବେ, ନିଷ୍ପାଦନ କରନ୍ତୁ. ଅପ୍-ଆରୋ କୀ ଦାବନ୍ତୁ ଓ Enter ଦାବନ୍ତୁ |
| 04:52 | ଆମେ ଦେଖିପାରୁଛେ ଯେ, ସମୁଦାୟ Arguments ହେଉଛି 13 |
| 04:57 | ଏବେ, Editorକୁ ଯାଆନ୍ତୁ. |
| 05:00 | Enter ଦାବନ୍ତୁ ଆଉ, ଏଠାରେ ପ୍ରଦର୍ଶିତ ଲାଇନଗୁଡ଼ିକୁ ଟାଇପ୍ କରନ୍ତୁ |
| 05:04 | $* (ଡଲାର୍ ଆଷ୍ଟ୍ରିକ୍ସ), ଗୋଟିଏ ସିଙ୍ଗଲ୍ ଲାଇନ୍ ଉପରେ ସମସ୍ତ Arguments ପ୍ରିଣ୍ଟ କରିବ |
| 05:10 | ଆମେ, ଏକ ସରଳ For Loop ସାହାଯ୍ୟରେ ଏହାକୁ ପରୀକ୍ଷା କରିବା |
| 05:14 | ନିଷ୍ପାଦନ ସମୟରେ ଆମେ ଏହି For Loopର ବିଶ୍ଳେଷଣ କରିବା |
| 05:18 | Save ଉପରେ କ୍ଲିକ୍ କରନ୍ତୁ. Terminal କୁ ଯାଆନ୍ତୁ. |
| 05:22 | Promptକୁ ଖାଲି କରିଦିଅନ୍ତୁ |
| 05:26 | ଏବେ, ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ arg.sh ସ୍ପେସ୍ sunday monday ଓ tuesday |
| 05:35 | ଏଣ୍ଟର୍ ଦାବନ୍ତୁ |
| 05:38 | ଆପଣ ଦେଖିପାରିବେ ଯେ, ଆମର ପ୍ରୋଗ୍ରାମକୁ ଆମେ 3ଟି Arguments ପାସ୍ କରିଥିବାରୁ Argumentsର ସମୁଦାୟ ସଂଖ୍ୟା ହେଉଛି 3 |
| 05:46 | ଯେପରି ପୂର୍ବରୁ କୁହାଯାଇସାରିଛି, $* (ଡଲାର୍ ଆଷ୍ଟ୍ରିକ୍ସ), ଗୋଟିଏ ସିଙ୍ଗଲ୍ ଲାଇନ୍ ଉପରେ ସମସ୍ତ Arguments ପ୍ରିଣ୍ଟ କରିବ |
| 05:54 | ଆଉ ଏହା ହେଉଛି For Loop ପାଇଁ Output |
| 05:57 | ଦେଖନ୍ତୁ, ଗୋଟିଏ ସିଙ୍ଗଲ୍ ଲାଇନ୍ ଉପରେ ସମସ୍ତ Arguments ପ୍ରିଣ୍ଟ ହୋଇଯାଇଛି |
| 06:02 | ଏବେ, ଆମ ପ୍ରୋଗ୍ରାମକୁ ଫେରିଆସି ଏଠାରେ ପ୍ରଦର୍ଶିତ ତିନୋଟି ଲାଇନ୍ସ ଟାଇପ୍ କରନ୍ତୁ |
| 06:09 | $@ (ଡଲାର୍ ଆଟ୍) ମଧ୍ୟ ସମସ୍ତ Arguments ପ୍ରିଣ୍ଟ କରିବ |
| 06:13 | ଅବଶ୍ୟ, ଏଥରକ ପ୍ରତ୍ୟେକ Argument ପୃଥକ୍ ଲାଇନ୍ ଉପରେ ପ୍ରିଣ୍ଟ ହେବ |
| 06:20 | ଏହା ହେଉଛି ଆଉ ଗୋଟିଏ For Loop, ଯାହା ପ୍ରତ୍ୟେକ Argumentକୁ ପୃଥକ୍ ଲାଇନରେ ପ୍ରିଣ୍ଟ କରିବ |
| 06:26 | ଚାଲନ୍ତୁ ଦେଖିବା କିପରି. Save ଉପରେ କ୍ଲିକ୍ କରନ୍ତୁ |
| 06:29 | Terminal କୁ ଯାଆନ୍ତୁ. |
| 06:32 | ଅପ୍-ଆରୋ କୀ ଦାବନ୍ତୁ |
| 06:34 | ଏଣ୍ଟର୍ ଦାବନ୍ତୁ. ଆପଣ ଏବେ ପାର୍ଥକ୍ୟ ଦେଖିପାରିବେ |
| 06:39 | ଏହିଗୁଡ଼ିକ ହେଉଛି $@ ଦ୍ୱାରା ପ୍ରିଣ୍ଟ ହୋଇଥିବା Arguments |
| 06:43 | $@, ପ୍ରତ୍ୟେକ Argumentକୁ ପୃଥକ୍ ଲାଇନ୍ ଉପରେ ପ୍ରିଣ୍ଟ କରେ |
| 06:47 | ଆଉ ଏହା ହେଉଛି 2ୟ For Loop ପାଇଁ Output |
| 06:52 | ଏବେ ଚାଲନ୍ତୁ, Bashରେ ଥିବା Quotingକୁ ଯିବା |
| 06:55 | Slides କୁ ଯାଆନ୍ତୁ. |
| 06:57 | ସେଥିରେ ତିନି ପ୍ରକାରର କ୍ୱୋଟ୍ସ ଅଛି: |
| 06:59 | ଡବଲ୍ କ୍ୱୋଟ୍ ସିଙ୍ଗଲ୍ କ୍ୱୋଟ୍ |
| 07:02 | ଓ ବ୍ୟାକ୍ ସ୍ଲାଶ୍ ଡବଲ୍ କ୍ୱୋଟ୍ Variables ଓ Commandsର ଭାଲ୍ୟୁକୁ ବଦଳାଇଥାଏ |
| 07:09 | ଉଦାହରଣ echo Username is $USER |
| 07:13 | ଏହା, ସିଷ୍ଟମର Username ପ୍ରଦର୍ଶିତ କରେ |
| 07:17 | Terminal କୁ ଯାଆନ୍ତୁ. |
| 07:20 | Promptକୁ ଖାଲି କରିଦିଅନ୍ତୁ |
| 07:23 | ଏବେ ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ Username is dollar ବଡ଼ ଅକ୍ଷରରେ USER |
| 07:34 | ଏଣ୍ଟର୍ ଦାବନ୍ତୁ ସିଷ୍ଟମର Username ପ୍ରିଣ୍ଟ ହୋଇଗଲା |
| 07:39 | ଆପଣଙ୍କର ସିଷ୍ଟମ୍ ଅନୁସାରେ Output ଭିନ୍ନ ହେବ |
| 07:42 | ଏବେ, Slidesକୁ ଫେରିଆସନ୍ତୁ |
| 07:46 | ଏକ ପ୍ରଦତ୍ତ Stringର ପ୍ରତ୍ୟେକ କ୍ୟାରେକ୍ଟରର ଆକ୍ଷରିକ ଅର୍ଥକୁ Single Quotes ସଂରକ୍ଷିତ ରଖିଥାଏ |
| 07:53 | ଏହା, ସମସ୍ତ କ୍ୟାରେକ୍ଟର୍ସର ବିଶେଷ ଅର୍ଥକୁ ବନ୍ଦ କରିବା ପାଇଁ ବ୍ୟବହୃତ ହୋଇଥାଏ |
| 07:58 | Terminal କୁ ଯାଆନ୍ତୁ. |
| 08:01 | ଟାଇପ୍ କରନ୍ତୁ: echo ସ୍ପେସ୍ ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ Username is dollar ବଡ଼ ଅକ୍ଷରରେ USER |
| 08:10 | ଏଣ୍ଟର୍ ଦାବନ୍ତୁ |
| 08:12 | ଆଉଟପୁଟ୍ ହେଉଛି Username is $USER |
| 08:16 | ଏହି ଉଦାହରଣରେ, ଏହା, ସିଙ୍ଗଲ୍ କ୍ୱୋଟ୍ସ ମଧ୍ୟରେ ଥିବା ସମସ୍ତ କ୍ୟାରେକ୍ଟର୍ସକୁ ପ୍ରିଣ୍ଟ କରିଥାଏ |
| 08:23 | ଏହା, Variable $USERର ଭାଲ୍ୟୁ ବଦଳାଏ ନାହିଁ |
| 08:28 | Slidesକୁ ଫେରିଆସନ୍ତୁ |
| 08:31 | ଗୋଟିଏ ସିଙ୍ଗଲ୍ କ୍ୟାରେକ୍ଟରରୁ ବିଶେଷ ଅର୍ଥକୁ Backslash କାଢ଼ିଦିଏ |
| 08:37 | ଏହା, Bashରେ ଏକ Escape Character ଭାବେ ବ୍ୟବହୃତ ହୋଇଥାଏ |
| 08:42 | Terminal କୁ ଯାଆନ୍ତୁ. |
| 08:44 | ଏବେ ଟାଇପ୍ କରନ୍ତୁ: echo ସ୍ପେସ୍ ଡବଲ୍ କ୍ୱୋଟ୍ସ ମଧ୍ୟରେ Username is backslash dollar ବଡ଼ ଅକ୍ଷରରେ USER |
| 08:55 | ଯେହେତୁ ଆମେ ଡବଲ୍ କ୍ୱୋଟ୍ସ ଦେଇଛେ, Echo କମାଣ୍ଡ, Username ପ୍ରଦର୍ଶିତ କରିବାର ଆମେ ଆଶା କରିବା |
| 09:02 | ଚାଲନ୍ତୁ ଏହି କମାଣ୍ଡକୁ ଦେଖିବା, Enter ଦାବନ୍ତୁ |
| 09:06 | ଆଉଟପୁଟ୍ ହେଉଛି Username is $USER |
| 09:10 | ଏହି ଉଦାହରଣରେ Backslash, $ (ଡଲାର୍) ଚିହ୍ନର ବିଶେଷ ଅର୍ଥକୁ କାଢ଼ିଦିଏ |
| 09:16 | $USERକୁ କୌଣସି ବିଶେଷ କାର୍ଯ୍ୟ ବିନା ଏକ String ଭାବେ ବୁଝାଯାଏ |
| 09:22 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
| 09:25 | Slidesକୁ ଫେରିଆସନ୍ତୁ |
| 09:27 | ସଂକ୍ଷିପ୍ତରେ ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
| 09:31 | କମାଣ୍ଡ ଲାଇନ୍ ଆର୍ଗୁମେଣ୍ଟସ୍ |
| 09:33 | ଡବଲ୍ କ୍ୱୋଟ୍, ସିଙ୍ଗଲ୍ କ୍ୱୋଟ୍ ଓ ବ୍ୟାକସ୍ଲାଶ୍ ର କାର୍ଯ୍ୟକ୍ଷମତା |
| 09:39 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 09:42 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. |
| 09:45 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 09:51 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି, |
| 09:56 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 10:00 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 10:07 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:10 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ http://spoken-tutorial.org/NMEICT-Intro. |
| 10:24 | ଆଇଆଇଟି ବମ୍ୱେ ତରଫରୁ |
| 10:30 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |