Scilab/C2/Getting-Started/Oriya
From Script | Spoken-Tutorial
| Time | Narration |
| 00:02 | ବନ୍ଧୁଗଣ, Getting Started With Scilab ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
| 00:09 | କାଲକୁଲେଟର୍ ଭାବେ Scilabର ବ୍ୟବହାର |
| 00:12 | ଭେରିଏବଲରେ, ଭାଲ୍ୟୁଗୁଡିକୁ କିପରି ଷ୍ଟୋରକରିବା |
| 00:15 | ଏହି ଭେରିଏବଲଗୁଡିକୁ ବ୍ୟବହାର କରି, କିପରି ଗାଣିତିକ ଅପରେଶନଗୁଡିକୁ ପ୍ରଦର୍ଶନ କରିବା |
| 00:21 | ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀରେ, ଅଧିବେଶନ ସମୟରେ ନିଷ୍ପାଦିତ ହେଉଥିବା କମାଣ୍ଡଗୁଡ଼ିକୁ ଷ୍ଟୋର୍ କରିବା ପାଇଁ କିପରି ଏକ ଫାଇଲ୍ ତିଆରି କରିବା |
| 00:29 | ଏକ ଜଟିଳ ସଂଖ୍ୟାକୁ କିପରି ପରିଭାଷିତ କରିବା |
| 00:31 | ସଂଖ୍ୟାଗୁଡିକ ଉପରେ, କିପରି ଘାତ, ଲଗାରିଦମିକ ଓ ତ୍ରିକୋଣମିତୀକ କାର୍ଯ୍ୟ କରିବା |
| 00:38 | ଏହି ଟ୍ୟୁଟୋରିଆଲ୍ ପାଇଁ ପ୍ରାକଆବଶ୍ୟକତା ହେଉଛି - କମ୍ପ୍ୟୁଟରରେ Scilab ଇନଷ୍ଟଲ ହୋଇଥିବା ଆବଶ୍ୟକ |
| 00:44 | ପ୍ରଦର୍ଶନ ପାଇଁ ମୁଁ, Scilab 5.2.0 ଓ Mac OS/X ବ୍ୟବହାର କରୁଛି |
| 00:51 | ଏହା ହେଉଛି, ଟ୍ୟୁଟୋରିଆଲ୍ ପାଇଁ ଫ୍ଲୋ ଚାର୍ଟ |
| 00:55 | ଡେସ୍କଟପ୍ ଉପରେ ଥିବା Scilab ସର୍ଟକଟ୍ ଆଇକନ ଉପରେ କ୍ଲିକ୍ କରନ୍ତୁ ଓ Scilab ଆରମ୍ଭ କରନ୍ତୁ |
| 01:01 | ଏହା ହେଉଛି, Scilab କନସୋଲ ୱିଣ୍ଡୋ. ଧ୍ୟାନଦିଅନ୍ତୁ, କର୍ସର, କମାଣ୍ଡ ପ୍ରମ୍ପ୍ଟ ଉପରେ ଅଛି |
| 01:07 | ମୁଁ, ଆପଣଙ୍କୁ, ନିୟମିତ ସମୟ ବ୍ୟବଧାନରେ ଭିଡିଓକୁ ପଜ୍ କରି, Scilabରେ ଥିବା ଏହି ଟ୍ୟୁଟୋରିଆଲ ଅଭ୍ୟାସ କରିବା ପାଇଁ ପରାମର୍ଶ ଦେଉଛି |
| 01:16 | Scilabକୁ ଏକ କାଲକ୍ୟୁଲେଟର ଭାବେ ବ୍ୟବହାର କରାଯାଇପାରେ |
| 01:19 | ଏହା କରିପାରୁଥିବା କିଛି ମୌଳିକ ଅପରେସନ୍ସ କୁ ଚାଲନ୍ତୁ ଦେଖିବା |
| 01:25 | ଟାଇପ କରନ୍ତୁ: 42 ଯୁକ୍ତ 4 ଗୁଣନ 4 ବିଯୁକ୍ତ 64 ହରଣ 4 ଏବଂ Enter ଦାବନ୍ତୁ |
| 01:36 | ଆଶାନୁରୂପେ, ଆଉଟପୁଟ୍ 42 ହେବ |
| 01:39 | ଧ୍ୟାନଦିଅନ୍ତୁ, ଉତ୍ତର 42, ଡିଫଲ୍ଟ ଭେରିଏବଲ a n sରେ ଷ୍ଟୋର ହୋଇଛି |
| 01:45 | ଆମେ ନାମ ଥିବା ଭେରିଏବଲ ମଧ୍ୟ ତିଆରି କରିପରିବା: ଟାଇପ କରନ୍ତୁ, |
| 01:49 | a=12, b=21, c=33 ଏବଂ Enter ଦାବନ୍ତୁ |
| 02:00 | ଏହା, ଭେରିଏବଲ a, b ଓ cରେ, ଭାଲ୍ୟୁ 12, 21 ଓ 33କୁ କ୍ରମାନୁସାରେ ଷ୍ଟୋର କରିବ |
| 02:08 | ମୁଁ, ଏଠାରେ, clc କମାଣ୍ଡ ବ୍ୟବହାରକରି Scilab କନସୋଲକୁ କ୍ଲିଅର କରିବି |
| 02:13 | ବର୍ତ୍ତମାନ ଆମେ, ଏହି ଭେରିଏବଲଗୁଡିକ ବ୍ୟବହାର କରି କିଛି ଗାଣିତିକ କାର୍ଯ୍ୟ କରିବା |
| 02:19 | ଉଦାହରଣସ୍ୱରୂପ |
| 02:21 | a+b+c, ପରିଣାମ 66 ଦେବ |
| 02:27 | ଏବଂ |
| 02:29 | a ଥର ବ୍ରାକେଟ ମଧ୍ୟରେ |
| 02:35 | b ପ୍ଲସ୍ c, 648 ପରିଣାମ ଦେବ |
| 02:41 | d = ବ୍ରାକେଟ a+b ବ୍ରାକେଟ ଶେଷ ଗୁଣନ c ଟାଇପ କରି, ପ୍ରାପ୍ତ ଉତ୍ତରକୁ d ନାମକ ଅନ୍ୟ ଏକ ଭେରିଏବଲକୁ ମଧ୍ୟ ଆମେ ଆସାଇନ୍ କରିପାରିବା |
| 02:58 | d=1089 |
| 03:01 | କମାଣ୍ଡ୍ ଲାଇନରେ, କମା ଦ୍ୱାରା ପୃଥକ୍ କରାଯାଇଥିବା ଭେରିଏବଲଗୁଡିକର ନାମ ଟାଇପକରି, ସେଗୁଡ଼ିକର ଭାଲ୍ୟୁକୁ ଯାଞ୍ଚ କରିପାରିବା, ଯେପରି |
| 03:09 | a, b, c, d ଏବଂ Enter ଦାବନ୍ତୁ |
| 03:16 | ମୁଁ ଏଠାରେ, clc କମାଣ୍ଡ୍ ବ୍ୟବହାର କରି କନସୋଲକୁ କ୍ଲିଅର କରିବି |
| 03:21 | ଘାତ ପାଇଁ, raised to ଚିହ୍ନ ବ୍ୟବହାର କରନ୍ତୁ, ଯାହା କୀ ବୋର୍ଡର, ସଂଖ୍ୟା 6 ସ୍ଥାନରେ ଅଛି |
| 03:29 | ଏହି ଚିହ୍ନର ବ୍ୟବହାର ପାଇଁ Shift କୀ ଏବଂ ସଂଖ୍ୟା 6 ଥିବା କୀକୁ ଦାବନ୍ତୁ |
| 03:34 | ଉଦାହରଣସ୍ୱରୂପ, 7ର ବର୍ଗ ପାଇବା ପାଇଁ, 7 raised to 2 କରନ୍ତୁ ଏବଂ Enter ଦାବନ୍ତୁ |
| 03:43 | ଗୋଟିଏ ସଂଖ୍ୟାର ବର୍ଗମୂଳ ପାଇବା ପାଇଁ, ଯେପରି 17, ଆମେ 17ର sqrt ବ୍ୟବହାର କରୁ |
| 03:55 | ଏହା, 17ର ଘାତ raised to ଯିରୋ ପଏଣ୍ଟ ଫାଇଭ, ସହିତ ସମାନ |
| 04:06 | ପାରମ୍ପରିକ ଭାବେ କେବଳ ପଜିଟିଭ୍ ଭାଲ୍ୟୁ ଆଉଟପୁଟ୍ ଭାବେ ଆସିଥାଏ |
| 04:10 | ସାଧାରଣଭାବେ, 34ର ଘାତ(2 ବିଭକ୍ତ 5)ପାଇବା ପାଇଁ, ଟାଇପ କରନ୍ତୁ, |
| 04:15 | 34 raised to ବ୍ରାକେଟ୍ 2 ବିଭକ୍ତ 5 ବ୍ରାକେଟ ଶେଷ ଏବଂ Enter ଦାବନ୍ତୁ |
| 04:25 | ନେଗେଟିଭ୍ ଘାତ ମଧ୍ୟ ବ୍ୟବହାର କରାଯାଇପାରେ |
| 04:28 | clc କମାଣ୍ଡ୍ ବ୍ୟବହାର କରି କନସୋଲକୁ କ୍ଲିଅର କରନ୍ତୁ |
| 04:33 | ଏପର୍ଯ୍ୟନ୍ତ ଆପଣ, କିପରି କିଛି ସରଳ କାଲକ୍ୟୁଲେଶନ କରାଯାଏ ଏବଂ Scilab ବ୍ୟବହାର କରି କିପରି ଭେରିଏବଲ ସୃଷ୍ଟି କରାଯାଏ, ତାହା ଦେଖିଲେ |
| 04:40 | ବର୍ତ୍ତମାନ, ଏକ ନୂଆ କମାଣ୍ଡ ସହିତ ଆରମ୍ଭ କରିବା |
| 04:43 | ଯେଉଁ କମାଣ୍ଡଗୁଡ଼ିକ ପୂର୍ବରୁ ଆଉଟପୁଟ୍ ସହିତ ଜାରି କରାଯାଇଥିଲା, ଏହା ସେଗୁଡ଼ିକ ମନେରଖିବାରେ ସାହାଯ୍ୟ କରିବ |
| 04:49 | ପ୍ରଥମେ, pwd କମାଣ୍ଡ୍ ଟାଇପ କରି Enter ଦାବନ୍ତୁ |
| 04:55 | ଏହା ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀ ଅଟେ ( ମୋ କମ୍ପ୍ୟୁଟରରେ) |
| 04:58 | ଏହା, ଆପଣଙ୍କ କମ୍ପ୍ୟୁଟରରେ ଭିନ୍ନ ହୋଇପାରେ |
| 05:01 | ଆପଣ ଦେଖିପାରୁଥିବା scilab କନସୋଲ ୱିଣ୍ଡୋର, ଟୂଲବାରରେ ଥିବା, ଚେଞ୍ଜଡ କରେଣ୍ଟ ଡାଇରେକ୍ଟୋରୀ ଆଇକନ ଉପରେ କ୍ଲିକ୍ କରି, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀକୁ ବଦଳାଇହେବ |
| 05:15 | ବର୍ତ୍ତମାନ, ଡାୟରୀ କମାଣ୍ଡ୍ ଜାରି ପାଇଁ, ଟାଇପ୍ କରନ୍ତୁ: |
| 05:20 | ଡାୟରୀ ବ୍ରାକେଟ, ଇନଭର୍ଟେଡ କମା ଆରମ୍ଭ, myrecord.txt ଇନଭର୍ଟେଡ କମା ଶେଷ, ବ୍ରାକେଟ ଶେଷ ଏବଂ Enter ଦାବନ୍ତୁ |
| 05:40 | ଏହି କମାଣ୍ଡ୍, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀରେ, myrecord.txt ନାମ ଥିବା ଏକ ଫାଇଲ ତିଆରି କରିବ |
| 05:48 | ଏବେଠାରୁ, ଏହି ଫାଇଲରେ, Scilab ସେସନ୍ ର ଏକ ଟ୍ରାନସ୍କ୍ରିପ୍ଟ ସେଭ୍ ହେବ |
| 05:53 | ଏହାର ଉପଯୋଗିତା, ଏହି ଟ୍ୟୁଟୋରିଆଲର ପରବର୍ତ୍ତୀ ସ୍ତରରେ ପ୍ରଦର୍ଶିତ ହେବ |
| 06:00 | ଦୟାକରି, ବର୍ତ୍ତମାନ ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଭିଡିଓରେ ଥିବା ପ୍ରଥମ ଅନୁଶୀଳନୀକୁ ଅଭ୍ୟାସ କରନ୍ତୁ |
| 06:07 | ବର୍ତ୍ତମାନ, Scilab ଜଟିଳ ସଂଖ୍ୟାଗୁଡିକୁ କିପରି ପରିଚାଳନା କରେ, ଦେଖିବା |
| 06:13 | ଇମେଜିନାରୀ ଯୁନିଟ i, Scilabରେ, percent i ଭାବେ ପରିଭାଷିତ ହୋଇଛି |
| 06:18 | ଉଦାହରଣସ୍ୱରୂପ, ଫାଇଭ ପଏଣ୍ଟ ଟୁ ଗୁଣନ percent i, 5.2i ଦିଏ |
| 06:29 | ଆହୁରି ମଧ୍ୟ, ବ୍ରାକେଟ 10 ଯୁକ୍ତ 5 ଗୁଣନ percent i ସମଗ୍ରକୁ ଦୁଇଗୁଣ percent i ଦ୍ୱାରା ଗୁଣନ କରନ୍ତୁ, ଯାହା -10.+20.i ରେଜଲ୍ଟ ଦେବ |
| 06:58 | ବର୍ତ୍ତମାନ, ଏଠାରେ କନସୋଲ କ୍ଲିଅର କରିଦିଅନ୍ତୁ |
| 07:04 | Scilabରେ ଉପଲବ୍ଧ ଥିବା, ଅନ୍ୟ କିଛି ପ୍ରିଡିଫାଇଣ୍ଡ ନ୍ୟୁମେରିକଲ କନଷ୍ଟାଣ୍ଟଗୁଡିକୁ ଦେଖିବା |
| 07:09 | i ଭଳି, ସେମାନଙ୍କର ନାମ ମଧ୍ୟ ପରସେଣ୍ଟ ଚିହ୍ନରୁ ଆରମ୍ଭ ହୁଏ |
| 07:13 | ଉଦାହରଣସ୍ୱରୂପ, ପରସେଣ୍ଟ pi(%pi) |
| 07:18 | piର ଭାଲ୍ୟୁ, ଆଶାନୁରୂପ ଅଟେ |
| 07:21 | ବର୍ତ୍ତମାନ ଆମେ, କିଛି ଗଚ୍ଛିତ ଥିବା ତ୍ରିକୋଣମିତୀକ ଫଙ୍କସନ୍ସକୁ ନେଇ, piର ବ୍ୟବହାରକୁ ପ୍ରଦର୍ଶନ କରିବା |
| 07:27 | sine of percent pi by 2, ଫଙ୍କସନର ଉତ୍ତର 1 ହେବ |
| 07:37 | ଏବଂ cos of percent pi by 2 ପାଇଁ ଉତ୍ତର 6.123D-17ହେବ |
| 07:50 | ଧ୍ୟାନଦିଅନ୍ତୁ ଯେ, କୋଣଗୁଡିକ ରେଡିଆନ୍ସରେ ମାପ କରାଯାଏ ଏବଂ |
| 07:54 | ଦେଖନ୍ତୁ, ସମସ୍ତ ପ୍ରାକ୍ଟିକାଲ ଉଦ୍ଦେଶ୍ୟ ପାଇଁ ଦ୍ୱିତୀୟ ଉତ୍ତର ହେଉଛି ଶୂନ |
| 07:59 | %eps, machine epsilon ନାମକ ସଂଖ୍ୟା ସହିତ ସମ୍ୱନ୍ଧିତ |
| 08:03 | Scilab ପ୍ରଦାନ କରୁଥିବା, ଏହା ହେଉଛି ସର୍ବନିମ୍ନ ଡିଜିଟ ରିଜୋଲ୍ୟୁଶନ୍ |
| 08:08 | ନିଜ କମ୍ପ୍ୟୁଟରରେ ଏହାର ଭାଲ୍ୟୁ ଜାଣିବା ପାଇଁ, କନସୋଲରେ %eps ଟାଇପ କରନ୍ତୁ |
| 08:19 | ମୋ କମ୍ପ୍ୟୁଟରରେ, ଏହା 2.220D-16 ଦିଏ |
| 08:24 | ଏହା, Scilab ଦ୍ୱାରା ବ୍ୟବହୃତ ଫ୍ଲୋଟିଙ୍ଗ ପଏଣ୍ଟ ପ୍ରିସିସନକୁ ଦର୍ଶାଏ |
| 08:28 | ଏହି ସଂଖ୍ୟାଟି, 2.22 times 10^(-16) ପାଇଁ ଏକ ସଂକେତ ଅଟେ. ଏଠାରେ କନସୋଲ କ୍ଲିୟର କରନ୍ତୁ |
| 08:41 | ଯଦି ଜଣେ, 0.000456 ଲେଖିବାକୁ ଚାହେଁ, ସେ ଏହାକୁ 4.56d-4 କିମ୍ବା 4.56e-4 ଭାବେ ଲେଖିପାରିବ |
| 09:06 | ଯେହେତୁ, ଭେରିଏବଲସ ଓ ଫଙ୍କସନ୍ସ କେସ-ସେନସିଟିଭ ଅଟନ୍ତି, ଏଠାରେ ଆମେ ସ୍ମଲ d କିମ୍ବା କ୍ୟାପିଟାଲ D, ସ୍ମଲ e କିମ୍ବା କ୍ୟାପିଟାଲ E ବ୍ୟବହାର କରିପାରିବା |
| 09:16 | ନାଚୁରାଲ ଲଗାରିଦମର ଆଧାର ହେଉଛି ଆଉ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପୂର୍ବନିର୍ଦ୍ଧାରିତ ନ୍ୟୂମେରିକଲ କନଷ୍ଟାଣ୍ଟ |
| 09:22 | ପରସେଣ୍ଟ e(%e), ଆଶାନୁରୂପ ଉତ୍ତର ଦିଏ |
| 09:30 | ଆମେ, e x p ଫଙ୍କସନ ବ୍ୟବହାରକରି, ସମାନ ଉତ୍ତର ପାଇପାରିବା |
| 09:35 | ଉଦାହରଣସ୍ୱରୂପ: exp ବ୍ରାକେଟ 1 ବ୍ରାକେଟ ଶେଷ ଏବଂ Enter ଦାବନ୍ତୁ |
| 09:44 | ଉଭୟ ଉତ୍ତର, ସମାନ ହୋଇଥିବାର ଆପଣ ଦେଖିପାରିବେ |
| 09:47 | ଏଠାରେ, clc କମାଣ୍ଡ ବ୍ୟବହାରକରି କନସୋଲକୁ କ୍ଲିୟର କରନ୍ତୁ |
| 09:55 | ସେହିଭଳି, %e ସ୍କୋୟାର, ନିମ୍ନ ଉତ୍ତର ଦେଇଥାଏ |
| 10:04 | exp of 2, ଟାଇପ କରି ମଧ୍ୟ ସମାନ ଉତ୍ତର ପାଇପାରିବା |
| 10:18 | କମାଣ୍ଡ log ହେଉଛି, ଏକ ସଂଖ୍ୟାର ନାଚୁରଲ ଲଗାରିଦମ, ଯାହାର ଆଧାର ହେଉଛି e |
| 10:23 | ଆଧାର 10 ସନ୍ଦର୍ଭରେ ଲଗାରିଦମ୍ ନେବାପାଇଁ log 10ର ବ୍ୟବହାର କରନ୍ତୁ |
| 10:29 | ଉଦାହରଣସ୍ୱରୂପ, log10 ବ୍ରାକେଟ 1e ମାଇନସ୍ 23 ବ୍ରାକେଟ ଶେଷ ଓ Enter ଦାବନ୍ତୁ, ଏହା ଆଶାନୁରୂପ ଉତ୍ତର -23 ଦେବ |
| 10:47 | ନେଗେଟିଭ୍ ଲଗାରିଦମ୍ ନେଲେ, ଆମେ ଜଟିଳ ସଂଖ୍ୟା ସବୁ ପାଇବା |
| 10:51 | ଜଟିଳ ସଂଖ୍ୟା ପାଇଁ ଆପଣ ଏହାକୁ ନିଜେ ଯାଞ୍ଚ କରନ୍ତୁ. ନିଜ scilab କନସୋଲ ଉପରେ ଟାଇପ୍ କରନ୍ତୁ: log of -1 କିମ୍ବା log of %i |
| 11:01 | ବର୍ତ୍ତମାନ, ମନେପକାନ୍ତୁ ଯେ, ଆମେ ଡାୟରୀ କମାଣ୍ଡ ମାଧ୍ୟମରେ myrecord.txtରେ ସମସ୍ତ ଟାଇପ ହୋଇଥିବା କମାଣ୍ଡଗୁଡିକୁ ରେକର୍ଡ କରିଦେଇଛୁ |
| 11:09 | ଏବେ ଦେଖିବା ଯେ, ସେହି ଫାଇଲକୁ କିପରି ବନ୍ଦ କରିବା ଓ ଦେଖିପାରିବା |
| 11:13 | ଫାଇଲଟିକୁ ବନ୍ଦ କରିବା ପାଇଁ, ଟାଇପ କରନ୍ତୁ |
| 11:16 | ଡାୟରୀ ଅଫ ଯିରୋ |
| 11:21 | ଏହି କମାଣ୍ଡ, myrecord.txt ଫାଇଲକୁ ବନ୍ଦ ଓ ସେଭ୍ କରିବ |
| 11:26 | ଏହାମଧ୍ୟ ମନେପକାନ୍ତୁ ଯେ, ଏହି ଫାଇଲଟି, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀରେ ତିଆରି ହୋଇଥିଲା, ଯାହା ମୋ ମାମଲାରେ ଡେସ୍କଟପ ଅଟେ |
| 11:34 | ଚାଲନ୍ତୁ, ଏହି ଫାଇଲକୁ ଖୋଲିବା. ଏଥିପାଇଁ, ନିଜ scilab କନସୋଲ ୱିଣ୍ଡୋ ଟୂଲବାରରେ ଥିବା, Open-a-file, ସର୍ଟକଟ ଆଇକନ ଉପରେ କ୍ଲିକ୍ କରନ୍ତୁ |
| 11:46 | ମୁଁ, ଫାଇଲ ଫର୍ମାଟ୍ କୁ, All Filesକୁ ବଦଳାଇଦେବି |
| 11:51 | myrecord.txt, ଫାଇଲ ସିଲେକ୍ଟ କରନ୍ତୁ ଏବଂ Open କ୍ଲିକ୍ କରନ୍ତୁ |
| 11:59 | ଧ୍ୟାନଦିଅନ୍ତୁ ଯେ, ସମସ୍ତ ପ୍ରକ୍ରିୟା, ଉଭୟ କମାଣ୍ଡ ଓ Scilab ଦ୍ୱାରା ଦିଆଯାଇଥିବା ସମ୍ୱନ୍ଧିତ ଉତ୍ତର, ଏହି ଫାଇଲ ମଧ୍ୟରେ ସେଭ ହୋଇଯାଇଛି |
| 12:10 | ମୁଁ ଏହି ଫାଇଲକୁ ବନ୍ଦ କରିବି |
| 12:15 | Yes କ୍ଲିକ୍ କରନ୍ତୁ |
| 12:21 | ଆମେ ଜାଣୁ ଯେ, ଏକ ପ୍ରୋଗ୍ରାମ ବିକଶିତ ହେଲାବେଳେ , ଉପଯୁକ୍ତ କୋଡ୍ ନମିଳିବା ପର୍ଯ୍ୟନ୍ତ, ଏହି କୋଡ ଉପରେ ଅନେକ ପ୍ରୟୋଗ କରାଯାଇଥାଏ |
| 12:29 | ଡାୟରୀ କମାଣ୍ଡ, ସମସ୍ତ ପ୍ରକ୍ରିୟା ଉପରେ ନଜର ରଖିବାରେ ସାହାଯ୍ୟ କରେ |
| 12:35 | ଯଦି ଆମେ, diary of zero କମାଣ୍ଡ ବ୍ୟବହାର କରି my record.txt ଫାଇଲକୁ ବନ୍ଦ କରିଥିବାର ଆପଣ ମନେପକାଇପାରୁଛନ୍ତି, |
| 12:42 | ତେବେ ଦୟାକରି ଧ୍ୟାନଦିଅନ୍ତୁ ଯେ, ଏହି କମାଣ୍ଡ ନିଷ୍ପାଦନ ହେଲାପରେ କୌଣସି ପ୍ରକ୍ରିୟା ସେଭ୍ ହୋଇପାରିବ ନାହିଁ |
| 12:48 | ଯଦି ସେସନକୁ ପୁନର୍ବାର ସେଭ୍ କରିବାକୁ ହୁଏ, ଆମକୁ ପୁଣିଥରେ ଡାୟରୀ କମାଣ୍ଡ ଜାରି କରିବାକୁ ହେବ |
| 12:54 | ଯଦି ଫାଇଲରେ କିଛି ଗୁରୁତ୍ତ୍ୱପୁର୍ଣ୍ଣ ସୂଚନା ଥାଏ, ତେବେ ଡାୟରୀ କମାଣ୍ଡରେ ଅନ୍ୟ ଫାଇଲ ନାମ ବ୍ୟବହାର କରିବା ଉଚିତ |
| 13:03 | କାରଣ ସମାନ ଫାଇଲ୍ ନାମର ବ୍ୟବହାର କଲେ, ତାହା ବିଦ୍ୟମାନ ଫାଇଲକୁ ଓଭରରାଇଟ୍ କରିଦେବ |
| 13:09 | ଏଠାରେ ଭିଡିଓକୁ ପଜ୍ କରନ୍ତୁ ଏବଂ ଭିଡିଓରେ ଥିବା ଦ୍ୱିତୀୟ ଅନୁଶୀଳନୀକୁ ଅଭ୍ୟାସ କରନ୍ତୁ |
| 13:15 | ଆପଣ ବୋଧହୁଏ ଧ୍ୟାନଦେଇଥିବେ, ଏହି ସମସ୍ୟା ପାଇଁ ସମାଧାନ ସମ୍ପୂର୍ଣ୍ଣ ଭାବେ ଶୂନ୍ ନଥିଲା |
| 13:21 | ଏହାକୁ କିପରି କରିବେ, ତାହା ଉପରେ ଅଧିକ ବିବରଣୀ ପାଇଁ, ଟାଇପ କରନ୍ତୁ help clean |
| 13:27 | ସାଧାରଣତଃ, ଯଦି ଆପଣ ଏକ ନିର୍ଦ୍ଦିଷ୍ଟ କମାଣ୍ଡ ବିଷୟରେ ସାହାଯ୍ୟ ଚାହାଁନ୍ତି, ତେବେ help କିମ୍ବା help ସହିତ ଏକ ଆର୍ଗୁମେଣ୍ଟ କମାଣ୍ଡ ବ୍ୟବହାର କରିପାରିବେ |
| 13:37 | ଉଦାହରଣସ୍ୱରୂପ, scilab କନସୋଲ ଉପରେ help chdir ଟାଇପ କରନ୍ତୁ ଏବଂ Enter ଦାବନ୍ତୁ |
| 13:53 | ମୁଁ Help Browserର ଆକାରକୁ ବଢାଇବି |
| 14:01 | Help chdir, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀକୁ ପରିବର୍ତ୍ତନ କରିବାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରେ |
| 14:10 | ଅନ୍ୟ ବିକଳ୍ପ ହେଉଛି, scilab କନସୋଲ ୱିଣ୍ଡୋ ଟୂଲବାରରେ ଥିବା, Help Browser ଆଇକନ୍ ଉପରେ କ୍ଲିକ୍ କରିବା |
| 14:20 | Help Browser ବନ୍ଦ କରନ୍ତୁ ଏବଂ slidesକୁ ଫେରିଆସନ୍ତୁ |
| 14:31 | ଅପ୍-ଡାଉନ୍ ଆରୋ କୀଗୁଡ଼ିକୁ ଦାବି, ଆପଣ ପୂର୍ବ ନିଷ୍ପାଦିତ କମାଣ୍ଡଗୁଡିକୁ ଦେଖିପାରିବେ |
| 14:36 | ଅପ୍-ଡାଉନ୍ ଆରୋ କୀ ବ୍ୟବହାର ସମୟରେ, ଆପଣ ଯେକୌଣସି କମାଣ୍ଡଠାରେ ଅଟକିପାରିବେ ଏବଂ ତାହାର ନିଷ୍ପାଦନ ପାଇଁ Enter ଦାବିପାରିବେ |
| 14:45 | ଆବଶ୍ୟକସ୍ଥଳେ, ଆପଣ କମାଣ୍ଡଗୁଡିକୁ ଏଡିଟ କରିପାରିବେ |
| 14:48 | ଯଦି ଆପଣ, ପୂର୍ବରୁ ଟାଇପ୍ କରିଥିବା ଏପରି କୌଣସି କମାଣ୍ଡ ଖୋଜୁଛନ୍ତି, ଯାହା e ଅକ୍ଷରରୁ ଆରମ୍ଭ ହୋଇଥିବ, ତେବେ e ଟାଇପ୍ କରି ଅପ୍-ଆରୋ କୀ ବ୍ୟବହାର କରନ୍ତୁ |
| 14:59 | କମାଣ୍ଡକୁ ଅଟୋ-କମ୍ପ୍ଲିଟ କରିବା ପାଇଁ, ଟାବ୍ କୀ ବ୍ୟବହାର କରନ୍ତୁ. ଏହା ଆମକୁ, ଚୟନ କରିବା ପାଇଁ ସମସ୍ତ ଉପଲବ୍ଧ ବିକଳ୍ପ ଦେଇଥାଏ |
| 15:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
| 15:10 | ଏକ କାଲକ୍ୟୁଲେଟର ଭାବେ Scilabର ବ୍ୟବହାର |
| 15:12 | ଡିଫଲ୍ଟ ଭେରିଏବଲ ansରେ ପରିଣାମକୁ ଷ୍ଟୋର କରିବା |
| 15:16 | Equality ଚିହ୍ନ ବ୍ୟବହାର କରି, ଭେରିଏବଲକୁ ଭାଲ୍ୟୁ ଆସାଇନ୍ କରିବା |
| 15:20 | କନସୋଲରେ, କମା ଦ୍ୱାରା ପୃଥକ କରାଯାଇଥିବା ଭେରିଏବଲଗୁଡିକର ଭାଲ୍ୟୁ, ସେଗୁଡିକର ନାମ ଟାଇପ କରି ଯାଞ୍ଚ କରିବା |
| 15:28 | Pwd କମାଣ୍ଡ ବ୍ୟବହାର କରି, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀର ଯାଞ୍ଚ କରିବା |
| 15:34 | କନସୋଲରେ ଟାଇପ ହୋଇଥିବା ସମସ୍ତ କମାଣ୍ଡକୁ, ଡାୟରୀ କମାଣ୍ଡ ବ୍ୟବହାର କରି, ଗୋଟିଏ ଫାଇଲରେ save କରିବା |
| 15:40 | କ୍ରମାନ୍ୱୟରେ %i, %e ଓ %pi ବ୍ୟବହାର କରି, ଜଟିଳ ସଂଖ୍ୟା, ନାଚୁରାଲ ଏକ୍ସପୋନେଣ୍ଟସ ଓ π (ପାଏ) କୁ ପରିଭାଷିତ କରିବା |
| 15:49 | ଯେକୌଣସି କମାଣ୍ଡ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ହେଲ୍ପ କମାଣ୍ଡର ବ୍ୟବହାର |
| 15:54 | ଏହା ଆମକୁ, Getting Started with Scilabର ସ୍ପୋକନ ଟ୍ୟୁଟୋରିଅଲର ସମାପ୍ତିକୁ ଆଣେ |
| 15:59 | Scilabରେ ଆହୁରି ଅନେକ ଫଙ୍କସନ୍ସ ଅଛି, ଯାହା ଅନ୍ୟ ଟ୍ୟୁଟୋରିଆଲଗୁଡିକରେ କଭର କରାଯିବ |
| 16:06 | ଏହି ସ୍ପୋକନ ଟ୍ୟୁଟୋରିଆଲ, ଫ୍ରୀ ଆଣ୍ଡ ଓପନ୍ ସୋର୍ସ ସଫୱେର୍ ଇନ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଙ୍ଗ୍ ଏଜୁକେଶନ୍ (FOSSEE) ଦ୍ୱାରା ପ୍ରସ୍ତୁତ କରାଯାଇଛି |
| 16:14 | FOSSEE ପ୍ରୋଜେକ୍ଟ ଉପରେ ଅଧିକ ସୂଚନା, fossee.in କିମ୍ବା scilab.in ୱେବସାଇଟରେ ଉପଲବ୍ଧ ଅଛି |
| 16:22 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 16:29 | ଅଧିକ ସୂଚନା ପାଇଁ, ଦୟାକରି ସ୍ପୋକନ ହାଇଫେନ ଟ୍ୟୁଟୋରିଆଲ ଡଟ୍ org ସ୍ଲାଶ୍ NMEICT ହାଇଫେନ୍ introକୁ ଯା’ନ୍ତୁ. (spoken-tutorial.org/NMEICT-Intro) |
| 16:43 | ଆଇଆଇଟି ବମ୍ବେ ତରଫରୁ, |
| 16:47 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |