Scilab/C2/Getting-Started/Oriya

From Script | Spoken-Tutorial
Jump to: navigation, search
Time Narration
00:02 ବନ୍ଧୁଗଣ, Getting Started With Scilab ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:09 କାଲକୁଲେଟର୍ ଭାବେ Scilabର ବ୍ୟବହାର
00:12 ଭେରିଏବଲରେ, ଭାଲ୍ୟୁଗୁଡିକୁ କିପରି ଷ୍ଟୋରକରିବା
00:15 ଏହି ଭେରିଏବଲଗୁଡିକୁ ବ୍ୟବହାର କରି, କିପରି ଗାଣିତିକ ଅପରେଶନଗୁଡିକୁ ପ୍ରଦର୍ଶନ କରିବା
00:21 ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀରେ, ଅଧିବେଶନ ସମୟରେ ନିଷ୍ପାଦିତ ହେଉଥିବା କମାଣ୍ଡଗୁଡ଼ିକୁ ଷ୍ଟୋର୍ କରିବା ପାଇଁ କିପରି ଏକ ଫାଇଲ୍ ତିଆରି କରିବା
00:29 ଏକ ଜଟିଳ ସଂଖ୍ୟାକୁ କିପରି ପରିଭାଷିତ କରିବା
00:31 ସଂଖ୍ୟାଗୁଡିକ ଉପରେ, କିପରି ଘାତ, ଲଗାରିଦମିକ ଓ ତ୍ରିକୋଣମିତୀକ କାର୍ଯ୍ୟ କରିବା
00:38 ଏହି ଟ୍ୟୁଟୋରିଆଲ୍ ପାଇଁ ପ୍ରାକଆବଶ୍ୟକତା ହେଉଛି - କମ୍ପ୍ୟୁଟରରେ Scilab ଇନଷ୍ଟଲ ହୋଇଥିବା ଆବଶ୍ୟକ
00:44 ପ୍ରଦର୍ଶନ ପାଇଁ ମୁଁ, Scilab 5.2.0 ଓ Mac OS/X ବ୍ୟବହାର କରୁଛି
00:51 ଏହା ହେଉଛି, ଟ୍ୟୁଟୋରିଆଲ୍ ପାଇଁ ଫ୍ଲୋ ଚାର୍ଟ
00:55 ଡେସ୍କଟପ୍ ଉପରେ ଥିବା Scilab ସର୍ଟକଟ୍ ଆଇକନ ଉପରେ କ୍ଲିକ୍ କରନ୍ତୁ ଓ Scilab ଆରମ୍ଭ କରନ୍ତୁ
01:01 ଏହା ହେଉଛି, Scilab କନସୋଲ ୱିଣ୍ଡୋ. ଧ୍ୟାନଦିଅନ୍ତୁ, କର୍ସର, କମାଣ୍ଡ ପ୍ରମ୍ପ୍ଟ ଉପରେ ଅଛି
01:07 ମୁଁ, ଆପଣଙ୍କୁ, ନିୟମିତ ସମୟ ବ୍ୟବଧାନରେ ଭିଡିଓକୁ ପଜ୍ କରି, Scilabରେ ଥିବା ଏହି ଟ୍ୟୁଟୋରିଆଲ ଅଭ୍ୟାସ କରିବା ପାଇଁ ପରାମର୍ଶ ଦେଉଛି
01:16 Scilabକୁ ଏକ କାଲକ୍ୟୁଲେଟର ଭାବେ ବ୍ୟବହାର କରାଯାଇପାରେ
01:19 ଏହା କରିପାରୁଥିବା କିଛି ମୌଳିକ ଅପରେସନ୍ସ କୁ ଚାଲନ୍ତୁ ଦେଖିବା
01:25 ଟାଇପ କରନ୍ତୁ: 42 ଯୁକ୍ତ 4 ଗୁଣନ 4 ବିଯୁକ୍ତ 64 ହରଣ 4 ଏବଂ Enter ଦାବନ୍ତୁ
01:36 ଆଶାନୁରୂପେ, ଆଉଟପୁଟ୍ 42 ହେବ
01:39 ଧ୍ୟାନଦିଅନ୍ତୁ, ଉତ୍ତର 42, ଡିଫଲ୍ଟ ଭେରିଏବଲ a n sରେ ଷ୍ଟୋର ହୋଇଛି
01:45 ଆମେ ନାମ ଥିବା ଭେରିଏବଲ ମଧ୍ୟ ତିଆରି କରିପରିବା: ଟାଇପ କରନ୍ତୁ,
01:49 a=12, b=21, c=33 ଏବଂ Enter ଦାବନ୍ତୁ
02:00 ଏହା, ଭେରିଏବଲ a, b ଓ cରେ, ଭାଲ୍ୟୁ 12, 21 ଓ 33କୁ କ୍ରମାନୁସାରେ ଷ୍ଟୋର କରିବ
02:08 ମୁଁ, ଏଠାରେ, clc କମାଣ୍ଡ ବ୍ୟବହାରକରି Scilab କନସୋଲକୁ କ୍ଲିଅର କରିବି
02:13 ବର୍ତ୍ତମାନ ଆମେ, ଏହି ଭେରିଏବଲଗୁଡିକ ବ୍ୟବହାର କରି କିଛି ଗାଣିତିକ କାର୍ଯ୍ୟ କରିବା
02:19 ଉଦାହରଣସ୍ୱରୂପ
02:21 a+b+c, ପରିଣାମ 66 ଦେବ
02:27 ଏବଂ
02:29 a ଥର ବ୍ରାକେଟ ମଧ୍ୟରେ
02:35 b ପ୍ଲସ୍ c, 648 ପରିଣାମ ଦେବ
02:41 d = ବ୍ରାକେଟ a+b ବ୍ରାକେଟ ଶେଷ ଗୁଣନ c ଟାଇପ କରି, ପ୍ରାପ୍ତ ଉତ୍ତରକୁ d ନାମକ ଅନ୍ୟ ଏକ ଭେରିଏବଲକୁ ମଧ୍ୟ ଆମେ ଆସାଇନ୍ କରିପାରିବା
02:58 d=1089
03:01 କମାଣ୍ଡ୍ ଲାଇନରେ, କମା ଦ୍ୱାରା ପୃଥକ୍ କରାଯାଇଥିବା ଭେରିଏବଲଗୁଡିକର ନାମ ଟାଇପକରି, ସେଗୁଡ଼ିକର ଭାଲ୍ୟୁକୁ ଯାଞ୍ଚ କରିପାରିବା, ଯେପରି
03:09 a, b, c, d ଏବଂ Enter ଦାବନ୍ତୁ
03:16 ମୁଁ ଏଠାରେ, clc କମାଣ୍ଡ୍ ବ୍ୟବହାର କରି କନସୋଲକୁ କ୍ଲିଅର କରିବି
03:21 ଘାତ ପାଇଁ, raised to ଚିହ୍ନ ବ୍ୟବହାର କରନ୍ତୁ, ଯାହା କୀ ବୋର୍ଡର, ସଂଖ୍ୟା 6 ସ୍ଥାନରେ ଅଛି
03:29 ଏହି ଚିହ୍ନର ବ୍ୟବହାର ପାଇଁ Shift କୀ ଏବଂ ସଂଖ୍ୟା 6 ଥିବା କୀକୁ ଦାବନ୍ତୁ
03:34 ଉଦାହରଣସ୍ୱରୂପ, 7ର ବର୍ଗ ପାଇବା ପାଇଁ, 7 raised to 2 କରନ୍ତୁ ଏବଂ Enter ଦାବନ୍ତୁ
03:43 ଗୋଟିଏ ସଂଖ୍ୟାର ବର୍ଗମୂଳ ପାଇବା ପାଇଁ, ଯେପରି 17, ଆମେ 17ର sqrt ବ୍ୟବହାର କରୁ
03:55 ଏହା, 17ର ଘାତ raised to ଯିରୋ ପଏଣ୍ଟ ଫାଇଭ, ସହିତ ସମାନ
04:06 ପାରମ୍ପରିକ ଭାବେ କେବଳ ପଜିଟିଭ୍ ଭାଲ୍ୟୁ ଆଉଟପୁଟ୍ ଭାବେ ଆସିଥାଏ
04:10 ସାଧାରଣଭାବେ, 34ର ଘାତ(2 ବିଭକ୍ତ 5)ପାଇବା ପାଇଁ, ଟାଇପ କରନ୍ତୁ,
04:15 34 raised to ବ୍ରାକେଟ୍ 2 ବିଭକ୍ତ 5 ବ୍ରାକେଟ ଶେଷ ଏବଂ Enter ଦାବନ୍ତୁ
04:25 ନେଗେଟିଭ୍ ଘାତ ମଧ୍ୟ ବ୍ୟବହାର କରାଯାଇପାରେ
04:28 clc କମାଣ୍ଡ୍ ବ୍ୟବହାର କରି କନସୋଲକୁ କ୍ଲିଅର କରନ୍ତୁ
04:33 ଏପର୍ଯ୍ୟନ୍ତ ଆପଣ, କିପରି କିଛି ସରଳ କାଲକ୍ୟୁଲେଶନ କରାଯାଏ ଏବଂ Scilab ବ୍ୟବହାର କରି କିପରି ଭେରିଏବଲ ସୃଷ୍ଟି କରାଯାଏ, ତାହା ଦେଖିଲେ
04:40 ବର୍ତ୍ତମାନ, ଏକ ନୂଆ କମାଣ୍ଡ ସହିତ ଆରମ୍ଭ କରିବା
04:43 ଯେଉଁ କମାଣ୍ଡଗୁଡ଼ିକ ପୂର୍ବରୁ ଆଉଟପୁଟ୍ ସହିତ ଜାରି କରାଯାଇଥିଲା, ଏହା ସେଗୁଡ଼ିକ ମନେରଖିବାରେ ସାହାଯ୍ୟ କରିବ
04:49 ପ୍ରଥମେ, pwd କମାଣ୍ଡ୍ ଟାଇପ କରି Enter ଦାବନ୍ତୁ
04:55 ଏହା ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀ ଅଟେ ( ମୋ କମ୍ପ୍ୟୁଟରରେ)
04:58 ଏହା, ଆପଣଙ୍କ କମ୍ପ୍ୟୁଟରରେ ଭିନ୍ନ ହୋଇପାରେ
05:01 ଆପଣ ଦେଖିପାରୁଥିବା scilab କନସୋଲ ୱିଣ୍ଡୋର, ଟୂଲବାରରେ ଥିବା, ଚେଞ୍ଜଡ କରେଣ୍ଟ ଡାଇରେକ୍ଟୋରୀ ଆଇକନ ଉପରେ କ୍ଲିକ୍ କରି, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀକୁ ବଦଳାଇହେବ
05:15 ବର୍ତ୍ତମାନ, ଡାୟରୀ କମାଣ୍ଡ୍ ଜାରି ପାଇଁ, ଟାଇପ୍ କରନ୍ତୁ:
05:20 ଡାୟରୀ ବ୍ରାକେଟ, ଇନଭର୍ଟେଡ କମା ଆରମ୍ଭ, myrecord.txt ଇନଭର୍ଟେଡ କମା ଶେଷ, ବ୍ରାକେଟ ଶେଷ ଏବଂ Enter ଦାବନ୍ତୁ
05:40 ଏହି କମାଣ୍ଡ୍, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀରେ, myrecord.txt ନାମ ଥିବା ଏକ ଫାଇଲ ତିଆରି କରିବ
05:48 ଏବେଠାରୁ, ଏହି ଫାଇଲରେ, Scilab ସେସନ୍ ର ଏକ ଟ୍ରାନସ୍କ୍ରିପ୍ଟ ସେଭ୍ ହେବ
05:53 ଏହାର ଉପଯୋଗିତା, ଏହି ଟ୍ୟୁଟୋରିଆଲର ପରବର୍ତ୍ତୀ ସ୍ତରରେ ପ୍ରଦର୍ଶିତ ହେବ
06:00 ଦୟାକରି, ବର୍ତ୍ତମାନ ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଭିଡିଓରେ ଥିବା ପ୍ରଥମ ଅନୁଶୀଳନୀକୁ ଅଭ୍ୟାସ କରନ୍ତୁ
06:07 ବର୍ତ୍ତମାନ, Scilab ଜଟିଳ ସଂଖ୍ୟାଗୁଡିକୁ କିପରି ପରିଚାଳନା କରେ, ଦେଖିବା
06:13 ଇମେଜିନାରୀ ଯୁନିଟ i, Scilabରେ, percent i ଭାବେ ପରିଭାଷିତ ହୋଇଛି
06:18 ଉଦାହରଣସ୍ୱରୂପ, ଫାଇଭ ପଏଣ୍ଟ ଟୁ ଗୁଣନ percent i, 5.2i ଦିଏ
06:29 ଆହୁରି ମଧ୍ୟ, ବ୍ରାକେଟ 10 ଯୁକ୍ତ 5 ଗୁଣନ percent i ସମଗ୍ରକୁ ଦୁଇଗୁଣ percent i ଦ୍ୱାରା ଗୁଣନ କରନ୍ତୁ, ଯାହା -10.+20.i ରେଜଲ୍ଟ ଦେବ
06:58 ବର୍ତ୍ତମାନ, ଏଠାରେ କନସୋଲ କ୍ଲିଅର କରିଦିଅନ୍ତୁ
07:04 Scilabରେ ଉପଲବ୍ଧ ଥିବା, ଅନ୍ୟ କିଛି ପ୍ରିଡିଫାଇଣ୍ଡ ନ୍ୟୁମେରିକଲ କନଷ୍ଟାଣ୍ଟଗୁଡିକୁ ଦେଖିବା
07:09 i ଭଳି, ସେମାନଙ୍କର ନାମ ମଧ୍ୟ ପରସେଣ୍ଟ ଚିହ୍ନରୁ ଆରମ୍ଭ ହୁଏ
07:13 ଉଦାହରଣସ୍ୱରୂପ, ପରସେଣ୍ଟ pi(%pi)
07:18 piର ଭାଲ୍ୟୁ, ଆଶାନୁରୂପ ଅଟେ
07:21 ବର୍ତ୍ତମାନ ଆମେ, କିଛି ଗଚ୍ଛିତ ଥିବା ତ୍ରିକୋଣମିତୀକ ଫଙ୍କସନ୍ସକୁ ନେଇ, piର ବ୍ୟବହାରକୁ ପ୍ରଦର୍ଶନ କରିବା
07:27 sine of percent pi by 2, ଫଙ୍କସନର ଉତ୍ତର 1 ହେବ
07:37 ଏବଂ cos of percent pi by 2 ପାଇଁ ଉତ୍ତର 6.123D-17ହେବ
07:50 ଧ୍ୟାନଦିଅନ୍ତୁ ଯେ, କୋଣଗୁଡିକ ରେଡିଆନ୍ସରେ ମାପ କରାଯାଏ ଏବଂ
07:54 ଦେଖନ୍ତୁ, ସମସ୍ତ ପ୍ରାକ୍ଟିକାଲ ଉଦ୍ଦେଶ୍ୟ ପାଇଁ ଦ୍ୱିତୀୟ ଉତ୍ତର ହେଉଛି ଶୂନ
07:59  %eps, machine epsilon ନାମକ ସଂଖ୍ୟା ସହିତ ସମ୍ୱନ୍ଧିତ
08:03 Scilab ପ୍ରଦାନ କରୁଥିବା, ଏହା ହେଉଛି ସର୍ବନିମ୍ନ ଡିଜିଟ ରିଜୋଲ୍ୟୁଶନ୍
08:08 ନିଜ କମ୍ପ୍ୟୁଟରରେ ଏହାର ଭାଲ୍ୟୁ ଜାଣିବା ପାଇଁ, କନସୋଲରେ %eps ଟାଇପ କରନ୍ତୁ
08:19 ମୋ କମ୍ପ୍ୟୁଟରରେ, ଏହା 2.220D-16 ଦିଏ
08:24 ଏହା, Scilab ଦ୍ୱାରା ବ୍ୟବହୃତ ଫ୍ଲୋଟିଙ୍ଗ ପଏଣ୍ଟ ପ୍ରିସିସନକୁ ଦର୍ଶାଏ
08:28 ଏହି ସଂଖ୍ୟାଟି, 2.22 times 10^(-16) ପାଇଁ ଏକ ସଂକେତ ଅଟେ. ଏଠାରେ କନସୋଲ କ୍ଲିୟର କରନ୍ତୁ
08:41 ଯଦି ଜଣେ, 0.000456 ଲେଖିବାକୁ ଚାହେଁ, ସେ ଏହାକୁ 4.56d-4 କିମ୍ବା 4.56e-4 ଭାବେ ଲେଖିପାରିବ
09:06 ଯେହେତୁ, ଭେରିଏବଲସ ଓ ଫଙ୍କସନ୍ସ କେସ-ସେନସିଟିଭ ଅଟନ୍ତି, ଏଠାରେ ଆମେ ସ୍ମଲ d କିମ୍ବା କ୍ୟାପିଟାଲ D, ସ୍ମଲ e କିମ୍ବା କ୍ୟାପିଟାଲ E ବ୍ୟବହାର କରିପାରିବା
09:16 ନାଚୁରାଲ ଲଗାରିଦମର ଆଧାର ହେଉଛି ଆଉ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପୂର୍ବନିର୍ଦ୍ଧାରିତ ନ୍ୟୂମେରିକଲ କନଷ୍ଟାଣ୍ଟ
09:22 ପରସେଣ୍ଟ e(%e), ଆଶାନୁରୂପ ଉତ୍ତର ଦିଏ
09:30 ଆମେ, e x p ଫଙ୍କସନ ବ୍ୟବହାରକରି, ସମାନ ଉତ୍ତର ପାଇପାରିବା
09:35 ଉଦାହରଣସ୍ୱରୂପ: exp ବ୍ରାକେଟ 1 ବ୍ରାକେଟ ଶେଷ ଏବଂ Enter ଦାବନ୍ତୁ
09:44 ଉଭୟ ଉତ୍ତର, ସମାନ ହୋଇଥିବାର ଆପଣ ଦେଖିପାରିବେ
09:47 ଏଠାରେ, clc କମାଣ୍ଡ ବ୍ୟବହାରକରି କନସୋଲକୁ କ୍ଲିୟର କରନ୍ତୁ
09:55 ସେହିଭଳି, %e ସ୍କୋୟାର, ନିମ୍ନ ଉତ୍ତର ଦେଇଥାଏ
10:04 exp of 2, ଟାଇପ କରି ମଧ୍ୟ ସମାନ ଉତ୍ତର ପାଇପାରିବା
10:18 କମାଣ୍ଡ log ହେଉଛି, ଏକ ସଂଖ୍ୟାର ନାଚୁରଲ ଲଗାରିଦମ, ଯାହାର ଆଧାର ହେଉଛି e
10:23 ଆଧାର 10 ସନ୍ଦର୍ଭରେ ଲଗାରିଦମ୍ ନେବାପାଇଁ log 10ର ବ୍ୟବହାର କରନ୍ତୁ
10:29 ଉଦାହରଣସ୍ୱରୂପ, log10 ବ୍ରାକେଟ 1e ମାଇନସ୍ 23 ବ୍ରାକେଟ ଶେଷ ଓ Enter ଦାବନ୍ତୁ, ଏହା ଆଶାନୁରୂପ ଉତ୍ତର -23 ଦେବ
10:47 ନେଗେଟିଭ୍ ଲଗାରିଦମ୍ ନେଲେ, ଆମେ ଜଟିଳ ସଂଖ୍ୟା ସବୁ ପାଇବା
10:51 ଜଟିଳ ସଂଖ୍ୟା ପାଇଁ ଆପଣ ଏହାକୁ ନିଜେ ଯାଞ୍ଚ କରନ୍ତୁ. ନିଜ scilab କନସୋଲ ଉପରେ ଟାଇପ୍ କରନ୍ତୁ: log of -1 କିମ୍ବା log of %i
11:01 ବର୍ତ୍ତମାନ, ମନେପକାନ୍ତୁ ଯେ, ଆମେ ଡାୟରୀ କମାଣ୍ଡ ମାଧ୍ୟମରେ myrecord.txtରେ ସମସ୍ତ ଟାଇପ ହୋଇଥିବା କମାଣ୍ଡଗୁଡିକୁ ରେକର୍ଡ କରିଦେଇଛୁ
11:09 ଏବେ ଦେଖିବା ଯେ, ସେହି ଫାଇଲକୁ କିପରି ବନ୍ଦ କରିବା ଓ ଦେଖିପାରିବା
11:13 ଫାଇଲଟିକୁ ବନ୍ଦ କରିବା ପାଇଁ, ଟାଇପ କରନ୍ତୁ
11:16 ଡାୟରୀ ଅଫ ଯିରୋ
11:21 ଏହି କମାଣ୍ଡ, myrecord.txt ଫାଇଲକୁ ବନ୍ଦ ଓ ସେଭ୍ କରିବ
11:26 ଏହାମଧ୍ୟ ମନେପକାନ୍ତୁ ଯେ, ଏହି ଫାଇଲଟି, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀରେ ତିଆରି ହୋଇଥିଲା, ଯାହା ମୋ ମାମଲାରେ ଡେସ୍କଟପ ଅଟେ
11:34 ଚାଲନ୍ତୁ, ଏହି ଫାଇଲକୁ ଖୋଲିବା. ଏଥିପାଇଁ, ନିଜ scilab କନସୋଲ ୱିଣ୍ଡୋ ଟୂଲବାରରେ ଥିବା, Open-a-file, ସର୍ଟକଟ ଆଇକନ ଉପରେ କ୍ଲିକ୍ କରନ୍ତୁ
11:46 ମୁଁ, ଫାଇଲ ଫର୍ମାଟ୍ କୁ, All Filesକୁ ବଦଳାଇଦେବି
11:51 myrecord.txt, ଫାଇଲ ସିଲେକ୍ଟ କରନ୍ତୁ ଏବଂ Open କ୍ଲିକ୍ କରନ୍ତୁ
11:59 ଧ୍ୟାନଦିଅନ୍ତୁ ଯେ, ସମସ୍ତ ପ୍ରକ୍ରିୟା, ଉଭୟ କମାଣ୍ଡ ଓ Scilab ଦ୍ୱାରା ଦିଆଯାଇଥିବା ସମ୍ୱନ୍ଧିତ ଉତ୍ତର, ଏହି ଫାଇଲ ମଧ୍ୟରେ ସେଭ ହୋଇଯାଇଛି
12:10 ମୁଁ ଏହି ଫାଇଲକୁ ବନ୍ଦ କରିବି
12:15 Yes କ୍ଲିକ୍ କରନ୍ତୁ
12:21 ଆମେ ଜାଣୁ ଯେ, ଏକ ପ୍ରୋଗ୍ରାମ ବିକଶିତ ହେଲାବେଳେ , ଉପଯୁକ୍ତ କୋଡ୍ ନମିଳିବା ପର୍ଯ୍ୟନ୍ତ, ଏହି କୋଡ ଉପରେ ଅନେକ ପ୍ରୟୋଗ କରାଯାଇଥାଏ
12:29 ଡାୟରୀ କମାଣ୍ଡ, ସମସ୍ତ ପ୍ରକ୍ରିୟା ଉପରେ ନଜର ରଖିବାରେ ସାହାଯ୍ୟ କରେ
12:35 ଯଦି ଆମେ, diary of zero କମାଣ୍ଡ ବ୍ୟବହାର କରି my record.txt ଫାଇଲକୁ ବନ୍ଦ କରିଥିବାର ଆପଣ ମନେପକାଇପାରୁଛନ୍ତି,
12:42 ତେବେ ଦୟାକରି ଧ୍ୟାନଦିଅନ୍ତୁ ଯେ, ଏହି କମାଣ୍ଡ ନିଷ୍ପାଦନ ହେଲାପରେ କୌଣସି ପ୍ରକ୍ରିୟା ସେଭ୍ ହୋଇପାରିବ ନାହିଁ
12:48 ଯଦି ସେସନକୁ ପୁନର୍ବାର ସେଭ୍ କରିବାକୁ ହୁଏ, ଆମକୁ ପୁଣିଥରେ ଡାୟରୀ କମାଣ୍ଡ ଜାରି କରିବାକୁ ହେବ
12:54 ଯଦି ଫାଇଲରେ କିଛି ଗୁରୁତ୍ତ୍ୱପୁର୍ଣ୍ଣ ସୂଚନା ଥାଏ, ତେବେ ଡାୟରୀ କମାଣ୍ଡରେ ଅନ୍ୟ ଫାଇଲ ନାମ ବ୍ୟବହାର କରିବା ଉଚିତ
13:03 କାରଣ ସମାନ ଫାଇଲ୍ ନାମର ବ୍ୟବହାର କଲେ, ତାହା ବିଦ୍ୟମାନ ଫାଇଲକୁ ଓଭରରାଇଟ୍ କରିଦେବ
13:09 ଏଠାରେ ଭିଡିଓକୁ ପଜ୍ କରନ୍ତୁ ଏବଂ ଭିଡିଓରେ ଥିବା ଦ୍ୱିତୀୟ ଅନୁଶୀଳନୀକୁ ଅଭ୍ୟାସ କରନ୍ତୁ
13:15 ଆପଣ ବୋଧହୁଏ ଧ୍ୟାନଦେଇଥିବେ, ଏହି ସମସ୍ୟା ପାଇଁ ସମାଧାନ ସମ୍ପୂର୍ଣ୍ଣ ଭାବେ ଶୂନ୍ ନଥିଲା
13:21 ଏହାକୁ କିପରି କରିବେ, ତାହା ଉପରେ ଅଧିକ ବିବରଣୀ ପାଇଁ, ଟାଇପ କରନ୍ତୁ help clean
13:27 ସାଧାରଣତଃ, ଯଦି ଆପଣ ଏକ ନିର୍ଦ୍ଦିଷ୍ଟ କମାଣ୍ଡ ବିଷୟରେ ସାହାଯ୍ୟ ଚାହାଁନ୍ତି, ତେବେ help କିମ୍ବା help ସହିତ ଏକ ଆର୍ଗୁମେଣ୍ଟ କମାଣ୍ଡ ବ୍ୟବହାର କରିପାରିବେ
13:37 ଉଦାହରଣସ୍ୱରୂପ, scilab କନସୋଲ ଉପରେ help chdir ଟାଇପ କରନ୍ତୁ ଏବଂ Enter ଦାବନ୍ତୁ
13:53 ମୁଁ Help Browserର ଆକାରକୁ ବଢାଇବି
14:01 Help chdir, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀକୁ ପରିବର୍ତ୍ତନ କରିବାର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରେ
14:10 ଅନ୍ୟ ବିକଳ୍ପ ହେଉଛି, scilab କନସୋଲ ୱିଣ୍ଡୋ ଟୂଲବାରରେ ଥିବା, Help Browser ଆଇକନ୍ ଉପରେ କ୍ଲିକ୍ କରିବା
14:20 Help Browser ବନ୍ଦ କରନ୍ତୁ ଏବଂ slidesକୁ ଫେରିଆସନ୍ତୁ
14:31 ଅପ୍-ଡାଉନ୍ ଆରୋ କୀଗୁଡ଼ିକୁ ଦାବି, ଆପଣ ପୂର୍ବ ନିଷ୍ପାଦିତ କମାଣ୍ଡଗୁଡିକୁ ଦେଖିପାରିବେ
14:36 ଅପ୍-ଡାଉନ୍ ଆରୋ କୀ ବ୍ୟବହାର ସମୟରେ, ଆପଣ ଯେକୌଣସି କମାଣ୍ଡଠାରେ ଅଟକିପାରିବେ ଏବଂ ତାହାର ନିଷ୍ପାଦନ ପାଇଁ Enter ଦାବିପାରିବେ
14:45 ଆବଶ୍ୟକସ୍ଥଳେ, ଆପଣ କମାଣ୍ଡଗୁଡିକୁ ଏଡିଟ କରିପାରିବେ
14:48 ଯଦି ଆପଣ, ପୂର୍ବରୁ ଟାଇପ୍ କରିଥିବା ଏପରି କୌଣସି କମାଣ୍ଡ ଖୋଜୁଛନ୍ତି, ଯାହା e ଅକ୍ଷରରୁ ଆରମ୍ଭ ହୋଇଥିବ, ତେବେ e ଟାଇପ୍ କରି ଅପ୍-ଆରୋ କୀ ବ୍ୟବହାର କରନ୍ତୁ
14:59 କମାଣ୍ଡକୁ ଅଟୋ-କମ୍ପ୍ଲିଟ କରିବା ପାଇଁ, ଟାବ୍ କୀ ବ୍ୟବହାର କରନ୍ତୁ. ଏହା ଆମକୁ, ଚୟନ କରିବା ପାଇଁ ସମସ୍ତ ଉପଲବ୍ଧ ବିକଳ୍ପ ଦେଇଥାଏ
15:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:
15:10 ଏକ କାଲକ୍ୟୁଲେଟର ଭାବେ Scilabର ବ୍ୟବହାର
15:12 ଡିଫଲ୍ଟ ଭେରିଏବଲ ansରେ ପରିଣାମକୁ ଷ୍ଟୋର କରିବା
15:16 Equality ଚିହ୍ନ ବ୍ୟବହାର କରି, ଭେରିଏବଲକୁ ଭାଲ୍ୟୁ ଆସାଇନ୍ କରିବା
15:20 କନସୋଲରେ, କମା ଦ୍ୱାରା ପୃଥକ କରାଯାଇଥିବା ଭେରିଏବଲଗୁଡିକର ଭାଲ୍ୟୁ, ସେଗୁଡିକର ନାମ ଟାଇପ କରି ଯାଞ୍ଚ କରିବା
15:28 Pwd କମାଣ୍ଡ ବ୍ୟବହାର କରି, ସାମ୍ପ୍ରତିକ କାର୍ଯ୍ୟକାରୀ ଡାଇରେକ୍ଟୋରୀର ଯାଞ୍ଚ କରିବା
15:34 କନସୋଲରେ ଟାଇପ ହୋଇଥିବା ସମସ୍ତ କମାଣ୍ଡକୁ, ଡାୟରୀ କମାଣ୍ଡ ବ୍ୟବହାର କରି, ଗୋଟିଏ ଫାଇଲରେ save କରିବା
15:40 କ୍ରମାନ୍ୱୟରେ %i, %e ଓ %pi ବ୍ୟବହାର କରି, ଜଟିଳ ସଂଖ୍ୟା, ନାଚୁରାଲ ଏକ୍ସପୋନେଣ୍ଟସ ଓ π (ପାଏ) କୁ ପରିଭାଷିତ କରିବା
15:49 ଯେକୌଣସି କମାଣ୍ଡ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ହେଲ୍ପ କମାଣ୍ଡର ବ୍ୟବହାର
15:54 ଏହା ଆମକୁ, Getting Started with Scilabର ସ୍ପୋକନ ଟ୍ୟୁଟୋରିଅଲର ସମାପ୍ତିକୁ ଆଣେ
15:59 Scilabରେ ଆହୁରି ଅନେକ ଫଙ୍କସନ୍ସ ଅଛି, ଯାହା ଅନ୍ୟ ଟ୍ୟୁଟୋରିଆଲଗୁଡିକରେ କଭର କରାଯିବ
16:06 ଏହି ସ୍ପୋକନ ଟ୍ୟୁଟୋରିଆଲ, ଫ୍ରୀ ଆଣ୍ଡ ଓପନ୍ ସୋର୍ସ ସଫୱେର୍ ଇନ୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଙ୍ଗ୍ ଏଜୁକେଶନ୍ (FOSSEE) ଦ୍ୱାରା ପ୍ରସ୍ତୁତ କରାଯାଇଛି
16:14 FOSSEE ପ୍ରୋଜେକ୍ଟ ଉପରେ ଅଧିକ ସୂଚନା, fossee.in କିମ୍ବା scilab.in ୱେବସାଇଟରେ ଉପଲବ୍ଧ ଅଛି
16:22 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
16:29 ଅଧିକ ସୂଚନା ପାଇଁ, ଦୟାକରି ସ୍ପୋକନ ହାଇଫେନ ଟ୍ୟୁଟୋରିଆଲ ଡଟ୍ org ସ୍ଲାଶ୍ NMEICT ହାଇଫେନ୍ introକୁ ଯା’ନ୍ତୁ. (spoken-tutorial.org/NMEICT-Intro)
16:43 ଆଇଆଇଟି ବମ୍ବେ ତରଫରୁ,
16:47 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep