PHP-and-MySQL/C2/If-Statement/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, phpର ଏହି ମୌଳିକ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ. ଏଠାରେ ଆମେ IF ଷ୍ଟେଟମେଣ୍ଟକୁ ଆଲୋଚନା କରିବା |
00:06 | ଯଦି ଆପଣ ପୂର୍ବରୁ କୋଡକୁ ଲେଖିସାରିଥିବେ ତେବେ ଆପଣ ନିଶ୍ଚିତରୂପେ IF ଷ୍ଟେଟମେଣ୍ଟ ସହିତ ପରିଚିତ ହୋଇଥିବେ |
00:11 | ଏହା phpରେ ବେଶି କିଛି ଅଲଗା ନୁହେଁ. ଅଳ୍ପ ସମୟରେ ମୁଁ ଗୋଟିଏ ନିଷ୍ପାଦନ କରିବି ଏବଂ ଆପଣଙ୍କୁ ପ୍ରଦର୍ଶନ କରିବି |
00:16 | ତେଣୁ ଚାଲନ୍ତୁ ଆରମ୍ଭ କରିବା |
00:18 | ଠିକ୍ ଅଛି ଏଠାରେ IF ଷ୍ଟେଟମେଣ୍ଟ ଉପରେ ସମ୍ୟକ ସୁଚନା ଅଛି. ଏହା ଗୋଟିଏ conditionକୁ ଗ୍ରହଣ କରିବ |
00:23 | ଯଦି କଣ୍ଡିଶନଟି True ହୁଏ ତେବେ ଏହା କୋଡରେ ଗୋଟିଏ ପାଥକୁ ନିଷ୍ପାଦନ କରିବ |
00:28 | ଯଦି ଏହା False ହୁଏ ତେବେ ଏହା କୋଡର ଅନ୍ୟ ଏକ ପାଥକୁ ନିଷ୍ପାଦନ କରିବ |
00:32 | ଉଦାହରଣସ୍ଵରୂପ ଏହା ଗଠନ ଅଟେ |
00:36 | If -1 equals 1 କି ନୁହେଁ ଜାଣିବା ପାଇଁ କଣ୍ଡିଶନ୍ ବ୍ରାକେଟ୍ ମଧ୍ୟରେ ଅଛି |
00:41 | ମୁଁ ଏଠାରେ ଡବଲ୍ equal to ଚିହ୍ନ ବ୍ୟବହାର କରିଥିବା ଲକ୍ଷ୍ୟ କରନ୍ତୁ. ଏହା କମ୍ପ୍ୟାରିଜନ୍ operator ଅଟେ |
00:47 | ଅନ୍ୟ ଟ୍ୟୁଟୋରିଆଲରେ ଆମେ operators ବିଷୟରେ ଶିଖିବା |
00:50 | ଏହାକୁ is equal to ଭାବେ ପଢାଯିବ ଯଦିଓ ଏହା equals ଭଳି ସମାନ ନୁହେଁ |
00:56 | ଯେତେବେଳେ ଆମେ ଭେରିଏବଲଗୁଡିକୁ ବ୍ୟବହାର କରୁ ସେତେବେଳେ ତୂଳନା କରିବା ପାଇଁ double equal to ବ୍ୟବହାର କରାଯାଇଥାଏ |
01:02 | ଯଦି True ପାଥକୁ ବ୍ୟବହାର କରିବାକୁ ଚାହାଁନ୍ତି ତେବେ ଆପଣ ଦୁଇଟି କର୍ଲୀ ବ୍ରାକେଟକୁ ବ୍ୟବହାର କରିପାରିବେ |
01:06 | ଆମେ ଏଠାରେ ଗୋଟିଏକୁ ଖୋଲିବାକୁ ଯାଉଛୁ |
01:08 | ଆମର କୋଡ୍ ବ୍ରାକେଟ୍ ମଧ୍ୟରେ ରହିବ |
01:12 | ଯଦି ଏହା Not True ହୁଏ ତେବେ ଆମେ else କହିବା |
01:15 | ସମାନ ଗଠନ, ତେଣୁ ଦୁଇଟି କର୍ଲୀ ବ୍ରାକେଟ୍ |
01:17 | ଉଦାହରଣସ୍ଵରୂପ if 1 equals 1 ହୁଏ ତେବେ ଆମେ echo, True ବୋଲି କହିବା |
01:23 | ଯଦି 1 is not equal 1 ହୁଏ ତେବେ, ଆମ ଫାଇଲକୁ ରନ୍ କରିବା ଦ୍ଵାରା ନିଶ୍ଚିତରୂପେ False ପ୍ରାପ୍ତ କରିବା |
01:30 | ଯେହେତୁ 1 is equal to 1, ତେଣୁ ଆମ ଫାଇଲକୁ ରନ୍ କରିବା ଦ୍ଵାରା True ପ୍ରାପ୍ତ ହେବ |
01:36 | ଏହାକୁ ପରିବର୍ତ୍ତନ କରନ୍ତୁ. ଯଦି 1 equals 2 ହୁଏ, ଯାହା ସମ୍ଭବ ନୁହେଁ, ଆମେ False ପ୍ରାପ୍ତ କରିବା |
01:42 | ତେଣୁ, ଗୋଟିଏ ସଂଖ୍ୟା ଅନ୍ୟ ସଂଖ୍ୟା ସହିତ ସମାନ କି ନୁହେଁ ଜାଣିବା ପାଇଁ ଆମେ ଗୋଟିଏ ସରଳ ପ୍ରୋଗ୍ରାମ୍ ସୃଷ୍ଟି କରିସାରିଛେ |
01:49 | ଗୋଟିଏ ପ୍ରୋଗ୍ରାମ୍ ପାଇଁ ଏହା ଏକ ସାଦାସିଧା ଆପ୍ଲିକେଶନ୍ ଅଟେ |
01:52 | ତେଣୁ ମୁଁ ଅଧିକ କିଛି ସଂଯୁକ୍ତ କରିବାକୁ ଚାହେଁ. ପାସୱର୍ଡକୁ ଅକ୍ସେସ୍ କରିବା ପାଇଁ ମୁଁ ଗୋଟିଏ ଛୋଟ ପ୍ରୋଗ୍ରାମ୍ ସୃଷ୍ଟି କରିବି |
01:58 | ଆମେ ପାସୱର୍ଡକୁ ଗୋଟିଏ ଭେରିଏବଲରେ ଷ୍ଟୋର୍ କରିବା |
02:03 | ଉଦାହରଣସ୍ଵରୂପ $password, abc ଅଟେ |
02:05 | ନିମ୍ନଲିଖିତ ସାହାଯ୍ୟରେ ମୋ’ର IF ଫଙ୍କଶନରେ ମୁଁ ଗୋଟିଏ ଭେରିଏବଲକୁ ସଂଯୁକ୍ତ କରିବାକୁ ଚାହେଁ: |
02:11 | ଯଦି password, double equals, defକୁ ମନେରଖେ |
02:15 | ଏବଂ ମୁଁ Access granted ବୋଲି କହିବି |
02:21 | ଏଠାରେ, ଗୋଟିଏ ଭୁଲ୍ ହୋଇଯାଇଛି. def ହେଉଛି ପାସୱର୍ଡ ଯାହାକୁ ଆମେ ୟୁଜରଙ୍କୁ ପଚାରିବାକୁ ଚାହୁଁଛୁ. Abc ହେଉଛି ପାସୱର୍ଡ ଯାହାକୁ ମୁଁ ସିଷ୍ଟମରେ ପ୍ରବେଶ କରିଛି |
02:32 | ତେଣୁ ଯଦି ଏହା def ସହିତ ସମାନ ନହୁଏ ତେବେ ମୁଁ Access denied ବୋଲି କହିବି |
02:39 | ମୁଁ ପ୍ରବେଶ କରିଥିବା ପାସୱର୍ଡ abc ଅଟେ |
02:42 | ଷ୍ଟୋର୍ ହୋଇଥିବା ପାସୱର୍ଡ def ସହିତ ଆମେ ପାସୱର୍ଡକୁ ତୂଳନା କରିବା |
02:50 | ଯଦି ଏହା def ସହିତ ସମାନ ହୁଏ ତେବେ ଏହା Access granted ବୋଲି କହିବ ନଚେତ୍ Access denied |
02:57 | ଏହାକୁ ଚେଷ୍ଟା କରନ୍ତୁ |
03:00 | Access denied. ଏହାର କାରଣ ହେଉଛି ପାସୱର୍ଡଗୁଡିକ ମେଳ ହେଉନାହାଁନ୍ତି |
03:05 | ଏହି ଆଧାରରେ ମୁଁ ଏଠାରେ ଗୋଟିଏ ଭେରିଏବଲକୁ ସଂଯୁକ୍ତ କରିଥିବା ଆପଣ ଦେଖିପାରିବେ |
03:10 | ଏହାକୁ defରେ ପରିବର୍ତ୍ତନ କରନ୍ତୁ ଏବଂ ଆମେ Access granted ପ୍ରାପ୍ତ କରିବା |
03:18 | ଯେହେତୁ ମୋ’ର ଏଠାରେ କୋଡର ଗୋଟିଏ ଲାଇନ୍ ଅଛି ଏବଂ କୋଡର ଅନ୍ୟ ଲାଇନ୍ ଏଠାରେ ଅଛି |
03:22 | ମୁଁ କର୍ଲୀ ବ୍ରାକେଟଗୁଡିକୁ କାଢିଦେଇପାରିବି |
03:25 | ମୋ ପାଇଁ ଏହା ଟିକେ ଭଲ ଦେଖାଯାଉଛି |
03:29 | ଦୟାକରି ଧ୍ୟାନଦିଅନ୍ତୁ – କୋଡର ଗୋଟିଏ ଲାଇନ୍ ଥିବା ଏଭଳି ସରଳ IF ଷ୍ଟେଟମେଣ୍ଟଗୁଡିକ ପାଇଁ କର୍ଲୀ ବ୍ରାକେଟଗୁଡିକୁ ସଂଯୁକ୍ତ କରିବାର କିଛି ଆବଶ୍ୟକତା ନାହିଁ |
03:37 | ଯଦି ଆପଣ ଏଠାରେ ଲାଇନ୍ ପରେ ଲାଇନ୍ ଆବଶ୍ୟକ କରନ୍ତି ତେବେ କର୍ଲୀ ବ୍ରାକେଟଗୁଡିକର ଆବଶ୍ୟକତା ଅଛି |
03:42 | ଉଦାହରଣସ୍ଵରୂପ ଏଠାରେ ଗୋଟିଏ ନୂତନ ଭେରିଏବଲକୁ ସେଟ୍ କରନ୍ତୁ |
03:46 | $access ଇକ୍ଵାଲସ Allowed |
03:52 | ଏହା ପ୍ରକୃତରେ କୋଡର ଅନ୍ୟ ଏକ ଲାଇନ୍ ଅଟେ |
03:57 | କିନ୍ତୁ ଯେତେବେଳେ ମୁଁ ଏହାକୁ ଚେଷ୍ଟା କରିବା ସହିତ ରନ୍ କରିବି, ଗୋଟିଏ ତୃଟି ପ୍ରାପ୍ତ ହେବ |
04:02 | ଏହା line 8ରେ ଗୋଟିଏ ଅବାଞ୍ଛିତ T_else ବୋଲି କହିବ |
04:08 | line 8କୁ ପ୍ରାପ୍ତ କରନ୍ତୁ. ଏହା ଏଠାରେ ଅଛି. ଏହା ପୂର୍ବରେ ଥିବା ଲାଇନ୍ ସମସ୍ୟା ସୃଷ୍ଟି କରୁଛି |
04:13 | ତେଣୁକରି ଆମକୁ ଦୁଇ କିମ୍ବା ତତୋଧିକ କୋଡର ଲାଇନଗୁଡିକ ମଧ୍ୟରେ ବଣ୍ଟନ କରିବା ପାଇଁ ପୁନର୍ବାର କର୍ଲୀ ବ୍ରାକେଟଗୁଡିକୁ ସଂଯୁକ୍ତ କରିବା ଆବଶ୍ୟକ |
04:22 | ଏହାକୁ refresh କରିବା ଦ୍ଵାରା Access is granted ପ୍ରାପ୍ତ ହେବ |
04:25 | ବର୍ତ୍ତମାନ allowed ପାଇଁ ଗୋଟିଏ ନୂତନ ଭେରିଏବଲ୍ accessକୁ ସେଟ୍ କରଯାଇଛି |
04:29 | ଏହା ବିଶେଷ ସାହାଯ୍ୟ କରିବ ନାହିଁ |
04:32 | କିନ୍ତୁ ମୁଁ ଆପଣଙ୍କୁ କେବଳ ଗୋଟିଏ ଉଦାହରଣ ଦେଉଥିଲି |
04:35 | ଏହା ଏବେ ମଧ୍ୟ ଗୋଟିଏ ସିଙ୍ଗଲ୍ ଲାଇନରେ ଥିବା ଦେଖିପାରିବେ ଏବଂ ଏଗୁଡିକ ଡବଲ୍ ଲାଇନ୍ ଅଟନ୍ତି, ଆପଣ ସେଗୁଡିକୁ ମିଶାଇପାରିବେ ନାହିଁ |
04:40 | ଠିକ୍ ଅଛି ମୁଁ ଗୋଟିଏ ଭେରିଏବଲ୍ ସୃଷ୍ଟି କରିସାରିଛି. ମୁଁ ଏହାକୁ ଗୋଟିଏ IF ଷ୍ଟେଟମେଣ୍ଟରେ ସଂଯୁକ୍ତ କରିଛି. ଆଶା କରୁଛି ଏହା ଦରକାରୀ ହୋଇଥିଲା |
04:46 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
04:50 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |