PHP-and-MySQL/C2/If-Statement/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, phpର ଏହି ମୌଳିକ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ. ଏଠାରେ ଆମେ IF ଷ୍ଟେଟମେଣ୍ଟକୁ ଆଲୋଚନା କରିବା
00:06 ଯଦି ଆପଣ ପୂର୍ବରୁ କୋଡକୁ ଲେଖିସାରିଥିବେ ତେବେ ଆପଣ ନିଶ୍ଚିତରୂପେ IF ଷ୍ଟେଟମେଣ୍ଟ ସହିତ ପରିଚିତ ହୋଇଥିବେ
00:11 ଏହା phpରେ ବେଶି କିଛି ଅଲଗା ନୁହେଁ. ଅଳ୍ପ ସମୟରେ ମୁଁ ଗୋଟିଏ ନିଷ୍ପାଦନ କରିବି ଏବଂ ଆପଣଙ୍କୁ ପ୍ରଦର୍ଶନ କରିବି
00:16 ତେଣୁ ଚାଲନ୍ତୁ ଆରମ୍ଭ କରିବା
00:18 ଠିକ୍ ଅଛି ଏଠାରେ IF ଷ୍ଟେଟମେଣ୍ଟ ଉପରେ ସମ୍ୟକ ସୁଚନା ଅଛି. ଏହା ଗୋଟିଏ conditionକୁ ଗ୍ରହଣ କରିବ
00:23 ଯଦି କଣ୍ଡିଶନଟି True ହୁଏ ତେବେ ଏହା କୋଡରେ ଗୋଟିଏ ପାଥକୁ ନିଷ୍ପାଦନ କରିବ
00:28 ଯଦି ଏହା False ହୁଏ ତେବେ ଏହା କୋଡର ଅନ୍ୟ ଏକ ପାଥକୁ ନିଷ୍ପାଦନ କରିବ
00:32 ଉଦାହରଣସ୍ଵରୂପ ଏହା ଗଠନ ଅଟେ
00:36 If -1 equals 1 କି ନୁହେଁ ଜାଣିବା ପାଇଁ କଣ୍ଡିଶନ୍ ବ୍ରାକେଟ୍ ମଧ୍ୟରେ ଅଛି
00:41 ମୁଁ ଏଠାରେ ଡବଲ୍ equal to ଚିହ୍ନ ବ୍ୟବହାର କରିଥିବା ଲକ୍ଷ୍ୟ କରନ୍ତୁ. ଏହା କମ୍ପ୍ୟାରିଜନ୍ operator ଅଟେ
00:47 ଅନ୍ୟ ଟ୍ୟୁଟୋରିଆଲରେ ଆମେ operators ବିଷୟରେ ଶିଖିବା
00:50 ଏହାକୁ is equal to ଭାବେ ପଢାଯିବ ଯଦିଓ ଏହା equals ଭଳି ସମାନ ନୁହେଁ
00:56 ଯେତେବେଳେ ଆମେ ଭେରିଏବଲଗୁଡିକୁ ବ୍ୟବହାର କରୁ ସେତେବେଳେ ତୂଳନା କରିବା ପାଇଁ double equal to ବ୍ୟବହାର କରାଯାଇଥାଏ
01:02 ଯଦି True ପାଥକୁ ବ୍ୟବହାର କରିବାକୁ ଚାହାଁନ୍ତି ତେବେ ଆପଣ ଦୁଇଟି କର୍ଲୀ ବ୍ରାକେଟକୁ ବ୍ୟବହାର କରିପାରିବେ
01:06 ଆମେ ଏଠାରେ ଗୋଟିଏକୁ ଖୋଲିବାକୁ ଯାଉଛୁ
01:08 ଆମର କୋଡ୍ ବ୍ରାକେଟ୍ ମଧ୍ୟରେ ରହିବ
01:12 ଯଦି ଏହା Not True ହୁଏ ତେବେ ଆମେ else କହିବା
01:15 ସମାନ ଗଠନ, ତେଣୁ ଦୁଇଟି କର୍ଲୀ ବ୍ରାକେଟ୍
01:17 ଉଦାହରଣସ୍ଵରୂପ if 1 equals 1 ହୁଏ ତେବେ ଆମେ echo, True ବୋଲି କହିବା
01:23 ଯଦି 1 is not equal 1 ହୁଏ ତେବେ, ଆମ ଫାଇଲକୁ ରନ୍ କରିବା ଦ୍ଵାରା ନିଶ୍ଚିତରୂପେ False ପ୍ରାପ୍ତ କରିବା
01:30 ଯେହେତୁ 1 is equal to 1, ତେଣୁ ଆମ ଫାଇଲକୁ ରନ୍ କରିବା ଦ୍ଵାରା True ପ୍ରାପ୍ତ ହେବ
01:36 ଏହାକୁ ପରିବର୍ତ୍ତନ କରନ୍ତୁ. ଯଦି 1 equals 2 ହୁଏ, ଯାହା ସମ୍ଭବ ନୁହେଁ, ଆମେ False ପ୍ରାପ୍ତ କରିବା
01:42 ତେଣୁ, ଗୋଟିଏ ସଂଖ୍ୟା ଅନ୍ୟ ସଂଖ୍ୟା ସହିତ ସମାନ କି ନୁହେଁ ଜାଣିବା ପାଇଁ ଆମେ ଗୋଟିଏ ସରଳ ପ୍ରୋଗ୍ରାମ୍ ସୃଷ୍ଟି କରିସାରିଛେ
01:49 ଗୋଟିଏ ପ୍ରୋଗ୍ରାମ୍ ପାଇଁ ଏହା ଏକ ସାଦାସିଧା ଆପ୍ଲିକେଶନ୍ ଅଟେ
01:52 ତେଣୁ ମୁଁ ଅଧିକ କିଛି ସଂଯୁକ୍ତ କରିବାକୁ ଚାହେଁ. ପାସୱର୍ଡକୁ ଅକ୍ସେସ୍ କରିବା ପାଇଁ ମୁଁ ଗୋଟିଏ ଛୋଟ ପ୍ରୋଗ୍ରାମ୍ ସୃଷ୍ଟି କରିବି
01:58 ଆମେ ପାସୱର୍ଡକୁ ଗୋଟିଏ ଭେରିଏବଲରେ ଷ୍ଟୋର୍ କରିବା
02:03 ଉଦାହରଣସ୍ଵରୂପ $password, abc ଅଟେ
02:05 ନିମ୍ନଲିଖିତ ସାହାଯ୍ୟରେ ମୋ’ର IF ଫଙ୍କଶନରେ ମୁଁ ଗୋଟିଏ ଭେରିଏବଲକୁ ସଂଯୁକ୍ତ କରିବାକୁ ଚାହେଁ:
02:11 ଯଦି password, double equals, defକୁ ମନେରଖେ
02:15 ଏବଂ ମୁଁ Access granted ବୋଲି କହିବି
02:21 ଏଠାରେ, ଗୋଟିଏ ଭୁଲ୍ ହୋଇଯାଇଛି. def ହେଉଛି ପାସୱର୍ଡ ଯାହାକୁ ଆମେ ୟୁଜରଙ୍କୁ ପଚାରିବାକୁ ଚାହୁଁଛୁ. Abc ହେଉଛି ପାସୱର୍ଡ ଯାହାକୁ ମୁଁ ସିଷ୍ଟମରେ ପ୍ରବେଶ କରିଛି
02:32 ତେଣୁ ଯଦି ଏହା def ସହିତ ସମାନ ନହୁଏ ତେବେ ମୁଁ Access denied ବୋଲି କହିବି
02:39 ମୁଁ ପ୍ରବେଶ କରିଥିବା ପାସୱର୍ଡ abc ଅଟେ
02:42 ଷ୍ଟୋର୍ ହୋଇଥିବା ପାସୱର୍ଡ def ସହିତ ଆମେ ପାସୱର୍ଡକୁ ତୂଳନା କରିବା
02:50 ଯଦି ଏହା def ସହିତ ସମାନ ହୁଏ ତେବେ ଏହା Access granted ବୋଲି କହିବ ନଚେତ୍ Access denied
02:57 ଏହାକୁ ଚେଷ୍ଟା କରନ୍ତୁ
03:00 Access denied. ଏହାର କାରଣ ହେଉଛି ପାସୱର୍ଡଗୁଡିକ ମେଳ ହେଉନାହାଁନ୍ତି
03:05 ଏହି ଆଧାରରେ ମୁଁ ଏଠାରେ ଗୋଟିଏ ଭେରିଏବଲକୁ ସଂଯୁକ୍ତ କରିଥିବା ଆପଣ ଦେଖିପାରିବେ
03:10 ଏହାକୁ defରେ ପରିବର୍ତ୍ତନ କରନ୍ତୁ ଏବଂ ଆମେ Access granted ପ୍ରାପ୍ତ କରିବା
03:18 ଯେହେତୁ ମୋ’ର ଏଠାରେ କୋଡର ଗୋଟିଏ ଲାଇନ୍ ଅଛି ଏବଂ କୋଡର ଅନ୍ୟ ଲାଇନ୍ ଏଠାରେ ଅଛି
03:22 ମୁଁ କର୍ଲୀ ବ୍ରାକେଟଗୁଡିକୁ କାଢିଦେଇପାରିବି
03:25 ମୋ ପାଇଁ ଏହା ଟିକେ ଭଲ ଦେଖାଯାଉଛି
03:29 ଦୟାକରି ଧ୍ୟାନଦିଅନ୍ତୁ – କୋଡର ଗୋଟିଏ ଲାଇନ୍ ଥିବା ଏଭଳି ସରଳ IF ଷ୍ଟେଟମେଣ୍ଟଗୁଡିକ ପାଇଁ କର୍ଲୀ ବ୍ରାକେଟଗୁଡିକୁ ସଂଯୁକ୍ତ କରିବାର କିଛି ଆବଶ୍ୟକତା ନାହିଁ
03:37 ଯଦି ଆପଣ ଏଠାରେ ଲାଇନ୍ ପରେ ଲାଇନ୍ ଆବଶ୍ୟକ କରନ୍ତି ତେବେ କର୍ଲୀ ବ୍ରାକେଟଗୁଡିକର ଆବଶ୍ୟକତା ଅଛି
03:42 ଉଦାହରଣସ୍ଵରୂପ ଏଠାରେ ଗୋଟିଏ ନୂତନ ଭେରିଏବଲକୁ ସେଟ୍ କରନ୍ତୁ
03:46 $access ଇକ୍ଵାଲସ Allowed
03:52 ଏହା ପ୍ରକୃତରେ କୋଡର ଅନ୍ୟ ଏକ ଲାଇନ୍ ଅଟେ
03:57 କିନ୍ତୁ ଯେତେବେଳେ ମୁଁ ଏହାକୁ ଚେଷ୍ଟା କରିବା ସହିତ ରନ୍ କରିବି, ଗୋଟିଏ ତୃଟି ପ୍ରାପ୍ତ ହେବ
04:02 ଏହା line 8ରେ ଗୋଟିଏ ଅବାଞ୍ଛିତ T_else ବୋଲି କହିବ
04:08 line 8କୁ ପ୍ରାପ୍ତ କରନ୍ତୁ. ଏହା ଏଠାରେ ଅଛି. ଏହା ପୂର୍ବରେ ଥିବା ଲାଇନ୍ ସମସ୍ୟା ସୃଷ୍ଟି କରୁଛି
04:13 ତେଣୁକରି ଆମକୁ ଦୁଇ କିମ୍ବା ତତୋଧିକ କୋଡର ଲାଇନଗୁଡିକ ମଧ୍ୟରେ ବଣ୍ଟନ କରିବା ପାଇଁ ପୁନର୍ବାର କର୍ଲୀ ବ୍ରାକେଟଗୁଡିକୁ ସଂଯୁକ୍ତ କରିବା ଆବଶ୍ୟକ
04:22 ଏହାକୁ refresh କରିବା ଦ୍ଵାରା Access is granted ପ୍ରାପ୍ତ ହେବ
04:25 ବର୍ତ୍ତମାନ allowed ପାଇଁ ଗୋଟିଏ ନୂତନ ଭେରିଏବଲ୍ accessକୁ ସେଟ୍ କରଯାଇଛି
04:29 ଏହା ବିଶେଷ ସାହାଯ୍ୟ କରିବ ନାହିଁ
04:32 କିନ୍ତୁ ମୁଁ ଆପଣଙ୍କୁ କେବଳ ଗୋଟିଏ ଉଦାହରଣ ଦେଉଥିଲି
04:35 ଏହା ଏବେ ମଧ୍ୟ ଗୋଟିଏ ସିଙ୍ଗଲ୍ ଲାଇନରେ ଥିବା ଦେଖିପାରିବେ ଏବଂ ଏଗୁଡିକ ଡବଲ୍ ଲାଇନ୍ ଅଟନ୍ତି, ଆପଣ ସେଗୁଡିକୁ ମିଶାଇପାରିବେ ନାହିଁ
04:40 ଠିକ୍ ଅଛି ମୁଁ ଗୋଟିଏ ଭେରିଏବଲ୍ ସୃଷ୍ଟି କରିସାରିଛି. ମୁଁ ଏହାକୁ ଗୋଟିଏ IF ଷ୍ଟେଟମେଣ୍ଟରେ ସଂଯୁକ୍ତ କରିଛି. ଆଶା କରୁଛି ଏହା ଦରକାରୀ ହୋଇଥିଲା
04:46 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
04:50 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep