OpenFOAM/C3/Introduction-to-SnappyHexMesh/Oriya
Time | Narration |
00:00 | ବନ୍ଧୁଗଣ, Introduction to snappyHexMesh in OpenFOAM ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ OpenFOAMରେ Mesh ସୃଷ୍ଟି କରିବା ପାଇଁ snappyHexMeshରେ ଥିବା ପାରାମିଟରଗୁଡିକ ବିଷୟରେ ଶିଖିବା |
00:14 | ପ୍ରାକ୍ ଆବଶ୍ୟକତା ଭାବେ ୟୁଜରଙ୍କର:
case ଡାଇରେକ୍ଟୋରୀର constant/trisurface ସବ୍-ଡାଇରେକ୍ଟୋରୀରେ ସରଫେସ୍ ଡେଟା ଫାଇଲଗୁଡିକ STL ଫର୍ମାଟରେ hex mesh ସହିତ ଗୋଟିଏ ଡୋମେନ୍ caseର system ସବ୍-ଡାଇରେକ୍ଟୋରୀରେ snappyHexMeshDict ଡିକ୍ସିନାରୀ ରହିବା ଆବଶ୍ୟକ |
00:35 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ:
Linux Operating System Ubuntu ଭର୍ସନ୍ 12.04 OpenFOAM ଭର୍ସନ୍ 2.2.2 ParaView ଭର୍ସନ୍ 3.12.0 ବ୍ୟବହାର କରୁଛି |
00:50 | snappyHexMesh ୟୁଟିଲିଟୀ ସହିତ ଗୋଟିଏ Mesh ସୃଷ୍ଟି କରି ଶିଖିବା |
00:55 | ସୋପାନଗୁଡିକ ନିମ୍ନରେ ଦିଆଯାଇଛି-
Step 1 : blockMesh ୟୁଟିଲିଟୀକୁ ବ୍ୟବହାର କରି ଗୋଟିଏ base mesh ସୃଷ୍ଟି କରିବା Step 2 : base meshକୁ ରିଫାଇନ୍ କରିବା Step 3 : ଅବ୍ୟବହୃତ cellଗୁଡିକୁ ବାହାର କରିବା Step 4 : Snap meshକୁ ସରଫେସ୍ କରିବା Step 5 : layerଗୁଡିକୁ ସଂଯୁକ୍ତ କରିବା |
01:18 | ଟର୍ମିନଲକୁ ଖୋଲିବା ସହିତ ପ୍ରଦର୍ଶିତ ହେବା ଭଳି flange ପାଇଁ pathକୁ ପ୍ରବେଶ କରନ୍ତୁ. ଟାଇପ୍ କରନ୍ତୁ: cd ସ୍ପେସ୍ OpenFOAM-2.2.2/tutorials/mesh/snappyHexMesh/flange ଏବଂ Enter ଦାବନ୍ତୁ |
01:40 | ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଏଠାରେ constant ଓ system ନାମକ ଦୁଇଟି ଫୋଲ୍ଡର୍ ଅଛି |
01:50 | cd ସ୍ପେସ୍ system ଟାଇପ୍ କରିବା ସହିତ Enter ଦାବନ୍ତୁ |
01:55 | ବର୍ତ୍ତମାନ ls ଟାଇପ୍ କରିବା ସହିତ Enter ଦାବନ୍ତୁ. ଆପଣ snappyHexMeshDict ଫାଇଲକୁ ଦେଖିପାରିବେ |
02:04 | ଫାଇଲରେ ଥିବା କଣ୍ଟେଣ୍ଟଗୁଡିକୁ ଦେଖିବା ପାଇଁ ଟାଇପ୍ କରନ୍ତୁ: - gedit ସ୍ପେସ୍ snappyHexMeshDict ଏବଂ Enter ଦାବନ୍ତୁ. (ଧ୍ୟାନଦିଅନ୍ତୁ ଯେ ଏଠାରେ H, M ଓ D କ୍ୟାପିଟାଲରେ ରହିବେ) |
02:19 | ଏହା snappyHexMeshDict ଫାଇଲକୁ ଖୋଲିଦେବ |
02:23 | snappyHexMeshDict ଫାଇଲ୍ ସମସ୍ତ ନିର୍ଦ୍ଦେଶାବଳୀଗୁଡିକ ସହିତ ଏହି ଫାଇଲ୍ ସମ୍ବନ୍ଧିତ ସମଗ୍ର କାର୍ଯ୍ୟାବଳୀଗୁଡିକୁ ଧାରଣ କରିଥାଏ |
02:32 | snappyHexMeshDictର ପ୍ରଥମ ରୋ ସହିତ ଆପଣ କାର୍ଯ୍ୟଧାରାର ବିଭାଗଗୁଡିକୁ ଆକ୍ଟିଭେଟ୍ କିମ୍ବା ସ୍କିପ୍ କରିପାରିବେ |
02:40 | geometry ବିଭାଗରେ, snappy କାର୍ଯ୍ୟଧାରାରେ ଅଂଶଗ୍ରହଣ କରିଥିବା ସମସ୍ତ ସକ୍ରିୟ କ୍ଷେତ୍ରଗୁଡିକୁ ପରିଭାଷିତ କରିପାରିବେ |
02:50 | parameter ଗୁଡିକ ଯାହା ସେଲ୍ ସ୍ପିଲିଟିଙ୍ଗକୁ ନିୟନ୍ତ୍ରଣ କରିଥାଏ ତାହା castellatedMeshControls ବିଭାଗରେ ବର୍ଣ୍ଣିତ ହୋଇଛି |
02:58 | ନିମ୍ନରେ ତାଲିକାଭୁକ୍ତ ହୋଇଥିବା ପାରାମିଟରଗୁଡିକୁ snappyHexMeshDict ଫାଇଲରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରାଯାଇଛି. ପ୍ରତ୍ୟେକ ଶୋଧନ ସ୍ତରରେ nCellsBetweenLevels ସେଲଗୁଡିକର ସଂଖ୍ୟାକୁ ପରିଭାଷିତ କରିଥାଏ |
03:12 | ସଂଖ୍ୟା ଯେତେ ଅଧିକ ହେବ mesh ସେତେ ଅଧିକ ବୃଦ୍ଧି ହେବ |
03:17 | Explicit feature edge refinement ବିଭାଗରେ, ଜୋମେଟ୍ରୀର ଫିଚର୍ ଏଜଗୁଡିକ ପାଇଁ ନିର୍ଦ୍ଦିଷ୍ଟ ଶୋଧନ ସ୍ତରକୁ ଆପଣ ସେଟ୍ କରିପାରିବେ. .eMesh ଫାଇଲ୍ surfaceFeatureExtract ୟୁଟିଲିଟୀ ସହିତ ପ୍ରାପ୍ତ କରାଯାଇପାରିବ |
03:34 | surface-based refinement ବିଭାଗରେ ଆପଣ geometry ଫାଇଲରେ ପରିଭାଷିତ ହୋଇଥିବା ସମସ୍ତ ସରଫେସଗୁଡିକର ଶୋଧନ ସ୍ତରକୁ ସେଟ୍ କରିପାରିବେ |
03:45 | Mesh selection ଗୋଟିଏ ଅତି ଦରକାରୀ ପାରାମିଟର୍ ଅଟେ. ଯଦି ଚୟନୀତ ପଏଣ୍ଟ geometry ଫାଇଲରେ ବର୍ଣ୍ଣିତ ହୋଇଥିବା ସରଫେସ୍ ମଧ୍ୟରେ ରୁହେ ତେବେ snappyHexMesh ଅନ୍ତର୍ନିହୀତ ମେଶ୍ ସୃଷ୍ଟି କରିବ |
03:59 | ଅନ୍ୟଥା ବାହ୍ୟ ଅଂଶ( ଯାହ blockMesh ମଧ୍ୟସ୍ଥ) ମେଶ୍ ହୋଇଯିବ |
04:04 | ପରବର୍ତ୍ତୀ ସୋପାନରେ ସରଫେସ୍ ଜୋମେଟ୍ରୀ ଉପରେ ଗତିଶିଳ cell ଭର୍ଟେକ୍ସ ପଏଣ୍ଟଗୁଡିକ ସଂଶ୍ଳିଷ୍ଟ ଅଟନ୍ତି |
04:12 | snapping ପ୍ରକ୍ରିୟା ଚାରୋଟି ପାରାମିଟର୍ ଦ୍ଵାରା ସମ୍ପାଦନ ହୋଇଥାଏ:
nSmoothPatch tolerance nSolveIter nRelaxIter |
04:23 | ଏହି ପାରାମିଟରଗୁଡିକ mesh ଓ STL ସରଫେସ୍ ମଧ୍ୟରେ ଥିବା iteration ଓ toleranceର ସଂଖ୍ୟାକୁ ନିୟନ୍ତ୍ରଣ କରିଥା’ନ୍ତି |
04:32 | ବିକଳ୍ପ nSmoothPatch ବାହ୍ୟଭାଗର (ଯାହା ବାଉଣ୍ଡାରୀ ୱାଲ୍ ଅଟେ)iterate ସଂଖ୍ୟାକୁ ନିର୍ଦ୍ଧାରଣ କରିଥାଏ. Mesh କ୍ରମଶଃ ମସୃଣ ହେବ ଯଦି iterationର ସଂଖ୍ୟାରେ ବୃଦ୍ଧି ହୁଏ |
04:46 | ବିକଳ୍ପ Tolerance, ପ୍ରୋଗ୍ରାମ୍ snap କରିବାକୁ ଚାହୁଁଥିବା ପଏଣ୍ଟର ଦୂରତାକୁ ନିର୍ଦ୍ଧାରଣ କରିଥାଏ. ଦୂରତା ସଂଖ୍ୟା ହେବ ଯାହା toleranceରେ ଅଛି |
04:58 | ବିକଳ୍ପ nSolveIter, snappyHexMeshର snapping ଅଂଶ ରନ୍ ହେବା ସଂଖ୍ୟାକୁ ନିର୍ଦ୍ଧାରଣ କରିଥାଏ |
05:07 | ବିକଳ୍ପ nRelaxIter, ମେଶ୍ ଦ୍ଵାରା ରିଲାକ୍ସିଙ୍ଗ ସ୍କ୍ରିପ୍ଟକୁ run କରିବା ସଂଖ୍ୟାକୁ ନିର୍ଦ୍ଧାରଣ କରିଥାଏ ଯାହା ଅଦରକାରୀ mesh ପଏଣ୍ଟଗୁଡିକୁ ବାହାର କରିଦେଇଥାଏ |
05:19 | mesh layer ସଂଯୁକ୍ତ ହେବା ପ୍ରଣାଳି ବାଉଣ୍ଡାରୀରୁ ବିଦ୍ୟମାନ ଥିବା meshକୁ ସଙ୍କୁଚିତ କରିବାରେ ଏବଂ cellଗୁଡିକର ଲେୟାରଗୁଡିକୁ ଇନସର୍ଟ କରିବାରେ ସଂଶ୍ଳିଷ୍ଟ ଥା’ନ୍ତି |
05:27 | ପାରାମିଟରଗୁଡିକର ପ୍ରଥମ ଗ୍ରୁପ୍ ଲେୟାର୍ ଓ ସରଫେସଗୁଡିକର ଡାଇମେନଶନଗୁଡିକୁ ପରିଭାଷିତ କରନ୍ତି ଯେଉଁଠି ସେଗୁଡିକ ସଂଯୁକ୍ତ ହେବେ |
05:36 | ବିକଳ୍ପ RelativeSizes(ଯାହା true କିମ୍ବା false ଅଟେ), ପ୍ରଦତ୍ତ ଥିବା ପରବର୍ତ୍ତୀ ପାରାମିଟରଗୁଡିକୁ ପଢିବାର ମାର୍ଗକୁ ପରିବର୍ତ୍ତନ କରିଥାଏ
true: ପରବର୍ତ୍ତୀ ପାରାମିଟରଗୁଡିକ ଲେୟାରର ଡାଇମେନଶନଗୁଡିକୁ ପାରାମିଟର୍ ଭାବେ ପରିଭାଷିତ କରନ୍ତି false: ପରବର୍ତ୍ତୀ ପାରାମିଟରଗୁଡିକ ସିଧାସଳଖ ଲେୟାରର ଡାଇମେନଶନଗୁଡିକୁ ପରିଭାଷିତ କରନ୍ତି |
05:55 | ବିକଳ୍ପ layersରେ ଆପଣ layers ଓ patchର ସଂଖ୍ୟାକୁ ପରିଭାଷିତ କରିପାରିବେ ଯେଉଁଠି layerଗୁଡିକ ସଂଯୁକ୍ତ ହେବେ. ଏହା ନିଶ୍ଚିତରୂପେ geomeryର ସବ୍-ମେନୁରେ ଗୋଟିଏ STL (Bold text) ପ୍ୟାଚ୍ ହେବ, ୟୁଜରଙ୍କ ଦ୍ଵାରା ପରିଭାଷିତ କ୍ଷେତ୍ର ହେବ ନାହିଁ |
06:10 | ExpansionRatio ପାରାମିଟରଗୁଡିକ layerଗୁଡିକର( ଯାହା ଦୁଇଟି କ୍ରମାଗତ ଲେୟାରଗୁଡିକର ଅନୁପାତ ଅଟେ) ବୃଦ୍ଧିର ସହାୟକ ଉପାଦାନଗୁଡିକୁ ସେଟ୍ କରିଥା’ନ୍ତି |
06:19 | finalLayerThickness ପାରାମିଟର୍ ଶେଷ ଲେୟାରର ସ୍ଥୂଳତାକୁ ସେଟ୍ କରିଥାଏ. minThickness ପାରାମିଟର୍ ନ୍ୟୁନତମ ଅନୁମତିଯୋଗ୍ୟ ସ୍ଥୂଳତାକୁ ସେଟ୍ କରିଥାଏ |
06:34 | Advanced settings ପାରାମିଟରଗୁଡିକରେ ଦ୍ଵିତୀୟ ଗ୍ରୁପ୍ ଅଟେ. ଏହା ଅଧିକ ନିର୍ଦ୍ଦିଷ୍ଟ କଣ୍ଟ୍ରୋଲଗୁଡିକୁ ଧାରଣ କରିଥାଏ ଯାହା ଲେୟାର୍ ସୃଷ୍ଟିରେ ସହାୟକ ହୋଇଥାଏ |
06:45 | FeatureAngle କୋଣ ଅଟେ ଯାହା ଉପରେ ସରଫେସକୁ ବିସ୍ତାରିତ କରିହେବ ନାହିଁ |
06:52 | ବିକଳ୍ପ nRelaxIter, mesh ରିଲାକ୍ସିଙ୍ଗ ସ୍କ୍ରିପ୍ଟକୁ run କରିବାର ସଂଖ୍ୟାକୁ ନିର୍ଦ୍ଧାରଣ କରିଥାଏ |
07:00 | ବିକଳ୍ପ maxFaceThicknessRatio, aspect ratioର ଅଧିକତମ ଅନୁମତିଯୋଗ୍ୟ ଭେଲ୍ୟୁକୁ ନିର୍ଦ୍ଧାରଣ କରିଥାଏ |
07:10 | meshQualityControls ପାରାମିଟର୍ snap ଓ add-layers ଅଂଶଗୁଡିକରେ meshକୁ ସୃଷ୍ଟି କରିବା ପାଇଁ ନ୍ୟୁନତମ ଥ୍ରେଶହୋଲ୍ଡଗୁଡିକୁ ସେଟ୍ କରିଥାଏ |
07:18 | 99% କ୍ଷେତ୍ରରେ, default ଭେଲ୍ୟୁଗୁଡିକୁ ଛାଡିଦେବା ଭଲ ଅଟେ. କିନ୍ତୁ ବେଳେବେଳେ ଆପଣ ମେଶ୍ ସୃଷ୍ଟିରେ ବଳପ୍ରୟୋଗ ପାଇଁ ଏକ କିମ୍ବା ଏକାଧିକ କଣ୍ଟ୍ରୋଲଗୁଡିକୁ deactivate କରିପାରିବେ |
07:30 | ଏଗୁଡିକ snappyHexMeshDictରେ ଥିବା ବିଭିନ୍ନ ପାରାମିଟରଗୁଡିକ ଅଟନ୍ତି. ଏହି ପାରାମିଟରଗୁଡିକ snappyHexMesh ୟୁଟିଲିଟୀକୁ ବ୍ୟବହାର କରି mesh ସୃଷ୍ଟି କରିବା ପାଇଁ ଦରକାରୀ ଅଟନ୍ତି |
07:40 | ସଂକ୍ଷିପ୍ତରେ |
07:42 | ଏହି ଟ୍ୟୁଟୋରିଆଲରେ ଆମେ, OpenFoamରେ ମେଶ୍ ସୃଷ୍ଟି କରିବା ପାଇଁ snappyHexMeshରେ ଥିବା ବିଭିନ୍ନ ପାରାମିଟରଗୁଡିକ ବିଷୟରେ ଶିଖିଲେ |
07:50 | ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial
ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:03 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
08:21 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ(spoken-tutorial.org/NMEICT-Intro) ଉପଲବ୍ଧ |
08:37 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |