Netbeans/C2/Handling-Images-in-a-Java-GUI-Application/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Netbeans IDEକୁ ବ୍ୟବହାର କରି Handling Images in a Java GUI Application ଉପରେ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:10 | ଆଶାକରୁଛୁ Netbeans ଉପରେ କାର୍ଯ୍ୟ କରିବା ଉପରେ ଆପଣଙ୍କର ମୌଳିକ ଜ୍ଞାନ ଥିବ |
| 00:15 | ଏହା ମଧ୍ୟ ଆଶାକରୁଛୁ ଯେ ଆପଣ ଗୋଟିଏ JFrame formରେ, text fields, buttons, menus ପ୍ରଭୃତିକୁ ସଂଯୁକ୍ତ କରିବା ଜାଣିଥିବେ |
| 00:22 | ଯଦି ନାହିଁ ତେବେ ଦୟାକରି Netbeans ଉପରେ ଥିବା ସମ୍ପର୍କିତ ଟ୍ୟୁଟୋରିଆଲଗୁଡିକ ପାଇଁ Spoken Tutorial ୱେବସାଇଟକୁ ଯା’ନ୍ତୁ |
| 00:29 | ଏହି ଟ୍ୟୁଟୋରିଆଲରେ ଆମେ ଇମେଜର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ଶିକ୍ଷା କରିବା |
| 00:34 | ଏବଂ ଗୋଟିଏ ସରଳ GUI applicationରେ, ସେଗୁଡିକ ଉପରେ କାର୍ଯ୍ୟଗୁଡିକ ନିଷ୍ପାଦନ କରିବା |
| 00:39 | ଏହାର ପ୍ରଦର୍ଶନ ପାଇଁ ମୁଁ Linux Operating System Ubuntu ଭର୍ସନ୍ 11.04 ଏବଂ Netbeans IDE ଭର୍ସନ୍ 7.1.1 ବ୍ୟବହାର କରୁଛି |
| 00:52 | ଗୋଟିଏ ଜାଭା ଆପ୍ଲିକେଶନରେ ଇମେଜଗୁଡିକୁ ଆକ୍ସେସ୍ ଓ ହ୍ୟାଣ୍ଡଲ୍ କରିବା ପାଇଁ getResource() ମେଥଡ୍ ହେଉଛି ଗୋଟିଏ ସାଧାରଣ ମାର୍ଗ |
| 00:59 | ଆପ୍ଲିକେଶନରେ ଇମେଜଗୁଡିକୁ ସଂଯୁକ୍ତ କରିବା ସକାସେ କୋଡ୍ ସୃଷ୍ଟି କରିବା ପାଇଁ IDEର GUI Builderକୁ କିପରି ବ୍ୟବହାର କରାଯାଏ, ସେହି ବିଷୟରେ ଶିଖିବା |
| 01:07 | ଏବଂ ଗୋଟିଏ ଇମେଜକୁ ପ୍ରଦର୍ଶନ କରୁଥିବା ଏକ Jlabel ସହିତ ଗୋଟିଏ ସରଳ Jframeକୁ ସୃଷ୍ଟି କରିବା |
| 01:13 | ଏହି ଟ୍ୟୁଟୋରିଆଲରେ ଆମେ - |
| 01:15 | * ଆପ୍ଲିକେଶନ୍ ଫର୍ମ୍ ସୃଷ୍ଟି କରିବା |
| 01:18 | * ଇମେଜ୍ ପାଇଁ ଗୋଟିଏ ପ୍ୟକେଜକୁ ସଂଯୁକ୍ତ କରିବା |
| 01:20 | * Label ଉପରେ ଗୋଟିଏ ଇମେଜକୁ ପ୍ରଦର୍ଶନ କରିବା |
| 01:22 | * mouse-event ଓ pop-upଗୁଡିକୁ ସୃଷ୍ଟି କରିବା |
| 01:25 | * ଆପ୍ଲିକେଶନକୁ Build ଓ run କରିବା, ଶିଖିବା |
| 01:28 | ବର୍ତ୍ତମାନ, ନମୂନା ଆପ୍ଲିକେଶନକୁ ସୃଷ୍ଟି କରିବା ପାଇଁ IDEକୁ ଫେରିଆସନ୍ତୁ |
| 01:33 | File ମେନୁରୁ New Projectକୁ ଚୟନ କରନ୍ତୁ |
| 01:37 | Categories ଅଧିନରେ, Java ଚୟନ କରନ୍ତୁ; Projects ଅଧିନରେ Java Applicationକୁ ଚୟନ କରିବା ସହିତ Nextରେ କ୍ଲିକ୍ କରନ୍ତୁ |
| 01:46 | Project Name ଫିଲ୍ଡରେ, ImageDisplayAppକୁ ଟାଇପ୍ କରନ୍ତୁ |
| 01:54 | Create Main Class ଚେକ୍ ବକ୍ସକୁ କ୍ଲିୟର୍ କରନ୍ତୁ |
| 01:58 | ସୁନିଶ୍ଚିତ କରନ୍ତୁ ଯେ Set as Main Project ଚେକ୍ ବକ୍ସ ଚୟନିତ ହୋଇଛି |
| 02:03 | Finish ଉପରେ କ୍ଲିକ୍ କରନ୍ତୁ. ପ୍ରୋଜେକ୍ଟ IDE ଉପରେ ସୃଷ୍ଟି ହୋଇଛି |
| 02:08 | ଏହି ବିଭାଗରେ, Jframe formକୁ ସୃଷ୍ଟି କରିବା ସହିତ ଗୋଟିଏ Jlabelକୁ formରେ ସଂଯୁକ୍ତ କରନ୍ତୁ |
| 02:14 | ପ୍ରଥମେ Jframe formକୁ ସୃଷ୍ଟି କରନ୍ତୁ |
| 02:17 | Projects ୱିଣ୍ଡୋରେ, ImageDisplayApp ନୋଡକୁ ପ୍ରସାରିତ କରନ୍ତୁ |
| 02:23 | Source Packages ନୋଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ New >> Jframe Formକୁ ଚୟନ କରନ୍ତୁ |
| 02:30 | Class Name ଫିଲ୍ଡରେ, ImageDisplay ଟାଇପ୍ କରନ୍ତୁ |
| 02:37 | Package ଫିଲ୍ଡରେ, org.me.myimageapp ଟାଇପ୍ କରନ୍ତୁ |
| 02:45 | ଏବଂ Finishରେ କ୍ଲିକ୍ କରନ୍ତୁ |
| 02:48 | ବର୍ତ୍ତମାନ, Jlabelକୁ ସଂଯୁକ୍ତ କରନ୍ତୁ |
| 02:52 | Paletteରେ, IDEର ଡାହାଣ ପଟେ, Label କମ୍ପୋନେଣ୍ଟକୁ ଚୟନ କରିବା ସହିତ ଏହାକୁ Jframe ଉପରକୁ ଡ୍ରାଗ୍ କରନ୍ତୁ |
| 03:01 | ବର୍ତ୍ତମାନ ପାଇଁ, ଆପଣଙ୍କ form ଏହି ଭଳି ଦେଖାଯିବା ଆବଶ୍ୟକ ଅଟେ |
| 03:06 | ଯେତେବେଳେ ଗୋଟିଏ ଆପ୍ଲିକେଶନରେ, ଇମେଜଗୁଡିକୁ କିମ୍ବା ଅନ୍ୟ ରିସୋର୍ସଗୁଡିକୁ ବ୍ୟବହାର କରିବେ, ନିର୍ଦ୍ଦିଷ୍ଟ ଭାବେ ଆପଣ resource ପାଇଁ ଗୋଟିଏ ଅଲଗା ଜାଭା ପ୍ୟାକେଜକୁ ସୃଷ୍ଟି କରିବେ |
| 03:15 | ଲୋକାଲ୍ ଫାଇଲ୍ ସିଷ୍ଟମରେ ଗୋଟିଏ ପ୍ୟାକେଜର ଏକ ଅନୁରୂପ ଫୋଲ୍ଡର୍ ରହିବ |
| 03:19 | Projects ୱିଣ୍ଡୋରେ, org.me.myimageapp ନୋଡରେ ରାଇଟ୍ କ୍ଲିକ୍ କରିବା ସହ New > Java Packageକୁ ଚୟନ କରନ୍ତୁ |
| 03:30 | New Package Wizard ମଧ୍ୟରେ, .resourcesକୁ org.me.myimageappରେ ସଂଯୁକ୍ତ କରନ୍ତୁ |
| 03:40 | ତେଣୁ, ନୂତନ ପ୍ୟାକେଜକୁ ବର୍ତ୍ତମାନ org.me.myimageapp.resources ବୋଲି କୁହାଯିବ |
| 03:47 | Finishରେ କ୍ଲିକ୍ କରନ୍ତୁ |
| 03:49 | Projects ୱିଣ୍ଡୋରେ, ଯେତେବେଳେ ଇମେଜକୁ ସଂଯୁକ୍ତ କରିବେ, org.me.myimageapp.resources ପ୍ୟାକେଜ ମଧ୍ୟରେ ଇମେଜ୍ ନିଶ୍ଚିତରୂପେ ଦୃଶ୍ୟମାନ ହେବା ଲକ୍ଷ୍ୟ କରନ୍ତୁ |
| 03:59 | ଏହି ଆପ୍ଲିକେଶନରେ, ଇମେଜ୍ ଗୋଟେ Jlabel କମ୍ପୋନେଣ୍ଟ ମଧ୍ୟରେ ଏମ୍ବେଡ୍ ହେବ |
| 04:04 | ବର୍ତ୍ତମାନ ଇମେଜକୁ labelରେ ସଂଯୁକ୍ତ କରନ୍ତୁ |
| 04:08 | GUI designerରେ, ଲେବଲକୁ ଚୟନ କରନ୍ତୁ ଯାହାକୁ ଆପଣଙ୍କ formରେ ସଂଯୁକ୍ତ କରିଛନ୍ତି |
| 04:14 | Properties ୱିଣ୍ଡୋର, Paletteର ନିମ୍ନଭାଗରେ ଥିବା ୱିଣ୍ଡୋର ଡାହାଣ ପଟେ iconର ପ୍ରପର୍ଟି ପ୍ରତି ସ୍କ୍ରୋଲ୍ ଡାଉନ୍ କରନ୍ତୁ |
| 04:23 | ellipsis ଉପରେ କିମ୍ବା ଡାହାଣ ପଟେ ଥିବା ତିନୋଟି ଡଟ୍(...) ଉପରେ କ୍ଲିକ୍ କରନ୍ତୁ |
| 04:30 | icon Property ଡାଇଲଗ୍ ବକ୍ସରେ, Import to Project ଉପରେ କ୍ଲିକ୍ କରନ୍ତୁ |
| 04:34 | ଫାଇଲ୍ ଚୟନରେ, ବ୍ୟବହାର କରିବାକୁ ଚାହୁଁଥିବା ଇମେଜ୍ ପାଇଁ ଧାରଣ କରିଥିବା ଫୋଲ୍ଡର୍ ପାଇଁ ନାଭିଗେଟ୍ କରନ୍ତୁ |
| 04:42 | Nextରେ କ୍ଲିକ୍ କରନ୍ତୁ |
| 04:45 | ୱିଜାର୍ଡର Select target folder ପେଜ୍ ମଧ୍ୟରେ, resources ଫୋଲ୍ଡରକୁ ଚୟନ କରନ୍ତୁ |
| 04:49 | ଏବଂ Finish ଉପରେ କ୍ଲିକ୍ କରନ୍ତୁ |
| 04:52 | Finishରେ କ୍ଲିକ୍ କଲା ପରେ, IDE ପ୍ରୋଜେକ୍ଟ ଉପରେ ଇମେଜକୁ କପୀ କରିବ |
| 04:57 | ତେଣୁ, ଯେତେବେଳେ ଆପ୍ଲିକେଶନକୁ build ଓ run କରିବେ, ଇମେଜଟି ବିତରଣଯୋଗ୍ୟ JAR ଫାଇଲ୍ ମଧ୍ୟରେ ସଂଯୁକ୍ତ ହୋଇଯିବ |
| 05:07 | ଏଠାରେ OK ଉପରେ କ୍ଲିକ୍ କରନ୍ତୁ |
| 05:11 | ଏବଂ ପ୍ରୋଜେକ୍ଟ ନୋଡ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ Clean and Build ଅପଶନକୁ ଚୟନ କରନ୍ତୁ |
| 05:18 | ବର୍ତ୍ତମାନ ଆପଣ Files ମେନୁକୁ ଯାଇପାରିବେ ଏବଂ build ଫୋଲ୍ଡର୍ ଅଧିନସ୍ଥ, |
| 05:29 | dist ଫୋଲ୍ଡର୍ ଅଧିନରେ ଥିବା jar ଫାଇଲକୁ ଦେଖିପାରିବେ |
| 05:33 | ଇମେଜକୁ ଆକ୍ସେସ୍ କରିବା ପାଇଁ ଏହା imagedisplay କ୍ଲାସ୍ ମଧ୍ୟରେ କୋଡକୁ ସୃଷ୍ଟି କରିବ |
| 05:38 | ଏହା formରେ ଥିବା Design ଭ୍ୟୁ ମଧ୍ୟରେ ଥିବା ଲେବଲ୍ ଉପରେ ମଧ୍ୟ ଇମେଜକୁ ପ୍ରଦର୍ଶନ କରିବ |
| 05:43 | ଏହି କ୍ଷେତ୍ରରେ, formର ଦୃଶ୍ୟମାନତାକୁ ଉନ୍ନତ କରିବା ପାଇଁ, ଆପଣ କିଛି ସରଳ କାର୍ଯ୍ୟ କରିପାରିବେ |
| 05:48 | Properties ୱିଣ୍ଡୋରେ, Text ପ୍ରପର୍ଟୀକୁ ଚୟନ କରନ୍ତୁ |
| 05:56 | ଏବଂ jLabel1କୁ ଡିଲିଟ୍ କରନ୍ତୁ |
| 06:04 | ସେହି ଭେଲ୍ୟୁକୁ GUI Builder ଦ୍ଵାରା ଲେବଲ୍ ପାଇଁ ଡିସ୍ପ୍ଲେ ଟେକ୍ସଟ ଭାବେ ସୃଷ୍ଟି କରାଯାଇଥିଲା |
| 06:10 | ଯାହାହେଉ, ଲେବଲକୁ ଟେକ୍ସଟ ବ୍ୟତିତ ଗୋଟିଏ ଇମେଜକୁ ପ୍ରଦର୍ଶନ କରିବା ପାଇଁ ବ୍ୟବହାର କରାଯାଉଛି |
| 06:15 | ତେଣୁ, ଏହି ଟେକ୍ସଟର ଆବଶ୍ୟକତା ନାହିଁ |
| 06:18 | ବର୍ତ୍ତମାନ, form ଉପରେ labelକୁ କେନ୍ଦ୍ରିତ କରିବା ପାଇଁ, ଡ୍ରାଗ୍ କରନ୍ତୁ |
| 06:26 | GUI Designerରେ, Source ଟାବ୍ ଉପରେ କ୍ଲିକ୍ କରନ୍ତୁ |
| 06:30 | Generated Code ବୋଲାଉଥିବା ଲାଇନ୍ ଆଡକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ |
| 06:33 | ଏବଂ GUI Designer ସୃଷ୍ଟି କରିଥିବା କୋଡକୁ ପ୍ରଦର୍ଶନ କରିବା ପାଇଁ, Generated Code ଲାଇନର ବାମପଟେ ଥିବା ପ୍ଲସ୍ ଚିହ୍ନ(+) ଉପରେ କ୍ଲିକ୍ କରନ୍ତୁ |
| 06:42 | ଏଠାରେ, ଏହା କୀଲାଇନ୍ ଅଟେ |
| 06:49 | ଯେହେତୁ jLabel1 ଆଇକନ୍ ପ୍ରପର୍ଟୀ ପାଇଁ Property editorକୁ ବ୍ୟବହାର କରାଯାଇଛି, IDE, setIcon ମେଥଡକୁ ସୃଷ୍ଟି କରିଛି |
| 06:57 | ସେହି ମେଥଡର ପାରାମିଟର୍ ImageIconର ଗୋଟିଏ ଅଜ୍ଞାତ ଇନର୍ କ୍ଲାସ୍ ଉପରେ getResource() ମେଥଡର ଏକ କଲକୁ ଧାରଣ କରିଥାଏ |
| 07:10 | ଥରେ ଇମେଜଟି Design ଭ୍ୟୁରେ ସଂଯୁକ୍ତ ହେବା ପରେ, ଏହି ଇମେଜ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 07:19 | Events > Mouse > mouseClickedରେ କ୍ଲିକ୍ କରନ୍ତୁ |
| 07:24 | ଭ୍ୟୁ Source ମୋଡକୁ ଫେରିଯିବ |
| 07:28 | ଏଠାରେ, ଗୋଟିଏ mouse-clickରେ ଆକ୍ସନକୁ କଷ୍ଟମାଇଜ୍ କରିବା ପାଇଁ କୋଡକୁ ସଂଯୁକ୍ତ କରିପାରିବେ |
| 07:33 | ଗୋଟିଏ pop-upକୁ ସୃଷ୍ଟି କରିବା ପାଇଁ କୋଡର କିଛି ଲାଇନକୁ ସଂଯୁକ୍ତ କରନ୍ତୁ ଯେତେବେଳେ GUIରେ ଇମେଜ୍ ଉପରେ କ୍ଲିକ୍ ହେବ |
| 08:00 | ପପ୍-ଅପକୁ ସୃଷ୍ଟି କରିବା ପାଇଁ ବର୍ତ୍ତମାନ କୋଡର କିଛି ଲାଇନକୁ ପ୍ରବେଶ କରାଯାଇଛି |
| 08:05 | ପ୍ରଥମେ, ପପ୍-ଅପ୍ ପାଇଁ ଗୋଟିଏ ନୂତନ Jframeକୁ ସୃଷ୍ଟି କରାଯାଇଛି |
| 08:12 | ଏବଂ defaultCloseOperationକୁ ସେଟ୍ କରାଯାଇଛି |
| 08:15 | ଏବଂ ଶେଷରେ, pop-up ପାଇଁ ଟେକ୍ସଟକୁ ଉପଲବ୍ଧ କରାଯାଇଛି |
| 08:24 | କୋଡର ଏହି ଲାଇନଗୁଡିକୁ ସଂଯୁକ୍ତ କଲାପରେ, ଫାଇଲର ଆରମ୍ଭରେ ଦୁଇଟି ଷ୍ଟେଟମେଣ୍ଟକୁ ସଂଯୁକ୍ତ କରିବା ଦ୍ଵାରା ଆବଶ୍ୟକ ପ୍ୟାକେଜଗୁଡିକୁ import କରିପାରିବେ |
| 08:36 | import javax.swing.*କୁ ସଂଯୁକ୍ତ କରନ୍ତୁ |
| 08:45 | ଏବଂ import java.awt.*କୁ ମଧ୍ୟ; |
| 08:53 | ଏହା ଏହି ପ୍ରୋଗ୍ରାମ୍ ପାଇଁ ଆବଶ୍ୟକ ଜରୁରୀ packageଗୁଡିକୁ ଇମ୍ପୋର୍ଟ କରିବ |
| 08:59 | ବର୍ତ୍ତମାନ ଆପ୍ଲିକେଶନକୁ build ଓ run କରନ୍ତୁ |
| 09:02 | ଇମେଜକୁ ଆକ୍ସେସ୍ ଓ ପ୍ରଦର୍ଶନ କରିବା ପାଇଁ କୋଡ୍ ସୃଷ୍ଟି କରାଯାଇଛି |
| 09:07 | ଇମେଜଟି ଆକ୍ସେସ୍ ହୋଇଛି ବୋଲି ସୁନିଶ୍ଚିତ କରିବା ପାଇଁ, ଆପ୍ଲିକେଶନକୁ build ଓ run କରନ୍ତୁ |
| 09:12 | ପ୍ରଥମେ, ପ୍ରୋଜେକ୍ଟର Main classକୁ ସେଟ୍ କରିବା ଆବଶ୍ୟକ ଅଟେ |
| 09:16 | ଯେତେବେଳେ Main classକୁ ସେଟ୍ କରିବେ, ପ୍ରୋଜେକ୍ଟକୁ ରନ୍ କରିବା ବେଳେ କେଉଁ classକୁ ରନ୍ କରାଯିବ ତାହା IDE ଜାଣିଥାଏ |
| 09:21 | ଏହା ସହିତ, ଏହା ସୁନିଶ୍ଚିତ କରେଯେ ଯେତେବେଳେ ଆପ୍ଲିକେଶନ୍ ନିର୍ମାଣ କରିବେ ଆପ୍ଲିକେସନର JAR ଫାଇଲ୍ ମଧ୍ୟରେ ଥିବା Main class ଏଲିମେଣ୍ଟ ସୃଷ୍ଟି ହୋଇଛି |
| 09:33 | ଏଠାରେ Projects ୱିଣ୍ଡୋରେ ଥିବା ImageDisplayAppର ପ୍ରୋଜେକ୍ଟ ନୋଡ୍ ଉପରେ ରାଇଟ୍ କ୍ଲିକ୍ କରିବା ସହ Propertiesକୁ ଚୟନ କରନ୍ତୁ |
| 09:41 | Project Properties ଡାଇଲଗ୍ ବକ୍ସରେ, ବାମପଟେ ଥିବା Run କ୍ୟାଟାଗୋରୀକୁ ଚୟନ କରନ୍ତୁ |
| 09:47 | Browse ବଟନ୍ ଉପରେ କ୍ଲିକ୍ କରନ୍ତୁ ଯାହା Main Class ଫିଲ୍ଡର ପରେ ଅବସ୍ଥିତ ଅଛି |
| 09:51 | org.me.myimageapp.ImageDisplayକୁ ଚୟନ କରିବା ସହ Select Main Class ଉପରେ କ୍ଲିକ୍ କରନ୍ତୁ |
| 10:01 | ଏଠାରେ OKରେ କ୍ଲିକ୍ କରନ୍ତୁ |
| 10:05 | ବର୍ତ୍ତମାନ, Project node ଉପରେ ରାଇଟ୍ କ୍ଲିକ୍ କରିବା ସହିତ Clean & Buildକୁ ଚୟନ କରନ୍ତୁ |
| 10:11 | Files ୱିଣ୍ଡୋ ମଧ୍ୟରେ ଥିବା ଆପ୍ଲିକେଶନର Build ପ୍ରପର୍ଟୀଗୁଡିକୁ ଦେଖିପାରିବେ |
| 10:20 | Build ଫୋଲ୍ଡର୍ କମ୍ପାଇଲ୍ଡ classକୁ ଧାରଣ କରିଥାଏ |
| 10:23 | dist ଫୋଲ୍ଡର୍ ନିଷ୍ପାଦନଯୋଗ୍ୟ JAR ଫାଇଲକୁ ଧାରଣ କରିଥାଏ ଯାହା କମ୍ପାଇଲ୍ଡ class ଓ imageକୁ ଧାରଣ କରିଥାଏ |
| 10:32 | ବର୍ତ୍ତମାନ ଟୂଲବାରରୁ Runକୁ ଚୟନ କରନ୍ତୁ |
| 10:34 | output ୱିଣ୍ଡୋ ଇମେଜ୍ ସହିତ ଖୋଲିବ |
| 10:39 | ବର୍ତ୍ତମାନ ଏହି ଇମେଜ୍ ଉପରେ କ୍ଲିକ୍ କରନ୍ତୁ |
| 10:42 | ଏବଂ ଉପରେ ପପ୍-ଅପକୁ ଦେଖିପାରିବେ ଯାହା ଇମେଜର ବର୍ଣ୍ଣନାକୁ ପ୍ରଦର୍ଶନ କରିବ |
| 10:50 | ବର୍ତ୍ତମାନ, ଆସାଇନମେଣ୍ଟ! |
| 10:54 | ଏହି ଟ୍ୟୁଟୋରିଆଲରେ ପ୍ରଦର୍ଶିତ ହେବା ଭଳି, ଚାରୋଟି ଇମେଜ ଥିବା ସମାନ ଅନ୍ୟ ଏକ GUI ସୃଷ୍ଟି କରନ୍ତୁ |
| 11:01 | ପ୍ରତ୍ୟେକ ଇମେଜ୍ ପାଇଁ ବିଭିନ୍ନ ଇଭେଣ୍ଟକୁ ନିର୍ଦ୍ଦିଷ୍ଟ କରନ୍ତୁ ଯେପରି, keyboard event, mouse-motion event, mouse-click event, mouse-wheel event |
| 11:12 | ମୁଁ ଆସାଇନମେଣ୍ଟକୁ ସୃଷ୍ଟି କରିସାରିଛି |
| 11:17 | ଆସାଇନମେଣ୍ଟ ପ୍ରୋଜେକ୍ଟକୁ run କରନ୍ତୁ |
| 11:20 | ଆପଣଙ୍କ ଆସାଇନମେଣ୍ଟ ଏହି ଭଳି ସମାନ ଦେଖାଯିବା ଆବଶ୍ୟକ |
| 11:26 | ଏଠାରେ ମୁଁ ମୋ’ର ଆସାଇନମେଣ୍ଟ ପାଇଁ keyboard-events ଓ mouse-eventsକୁ ସୃଷ୍ଟି କରିଛି |
| 11:34 | ତେଣୁ, ସଂକ୍ଷେପରେ- |
| 11:36 | ଗୋଟିଏ Jframe form ସୃଷ୍ଟି କରାଯାଇଛି, |
| 11:39 | ଇମେଜ୍ ପାଇଁ ଗୋଟିଏ ପ୍ୟାକେଜକୁ ସଂଯୁକ୍ତ କରାଯାଇଛି, |
| 11:41 | ଲେବଲ୍ ଉପରେ ଇମେଜକୁ ପ୍ରଦର୍ଶନ କରନ୍ତୁ, |
| 11:44 | ଏବଂ mouse-events ଓ pop-upsକୁ ମଧ୍ୟ ସୃଷ୍ଟି କରାଯାଇଛି |
| 11:49 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
| 11:53 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 11:56 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 12:02 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 12:07 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 12:11 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 12:19 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 12:23 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 12:30 | ଏହି ମିଶନ୍ ଉପରେ ଅଧିକ ବିବରଣୀ: spoken-tutorial.org /NMEICT-Introରେ ଉପଲବ୍ଧ |
| 12:42 | ଏହି ଟ୍ୟୁଟୋରିଆଲ୍ IT for Change ଦ୍ଵାରା ସମର୍ଥିତ |
| 12:46 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |