Netbeans/C2/Handling-Images-in-a-Java-GUI-Application/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Netbeans IDEକୁ ବ୍ୟବହାର କରି Handling Images in a Java GUI Application ଉପରେ ଟ୍ୟୁଟୋରିଆଲକୁ ସ୍ଵାଗତ
00:10 ଆଶାକରୁଛୁ Netbeans ଉପରେ କାର୍ଯ୍ୟ କରିବା ଉପରେ ଆପଣଙ୍କର ମୌଳିକ ଜ୍ଞାନ ଥିବ
00:15 ଏହା ମଧ୍ୟ ଆଶାକରୁଛୁ ଯେ ଆପଣ ଗୋଟିଏ JFrame formରେ, text fields, buttons, menus ପ୍ରଭୃତିକୁ ସଂଯୁକ୍ତ କରିବା ଜାଣିଥିବେ
00:22 ଯଦି ନାହିଁ ତେବେ ଦୟାକରି Netbeans ଉପରେ ଥିବା ସମ୍ପର୍କିତ ଟ୍ୟୁଟୋରିଆଲଗୁଡିକ ପାଇଁ Spoken Tutorial ୱେବସାଇଟକୁ ଯା’ନ୍ତୁ
00:29 ଏହି ଟ୍ୟୁଟୋରିଆଲରେ ଆମେ ଇମେଜର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ଶିକ୍ଷା କରିବା
00:34 ଏବଂ ଗୋଟିଏ ସରଳ GUI applicationରେ, ସେଗୁଡିକ ଉପରେ କାର୍ଯ୍ୟଗୁଡିକ ନିଷ୍ପାଦନ କରିବା
00:39 ଏହାର ପ୍ରଦର୍ଶନ ପାଇଁ ମୁଁ Linux Operating System Ubuntu ଭର୍ସନ୍ 11.04 ଏବଂ Netbeans IDE ଭର୍ସନ୍ 7.1.1 ବ୍ୟବହାର କରୁଛି
00:52 ଗୋଟିଏ ଜାଭା ଆପ୍ଲିକେଶନରେ ଇମେଜଗୁଡିକୁ ଆକ୍ସେସ୍ ଓ ହ୍ୟାଣ୍ଡଲ୍ କରିବା ପାଇଁ getResource() ମେଥଡ୍ ହେଉଛି ଗୋଟିଏ ସାଧାରଣ ମାର୍ଗ
00:59 ଆପ୍ଲିକେଶନରେ ଇମେଜଗୁଡିକୁ ସଂଯୁକ୍ତ କରିବା ସକାସେ କୋଡ୍ ସୃଷ୍ଟି କରିବା ପାଇଁ IDEର GUI Builderକୁ କିପରି ବ୍ୟବହାର କରାଯାଏ, ସେହି ବିଷୟରେ ଶିଖିବା
01:07 ଏବଂ ଗୋଟିଏ ଇମେଜକୁ ପ୍ରଦର୍ଶନ କରୁଥିବା ଏକ Jlabel ସହିତ ଗୋଟିଏ ସରଳ Jframeକୁ ସୃଷ୍ଟି କରିବା
01:13 ଏହି ଟ୍ୟୁଟୋରିଆଲରେ ଆମେ -
01:15 * ଆପ୍ଲିକେଶନ୍ ଫର୍ମ୍ ସୃଷ୍ଟି କରିବା
01:18 * ଇମେଜ୍ ପାଇଁ ଗୋଟିଏ ପ୍ୟକେଜକୁ ସଂଯୁକ୍ତ କରିବା
01:20 * Label ଉପରେ ଗୋଟିଏ ଇମେଜକୁ ପ୍ରଦର୍ଶନ କରିବା
01:22 * mouse-event ଓ pop-upଗୁଡିକୁ ସୃଷ୍ଟି କରିବା
01:25 * ଆପ୍ଲିକେଶନକୁ Build ଓ run କରିବା, ଶିଖିବା
01:28 ବର୍ତ୍ତମାନ, ନମୂନା ଆପ୍ଲିକେଶନକୁ ସୃଷ୍ଟି କରିବା ପାଇଁ IDEକୁ ଫେରିଆସନ୍ତୁ
01:33 File ମେନୁରୁ New Projectକୁ ଚୟନ କରନ୍ତୁ
01:37 Categories ଅଧିନରେ, Java ଚୟନ କରନ୍ତୁ; Projects ଅଧିନରେ Java Applicationକୁ ଚୟନ କରିବା ସହିତ Nextରେ କ୍ଲିକ୍ କରନ୍ତୁ
01:46 Project Name ଫିଲ୍ଡରେ, ImageDisplayAppକୁ ଟାଇପ୍ କରନ୍ତୁ
01:54 Create Main Class ଚେକ୍ ବକ୍ସକୁ କ୍ଲିୟର୍ କରନ୍ତୁ
01:58 ସୁନିଶ୍ଚିତ କରନ୍ତୁ ଯେ Set as Main Project ଚେକ୍ ବକ୍ସ ଚୟନିତ ହୋଇଛି
02:03 Finish ଉପରେ କ୍ଲିକ୍ କରନ୍ତୁ. ପ୍ରୋଜେକ୍ଟ IDE ଉପରେ ସୃଷ୍ଟି ହୋଇଛି
02:08 ଏହି ବିଭାଗରେ, Jframe formକୁ ସୃଷ୍ଟି କରିବା ସହିତ ଗୋଟିଏ Jlabelକୁ formରେ ସଂଯୁକ୍ତ କରନ୍ତୁ
02:14 ପ୍ରଥମେ Jframe formକୁ ସୃଷ୍ଟି କରନ୍ତୁ
02:17 Projects ୱିଣ୍ଡୋରେ, ImageDisplayApp ନୋଡକୁ ପ୍ରସାରିତ କରନ୍ତୁ
02:23 Source Packages ନୋଡ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ New >> Jframe Formକୁ ଚୟନ କରନ୍ତୁ
02:30 Class Name ଫିଲ୍ଡରେ, ImageDisplay ଟାଇପ୍ କରନ୍ତୁ
02:37 Package ଫିଲ୍ଡରେ, org.me.myimageapp ଟାଇପ୍ କରନ୍ତୁ
02:45 ଏବଂ Finishରେ କ୍ଲିକ୍ କରନ୍ତୁ
02:48 ବର୍ତ୍ତମାନ, Jlabelକୁ ସଂଯୁକ୍ତ କରନ୍ତୁ
02:52 Paletteରେ, IDEର ଡାହାଣ ପଟେ, Label କମ୍ପୋନେଣ୍ଟକୁ ଚୟନ କରିବା ସହିତ ଏହାକୁ Jframe ଉପରକୁ ଡ୍ରାଗ୍ କରନ୍ତୁ
03:01 ବର୍ତ୍ତମାନ ପାଇଁ, ଆପଣଙ୍କ form ଏହି ଭଳି ଦେଖାଯିବା ଆବଶ୍ୟକ ଅଟେ
03:06 ଯେତେବେଳେ ଗୋଟିଏ ଆପ୍ଲିକେଶନରେ, ଇମେଜଗୁଡିକୁ କିମ୍ବା ଅନ୍ୟ ରିସୋର୍ସଗୁଡିକୁ ବ୍ୟବହାର କରିବେ, ନିର୍ଦ୍ଦିଷ୍ଟ ଭାବେ ଆପଣ resource ପାଇଁ ଗୋଟିଏ ଅଲଗା ଜାଭା ପ୍ୟାକେଜକୁ ସୃଷ୍ଟି କରିବେ
03:15 ଲୋକାଲ୍ ଫାଇଲ୍ ସିଷ୍ଟମରେ ଗୋଟିଏ ପ୍ୟାକେଜର ଏକ ଅନୁରୂପ ଫୋଲ୍ଡର୍ ରହିବ
03:19 Projects ୱିଣ୍ଡୋରେ, org.me.myimageapp ନୋଡରେ ରାଇଟ୍ କ୍ଲିକ୍ କରିବା ସହ New > Java Packageକୁ ଚୟନ କରନ୍ତୁ
03:30 New Package Wizard ମଧ୍ୟରେ, .resourcesକୁ org.me.myimageappରେ ସଂଯୁକ୍ତ କରନ୍ତୁ
03:40 ତେଣୁ, ନୂତନ ପ୍ୟାକେଜକୁ ବର୍ତ୍ତମାନ org.me.myimageapp.resources ବୋଲି କୁହାଯିବ
03:47 Finishରେ କ୍ଲିକ୍ କରନ୍ତୁ
03:49 Projects ୱିଣ୍ଡୋରେ, ଯେତେବେଳେ ଇମେଜକୁ ସଂଯୁକ୍ତ କରିବେ, org.me.myimageapp.resources ପ୍ୟାକେଜ ମଧ୍ୟରେ ଇମେଜ୍ ନିଶ୍ଚିତରୂପେ ଦୃଶ୍ୟମାନ ହେବା ଲକ୍ଷ୍ୟ କରନ୍ତୁ
03:59 ଏହି ଆପ୍ଲିକେଶନରେ, ଇମେଜ୍ ଗୋଟେ Jlabel କମ୍ପୋନେଣ୍ଟ ମଧ୍ୟରେ ଏମ୍ବେଡ୍ ହେବ
04:04 ବର୍ତ୍ତମାନ ଇମେଜକୁ labelରେ ସଂଯୁକ୍ତ କରନ୍ତୁ
04:08 GUI designerରେ, ଲେବଲକୁ ଚୟନ କରନ୍ତୁ ଯାହାକୁ ଆପଣଙ୍କ formରେ ସଂଯୁକ୍ତ କରିଛନ୍ତି
04:14 Properties ୱିଣ୍ଡୋର, Paletteର ନିମ୍ନଭାଗରେ ଥିବା ୱିଣ୍ଡୋର ଡାହାଣ ପଟେ iconର ପ୍ରପର୍ଟି ପ୍ରତି ସ୍କ୍ରୋଲ୍ ଡାଉନ୍ କରନ୍ତୁ
04:23 ellipsis ଉପରେ କିମ୍ବା ଡାହାଣ ପଟେ ଥିବା ତିନୋଟି ଡଟ୍(...) ଉପରେ କ୍ଲିକ୍ କରନ୍ତୁ
04:30 icon Property ଡାଇଲଗ୍ ବକ୍ସରେ, Import to Project ଉପରେ କ୍ଲିକ୍ କରନ୍ତୁ
04:34 ଫାଇଲ୍ ଚୟନରେ, ବ୍ୟବହାର କରିବାକୁ ଚାହୁଁଥିବା ଇମେଜ୍ ପାଇଁ ଧାରଣ କରିଥିବା ଫୋଲ୍ଡର୍ ପାଇଁ ନାଭିଗେଟ୍ କରନ୍ତୁ
04:42 Nextରେ କ୍ଲିକ୍ କରନ୍ତୁ
04:45 ୱିଜାର୍ଡର Select target folder ପେଜ୍ ମଧ୍ୟରେ, resources ଫୋଲ୍ଡରକୁ ଚୟନ କରନ୍ତୁ
04:49 ଏବଂ Finish ଉପରେ କ୍ଲିକ୍ କରନ୍ତୁ
04:52 Finishରେ କ୍ଲିକ୍ କଲା ପରେ, IDE ପ୍ରୋଜେକ୍ଟ ଉପରେ ଇମେଜକୁ କପୀ କରିବ
04:57 ତେଣୁ, ଯେତେବେଳେ ଆପ୍ଲିକେଶନକୁ build ଓ run କରିବେ, ଇମେଜଟି ବିତରଣଯୋଗ୍ୟ JAR ଫାଇଲ୍ ମଧ୍ୟରେ ସଂଯୁକ୍ତ ହୋଇଯିବ
05:07 ଏଠାରେ OK ଉପରେ କ୍ଲିକ୍ କରନ୍ତୁ
05:11 ଏବଂ ପ୍ରୋଜେକ୍ଟ ନୋଡ୍ ଉପରେ ରାଇଟ୍ କ୍ଲିକ୍ କରିବା ସହିତ Clean and Build ଅପଶନକୁ ଚୟନ କରନ୍ତୁ
05:18 ବର୍ତ୍ତମାନ ଆପଣ Files ମେନୁକୁ ଯାଇପାରିବେ ଏବଂ build ଫୋଲ୍ଡର୍ ଅଧିନସ୍ଥ,
05:29 dist ଫୋଲ୍ଡର୍ ଅଧିନରେ ଥିବା jar ଫାଇଲକୁ ଦେଖିପାରିବେ
05:33 ଇମେଜକୁ ଆକ୍ସେସ୍ କରିବା ପାଇଁ ଏହା imagedisplay କ୍ଲାସ୍ ମଧ୍ୟରେ କୋଡକୁ ସୃଷ୍ଟି କରିବ
05:38 ଏହା formରେ ଥିବା Design ଭ୍ୟୁ ମଧ୍ୟରେ ଥିବା ଲେବଲ୍ ଉପରେ ମଧ୍ୟ ଇମେଜକୁ ପ୍ରଦର୍ଶନ କରିବ
05:43 ଏହି କ୍ଷେତ୍ରରେ, formର ଦୃଶ୍ୟମାନତାକୁ ଉନ୍ନତ କରିବା ପାଇଁ, ଆପଣ କିଛି ସରଳ କାର୍ଯ୍ୟ କରିପାରିବେ
05:48 Properties ୱିଣ୍ଡୋରେ, Text ପ୍ରପର୍ଟୀକୁ ଚୟନ କରନ୍ତୁ
05:56 ଏବଂ jLabel1କୁ ଡିଲିଟ୍ କରନ୍ତୁ
06:04 ସେହି ଭେଲ୍ୟୁକୁ GUI Builder ଦ୍ଵାରା ଲେବଲ୍ ପାଇଁ ଡିସ୍ପ୍ଲେ ଟେକ୍ସଟ ଭାବେ ସୃଷ୍ଟି କରାଯାଇଥିଲା
06:10 ଯାହାହେଉ, ଲେବଲକୁ ଟେକ୍ସଟ ବ୍ୟତିତ ଗୋଟିଏ ଇମେଜକୁ ପ୍ରଦର୍ଶନ କରିବା ପାଇଁ ବ୍ୟବହାର କରାଯାଉଛି
06:15 ତେଣୁ, ଏହି ଟେକ୍ସଟର ଆବଶ୍ୟକତା ନାହିଁ
06:18 ବର୍ତ୍ତମାନ, form ଉପରେ labelକୁ କେନ୍ଦ୍ରିତ କରିବା ପାଇଁ, ଡ୍ରାଗ୍ କରନ୍ତୁ
06:26 GUI Designerରେ, Source ଟାବ୍ ଉପରେ କ୍ଲିକ୍ କରନ୍ତୁ
06:30 Generated Code ବୋଲାଉଥିବା ଲାଇନ୍ ଆଡକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ
06:33 ଏବଂ GUI Designer ସୃଷ୍ଟି କରିଥିବା କୋଡକୁ ପ୍ରଦର୍ଶନ କରିବା ପାଇଁ, Generated Code ଲାଇନର ବାମପଟେ ଥିବା ପ୍ଲସ୍ ଚିହ୍ନ(+) ଉପରେ କ୍ଲିକ୍ କରନ୍ତୁ
06:42 ଏଠାରେ, ଏହା କୀଲାଇନ୍ ଅଟେ
06:49 ଯେହେତୁ jLabel1 ଆଇକନ୍ ପ୍ରପର୍ଟୀ ପାଇଁ Property editorକୁ ବ୍ୟବହାର କରାଯାଇଛି, IDE, setIcon ମେଥଡକୁ ସୃଷ୍ଟି କରିଛି
06:57 ସେହି ମେଥଡର ପାରାମିଟର୍ ImageIconର ଗୋଟିଏ ଅଜ୍ଞାତ ଇନର୍ କ୍ଲାସ୍ ଉପରେ getResource() ମେଥଡର ଏକ କଲକୁ ଧାରଣ କରିଥାଏ
07:10 ଥରେ ଇମେଜଟି Design ଭ୍ୟୁରେ ସଂଯୁକ୍ତ ହେବା ପରେ, ଏହି ଇମେଜ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
07:19 Events > Mouse > mouseClickedରେ କ୍ଲିକ୍ କରନ୍ତୁ
07:24 ଭ୍ୟୁ Source ମୋଡକୁ ଫେରିଯିବ
07:28 ଏଠାରେ, ଗୋଟିଏ mouse-clickରେ ଆକ୍ସନକୁ କଷ୍ଟମାଇଜ୍ କରିବା ପାଇଁ କୋଡକୁ ସଂଯୁକ୍ତ କରିପାରିବେ
07:33 ଗୋଟିଏ pop-upକୁ ସୃଷ୍ଟି କରିବା ପାଇଁ କୋଡର କିଛି ଲାଇନକୁ ସଂଯୁକ୍ତ କରନ୍ତୁ ଯେତେବେଳେ GUIରେ ଇମେଜ୍ ଉପରେ କ୍ଲିକ୍ ହେବ
08:00 ପପ୍-ଅପକୁ ସୃଷ୍ଟି କରିବା ପାଇଁ ବର୍ତ୍ତମାନ କୋଡର କିଛି ଲାଇନକୁ ପ୍ରବେଶ କରାଯାଇଛି
08:05 ପ୍ରଥମେ, ପପ୍-ଅପ୍ ପାଇଁ ଗୋଟିଏ ନୂତନ Jframeକୁ ସୃଷ୍ଟି କରାଯାଇଛି
08:12 ଏବଂ defaultCloseOperationକୁ ସେଟ୍ କରାଯାଇଛି
08:15 ଏବଂ ଶେଷରେ, pop-up ପାଇଁ ଟେକ୍ସଟକୁ ଉପଲବ୍ଧ କରାଯାଇଛି
08:24 କୋଡର ଏହି ଲାଇନଗୁଡିକୁ ସଂଯୁକ୍ତ କଲାପରେ, ଫାଇଲର ଆରମ୍ଭରେ ଦୁଇଟି ଷ୍ଟେଟମେଣ୍ଟକୁ ସଂଯୁକ୍ତ କରିବା ଦ୍ଵାରା ଆବଶ୍ୟକ ପ୍ୟାକେଜଗୁଡିକୁ import କରିପାରିବେ
08:36 import javax.swing.*କୁ ସଂଯୁକ୍ତ କରନ୍ତୁ
08:45 ଏବଂ import java.awt.*କୁ ମଧ୍ୟ;
08:53 ଏହା ଏହି ପ୍ରୋଗ୍ରାମ୍ ପାଇଁ ଆବଶ୍ୟକ ଜରୁରୀ packageଗୁଡିକୁ ଇମ୍ପୋର୍ଟ କରିବ
08:59 ବର୍ତ୍ତମାନ ଆପ୍ଲିକେଶନକୁ build ଓ run କରନ୍ତୁ
09:02 ଇମେଜକୁ ଆକ୍ସେସ୍ ଓ ପ୍ରଦର୍ଶନ କରିବା ପାଇଁ କୋଡ୍ ସୃଷ୍ଟି କରାଯାଇଛି
09:07 ଇମେଜଟି ଆକ୍ସେସ୍ ହୋଇଛି ବୋଲି ସୁନିଶ୍ଚିତ କରିବା ପାଇଁ, ଆପ୍ଲିକେଶନକୁ build ଓ run କରନ୍ତୁ
09:12 ପ୍ରଥମେ, ପ୍ରୋଜେକ୍ଟର Main classକୁ ସେଟ୍ କରିବା ଆବଶ୍ୟକ ଅଟେ
09:16 ଯେତେବେଳେ Main classକୁ ସେଟ୍ କରିବେ, ପ୍ରୋଜେକ୍ଟକୁ ରନ୍ କରିବା ବେଳେ କେଉଁ classକୁ ରନ୍ କରାଯିବ ତାହା IDE ଜାଣିଥାଏ
09:21 ଏହା ସହିତ, ଏହା ସୁନିଶ୍ଚିତ କରେଯେ ଯେତେବେଳେ ଆପ୍ଲିକେଶନ୍ ନିର୍ମାଣ କରିବେ ଆପ୍ଲିକେସନର JAR ଫାଇଲ୍ ମଧ୍ୟରେ ଥିବା Main class ଏଲିମେଣ୍ଟ ସୃଷ୍ଟି ହୋଇଛି
09:33 ଏଠାରେ Projects ୱିଣ୍ଡୋରେ ଥିବା ImageDisplayAppର ପ୍ରୋଜେକ୍ଟ ନୋଡ୍ ଉପରେ ରାଇଟ୍ କ୍ଲିକ୍ କରିବା ସହ Propertiesକୁ ଚୟନ କରନ୍ତୁ
09:41 Project Properties ଡାଇଲଗ୍ ବକ୍ସରେ, ବାମପଟେ ଥିବା Run କ୍ୟାଟାଗୋରୀକୁ ଚୟନ କରନ୍ତୁ
09:47 Browse ବଟନ୍ ଉପରେ କ୍ଲିକ୍ କରନ୍ତୁ ଯାହା Main Class ଫିଲ୍ଡର ପରେ ଅବସ୍ଥିତ ଅଛି
09:51 org.me.myimageapp.ImageDisplayକୁ ଚୟନ କରିବା ସହ Select Main Class ଉପରେ କ୍ଲିକ୍ କରନ୍ତୁ
10:01 ଏଠାରେ OKରେ କ୍ଲିକ୍ କରନ୍ତୁ
10:05 ବର୍ତ୍ତମାନ, Project node ଉପରେ ରାଇଟ୍ କ୍ଲିକ୍ କରିବା ସହିତ Clean & Buildକୁ ଚୟନ କରନ୍ତୁ
10:11 Files ୱିଣ୍ଡୋ ମଧ୍ୟରେ ଥିବା ଆପ୍ଲିକେଶନର Build ପ୍ରପର୍ଟୀଗୁଡିକୁ ଦେଖିପାରିବେ
10:20 Build ଫୋଲ୍ଡର୍ କମ୍ପାଇଲ୍ଡ classକୁ ଧାରଣ କରିଥାଏ
10:23 dist ଫୋଲ୍ଡର୍ ନିଷ୍ପାଦନଯୋଗ୍ୟ JAR ଫାଇଲକୁ ଧାରଣ କରିଥାଏ ଯାହା କମ୍ପାଇଲ୍ଡ class ଓ imageକୁ ଧାରଣ କରିଥାଏ
10:32 ବର୍ତ୍ତମାନ ଟୂଲବାରରୁ Runକୁ ଚୟନ କରନ୍ତୁ
10:34 output ୱିଣ୍ଡୋ ଇମେଜ୍ ସହିତ ଖୋଲିବ
10:39 ବର୍ତ୍ତମାନ ଏହି ଇମେଜ୍ ଉପରେ କ୍ଲିକ୍ କରନ୍ତୁ
10:42 ଏବଂ ଉପରେ ପପ୍-ଅପକୁ ଦେଖିପାରିବେ ଯାହା ଇମେଜର ବର୍ଣ୍ଣନାକୁ ପ୍ରଦର୍ଶନ କରିବ
10:50 ବର୍ତ୍ତମାନ, ଆସାଇନମେଣ୍ଟ!
10:54 ଏହି ଟ୍ୟୁଟୋରିଆଲରେ ପ୍ରଦର୍ଶିତ ହେବା ଭଳି, ଚାରୋଟି ଇମେଜ ଥିବା ସମାନ ଅନ୍ୟ ଏକ GUI ସୃଷ୍ଟି କରନ୍ତୁ
11:01 ପ୍ରତ୍ୟେକ ଇମେଜ୍ ପାଇଁ ବିଭିନ୍ନ ଇଭେଣ୍ଟକୁ ନିର୍ଦ୍ଦିଷ୍ଟ କରନ୍ତୁ ଯେପରି, keyboard event, mouse-motion event, mouse-click event, mouse-wheel event
11:12 ମୁଁ ଆସାଇନମେଣ୍ଟକୁ ସୃଷ୍ଟି କରିସାରିଛି
11:17 ଆସାଇନମେଣ୍ଟ ପ୍ରୋଜେକ୍ଟକୁ run କରନ୍ତୁ
11:20 ଆପଣଙ୍କ ଆସାଇନମେଣ୍ଟ ଏହି ଭଳି ସମାନ ଦେଖାଯିବା ଆବଶ୍ୟକ
11:26 ଏଠାରେ ମୁଁ ମୋ’ର ଆସାଇନମେଣ୍ଟ ପାଇଁ keyboard-events ଓ mouse-eventsକୁ ସୃଷ୍ଟି କରିଛି
11:34 ତେଣୁ, ସଂକ୍ଷେପରେ-
11:36 ଗୋଟିଏ Jframe form ସୃଷ୍ଟି କରାଯାଇଛି,
11:39 ଇମେଜ୍ ପାଇଁ ଗୋଟିଏ ପ୍ୟାକେଜକୁ ସଂଯୁକ୍ତ କରାଯାଇଛି,
11:41 ଲେବଲ୍ ଉପରେ ଇମେଜକୁ ପ୍ରଦର୍ଶନ କରନ୍ତୁ,
11:44 ଏବଂ mouse-events ଓ pop-upsକୁ ମଧ୍ୟ ସୃଷ୍ଟି କରାଯାଇଛି
11:49 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ
11:53 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
11:56 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
12:02 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
12:07 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
12:11 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
12:19 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
12:23 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
12:30 ଏହି ମିଶନ୍ ଉପରେ ଅଧିକ ବିବରଣୀ: spoken-tutorial.org /NMEICT-Introରେ ଉପଲବ୍ଧ
12:42 ଏହି ଟ୍ୟୁଟୋରିଆଲ୍ IT for Change ଦ୍ଵାରା ସମର୍ଥିତ
12:46 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep