Moodle-Learning-Management-System/C2/User-Roles-in-Moodle/Oriya
Time | Narration |
00:01 | Users Roles in Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ : ଜଣେ ୟୁଜର୍ଙ୍କୁ ଆଡମିନ୍ ରୋଲ୍ ଆସାଇନ୍ କରିବା |
00:13 | ଜଣେ ଶିକ୍ଷକଙ୍କୁ ଗୋଟିଏ କୋର୍ସ ଆସାଇନ୍ କରିବା ଏବଂ ଜଣେ ଛାତ୍ରକୁ ଗୋଟିଏ କୋର୍ସରେ ନାମାଙ୍କିତ କରିବା ବିଷୟରେ ଶିଖିବା |
00:20 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ବ୍ୟବହାର କରାଯାଇଛି: Ubuntu Linux OS 16.04 |
00:28 | XAMPP 5.6.30 ମାଧ୍ୟମରେ
ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP, Moodle 3.3 ଓ Firefox ୱେବ୍ ବ୍ରାଉଜର୍ |
00:42 | ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ.
ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ |
00:54 | ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନଙ୍କ ପାଖରେ ନିଜର Moodle ୱେବ୍ ସାଇଟ୍ରେ ତିଆରି କରାଯାଇଥିବା କିଛି "କୋର୍ସ" ଥିବା ଉଚିତ. |
01:01 | ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍ରେ ଥିବା ପୂର୍ବବର୍ତ୍ତୀ Moodle ଟ୍ୟୁଟୋରିଆଲ୍ ଗୁଡ଼ିକୁ ଦେଖନ୍ତୁ |
01:08 | ବ୍ରାଉଜର୍କୁ ଯାଆନ୍ତୁ ଏବଂ ନିଜର Admin Username ଓ Password ଦେଇ Moodle ୱେବ୍ ସାଇଟ୍ରେ ଲଗ୍ ଇନ୍ କରନ୍ତୁ |
01:16 | ଆମେ ଏବେ Admin Dashboardରେ ଅଛେ |
01:19 | Course and Category Management ପେଜ୍କୁ ଯାଆନ୍ତୁ |
01:24 | ଆପଣଙ୍କର Moodle Interfaceରେ ଏହି କୋର୍ସଗୁଡ଼ିକ ଥିବାର ସୁନିଶ୍ଚିତ କରନ୍ତୁ.
ଯଦି ନାହିଁ, ତେବେ ଟ୍ୟୁଟୋରିଆଲକୁ ପଜ୍ କରି ସେଗୁଡ଼ିକ ତିଆରି କରନ୍ତୁ ଏବଂ ପୁଣିଥରେ ଆରମ୍ଭ କରନ୍ତୁ |
01:34 | ଆମେ ତିଆରି କରିଥିବା ସମସ୍ତ ୟୁଜର୍ଙ୍କୁ ଆସନ୍ତୁ ଦେଖିବା |
01:38 | Site Administration ଉପରେ କ୍ଲିକ୍ କରନ୍ତୁ |
01:41 | ତା’ପରେ, Users ଟାବ୍ ଉପରେ କ୍ଲିକ୍ କରନ୍ତୁ. |
01:44 | Accounts ବିଭାଗରେ ଥିବା Browse List of Users ଉପରେ କ୍ଲିକ୍ କରନ୍ତୁ |
01:50 | ଏବେ ଆମ ପାଖରେ 4 ଜଣ “ୟୁଜର୍” ଅଛନ୍ତି. |
01:53 | User Priya Sinha ଉପରେ କ୍ଲିକ୍ କରି ତାଙ୍କ ପ୍ରୋଫାଇଲ୍କୁ ଏଡିଟ୍ କରନ୍ତୁ |
01:59 | ଏଥିପାଇଁ, User Details ବିଭାଗକୁ ଯାଇ Edit Profile Link ଉପରେ କ୍ଲିକ୍ କରନ୍ତୁ |
02:04 | Optional ବିଭାଗ ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ.
ବିସ୍ତାରିତ କରିବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ |
02:11 | ଧ୍ୟାନ ଦିଅନ୍ତୁ ଯେ, Institution, Department, Phone ଓ Address ଫିଲ୍ଡଗୁଡ଼ିକ ପୂରଣ ହୋଇଯାଇଛି.
ଏହିଗୁଡ଼ିକୁ ଆମେ CSV ଫାଇଲ୍ରେ ଲେଖିଥିଲେ |
02:23 | ପୁଣିଥରେ ୟୁଜର୍ସ ତାଲିକାକୁ ଫେରିଯାଆନ୍ତୁ.
ଏହା କରିବା ପାଇଁ Site Administration -> Users -> Browse List of Users ଉପରେ କ୍ଲିକ୍ କରନ୍ତୁ |
02:33 | ଏହି ୟୁଜର୍, System Adminକୁ Administator Role ଆସାଇନ୍ କରନ୍ତୁ |
02:39 | ବାମପଟ ମେନୁରେ ଥିବା Site Administration ଉପରେ କ୍ଲିକ୍ କରି Users ଟାବ୍ ଉପରେ କ୍ଲିକ୍ କରନ୍ତୁ |
02:46 | Permissions ବିଭାଗକୁ ସ୍କ୍ରୋଲ୍ କରି Site Administrators ଉପରେ କ୍ଲିକ୍ କରନ୍ତୁ |
02:52 | ଏଠାରେ Usersର 2ଟି ସେଟ୍ ଅଛି.
ପ୍ରଥମ ସେଟ୍ରେ ସାମ୍ପ୍ରତିକ Site Administratorମାନଙ୍କ ନାମ ରହିଛି ଏବଂ ଦ୍ୱିତୀୟ ସେଟ୍ରେ ଅନ୍ୟ ସମସ୍ତ Usersଙ୍କ ତାଲିକା ରହିଛି |
03:05 | ଦୁଇଟିଯାକ ତାଲିକା ମଧ୍ୟରେ, ବିଭିନ୍ନ କାର୍ଯ୍ୟ କରିବା ପାଇଁ ବଟନ୍ଗୁଡ଼ିକ ରହିଛି |
03:11 | Users Boxରୁ System Admin2 ୟୁଜର୍ ଉପରେ କ୍ଲିକ୍ କରନ୍ତୁ |
03:17 | ଯଦି ସେଥିରେ ବହୁତ ଅଧିକ ୟୁଜର୍ ଥାଆନ୍ତି, ତେବେ ଖୋଜିବା ପାଇଁ Users ତଳେ ଥିବା Search Box ବ୍ୟବହାର କରନ୍ତୁ
ଏବଂ ତା’ପରେ Add ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:26 | Confirm ବକ୍ସରେ Continue ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:30 | ଏବେ ସେଥିରେ 2 ଜଣ Admin Users ଅଛନ୍ତି.
ଆମେ ଯେତେ ଚାହିଁବା Admin Users ରଖିପାରିବା |
03:38 | ହେଲେ, ସେଠାରେ କେବଳ ଜଣେ Main Administrator ରହିପାରିବେ.
Main Administratorଙ୍କୁ କେବେବି ସିଷ୍ଟମ୍ରୁ ଡିଲିଟ୍ କରିହେବ ନାହିଁ |
03:48 | ଏବେ ଆସନ୍ତୁ, Calculus Course ପାଇଁ Rebecca Raymondଙ୍କୁ Teacher ଭାବରେ ଆସାଇନ୍ କରିବା |
03:55 | ଏହା କରିବା ପାଇଁ Course and Category Management ପେଜ୍କୁ ଯାଆନ୍ତୁ |
04:02 | 1st Year Maths subcategoryରେ ଥିବା "କୋର୍ସ"ଗୁଡ଼ିକୁ ଦେଖିବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ |
04:09 | Calculus କୋର୍ସ ଉପରେ କ୍ଲିକ୍ କରନ୍ତୁ. କୋର୍ସର ବିବରଣୀ ଦେଖିବା ପାଇଁ ତଳକୁ ସ୍କ୍ରୋଲ୍ କରନ୍ତୁ.
Enrolled Users ଉପରେ କ୍ଲିକ୍ କରନ୍ତୁ |
04:19 | ଦେଖନ୍ତୁ, ୟୁଜର୍ Priya Sinhaଙ୍କୁ ଏହି "କୋର୍ସ"ରେ ନାମାଙ୍କିତ କରାଯାଇଛି |
04:25 | Upload User CSV ମାଧ୍ୟମରେ ଆମେ ଏହା କରିଛେ “ |
04:29 | Moodleରେ, Teacherଙ୍କ ସମେତ ସମସ୍ତକୁ "କୋର୍ସ"ରେ ନାମାଙ୍କିତ କରିବାକୁ ପଡ଼ିବ “ |
04:35 | "କୋର୍ସ"ରେ ସେମାନଙ୍କର ସାମ୍ପ୍ରତିକ Role ଉପରେ ଆଧାର କରି ସେମାନଙ୍କୁ ନୂଆ Role ଆସାଇନ୍ କରାଯିବ |
04:41 | ଉପର ଡାହାଣପଟେ କିମ୍ୱା ତଳ ଡାହାଣପଟେ ଥିବା Enrol Users ବଟନ୍ ଉପରେ କ୍ଲିକ୍ କରନ୍ତୁ |
04:48 | ଏକ ନୂଆ ପପ୍-ଅପ୍ ୱିଣ୍ଡୋ ଖୋଲିଲା. |
04:51 | ଏଥିରେ Assign Roles ପାଇଁ ଏକ ଡ୍ରପ୍-ଡାଉନ୍, Enolment ବିକଳ୍ପ ପାଇଁ ଫିଲ୍ଡ ଓ ଗୋଟିଏ Search ବଟନ୍ ଅଛି |
05:00 | ବର୍ତ୍ତମାନ ଏହି "କୋର୍ସ"କୁ ଆସାଇନ୍ କରାଯାଇନଥିବା ସମସ୍ତ "ୟୁଜର୍"ଙ୍କ ତାଲିକା ଦେଖାଦେଉଛି |
05:06 | Assign Roles ଡ୍ରପ୍-ଡାଉନ୍ରେ Teacher ଚୟନ କରନ୍ତୁ |
05:11 | ତା’ପରେ, Rebecca Raymond ପାଖରେ ଥିବା Enrol ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:16 | ଶେଷରେ, ପେଜ୍ ତଳେ ଥିବା Finish Enrolling Users ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:24 | ଏହିଭଳି ଭାବରେ Studentsଙ୍କୁ ଗୋଟିଏ "କୋର୍ସ"ରେ ଆସାଇନ୍ କରିହେବ |
05:28 | Rebecca Raymondଙ୍କୁ ତାଙ୍କ Teacher Roleରୁ ଅନ୍-ଆସାଇନ୍ କରିବା ପାଇଁ, Roles Columnରେ ଥିବା Trash ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
05:36 | Confirm Role Change ପପ୍-ଅପ୍ ବକ୍ସରେ ଥିବା Remove ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:42 | ଏଠାରେ ଥିବା Assign Role ଆଇକନ୍କୁ, ପୂର୍ବରୁ ନାମାଙ୍କିତ ୟୁଜର୍ମାନଙ୍କୁ ଗୋଟିଏ Role ଆସାଇନ୍ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ |
05:50 | ସମସ୍ତ Role ନାମ ସହିତ ଗୋଟିଏ ଛୋଟ ପପ୍-ଅପ୍ ୱିଣ୍ଡୋ ଖୋଲିବା ପାଇଁ ତାହା ଉପରେ କ୍ଲିକ୍ କରନ୍ତୁ |
05:56 | Rebecca Reymondଙ୍କୁ Teacher Role ଆସାଇନ୍ କରିବା ପାଇଁ Teacher ଉପରେ କ୍ଲିକ୍ କରନ୍ତୁ.
ବକ୍ସଟି ନିଜକୁ ନିଜ ବନ୍ଦ ହୋଇଯିବ |
06:04 | ପୂରା ଡାହାଣପଟେ ଥିବା Trash ଆଇକନ୍ ଉପରେ କ୍ଲିକ୍ କରି "ୟୁଜର୍"ମାନଙ୍କୁ ଗୋଟିଏ "କୋର୍ସ"ରୁ ଅଣ-ନାମାଙ୍କିତ କରିହେବ |
06:11 | ଡାହାଣପଟେ ଥିବା "ଗିଅର୍” ଆଇକନ୍ ଉପରେ କ୍ଲିକ୍ କରି User Enrolment ବିବରଣୀକୁ ଏଡିଟ୍ କରିହେବ.
ତାହା ଉପରେ କ୍ଲିକ୍ କରନ୍ତୁ |
06:20 | "ୟୁଜର୍"ଙ୍କୁ ରଦ୍ଦ କରିବା ପାଇଁ ଏବଂ Enrolment Start ଓ End Dates ବଦଳାଇବା ପାଇଁ ଏଥିରେ ଗୋଟିଏ ବିକଳ୍ପ ଅଛି |
06:28 | Enrolment ପେଜ୍କୁ ଫେରିଯିବା ପାଇଁ Cancel ବଟନ୍ ଉପରେ କ୍ଲିକ୍ କରନ୍ତୁ |
06:33 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.
ସଂକ୍ଷିପ୍ତରେ - |
06:39 | ଏହି ଟ୍ୟୁଟୋରିଆଲରେ ଆମେ : ଜଣେ "ୟୁଜର୍"ଙ୍କୁ "ଆଡମିନ୍ ରୋଲ୍" ଆସାଇନ୍ କରିବା.
ଜଣେ Teacherଙ୍କୁ ଗୋଟିଏ କୋର୍ସ ଆସାଇନ୍ କରିବା ଏବଂ ଜଣେ ଛାତ୍ରକୁ ଗୋଟିଏ କୋର୍ସରେ ନାମାଙ୍କିତ କରିବା ବିଷୟରେ ଶିଖିଲେ |
06:52 | ଏକ ଆସାଇନମେଣ୍ଟ ଭାବେ :
Linear Algebra Courseରେ Rebecca Raymondଙ୍କୁ ଜଣେ Teacher ଭାବେ ଆସାଇନ୍ କରନ୍ତୁ |
07:00 | Linear Algebra Courseରେ Priya Sinhaଙ୍କୁ ଜଣେ Student ଭାବେ ଆସାଇନ୍ କରନ୍ତୁ |
07:06 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
07:14 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
07:22 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
07:26 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
07:38 | IIT Bombay ତରଫରୁ
ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |