Moodle-Learning-Management-System/C2/Categories-in-Moodle/Oriya
Time | Narration |
00:01 | Categories in Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
Course category, Categories ଓ SubCateories କିପରି ତିଆରି କରାଯାଏ, Categoriesରେ କିପରି କାମ କରିବେ |
00:20 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:
Ubuntu Linux OS 16.04, XAMPP 5.6.30, Moodle 3.3 ଓ Firefox ୱେବ୍ ବ୍ରାଉଜର୍ ମାଧ୍ୟମରେ ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP |
00:43 | ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:47 | ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ |
00:55 | ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନଙ୍କ ସିଷ୍ଟମ୍ ରେ Moodle 3.3 ଇନଷ୍ଟଲ୍ ହୋଇଥିବା ଦରକାର. |
01:02 | ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍ରେ ଥିବା ପ୍ରାସଙ୍ଗିକ Moodle ଟ୍ୟୁଟୋରିଆଲ୍ ଦେଖନ୍ତୁ |
01:09 | ବ୍ରାଉଜର୍କୁ ଯାଇ ନିଜର Moodle Homepage ଖୋଲନ୍ତୁ. XAMPP Service ଚାଲୁଥିବାର ସୁନିଶ୍ଚିତ କରନ୍ତୁ |
01:18 | ନିଜର Admin Username ଓ Password ବିବରଣୀ ସହିତ ଲଗ୍ ଇନ୍ କରନ୍ତୁ |
01:23 | ଆମେ ଏବେ Admin Dashboardରେ ଅଛେ |
01:26 | ବାମପଟେ ଥିବା Site Administration ଉପରେ କ୍ଲିକ୍ କରନ୍ତୁ |
01:31 | Courses ଟାବ୍ ଉପରେ କ୍ଲିକ୍ କରି Manage Courses and Categories ଉପରେ କ୍ଲିକ୍ କରନ୍ତୁ |
01:38 | ଆମେ, Course and Category Management ଶୀର୍ଷକ ପେଜ୍ କୁ ଯିବା. Course Category କ’ଣ, ଆସନ୍ତୁ ବୁଝିବା |
01:50 | ସାଇଟ୍ ୟୁଜର୍ମାନଙ୍କ ପାଇଁ Moodle Coursesକୁ ବ୍ୟବସ୍ଥିତ କରିବାକୁ Course Categories ସାହାଯ୍ୟ କରିଥାଏ |
01:57 | ଗୋଟିଏ ନୂଆ Moodle Site ପାଇଁ ଡିଫଲ୍ଟ Category ହେଉଛି Miscellaneous |
02:03 | ଡିଫ୍ଲଟ୍ ଭାବରେ, ଯେକୌଣସି ନୂଆ Course, ଏହି Miscellaneous Categoryକୁ ଆସାଇନ୍ କରିଦିଆଯିବ |
02:09 | ହେଲେ, ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ପାଇଁ, ସେମାନଙ୍କର Courseଗୁଡ଼ିକୁ ଖୋଜିବା କଷ୍ଟକର ହୋଇଯିବ |
02:16 | Courses ଖୋଜିବା ସହଜ କରିବାକୁ, ସେମାନଙ୍କୁ Categories ଆସାଇନ୍ କରିବା ଉଚିତ |
02:23 | ଅନେକ ଅନୁଷ୍ଠାନ, କ୍ୟାମ୍ପସ୍ କିମ୍ୱା ଡିପାର୍ଟମେଣ୍ଟ ଅନୁଯାୟୀ Courses ବ୍ୟବସ୍ଥିତ କରିଥା’ନ୍ତି |
02:30 | ଉତ୍ତମ ସ୍ପଷ୍ଟତା ପାଇଁ ବର୍ଣ୍ଣନାତ୍ମକ ନାମ ରଖିବା ଭଲ ଅଟେ |
02:35 | ଆସନ୍ତୁ, ଆମେ ଆମର Coursesକୁ ଡିପାର୍ଟମେଣ୍ଟ ଅନୁଯାୟୀ ବ୍ୟବସ୍ଥିତ କରିବା.
ଉଦାହରଣସ୍ୱରୂପ, Math Categoryରେ ସମସ୍ତ Math Courses ରହିବ |
02:47 | Moodle Siteକୁ ଫେରିଯାଆନ୍ତୁ |
02:51 | ପ୍ରଥମେ ଆମେ, Course and Category Management ପେଜ୍ ଲେଆଉଟ୍କୁ ବୁଝିବା |
02:57 | ବାମପଟେ, Navigation Block ଅଛି ଏବଂ ଡାହାଣପଟେ, ଆମର Content Region ଅଛି |
03:05 | Content Regionକୁ ଦୁଇଟି ସ୍ତମ୍ଭରେ ବିଭକ୍ତ କରାଯାଇଛି:
ବାମପଟ ସ୍ତମ୍ଭ Course Categories ଦେଖାଏ, ଡାହାଣପଟ ସ୍ତମ୍ଭ, ଚୟନିତ Category ଅନ୍ତର୍ଗତ ସମସ୍ତ Courses ଦେଖାଏ |
03:20 | ଡିଫଲ୍ଟ ଭାବରେ, ଏହା Miscellaneous Category ଅନ୍ତର୍ଗତ ଥିବା Coursesକୁ ଦେଖାଉଛି |
03:26 | ଡାହାଣପଟେ ଥିବା ମେନୁରୁ ଏହି ଭ୍ୟୁକୁ ବଦଳାଇହେବ |
03:32 | ବିକଳ୍ପଗୁଡ଼ିକୁ ଦେଖିବା ପାଇଁ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ |
03:36 | ଏବେ, Course Categories ଉପରେ କ୍ଲିକ୍ କରନ୍ତୁ. ଏହା, କେବଳ Course Categories ଦେଖାଇବା ପାଇଁ ଭ୍ୟୁକୁ ବଦଳାଇଦେବ |
03:45 | Courses ଦେଖିବା ପାଇଁ ପୁଣିଥରେ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ ଭ୍ୟୁକୁ ବଦଳା’ନ୍ତୁ.
Courses ଉପରେ କ୍ଲିକ୍ କରନ୍ତୁ |
03:54 | ଧ୍ୟାନ ଦିଅନ୍ତୁ ଯେ, ଏକ ନୂଆ ଡ୍ରପ୍-ଡାଉନ୍ ବକ୍ସ ଏବେ ଦେଖାଦେଲା. ଏହା ହେଉଛି Category ଡ୍ରପ୍-ଡାଉନ୍ |
04:02 | ଏଠାରେ ଆମେ, ସେହି Categoryର ଚୟନ କରିପାରିବା, ଯାହା ପାଇଁ ଆମେ Courses ଦେଖାଇବାକୁ ଚାହୁଁଛେ.
ବର୍ତ୍ତମାନ, ଏଥିରେ କେବଳ Miscellaneous Category ଅଛି |
04:13 | ଭ୍ୟୁକୁ ପୁଣିଥରେ Course Categories and Coursesକୁ ବଦଳାଇଦିଅନ୍ତୁ |
04:19 | ଏବେ, ଆମେ ଗୋଟିଏ Category ଯୋଡ଼ିବା ପାଇଁ Create New Category ଲିଙ୍କ୍ ଉପରେ କ୍ଲିକ୍ କରିବା |
04:26 | Parent Category ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରି Top ଚୟନ କରନ୍ତୁ. Category Nameରେ ଟାଇପ୍ କରନ୍ତୁ: Mathematics |
04:36 | Category ID Number ହେଉଛି ଏକ ଇଚ୍ଛାଧୀନ ଫିଲ୍ଡ. ଏହା, ଅଫଲାଇନ୍ Courses ସହିତ Courseକୁ ଚିହ୍ନଟ କରିବା ପାଇଁ ଆଡମିନ୍ ୟୁଜର୍ମାନଙ୍କ ପାଇଁ ଅଟେ |
04:47 | ଆପଣଙ୍କର କଲେଜ୍ Categories ପାଇଁ ବ୍ୟବହାର କରୁଥିବା IDକୁ ଆପଣ ଏଠାରେ ବ୍ୟବହାର କରିପାରିବେ. ଅନ୍ୟ Moodle ୟୁଜର୍ସଙ୍କୁ ଏହି ଫିଲ୍ଡ ଦେଖାଯିବ ନାହିଁ |
04:58 | ଏବେ ପାଇଁ, Category Idକୁ ମୁଁ ଖାଲି ଛାଡ଼ିଦେବି |
05:03 | Description ଟେକ୍ସଟ୍ ବକ୍ସରେ, ଟାଇପ୍ କରନ୍ତୁ -
All mathematics courses will be listed under this category. |
05:12 | ତା’ପରେ Create Category ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:17 | ଏବେ ଆମେ, Course Categories and Courses ଭ୍ୟୁରେ ଅଛେ |
05:22 | ଏଠାରେ ଏବେ 2ଟି Categories ଦେଖାଯାଉଛି: Miscellaneous ଓ Mathematics |
05:29 | ଆସନ୍ତୁ, ଏହାକୁ ଆହୁରି ବ୍ୟବସ୍ଥିତ କରିବା. 1st Year Maths Courses ଓ 2nd Year Maths Coursesକୁ ପୃଥକ୍ କରନ୍ତୁ |
05:40 | ଏଥିପାଇଁ, Mathematics Category ଭିତରେ ଆମେ 1st Year Maths ନାମକ ଏକ SubCategory ତିଆରି କରିବା |
05:49 | ତାଲିକାଭୁକ୍ତ Categoriesର ଉପରେ ଥିବା Create New Category ଉପରେ କ୍ଲିକ୍ କରନ୍ତୁ |
05:56 | SubCategory ତିଆରି କରିବା Category ଭଳି ସମାନ ଅଟେ |
06:02 | Parent Category ଭାବରେ Top ଚୟନ କରନ୍ତୁ ନାହିଁ |
06:06 | ତାହା ବଦଳରେ, ସେହି Categoryର ଚୟନ କରନ୍ତୁ, ଯାହା ତଳେ ଏହି SubCategory ରହିବ |
06:12 | ତେଣୁ ଏଠାରେ, Category Nameରେ ମୁଁ ଟାଇପ୍ କରିବି: 1st Year Maths |
06:18 | ତାହାପରେ, ଆମେ ଏକ Description ଟାଇପ୍ କରି Create Category ବଟନ୍ ଉପରେ କ୍ଲିକ୍ କରିବା |
06:26 | ଧ୍ୟାନ ଦିଅନ୍ତୁ ଯେ, ବାମପଟେ ଥିବା Categories ଏକ ଗଛ ଫର୍ମାଟ୍ ରେ ରହିଛି |
06:32 | SubCategories ଥିବା ଗୋଟିଏ Categoryରେ, ତାହାକୁ ବିସ୍ତାରିତ ଓ ସଂକୁଚିତ କରିବା ପାଇଁ ଏକ Toggle ଆଇକନ୍ ରହିଛି |
06:41 | Categoryର ଡାହାଣପଟେ 3ଟିଆଇକନ୍ ଥିବାର ଦେଖନ୍ତୁ |
06:46 | ସେଗୁଡ଼ି଼କ କ’ଣ ଦେଖିବା ପାଇଁ ଆଇକନ୍ ଗୁଡ଼ିକ ଉପରେ ମାଉସ୍ ରଖନ୍ତୁ |
06:50 | Categoryକୁ ଲୁଚାଇବା ପାଇଁ "ଆଖି” ରହିଛି |
06:53 | ଗୋଟିଏ ଲୁକ୍କାୟିତ Categoryକୁ ସୂଚିତ କରିବା ପାଇଁ ଆଖି ଉପରେ ଗାର ପଡ଼ିଥିବ |
07:00 | Categoryକୁ ଉପରକୁ କିମ୍ୱା ତଳକୁ ଘୁଞ୍ଚାଇବା ପାଇଁ "ଆରୋ" ରହିଛି
ଏଥିରେ ଡାଉନ୍ ଆରୋ ଦ୍ୱାରା ଦେଖାଯାଇଥିବା ଗୋଟିଏ Settings Gear ଆଇକନ୍ ମଧ୍ୟ ରହିଛି, ଯାହା ହେଉଛି ଏକ Menu |
07:12 | Miscellaneous Category ପାଇଁ Settings Gear ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଏଥିରେ, Category ସହ ସମ୍ପର୍କିତ Edit, Create New SubCategory, Delete ଆଦି ଭଳି ବିକଳ୍ପଗୁଡ଼ିକ ରହିଛି |
07:28 | ଏହି ମେନୁକୁ ବନ୍ଦ କରିବା ପାଇଁ ପେଜ୍ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ |
07:32 | ଭଲ ଭାବରେ ଦେଖିବା ପାଇଁ ବାମପଟେ ଥିବା ନାଭିଗେଶନ୍ ମେନୁକୁ ମୁଁ ମିନିମାଇଜ୍ କରିଦେଉଛି |
07:39 | Mathematics Category ପାଇଁ Settings Gear ଆଇକନ୍ ଉପରେ କ୍ଲିକ୍ କରନ୍ତୁ. “ |
07:45 | ଦେଖନ୍ତୁ, SubCategoriesର କ୍ରମବଦ୍ଧ ସହ ସମ୍ପର୍କିତ ଆହୁରି 4ଟି SubMenus ଏଠାରେ ଅଛି |
07:54 | SubCategories ଥିବା ସମସ୍ତ Categoriesରେ ଏହି ମେନୁ ଆଇଟମ୍ଗୁଡ଼ିକ ରହିବ |
08:01 | Gear ଆଇକନ୍ର ଡାହାଣପଟେ ଥିବା ସଂଖ୍ୟା, ଏହି Categoryରେ ଥିବା Courseର ସଂଖ୍ୟାକୁ ସୂଚିତ କରେ |
08:09 | Categoriesର ତାଲିକା ତଳେ ସର୍ଟିଙ୍ଗ୍ ବିକଳ୍ପ ରହିଛି |
08:14 | ଶେଷରେ, ଗୋଟିଏ SubCategoryର Parent Category ବଦଳାଇବା ପାଇଁ ବିକଳ୍ପ ରହିଛି |
08:21 | ଏହି ବିକଳ୍ପକୁ ବ୍ୟବହାର କରିବା ପାଇଁ, ଆପଣ ଘୁଞ୍ଚାଇବାକୁ ଚାହୁଁଥିବା SubCategory ପାଖରେ ଥିବା ଚେକ୍ ବକ୍ସକୁ ଚେକ୍ କରିବାକୁ ହେବ |
08:29 | ତା’ପରେ, ନୂଆ Parent Cactegory ଚୟନ କରି Move ଉପରେ କ୍ଲିକ୍ କରନ୍ତୁ. ଆମେ ଏବେ, ଏହି ବିକଳ୍ପକୁ ବ୍ୟବହାର କରିବା ନାହିଁ |
08:38 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.
ସଂକ୍ଷିପ୍ତରେ - |
08:44 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :-
Course category, Categories ଓ SubCateories କିପରି ତିଆରି କରାଯାଏ Categoriesରେ କିପରି କାମ କରିବେ |
08:57 | ଏକ ଆସାଇନମେଣ୍ଟ ଭାବେ :
Mathematics ଅନ୍ତର୍ଗତ ଏକ ନୂଆ SubCategory 2nd Year Maths ଯୋଡ଼ନ୍ତୁ. Category Miscellaneousକୁ ଡିଲିଟ୍ କରନ୍ତୁ |
09:10 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
09:19 | ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
09:29 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
09:34 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
09:48 | IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. |
09:58 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |