Moodle-Learning-Management-System/C2/Categories-in-Moodle/Oriya

From Script | Spoken-Tutorial
Jump to: navigation, search
Time Narration
00:01 Categories in Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

Course category, Categories ଓ SubCateories କିପରି ତିଆରି କରାଯାଏ, Categoriesରେ କିପରି କାମ କରିବେ

00:20 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି:

Ubuntu Linux OS 16.04, XAMPP 5.6.30, Moodle 3.3 ଓ Firefox ୱେବ୍ ବ୍ରାଉଜର୍ ମାଧ୍ୟମରେ ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP

00:43 ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:47 ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ
00:55 ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନଙ୍କ ସିଷ୍ଟମ୍ ରେ Moodle 3.3 ଇନଷ୍ଟଲ୍ ହୋଇଥିବା ଦରକାର.
01:02 ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍‌ରେ ଥିବା ପ୍ରାସଙ୍ଗିକ Moodle ଟ୍ୟୁଟୋରିଆଲ୍ ଦେଖନ୍ତୁ
01:09 ବ୍ରାଉଜର୍‌କୁ ଯାଇ ନିଜର Moodle Homepage ଖୋଲନ୍ତୁ. XAMPP Service ଚାଲୁଥିବାର ସୁନିଶ୍ଚିତ କରନ୍ତୁ
01:18 ନିଜର Admin Username ଓ Password ବିବରଣୀ ସହିତ ଲଗ୍ ଇନ୍ କରନ୍ତୁ
01:23 ଆମେ ଏବେ Admin Dashboardରେ ଅଛେ
01:26 ବାମପଟେ ଥିବା Site Administration ଉପରେ କ୍ଲିକ୍ କରନ୍ତୁ
01:31 Courses ଟାବ୍ ଉପରେ କ୍ଲିକ୍ କରି Manage Courses and Categories ଉପରେ କ୍ଲିକ୍ କରନ୍ତୁ
01:38 ଆମେ, Course and Category Management ଶୀର୍ଷକ ପେଜ୍ କୁ ଯିବା. Course Category କ’ଣ, ଆସନ୍ତୁ ବୁଝିବା
01:50 ସାଇଟ୍ ୟୁଜର୍‌ମାନଙ୍କ ପାଇଁ Moodle Coursesକୁ ବ୍ୟବସ୍ଥିତ କରିବାକୁ Course Categories ସାହାଯ୍ୟ କରିଥାଏ
01:57 ଗୋଟିଏ ନୂଆ Moodle Site ପାଇଁ ଡିଫଲ୍ଟ Category ହେଉଛି Miscellaneous
02:03 ଡିଫ୍ଲଟ୍ ଭାବରେ, ଯେକୌଣସି ନୂଆ Course, ଏହି Miscellaneous Categoryକୁ ଆସାଇନ୍ କରିଦିଆଯିବ
02:09 ହେଲେ, ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ପାଇଁ, ସେମାନଙ୍କର Courseଗୁଡ଼ିକୁ ଖୋଜିବା କଷ୍ଟକର ହୋଇଯିବ
02:16 Courses ଖୋଜିବା ସହଜ କରିବାକୁ, ସେମାନଙ୍କୁ Categories ଆସାଇନ୍ କରିବା ଉଚିତ
02:23 ଅନେକ ଅନୁଷ୍ଠାନ, କ୍ୟାମ୍ପସ୍ କିମ୍ୱା ଡିପାର୍ଟମେଣ୍ଟ ଅନୁଯାୟୀ Courses ବ୍ୟବସ୍ଥିତ କରିଥା’ନ୍ତି
02:30 ଉତ୍ତମ ସ୍ପଷ୍ଟତା ପାଇଁ ବର୍ଣ୍ଣନାତ୍ମକ ନାମ ରଖିବା ଭଲ ଅଟେ
02:35 ଆସନ୍ତୁ, ଆମେ ଆମର Coursesକୁ ଡିପାର୍ଟମେଣ୍ଟ ଅନୁଯାୟୀ ବ୍ୟବସ୍ଥିତ କରିବା.

ଉଦାହରଣସ୍ୱରୂପ, Math Categoryରେ ସମସ୍ତ Math Courses ରହିବ

02:47 Moodle Siteକୁ ଫେରିଯାଆନ୍ତୁ
02:51 ପ୍ରଥମେ ଆମେ, Course and Category Management ପେଜ୍ ଲେଆଉଟ୍‌କୁ ବୁଝିବା
02:57 ବାମପଟେ, Navigation Block ଅଛି ଏବଂ ଡାହାଣପଟେ, ଆମର Content Region ଅଛି
03:05 Content Regionକୁ ଦୁଇଟି ସ୍ତମ୍ଭରେ ବିଭକ୍ତ କରାଯାଇଛି:

ବାମପଟ ସ୍ତମ୍ଭ Course Categories ଦେଖାଏ, ଡାହାଣପଟ ସ୍ତମ୍ଭ, ଚୟନିତ Category ଅନ୍ତର୍ଗତ ସମସ୍ତ Courses ଦେଖାଏ

03:20 ଡିଫଲ୍ଟ ଭାବରେ, ଏହା Miscellaneous Category ଅନ୍ତର୍ଗତ ଥିବା Coursesକୁ ଦେଖାଉଛି
03:26 ଡାହାଣପଟେ ଥିବା ମେନୁରୁ ଏହି ଭ୍ୟୁକୁ ବଦଳାଇହେବ
03:32 ବିକଳ୍ପଗୁଡ଼ିକୁ ଦେଖିବା ପାଇଁ ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ
03:36 ଏବେ, Course Categories ଉପରେ କ୍ଲିକ୍ କରନ୍ତୁ. ଏହା, କେବଳ Course Categories ଦେଖାଇବା ପାଇଁ ଭ୍ୟୁକୁ ବଦଳାଇଦେବ
03:45 Courses ଦେଖିବା ପାଇଁ ପୁଣିଥରେ ଆରୋ ଉପରେ କ୍ଲିକ୍ କରନ୍ତୁ ଏବଂ ଭ୍ୟୁକୁ ବଦଳା’ନ୍ତୁ.

Courses ଉପରେ କ୍ଲିକ୍ କରନ୍ତୁ

03:54 ଧ୍ୟାନ ଦିଅନ୍ତୁ ଯେ, ଏକ ନୂଆ ଡ୍ରପ୍-ଡାଉନ୍ ବକ୍ସ ଏବେ ଦେଖାଦେଲା. ଏହା ହେଉଛି Category ଡ୍ରପ୍-ଡାଉନ୍
04:02 ଏଠାରେ ଆମେ, ସେହି Categoryର ଚୟନ କରିପାରିବା, ଯାହା ପାଇଁ ଆମେ Courses ଦେଖାଇବାକୁ ଚାହୁଁଛେ.

ବର୍ତ୍ତମାନ, ଏଥିରେ କେବଳ Miscellaneous Category ଅଛି

04:13 ଭ୍ୟୁକୁ ପୁଣିଥରେ Course Categories and Coursesକୁ ବଦଳାଇଦିଅନ୍ତୁ
04:19 ଏବେ, ଆମେ ଗୋଟିଏ Category ଯୋଡ଼ିବା ପାଇଁ Create New Category ଲିଙ୍କ୍ ଉପରେ କ୍ଲିକ୍ କରିବା
04:26 Parent Category ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରି Top ଚୟନ କରନ୍ତୁ. Category Nameରେ ଟାଇପ୍ କରନ୍ତୁ: Mathematics
04:36 Category ID Number ହେଉଛି ଏକ ଇଚ୍ଛାଧୀନ ଫିଲ୍ଡ. ଏହା, ଅଫଲାଇନ୍ Courses ସହିତ Courseକୁ ଚିହ୍ନଟ କରିବା ପାଇଁ ଆଡମିନ୍ ୟୁଜର୍‌ମାନଙ୍କ ପାଇଁ ଅଟେ
04:47 ଆପଣଙ୍କର କଲେଜ୍ Categories ପାଇଁ ବ୍ୟବହାର କରୁଥିବା IDକୁ ଆପଣ ଏଠାରେ ବ୍ୟବହାର କରିପାରିବେ. ଅନ୍ୟ Moodle ୟୁଜର୍ସଙ୍କୁ ଏହି ଫିଲ୍ଡ ଦେଖାଯିବ ନାହିଁ
04:58 ଏବେ ପାଇଁ, Category Idକୁ ମୁଁ ଖାଲି ଛାଡ଼ିଦେବି
05:03 Description ଟେକ୍ସଟ୍ ବକ୍ସରେ, ଟାଇପ୍ କରନ୍ତୁ -

All mathematics courses will be listed under this category.

05:12 ତା’ପରେ Create Category ବଟନ୍ ଉପରେ କ୍ଲିକ୍ କରନ୍ତୁ
05:17 ଏବେ ଆମେ, Course Categories and Courses ଭ୍ୟୁରେ ଅଛେ
05:22 ଏଠାରେ ଏବେ 2ଟି Categories ଦେଖାଯାଉଛି: Miscellaneous ଓ Mathematics
05:29 ଆସନ୍ତୁ, ଏହାକୁ ଆହୁରି ବ୍ୟବସ୍ଥିତ କରିବା. 1st Year Maths Courses ଓ 2nd Year Maths Coursesକୁ ପୃଥକ୍ କରନ୍ତୁ
05:40 ଏଥିପାଇଁ, Mathematics Category ଭିତରେ ଆମେ 1st Year Maths ନାମକ ଏକ SubCategory ତିଆରି କରିବା
05:49 ତାଲିକାଭୁକ୍ତ Categoriesର ଉପରେ ଥିବା Create New Category ଉପରେ କ୍ଲିକ୍ କରନ୍ତୁ
05:56 SubCategory ତିଆରି କରିବା Category ଭଳି ସମାନ ଅଟେ
06:02 Parent Category ଭାବରେ Top ଚୟନ କରନ୍ତୁ ନାହିଁ
06:06 ତାହା ବଦଳରେ, ସେହି Categoryର ଚୟନ କରନ୍ତୁ, ଯାହା ତଳେ ଏହି SubCategory ରହିବ
06:12 ତେଣୁ ଏଠାରେ, Category Nameରେ ମୁଁ ଟାଇପ୍ କରିବି: 1st Year Maths
06:18 ତାହାପରେ, ଆମେ ଏକ Description ଟାଇପ୍ କରି Create Category ବଟନ୍ ଉପରେ କ୍ଲିକ୍ କରିବା
06:26 ଧ୍ୟାନ ଦିଅନ୍ତୁ ଯେ, ବାମପଟେ ଥିବା Categories ଏକ ଗଛ ଫର୍ମାଟ୍ ରେ ରହିଛି
06:32 SubCategories ଥିବା ଗୋଟିଏ Categoryରେ, ତାହାକୁ ବିସ୍ତାରିତ ଓ ସଂକୁଚିତ କରିବା ପାଇଁ ଏକ Toggle ଆଇକନ୍ ରହିଛି
06:41 Categoryର ଡାହାଣପଟେ 3ଟିଆଇକନ୍ ଥିବାର ଦେଖନ୍ତୁ
06:46 ସେଗୁଡ଼ି଼କ କ’ଣ ଦେଖିବା ପାଇଁ ଆଇକନ୍ ଗୁଡ଼ିକ ଉପରେ ମାଉସ୍ ରଖନ୍ତୁ
06:50 Categoryକୁ ଲୁଚାଇବା ପାଇଁ "ଆଖି” ରହିଛି
06:53 ଗୋଟିଏ ଲୁକ୍କାୟିତ Categoryକୁ ସୂଚିତ କରିବା ପାଇଁ ଆଖି ଉପରେ ଗାର ପଡ଼ିଥିବ
07:00 Categoryକୁ ଉପରକୁ କିମ୍ୱା ତଳକୁ ଘୁଞ୍ଚାଇବା ପାଇଁ "ଆରୋ" ରହିଛି

ଏଥିରେ ଡାଉନ୍ ଆରୋ ଦ୍ୱାରା ଦେଖାଯାଇଥିବା ଗୋଟିଏ Settings Gear ଆଇକନ୍ ମଧ୍ୟ ରହିଛି, ଯାହା ହେଉଛି ଏକ Menu

07:12 Miscellaneous Category ପାଇଁ Settings Gear ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଏଥିରେ, Category ସହ ସମ୍ପର୍କିତ Edit, Create New SubCategory, Delete ଆଦି ଭଳି ବିକଳ୍ପଗୁଡ଼ିକ ରହିଛି
07:28 ଏହି ମେନୁକୁ ବନ୍ଦ କରିବା ପାଇଁ ପେଜ୍‌ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
07:32 ଭଲ ଭାବରେ ଦେଖିବା ପାଇଁ ବାମପଟେ ଥିବା ନାଭିଗେଶନ୍ ମେନୁକୁ ମୁଁ ମିନିମାଇଜ୍ କରିଦେଉଛି
07:39 Mathematics Category ପାଇଁ Settings Gear ଆଇକନ୍ ଉପରେ କ୍ଲିକ୍ କରନ୍ତୁ. “
07:45 ଦେଖନ୍ତୁ, SubCategoriesର କ୍ରମବଦ୍ଧ ସହ ସମ୍ପର୍କିତ ଆହୁରି 4ଟି SubMenus ଏଠାରେ ଅଛି
07:54 SubCategories ଥିବା ସମସ୍ତ Categoriesରେ ଏହି ମେନୁ ଆଇଟମ୍‌ଗୁଡ଼ିକ ରହିବ
08:01 Gear ଆଇକନ୍‌ର ଡାହାଣପଟେ ଥିବା ସଂଖ୍ୟା, ଏହି Categoryରେ ଥିବା Courseର ସଂଖ୍ୟାକୁ ସୂଚିତ କରେ
08:09 Categoriesର ତାଲିକା ତଳେ ସର୍ଟିଙ୍ଗ୍ ବିକଳ୍ପ ରହିଛି
08:14 ଶେଷରେ, ଗୋଟିଏ SubCategoryର Parent Category ବଦଳାଇବା ପାଇଁ ବିକଳ୍ପ ରହିଛି
08:21 ଏହି ବିକଳ୍ପକୁ ବ୍ୟବହାର କରିବା ପାଇଁ, ଆପଣ ଘୁଞ୍ଚାଇବାକୁ ଚାହୁଁଥିବା SubCategory ପାଖରେ ଥିବା ଚେକ୍ ବକ୍ସକୁ ଚେକ୍ କରିବାକୁ ହେବ
08:29 ତା’ପରେ, ନୂଆ Parent Cactegory ଚୟନ କରି Move ଉପରେ କ୍ଲିକ୍ କରନ୍ତୁ. ଆମେ ଏବେ, ଏହି ବିକଳ୍ପକୁ ବ୍ୟବହାର କରିବା ନାହିଁ
08:38 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.

ସଂକ୍ଷିପ୍ତରେ -

08:44 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ :-

Course category, Categories ଓ SubCateories କିପରି ତିଆରି କରାଯାଏ Categoriesରେ କିପରି କାମ କରିବେ

08:57 ଏକ ଆସାଇନମେଣ୍ଟ ଭାବେ :

Mathematics ଅନ୍ତର୍ଗତ ଏକ ନୂଆ SubCategory 2nd Year Maths ଯୋଡ଼ନ୍ତୁ. Category Miscellaneousକୁ ଡିଲିଟ୍ କରନ୍ତୁ

09:10 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
09:19 ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:29 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
09:34 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
09:48 IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି.
09:58 ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep