LibreOffice-Suite-Base/C4/Access-data-sources/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:04 | ଏହି ଟ୍ୟୁଟୋରିଆଲରେ, ଆମେ |
00:08 | ଅନ୍ୟ ଡେଟା ସୋର୍ସଗୁଡିକୁ ଆକ୍ସେସ୍ କରିବା |
00:10 | .odb ଡେଟାବେସାଗୁଡିକୁ ରେଜିଷ୍ଟର୍ କରିବା |
00:15 | ଡେଟା ସୋର୍ସଗୁଡିକୁ ଦେଖିବା |
00:17 | ଏବଂ Writerରେ ଡେଟା ସୋର୍ସଗୁଡିକୁ ବ୍ୟବହାର କରି ଶିଖିବା |
00:22 | ଚାଲନ୍ତୁ Baseରେ କିପରି ଅନ୍ୟ Data Sourcesକୁ ଆକ୍ସେସ୍ କରିହେବ, ଦେଖିବା |
00:28 | Libre Office, Base Databases ବ୍ୟତିତ ଅନ୍ୟ ଡେଟା ସୋର୍ସକୁ ମଧ୍ୟ ଆକ୍ସେସ୍ କରିବା ପାଇଁ ଅନୁମତି ଦେଇଥାଏ |
00:37 | ଏହା ଅନ୍ୟ Libre Office documentଗୁଡିକ ସହିତ link ହେବା ପାଇଁ ମଧ୍ୟ ଅନୁମତି ଦେଇଥାଏ |
00:43 | ଉଦାହରଣସ୍ଵରୂପ, ଲିବ୍ରେ ଅଫିସ୍ ବେସ୍ ମଧ୍ୟରେ ଥିବା ଗୋଟିଏ spreadsheet କିମ୍ବା ଗୋଟିଏ ସରଳ text documentକୁ ଆକ୍ସେସ୍ କରିପାରିବେ |
00:53 | ଏବଂ ତା’ପରେ ସେମାନଙ୍କୁ ଗୋଟିଏ LibreOffice Writer ଡକୁମେଣ୍ଟ ସହିତ ଲିଙ୍କ କରନ୍ତୁ |
00:58 | ଏକ ଉଦାହରଣ ଭାବେ, LibreOffice Calcକୁ ବ୍ୟବହାର କରି ଗୋଟିଏ ନମୂନା ସ୍ପ୍ରେଡଶୀଟ୍ ସୃଷ୍ଟି କରନ୍ତୁ |
01:06 | Start Menu >> All Programs ଉପରେ କ୍ଲିକ୍ କରିବା ସହିତ LibreOffice Suite menuକୁ ଖୋଲନ୍ତୁ |
01:16 | କିମ୍ବା ଯଦି LibreOffice ଖୋଲାଥାଏ ତେବେ File, New ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ଗୋଟିଏ ନୁତନ ସ୍ପ୍ରେଡଶୀଟକୁ ଖୋଲିବା ପାଇଁ Spreadsheetରେ କ୍ଲିକ୍ କରନ୍ତୁ |
01:30 | ବର୍ତ୍ତମାନ, ଇମେଜରେ ପ୍ରଦର୍ଶିତ ହେବା ଭଳି ସ୍ପ୍ରେଡଶୀଟରେ କିଛି ନମୂନା ଡେଟାକୁ ଟାଇପ୍ କରନ୍ତୁ |
01:46 | ଏବଂ ଗୋଟିଏ ଡାଇରେକ୍ଟୋରୀ ସ୍ଥାନରେ ଏହି ସ୍ପ୍ରେଡଶୀଟକୁ LibraryMembers ଭାବେ save କରନ୍ତୁ |
01:54 | ବର୍ତ୍ତମାନ, ପରବର୍ତ୍ତୀ ଉଦାହରଣରେ ଏହି ଫାଇଲର ବ୍ୟବହାରକୁ ଦୃଷ୍ଟିରେ ରଖି ଏହାର ସ୍ଥାନକୁ ମନେରଖନ୍ତୁ |
02:02 | ଏବଂ Calc ୱିଣ୍ଡୋକୁ ବନ୍ଦ କରନ୍ତୁ |
02:07 | ଠିକ୍ ଅଛି, ବର୍ତ୍ତମାନ ଏହି ସ୍ପ୍ରେଡଶୀଟକୁ LibreOffice Baseରୁ କିପରି ଆକ୍ସେସ୍ କରିପାରିବେ ଚାଲନ୍ତୁ ଦେଖିବା |
02:15 | ଏହା କରିବା ପାଇଁ, Baseକୁ Windowsର Start ମେନୁରୁ |
02:25 | କିମ୍ବା ଯଦି ଲିବ୍ରେ ଅଫିସ୍ ବେସ୍ ଖୋଲାଅଛି ତେବେ File, New ଉପରେ ଏବଂ ତା’ପରେ Database ଉପରେ କ୍ଲିକ୍ କରି ଖୋଲିପାରିବେ |
02:36 | ବର୍ତ୍ତମାନ, ଏହା Database Wizardକୁ ଖୋଲିବ |
02:39 | ଏଠାରେ, Connect to an existing database ଉପରେ କ୍ଲିକ୍ କରନ୍ତୁ |
02:45 | ତା’ପରେ ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରନ୍ତୁ |
02:48 | Base ଆକ୍ସେସ୍ କରିପାରୁଥିବା ବିଭିନ୍ନ ଡେଟାବେସାଗୁଡିକର ସୋର୍ସର ଏହି ତାଲିକାକୁ ଦେଖନ୍ତୁ |
02:55 | ଏବଂ ଏଠାରେ Spreadsheet ଉପରେ କ୍ଲିକ୍ କରିବା ସହିତ |
02:59 | Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:02 | ବର୍ତ୍ତମାନ, ବ୍ରାଉଜ୍ ବଟନ୍ ବ୍ୟବହାର କରି, ପୂର୍ବେ ସେଭ କରିଥିବା ସ୍ଥାନରେ ସ୍ପ୍ରେଡଶୀଟକୁ ଚିହ୍ନଟ କରନ୍ତୁ |
03:10 | ଯଦି ସ୍ପ୍ରେଡଶୀଟ୍ ପାଇଁ ଗୋଟିଏ ପାସୱର୍ଡ ଥାଏ, ତାହାକୁ ମଧ୍ୟ ପ୍ରଦାନ କରିବା ଆବଶ୍ୟକ ଅଟେ |
03:16 | ଏଠାରେ ଏହାର ଆବଶ୍ୟକତା ନାହିଁ |
03:19 | Next ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:22 | ବର୍ତ୍ତମାନ ସ୍ପ୍ରେଡଶୀଟକୁ ଗୋଟିଏ ଡେଟା ସୋର୍ସ ଭାବେ ରେଜିଷ୍ଟର୍ କରନ୍ତୁ |
03:27 | ଏବଂ ଏହାକୁ ଏଡିଟିଙ୍ଗ ପାଇଁ ଖୋଲନ୍ତୁ |
03:32 | ଏବଂ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:36 | ବର୍ତ୍ତମାନ, ଏଠାରେ ଗୋଟିଏ ଡେଟାବେସ୍ ନାମ ପ୍ରଦାନ କରନ୍ତୁ. LibraryMembers ଟାଇପ୍ କରନ୍ତୁ |
03:44 | Save as typeକୁ ଦେଖନ୍ତୁ: ଏହା ODF Database ବୋଲି ଦର୍ଶାଏ ଯାହା ଏହି କ୍ଷେତ୍ରରେ .odb ଅଟେ |
03:56 | ଏବଂ ସ୍ପ୍ରେଡଶୀଟ୍ Save ହୋଇଥିବା ସମାନ ସ୍ଥାନରେ ଏହାକୁ ସେଭ୍ କରନ୍ତୁ |
04:01 | ଏହିପରି Baseରେ ସ୍ପ୍ରେଡଶୀଟକୁ ଗୋଟିଏ ଡେଟା ସୋର୍ସ ଭାବେ ରେଜିଷ୍ଟର୍ କରନ୍ତୁ |
04:07 | ବର୍ତ୍ତମାନ ଆମେ ମୁଖ୍ୟ Base ୱିଣ୍ଡୋ ମଧ୍ୟରେ ଅଛେ |
04:11 | ଏଠାରେ, ବାମ ପଟ ପ୍ୟାନେଲରେ ଥିବା Tables ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
04:16 | Sheet1, Sheet2 ଓ Sheet3 ଟେବୁଲଗୁଡିକୁ ଲକ୍ଷ୍ୟ କରନ୍ତୁ |
04:23 | ଏହାକୁ ଖୋଲିବା ପାଇଁ Sheet1 ଉପରେ ଡବଲ୍ କ୍ଲିକ୍ କରନ୍ତୁ ଏବଂ ସ୍ପ୍ରେଡଶୀଟରେ ଥିବା ଡେଟାଗୁଡିକ ପ୍ରଦର୍ଶିତ ହେବେ |
04:31 | ବର୍ତ୍ତମାନ, ସ୍ପ୍ରେଡଶୀଟକୁ ଆକ୍ସେସକରିବାର ଏହି ମେଥଡ୍ ସହିତ, ଏହିଠାରୁ କୌଣସି ପରିବର୍ତ୍ତନ କରିପାରିବେ ନାହିଁ |
04:39 | କେବଳ ଡେଟାଗୁଡିକୁ ଦେଖିପାରିବେ କିମ୍ବା କ୍ଵେରୀ ଏବଂ ଏଠାରେ ବିଦ୍ୟମାନ ଥିବା ଡେଟାକୁ ଆଧାର କରି ରିପୋର୍ଟ ସୃଷ୍ଟି କରିପାରିବେ |
04:47 | ତେଣୁ, ସିଧାସଳଖ ଭାବେ ସ୍ପ୍ରେଡଶୀଟ ଉପରେ ପରିବର୍ତ୍ତନଗୁଡିକୁ କରିପାରିବେ |
04:54 | .odb ଡେଟାବେସଗୁଡିକୁ ରେଜିଷ୍ଟର୍ କରନ୍ତୁ |
04:59 | ବର୍ତ୍ତମାନ, ଅନ୍ୟ ପ୍ରୋଗ୍ରାମଗୁଡିକ ଯେପରି OpenOffice.org ଯାହା .odb ଡେଟାବେସଗୁଡିକୁ ସୃଷ୍ଟି କରିପାରିବ |
05:11 | ଲିବ୍ରେ ଅଫିସ୍ ବେସ୍ ମଧ୍ୟରେ ଏଗୁଡିକୁ ବ୍ୟବହାର କରିବା ପାଇଁ, ପ୍ରଥମେ ସେମାନଙ୍କୁ Baseରେ ରେଜିଷ୍ଟର୍ କରିବା ଆବଶ୍ୟକ ଅଟେ |
05:19 | ଯେକୌଣସି .odb ଡେଟାବେସକୁ ରେଜିଷ୍ଟର୍ କରିବା ପାଇଁ, Baseକୁ ଖୋଲିବାଆବଶ୍ୟକ ଏବଂ |
05:28 | Tools, Options, LibreOffice Base ଓ Databasesକୁ ଚୟନ କରନ୍ତୁ |
05:36 | Registered Databases ଅଧିନରେ ଥିବା Newରେ କ୍ଲିକ୍ କରନ୍ତୁ |
05:42 | ଡେଟାବେସ୍ ଥିବା ସ୍ଥାନକୁ ବ୍ରାଉଜ୍ କରନ୍ତୁ ଏବଂ ରେଜିଷ୍ଟର୍ ନେମ୍ ଠିକ୍ ବୋଲି ସୁନିଶ୍ଚିତ କରନ୍ତୁ |
05:51 | ଏବଂ OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
05:55 | ଲିବ୍ରେ ଅଫିସରେ କିପରି ଡେଟା ସୋର୍ସକୁ ଦେଖିପାରିବେ, ଚାଲନ୍ତୁ ଦେଖିବା |
06:01 | ଏଥିପାଇଁ, ଉଦାହରଣ ସ୍ପ୍ରେଡଶୀଟକୁ ଚାଲନ୍ତୁ ଦେଖିବା ଯାହା Baseରେ ରେଜିଷ୍ଟର୍ ହୋଇଛି |
06:07 | ବର୍ତ୍ତମାନ, ଏହାକୁ LibreOffice Writer କିମ୍ବା Calcରେ ବ୍ୟବହାର କରିପାରିବେ |
06:12 | ଉଦାହରଣସ୍ଵରୂପ, ଏହାକୁ LibreOffice Writer ମଧ୍ୟରେ କିପରି ଦେଖିପାରିବେ |
06:19 | ପ୍ରଥମେ, Base ୱିଣ୍ଡୋ ମଧ୍ୟରୁ Writerକୁ ଖୋଲନ୍ତୁ |
06:24 | ଏଥିପାଇଁ, File, New ଉପରେ ଏବଂ ତା’ପରେ Text Document ଉପରେ କ୍ଲିକ୍ କରନ୍ତୁ |
06:33 | ବର୍ତ୍ତମାନ ଆମେ Writer ୱିଣ୍ଡୋ ମଧ୍ୟରେ ଅଛନ୍ତି |
06:36 | ଉପଲବ୍ଧ ଥିବା ଡେଟା ସୋର୍ସଗୁଡିକୁ ଦେଖିବା ପାଇଁ, ଉପରେ ଥିବା View ମେନୁ ଉପରେ ଏବଂ Data Sources ଉପରେ କ୍ଲିକ୍ କରନ୍ତୁ |
06:46 | ଅନ୍ୟରୂପେ, F4 କୀକୁ ଦାବନ୍ତୁ |
06:52 | ବର୍ତ୍ତମାନ ଉପରେ ବାମ ପଟେ, ସଙ୍ଗେସଙ୍ଗେ ସୃଷ୍ଟି ହୋଇଥିବା LibraryMembers ସହିତ, ରେଜିଷ୍ଟର୍ ହୋଇଥିବା ଡେଟାବେସଗୁଡିକର ଗୋଟିଏ ତାଲିକା ଦେଖିବାକୁ ପାଇବେ |
07:03 | ଡେଟାବେସକୁ ଦେଖିବା ପାଇଁ, ଡେଟାବେସର ନାମର ବାମ ପଟେ ଥିବା ପ୍ଲସ୍ ଚିହ୍ନ ଉପରେ କ୍ଲିକ୍ କରି ଏହାକୁ ପ୍ରସାରିତ କରିପାରିବେ |
07:14 | ଏବଂ ଟେବୁଲଗୁଡିକୁ ପ୍ରସାରିତ କରିପାରିବେ |
07:18 | ଏଠାରେ Sheet1, 2 ଓ 3 ଅଛି |
07:24 | Sheet 1 ଉପରେ କ୍ଲିକ୍ କରନ୍ତୁ |
07:28 | ତେଣୁ, Writer ୱିଣ୍ଡୋର ଉପର ଡାହାଣ ପଟେ ଡେଟା ଦୃଶ୍ୟମାନ ହେବ |
07:36 | ବର୍ତ୍ତମାନ ଏହି ଡେଟାକୁ ଉଦାହରଣ Writer documentରେ କିପରି ବ୍ୟବହାର କରାଯାଇପାରିବ, ଚାଲନ୍ତୁ ଦେଖିବା |
07:43 | ଠିକ୍ ଅଛି, ଯଦି ଏଠାରେ ଉପରେ ଥିବା ଟେବୁଲର ସମସ୍ତ ଡେଟାକୁ ବ୍ୟବହାର କରିବାକୁ ଚାହାଁନ୍ତି ତେବେ ପ୍ରଥମେ ସେଠାରେ ଥିବା ସମସ୍ତ ରେକର୍ଡଗୁଡିକୁ ଚୟନ କରନ୍ତୁ |
07:55 | ଏଥିପାଇଁ, ପ୍ରଥମ ରେକର୍ଡର ପ୍ରଥମ କଲମର ବାମ ପଟେ ଥିବା ଗ୍ରେ ସେଲ୍ ଉପରେ କ୍ଲିକ୍ କରନ୍ତୁ |
08:05 | ତା’ପରେ, Shift କୀକୁ ଦାବିବା ସହିତ, ଶେଷ ରେକର୍ଡର ପ୍ରଥମ କଲମର ବାମ ପଟେ ଥିବା ଗ୍ରେ ସେଲ୍ ଉପରେ କ୍ଲିକ୍ କରନ୍ତୁ |
08:17 | ସମସ୍ତ ଡେଟା ହାଇଲାଇଟ୍ ହେବାର ଲକ୍ଷ୍ୟ କରନ୍ତୁ |
08:21 | ବର୍ତ୍ତମାନ ନିମ୍ନରେ ଥିବା Writer ଡକୁମେଣ୍ଟ ଉପରେ ଏହାକୁ କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
08:30 | ତା’ପରେ, Insert Database columns ଟାଇଟଲ୍ ଥିବା ଗୋଟିଏ ପପ୍ ଅପ୍ ୱିଣ୍ଡୋ ଦୃଶ୍ୟମାନ ହେବ |
08:37 | ତେଣୁ ଏଠାରେ, ଉପରେ ଥିବା Table ଅପଶନରେ କ୍ଲିକ୍ କରନ୍ତୁ |
08:42 | ଏବଂ ତା’ପରେ ସମଗ୍ର ଫିଲ୍ଡକୁ ବାମରୁ ଡାହାଣ ପଟ ତାଲିକାକୁ ସ୍ଥାନାନ୍ତର କରିବା ପାଇଁ ଡବଲ୍ ଆରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ |
08:52 | ଏଠାରେ ଥିବା ବିଭିନ୍ନ ଅପଶନଗୁଡିକୁ ଦେଖନ୍ତୁ |
08:56 | ବର୍ତ୍ତମାନ ପାଇଁ, କେବଳ OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:00 | ଏବଂ ଏଠାରେ ଡକୁମେଣ୍ଟ ମଧ୍ୟରେ ସମ୍ପୂର୍ଣ୍ଣ ଡେଟାର ଟେବୁଲକୁ ଦେଖିବାକୁ ପାଇବେ |
09:05 | ତା’ପରେ, ଇଣ୍ଡିଭିଜୁଆଲ୍ ଫିଲ୍ଡଗୁଡିକୁ କିପରି ପ୍ରବେଶ କରିପାରିବେ, ଚାଲନ୍ତୁ ଦେଖିବା |
09:13 | Writer ଡକୁମେଣ୍ଟର ଉପରକୁ ଯା’ନ୍ତୁ ଏବଂ Enter କୀକୁ ଦୁଇଥର ଦାବନ୍ତୁ. ପୁନର୍ବାର, ଉପର ବାମ ପଟକୁ ଯା’ନ୍ତୁ |
09:22 | ଏଠାରେ Member Name colon ଟାଇପ୍ କରନ୍ତୁ |
09:28 | ଏବଂ ତା’ପରେ ଉପର ଡାହାଣ ପଟ ଡେଟା ସୋର୍ସ କ୍ଷ୍ରେତ୍ର ମଧ୍ୟରେ ଥିବା Name କଲମ୍ ଉପରେ କ୍ଲିକ୍ କରନ୍ତୁ |
09:36 | ବର୍ତ୍ତମାନ ଟାଇପ୍ ହୋଇଥିବା ଟେକ୍ସଟ ପରେ ଏହାକୁ କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
09:43 | ଏବଂ Tab କୀକୁ ଦାବନ୍ତୁ ଏବଂ Phone number colon ଟାଇପ୍ କରନ୍ତୁ |
09:51 | ଏବଂ କ’ଣ କରାଯିବ ଆପଣ ଜାଣନ୍ତି, ନୁହେଁ କି? |
09:55 | ଉପରୁ Phone କଲମକୁ କ୍ଲିକ୍ ଓ ଡ୍ରାଗକରି ଆଣନ୍ତୁ ଏବଂ ଟେକ୍ସଟ ପରେ ଏହାକୁ ଡ୍ରପ୍ କରନ୍ତୁ |
10:04 | ତା’ପରେ ପ୍ରଥମ ରେକର୍ଡର ବାମ ପଟ ଗ୍ରେ ସେଲ୍ ଉପରେ କ୍ଲିକ୍ କରି, ଏହାକୁ ହାଇଲାଇଟ୍ କରନ୍ତୁ |
10:13 | ଏବଂ ତା’ପରେ, Data to Fields ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
10:19 | ଏହାକୁ, ଉପରିସ୍ଥ Formatting toolbarର ନିମ୍ନରେ ଥିବା Table Data ଟୂଲବାର ମଧ୍ୟରେ ପ୍ରାପ୍ତ କରିପାରିବେ |
10:27 | ଉପରିସ୍ଥ ଟେବୁଲରେ ଥିବା ଡେଟା ବର୍ତ୍ତମାନ Writer ଡକୁମେଣ୍ଟ ମଧ୍ୟରେ ରହିଥିବାର ଲକ୍ଷ୍ୟ କରନ୍ତୁ |
10:35 | ଅନ୍ୟ ଏକ ରେକର୍ଡକୁ ଆଣିବା ପାଇଁ, ଭିନ୍ନ ଏକ ରେକର୍ଡକୁ ହାଇଲାଇଟ୍ କରିବା ସହିତ Data to Fields ଆଇକନକୁ ପୁନର୍ବାର ବ୍ୟବହାର କରନ୍ତୁ |
10:46 | ଲିବ୍ରେ ଅଫିସ୍ ଡକୁମେଣ୍ଟ ମଧ୍ୟରେ କିପରି ଡେଟା ସୋର୍ସଗୁଡିକୁ ବ୍ୟବହାର କରାଯାଏ, ଆମେ ଶିଖିଲେ |
10:54 | ଏହା ଆମକୁ, Accessing other Data Sources in LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ |
11:01 | ସଂକ୍ଷିପ୍ତରେ ଆମେ ଶିଖିଲେ: |
11:05 | ଅନ୍ୟ ଡେଟା ସୋର୍ସଗୁଡିକୁ ଆକ୍ସେସ୍ କରିବା |
11:07 | .odb ଡେଟାବେସଗୁଡିକୁ ରେଜିଷ୍ଟର୍ କରିବା |
11:12 | ଡେଟା ସୋର୍ସଗୁଡିକୁ ଦେଖିବା |
11:14 | ଏବଂ Writerରେ ଡେଟା ସୋର୍ସଗୁଡିକୁ ବ୍ୟବହାର କରିବା |
11:19 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, |
11:23 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:30 | ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ |
11:35 | ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ |
11:44 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |