LibreOffice-Suite-Base/C4/Access-data-sources/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:04 ଏହି ଟ୍ୟୁଟୋରିଆଲରେ, ଆମେ
00:08 ଅନ୍ୟ ଡେଟା ସୋର୍ସଗୁଡିକୁ ଆକ୍ସେସ୍ କରିବା
00:10 .odb ଡେଟାବେସାଗୁଡିକୁ ରେଜିଷ୍ଟର୍ କରିବା
00:15 ଡେଟା ସୋର୍ସଗୁଡିକୁ ଦେଖିବା
00:17 ଏବଂ Writerରେ ଡେଟା ସୋର୍ସଗୁଡିକୁ ବ୍ୟବହାର କରି ଶିଖିବା
00:22 ଚାଲନ୍ତୁ Baseରେ କିପରି ଅନ୍ୟ Data Sourcesକୁ ଆକ୍ସେସ୍ କରିହେବ, ଦେଖିବା
00:28 Libre Office, Base Databases ବ୍ୟତିତ ଅନ୍ୟ ଡେଟା ସୋର୍ସକୁ ମଧ୍ୟ ଆକ୍ସେସ୍ କରିବା ପାଇଁ ଅନୁମତି ଦେଇଥାଏ
00:37 ଏହା ଅନ୍ୟ Libre Office documentଗୁଡିକ ସହିତ link ହେବା ପାଇଁ ମଧ୍ୟ ଅନୁମତି ଦେଇଥାଏ
00:43 ଉଦାହରଣସ୍ଵରୂପ, ଲିବ୍ରେ ଅଫିସ୍ ବେସ୍ ମଧ୍ୟରେ ଥିବା ଗୋଟିଏ spreadsheet କିମ୍ବା ଗୋଟିଏ ସରଳ text documentକୁ ଆକ୍ସେସ୍ କରିପାରିବେ
00:53 ଏବଂ ତା’ପରେ ସେମାନଙ୍କୁ ଗୋଟିଏ LibreOffice Writer ଡକୁମେଣ୍ଟ ସହିତ ଲିଙ୍କ କରନ୍ତୁ
00:58 ଏକ ଉଦାହରଣ ଭାବେ, LibreOffice Calcକୁ ବ୍ୟବହାର କରି ଗୋଟିଏ ନମୂନା ସ୍ପ୍ରେଡଶୀଟ୍ ସୃଷ୍ଟି କରନ୍ତୁ
01:06 Start Menu >> All Programs ଉପରେ କ୍ଲିକ୍ କରିବା ସହିତ LibreOffice Suite menuକୁ ଖୋଲନ୍ତୁ
01:16 କିମ୍ବା ଯଦି LibreOffice ଖୋଲାଥାଏ ତେବେ File, New ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ ଗୋଟିଏ ନୁତନ ସ୍ପ୍ରେଡଶୀଟକୁ ଖୋଲିବା ପାଇଁ Spreadsheetରେ କ୍ଲିକ୍ କରନ୍ତୁ
01:30 ବର୍ତ୍ତମାନ, ଇମେଜରେ ପ୍ରଦର୍ଶିତ ହେବା ଭଳି ସ୍ପ୍ରେଡଶୀଟରେ କିଛି ନମୂନା ଡେଟାକୁ ଟାଇପ୍ କରନ୍ତୁ
01:46 ଏବଂ ଗୋଟିଏ ଡାଇରେକ୍ଟୋରୀ ସ୍ଥାନରେ ଏହି ସ୍ପ୍ରେଡଶୀଟକୁ LibraryMembers ଭାବେ save କରନ୍ତୁ
01:54 ବର୍ତ୍ତମାନ, ପରବର୍ତ୍ତୀ ଉଦାହରଣରେ ଏହି ଫାଇଲର ବ୍ୟବହାରକୁ ଦୃଷ୍ଟିରେ ରଖି ଏହାର ସ୍ଥାନକୁ ମନେରଖନ୍ତୁ
02:02 ଏବଂ Calc ୱିଣ୍ଡୋକୁ ବନ୍ଦ କରନ୍ତୁ
02:07 ଠିକ୍ ଅଛି, ବର୍ତ୍ତମାନ ଏହି ସ୍ପ୍ରେଡଶୀଟକୁ LibreOffice Baseରୁ କିପରି ଆକ୍ସେସ୍ କରିପାରିବେ ଚାଲନ୍ତୁ ଦେଖିବା
02:15 ଏହା କରିବା ପାଇଁ, Baseକୁ Windowsର Start ମେନୁରୁ
02:25 କିମ୍ବା ଯଦି ଲିବ୍ରେ ଅଫିସ୍ ବେସ୍ ଖୋଲାଅଛି ତେବେ File, New ଉପରେ ଏବଂ ତା’ପରେ Database ଉପରେ କ୍ଲିକ୍ କରି ଖୋଲିପାରିବେ
02:36 ବର୍ତ୍ତମାନ, ଏହା Database Wizardକୁ ଖୋଲିବ
02:39 ଏଠାରେ, Connect to an existing database ଉପରେ କ୍ଲିକ୍ କରନ୍ତୁ
02:45 ତା’ପରେ ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରନ୍ତୁ
02:48 Base ଆକ୍ସେସ୍ କରିପାରୁଥିବା ବିଭିନ୍ନ ଡେଟାବେସାଗୁଡିକର ସୋର୍ସର ଏହି ତାଲିକାକୁ ଦେଖନ୍ତୁ
02:55 ଏବଂ ଏଠାରେ Spreadsheet ଉପରେ କ୍ଲିକ୍ କରିବା ସହିତ
02:59 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
03:02 ବର୍ତ୍ତମାନ, ବ୍ରାଉଜ୍ ବଟନ୍ ବ୍ୟବହାର କରି, ପୂର୍ବେ ସେଭ କରିଥିବା ସ୍ଥାନରେ ସ୍ପ୍ରେଡଶୀଟକୁ ଚିହ୍ନଟ କରନ୍ତୁ
03:10 ଯଦି ସ୍ପ୍ରେଡଶୀଟ୍ ପାଇଁ ଗୋଟିଏ ପାସୱର୍ଡ ଥାଏ, ତାହାକୁ ମଧ୍ୟ ପ୍ରଦାନ କରିବା ଆବଶ୍ୟକ ଅଟେ
03:16 ଏଠାରେ ଏହାର ଆବଶ୍ୟକତା ନାହିଁ
03:19 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
03:22 ବର୍ତ୍ତମାନ ସ୍ପ୍ରେଡଶୀଟକୁ ଗୋଟିଏ ଡେଟା ସୋର୍ସ ଭାବେ ରେଜିଷ୍ଟର୍ କରନ୍ତୁ
03:27 ଏବଂ ଏହାକୁ ଏଡିଟିଙ୍ଗ ପାଇଁ ଖୋଲନ୍ତୁ
03:32 ଏବଂ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
03:36 ବର୍ତ୍ତମାନ, ଏଠାରେ ଗୋଟିଏ ଡେଟାବେସ୍ ନାମ ପ୍ରଦାନ କରନ୍ତୁ. LibraryMembers ଟାଇପ୍ କରନ୍ତୁ
03:44 Save as typeକୁ ଦେଖନ୍ତୁ: ଏହା ODF Database ବୋଲି ଦର୍ଶାଏ ଯାହା ଏହି କ୍ଷେତ୍ରରେ .odb ଅଟେ
03:56 ଏବଂ ସ୍ପ୍ରେଡଶୀଟ୍ Save ହୋଇଥିବା ସମାନ ସ୍ଥାନରେ ଏହାକୁ ସେଭ୍ କରନ୍ତୁ
04:01 ଏହିପରି Baseରେ ସ୍ପ୍ରେଡଶୀଟକୁ ଗୋଟିଏ ଡେଟା ସୋର୍ସ ଭାବେ ରେଜିଷ୍ଟର୍ କରନ୍ତୁ
04:07 ବର୍ତ୍ତମାନ ଆମେ ମୁଖ୍ୟ Base ୱିଣ୍ଡୋ ମଧ୍ୟରେ ଅଛେ
04:11 ଏଠାରେ, ବାମ ପଟ ପ୍ୟାନେଲରେ ଥିବା Tables ଆଇକନ୍ ଉପରେ କ୍ଲିକ୍ କରନ୍ତୁ
04:16 Sheet1, Sheet2 ଓ Sheet3 ଟେବୁଲଗୁଡିକୁ ଲକ୍ଷ୍ୟ କରନ୍ତୁ
04:23 ଏହାକୁ ଖୋଲିବା ପାଇଁ Sheet1 ଉପରେ ଡବଲ୍ କ୍ଲିକ୍ କରନ୍ତୁ ଏବଂ ସ୍ପ୍ରେଡଶୀଟରେ ଥିବା ଡେଟାଗୁଡିକ ପ୍ରଦର୍ଶିତ ହେବେ
04:31 ବର୍ତ୍ତମାନ, ସ୍ପ୍ରେଡଶୀଟକୁ ଆକ୍ସେସକରିବାର ଏହି ମେଥଡ୍ ସହିତ, ଏହିଠାରୁ କୌଣସି ପରିବର୍ତ୍ତନ କରିପାରିବେ ନାହିଁ
04:39 କେବଳ ଡେଟାଗୁଡିକୁ ଦେଖିପାରିବେ କିମ୍ବା କ୍ଵେରୀ ଏବଂ ଏଠାରେ ବିଦ୍ୟମାନ ଥିବା ଡେଟାକୁ ଆଧାର କରି ରିପୋର୍ଟ ସୃଷ୍ଟି କରିପାରିବେ
04:47 ତେଣୁ, ସିଧାସଳଖ ଭାବେ ସ୍ପ୍ରେଡଶୀଟ ଉପରେ ପରିବର୍ତ୍ତନଗୁଡିକୁ କରିପାରିବେ
04:54 .odb ଡେଟାବେସଗୁଡିକୁ ରେଜିଷ୍ଟର୍ କରନ୍ତୁ
04:59 ବର୍ତ୍ତମାନ, ଅନ୍ୟ ପ୍ରୋଗ୍ରାମଗୁଡିକ ଯେପରି OpenOffice.org ଯାହା .odb ଡେଟାବେସଗୁଡିକୁ ସୃଷ୍ଟି କରିପାରିବ
05:11 ଲିବ୍ରେ ଅଫିସ୍ ବେସ୍ ମଧ୍ୟରେ ଏଗୁଡିକୁ ବ୍ୟବହାର କରିବା ପାଇଁ, ପ୍ରଥମେ ସେମାନଙ୍କୁ Baseରେ ରେଜିଷ୍ଟର୍ କରିବା ଆବଶ୍ୟକ ଅଟେ
05:19 ଯେକୌଣସି .odb ଡେଟାବେସକୁ ରେଜିଷ୍ଟର୍ କରିବା ପାଇଁ, Baseକୁ ଖୋଲିବାଆବଶ୍ୟକ ଏବଂ
05:28 Tools, Options, LibreOffice Base ଓ Databasesକୁ ଚୟନ କରନ୍ତୁ
05:36 Registered Databases ଅଧିନରେ ଥିବା Newରେ କ୍ଲିକ୍ କରନ୍ତୁ
05:42 ଡେଟାବେସ୍ ଥିବା ସ୍ଥାନକୁ ବ୍ରାଉଜ୍ କରନ୍ତୁ ଏବଂ ରେଜିଷ୍ଟର୍ ନେମ୍ ଠିକ୍ ବୋଲି ସୁନିଶ୍ଚିତ କରନ୍ତୁ
05:51 ଏବଂ OK ବଟନ୍ ଉପରେ କ୍ଲିକ୍ କରନ୍ତୁ
05:55 ଲିବ୍ରେ ଅଫିସରେ କିପରି ଡେଟା ସୋର୍ସକୁ ଦେଖିପାରିବେ, ଚାଲନ୍ତୁ ଦେଖିବା
06:01 ଏଥିପାଇଁ, ଉଦାହରଣ ସ୍ପ୍ରେଡଶୀଟକୁ ଚାଲନ୍ତୁ ଦେଖିବା ଯାହା Baseରେ ରେଜିଷ୍ଟର୍ ହୋଇଛି
06:07 ବର୍ତ୍ତମାନ, ଏହାକୁ LibreOffice Writer କିମ୍ବା Calcରେ ବ୍ୟବହାର କରିପାରିବେ
06:12 ଉଦାହରଣସ୍ଵରୂପ, ଏହାକୁ LibreOffice Writer ମଧ୍ୟରେ କିପରି ଦେଖିପାରିବେ
06:19 ପ୍ରଥମେ, Base ୱିଣ୍ଡୋ ମଧ୍ୟରୁ Writerକୁ ଖୋଲନ୍ତୁ
06:24 ଏଥିପାଇଁ, File, New ଉପରେ ଏବଂ ତା’ପରେ Text Document ଉପରେ କ୍ଲିକ୍ କରନ୍ତୁ
06:33 ବର୍ତ୍ତମାନ ଆମେ Writer ୱିଣ୍ଡୋ ମଧ୍ୟରେ ଅଛନ୍ତି
06:36 ଉପଲବ୍ଧ ଥିବା ଡେଟା ସୋର୍ସଗୁଡିକୁ ଦେଖିବା ପାଇଁ, ଉପରେ ଥିବା View ମେନୁ ଉପରେ ଏବଂ Data Sources ଉପରେ କ୍ଲିକ୍ କରନ୍ତୁ
06:46 ଅନ୍ୟରୂପେ, F4 କୀକୁ ଦାବନ୍ତୁ
06:52 ବର୍ତ୍ତମାନ ଉପରେ ବାମ ପଟେ, ସଙ୍ଗେସଙ୍ଗେ ସୃଷ୍ଟି ହୋଇଥିବା LibraryMembers ସହିତ, ରେଜିଷ୍ଟର୍ ହୋଇଥିବା ଡେଟାବେସଗୁଡିକର ଗୋଟିଏ ତାଲିକା ଦେଖିବାକୁ ପାଇବେ
07:03 ଡେଟାବେସକୁ ଦେଖିବା ପାଇଁ, ଡେଟାବେସର ନାମର ବାମ ପଟେ ଥିବା ପ୍ଲସ୍ ଚିହ୍ନ ଉପରେ କ୍ଲିକ୍ କରି ଏହାକୁ ପ୍ରସାରିତ କରିପାରିବେ
07:14 ଏବଂ ଟେବୁଲଗୁଡିକୁ ପ୍ରସାରିତ କରିପାରିବେ
07:18 ଏଠାରେ Sheet1, 2 ଓ 3 ଅଛି
07:24 Sheet 1 ଉପରେ କ୍ଲିକ୍ କରନ୍ତୁ
07:28 ତେଣୁ, Writer ୱିଣ୍ଡୋର ଉପର ଡାହାଣ ପଟେ ଡେଟା ଦୃଶ୍ୟମାନ ହେବ
07:36 ବର୍ତ୍ତମାନ ଏହି ଡେଟାକୁ ଉଦାହରଣ Writer documentରେ କିପରି ବ୍ୟବହାର କରାଯାଇପାରିବ, ଚାଲନ୍ତୁ ଦେଖିବା
07:43 ଠିକ୍ ଅଛି, ଯଦି ଏଠାରେ ଉପରେ ଥିବା ଟେବୁଲର ସମସ୍ତ ଡେଟାକୁ ବ୍ୟବହାର କରିବାକୁ ଚାହାଁନ୍ତି ତେବେ ପ୍ରଥମେ ସେଠାରେ ଥିବା ସମସ୍ତ ରେକର୍ଡଗୁଡିକୁ ଚୟନ କରନ୍ତୁ
07:55 ଏଥିପାଇଁ, ପ୍ରଥମ ରେକର୍ଡର ପ୍ରଥମ କଲମର ବାମ ପଟେ ଥିବା ଗ୍ରେ ସେଲ୍ ଉପରେ କ୍ଲିକ୍ କରନ୍ତୁ
08:05 ତା’ପରେ, Shift କୀକୁ ଦାବିବା ସହିତ, ଶେଷ ରେକର୍ଡର ପ୍ରଥମ କଲମର ବାମ ପଟେ ଥିବା ଗ୍ରେ ସେଲ୍ ଉପରେ କ୍ଲିକ୍ କରନ୍ତୁ
08:17 ସମସ୍ତ ଡେଟା ହାଇଲାଇଟ୍ ହେବାର ଲକ୍ଷ୍ୟ କରନ୍ତୁ
08:21 ବର୍ତ୍ତମାନ ନିମ୍ନରେ ଥିବା Writer ଡକୁମେଣ୍ଟ ଉପରେ ଏହାକୁ କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
08:30 ତା’ପରେ, Insert Database columns ଟାଇଟଲ୍ ଥିବା ଗୋଟିଏ ପପ୍ ଅପ୍ ୱିଣ୍ଡୋ ଦୃଶ୍ୟମାନ ହେବ
08:37 ତେଣୁ ଏଠାରେ, ଉପରେ ଥିବା Table ଅପଶନରେ କ୍ଲିକ୍ କରନ୍ତୁ
08:42 ଏବଂ ତା’ପରେ ସମଗ୍ର ଫିଲ୍ଡକୁ ବାମରୁ ଡାହାଣ ପଟ ତାଲିକାକୁ ସ୍ଥାନାନ୍ତର କରିବା ପାଇଁ ଡବଲ୍ ଆରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
08:52 ଏଠାରେ ଥିବା ବିଭିନ୍ନ ଅପଶନଗୁଡିକୁ ଦେଖନ୍ତୁ
08:56 ବର୍ତ୍ତମାନ ପାଇଁ, କେବଳ OK ବଟନ୍ ଉପରେ କ୍ଲିକ୍ କରନ୍ତୁ
09:00 ଏବଂ ଏଠାରେ ଡକୁମେଣ୍ଟ ମଧ୍ୟରେ ସମ୍ପୂର୍ଣ୍ଣ ଡେଟାର ଟେବୁଲକୁ ଦେଖିବାକୁ ପାଇବେ
09:05 ତା’ପରେ, ଇଣ୍ଡିଭିଜୁଆଲ୍ ଫିଲ୍ଡଗୁଡିକୁ କିପରି ପ୍ରବେଶ କରିପାରିବେ, ଚାଲନ୍ତୁ ଦେଖିବା
09:13 Writer ଡକୁମେଣ୍ଟର ଉପରକୁ ଯା’ନ୍ତୁ ଏବଂ Enter କୀକୁ ଦୁଇଥର ଦାବନ୍ତୁ. ପୁନର୍ବାର, ଉପର ବାମ ପଟକୁ ଯା’ନ୍ତୁ
09:22 ଏଠାରେ Member Name colon ଟାଇପ୍ କରନ୍ତୁ
09:28 ଏବଂ ତା’ପରେ ଉପର ଡାହାଣ ପଟ ଡେଟା ସୋର୍ସ କ୍ଷ୍ରେତ୍ର ମଧ୍ୟରେ ଥିବା Name କଲମ୍ ଉପରେ କ୍ଲିକ୍ କରନ୍ତୁ
09:36 ବର୍ତ୍ତମାନ ଟାଇପ୍ ହୋଇଥିବା ଟେକ୍ସଟ ପରେ ଏହାକୁ କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
09:43 ଏବଂ Tab କୀକୁ ଦାବନ୍ତୁ ଏବଂ Phone number colon ଟାଇପ୍ କରନ୍ତୁ
09:51 ଏବଂ କ’ଣ କରାଯିବ ଆପଣ ଜାଣନ୍ତି, ନୁହେଁ କି?
09:55 ଉପରୁ Phone କଲମକୁ କ୍ଲିକ୍ ଓ ଡ୍ରାଗକରି ଆଣନ୍ତୁ ଏବଂ ଟେକ୍ସଟ ପରେ ଏହାକୁ ଡ୍ରପ୍ କରନ୍ତୁ
10:04 ତା’ପରେ ପ୍ରଥମ ରେକର୍ଡର ବାମ ପଟ ଗ୍ରେ ସେଲ୍ ଉପରେ କ୍ଲିକ୍ କରି, ଏହାକୁ ହାଇଲାଇଟ୍ କରନ୍ତୁ
10:13 ଏବଂ ତା’ପରେ, Data to Fields ଆଇକନ୍ ଉପରେ କ୍ଲିକ୍ କରନ୍ତୁ
10:19 ଏହାକୁ, ଉପରିସ୍ଥ Formatting toolbarର ନିମ୍ନରେ ଥିବା Table Data ଟୂଲବାର ମଧ୍ୟରେ ପ୍ରାପ୍ତ କରିପାରିବେ
10:27 ଉପରିସ୍ଥ ଟେବୁଲରେ ଥିବା ଡେଟା ବର୍ତ୍ତମାନ Writer ଡକୁମେଣ୍ଟ ମଧ୍ୟରେ ରହିଥିବାର ଲକ୍ଷ୍ୟ କରନ୍ତୁ
10:35 ଅନ୍ୟ ଏକ ରେକର୍ଡକୁ ଆଣିବା ପାଇଁ, ଭିନ୍ନ ଏକ ରେକର୍ଡକୁ ହାଇଲାଇଟ୍ କରିବା ସହିତ Data to Fields ଆଇକନକୁ ପୁନର୍ବାର ବ୍ୟବହାର କରନ୍ତୁ
10:46 ଲିବ୍ରେ ଅଫିସ୍ ଡକୁମେଣ୍ଟ ମଧ୍ୟରେ କିପରି ଡେଟା ସୋର୍ସଗୁଡିକୁ ବ୍ୟବହାର କରାଯାଏ, ଆମେ ଶିଖିଲେ
10:54 ଏହା ଆମକୁ, Accessing other Data Sources in LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
11:01 ସଂକ୍ଷିପ୍ତରେ ଆମେ ଶିଖିଲେ:
11:05 ଅନ୍ୟ ଡେଟା ସୋର୍ସଗୁଡିକୁ ଆକ୍ସେସ୍ କରିବା
11:07 .odb ଡେଟାବେସଗୁଡିକୁ ରେଜିଷ୍ଟର୍ କରିବା
11:12 ଡେଟା ସୋର୍ସଗୁଡିକୁ ଦେଖିବା
11:14 ଏବଂ Writerରେ ଡେଟା ସୋର୍ସଗୁଡିକୁ ବ୍ୟବହାର କରିବା
11:19 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ,
11:23 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:30 ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ
11:35 ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
11:44 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep