LibreOffice-Suite-Base/C2/Tables-and-Relationships/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:04 | ଏହି ଟ୍ୟୁଟୋରିଆଲରେ LibreOffice Baseର Tables ଓ Relationships ସମ୍ପୂର୍ଣ୍ଣ ହେବ |
00:10 | ଏଠାରେ ଆମେ: * adding data to a Table ବିଷୟରେ ଶିଖିବା |
00:16 | ରିଲେଶନଶିପକୁ ପରିଭାଷିତ ଓ ସୃଷ୍ଟି କରନ୍ତୁ |
00:19 | ପୂର୍ବ ଲିବ୍ରେ ଅଫିସ୍ ବେସ୍ ଟ୍ୟୁଟୋରିଆଲରେ , Base, databaseର ମୌଳିକତା ସହ ପରିଚିତ ହେଲେ ଏବଂ ଗୋଟିଏ ଡେଟାବେସ୍ ଓ ଟେବୁଲ୍ କିପରି ସୃଷ୍ଟି କରାଯାଏ ଶିଖିଲେ |
00:31 | ଟ୍ୟୁଟୋରିଆଲ୍ ଗଠନ କରିବା ସମୟରେ, ଉଦାହରଣସ୍ଵରୂପ ଗୋଟିଏ Library ନାମକ ଡେଟାବେସ୍ ଓ ଏକ Books ଟେବୁଲ୍ ମଧ୍ୟ ସୃଷ୍ଟି କରିଥିଲେ |
00:42 | ଏହି ଟ୍ୟୁଟୋରିଆଲରେ ପୁନର୍ବାର Library ଡେଟାବେସ୍ ସହିତ ଆରମ୍ଭ କରିବା ଏବଂ ଗୋଟିଏ ଟେବୁଲରେ କିପରି ଡେଟା ଯୋଗ କରାଯାଏ ଶିଖିବା |
00:51 | ଏଥି ପାଇଁ, ଚାଲନ୍ତୁ LibreOffice Base ପ୍ରୋଗ୍ରାମକୁ ଆରମ୍ଭ କରିବା |
00:57 | ଏଥି ପାଇଁ, ସ୍କ୍ରୀନର ନିମ୍ନ ବାମ ପଟରେ ଥିବା Start ବଟନ୍ ଉପରେ କ୍ଲିକ୍ କରନ୍ତୁ, |
01:03 | All programs ଉପରେ କ୍ଲିକ୍ କରନ୍ତୁ, ତା’ପରେ LibreOffice Suite ଓ LibreOffice Base ଉପରେ କ୍ଲିକ୍ କରନ୍ତୁ |
01:12 | ଯେହେତୁ ପୂର୍ବ ଟ୍ୟୁଟୋରିଆଲରେ Library ଡେଟାବେସ୍ ସୃଷ୍ଟି ହୋଇସାରିଛି , ବର୍ତ୍ତମାନ ଏହାକୁ କେବଳ ଖୋଲିବା ଆବଶ୍ୟକ |
01:21 | ଏହା କରିବା ପାଇଁ, open an existing database file ଅପଶନ୍ ଉପରେ କ୍ଲିକ୍ କରନ୍ତୁ |
01:28 | Recently Used ଡ୍ରପ୍ ଡାଉନ୍ ବକ୍ସରେ, Library ଡେଟାବେସ୍ ଦୃଶ୍ୟମାନ ହେବା ଆବଶ୍ୟକ ଅଟେ |
01:35 | ତେଣୁ ବର୍ତ୍ତମାନ, Finish ବଟନ୍ ଉପରେ କ୍ଲିକ୍ କରନ୍ତୁ |
01:38 | ଯଦି ଏହା ଦୃଶ୍ୟମାନ ହେବ ନାହିଁ, Windows ଡାଇରେକ୍ଟୋରୀରେ ବ୍ରାଉଜ୍ କରିବା ପାଇଁ କେନ୍ଦ୍ରରେ ଥିବା Open ବଟନ୍ ଉପରେ କ୍ଲିକ୍ କରିବେ ଯେଉଁଠି ଲାଇବ୍ରେରୀ ଡେଟାବେସ୍ ସେଭ୍ ହୋଇଛି |
01:50 | ପାଇଗଲା ପରେ, ଫାଇଲ୍ ନେମ୍ ଉପରେ କ୍ଲିକ୍ କରନ୍ତୁ ଏବଂ Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
01:57 | ବର୍ତ୍ତମାନ, ଯଦି ଲିବ୍ରେ ଅଫିସ୍ ବେସ୍ ପ୍ରୋଗ୍ରାମ୍ ଖୋଲାଥିବ, ଏହିଠାରୁ ଲାଇବ୍ରେରୀ ଡେଟାବେସକୁ ଖୋଲିପାରିବେ |
02:07 | ଉପରେ ଥିବା File ମେନୁ ଉପରେ କ୍ଲିକ୍ କରନ୍ତୁ, ତା’ପରେ Open ଉପରେ କ୍ଲିକ୍ କରନ୍ତୁ |
02:14 | ୱିଣ୍ଡୋ ଡାରେକ୍ଟୋରୀକୁ ବ୍ରାଉଜ୍ କରନ୍ତୁ ଯେଉଁଠି Library ଡେଟାବେସ୍ ଫାଇଲ୍ ସହ ସେଭ୍ ହୋଇଛି |
02:21 | Library.odb ଫାଇଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ନିମ୍ନରେ ଥିବା Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
02:31 | ବର୍ତ୍ତମାନ ଆମେ Library ଡେଟାବେସ୍ ମଧ୍ୟରେ ଅଛେ |
02:35 | ବାମ ପଟ ପ୍ୟାନେଲରେ ଥିବା Database ତାଲିକାର Tables ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
02:42 | ଧ୍ୟାନଦିଅନ୍ତୁ ଯେ ଡାହାଣ ପଟ ପ୍ୟାନେଲରେ Tables ତାଲିକାରେ Books ଟେବୁଲ୍ ଦୃଶ୍ୟମାନ ହେବ |
02:48 | ବର୍ତ୍ତମାନ ଚାଲନ୍ତୁ Books ଟେବୁଲ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
02:53 | ଧ୍ୟାନଦିଅନ୍ତୁ ଏଠାରେ ଥିବା ବିଭିନ୍ନ ଅପଶନକୁ ଚୟନ କରିପାରିବେ |
02:58 | ବର୍ତ୍ତମାନ ଚାଲନ୍ତୁ ଏହି ଟେବୁଲରେ ଡେଟା ଯୋଗ କରିବା ପାଇଁ Open ଉପରେ କ୍ଲିକ୍ କରନ୍ତୁ |
03:04 | ଅନ୍ୟ ଭାବେ, ଏହାକୁ ଖୋଲିବା ପାଇଁ ଟେବୁଲ୍ ନେମ୍ ଉପରେ ଡବଲ୍ କ୍ଲିକ୍ ମଧ୍ୟ କରିପାରିବେ |
03:10 | ଗୋଟିଏ ନୁତନ ୱିଣ୍ଡୋ Books – Library – LibreOffice Base: Table Data View, ଟାଇଟଲ୍ ସହିତ ଖୋଲିବ |
03:20 | ବର୍ତ୍ତମାନ ପ୍ରତ୍ୟେକ cellରେ ସିଧାସଳଖ ଭାବେ ମୂଲ୍ୟକୁ ଟାଇପକରି, Books ଟେବୁଲ୍ ମଧ୍ୟରେ ଡେଟା ପ୍ରବେଶ କରିବା ଆରମ୍ଭ କରିପାରିବେ |
03:31 | ଧ୍ୟାନଦିଅନ୍ତୁ Bookid କଲମର AutoField ଅଛି |
03:37 | ଏହାର ଅର୍ଥ ପ୍ରବେଶ ହେଉଥିବା ଡେଟାର ପ୍ରତ୍ୟେକ ରୋ’କୁ, Base ଅଟୋମାଟିକଲୀ କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟାଗୁଡିକୁ ଆସାଇନ୍ କରିବ |
03:48 | ବର୍ତ୍ତମାନ ସ୍କ୍ରୀନରେ ପ୍ରଦର୍ଶିତ ହେଲା ଭଳି, ରୋ’ ପରେ ରୋ’ ଅନୁସାରେ cellଗୁଡିକରେ ଡେଟା ପ୍ରବେଶ କରାନ୍ତୁ |
04:22 | ତେଣୁ, ଏଠାରେ Books ଟେବୁଲର ପାଞ୍ଚୋଟି ରୋ’ରେ ନମୂନା ଡେଟା ଅଛି |
04:29 | ଉପରେ ଥିବା File ମେନୁ ଉପରେ କ୍ଲିକ୍ କରି ୱିଣ୍ଡୋକୁ ବନ୍ଦ କରିବା ପାଇଁ Close ଉପରେ କ୍ଲିକ୍ କରନ୍ତୁ |
04:39 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ୍ ଅଛି |
04:42 | ଗୋଟିଏ Members ଟେବୁଲର ସୃଷ୍ଟି କରନ୍ତୁ ଯାହା ପ୍ରତ୍ୟେକ ମେମ୍ବରମାନଙ୍କର ସୁଚନାକୁ ଷ୍ଟୋର୍ କରିବ, ଉଦାହରଣସ୍ଵରୂପ- member name ଓ phone number |
04:53 | ନିମ୍ନଲିଖିତ ତିନୋଟି କ୍ଷେତ୍ରକୁ ଯୋଗକରନ୍ତୁ |
04:57 | Member Id ସହିତ Field type- Integerକୁ ଯୋଗକରନ୍ତୁ ଏବଂ ଏହାକୁ primary key କରନ୍ତୁ |
05:06 | Name ସହିତ Fieldtype- Textକୁ, |
05:10 | Phone ସହିତ Fieldtype- Textକୁ ଯୋଗକରନ୍ତୁ |
05:15 | ଠିକ୍ ଅଛି, କାମ ସରିଲା ପରେ, Members ଟେବୁଲ୍ ଏହିଭଳି ଦୃଶ୍ୟମାନ ହେବ |
05:22 | ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ |
05:25 | ବର୍ତ୍ତମାନ, ସ୍କ୍ରୀନରେ ପ୍ରଦର୍ଶନ ହେବା ଭଳି ଚାଲନ୍ତୁ ନମୂନା ଭାବେ ଚାରୋଟି ମେମ୍ବରଙ୍କୁ Members ଟେବୁଲରେ ଯୋଗ କରିବା , |
05:35 | ଯେପରି Books ଟେବୁଲ୍ ପାଇଁ କରିଥିଲେ |
05:46 | ଥରେ ହୋଇଗଲା ପରେ, ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ |
05:50 | ବର୍ତ୍ତମାନ, ମୁଖ୍ୟ ୱିଣ୍ଡୋକୁ ଫେରିଆସନ୍ତୁ ଏବଂ ପୁନର୍ବାର Tables ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
05:57 | ଏବଂ Books Issued ନାମକ ତୃତିୟ ଟେବୁଲକୁ ସୃଷ୍ଟି କରନ୍ତୁ |
06:04 | ଯେତେବେଳେ ସରିଯିବ, Books Issued ଟେବୁଲରେ ନିମ୍ନଲିଖିତ କ୍ଷେତ୍ରଗୁଡିକ ରହିବ: |
06:09 | Issue Id, Field type Integer ଯାହା primary key ହେବେ, |
06:16 | Book Id ପାଇଁ, Field type-Integer, |
06:20 | Member Id ପାଇଁ, Field type-Integer, |
06:24 | Issue Date ପାଇଁ, Field type- Date, |
06:28 | Return Date ପାଇଁ, Field type-Date, |
06:31 | Actual Return Date ପାଇଁ, Field type- Date, |
06:35 | ଏବଂ Checked In ପାଇଁ, Field type- Yes/No Boolean ହେବ |
06:42 | ଠିକ୍ ଅଛି, Books Issued ଟେବୁଲର ସୃଷ୍ଟି ହେଲା |
06:47 | ଏବଂ ବର୍ତ୍ତମାନ, ସ୍କ୍ରୀନରେ ଦେଖିପାରିବା ଭଳି ଏହା ମଧ୍ୟରେ କିଛି ନମୂନା ଡେଟା ଯୋଗ କରନ୍ତୁ |
06:56 | ବର୍ତ୍ତମାନ ଏହାର ପ୍ରଭାବ ବିଶେଷ ଭାବେ ଜଣାଯିବ ନାହିଁ, ଖୁବ ଶୀଘ୍ର କ’ଣ ହେଉଛି ବୁଝିପାରିବେ |
07:17 | ବର୍ତ୍ତମାନ, ଲାଇବ୍ରେରୀ ଡେଟାବେସରେ ନମୂନା ଡେଟା ସହିତ ତିନୋଟି ଟେବୁଲ୍ ଅଛି |
07:25 | ବର୍ତ୍ତମାନ ଚାଲନ୍ତୁ ଡେଟାବେସରେ relationshipsକୁ ପରିଭାଷିତ କରିବା ବିଷୟରେ ଶିଖିବା |
07:31 | ତେଣୁ, ତିନୋଟି ଭିନ୍ନ ପ୍ରକାରର ସୁଚନାକୁ ଷ୍ଟୋର୍ କରିବା ପାଇଁ ତିନୋଟି ଟେବୁଲର ସୃଷ୍ଟି କରାଯାଇଛି |
07:38 | ଯାହା Books, Members ଓ Issue of Books to Members ଅଟେ |
07:44 | ବର୍ତ୍ତମାନ ଏହି ତିନୋଟି ଟେବୁଲରେ ପ୍ରତ୍ୟେକ ବହି, ପ୍ରତ୍ୟେକ ମେମ୍ବର୍ ଏବଂ ପ୍ରତ୍ୟେକ ଇସ୍ୟୁ ହୋଇଥିବା ବହିକୁ ସ୍ଵତନ୍ତ୍ର ଭାବେ ଚିହ୍ନଟ କରିବା ପାଇଁ କଲମଗୁଡିକୁ ସେଟ୍ ଅପ୍ କରିପାରିବେ |
07:57 | ସେଗୁଡିକ Primary Key ଅଟନ୍ତି |
08:00 | ଗୋଟିଏ primary keyର ଅନେକ ସୁବିଧା ମଧ୍ୟରୁ ଗୋଟିଏ ହେଉଛି ଯେ ଏହା ଟେବୁଲଗୁଡିକ ମଧ୍ୟରେ ରିଲେଶନଶିପ୍ ସ୍ଥାପନ କରିବା ପାଇଁ ସାହାଯ୍ୟ କରିଥାଏ |
08:10 | କିନ୍ତୁ ରିଲେଶନଶିପ୍ କାହିଁକି ଆବଶ୍ୟକ? |
08:13 | Books Issued ଟେବୁଲକୁ ଯା’ନ୍ତୁ. ଏଠାରେ, Book-Id ଓ Member-Id କ୍ଷେତ୍ରକୁ ଦେଖିପାରିବେ |
08:23 | Books Issued ଟେବୁଲରେ ସେମାନଙ୍କର ଯେକୌଣସି ମୂଲ୍ୟ ହୋଇପାରେ |
08:28 | କିନ୍ତୁ, ସେମାନେ ଯଥାକ୍ରମେ Books ଓ Members ଟେବୁଲରେ ଥିବା ସମାନ ମୂଲ୍ୟଗୁଡିକ ସହ ଅନୁରୂପ ହେବା ଆବଶ୍ୟକ |
08:38 | ତେଣୁ ଯଦି ବହି, Macbethର Book Id, Books ଟେବୁଲରେ, 3 ହୁଏ |
08:45 | ତେବେ Books Issued ଟେବୁଲରେ Book Id, 3କୁ ବ୍ୟବହାର କରିବା ଦ୍ଵାରା, ଏହା ସମାନ ବହିକୁ ରେଫର୍ କରିଥାଏ |
08:56 | ତେଣୁ, ଏହି ଟେବୁଲ୍ ଦ୍ଵୟକୁ ସ୍ପଷ୍ଟ ଭାବେ ସଂଯୋଗ କରିବା ପାଇଁ, ସେମାନଙ୍କୁ କୌଣସିମତେ ଲିଙ୍କ୍ କରିବା ଆବଶ୍ୟକ ଅଟେ |
09:05 | ଉଦାହରଣସ୍ଵରୂପ- 2nd June 2011ରେ Ravi Kumarଙ୍କୁ ସେହି Macbeth ଇସ୍ୟୁ ହୋଇଛି ବୋଲି କିପରି ପ୍ରମାଣ କରିବେ? |
09:16 | କିମ୍ବା କିପରି ସୁନିଶ୍ଚିତ କରିବେ ଯେ ଗୋଟିଏ ବହି କେବଳ ମେମ୍ବରଙ୍କୁ ଇସ୍ୟୁ କରାଯାଇଛି, ଅନ୍ୟ କାହାକୁ ନୁହେଁ? |
09:25 | ଏହି ସମସ୍ତ ରିଲେଶନଶିପ୍ ସ୍ଥାପନ ଦ୍ଵାରା ସମ୍ପନ୍ନ ହୋଇପାରିବ ଯାହା ଡେଟାଗୁଡିକୁ ଇଣ୍ଟରଲିଙ୍କ୍ କରିବାରେ ସାହାଯ୍ୟ କରିବ |
09:34 | ଉପଯୁକ୍ତ କ୍ଷେତ୍ରଗୁଡିକୁ ଲିଙ୍କ୍ କରି, କେବଳ Books ଓ Members ଟେବୁଲରୁ ମୂଲ୍ୟଗୁଡିକୁ ବ୍ୟବହାର କରିବା ପାଇଁ Baseକୁ ବାଧ୍ୟ କରିବା ଆବଶ୍ୟକ, |
09:46 | ଚାଲନ୍ତୁ ଦେଖିବା, କିପରି |
09:48 | ଲିବ୍ରେ ଅଫିସ୍ ବେସ୍ ର ମୁଖ୍ୟ ୱିଣ୍ଡୋର Tools ଏବଂ ତା’ପରେ Relationships ଉପରେ କ୍ଲିକ୍ କରନ୍ତୁ |
09:58 | ଏହା ଗୋଟିଏ ଛୋଟ ପପ୍ ଅପ୍ ୱିଣ୍ଡୋକୁ ଖୋଲିବ |
10:03 | ଏଠାରେ, ସର୍ବ ଉପରିସ୍ଥ ଟେବୁଲକୁ ଚୟନ କରନ୍ତୁ ଏବଂ Add ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଅନ୍ୟ ଦୁଇଟି ଟେବୁଲ୍ ପାଇଁ ମଧ୍ୟ ପୁନରାବୃତ୍ତି କରନ୍ତୁ |
10:15 | ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ |
10:18 | ବର୍ତ୍ତମାନ Books, Books Issued ଓ Members, ତିନୋଟି ଟେବୁଲକୁ ଗୋଟିଏ ଧାଡିରେ ଦେଖିବାକୁ ପାଇବେ |
10:26 | କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ କରି ଟେବୁଲଗୁଡିକ ମଧ୍ୟରେ ଅଧିକ ବ୍ୟବଧାନ ସୃଷ୍ଟି କରନ୍ତୁ |
10:35 | ବର୍ତ୍ତମାନ, Books ଟେବୁଲର Book-Id ଉପରେ କ୍ଲିକ୍ କରି ଏହାକୁ, Books Issued ଟେବୁଲର Book Id ଉପରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
10:48 | ଏହି ଦୁଇଟି କ୍ଷେତ୍ର ନାମକୁ ସଂଯୋଗ କରୁଥିବା ଗୋଟିଏ ଧାଡିକୁ ଲକ୍ଷ୍ୟ କରନ୍ତୁ. ତେଣୁ ସେଠାରେ, ଏକ ରିଲେଶନଶିପ୍ ସ୍ଥାପନ ହୋଇଛି! |
10:57 | Member-Id ପାଇଁ ସମାନର ପୁନରାବୃତ୍ତି କରନ୍ତୁ |
11:02 | Members ଟେବୁଲର Member-Id ଉପରେ କ୍ଲିକ୍ କରି ଏହାକୁ, Books Issued ଟେବୁଲରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ |
11:11 | ସଙ୍ଗେସଙ୍ଗେ ସୃଷ୍ଟି ହୋଇଥିବା ଦୁଇଟି ରିଲେଶନଶିପକୁ ଦେଖିପାରୁଥିବେ |
11:16 | ଏବଂ ଏହି ପରି ରିଲେଶନଶିପ୍ ସ୍ଥାପନ ହୋଇଥାଏ |
11:20 | ଏବଂ ଏଥିପାଇଁ relational databaseରେ ଥିବା ବିଭିନ୍ନ ଟେବୁଲର ଅର୍ଥପୂର୍ଣ୍ଣ ଡେଟାଗୁଡିକୁ ଇଣ୍ଟରଲିଙ୍କ୍ କରନ୍ତୁ |
11:30 | ଏହା ଆମକୁ Tables and Relationships in LibreOffice ଉପରେ ଥିବା ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ |
11:36 | ସଂକ୍ଷିପ୍ତରେ, ଆମେ ଶିଖିଲେ: କିପରି ଗୋଟିଏ ଟେବୁଲରେ ଡେଟାକୁ ଯୋଗ କରିବା, ରିଲେଶନଶିପକୁ ପରିଭାଷିତ ଓ ସୃଷ୍ଟି କରିବା |
11:45 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:57 | ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ |
12:03 | ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
12:08 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |