LibreOffice-Suite-Base/C2/Tables-and-Relationships/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:04 ଏହି ଟ୍ୟୁଟୋରିଆଲରେ LibreOffice Baseର Tables ଓ Relationships ସମ୍ପୂର୍ଣ୍ଣ ହେବ
00:10 ଏଠାରେ ଆମେ: * adding data to a Table ବିଷୟରେ ଶିଖିବା
00:16 ରିଲେଶନଶିପକୁ ପରିଭାଷିତ ଓ ସୃଷ୍ଟି କରନ୍ତୁ
00:19 ପୂର୍ବ ଲିବ୍ରେ ଅଫିସ୍ ବେସ୍ ଟ୍ୟୁଟୋରିଆଲରେ , Base, databaseର ମୌଳିକତା ସହ ପରିଚିତ ହେଲେ ଏବଂ ଗୋଟିଏ ଡେଟାବେସ୍ ଓ ଟେବୁଲ୍ କିପରି ସୃଷ୍ଟି କରାଯାଏ ଶିଖିଲେ
00:31 ଟ୍ୟୁଟୋରିଆଲ୍ ଗଠନ କରିବା ସମୟରେ, ଉଦାହରଣସ୍ଵରୂପ ଗୋଟିଏ Library ନାମକ ଡେଟାବେସ୍ ଓ ଏକ Books ଟେବୁଲ୍ ମଧ୍ୟ ସୃଷ୍ଟି କରିଥିଲେ
00:42 ଏହି ଟ୍ୟୁଟୋରିଆଲରେ ପୁନର୍ବାର Library ଡେଟାବେସ୍ ସହିତ ଆରମ୍ଭ କରିବା ଏବଂ ଗୋଟିଏ ଟେବୁଲରେ କିପରି ଡେଟା ଯୋଗ କରାଯାଏ ଶିଖିବା
00:51 ଏଥି ପାଇଁ, ଚାଲନ୍ତୁ LibreOffice Base ପ୍ରୋଗ୍ରାମକୁ ଆରମ୍ଭ କରିବା
00:57 ଏଥି ପାଇଁ, ସ୍କ୍ରୀନର ନିମ୍ନ ବାମ ପଟରେ ଥିବା Start ବଟନ୍ ଉପରେ କ୍ଲିକ୍ କରନ୍ତୁ,
01:03 All programs ଉପରେ କ୍ଲିକ୍ କରନ୍ତୁ, ତା’ପରେ LibreOffice Suite ଓ LibreOffice Base ଉପରେ କ୍ଲିକ୍ କରନ୍ତୁ
01:12 ଯେହେତୁ ପୂର୍ବ ଟ୍ୟୁଟୋରିଆଲରେ Library ଡେଟାବେସ୍ ସୃଷ୍ଟି ହୋଇସାରିଛି , ବର୍ତ୍ତମାନ ଏହାକୁ କେବଳ ଖୋଲିବା ଆବଶ୍ୟକ
01:21 ଏହା କରିବା ପାଇଁ, open an existing database file ଅପଶନ୍ ଉପରେ କ୍ଲିକ୍ କରନ୍ତୁ
01:28 Recently Used ଡ୍ରପ୍ ଡାଉନ୍ ବକ୍ସରେ, Library ଡେଟାବେସ୍ ଦୃଶ୍ୟମାନ ହେବା ଆବଶ୍ୟକ ଅଟେ
01:35 ତେଣୁ ବର୍ତ୍ତମାନ, Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
01:38 ଯଦି ଏହା ଦୃଶ୍ୟମାନ ହେବ ନାହିଁ, Windows ଡାଇରେକ୍ଟୋରୀରେ ବ୍ରାଉଜ୍ କରିବା ପାଇଁ କେନ୍ଦ୍ରରେ ଥିବା Open ବଟନ୍ ଉପରେ କ୍ଲିକ୍ କରିବେ ଯେଉଁଠି ଲାଇବ୍ରେରୀ ଡେଟାବେସ୍ ସେଭ୍ ହୋଇଛି
01:50 ପାଇଗଲା ପରେ, ଫାଇଲ୍ ନେମ୍ ଉପରେ କ୍ଲିକ୍ କରନ୍ତୁ ଏବଂ Open ବଟନ୍ ଉପରେ କ୍ଲିକ୍ କରନ୍ତୁ
01:57 ବର୍ତ୍ତମାନ, ଯଦି ଲିବ୍ରେ ଅଫିସ୍ ବେସ୍ ପ୍ରୋଗ୍ରାମ୍ ଖୋଲାଥିବ, ଏହିଠାରୁ ଲାଇବ୍ରେରୀ ଡେଟାବେସକୁ ଖୋଲିପାରିବେ
02:07 ଉପରେ ଥିବା File ମେନୁ ଉପରେ କ୍ଲିକ୍ କରନ୍ତୁ, ତା’ପରେ Open ଉପରେ କ୍ଲିକ୍ କରନ୍ତୁ
02:14 ୱିଣ୍ଡୋ ଡାରେକ୍ଟୋରୀକୁ ବ୍ରାଉଜ୍ କରନ୍ତୁ ଯେଉଁଠି Library ଡେଟାବେସ୍ ଫାଇଲ୍ ସହ ସେଭ୍ ହୋଇଛି
02:21 Library.odb ଫାଇଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ନିମ୍ନରେ ଥିବା Open ବଟନ୍ ଉପରେ କ୍ଲିକ୍ କରନ୍ତୁ
02:31 ବର୍ତ୍ତମାନ ଆମେ Library ଡେଟାବେସ୍ ମଧ୍ୟରେ ଅଛେ
02:35 ବାମ ପଟ ପ୍ୟାନେଲରେ ଥିବା Database ତାଲିକାର Tables ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:42 ଧ୍ୟାନଦିଅନ୍ତୁ ଯେ ଡାହାଣ ପଟ ପ୍ୟାନେଲରେ Tables ତାଲିକାରେ Books ଟେବୁଲ୍ ଦୃଶ୍ୟମାନ ହେବ
02:48 ବର୍ତ୍ତମାନ ଚାଲନ୍ତୁ Books ଟେବୁଲ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ
02:53 ଧ୍ୟାନଦିଅନ୍ତୁ ଏଠାରେ ଥିବା ବିଭିନ୍ନ ଅପଶନକୁ ଚୟନ କରିପାରିବେ
02:58 ବର୍ତ୍ତମାନ ଚାଲନ୍ତୁ ଏହି ଟେବୁଲରେ ଡେଟା ଯୋଗ କରିବା ପାଇଁ Open ଉପରେ କ୍ଲିକ୍ କରନ୍ତୁ
03:04 ଅନ୍ୟ ଭାବେ, ଏହାକୁ ଖୋଲିବା ପାଇଁ ଟେବୁଲ୍ ନେମ୍ ଉପରେ ଡବଲ୍ କ୍ଲିକ୍ ମଧ୍ୟ କରିପାରିବେ
03:10 ଗୋଟିଏ ନୁତନ ୱିଣ୍ଡୋ Books – Library – LibreOffice Base: Table Data View, ଟାଇଟଲ୍ ସହିତ ଖୋଲିବ
03:20 ବର୍ତ୍ତମାନ ପ୍ରତ୍ୟେକ cellରେ ସିଧାସଳଖ ଭାବେ ମୂଲ୍ୟକୁ ଟାଇପକରି, Books ଟେବୁଲ୍ ମଧ୍ୟରେ ଡେଟା ପ୍ରବେଶ କରିବା ଆରମ୍ଭ କରିପାରିବେ
03:31 ଧ୍ୟାନଦିଅନ୍ତୁ Bookid କଲମର AutoField ଅଛି
03:37 ଏହାର ଅର୍ଥ ପ୍ରବେଶ ହେଉଥିବା ଡେଟାର ପ୍ରତ୍ୟେକ ରୋ’କୁ, Base ଅଟୋମାଟିକଲୀ କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟାଗୁଡିକୁ ଆସାଇନ୍ କରିବ
03:48 ବର୍ତ୍ତମାନ ସ୍କ୍ରୀନରେ ପ୍ରଦର୍ଶିତ ହେଲା ଭଳି, ରୋ’ ପରେ ରୋ’ ଅନୁସାରେ cellଗୁଡିକରେ ଡେଟା ପ୍ରବେଶ କରାନ୍ତୁ
04:22 ତେଣୁ, ଏଠାରେ Books ଟେବୁଲର ପାଞ୍ଚୋଟି ରୋ’ରେ ନମୂନା ଡେଟା ଅଛି
04:29 ଉପରେ ଥିବା File ମେନୁ ଉପରେ କ୍ଲିକ୍ କରି ୱିଣ୍ଡୋକୁ ବନ୍ଦ କରିବା ପାଇଁ Close ଉପରେ କ୍ଲିକ୍ କରନ୍ତୁ
04:39 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ୍ ଅଛି
04:42 ଗୋଟିଏ Members ଟେବୁଲର ସୃଷ୍ଟି କରନ୍ତୁ ଯାହା ପ୍ରତ୍ୟେକ ମେମ୍ବରମାନଙ୍କର ସୁଚନାକୁ ଷ୍ଟୋର୍ କରିବ, ଉଦାହରଣସ୍ଵରୂପ- member name ଓ phone number
04:53 ନିମ୍ନଲିଖିତ ତିନୋଟି କ୍ଷେତ୍ରକୁ ଯୋଗକରନ୍ତୁ
04:57 Member Id ସହିତ Field type- Integerକୁ ଯୋଗକରନ୍ତୁ ଏବଂ ଏହାକୁ primary key କରନ୍ତୁ
05:06 Name ସହିତ Fieldtype- Textକୁ,
05:10 Phone ସହିତ Fieldtype- Textକୁ ଯୋଗକରନ୍ତୁ
05:15 ଠିକ୍ ଅଛି, କାମ ସରିଲା ପରେ, Members ଟେବୁଲ୍ ଏହିଭଳି ଦୃଶ୍ୟମାନ ହେବ
05:22 ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ
05:25 ବର୍ତ୍ତମାନ, ସ୍କ୍ରୀନରେ ପ୍ରଦର୍ଶନ ହେବା ଭଳି ଚାଲନ୍ତୁ ନମୂନା ଭାବେ ଚାରୋଟି ମେମ୍ବରଙ୍କୁ Members ଟେବୁଲରେ ଯୋଗ କରିବା ,
05:35 ଯେପରି Books ଟେବୁଲ୍ ପାଇଁ କରିଥିଲେ
05:46 ଥରେ ହୋଇଗଲା ପରେ, ଏହି ୱିଣ୍ଡୋକୁ ବନ୍ଦ କରନ୍ତୁ
05:50 ବର୍ତ୍ତମାନ, ମୁଖ୍ୟ ୱିଣ୍ଡୋକୁ ଫେରିଆସନ୍ତୁ ଏବଂ ପୁନର୍ବାର Tables ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:57 ଏବଂ Books Issued ନାମକ ତୃତିୟ ଟେବୁଲକୁ ସୃଷ୍ଟି କରନ୍ତୁ
06:04 ଯେତେବେଳେ ସରିଯିବ, Books Issued ଟେବୁଲରେ ନିମ୍ନଲିଖିତ କ୍ଷେତ୍ରଗୁଡିକ ରହିବ:
06:09 Issue Id, Field type Integer ଯାହା primary key ହେବେ,
06:16 Book Id ପାଇଁ, Field type-Integer,
06:20 Member Id ପାଇଁ, Field type-Integer,
06:24 Issue Date ପାଇଁ, Field type- Date,
06:28 Return Date ପାଇଁ, Field type-Date,
06:31 Actual Return Date ପାଇଁ, Field type- Date,
06:35 ଏବଂ Checked In ପାଇଁ, Field type- Yes/No Boolean ହେବ
06:42 ଠିକ୍ ଅଛି, Books Issued ଟେବୁଲର ସୃଷ୍ଟି ହେଲା
06:47 ଏବଂ ବର୍ତ୍ତମାନ, ସ୍କ୍ରୀନରେ ଦେଖିପାରିବା ଭଳି ଏହା ମଧ୍ୟରେ କିଛି ନମୂନା ଡେଟା ଯୋଗ କରନ୍ତୁ
06:56 ବର୍ତ୍ତମାନ ଏହାର ପ୍ରଭାବ ବିଶେଷ ଭାବେ ଜଣାଯିବ ନାହିଁ, ଖୁବ ଶୀଘ୍ର କ’ଣ ହେଉଛି ବୁଝିପାରିବେ
07:17 ବର୍ତ୍ତମାନ, ଲାଇବ୍ରେରୀ ଡେଟାବେସରେ ନମୂନା ଡେଟା ସହିତ ତିନୋଟି ଟେବୁଲ୍ ଅଛି
07:25 ବର୍ତ୍ତମାନ ଚାଲନ୍ତୁ ଡେଟାବେସରେ relationshipsକୁ ପରିଭାଷିତ କରିବା ବିଷୟରେ ଶିଖିବା
07:31 ତେଣୁ, ତିନୋଟି ଭିନ୍ନ ପ୍ରକାରର ସୁଚନାକୁ ଷ୍ଟୋର୍ କରିବା ପାଇଁ ତିନୋଟି ଟେବୁଲର ସୃଷ୍ଟି କରାଯାଇଛି
07:38 ଯାହା Books, Members ଓ Issue of Books to Members ଅଟେ
07:44 ବର୍ତ୍ତମାନ ଏହି ତିନୋଟି ଟେବୁଲରେ ପ୍ରତ୍ୟେକ ବହି, ପ୍ରତ୍ୟେକ ମେମ୍ବର୍ ଏବଂ ପ୍ରତ୍ୟେକ ଇସ୍ୟୁ ହୋଇଥିବା ବହିକୁ ସ୍ଵତନ୍ତ୍ର ଭାବେ ଚିହ୍ନଟ କରିବା ପାଇଁ କଲମଗୁଡିକୁ ସେଟ୍ ଅପ୍ କରିପାରିବେ
07:57 ସେଗୁଡିକ Primary Key ଅଟନ୍ତି
08:00 ଗୋଟିଏ primary keyର ଅନେକ ସୁବିଧା ମଧ୍ୟରୁ ଗୋଟିଏ ହେଉଛି ଯେ ଏହା ଟେବୁଲଗୁଡିକ ମଧ୍ୟରେ ରିଲେଶନଶିପ୍ ସ୍ଥାପନ କରିବା ପାଇଁ ସାହାଯ୍ୟ କରିଥାଏ
08:10 କିନ୍ତୁ ରିଲେଶନଶିପ୍ କାହିଁକି ଆବଶ୍ୟକ?
08:13 Books Issued ଟେବୁଲକୁ ଯା’ନ୍ତୁ. ଏଠାରେ, Book-Id ଓ Member-Id କ୍ଷେତ୍ରକୁ ଦେଖିପାରିବେ
08:23 Books Issued ଟେବୁଲରେ ସେମାନଙ୍କର ଯେକୌଣସି ମୂଲ୍ୟ ହୋଇପାରେ
08:28 କିନ୍ତୁ, ସେମାନେ ଯଥାକ୍ରମେ Books ଓ Members ଟେବୁଲରେ ଥିବା ସମାନ ମୂଲ୍ୟଗୁଡିକ ସହ ଅନୁରୂପ ହେବା ଆବଶ୍ୟକ
08:38 ତେଣୁ ଯଦି ବହି, Macbethର Book Id, Books ଟେବୁଲରେ, 3 ହୁଏ
08:45 ତେବେ Books Issued ଟେବୁଲରେ Book Id, 3କୁ ବ୍ୟବହାର କରିବା ଦ୍ଵାରା, ଏହା ସମାନ ବହିକୁ ରେଫର୍ କରିଥାଏ
08:56 ତେଣୁ, ଏହି ଟେବୁଲ୍ ଦ୍ଵୟକୁ ସ୍ପଷ୍ଟ ଭାବେ ସଂଯୋଗ କରିବା ପାଇଁ, ସେମାନଙ୍କୁ କୌଣସିମତେ ଲିଙ୍କ୍ କରିବା ଆବଶ୍ୟକ ଅଟେ
09:05 ଉଦାହରଣସ୍ଵରୂପ- 2nd June 2011ରେ Ravi Kumarଙ୍କୁ ସେହି Macbeth ଇସ୍ୟୁ ହୋଇଛି ବୋଲି କିପରି ପ୍ରମାଣ କରିବେ?
09:16 କିମ୍ବା କିପରି ସୁନିଶ୍ଚିତ କରିବେ ଯେ ଗୋଟିଏ ବହି କେବଳ ମେମ୍ବରଙ୍କୁ ଇସ୍ୟୁ କରାଯାଇଛି, ଅନ୍ୟ କାହାକୁ ନୁହେଁ?
09:25 ଏହି ସମସ୍ତ ରିଲେଶନଶିପ୍ ସ୍ଥାପନ ଦ୍ଵାରା ସମ୍ପନ୍ନ ହୋଇପାରିବ ଯାହା ଡେଟାଗୁଡିକୁ ଇଣ୍ଟରଲିଙ୍କ୍ କରିବାରେ ସାହାଯ୍ୟ କରିବ
09:34 ଉପଯୁକ୍ତ କ୍ଷେତ୍ରଗୁଡିକୁ ଲିଙ୍କ୍ କରି, କେବଳ Books ଓ Members ଟେବୁଲରୁ ମୂଲ୍ୟଗୁଡିକୁ ବ୍ୟବହାର କରିବା ପାଇଁ Baseକୁ ବାଧ୍ୟ କରିବା ଆବଶ୍ୟକ,
09:46 ଚାଲନ୍ତୁ ଦେଖିବା, କିପରି
09:48 ଲିବ୍ରେ ଅଫିସ୍ ବେସ୍ ର ମୁଖ୍ୟ ୱିଣ୍ଡୋର Tools ଏବଂ ତା’ପରେ Relationships ଉପରେ କ୍ଲିକ୍ କରନ୍ତୁ
09:58 ଏହା ଗୋଟିଏ ଛୋଟ ପପ୍ ଅପ୍ ୱିଣ୍ଡୋକୁ ଖୋଲିବ
10:03 ଏଠାରେ, ସର୍ବ ଉପରିସ୍ଥ ଟେବୁଲକୁ ଚୟନ କରନ୍ତୁ ଏବଂ Add ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଅନ୍ୟ ଦୁଇଟି ଟେବୁଲ୍ ପାଇଁ ମଧ୍ୟ ପୁନରାବୃତ୍ତି କରନ୍ତୁ
10:15 ପପ୍ ଅପ୍ ୱିଣ୍ଡୋକୁ ବନ୍ଦ କରନ୍ତୁ
10:18 ବର୍ତ୍ତମାନ Books, Books Issued ଓ Members, ତିନୋଟି ଟେବୁଲକୁ ଗୋଟିଏ ଧାଡିରେ ଦେଖିବାକୁ ପାଇବେ
10:26 କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ କରି ଟେବୁଲଗୁଡିକ ମଧ୍ୟରେ ଅଧିକ ବ୍ୟବଧାନ ସୃଷ୍ଟି କରନ୍ତୁ
10:35 ବର୍ତ୍ତମାନ, Books ଟେବୁଲର Book-Id ଉପରେ କ୍ଲିକ୍ କରି ଏହାକୁ, Books Issued ଟେବୁଲର Book Id ଉପରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
10:48 ଏହି ଦୁଇଟି କ୍ଷେତ୍ର ନାମକୁ ସଂଯୋଗ କରୁଥିବା ଗୋଟିଏ ଧାଡିକୁ ଲକ୍ଷ୍ୟ କରନ୍ତୁ. ତେଣୁ ସେଠାରେ, ଏକ ରିଲେଶନଶିପ୍ ସ୍ଥାପନ ହୋଇଛି!
10:57 Member-Id ପାଇଁ ସମାନର ପୁନରାବୃତ୍ତି କରନ୍ତୁ
11:02 Members ଟେବୁଲର Member-Id ଉପରେ କ୍ଲିକ୍ କରି ଏହାକୁ, Books Issued ଟେବୁଲରେ ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
11:11 ସଙ୍ଗେସଙ୍ଗେ ସୃଷ୍ଟି ହୋଇଥିବା ଦୁଇଟି ରିଲେଶନଶିପକୁ ଦେଖିପାରୁଥିବେ
11:16 ଏବଂ ଏହି ପରି ରିଲେଶନଶିପ୍ ସ୍ଥାପନ ହୋଇଥାଏ
11:20 ଏବଂ ଏଥିପାଇଁ relational databaseରେ ଥିବା ବିଭିନ୍ନ ଟେବୁଲର ଅର୍ଥପୂର୍ଣ୍ଣ ଡେଟାଗୁଡିକୁ ଇଣ୍ଟରଲିଙ୍କ୍ କରନ୍ତୁ
11:30 ଏହା ଆମକୁ Tables and Relationships in LibreOffice ଉପରେ ଥିବା ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
11:36 ସଂକ୍ଷିପ୍ତରେ, ଆମେ ଶିଖିଲେ: କିପରି ଗୋଟିଏ ଟେବୁଲରେ ଡେଟାକୁ ଯୋଗ କରିବା, ରିଲେଶନଶିପକୁ ପରିଭାଷିତ ଓ ସୃଷ୍ଟି କରିବା
11:45 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:57 ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ
12:03 ଏହା ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ
12:08 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep