Koha-Library-Management-System/C3/Copy-cataloging-using-Z39.50/Oriya
00:01 | Copy Cataloging Using Z39.50 ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:09 | ଏହି ଟ୍ୟୁଟୋରିଆଲରେ ଆମେ, Z39.50 ବ୍ୟବହାର କରି Catalogରେ Record ଯୋଡ଼ିବା ବିଷୟରେ ଶିଖିବା |
00:20 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି Ubuntu Linux Operating System 16.04 ଏବଂ |
00:28 | Koha version 16.05. |
00:33 | ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଇଣ୍ଟର୍ନେଟ୍ ସହ ଯୋଡ଼ି ହୋଇଛନ୍ତି. |
00:38 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣ - Library Science, |
00:45 | Cataloging Sandards, AACR2 ଓ MARC21 ଜାଣିଥିବା ଉଚିତ |
00:54 | ଏହାର ଅଭ୍ୟାସ ପାଇଁ ଆପଣଙ୍କ ସିଷ୍ଟମରେ Koha ଇନଷ୍ଟଲ୍ ହୋଇଥିବା ଦରକାର |
01:00 | ତଥା Kohaରେ ଆପଣଙ୍କର Admin Access ମଧ୍ୟ ଥିବା ଆବଶ୍ୟକ |
01:05 | ଅଧିକ ବିବରଣୀ ପାଇଁ ଦୟାକରି ଏହି ୱେବସାଇଟରେ ଥିବା Koha Spoken Tutorialର ଶୃଙ୍ଖଳାକୁ ଦେଖନ୍ତୁ |
01:13 | ତେବେ, Z39.50 କ’ଣ? |
01:18 | Z39.50 ହେଉଛି ରିମୋଟ୍ କମ୍ପ୍ୟୁଟର୍ ଡେଟାବେସ୍ରୁ ସୂଚନା ଖୋଜିବା ଓ ପୁନରୁଦ୍ଧାର କରିବା ପାଇଁ ଏକ Client-Server Protocol.
ସଂକ୍ଷିପ୍ତରେ କହିବାକୁ ଗଲେ, ଏହା ହେଉଛି Catalogingକୁ କପୀ କରିବା ପାଇଁ ବ୍ୟବହୃତ ହେଉଥିବା ଏକ ଟୂଲ୍ |
01:37 | ଚାଲନ୍ତୁ ଆରମ୍ଭ କରିବା.
ପ୍ରଥମେ Koha Interfaceକୁ ଯାଆନ୍ତୁ ଏବଂ Superlibrarian Bella ଭାବରେ ଲଗ୍-ଇନ୍ କରନ୍ତୁ |
01:47 | Koha Homepageରେ Koha Administration ଉପରେ କ୍ଲିକ୍ କରନ୍ତୁ |
01:53 | ଏହି ପେଜ୍ରେ, ତଳେ ଥିବା Additional Parametersକୁ ଯାଆନ୍ତୁ |
01:59 | ତା’ପରେ Z39.50/SRU server ଉପରେ କ୍ଲିକ୍ କରନ୍ତୁ |
02:07 | Z39.50/SRU Servers Administration ନାମକ ଗୋଟିଏ ନୂଆ ପେଜ୍ ଖୋଲିବ |
02:16 | ଏଠାରେ ଦୁଇଟି ଟାବ୍ ଅଛି - +New Z39.50 Server ଓ +New SRU server |
02:26 | +New Z39.50 Server ଉପରେ କ୍ଲିକ୍ କରନ୍ତୁ |
02:32 | New Z39.50 Sarver ଶୀର୍ଷକ ଗୋଟିଏ ନୂଆ ପେଜ୍ ଖୋଲିବ |
02:40 | ଧ୍ୟାନ ଦିଅନ୍ତୁ ଯେ, Target Z39.50 Server ଯୋଡ଼ିବା ପାଇଁ ଆମକୁ, Target Serverର ବିବରଣୀ ଜଣାଥିବା ଉଚିତ |
02:51 | ଯଦି ଆପଣ Z39.50 Serverର କୌଣସି ବିବରଣୀ ଜାଣିନଥା’ନ୍ତି, ତେବେ ଏହି URLରେ ଥିବା Z39.50 Serversର ଏକ ତାଲିକା ଆପଣ ପାଇପାରିବେ. |
03:05 | କିଛି ବିବରଣୀ ପୂରଣ କରିବାକୁ କହୁଥିବା IRSpy ପେଜ୍ ଖୋଲିବ |
03:12 | ଚାଲନ୍ତୁ ଆରମ୍ଭ କରିବା. |
03:14 | Anywhere ଫିଲ୍ଡକୁ ଖାଲି ଛାଡ଼ିଦିଅନ୍ତୁ. |
03:18 | Name ପାଇଁ ମୁଁ ଟାଇପ୍ କରିବି Library of Congress |
03:23 | ଏହାର କାରଣ ହେଉଛି, ସବୁଠାରୁ ବଡ଼ ଲାଇବ୍ରେରୀଗୁଡ଼ିକ ମଧ୍ୟରୁ ଏହା ହେଉଛି ଅନ୍ୟତମ ଏବଂ ଏଥିରେ ବିଶାଳ ବିବ୍ଲିଓଗ୍ରାଫିକଲ୍ ଡେଟା ରହିଛି. |
03:31 | ଏହାପରେ Country ପାଇଁ ଥିବା ଫିଲ୍ଡରେ, ଡ୍ରପ୍-ଡାଉନ୍ରୁ United States ଚୟନ କରନ୍ତୁ |
03:38 | Protocol ପାଇଁ, ଡ୍ରପ୍-ଡାଉନ୍ରୁ Z39.50 ଚୟନ କରନ୍ତୁ |
03:46 | ଆପଣ, ନିଜ ଆବଶ୍ୟକତା ଅନୁସାରେ ଅବଶିଷ୍ଟ ବିବରଣୀ ପୂରଣ କରିପାରନ୍ତି |
03:51 | ଏବେ, ପେଜ୍ ତଳେ ଥିବା Search ବଟନ୍ ଉପରେ କ୍ଲିକ୍ କରନ୍ତୁ |
03:57 | ସର୍ଚ୍ଚ ପରିଣାମ ସହିତ ଏକ ନୂଆ ପେଜ୍ ଖୋଲିବ |
04:01 | ବିଭିନ୍ନ ଶୀର୍ଷକ ଅନ୍ତର୍ଗତ 9ଟି ଲାଇବ୍ରେରୀର ଏକ ତାଲିକା ଦେଖାଦେବ, ଯେପରି
Title, Host Connection Reliability, Host, Port ଓ DB. |
04:16 | ଏହିସବୁ ବିବରଣୀ, Kohaରେ New Z39.50 Serverରେ ବିବରଣୀ ପୂରଣ କରିବା ସମୟରେ ବ୍ୟବହାର କରାଯିବ. |
04:26 | ଧ୍ୟାନ ଦିଅନ୍ତୁ ଯେ, ଆପଣ ଲାଇବ୍ରେରୀଗୁଡ଼ିକର ଏକ ଭିନ୍ନ ତାଲିକା ଦେଖିପାରନ୍ତି, ଯାହା 10ରୁ ଅଧିକ ହୋଇପାରେ |
04:32 | ମନେରଖନ୍ତୁ, କୌଣସି Target Z.39.50 Server ଯୋଡ଼ିବା ପୂର୍ବରୁ, ଦୟାକରି Host Connection Reliabilityକୁ ସୁନିଶ୍ଚିତ କରିନିଅନ୍ତୁ. |
04:43 | ଏବେ ମୁଁ, Title: Library of Congress ଉପରେ କ୍ଲିକ୍ କରିବି |
04:48 | Library of Congress ଶୀର୍ଷକ ଗୋଟିଏ ନୂଆ ପେଜ୍ ଖୋଲିବ |
04:54 | ଏହି ପେଜ୍କୁ ଖୋଲା ରଖନ୍ତୁ, କାରଣ ଏହି ପେଜ୍ ଉପରେ ବିବରଣୀ ଆମକୁ କିଛି ସମୟ ପରେ ଆବଶ୍ୟକ ହେବ. |
05:01 | ଏବେ, New Z39.50 Server ପେଜ୍କୁ ଫେରିଚାଲନ୍ତୁ, ଯାହାକୁ ଏହି ଟ୍ୟୁଟୋରିଆଲରେ ଆମେ ଖୋଲା ଛାଡ଼ିଥିଲେ |
05:12 | ଏବଂ ଏହି ପେଜ୍ରେ ଆବଶ୍ୟକ ବିବରଣୀ ପୂରଣ କରିବା ଆରମ୍ଭ କରନ୍ତୁ. |
05:17 | Library of Congress ପେଜ୍ରେ ବିବରଣୀ ଅଛି, ଯାହାକୁ ଆମେ ଖୋଲା ରଖିଛେ. |
05:23 | ଚାଲନ୍ତୁ, ଆରମ୍ଭ କରିବା. |
05:25 | New Z39.50 Server ପେଜ୍ରେ, Sever Name ପାଇଁ ଟାଇପ୍ କରନ୍ତୁ Library of Congress. |
05:34 | Library of Congress ପେଜ୍ରେ ଥିବା Name ବିଭାଗରୁ ଏହି ବିବରଣୀ ଆସିଛି. |
05:41 | New Z39.50 Server ପେଜ୍ ରେ ମୁଁ କିଛି ଅନ୍ୟ ବିବରଣୀ ପୂରଣ କରିଛି, ଯାହାକୁ ମୁଁ Library of Congress ପେଜ୍ରୁ ଲେଖି ରଖିଥିଲି. |
05:54 | ଆପଣ, ଭିଡିଓକୁ ପଜ୍ କରି ନିଜ ଆବଶ୍ୟକତା ଅନୁସାରେ ଅବଶିଷ୍ଟ ବିବରଣୀ ପୂରଣ କରିପାରନ୍ତି. |
06:01 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ନାଲି ରଙ୍ଗରେ ଚିହ୍ନିତ ଫିଲ୍ଡଗୁଡ଼ିକ ବାଧ୍ୟତାମୂଳକ ଅଟେ. |
06:06 | ତା’ପରେ ଆମେ, Preselected (Searched By Default) ଚେକ୍ ବକ୍ସ ଦେଖୁଛେ |
06:12 | ଯଦି ଆପଣ ଏହି ନିର୍ଦ୍ଦିଷ୍ଟ ଲାଇବ୍ରେରୀକୁ ଡିଫଲ୍ଟ ଭାବରେ ସବୁବେଳେ ଖୋଜାଯିବାକୁ ଚାହୁଁଛନ୍ତି, ତେବେ ଏହାକୁ କ୍ଲିକ୍ କରନ୍ତୁ.
ମୁଁ ଏହାକୁ ଚେକ୍ ନକରି ଛାଡ଼ିଦେବି |
06:23 | ଏବେ ଆମେ, Rank (Display Order) ପାଇଁ ଥିବା ଫିଲ୍ଡକୁ ଆସିଲେ.
ଯଦି ଆପଣ, ଏହି ଲାଇବ୍ରେରୀକୁ, ଲାଇବ୍ରେରୀଗୁଡ଼ିକ ତାଲିକାର ଶୀର୍ଷରେ ତାଲିକାଭୁକ୍ତ କରିବାକୁ ଚାହାନ୍ତି, ତେବେ ଏଠାରେ 1 ଏଣ୍ଟର୍ କରନ୍ତୁ |
06:37 | ଧ୍ୟାନ ଦିଅନ୍ତୁ ଯେ, ଯଦି ଆପଣ ଏକାଧିକ Z39.50 Targetକୁ ଯୋଡ଼ିବାକୁ ଚାହୁଁଛନ୍ତି, ତେବେ ସେଗୁଡ଼ିକୁ କ୍ରମ ଅନୁସାରେ ବ୍ୟବସ୍ଥିତ କରିପାରିବେ. |
06:47 | Syntax ପାଇଁ, ଡ୍ରପ୍-ଡାଉନ୍ରୁ ମୁଁ MARC21/USMARC ଚୟନ କରିବି.
ଆପଣ, ନିଜ ଆବଶ୍ୟକତା ଅନୁସାରେ ଯେକୌଣସି Syntax ଚୟନ କରିପାରନ୍ତି |
07:00 | Encoding ପାଇଁ Koha, ଡିଫଲ୍ଟ ଭାବରେ UTF8 ଚୟନ କରିଥାଏ.
ମୁଁ ଏହାକୁ ସେହିପରି ଛାଡ଼ିଦେବି. |
07:08 | ହେଲେ, ଆପଣ ନିଜର ଆବଶ୍ୟକତା ଅନୁସାରେ ଯେକୌଣସି ଅନ୍ୟ ଭାଲ୍ୟୁ ଚୟନ କରିପାରିବେ. |
07:14 | ଏହାପରେ ହେଉଛି, Time out (0 its like not set) |
07:20 | ଏଠାରେ, ପରିଣାମ ଦେଖାଦେବା ପାଇଁ ଆପଣ କେତେ ସେକେଣ୍ଡ୍ ଅପେକ୍ଷା କରିବାକୁ ଚାହୁଁଛନ୍ତି, ତାହା ଲେଖନ୍ତୁ.
ମୁଁ 240 ଲେଖିବି. |
07:32 | Record Type ପାଇଁ Koha, ଡିଫଲ୍ଟ ଭାବରେ Bibliographicକୁ ଅଟୋ-ସିଲେକ୍ଟ କରିଥାଏ.
ଏହା କଲେ, ପ୍ରତ୍ୟେକ ରେକର୍ଡରେ Bibliographic ବିବରଣୀ ରହିବ. |
07:44 | ସମସ୍ତ ବିବରଣୀ ପୂରଣ ହୋଇଯିବା ପରେ, ପେଜ୍ ତଳେ ଥିବା Save ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:51 | Z39.50/SRU Servers Administration ପେଜ୍ ପୁଣିଥରେ ଖୋଲିବ. |
08:00 | ଏହି ପେଜ୍ରେ ଆମେ, ଭିନ୍ନ ଭିନ୍ନ ଶୀର୍ଷକ ଅନ୍ତର୍ଗତ ବିବରଣୀ ଯୋଡ଼ାଯାଇଥିବାର ଦେଖିବାକୁ ପାଇବା. |
08:06 | ଏବେ, ଏହି ଲାଇବ୍ରେରୀରୁ ରେକର୍ଡ ଖୋଜିବା ପାଇଁ, Koha Homepageକୁ ଯାଆନ୍ତୁ
ଏବଂ Cataloging ଊପରେ କ୍ଲିକ୍ କରନ୍ତୁ. |
08:16 | ଦୁଇଟି ଅପ୍ସନ୍ ସହିତ ଗୋଟିଏ ନୂଆ ପେଜ୍ ଖୋଲିବ.
+New record ଓ New from Z39.50/SRU |
08:29 | New from Z39.50/SRUକୁ ଯାଆନ୍ତୁ ଏବଂ ଡ୍ରପ୍-ଡାଉନ୍ରୁ Books ଚୟନ କରନ୍ତୁ. |
08:40 | ଏକ ନୂଆ ୱିଣ୍ଡୋ Z39.50/SRU Search ଖୋଲିବ |
08:48 | ପେଜ୍ର ପୂରା ଡାହାଣପଟେ ଥିବା Search Targets ଫିଲ୍ଡକୁ ଯାଆନ୍ତୁ. |
08:54 | ଏଠାରେ ଆପଣ Z39.50 Target ଦେଖିପାରିବେ, ଯାହାକୁ ଆମେ, ଏହି ଟ୍ୟୁଟୋରିଆଲରେ ପୂର୍ବରୁ ଯୋଡ଼ିଥିଲେ.
ଯାହା ହେଉଛି Library of Congress |
09:07 | ଏବେ, Library of Congress ପାଖରେ ଥିବା ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ. |
09:14 | ସେହି ପେଜ୍ର ବାମପଟେ, ବିଭିନ୍ନ ଫିଲ୍ଡ ସହିତ Z39.50/SRU Search ଅଛି. |
09:25 | ସେହି ଫିଲ୍ଡଗୁଡ଼ିକ ମଧ୍ୟରୁ Titleକୁ ଯାଆନ୍ତୁ ଏବଂ ଟାଇପ୍ କରନ୍ତୁ: Clinical Microbiology. |
09:33 | ଯଦି ଆପଣ ଚାହାନ୍ତି, ତେବେ ଅବଶିଷ୍ଟ ଫିଲ୍ଡକୁ ପୂରଣ କରିପାରିବେ.
ସେଗୁଡ଼ିକୁ ମୁଁ ଖାଲି ଛାଡ଼ିଦେବି |
09:40 | ଏବେ, ପେଜ୍ ତଳେ ଥିବା Search ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:46 | କ୍ଲିକ୍ କରିବା ପୂର୍ବରୁ, ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଇଣ୍ଟର୍ନେଟ୍ ସହ ଯୋଡ଼ିହୋଇ ଅଛନ୍ତି |
09:52 | ନିମ୍ନ ଶୀର୍ଷକ ସହିତ ଅନ୍ୟ ଏକ ନୂଆ ପେଜ୍ Results ଖୋଲିବ:
Server, Title, Author, Date, Edition, ISBN, LCCN, MARC ଓ Card |
10:11 | ଏବେ, ପେଜ୍ର ପୂରା ଡାହାଣପଟେ ଥିବା Import ଫିଲ୍ଡକୁ ଯାଆନ୍ତୁ. |
10:18 | Title: Clinical Microbiology ଫିଲ୍ଡ ପାଇଁ ମୁଁ Import ଉପରେ କ୍ଲିକ୍ କରିବି |
10:25 | ଆପଣ, ନିଜ ଆବଶ୍ୟକତା ଅନୁସାରେ, ଅନ୍ୟ ଯେକୌଣସି Title ପାଇଁ Import ଉପରେ କ୍ଲିକ୍ କରିପାରନ୍ତି. |
10:32 | Import କ୍ଲିକ୍ କରାଗଲେ, Add Marc Record ନାମକ ୱିଣ୍ଡୋ ଖୋଲିବ. |
10:39 | Library of Congress ଡେଟାବେସ୍ରୁ ଇମ୍ପୋର୍ଟ କରାଯାଇଥିବା କେତେକ Tagsକୁ ଆପଣ ଦେଖିବାକୁ ପାଇବେ. |
10:47 | କିନ୍ତୁ, ସମ୍ପର୍କିତ Tags ପାଇଁ ଖାଲି ଫିଲ୍ଡଗୁଡ଼ିକୁ, ଆପଣଙ୍କର ଆବଶ୍ୟକତା ଅନୁସାରେ ପୂରଣ କରିବାକୁ ପଡ଼ିବ. |
10:55 | ମନେପକାନ୍ତୁ ଯେ, ପୂର୍ବବର୍ତ୍ତୀ ଏକ ଟ୍ୟୁଟୋରିଅଲରେ ଆମେ, ଏହି ପେଜ୍ର ବିବରଣୀ ପୂରଣ କରିଥିଲେ |
11:02 | ଭିଡିଓକୁ ପଜ୍ କରି ବିବରଣୀଗୁଡ଼ିକୁ ପୂରଣ କରନ୍ତୁ. |
11:06 | ସମସ୍ତ ବିବରଣୀ ପୂରଣ କରିସାରିବା ପରେ, ପେଜ୍ ଉପରେ ଥିବା Save ଉପରେ କ୍ଲିକ୍ କରନ୍ତୁ. |
11:13 | Items for Clinical microbiology by Ross, Philip W ନାମକ ଗୋଟିଏ ନୂଆ ପେଜ୍ ଖୋଲିବ. |
11:22 | ଏବେ, ପେଜ୍ ତଳେ ଥିବା Add Item ବଟନ୍ ଉପରେ କ୍ଲିକ୍ କରନ୍ତୁ |
11:28 | Items for Clinical microbiology by Ross, Philip W ପେଜ୍ ଖୋଲିବ. |
11:36 | ଏଥିସହିତ ଆମେ, Library of Congressରୁ Clinical Microbiology.ବହିର ବିବରଣୀକୁ ସଫଳତାପୂର୍ବକ Kohaକୁ ଇମ୍ପୋର୍ଟ କଲେ. |
11:48 | ସଂକ୍ଷିପ୍ତରେ - |
11:50 | ଏହି ଟ୍ୟୁଟୋରିଆଲରେ ଆମେ, Z39.50 ବ୍ୟବହାର କରି Catalogରେ Record ଯୋଡ଼ିବା ବିଷୟରେ ଶିଖିଲେ. |
12:00 | ଆସାଇନମେଣ୍ଟ୍ -
Z39.50 ବ୍ୟବହାର କରି Catalogରେ Serialର ରେକର୍ଡ ଯୋଡ଼ନ୍ତୁ |
12:10 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.
ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
12:18 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
12:28 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
12:32 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.
ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
12:45 | ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |