Koha-Library-Management-System/C3/Copy-cataloging-using-Z39.50/Oriya

From Script | Spoken-Tutorial
Jump to: navigation, search
Time
Narration
00:01 Copy Cataloging Using Z39.50 ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:09 ଏହି ଟ୍ୟୁଟୋରିଆଲରେ ଆମେ, Z39.50 ବ୍ୟବହାର କରି Catalogରେ Record ଯୋଡ଼ିବା ବିଷୟରେ ଶିଖିବା
00:20 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି Ubuntu Linux Operating System 16.04 ଏବଂ
00:28 Koha version 16.05.
00:33 ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଇଣ୍ଟର୍ନେଟ୍ ସହ ଯୋଡ଼ି ହୋଇଛନ୍ତି.
00:38 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ଆପଣ - Library Science,
00:45 Cataloging Sandards, AACR2 ଓ MARC21 ଜାଣିଥିବା ଉଚିତ
00:54 ଏହାର ଅଭ୍ୟାସ ପାଇଁ ଆପଣଙ୍କ ସିଷ୍ଟମରେ Koha ଇନଷ୍ଟଲ୍ ହୋଇଥିବା ଦରକାର
01:00 ତଥା Kohaରେ ଆପଣଙ୍କର Admin Access ମଧ୍ୟ ଥିବା ଆବଶ୍ୟକ
01:05 ଅଧିକ ବିବରଣୀ ପାଇଁ ଦୟାକରି ଏହି ୱେବସାଇଟରେ ଥିବା Koha Spoken Tutorialର ଶୃଙ୍ଖଳାକୁ ଦେଖନ୍ତୁ
01:13 ତେବେ, Z39.50 କ’ଣ?
01:18 Z39.50 ହେଉଛି ରିମୋଟ୍ କମ୍ପ୍ୟୁଟର୍ ଡେଟାବେସ୍‌ରୁ ସୂଚନା ଖୋଜିବା ଓ ପୁନରୁଦ୍ଧାର କରିବା ପାଇଁ ଏକ Client-Server Protocol.

ସଂକ୍ଷିପ୍ତରେ କହିବାକୁ ଗଲେ, ଏହା ହେଉଛି Catalogingକୁ କପୀ କରିବା ପାଇଁ ବ୍ୟବହୃତ ହେଉଥିବା ଏକ ଟୂଲ୍

01:37 ଚାଲନ୍ତୁ ଆରମ୍ଭ କରିବା.

ପ୍ରଥମେ Koha Interfaceକୁ ଯାଆନ୍ତୁ ଏବଂ Superlibrarian Bella ଭାବରେ ଲଗ୍-ଇନ୍ କରନ୍ତୁ

01:47 Koha Homepageରେ Koha Administration ଉପରେ କ୍ଲିକ୍ କରନ୍ତୁ
01:53 ଏହି ପେଜ୍‌ରେ, ତଳେ ଥିବା Additional Parametersକୁ ଯାଆନ୍ତୁ
01:59 ତା’ପରେ Z39.50/SRU server ଉପରେ କ୍ଲିକ୍ କରନ୍ତୁ
02:07 Z39.50/SRU Servers Administration ନାମକ ଗୋଟିଏ ନୂଆ ପେଜ୍ ଖୋଲିବ
02:16 ଏଠାରେ ଦୁଇଟି ଟାବ୍ ଅଛି - +New Z39.50 Server ଓ +New SRU server
02:26 +New Z39.50 Server ଉପରେ କ୍ଲିକ୍ କରନ୍ତୁ
02:32 New Z39.50 Sarver ଶୀର୍ଷକ ଗୋଟିଏ ନୂଆ ପେଜ୍ ଖୋଲିବ
02:40 ଧ୍ୟାନ ଦିଅନ୍ତୁ ଯେ, Target Z39.50 Server ଯୋଡ଼ିବା ପାଇଁ ଆମକୁ, Target Serverର ବିବରଣୀ ଜଣାଥିବା ଉଚିତ
02:51 ଯଦି ଆପଣ Z39.50 Serverର କୌଣସି ବିବରଣୀ ଜାଣିନଥା’ନ୍ତି, ତେବେ ଏହି URLରେ ଥିବା Z39.50 Serversର ଏକ ତାଲିକା ଆପଣ ପାଇପାରିବେ.
03:05 କିଛି ବିବରଣୀ ପୂରଣ କରିବାକୁ କହୁଥିବା IRSpy ପେଜ୍ ଖୋଲିବ
03:12 ଚାଲନ୍ତୁ ଆରମ୍ଭ କରିବା.
03:14 Anywhere ଫିଲ୍ଡକୁ ଖାଲି ଛାଡ଼ିଦିଅନ୍ତୁ.
03:18 Name ପାଇଁ ମୁଁ ଟାଇପ୍ କରିବି Library of Congress
03:23 ଏହାର କାରଣ ହେଉଛି, ସବୁଠାରୁ ବଡ଼ ଲାଇବ୍ରେରୀଗୁଡ଼ିକ ମଧ୍ୟରୁ ଏହା ହେଉଛି ଅନ୍ୟତମ ଏବଂ ଏଥିରେ ବିଶାଳ ବିବ୍ଲିଓଗ୍ରାଫିକଲ୍ ଡେଟା ରହିଛି.
03:31 ଏହାପରେ Country ପାଇଁ ଥିବା ଫିଲ୍ଡରେ, ଡ୍ରପ୍-ଡାଉନ୍‌ରୁ United States ଚୟନ କରନ୍ତୁ
03:38 Protocol ପାଇଁ, ଡ୍ରପ୍-ଡାଉନ୍‌ରୁ Z39.50 ଚୟନ କରନ୍ତୁ
03:46 ଆପଣ, ନିଜ ଆବଶ୍ୟକତା ଅନୁସାରେ ଅବଶିଷ୍ଟ ବିବରଣୀ ପୂରଣ କରିପାରନ୍ତି
03:51 ଏବେ, ପେଜ୍ ତଳେ ଥିବା Search ବଟନ୍ ଉପରେ କ୍ଲିକ୍ କରନ୍ତୁ
03:57 ସର୍ଚ୍ଚ ପରିଣାମ ସହିତ ଏକ ନୂଆ ପେଜ୍ ଖୋଲିବ
04:01 ବିଭିନ୍ନ ଶୀର୍ଷକ ଅନ୍ତର୍ଗତ 9ଟି ଲାଇବ୍ରେରୀର ଏକ ତାଲିକା ଦେଖାଦେବ, ଯେପରି

Title, Host Connection Reliability, Host, Port ଓ DB.

04:16 ଏହିସବୁ ବିବରଣୀ, Kohaରେ New Z39.50 Serverରେ ବିବରଣୀ ପୂରଣ କରିବା ସମୟରେ ବ୍ୟବହାର କରାଯିବ.
04:26 ଧ୍ୟାନ ଦିଅନ୍ତୁ ଯେ, ଆପଣ ଲାଇବ୍ରେରୀଗୁଡ଼ିକର ଏକ ଭିନ୍ନ ତାଲିକା ଦେଖିପାରନ୍ତି, ଯାହା 10ରୁ ଅଧିକ ହୋଇପାରେ
04:32 ମନେରଖନ୍ତୁ, କୌଣସି Target Z.39.50 Server ଯୋଡ଼ିବା ପୂର୍ବରୁ, ଦୟାକରି Host Connection Reliabilityକୁ ସୁନିଶ୍ଚିତ କରିନିଅନ୍ତୁ.
04:43 ଏବେ ମୁଁ, Title: Library of Congress ଉପରେ କ୍ଲିକ୍ କରିବି
04:48 Library of Congress ଶୀର୍ଷକ ଗୋଟିଏ ନୂଆ ପେଜ୍ ଖୋଲିବ
04:54 ଏହି ପେଜ୍‌କୁ ଖୋଲା ରଖନ୍ତୁ, କାରଣ ଏହି ପେଜ୍ ଉପରେ ବିବରଣୀ ଆମକୁ କିଛି ସମୟ ପରେ ଆବଶ୍ୟକ ହେବ.
05:01 ଏବେ, New Z39.50 Server ପେଜ୍‌କୁ ଫେରିଚାଲନ୍ତୁ, ଯାହାକୁ ଏହି ଟ୍ୟୁଟୋରିଆଲରେ ଆମେ ଖୋଲା ଛାଡ଼ିଥିଲେ
05:12 ଏବଂ ଏହି ପେଜ୍‌ରେ ଆବଶ୍ୟକ ବିବରଣୀ ପୂରଣ କରିବା ଆରମ୍ଭ କରନ୍ତୁ.
05:17 Library of Congress ପେଜ୍‌ରେ ବିବରଣୀ ଅଛି, ଯାହାକୁ ଆମେ ଖୋଲା ରଖିଛେ.
05:23 ଚାଲନ୍ତୁ, ଆରମ୍ଭ କରିବା.
05:25 New Z39.50 Server ପେଜ୍‌ରେ, Sever Name ପାଇଁ ଟାଇପ୍ କରନ୍ତୁ Library of Congress.
05:34 Library of Congress ପେଜ୍‌ରେ ଥିବା Name ବିଭାଗରୁ ଏହି ବିବରଣୀ ଆସିଛି.
05:41 New Z39.50 Server ପେଜ୍ ରେ ମୁଁ କିଛି ଅନ୍ୟ ବିବରଣୀ ପୂରଣ କରିଛି, ଯାହାକୁ ମୁଁ Library of Congress ପେଜ୍‌ରୁ ଲେଖି ରଖିଥିଲି.
05:54 ଆପଣ, ଭିଡିଓକୁ ପଜ୍ କରି ନିଜ ଆବଶ୍ୟକତା ଅନୁସାରେ ଅବଶିଷ୍ଟ ବିବରଣୀ ପୂରଣ କରିପାରନ୍ତି.
06:01 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ନାଲି ରଙ୍ଗରେ ଚିହ୍ନିତ ଫିଲ୍ଡଗୁଡ଼ିକ ବାଧ୍ୟତାମୂଳକ ଅଟେ.
06:06 ତା’ପରେ ଆମେ, Preselected (Searched By Default) ଚେକ୍ ବକ୍ସ ଦେଖୁଛେ
06:12 ଯଦି ଆପଣ ଏହି ନିର୍ଦ୍ଦିଷ୍ଟ ଲାଇବ୍ରେରୀକୁ ଡିଫଲ୍ଟ ଭାବରେ ସବୁବେଳେ ଖୋଜାଯିବାକୁ ଚାହୁଁଛନ୍ତି, ତେବେ ଏହାକୁ କ୍ଲିକ୍ କରନ୍ତୁ.

ମୁଁ ଏହାକୁ ଚେକ୍ ନକରି ଛାଡ଼ିଦେବି

06:23 ଏବେ ଆମେ, Rank (Display Order) ପାଇଁ ଥିବା ଫିଲ୍ଡକୁ ଆସିଲେ.

ଯଦି ଆପଣ, ଏହି ଲାଇବ୍ରେରୀକୁ, ଲାଇବ୍ରେରୀଗୁଡ଼ିକ ତାଲିକାର ଶୀର୍ଷରେ ତାଲିକାଭୁକ୍ତ କରିବାକୁ ଚାହାନ୍ତି, ତେବେ ଏଠାରେ 1 ଏଣ୍ଟର୍ କରନ୍ତୁ

06:37 ଧ୍ୟାନ ଦିଅନ୍ତୁ ଯେ, ଯଦି ଆପଣ ଏକାଧିକ Z39.50 Targetକୁ ଯୋଡ଼ିବାକୁ ଚାହୁଁଛନ୍ତି, ତେବେ ସେଗୁଡ଼ିକୁ କ୍ରମ ଅନୁସାରେ ବ୍ୟବସ୍ଥିତ କରିପାରିବେ.
06:47 Syntax ପାଇଁ, ଡ୍ରପ୍-ଡାଉନ୍‌ରୁ ମୁଁ MARC21/USMARC ଚୟନ କରିବି.

ଆପଣ, ନିଜ ଆବଶ୍ୟକତା ଅନୁସାରେ ଯେକୌଣସି Syntax ଚୟନ କରିପାରନ୍ତି

07:00 Encoding ପାଇଁ Koha, ଡିଫଲ୍ଟ ଭାବରେ UTF8 ଚୟନ କରିଥାଏ.

ମୁଁ ଏହାକୁ ସେହିପରି ଛାଡ଼ିଦେବି.

07:08 ହେଲେ, ଆପଣ ନିଜର ଆବଶ୍ୟକତା ଅନୁସାରେ ଯେକୌଣସି ଅନ୍ୟ ଭାଲ୍ୟୁ ଚୟନ କରିପାରିବେ.
07:14 ଏହାପରେ ହେଉଛି, Time out (0 its like not set)
07:20 ଏଠାରେ, ପରିଣାମ ଦେଖାଦେବା ପାଇଁ ଆପଣ କେତେ ସେକେଣ୍ଡ୍ ଅପେକ୍ଷା କରିବାକୁ ଚାହୁଁଛନ୍ତି, ତାହା ଲେଖନ୍ତୁ.

ମୁଁ 240 ଲେଖିବି.

07:32 Record Type ପାଇଁ Koha, ଡିଫଲ୍ଟ ଭାବରେ Bibliographicକୁ ଅଟୋ-ସିଲେକ୍ଟ କରିଥାଏ.

ଏହା କଲେ, ପ୍ରତ୍ୟେକ ରେକର୍ଡରେ Bibliographic ବିବରଣୀ ରହିବ.

07:44 ସମସ୍ତ ବିବରଣୀ ପୂରଣ ହୋଇଯିବା ପରେ, ପେଜ୍ ତଳେ ଥିବା Save ବଟନ୍ ଉପରେ କ୍ଲିକ୍ କରନ୍ତୁ
07:51 Z39.50/SRU Servers Administration ପେଜ୍ ପୁଣିଥରେ ଖୋଲିବ.
08:00 ଏହି ପେଜ୍‌ରେ ଆମେ, ଭିନ୍ନ ଭିନ୍ନ ଶୀର୍ଷକ ଅନ୍ତର୍ଗତ ବିବରଣୀ ଯୋଡ଼ାଯାଇଥିବାର ଦେଖିବାକୁ ପାଇବା.
08:06 ଏବେ, ଏହି ଲାଇବ୍ରେରୀରୁ ରେକର୍ଡ ଖୋଜିବା ପାଇଁ, Koha Homepageକୁ ଯାଆନ୍ତୁ

ଏବଂ Cataloging ଊପରେ କ୍ଲିକ୍ କରନ୍ତୁ.

08:16 ଦୁଇଟି ଅପ୍ସନ୍ ସହିତ ଗୋଟିଏ ନୂଆ ପେଜ୍ ଖୋଲିବ.

+New record ଓ New from Z39.50/SRU

08:29 New from Z39.50/SRUକୁ ଯାଆନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ Books ଚୟନ କରନ୍ତୁ.
08:40 ଏକ ନୂଆ ୱିଣ୍ଡୋ Z39.50/SRU Search ଖୋଲିବ
08:48 ପେଜ୍‌ର ପୂରା ଡାହାଣପଟେ ଥିବା Search Targets ଫିଲ୍ଡକୁ ଯାଆନ୍ତୁ.
08:54 ଏଠାରେ ଆପଣ Z39.50 Target ଦେଖିପାରିବେ, ଯାହାକୁ ଆମେ, ଏହି ଟ୍ୟୁଟୋରିଆଲରେ ପୂର୍ବରୁ ଯୋଡ଼ିଥିଲେ.

ଯାହା ହେଉଛି Library of Congress

09:07 ଏବେ, Library of Congress ପାଖରେ ଥିବା ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ.
09:14 ସେହି ପେଜ୍‌ର ବାମପଟେ, ବିଭିନ୍ନ ଫିଲ୍ଡ ସହିତ Z39.50/SRU Search ଅଛି.
09:25 ସେହି ଫିଲ୍ଡଗୁଡ଼ିକ ମଧ୍ୟରୁ Titleକୁ ଯାଆନ୍ତୁ ଏବଂ ଟାଇପ୍ କରନ୍ତୁ: Clinical Microbiology.
09:33 ଯଦି ଆପଣ ଚାହାନ୍ତି, ତେବେ ଅବଶିଷ୍ଟ ଫିଲ୍ଡକୁ ପୂରଣ କରିପାରିବେ.

ସେଗୁଡ଼ିକୁ ମୁଁ ଖାଲି ଛାଡ଼ିଦେବି

09:40 ଏବେ, ପେଜ୍ ତଳେ ଥିବା Search ବଟନ୍ ଉପରେ କ୍ଲିକ୍ କରନ୍ତୁ
09:46 କ୍ଲିକ୍ କରିବା ପୂର୍ବରୁ, ଦୟାକରି ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣ ଇଣ୍ଟର୍ନେଟ୍ ସହ ଯୋଡ଼ିହୋଇ ଅଛନ୍ତି
09:52 ନିମ୍ନ ଶୀର୍ଷକ ସହିତ ଅନ୍ୟ ଏକ ନୂଆ ପେଜ୍ Results ଖୋଲିବ:

Server, Title, Author, Date, Edition, ISBN, LCCN, MARC ଓ Card

10:11 ଏବେ, ପେଜ୍‌ର ପୂରା ଡାହାଣପଟେ ଥିବା Import ଫିଲ୍ଡକୁ ଯାଆନ୍ତୁ.
10:18 Title: Clinical Microbiology ଫିଲ୍ଡ ପାଇଁ ମୁଁ Import ଉପରେ କ୍ଲିକ୍ କରିବି
10:25 ଆପଣ, ନିଜ ଆବଶ୍ୟକତା ଅନୁସାରେ, ଅନ୍ୟ ଯେକୌଣସି Title ପାଇଁ Import ଉପରେ କ୍ଲିକ୍ କରିପାରନ୍ତି.
10:32 Import କ୍ଲିକ୍ କରାଗଲେ, Add Marc Record ନାମକ ୱିଣ୍ଡୋ ଖୋଲିବ.
10:39 Library of Congress ଡେଟାବେସ୍‌ରୁ ଇମ୍ପୋର୍ଟ କରାଯାଇଥିବା କେତେକ Tagsକୁ ଆପଣ ଦେଖିବାକୁ ପାଇବେ.
10:47 କିନ୍ତୁ, ସମ୍ପର୍କିତ Tags ପାଇଁ ଖାଲି ଫିଲ୍ଡଗୁଡ଼ିକୁ, ଆପଣଙ୍କର ଆବଶ୍ୟକତା ଅନୁସାରେ ପୂରଣ କରିବାକୁ ପଡ଼ିବ.
10:55 ମନେପକାନ୍ତୁ ଯେ, ପୂର୍ବବର୍ତ୍ତୀ ଏକ ଟ୍ୟୁଟୋରିଅଲରେ ଆମେ, ଏହି ପେଜ୍‌ର ବିବରଣୀ ପୂରଣ କରିଥିଲେ
11:02 ଭିଡିଓକୁ ପଜ୍ କରି ବିବରଣୀଗୁଡ଼ିକୁ ପୂରଣ କରନ୍ତୁ.
11:06 ସମସ୍ତ ବିବରଣୀ ପୂରଣ କରିସାରିବା ପରେ, ପେଜ୍ ଉପରେ ଥିବା Save ଉପରେ କ୍ଲିକ୍ କରନ୍ତୁ.
11:13 Items for Clinical microbiology by Ross, Philip W ନାମକ ଗୋଟିଏ ନୂଆ ପେଜ୍ ଖୋଲିବ.
11:22 ଏବେ, ପେଜ୍ ତଳେ ଥିବା Add Item ବଟନ୍ ଉପରେ କ୍ଲିକ୍ କରନ୍ତୁ
11:28 Items for Clinical microbiology by Ross, Philip W ପେଜ୍ ଖୋଲିବ.
11:36 ଏଥିସହିତ ଆମେ, Library of Congressରୁ Clinical Microbiology.ବହିର ବିବରଣୀକୁ ସଫଳତାପୂର୍ବକ Kohaକୁ ଇମ୍ପୋର୍ଟ କଲେ.
11:48 ସଂକ୍ଷିପ୍ତରେ -
11:50 ଏହି ଟ୍ୟୁଟୋରିଆଲରେ ଆମେ, Z39.50 ବ୍ୟବହାର କରି Catalogରେ Record ଯୋଡ଼ିବା ବିଷୟରେ ଶିଖିଲେ.
12:00 ଆସାଇନମେଣ୍ଟ୍ -

Z39.50 ବ୍ୟବହାର କରି Catalogରେ Serialର ରେକର୍ଡ ଯୋଡ଼ନ୍ତୁ

12:10 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

12:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

12:28 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
12:32 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ୱାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

12:45 ଆଇଆଇଟି ବମ୍ୱେ ତରଫରୁ, ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep