Koha-Library-Management-System/C2/How-to-create-a-library/Oriya
From Script | Spoken-Tutorial
|
|
00:01 | How to create a Library in Koha ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲ୍ରେ ଆମେ ଗୋଟିଏ ଲାଇବ୍ରେରୀ ଓ ଗ୍ରୁପ୍ ତିଆରି କରିବା ବିଷୟରେ ଶିଖିବା |
00:16 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ଉବଣ୍ଟୁ Linux Operating ସିଷ୍ଟମ୍ 16.04 ଓ |
00:24 | Koha ଭର୍ସନ୍ 16.05 ବ୍ୟବହାର କରୁଛି |
00:29 | ଏହି ଟ୍ୟୁଟୋରିଆଲ୍କୁ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ |
00:35 | ଏହି ଟ୍ୟୁଟୋରିଆଲ୍କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଦରକାର |
00:41 | ଏବଂ Kohaରେ Admin ଆକ୍ସେସ୍ ମଧ୍ୟ ଥିବା ଆବଶ୍ୟକ |
00:46 | ଅଧିକ ବିବରଣୀ ପାଇଁ ଏହି ୱେବସାଇଟ୍ରେ ଥିବା Koha Spoken Tutorialର ଅଧ୍ୟାୟଗୁଡ଼ିକୁ ଦୟାକରି ରେଫର୍ କରନ୍ତୁ |
00:53 | ଚାଲନ୍ତୁ ଆରମ୍ଭ କରିବା. ମୁଁ ମୋର ସିଷ୍ଟମ୍ରେ ପୂର୍ବରୁ Koha ଇନଷ୍ଟଲ୍ କରିସାରିଛି |
00:59 | ମୁଁ Koha ଇଣ୍ଟରଫେସ୍କୁ ସ୍ଵିଚ୍ କରିବି |
01:03 | ଇନଷ୍ଟଲେଶନ୍ କରିବା ସମୟରେ ପ୍ରଦାନ କରାଯାଇଥିବା ୟୁଜର୍ନେମ୍ ଓ ପାସ୍ୱର୍ଡ ବ୍ୟବହାର କରି Kohaରେ ଲଗ୍-ଇନ୍ କରନ୍ତୁ |
01:10 | ମୋର ସିଷ୍ଟମ୍ରେ ମୁଁ ୟୁଜର୍ନେମ୍ ଭାବେ koha underscore library ଲେଖିଛି |
01:17 | ବର୍ତ୍ତମାନ conf.xml ଫାଇଲ୍ରୁ ନୋଟ୍ କରାଯାଇଥିବା ପାସ୍ୱର୍ଡକୁ ଟାଇପ୍ କରନ୍ତୁ |
01:25 | Kohaର ମୂଳ ପେଜ୍ ଖୋଲିଯିବ |
01:27 | ଧ୍ୟାନ ଦିଅନ୍ତୁ ଯେ, Kohaକୁ ସେଟ୍-ଅପ୍ କରିବା ବେଳେ Kohaରେ ତିଆରି ହେବାକୁ ଥିବା ପ୍ରତ୍ୟେକ ଶାଖା ଲାଇବ୍ରେରୀଗୁଡ଼ିକର ବିବରଣୀକୁ ଯୋଡ଼ନ୍ତୁ |
01:38 | ପରବର୍ତ୍ତୀ ସମୟରେ Kohaର ବିଭିନ୍ନ କ୍ଷେତ୍ରରେ ଏହି ଡାଟାକୁ ବ୍ୟବହାର କରାଯିବ |
01:43 | ବର୍ତ୍ତମାନ ଗୋଟିଏ ନୂଆ ଲାଇବ୍ରେରୀ ଯୋଡ଼ନ୍ତୁ |
01:47 | Koha ଇଣ୍ଟରଫେସ୍କୁ ଫେରିଆସନ୍ତୁ |
01:50 | Homeକୁ ଯାଆନ୍ତୁ ଏବଂ Koha Administration ଉପରେ କ୍ଲିକ୍ କରନ୍ତୁ |
01:56 | ମୌଳିକ ପାରାମିଟର୍ ବିଭାଗକୁ ଚିହ୍ନଟ କରନ୍ତୁ |
02:00 | Libraries and groups ଉପରେ କ୍ଲିକ୍ କରନ୍ତୁ |
02:04 | ଗୋଟିଏ ନୂଆ ଲାଇବ୍ରେରୀ ଯୋଡ଼ିବା ପାଇଁ, ଟାବ୍ + New Library ଉପରେ କ୍ଲିକ୍ କରନ୍ତୁ |
02:10 | ବର୍ତ୍ତମାନ ପାଇଁ ଗ୍ରୁପ୍ ବିଭାଗକୁ ଛାଡ଼ିଦିଅନ୍ତୁ |
02:15 | ଏହି ପେଜ୍ରେ ଧ୍ୟାନ ଦିଅନ୍ତୁ ଯେ, ନାଲିରେ ଚିହ୍ନିତ ହୋଇଥିବା ଫିଲ୍ଡଗୁଡ଼ିକ ବାଧ୍ୟତାମୂଳକ ଅଟେ |
02:21 | ମୁଁ ଏଠାରେ କରିବା ଭଳି ନିଜର ଲାଇବ୍ରେରୀ ପାଇଁ ଲାଇବ୍ରେରୀ କୋଡ୍ ଓ ନେମ୍ ଫିଲ୍ଡଗୁଡ଼ିକୁ ପୂରଣ କରନ୍ତୁ |
02:29 | କିଛି ଜରୁରୀ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ- ଲାଇବ୍ରେରୀ କୋଡ୍ରେ କୌଣସି ସ୍ପେସ୍ ରହିବ ନାହିଁ |
02:36 | ଏବଂ ଏହା 10ରୁ ଅଧିକ ଅକ୍ଷର ବିଶିଷ୍ଟ ହେବ ନାହିଁ |
02:40 | ଏହି କୋଡ୍ ଡାଟାବେସ୍ରେ ଗୋଟିଏ ସ୍ଵତନ୍ତ୍ର ଚିହ୍ନଟକାରୀ ଭାବେ ବ୍ୟବହୃତ ହେବ |
02:46 | ପରବର୍ତ୍ତୀ ବିଭାଗ, ଯେଉଁଠାରେ ଠିକଣା, ଫୋନ୍ ନମ୍ବର୍ ଭଳି ଆମ ଲାଇବ୍ରେରୀର ଯୋଗାଯୋଗ ବିବରଣୀଗୁଡ଼ିକୁ ପୂରଣ କରିବାକୁ ହେବ |
02:58 | ଏଠାରେ ପ୍ରଦର୍ଶିତ ହେବା ଭଳି ମୁଁ ବିବରଣୀଗୁଡ଼ିକୁ ପୂରଣ କରିଛି |
03:01 | ଏଠାରେ ତାଲିକାଭୁକ୍ତ ହୋଇଥିବା କୌଣସି ଫିଲ୍ଡ ପାଇଁ ଆପଣଙ୍କର ଯଦି କିଛି ସୂଚନା ନଥାଏ, ତେବେ ଏହାକୁ ଖାଲି ଛାଡ଼ିଦିଅନ୍ତୁ |
03:08 | ସମାନ ଭାବେ, ଏହି ପେଜ୍ରେ ନିଜ ଲାଇବ୍ରେରୀର ବିବରଣୀଗୁଡ଼ିକୁ ପୂରଣ କରନ୍ତୁ |
03:13 | ଠିକଣା ଓ ଫୋନ୍ ବିବରଣୀ ପରବର୍ତ୍ତୀ ସମୟରେ କଷ୍ଟମ୍ ନୋଟିସ୍ ପାଇଁ ବ୍ୟବହାର କରାଯାଇପାରିବ |
03:20 | ଯେତେବେଳେ ସଦସ୍ୟମାନେ ଲାଇବ୍ରେରୀକୁ ଯୋଗାଯୋଗ କରିବାକୁ ଚାହିଁବେ, ସେତେବେଳେ ସେମାନେ ଏହି ବିବରଣୀଗୁଡ଼ିକୁ ମଧ୍ୟ ବ୍ୟବହାର କରିପାରିବେ |
03:26 | ଆପଣ ଦେଖିପାରୁଥିବେ ଯେ, Email id ଫିଲ୍ଡ ବାଧ୍ୟତାମୂଳକ ନୁହେଁ |
03:31 | ହେଲେ, ଆପଣ ତିଆରି କରିଥିବା ଲାଇବ୍ରେରୀ ପାଇଁ ଗୋଟିଏ email id ରହିବା ଅତ୍ୟନ୍ତ ଜରୁରୀ ଅଟେ |
03:38 | ଏହା ସେହି email id ଅଟେ, ଯେଉଁଠାରୁ ନୋଟିସ୍ଗୁଡ଼ିକ ସଦସ୍ୟମାନଙ୍କ ନିକଟକୁ ଯାଇଥାଏ ଏବଂ ଆସିଥାଏ |
03:45 | Gmail id ସବୁଠାରୁ ପସନ୍ଦଯୋଗ୍ୟ ଅଟେ, କାରଣ ମେଲ୍ ପଠାଇବା ଏବଂ/କିମ୍ବା ପ୍ରାପ୍ତ କରିବା ପାଇଁ ଏହାକୁ ସହଜରେ କନଫିଗର୍ କରାଯାଇପାରିବ |
03:54 | Email id ଫିଲ୍ଡର ନିମ୍ନରେ Reply-To ଓ Return-Path ଫିଲ୍ଡଗୁଡ଼ିକ ଅଛି |
04:01 | Reply-To- ଯଦି ନୋଟିସ୍ଗୁଡ଼ିକର ସମସ୍ତ ଉତ୍ତର ପାଇଁ ଆପଣ ଅନ୍ୟ ଗୋଟିଏ ଡିଫଲ୍ଟ email ଠିକଣାକୁ ନିର୍ଦ୍ଦିଷ୍ଟ କରିବାକୁ ଚାହାନ୍ତି, ତେବେ ତାହା ଏଠାରେ କରିପାରିବେ |
04:11 | ମୁଁ stlibreoffice@gmail.com ଭାବେ Reply-To email idକୁ ଯୋଡ଼ିବି |
04:20 | ଯଦି ଏହାକୁ ଖାଲି ଛାଡ଼ିଦିଆଯାଏ, ତେବେ ସମସ୍ତ ଉତ୍ତରଗୁଡ଼ିକ ଉପରୋକ୍ତ Email idକୁ ଚାଲିଯିବ |
04:27 | Return-Path ହେଉଛି ସେହି email ଠିକଣା, ଯେଉଁଠିକୁ ବାଉନ୍ସ ହୋଇଥିବା ସମସ୍ତ ବାର୍ତ୍ତା ଯିବ |
04:34 | ଯଦି ଏହାକୁ ଖାଲି ଛାଡ଼ିଦିଆଯାଏ, ତେବେ ବାଉନ୍ସ ହୋଇଥିବା ସମସ୍ତ ବାର୍ତ୍ତା, ଉପରୋକ୍ତ Email idକୁ ଫେରିଯିବ |
04:42 | ତେଣୁ, ପ୍ରକୃତରେ କହିବାକୁ ଗଲେ ତିନୋଟି ବିଭିନ୍ନ email id ବ୍ୟବହାର କରାଯାଇପାରିବ |
04:48 | Email id |
04:50 | Reply-To ଓ |
04:52 | Return-Path |
04:55 | ହେଲେ, ଯଦି କେବଳ ଗୋଟିଏ email id ପ୍ରଦାନ କରାଯାଇଇଥାଏ, ତେବେ Koha ଏହାକୁ ଡିଫଲ୍ଟ ଭାବେ ଏହି ତିନୋଟି ଫିଲ୍ଡ ପାଇଁ ବ୍ୟବହାର କରିବ |
05:04 | ତା’ପରେ, ଏଠାରେ ମୁଁ କରିଥିବା ଭଳି ଫିଲ୍ଡରେ ନିଜ ଲାଇବ୍ରେରୀର URLକୁ ପ୍ରଦାନ କରନ୍ତୁ |
05:10 | URL ଫିଲ୍ଡକୁ ପୂରଣ କରିବା ଦ୍ଵାରା OPACରେ ଥିବା holdings tableରେ ଗୋଟିଏ ନିର୍ଦ୍ଦିଷ୍ଟ ଲାଇବ୍ରେରୀ ନାମ ଲିଙ୍କ ହୋଇଯିବ |
05:18 | ଏହା ପରେ, OPAC ସୂଚନାକୁ ପୂରଣ କରନ୍ତୁ |
05:23 | ଏହା ସେହି ସ୍ଥାନ ଅଟେ, ଯେଉଁଠାରେ ଆପଣଙ୍କୁ ନିଜର ଲାଇବ୍ରେରୀ ବିଷୟରେ ସୂଚନା ଦେବାକୁ ହେବ |
05:28 | ମୁଁ ଏଠାରେ ମୋ ଲାଇବ୍ରେରୀ ବିଷୟରେ କିଛି ସୂଚନା ପ୍ରଦାନ କରିଛି |
05:33 | ଏହି ସୂଚନା OPACରେ ଦୃଶ୍ୟମାନ ହେବ, ଯେତେବେଳେ ଆପଣ holdings tableରେ ଥିବା ଲାଇବ୍ରେରୀ ନାମ ଉପରେ କର୍ସର୍କୁ ଚାଳନା କରିବେ |
05:41 | ଯଦି ଏହି ଫିଲ୍ଡରେ ଗୋଟିଏ ନିର୍ଦ୍ଦିଷ୍ଟ ଶାଖା ଲାଇବ୍ରେରୀ ପାଇଁ ଥିବା URL ପ୍ରଦାନ କରାଯାଏ, ତେବେ ବହିଟି ଉପଲବ୍ଧ ଥିବା ଶାଖା ଲାଇବ୍ରେରୀ ବିଷୟରେ OPAC ଆମକୁ ସୂଚିତ କରିବ |
05:52 | hyper-link ଠିକଣାର ସୂଚନା ପାଇଁ ଲିଙ୍କ ଉପରେ ମାଉସ୍କୁ ଚଲାନ୍ତୁ |
05:58 | ଏହା ନିର୍ଦ୍ଦିଷ୍ଟ ଶାଖା ଲାଇବ୍ରେରୀର ଠିକଣା ପ୍ରଦାନ କରିବ, ଯେଉଁଠାରୁ ବହି ଜାରି କରାଯାଇପାରିବ |
06:05 | Koha ଇଣ୍ଟରଫେସ୍କୁ ଫେରିଆସନ୍ତୁ |
06:09 | ବର୍ତ୍ତମାନ ଆମ ପାଖରେ IP address ଅଛି |
06:12 | ଯଦି ଆପଣ ଗୋଟିଏ ନିର୍ଦ୍ଦିଷ୍ଟ IP address ପାଇଁ ଥିବା Koha admin ଆକ୍ସେସ୍ ଉପରେ କଟକଣା ଲଗାଇବାକୁ ଚାହାନ୍ତି, ତେବେ ଏଠାରେ ଆପଣ ସେହି IPକୁ ନିର୍ଦ୍ଦିଷ୍ଟ କରିପାରିବେ |
06:22 | ଅନ୍ୟଥା, ଆପଣ ଏହାକୁ ଖାଲି ଛାଡ଼ିପାରିବେ |
06:25 | ମୁଁ ଏହାକୁ ଖାଲି ଛାଡ଼ିଦେବି |
06:28 | ଶେଷରେ, ଆମ ପାଖରେ Notes ଫିଲ୍ଡ ଅଛି |
06:32 | ଭବିଷ୍ୟତ ରେଫରେନ୍ସ ପାଇଁ ଆପଣ ଏଠାରେ ଯେକୌଣସି ନୋଟ୍ ଲେଖିପାରିବେ |
06:37 | ଏଗୁଡ଼ିକ OPACରେ ପ୍ରଦର୍ଶିତ ହେବନାହିଁ |
06:40 | ସମସ୍ତ ବିବରଣୀ ପୂରଣ କରିସାରିବା ପରେ, Submit ବଟନ୍ରେ କ୍ଲିକ୍ କରନ୍ତୁ |
06:46 | ନୂଆ ଭାବେ ଯୋଡ଼ି ହୋଇଥିବା ଲାଇବ୍ରେରୀର ନାମ Libraries ପେଜ୍ରେ ଦେଖାଦେବ |
06:51 | ଆମ ପାଇଁ, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ |
06:55 | ବର୍ତ୍ତମାନ Group ଲାଇବ୍ରେରୀ ବିକଳ୍ପ କେତେବେଳେ ବ୍ୟବହାର କରାଯାଏ, ଚାଲନ୍ତୁ ଦେଖିବା |
07:00 | ଯଦି ଆପଣ ଗୋଟିଏ ନୂଆ ଗ୍ରୁପ୍ ଯୋଡ଼ିବାକୁ ଚାହାନ୍ତି, ତେବେ ଟାବ୍ + New Group ଉପରେ କ୍ଲିକ୍ କରନ୍ତୁ |
07:07 | ମନେକରନ୍ତୁ, ଆପଣଙ୍କ ପାଖରେ କିଛି ଶାଖା ଲାଇବ୍ରେରୀ ଅଛି, ଉଦାହରଣସ୍ଵରୂପ - Chemistry ଲାଇବ୍ରେରୀ, Physics ଲାଇବ୍ରେରୀ ଓ Biology ଲାଇବ୍ରେରୀ ଏବଂ ଆପଣ ସେଗୁଡ଼ିକୁ ଏକତ୍ର କରିବାକୁ ଚାହୁଁଛନ୍ତି |
07:19 | ଏଭଳି କ୍ଷେତ୍ରରେ, Group ଲାଇବ୍ରେରୀ ବିକଳ୍ପକୁ ବ୍ୟବହାର କରନ୍ତୁ |
07:24 | ଏହି ଗ୍ରୁପ୍କୁ Science ଲାଇବ୍ରେରୀ ଭାବେ ନାମିତ କରନ୍ତୁ, ଯାହା ମୁଖ୍ୟ ଲାଇବ୍ରେରୀ ଅଧୀନରେ ରହିବ |
07:31 | ସମାନତା ଏବଂ/କିମ୍ବା ସମାନ ଗୁଣ ଅନୁସାରେ ଗ୍ରୁପ୍ କରାଯାଇପାରିବ |
07:40 | ଜଣେ ଡାଟାବେସ୍ ଆଡମିନିଷ୍ଟ୍ରେଟିଭ୍ ୟୁଜର୍ ଭାବେ ନିଜର ସାମ୍ପ୍ରତିକ ସେସନ୍ରୁ ଲଗ୍-ଆଉଟ୍ କରନ୍ତୁ |
07:45 | ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ ଏବଂ No Library Set ଉପରେ କ୍ଲିକ୍ କରନ୍ତୁ |
07:52 | ଡ୍ରପ୍-ଡାଉନ୍ରେ ଥିବା Logout ଉପରେ କ୍ଲିକ୍ କରନ୍ତୁ |
07:57 | ଏହା ଆମକୁ ଏହି ଟ୍ୟୁଟୋରିଆଲ୍ର ସମାପ୍ତିକୁ ଆଣେ |
08:01 | ସଂକ୍ଷିପ୍ତରେ |
08:03 | ଏହି ଟ୍ୟୁଟୋରିଆଲ୍ରେ ଆମେ, ଗୋଟିଏ ଲାଇବ୍ରେରୀ ତିଆରି କରିବା ଏବଂ ଗୋଟିଏ ନୂଆ ଗ୍ରୁପ୍ ତିଆରି କରିବା ବିଷୟରେ ଶିଖିଲେ |
08:11 | ଗୋଟିଏ ଆସାଇନ୍ମେଣ୍ଟ ଭାବେ, ଗୋଟିଏ ନୂଆ ଲାଇବ୍ରେରୀ ଏବଂ ଗୋଟିଏ ନୂଆ ଗ୍ରୁପ୍ ତିଆରି କରନ୍ତୁ |
08:17 | ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
08:25 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
08:35 | ନିର୍ଦ୍ଦିଷ୍ଟ ପ୍ରଶ୍ନଗୁଡ଼ିକ ପାଇଁ ଥିବା ଫୋରମ୍: ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର କିଛି ପ୍ରଶ୍ନ ଅଛି କି? |
08:42 | ଦୟାକରି ଏହି ସାଇଟ୍କୁ ଯାଆନ୍ତୁ. ଆପଣଙ୍କର ପ୍ରଶ୍ନ ଥିବା ମିନିଟ୍ ଓ ସେକେଣ୍ଡକୁ ଚୟନ କରନ୍ତୁ |
08:49 | ନିଜର ପ୍ରଶ୍ନକୁ ସଂକ୍ଷେପରେ ବର୍ଣ୍ଣନା କରନ୍ତୁ |
08:51 | ଆମ ଟିମ୍ରୁ କେହି ଜଣେ ସେଗୁଡ଼ିକର ଉତ୍ତର ଦେବେ |
08:55 | ନିର୍ଦ୍ଦିଷ୍ଟ ପ୍ରଶ୍ନଗୁଡ଼ିକ ପାଇଁ ଥିବା ଫୋରମ୍: |
08:58 | ଏହି ଟ୍ୟୁଟୋରିଆଲ୍ ଉପରେ ଥିବା ନିର୍ଦ୍ଦିଷ୍ଟ ପ୍ରଶ୍ନ ପାଇଁ ସ୍ପୋକନ୍ ଟ୍ୟୁଟୋରିଆଲ୍ ଫୋରମ୍ ଅଛି |
09:03 | ଦୟାକରି ସେଠାରେ ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନଗୁଡ଼ିକ ପୋଷ୍ଟ କରନ୍ତୁ ନାହିଁ |
09:08 | ଏହା କ୍ଲଟର୍କୁ ହ୍ରାସ କରିବାରେ ସାହାଯ୍ୟ କରିବ |
09:11 | କମ୍ କ୍ଲଟର୍ ସହିତ ଆମେ ଏହି ଆଲୋଚନାକୁ ନିର୍ଦ୍ଦେଶାତ୍ମକ ସାମଗ୍ରୀ ଭାବେ ବ୍ୟବହାର କରିପାରିବା |
09:17 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ |
09:23 | ଏହି ମିସନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
09:28 | ଆଇଆଇଟି ବମ୍ବେ ତରଫରୁ
ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |