Koha-Library-Management-System/C2/How-to-create-a-library/Oriya

From Script | Spoken-Tutorial
Jump to: navigation, search
Time
Narration
00:01 How to create a Library in Koha ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲ୍‌ରେ ଆମେ ଗୋଟିଏ ଲାଇବ୍ରେରୀ ଓ ଗ୍ରୁପ୍ ତିଆରି କରିବା ବିଷୟରେ ଶିଖିବା
00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ଉବଣ୍ଟୁ Linux Operating ସିଷ୍ଟମ୍ 16.04 ଓ
00:24 Koha ଭର୍ସନ୍ 16.05 ବ୍ୟବହାର କରୁଛି
00:29 ଏହି ଟ୍ୟୁଟୋରିଆଲ୍‌କୁ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ
00:35 ଏହି ଟ୍ୟୁଟୋରିଆଲ୍‌କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍‌ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଦରକାର
00:41 ଏବଂ Kohaରେ Admin ଆକ୍ସେସ୍ ମଧ୍ୟ ଥିବା ଆବଶ୍ୟକ
00:46 ଅଧିକ ବିବରଣୀ ପାଇଁ ଏହି ୱେବସାଇଟ୍‌ରେ ଥିବା Koha Spoken Tutorialର ଅଧ୍ୟାୟଗୁଡ଼ିକୁ ଦୟାକରି ରେଫର୍ କରନ୍ତୁ
00:53 ଚାଲନ୍ତୁ ଆରମ୍ଭ କରିବା. ମୁଁ ମୋର ସିଷ୍ଟମ୍‌ରେ ପୂର୍ବରୁ Koha ଇନଷ୍ଟଲ୍ କରିସାରିଛି
00:59 ମୁଁ Koha ଇଣ୍ଟରଫେସ୍‌କୁ ସ୍ଵିଚ୍ କରିବି
01:03 ଇନଷ୍ଟଲେଶନ୍ କରିବା ସମୟରେ ପ୍ରଦାନ କରାଯାଇଥିବା ୟୁଜର୍‌ନେମ୍ ଓ ପାସ୍ୱର୍ଡ ବ୍ୟବହାର କରି Kohaରେ ଲଗ୍-ଇନ୍ କରନ୍ତୁ
01:10 ମୋର ସିଷ୍ଟମ୍‌ରେ ମୁଁ ୟୁଜର୍‌ନେମ୍ ଭାବେ koha underscore library ଲେଖିଛି
01:17 ବର୍ତ୍ତମାନ conf.xml ଫାଇଲ୍ରୁ ନୋଟ୍ କରାଯାଇଥିବା ପାସ୍ୱର୍ଡକୁ ଟାଇପ୍ କରନ୍ତୁ
01:25 Kohaର ମୂଳ ପେଜ୍ ଖୋଲିଯିବ
01:27 ଧ୍ୟାନ ଦିଅନ୍ତୁ ଯେ, Kohaକୁ ସେଟ୍-ଅପ୍ କରିବା ବେଳେ Kohaରେ ତିଆରି ହେବାକୁ ଥିବା ପ୍ରତ୍ୟେକ ଶାଖା ଲାଇବ୍ରେରୀଗୁଡ଼ିକର ବିବରଣୀକୁ ଯୋଡ଼ନ୍ତୁ
01:38 ପରବର୍ତ୍ତୀ ସମୟରେ Kohaର ବିଭିନ୍ନ କ୍ଷେତ୍ରରେ ଏହି ଡାଟାକୁ ବ୍ୟବହାର କରାଯିବ
01:43 ବର୍ତ୍ତମାନ ଗୋଟିଏ ନୂଆ ଲାଇବ୍ରେରୀ ଯୋଡ଼ନ୍ତୁ
01:47 Koha ଇଣ୍ଟରଫେସ୍‌କୁ ଫେରିଆସନ୍ତୁ
01:50 Homeକୁ ଯାଆନ୍ତୁ ଏବଂ Koha Administration ଉପରେ କ୍ଲିକ୍ କରନ୍ତୁ
01:56 ମୌଳିକ ପାରାମିଟର୍ ବିଭାଗକୁ ଚିହ୍ନଟ କରନ୍ତୁ
02:00 Libraries and groups ଉପରେ କ୍ଲିକ୍ କରନ୍ତୁ
02:04 ଗୋଟିଏ ନୂଆ ଲାଇବ୍ରେରୀ ଯୋଡ଼ିବା ପାଇଁ, ଟାବ୍ + New Library ଉପରେ କ୍ଲିକ୍ କରନ୍ତୁ
02:10 ବର୍ତ୍ତମାନ ପାଇଁ ଗ୍ରୁପ୍ ବିଭାଗକୁ ଛାଡ଼ିଦିଅନ୍ତୁ
02:15 ଏହି ପେଜ୍‌ରେ ଧ୍ୟାନ ଦିଅନ୍ତୁ ଯେ, ନାଲିରେ ଚିହ୍ନିତ ହୋଇଥିବା ଫିଲ୍ଡଗୁଡ଼ିକ ବାଧ୍ୟତାମୂଳକ ଅଟେ
02:21 ମୁଁ ଏଠାରେ କରିବା ଭଳି ନିଜର ଲାଇବ୍ରେରୀ ପାଇଁ ଲାଇବ୍ରେରୀ କୋଡ୍ ଓ ନେମ୍ ଫିଲ୍ଡଗୁଡ଼ିକୁ ପୂରଣ କରନ୍ତୁ
02:29 କିଛି ଜରୁରୀ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ- ଲାଇବ୍ରେରୀ କୋଡ୍‌ରେ କୌଣସି ସ୍ପେସ୍ ରହିବ ନାହିଁ
02:36 ଏବଂ ଏହା 10ରୁ ଅଧିକ ଅକ୍ଷର ବିଶିଷ୍ଟ ହେବ ନାହିଁ
02:40 ଏହି କୋଡ୍ ଡାଟାବେସ୍‌ରେ ଗୋଟିଏ ସ୍ଵତନ୍ତ୍ର ଚିହ୍ନଟକାରୀ ଭାବେ ବ୍ୟବହୃତ ହେବ
02:46 ପରବର୍ତ୍ତୀ ବିଭାଗ, ଯେଉଁଠାରେ ଠିକଣା, ଫୋନ୍ ନମ୍ବର୍ ଭଳି ଆମ ଲାଇବ୍ରେରୀର ଯୋଗାଯୋଗ ବିବରଣୀଗୁଡ଼ିକୁ ପୂରଣ କରିବାକୁ ହେବ
02:58 ଏଠାରେ ପ୍ରଦର୍ଶିତ ହେବା ଭଳି ମୁଁ ବିବରଣୀଗୁଡ଼ିକୁ ପୂରଣ କରିଛି
03:01 ଏଠାରେ ତାଲିକାଭୁକ୍ତ ହୋଇଥିବା କୌଣସି ଫିଲ୍ଡ ପାଇଁ ଆପଣଙ୍କର ଯଦି କିଛି ସୂଚନା ନଥାଏ, ତେବେ ଏହାକୁ ଖାଲି ଛାଡ଼ିଦିଅନ୍ତୁ
03:08 ସମାନ ଭାବେ, ଏହି ପେଜ୍ରେ ନିଜ ଲାଇବ୍ରେରୀର ବିବରଣୀଗୁଡ଼ିକୁ ପୂରଣ କରନ୍ତୁ
03:13 ଠିକଣା ଓ ଫୋନ୍ ବିବରଣୀ ପରବର୍ତ୍ତୀ ସମୟରେ କଷ୍ଟମ୍ ନୋଟିସ୍ ପାଇଁ ବ୍ୟବହାର କରାଯାଇପାରିବ
03:20 ଯେତେବେଳେ ସଦସ୍ୟମାନେ ଲାଇବ୍ରେରୀକୁ ଯୋଗାଯୋଗ କରିବାକୁ ଚାହିଁବେ, ସେତେବେଳେ ସେମାନେ ଏହି ବିବରଣୀଗୁଡ଼ିକୁ ମଧ୍ୟ ବ୍ୟବହାର କରିପାରିବେ
03:26 ଆପଣ ଦେଖିପାରୁଥିବେ ଯେ, Email id ଫିଲ୍ଡ ବାଧ୍ୟତାମୂଳକ ନୁହେଁ
03:31 ହେଲେ, ଆପଣ ତିଆରି କରିଥିବା ଲାଇବ୍ରେରୀ ପାଇଁ ଗୋଟିଏ email id ରହିବା ଅତ୍ୟନ୍ତ ଜରୁରୀ ଅଟେ
03:38 ଏହା ସେହି email id ଅଟେ, ଯେଉଁଠାରୁ ନୋଟିସ୍ଗୁଡ଼ିକ ସଦସ୍ୟମାନଙ୍କ ନିକଟକୁ ଯାଇଥାଏ ଏବଂ ଆସିଥାଏ
03:45 Gmail id ସବୁଠାରୁ ପସନ୍ଦଯୋଗ୍ୟ ଅଟେ, କାରଣ ମେଲ୍ ପଠାଇବା ଏବଂ/କିମ୍ବା ପ୍ରାପ୍ତ କରିବା ପାଇଁ ଏହାକୁ ସହଜରେ କନଫିଗର୍ କରାଯାଇପାରିବ
03:54 Email id ଫିଲ୍ଡର ନିମ୍ନରେ Reply-To ଓ Return-Path ଫିଲ୍ଡଗୁଡ଼ିକ ଅଛି
04:01 Reply-To- ଯଦି ନୋଟିସ୍ଗୁଡ଼ିକର ସମସ୍ତ ଉତ୍ତର ପାଇଁ ଆପଣ ଅନ୍ୟ ଗୋଟିଏ ଡିଫଲ୍ଟ email ଠିକଣାକୁ ନିର୍ଦ୍ଦିଷ୍ଟ କରିବାକୁ ଚାହାନ୍ତି, ତେବେ ତାହା ଏଠାରେ କରିପାରିବେ
04:11 ମୁଁ stlibreoffice@gmail.com ଭାବେ Reply-To email idକୁ ଯୋଡ଼ିବି
04:20 ଯଦି ଏହାକୁ ଖାଲି ଛାଡ଼ିଦିଆଯାଏ, ତେବେ ସମସ୍ତ ଉତ୍ତରଗୁଡ଼ିକ ଉପରୋକ୍ତ Email idକୁ ଚାଲିଯିବ
04:27 Return-Path ହେଉଛି ସେହି email ଠିକଣା, ଯେଉଁଠିକୁ ବାଉନ୍ସ ହୋଇଥିବା ସମସ୍ତ ବାର୍ତ୍ତା ଯିବ
04:34 ଯଦି ଏହାକୁ ଖାଲି ଛାଡ଼ିଦିଆଯାଏ, ତେବେ ବାଉନ୍ସ ହୋଇଥିବା ସମସ୍ତ ବାର୍ତ୍ତା, ଉପରୋକ୍ତ Email idକୁ ଫେରିଯିବ
04:42 ତେଣୁ, ପ୍ରକୃତରେ କହିବାକୁ ଗଲେ ତିନୋଟି ବିଭିନ୍ନ email id ବ୍ୟବହାର କରାଯାଇପାରିବ
04:48 Email id
04:50 Reply-To ଓ
04:52 Return-Path
04:55 ହେଲେ, ଯଦି କେବଳ ଗୋଟିଏ email id ପ୍ରଦାନ କରାଯାଇଇଥାଏ, ତେବେ Koha ଏହାକୁ ଡିଫଲ୍ଟ ଭାବେ ଏହି ତିନୋଟି ଫିଲ୍ଡ ପାଇଁ ବ୍ୟବହାର କରିବ
05:04 ତା’ପରେ, ଏଠାରେ ମୁଁ କରିଥିବା ଭଳି ଫିଲ୍ଡରେ ନିଜ ଲାଇବ୍ରେରୀର URLକୁ ପ୍ରଦାନ କରନ୍ତୁ
05:10 URL ଫିଲ୍ଡକୁ ପୂରଣ କରିବା ଦ୍ଵାରା OPACରେ ଥିବା holdings tableରେ ଗୋଟିଏ ନିର୍ଦ୍ଦିଷ୍ଟ ଲାଇବ୍ରେରୀ ନାମ ଲିଙ୍କ ହୋଇଯିବ
05:18 ଏହା ପରେ, OPAC ସୂଚନାକୁ ପୂରଣ କରନ୍ତୁ
05:23 ଏହା ସେହି ସ୍ଥାନ ଅଟେ, ଯେଉଁଠାରେ ଆପଣଙ୍କୁ ନିଜର ଲାଇବ୍ରେରୀ ବିଷୟରେ ସୂଚନା ଦେବାକୁ ହେବ
05:28 ମୁଁ ଏଠାରେ ମୋ ଲାଇବ୍ରେରୀ ବିଷୟରେ କିଛି ସୂଚନା ପ୍ରଦାନ କରିଛି
05:33 ଏହି ସୂଚନା OPACରେ ଦୃଶ୍ୟମାନ ହେବ, ଯେତେବେଳେ ଆପଣ holdings tableରେ ଥିବା ଲାଇବ୍ରେରୀ ନାମ ଉପରେ କର୍ସର୍‌କୁ ଚାଳନା କରିବେ
05:41 ଯଦି ଏହି ଫିଲ୍ଡରେ ଗୋଟିଏ ନିର୍ଦ୍ଦିଷ୍ଟ ଶାଖା ଲାଇବ୍ରେରୀ ପାଇଁ ଥିବା URL ପ୍ରଦାନ କରାଯାଏ, ତେବେ ବହିଟି ଉପଲବ୍ଧ ଥିବା ଶାଖା ଲାଇବ୍ରେରୀ ବିଷୟରେ OPAC ଆମକୁ ସୂଚିତ କରିବ
05:52 hyper-link ଠିକଣାର ସୂଚନା ପାଇଁ ଲିଙ୍କ ଉପରେ ମାଉସ୍‌କୁ ଚଲାନ୍ତୁ
05:58 ଏହା ନିର୍ଦ୍ଦିଷ୍ଟ ଶାଖା ଲାଇବ୍ରେରୀର ଠିକଣା ପ୍ରଦାନ କରିବ, ଯେଉଁଠାରୁ ବହି ଜାରି କରାଯାଇପାରିବ
06:05 Koha ଇଣ୍ଟରଫେସ୍‌କୁ ଫେରିଆସନ୍ତୁ
06:09 ବର୍ତ୍ତମାନ ଆମ ପାଖରେ IP address ଅଛି
06:12 ଯଦି ଆପଣ ଗୋଟିଏ ନିର୍ଦ୍ଦିଷ୍ଟ IP address ପାଇଁ ଥିବା Koha admin ଆକ୍ସେସ୍ ଉପରେ କଟକଣା ଲଗାଇବାକୁ ଚାହାନ୍ତି, ତେବେ ଏଠାରେ ଆପଣ ସେହି IPକୁ ନିର୍ଦ୍ଦିଷ୍ଟ କରିପାରିବେ
06:22 ଅନ୍ୟଥା, ଆପଣ ଏହାକୁ ଖାଲି ଛାଡ଼ିପାରିବେ
06:25 ମୁଁ ଏହାକୁ ଖାଲି ଛାଡ଼ିଦେବି
06:28 ଶେଷରେ, ଆମ ପାଖରେ Notes ଫିଲ୍ଡ ଅଛି
06:32 ଭବିଷ୍ୟତ ରେଫରେନ୍ସ ପାଇଁ ଆପଣ ଏଠାରେ ଯେକୌଣସି ନୋଟ୍ ଲେଖିପାରିବେ
06:37 ଏଗୁଡ଼ିକ OPACରେ ପ୍ରଦର୍ଶିତ ହେବନାହିଁ
06:40 ସମସ୍ତ ବିବରଣୀ ପୂରଣ କରିସାରିବା ପରେ, Submit ବଟନ୍‌ରେ କ୍ଲିକ୍ କରନ୍ତୁ
06:46 ନୂଆ ଭାବେ ଯୋଡ଼ି ହୋଇଥିବା ଲାଇବ୍ରେରୀର ନାମ Libraries ପେଜ୍‌ରେ ଦେଖାଦେବ
06:51 ଆମ ପାଇଁ, ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀ
06:55 ବର୍ତ୍ତମାନ Group ଲାଇବ୍ରେରୀ ବିକଳ୍ପ କେତେବେଳେ ବ୍ୟବହାର କରାଯାଏ, ଚାଲନ୍ତୁ ଦେଖିବା
07:00 ଯଦି ଆପଣ ଗୋଟିଏ ନୂଆ ଗ୍ରୁପ୍ ଯୋଡ଼ିବାକୁ ଚାହାନ୍ତି, ତେବେ ଟାବ୍ + New Group ଉପରେ କ୍ଲିକ୍ କରନ୍ତୁ
07:07 ମନେକରନ୍ତୁ, ଆପଣଙ୍କ ପାଖରେ କିଛି ଶାଖା ଲାଇବ୍ରେରୀ ଅଛି, ଉଦାହରଣସ୍ଵରୂପ - Chemistry ଲାଇବ୍ରେରୀ, Physics ଲାଇବ୍ରେରୀ ଓ Biology ଲାଇବ୍ରେରୀ ଏବଂ ଆପଣ ସେଗୁଡ଼ିକୁ ଏକତ୍ର କରିବାକୁ ଚାହୁଁଛନ୍ତି
07:19 ଏଭଳି କ୍ଷେତ୍ରରେ, Group ଲାଇବ୍ରେରୀ ବିକଳ୍ପକୁ ବ୍ୟବହାର କରନ୍ତୁ
07:24 ଏହି ଗ୍ରୁପ୍କୁ Science ଲାଇବ୍ରେରୀ ଭାବେ ନାମିତ କରନ୍ତୁ, ଯାହା ମୁଖ୍ୟ ଲାଇବ୍ରେରୀ ଅଧୀନରେ ରହିବ
07:31 ସମାନତା ଏବଂ/କିମ୍ବା ସମାନ ଗୁଣ ଅନୁସାରେ ଗ୍ରୁପ୍ କରାଯାଇପାରିବ
07:40 ଜଣେ ଡାଟାବେସ୍ ଆଡମିନିଷ୍ଟ୍ରେଟିଭ୍ ୟୁଜର୍ ଭାବେ ନିଜର ସାମ୍ପ୍ରତିକ ସେସନ୍‌ରୁ ଲଗ୍-ଆଉଟ୍ କରନ୍ତୁ
07:45 ଏହା କରିବା ପାଇଁ ଉପର ଡାହାଣପଟ କୋଣକୁ ଯାଆନ୍ତୁ ଏବଂ No Library Set ଉପରେ କ୍ଲିକ୍ କରନ୍ତୁ
07:52 ଡ୍ରପ୍-ଡାଉନ୍‌ରେ ଥିବା Logout ଉପରେ କ୍ଲିକ୍ କରନ୍ତୁ
07:57 ଏହା ଆମକୁ ଏହି ଟ୍ୟୁଟୋରିଆଲ୍‌ର ସମାପ୍ତିକୁ ଆଣେ
08:01 ସଂକ୍ଷିପ୍ତରେ
08:03 ଏହି ଟ୍ୟୁଟୋରିଆଲ୍‌ରେ ଆମେ, ଗୋଟିଏ ଲାଇବ୍ରେରୀ ତିଆରି କରିବା ଏବଂ ଗୋଟିଏ ନୂଆ ଗ୍ରୁପ୍ ତିଆରି କରିବା ବିଷୟରେ ଶିଖିଲେ
08:11 ଗୋଟିଏ ଆସାଇନ୍‌ମେଣ୍ଟ ଭାବେ, ଗୋଟିଏ ନୂଆ ଲାଇବ୍ରେରୀ ଏବଂ ଗୋଟିଏ ନୂଆ ଗ୍ରୁପ୍ ତିଆରି କରନ୍ତୁ
08:17 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
08:25 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
08:35 ନିର୍ଦ୍ଦିଷ୍ଟ ପ୍ରଶ୍ନଗୁଡ଼ିକ ପାଇଁ ଥିବା ଫୋରମ୍: ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର କିଛି ପ୍ରଶ୍ନ ଅଛି କି?
08:42 ଦୟାକରି ଏହି ସାଇଟ୍କୁ ଯାଆନ୍ତୁ. ଆପଣଙ୍କର ପ୍ରଶ୍ନ ଥିବା ମିନିଟ୍ ଓ ସେକେଣ୍ଡକୁ ଚୟନ କରନ୍ତୁ
08:49 ନିଜର ପ୍ରଶ୍ନକୁ ସଂକ୍ଷେପରେ ବର୍ଣ୍ଣନା କରନ୍ତୁ
08:51 ଆମ ଟିମ୍‌ରୁ କେହି ଜଣେ ସେଗୁଡ଼ିକର ଉତ୍ତର ଦେବେ
08:55 ନିର୍ଦ୍ଦିଷ୍ଟ ପ୍ରଶ୍ନଗୁଡ଼ିକ ପାଇଁ ଥିବା ଫୋରମ୍:
08:58 ଏହି ଟ୍ୟୁଟୋରିଆଲ୍ ଉପରେ ଥିବା ନିର୍ଦ୍ଦିଷ୍ଟ ପ୍ରଶ୍ନ ପାଇଁ ସ୍ପୋକନ୍ ଟ୍ୟୁଟୋରିଆଲ୍ ଫୋରମ୍ ଅଛି
09:03 ଦୟାକରି ସେଠାରେ ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନଗୁଡ଼ିକ ପୋଷ୍ଟ କରନ୍ତୁ ନାହିଁ
09:08 ଏହା କ୍ଲଟର୍କୁ ହ୍ରାସ କରିବାରେ ସାହାଯ୍ୟ କରିବ
09:11 କମ୍ କ୍ଲଟର୍ ସହିତ ଆମେ ଏହି ଆଲୋଚନାକୁ ନିର୍ଦ୍ଦେଶାତ୍ମକ ସାମଗ୍ରୀ ଭାବେ ବ୍ୟବହାର କରିପାରିବା
09:17 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
09:23 ଏହି ମିସନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
09:28 ଆଇଆଇଟି ବମ୍ବେ ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep