Jmol-Application/C4/Proteins-and-Macromolecules/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Proteins and Macromolecules ଉପରେ ଥିବା ଏହି ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:06 | ଏହି ଟ୍ୟୁଟୋରିଆଲରେ, ଆମେ ଶିଖିବା: |
| 00:09 | Protein Data Bank (PDB)ରୁ proteinଗୁଡିକର ଷ୍ଟ୍ରକଚରକୁ Load କରିବା |
| 00:13 | PDB ଡେଟାବେସରୁ .pdb ଫାଇଲଗୁଡିକୁ ଡାଉନଲୋଡ୍ କରିବା |
| 00:18 | ପ୍ରୋଟିନଗୁଡିକର ସେକେଣ୍ଡାରୀ ଷ୍ଟ୍ରକଚରକୁ ବିଭିନ୍ନ ଫର୍ମାଟରେ ପ୍ରଦର୍ଶନ କରିବା |
| 00:24 | hydrogen bond ଓ disulfide bondଗୁଡିକୁ ହାଇଲାଇଟ୍ କରିବା |
| 00:29 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ Jmol Application windowର ମୌଳିକ କାର୍ଯ୍ୟପ୍ରଣାଳି ସହିତ ଆପଣ ପରିଚିତ ଥିବା ଆବଶ୍ୟକ |
| 00:37 | ଯଦି ନୁହେଁ ତେବେ ଆମ ୱେବସାଇଟରେ ଉପଲବ୍ଧ ଥିବା ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ |
| 00:42 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: |
| 00:46 | Ubuntu ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 12.04 |
| 00:50 | Jmol ଭର୍ସନ୍ 12.2.2 |
| 00:54 | Java ଭର୍ସନ୍ 7 ଏବଂ |
| 00:57 | Mozilla Firefox ବ୍ରାଉଜର୍ 22.0 |
| 01:02 | ବୃହତ ବାୟୋମଲିକ୍ୟୁଲଗୁଡିକର Structure Analysis କରିବା ଯେପରି- |
| 01:06 | Proteins ଓ Macromolecules |
| 01:10 | Nucleic acids, DNA ଓ RNA |
| 01:13 | Jmol Applicationକୁ ବ୍ୟବହାର କରାଯାଇ Crystal structures ଓ polymerଗୁଡିକୁ କରାଯାଇପାରିବ |
| 01:19 | ଏଠାରେ ଗୋଟିଏ ନୁତନ Jmol window ଖୋଲାଯାଇଛି |
| 01:24 | ବାୟୋମଲିକ୍ୟୁଲଗୁଡିକର 3D structureକୁ ଡେଟାବେସରୁ ସିଧାସଳଖ ଡାଉନଲୋଡ୍ କରି ଦେଖାଯାଇପାରିବ |
| 01:29 | ଏହା କରିବା ପାଇଁ, File ମେନୁ ଉପରେ କ୍ଲିକ୍ କରିବା ସହିତ Get PDB ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ |
| 01:36 | screen ଉପରେ ଗୋଟିଏ Input ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
| 01:40 | Input ବକ୍ସରେ ନିର୍ଦ୍ଦିଷ୍ଟ protein ପାଇଁ ଚାରିଅକ୍ଷର ବିଶିଷ୍ଟ PDB କୋଡକୁ ଟାଇପ୍ କରିବାକୁ ହେବ |
| 01:48 | ଏହି କୋଡକୁ Protein Data Bank (PDB) ୱେବସାଇଟରୁ ପ୍ରାପ୍ତ କରାଯାଇପାରିବ |
| 01:53 | ଏହା Protein Data Bankର ୱେବ-ପେଜ୍ ଅଟେ |
| 01:57 | ଏଥିରେ ବାୟୋମଲିକ୍ୟୁଲଗୁଡିକ ଯେପରି proteins ଓ nucleic acids ବିଷୟକ ତଥ୍ୟ ଅଛି |
| 02:04 | ଗୋଟିଏ ଉଦାହରଣ ଭାବେ, PDB ୱେବସାଇଟରୁ Pancreatic Enzyme Insulin ପାଇଁ ଥିବା PDB codeକୁ ପ୍ରାପ୍ତ କରିବାକୁ ଚେଷ୍ଟା କରନ୍ତୁ |
| 02:13 | search box ରେ, human insulin ଭାବେ ପ୍ରୋଟିନର ନାମକୁ ଟାଇପ୍ କରନ୍ତୁ. କୀବୋର୍ଡ ଉପରେ Enter କୀକୁ ଦାବନ୍ତୁ |
| 02:24 | ବର୍ତ୍ତମାନ, ୱେବ-ପେଜରେ ତାହା ଦୃଶ୍ୟମାନ ହୋଇଛି, ତଳକୁ ସ୍କ୍ରୋଲ୍ କରନ୍ତୁ |
| 02:28 | ଉପଲବ୍ଧ ଥିବା Human Insulin ଷ୍ଟ୍ରକଚରଗୁଡିକ ସହିତ PDB codeଗୁଡିକର ଗୋଟିଏ ତାଲିକା ସ୍କ୍ରୀନ୍ ଉପରେ ଦୃଶ୍ୟମାନ ହେବ |
| 02:36 | ଗୋଟିଏ ଉଦାହରଣ ଭାବେ, କୋଡ୍ 4EX1 ଥିବା Human Insulinକୁ ଚୟନ କରନ୍ତୁ |
| 02:44 | ପ୍ରୋଟିନର ନାମ ଉପରେ କ୍ଲିକ୍ କରନ୍ତୁ |
| 02:47 | ଷ୍ଟ୍ରକଚରର ସମସ୍ତ ବିବରଣୀ ଥିବା ଗୋଟିଏ window ଖୋଲିବ |
| 02:52 | ତଥ୍ୟ ଯେପରି- |
| 02:54 | Primary Citation |
| 02:56 | Molecular Description ଓ |
| 02:58 | Structure Validation ଏହି ପେଜରେ ଉପଲବ୍ଧ ହେବ |
| 03:02 | ପ୍ରୋଟିନର ଷ୍ଟ୍ରକଚରଗୁଡିକୁ .pdb ଫାଇଲ୍ ଭାବେ save କରିପାରିବେ ଏବଂ Jmolରେ ସେଗୁଡିକୁ 3D modeରେ ଦେଖିପାରିବେ |
| 03:12 | pageର ଉପର ଡାହାଣ ପଟ କୋଣରେ ଥିବା ଲିଙ୍କ Download Files ଉପରେ କ୍ଲିକ୍ କରନ୍ତୁ |
| 03:20 | ଡ୍ରପ୍-ଡାଉନ୍ ମେନୁରେ ଥିବା ବିକଳ୍ପ PDB file (gz)କୁ ଚୟନ କରନ୍ତୁ |
| 03:28 | ସ୍କ୍ରୀନ୍ ଉପରେ ଗୋଟିଏ ଡାଇଲଗ୍ ବକ୍ସ ଖୋଲିବ |
| 03:32 | ବିକଳ୍ପ Save fileକୁ ଚୟନ କରନ୍ତୁ |
| 03:35 | OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 03:39 | Downloads ଫୋଲ୍ଡର୍ ମଧ୍ୟରେ proteinର ଷ୍ଟ୍ରକଚର୍ 4EX1.pdb.gz ଭାବେ ସେଭ୍ ହୋଇଯିବ |
| 03:51 | ସେହିପରି, ବିଭିନ୍ନ ପ୍ରୋଟିନଗୁଡିକର ଆବଶ୍ୟକ .pdb ଫାଇଲଗୁଡିକୁ ଡାଉନଲୋଡ୍ କରିବା ସହ ସେଗୁଡିକୁ ଅଲଗା ଫାଇଲଭାବେ save କରିପାରିବେ |
| 04:02 | ବର୍ତ୍ତମାନ, Insulinର 3D ଷ୍ଟ୍ରକଚରକୁ ଦେଖିବା ପାଇଁ Jmol ୱିଣ୍ଡୋକୁ ଫେରିଆସନ୍ତୁ |
| 04:09 | ଯଦି ଇଣ୍ଟର୍ନେଟ୍ ସହିତ ସଂଜୁକ୍ତ ଥିବେ ତେବେ Jmol panel ଉପରେ ପ୍ରୋଟିନ୍ ଷ୍ଟ୍ରକଚରକୁ ସିଧାସଳଖ ଡାଉନଲୋଡ୍ କରିପାରିବେ |
| 04:15 | ଟେକ୍ସଟ-ବକ୍ସ ଉପରେ ଚାରିଅକ୍ଷର ବିଶିଷ୍ଟ PDB କୋଡ୍ 4EX1କୁ ଟାଇପ୍ କରିବା ସହ OK ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 04:25 | ଯଦି ଇଣ୍ଟର୍ନେଟ୍ ସହିତ ସଂଯୁକ୍ତ ନାହାଁନ୍ତି ତେବେ ଟୂଲ୍-ବାର୍ ଉପରେ ଥିବା Open a File ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 04:34 | ପ୍ୟାନେଲ୍ ଉପରେ ଗୋଟିଏ ଡାଇଲଗ୍ ବକ୍ସ ଖୋଲିଯିବ |
| 04:38 | 4EX1.pdb.gz ଫାଇଲ୍ ଥିବା ସ୍ଥାନକୁ ନାଭିଗେଟ୍ କରନ୍ତୁ ଯାହା Downloads ଫୋଲ୍ଡର୍ ଅଟେ |
| 04:47 | Downloads ଫୋଲ୍ଡରକୁ ଚୟନ କରିବା ସହ Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 04:52 | ଫାଇଲ୍ 4EX1.pdb.gz ଉପରେ କ୍ଲିକ୍ କରିବା ସହ Open ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 05:00 | ସ୍କ୍ରୀନ୍ ଉପରେ ଇନସୁଲିନର 3D ଷ୍ଟ୍ରକଚର୍ ଖୋଲିଯିବ |
| 05:05 | ପ୍ୟାନେଲ୍ ଉପରେ ପ୍ରୋଟିନର ଡିଫଲ୍ଟ ଡିସ୍ପ୍ଲେ ହେଉଛି, ball and stick |
| 05:12 | ପ୍ୟାନେଲ୍ ଉପରେ ପ୍ରୋଟିନର ଆକାର ବିନା ହାଇଡ୍ରୋଜେନ୍ ଅଣୁରେ ପ୍ରଦର୍ଶିତ ହୋଇଛି |
| 05:17 | ହାଇଡ୍ରୋଜେନ୍ ଅଣୁ ସହିତ ଆକାରକୁ ପ୍ରଦର୍ଶନ କରିବା ପାଇଁ modelkit ମେନୁକୁ ଖୋଲନ୍ତୁ |
| 05:23 | ବିକଳ୍ପ add hydrogens ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହ ଏହା ଉପରେ କ୍ଲିକ୍ କରନ୍ତୁ |
| 05:28 | ପ୍ୟାନେଲ୍ ଉପରେ ବର୍ତ୍ତମାନ ଆକାରଟି ହାଇଡ୍ରୋଜେନ୍ ଅଣୁଗୁଡିକ ସହିତ ପ୍ରଦର୍ଶିତ ହୋଇଛି |
| 05:33 | protein ଷ୍ଟ୍ରକଚର୍ ୱାଟର୍ ମଲିକ୍ୟୁଲଗୁଡିକ ସହିତ ମଧ୍ୟ ପ୍ରଦର୍ଶିତ ହୋଇଛି |
| 05:38 | ୱାଟର୍ ମଲିକ୍ୟୁଲଗୁଡିକୁ ଲୁଚାଇବା ପାଇଁ, ଦର୍ଶାଯାଇଥିବା ସୋପାନଗୁଡିକର ଅନୁସରଣ କରନ୍ତୁ |
| 05:43 | ପ୍ରଥମେ, ପପ୍-ଅପ୍ ମେନୁକୁ ଖୋଲିବା ସହ Selectକୁ ଯା’ନ୍ତୁ |
| 05:48 | ସବ୍-ମେନୁରୁ Heteroକୁ ଚୟନ କରିବା ସହ ବିକଳ୍ପ All Water ଉପରେ କ୍ଲିକ୍ କରନ୍ତୁ |
| 05:55 | ପୁନର୍ବାର ପପ୍-ଅପ୍ ମେନୁକୁ ଖୋଲନ୍ତୁ, Style >> Schemeକୁ ଯା’ନ୍ତୁ ଏବଂ ବିକଳ୍ପ CPK spacefill ଉପରେ କ୍ଲିକ୍ କରନ୍ତୁ |
| 06:05 | ଏହା ସମସ୍ତ ୱାଟର୍ ମଲିକ୍ୟୁଲକୁ CPK Spacefill ଡିସ୍ପ୍ଲେରେ ରୂପାନ୍ତର କରିଦେବ |
| 06:11 | ପୁନର୍ବାର ପପ୍-ଅପ୍ ମେନୁକୁ ଖୋଲନ୍ତୁ ଏବଂ Styleକୁ ଯା’ନ୍ତୁ, Atoms ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହ ବିକଳ୍ପ Off ଉପରେ କ୍ଲିକ୍ କରନ୍ତୁ |
| 06:22 | ବର୍ତ୍ତମାନ ପ୍ୟାନେଲ୍ ଉପରେ ବିନା ୱାଟର୍ ମଲିକ୍ୟୁଲରେ Insulinର ଷ୍ଟ୍ରକଚର୍ ଅଛି |
| 06:27 | ତା’ପରେ, ଚାଲନ୍ତୁ proteinର ସେକେଣ୍ଡାରୀ ଷ୍ଟ୍ରକଚରକୁ ବିଭିନ୍ନ ଫର୍ମାଟରେ ପ୍ରଦର୍ଶନକୁ ଶିଖିବା |
| 06:35 | pop-up menuକୁ ଖୋଲନ୍ତୁ |
| 06:37 | ବିକଳ୍ପ Selectକୁ ଯା’ନ୍ତୁ |
| 06:39 | Protein ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହ ବିକଳ୍ପ All ଉପରେ କ୍ଲିକ୍ କରନ୍ତୁ |
| 06:44 | ପପ୍-ଅପ୍ ମେନୁକୁ ଖୋଲିବା ସହ Style, ତା’ପରେ Scheme ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ |
| 06:50 | CPK Spacefill, Ball and Stick, Sticks, Wireframe, cartoon, trace ପ୍ରଭୃତି ବିକଳ୍ପଗୁଡିକ ସହିତ ଗୋଟିଏ ସବ୍-ମେନୁ ଖୋଲିବ |
| 07:02 | ସବ୍-ମେନୁରେ ଥିବା ବିକଳ୍ପ Cartoon ଉପରେ କ୍ଲିକ୍ କରନ୍ତୁ |
| 07:07 | ଏହି ଡିସ୍ପ୍ଲେ ପ୍ରୋଟିନର ସେକେଣ୍ଡାରୀ ଷ୍ଟ୍ରକଚରକୁ helices, random coils, strands, sheets ପ୍ରଭୃତି ଭାବେ ପ୍ରଦର୍ଶିତ କରିବ |
| 07:17 | ପ୍ରଦର୍ଶନର ଅଧିକ ବିକଳ୍ପଗୁଡିକ ପାଇଁ- |
| 07:19 | ପପ୍-ଅପ୍ ମେନୁକୁ ଖୋଲିବା ସହ Style ଓ ତା’ପରେ Structures ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ |
| 07:25 | ପ୍ରୋଟିନର ସେକେଣ୍ଡାରୀ ଷ୍ଟ୍ରକଚରକୁ ପ୍ରଦର୍ଶନ ସକାଷେ ଅନେକ ବିକଳ୍ପଗୁଡିକ ଏଠାରେ ଥିବା ଦେଖିପାରିବେ |
| 07:31 | ଉଦାହରଣସ୍ଵରୂପ, ବିକଳ୍ପ Strands ଉପରେ କ୍ଲିକ୍ କରନ୍ତୁ |
| 07:35 | ପ୍ୟାନେଲ୍ ଉପରେ ବର୍ତ୍ତମାନ ପ୍ରୋଟିନ୍ Strands ଭାବେ ପ୍ରଦର୍ଶିତ ହୋଇଛି |
| 07:40 | ପ୍ରଦର୍ଶନର କଲରକୁ ପରିବର୍ତ୍ତନ କରିବା ପାଇଁ: ପପ୍-ଅପ୍ ମେନୁକୁ ଖୋଲନ୍ତୁ. Color ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହ Atomsକୁ ଚୟନ କରନ୍ତୁ ଏବଂ ବିକଳ୍ପ Blue ଉପରେ କ୍ଲିକ୍ କରନ୍ତୁ |
| 07:52 | ପ୍ୟାନେଲ୍ ଉପରେ ହେଉଥିବା କଲର୍ ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ |
| 07:56 | ପ୍ରଦର୍ଶନ Ball-and-stickକୁ ଫେରାଇଆଣିବା ପାଇଁ: |
| 07:59 | ପପ୍-ଅପ୍ ମେନୁକୁ ଖୋଲିବା ସହ Styleକୁ ଚୟନ କରନ୍ତୁ ତା’ପରେ Scheme ଏବଂ ବିକଳ୍ପ Ball and stick ଉପରେ କ୍ଲିକ୍ କରନ୍ତୁ |
| 08:08 | protein modelରେ ଥିବା di-sulpfide bonds ଏବଂ hydrogen bondsକୁ ମଧ୍ୟ ହାଇଲାଇଟ୍ କରିପାରିବେ |
| 08:14 | hydrogen bondsକୁ ପ୍ରଦର୍ଶନ କରିବା ପାଇଁ: ପପ୍-ଅପ୍ ମେନୁକୁ ଖୋଲିବା ସହ Style ଏବଂ ତା’ପରେ ବିକଳ୍ପ Hydrogen Bonds ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ |
| 08:25 | ପପ୍-ଅପ୍ ମେନୁରେ ଥିବା ବିକଳ୍ପ The Hydrogen Bondsର ନିମ୍ନଲିଖିତ ଫିଚରଗୁଡିକ ଅଛି ଯେପରି: |
| 08:30 | Calculate, Set Hydrogen Bonds Side Chain, |
| 08:35 | Set Hydrogen Bonds in the Backbone ଏବଂ ବନ୍ଧଗୁଡିକର ମୋଟେଇକୁ ପରିବର୍ତ୍ତନ କରିବା ପାଇଁ ବିକଳ୍ପଗୁଡିକ ମଧ୍ୟ ଅଛି |
| 08:42 | ଆକାରରେ hydrogen bondsକୁ ପ୍ରଦର୍ଶନ କରିବା ପାଇଁ ବିକଳ୍ପ Calculate ଉପରେ କ୍ଲିକ୍ କରନ୍ତୁ |
| 08:47 | hydrogen bondଗୁଡିକ ହ୍ଵାଇଟ୍ ଓ ଲମ୍ବା ରେଡ୍ ଡାଶରେ ପ୍ରଦର୍ଶିତ ହୋଇଛି |
| 08:53 | hydrogen bondଗୁଡିକର ମୋଟେଇକୁ ପରିବର୍ତ୍ତନ କରିବା ପାଇଁ pop-up-menuରେ ଥିବା ବିକଳ୍ପ 0.10 A ଉପରେ କ୍ଲିକ୍ କରନ୍ତୁ |
| 09:02 | ବର୍ତ୍ତମାନ, ପ୍ୟାନେଲ୍ ଉପରେ, ମୋଟା hydrogen bondଗୁଡିକୁ ଦେଖିପାରିବେ |
| 09:06 | ହାଇଡ୍ରୋଜେନ୍ ବନ୍ଧଗୁଡିକର କଲରକୁ ମଧ୍ୟ ପରିବର୍ତ୍ତନ କରିପାରିବା |
| 09:11 | ପପ୍-ଅପ୍ ମେନୁରେ, Color ତା’ପରେ Hydrogen Bonds ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହ ବିକଳ୍ପ orange ଉପରେ କ୍ଲିକ୍ କରନ୍ତୁ |
| 09:20 | ପ୍ୟାନେଲ୍ ଉପରେ, ସମସ୍ତ hydrogen bondଗୁଡିକ ଅରେଞ୍ଜ କଲରରେ ପ୍ରାପ୍ତ ହେବ |
| 09:25 | ଆକାରରେ ପ୍ରଦର୍ଶିତ ହୋଇଥିବା Disulfide bonds ଓ sulphur ଅଣୁଗୁଡିକ ହଳଦିଆ ରଙ୍ଗରେ ଦେଖାଯିବେ |
| 09:31 | disulfide ବନ୍ଧଗୁଡିକୁ ରୂପାନ୍ତର କରିବା ପାଇଁ, ପପ୍-ଅପ୍ ମେନୁରେ ଥିବା ବିକଳ୍ପ disulfide bondsକୁ ଖୋଲନ୍ତୁ |
| 09:38 | ପରିବର୍ତ୍ତନ କରିବାକୁ ଚାହୁଁଥିବା ଫିଚରଗୁଡିକ ଉପରେ କ୍ଲିକ୍ କରନ୍ତୁ ଯେପରି, size, color ପ୍ରଭୃତି |
| 09:44 | ସେହିପରି, ବିଭିନ୍ନ enzymesର .pdb ଫାଇଲଗୁଡିକୁ ଖୋଲିବା ପାଇଁ ଚେଷ୍ଟା କରିବା ସହ ସେମାନଙ୍କ 3D ଷ୍ଟ୍ରକଚରଗୁଡିକୁ ଦେଖନ୍ତୁ |
| 09:51 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: |
| 09:57 | Protein Data Bankରୁ ପ୍ରୋଟିନ୍ ଷ୍ଟ୍ରକଚରଗୁଡିକୁ Load କରିବା |
| 10:00 | ଡେଟାବେସରୁ .pdb ଫାଇଲଗୁଡିକୁ ଡାଉନଲୋଡ୍ କରିବା |
| 10:05 | PDB codeକୁ ବ୍ୟବହାର କରି ଇନସୁଲିନର 3D structureକୁ ଦେଖିବା |
| 10:10 | ବିନା ୱାଟର୍ ମଲିକ୍ୟୁଲରେ Protein ଷ୍ଟ୍ରକଚରଗୁଡିକୁ ଦେଖିବା |
| 10:14 | ସେକେଣ୍ଡାରୀ ଷ୍ଟ୍ରକଚରକୁ ବିଭିନ୍ନ ଫର୍ମାଟଗୁଡିକରେ ପ୍ରଦର୍ଶନ କରିବା |
| 10:17 | hydrogen bonds ଓ disulfide bondଗୁଡିକୁ ହାଇଲାଇଟ୍ କରିବା |
| 10:22 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି- |
| 10:24 | PDB ଡେଟାବେସରୁ Human Hemoglobinର .pdb ଫାଇଲକୁ ଡାଉନଲୋଡ୍ କରନ୍ତୁ |
| 10:31 | cartoon ଡିସ୍ପ୍ଲେରେ ସେକେଣ୍ଡାରୀ ଷ୍ଟ୍ରକଚରକୁ ପ୍ରଦର୍ଶନ କରନ୍ତୁ |
| 10:35 | ପ୍ରୋଟିନର porphyrin ୟୁନିଟଗୁଡିକୁ ହାଇଲାଇଟ୍ କରନ୍ତୁ |
| 10:39 | PDB code ପାଇଁ ନିମ୍ନ ଲିଙ୍କକୁ ଯା’ନ୍ତୁ |
| 10:42 | ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial |
| 10:46 | ଏହା Spoken Tutorial ପ୍ରୋଜେକ୍ଟକୁ ସାରାଂଶିତ କରେ |
| 10:50 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 10:55 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, |
| 10:57 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 11:01 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 11:06 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 11:13 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 11:18 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 11:25 | ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro |
| 11:31 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |