Jmol-Application/C2/Measurements-and-Labeling/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Jmol Applicationରେ Measurements and Labeling ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲରେ, ଆମେ ଶିଖିବା: |
00:09 | carboxylic acid ଓ nitroalkaneର ଆକାରଗୁଡିକୁ ସୃଷ୍ଟି କରିବା |
00:14 | ଚିହ୍ନ ଓ ସଂଖ୍ୟା ସହିତ ଗୋଟିଏ model ମଧ୍ୟରେ ଅଣୁଗୁଡିକୁ ଲେବଲ୍ କରିବା |
00:19 | bond lengths, bond angles ଓ dihedral anglesକୁ ମାପ କରିବା |
00:24 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ, Jmol Applicationରେ ପାରମାଣବିକ ଆକାରଗୁଡିକୁ |
00:27 | କିପରି ସୃଷ୍ଟି ଓ ସଂଶୋଧନ କରାଯାଏ ଜାଣିଥିବା ଆବଶ୍ୟକ |
00:32 | ଯଦି ନୁହେଁ ତେବେ ଆମ ୱେବସାଇଟରେ ଉପଲବ୍ଧ ଥିବା ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ |
00:37 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: |
00:39 | Ubuntu ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 12.04 |
00:44 | Jmol ଭର୍ସନ୍ 12.2.2 |
00:47 | ଏବଂ Java ଭର୍ସନ୍ 7 |
00:50 | animation ବ୍ୟବହାର କରି ଗୋଟିଏ carboxyl ଗ୍ରୁପର ନିର୍ମାଣ ପାଇଁ ଥିବା ସୋପାନଗୁଡିକୁ ଚାଲନ୍ତୁ ଆଲୋଚନା କରିବା |
00:56 | ଗୋଟିଏ ଉଦାହରଣ ଭାବେ, ଗୋଟିଏ Ethanoic acidର ଆକାରକୁ ସୃଷ୍ଟି କରିବା ଯାହା Acetic acid ଭାବେ ଜଣାଶୁଣା ଅଟେ |
01:03 | Ethaneର ଗୋଟିଏ ଆକାରରୁ ଆରମ୍ଭ କରିବା |
01:06 | methyl ଗ୍ରୁପର ଯେକୌଣସିକୁ ଗୋଟିଏକୁ ଏକ carboxyl ଗ୍ରୁପରେ ରୂପାନ୍ତର କରିବାକୁ ହେବ |
01:11 | hydroxy ଗ୍ରୁପରେ ଥିବା ସମାନ carbonରେ ସଂଲଗ୍ନ ଦୁଇଟି hydrogenକୁ ପ୍ରତିସ୍ଥାପିତ କରନ୍ତୁ |
01:18 | oxygen ଓ Carbon ମଧ୍ୟରୁ ଗୋଟିକରେ ସଂଲଗ୍ନ ଥିବା hydrogenକୁ ଡିଲିଟ୍ କରନ୍ତୁ |
01:23 | Carbon-Oxygen ମଧ୍ୟରେ ଥିବା ବଣ୍ଡକୁ ଗୋଟିଏ ଡବଲ୍-ବଣ୍ଡରେ ରୂପାନ୍ତର କରନ୍ତୁ |
01:26 | Methyl ଗ୍ରୁପ୍ ଗୋଟିଏ Carboxyl ଗ୍ରୁପରେ ରୂପାନ୍ତର ହୋଇଯାଇଛି |
01:31 | Ethane, Ethanoic acidକୁ ରୂପାନ୍ତର ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ |
01:35 | ଉପରୋକ୍ତ ସୋପାନଗୁଡିକୁ ଅନୁସରଣ କରିବା ସହିତ Jmol applicationରେ Ethanoic acidର ଆକାର ସୃଷ୍ଟି କରନ୍ତୁ |
01:42 | Jmol panel ଉପରେ ଏହା ଗୋଟିଏ Ethaneର ଆକାର ଅଟେ |
01:46 | ଗୋଟିଏ methyl ଗ୍ରୁପକୁ ଏକ carboxyl ଗ୍ରୁପରେ ରୂପାନ୍ତର କରନ୍ତୁ |
01:50 | Modelkit ମେନୁରୁ oxygenକୁ ଚୟନ କରନ୍ତୁ |
01:54 | ଗୋଟିଏ carbon ସହିତ ସଂଲଗ୍ନ ହୋଇଥିବା hydrogenଗୁଡିକ ଉପରେ କ୍ଲିକ୍ କରନ୍ତୁ |
01:58 | ବର୍ତ୍ତମାନ, modelkit ମେନୁରେ ଥିବା Delete atom ବିକଳ୍ପ ବିପକ୍ଷରେ ଚେକ୍ କରନ୍ତୁ |
02:02 | oxygenରେ ସଂଲଗ୍ନ ଥିବା hydrogenକୁ ଡିଲିଟ୍ କରନ୍ତୁ |
02:07 | ଏବଂ carbonରେ ସଂଲଗ୍ନ ଥିବା hydrogenକୁ ମଧ୍ୟ ଡିଲିଟ୍ କରନ୍ତୁ |
02:11 | ତା’ପରେ, carbon ଓ oxygen ମଧ୍ୟରେ ଗୋଟିଏ ଡବଲ୍ ବଣ୍ଡକୁ ପ୍ରବେଶ କରନ୍ତୁ |
02:16 | ତେଣୁ, modelkit ମେନୁରେ ଥିବା ବିକଳ୍ପ doubleକୁ ଚେକ୍ କରନ୍ତୁ |
02:20 | ଏବଂ carbon ଓ oxygenକୁ ସଂଯୋଗ କରୁଥିବା bond ଉପରେ କ୍ଲିକ୍ କରନ୍ତୁ |
02:25 | ସ୍କ୍ରୀନ୍ ଉପରେ Acetic acidର ଗୋଟିଏ ଆକାର ଅଛି |
02:28 | ନିର୍ମାଣକୁ ଅନୁକୂଳତମ କରିବା ପାଇଁ energy minimization କରନ୍ତୁ |
02:32 | ଗୋଟିଏ nitro ଗ୍ରୁପ୍ ସୃଷ୍ଟି କରିବା ପାଇଁ ଏକ ସମାନ କୌଶଳର ଅନୁସରଣ କରନ୍ତୁ |
02:37 | ଏଠାରେ Jmol ପ୍ୟାନେଲ୍ ସହିତ ଗୋଟିଏ ethaneର ଆକାର ଅଛି |
02:40 | ବର୍ତ୍ତମାନ, ଏହି ପରମାଣୁକୁ nitro-ethaneରେ ରୂପାନ୍ତର କରନ୍ତୁ |
02:45 | modelkit ମେନୁ ଉପରେ କ୍ଲିକ୍ କରିବା ସହ Nitrogenକୁ ଚେକ୍ କରନ୍ତୁ |
02:50 | ଇଥେନ୍ ପରମାଣୁର ହାଇଡ୍ରୋଜେନ୍ ଅଣୁ ଉପରେ କ୍ଲିକ୍ କରନ୍ତୁ |
02:54 | Nitrogen ଅଣୁ ନୀଳ ରଙ୍ଗର ସ୍ଫିଅର୍ ଭାବେ ଉପସ୍ଥିତ ଅଛି |
02:58 | ତା’ପରେ, nitrogen ସହିତ ସଂଲଗ୍ନ ଥିବା ଦୁଇଟି hydrogenକୁ ଗୋଟିଏ hydroxy ଗ୍ରୁପ୍ ସହିତ ପ୍ରତିସ୍ଥାପିତ କରନ୍ତୁ |
03:04 | modelkit ମେନୁ ଉପରେ କ୍ଲିକ୍ କରିବା ସହ Oxygen (O)କୁ ଚେକ୍ କରନ୍ତୁ |
03:10 | ତା’ପରେ nitrogen ସହିତ ସଂଲଗ୍ନ ଥିବା hydrogenଗୁଡିକ ଉପରେ କ୍ଲିକ୍ କରନ୍ତୁ |
03:14 | oxygen ଅଣୁଗୁଡିକ ସହିତ ସଂଲଗ୍ନ ଥିବା hydrogenଗୁଡିକୁ ଡିଲିଟ୍ କରନ୍ତୁ |
03:18 | modelkit ମେନୁକୁ ଖୋଲିବା ସହିତ delete atomକୁ ଚେକ୍ କରନ୍ତୁ |
03:23 | oxygen ଅଣୁଗୁଡିକ ସହ ସଂଲଗ୍ନ ଥିବା hydrogen ଉପରେ କ୍ଲିକ୍ କରନ୍ତୁ |
03:26 | ବର୍ତ୍ତମାନ, nitrogen ଓ oxygen ଅଣୁଗୁଡିକ ମଧ୍ୟରେ ଗୋଟିଏ double-bondକୁ ପ୍ରବେଶ କରନ୍ତୁ |
03:32 | modelkit ମେନୁରେ ଥିବା ବିକଳ୍ପ doubleକୁ ଚେକ୍ କରନ୍ତୁ |
03:36 | nitrogen ଓ oxygen ଅଣୁଗୁଡିକୁ ସଂଯୁକ୍ତ କରୁଥିବା ବନ୍ଧ ଉପରେ କ୍ଲିକ୍ କରନ୍ତୁ |
03:40 | ପ୍ୟାନେଲ୍ ଉପରେ ଥିବା ଏହା ଗୋଟିଏ nitroethaneର ଆକାର ଅଟେ |
03:44 | ଗୋଟିଏ ଆସାଇନମେଣ୍ଟ ଭାବେ- 1-butanoic acid ଓ ethylacetateର ଆକାରଗୁଡିକୁ ସୃଷ୍ଟି କରନ୍ତୁ |
03:50 | ଏନର୍ଜୀ ମିନିମାଇଯେଶନ୍ ଦ୍ଵାରା ନିର୍ମାଣକୁ ଉନ୍ନତ କରନ୍ତୁ ଏବଂ |
03:53 | ଇମେଜକୁ Save କରନ୍ତୁ |
03:56 | ଆପଣଙ୍କର ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ନିମ୍ନ ଭଳି ଦେଖାଯିବା ଉଚିତ୍ |
04:02 | Jmol panelକୁ ଫେରିଆସନ୍ତୁ |
04:04 | ଏହା ସ୍କ୍ରୀନ୍ ଉପରେ ଥିବା 1-butanoic acidର ଆକାର ଅଟେ |
04:08 | ଚାଲନ୍ତୁ ଆକାରରେ ଥିବା ଅଣୁଗୁଡିକୁ ଲେବଲ୍ କରି ଶିଖିବା |
04:12 | ଏହାକୁ element ଓ ସଂଖ୍ୟାର ଅନୁରୂପ ଚିହ୍ନଗୁଡିକ ସହିତ କରନ୍ତୁ |
04:17 | Display ମେନୁକୁ ଖୋଲିବା ସହିତ ସ୍କ୍ରୋଲ୍ ଡାଉନ୍ ମେନୁ ମଧ୍ୟରୁ Labelକୁ ଚୟନ କରନ୍ତୁ |
04:22 | ଏଲିମେଣ୍ଟର ଅନୁରୂପ ଚିହ୍ନ ସହିତ ସମସ୍ତ ଅଣୁଗୁଡିକୁ ଲେବଲ୍ କରିବା ପାଇଁ ବିକଳ୍ପ Symbolକୁ ଚୟନ କରନ୍ତୁ |
04:29 | ବିକଳ୍ପ Name, ଉଭୟ ଚିହ୍ନ ଓ ସଂଖ୍ୟା ପ୍ରଦାନ କରିବ |
04:34 | ବିକଳ୍ପ Number, ଅଣୁଗୁଡିକର କ୍ରମ ପ୍ରଦାନ କରିବ |
04:37 | ବିକଳ୍ପ Noneକୁ ବ୍ୟବହାର କରି ଜଣେ ଆକାରରୁ ଲେବଲଗୁଡିକୁ ବାହାର କରିଦେଇପାରିବ |
04:43 | ଉପରୋକ୍ତ ସମସ୍ତ ରୂପାନ୍ତରଣଗୁଡିକୁ କରିବା ପାଇଁ ପପ୍-ଅପ୍ ମେନୁକୁ ମଧ୍ୟ ବ୍ୟବହାର କରାଯାଇପାରିବ |
04:48 | ପପ୍-ଅପ୍ ମେନୁକୁ ଖୋଲିବା ପାଇଁ panel ଉପରେ ରାଇଟ୍ କ୍ଲିକ୍ କରିବା ସହ ବିଭିନ୍ନ ବିକଳ୍ପଗୁଡିକୁ ଚେକ୍ କରନ୍ତୁ |
04:55 | ଗୋଟିଏ ପରମାଣୁ ମଧ୍ୟରେ ଥିବା ଯେକୌଣସି ଦୁଇଟି ଅଣୁ ମଧ୍ୟରେ ଥିବା ଦୂରତାକୁ Tools ମେନୁ ବ୍ୟବହାର କରି ମାପ କରାଯାଇପାରିବ |
05:01 | ମାପିବା ପୂର୍ବରୁ, modelkit ମେନୁକୁ ଖୋଲିବା ସହ minimize ଉପରେ କ୍ଲିକ୍ କରନ୍ତୁ |
05:07 | ବର୍ତ୍ତମାନ ଏନର୍ଜୀ ମିନିମାଇଜେଶନ୍ କରାଯାଇଛି ଏବଂ ଆକାରଟି ଅତି ସ୍ଥିର ଆକାରରେ ଅଛି |
05:14 | ବର୍ତ୍ତମାନ Tools ମେନୁ ଉପରେ କ୍ଲିକ୍ କରିବା ସହ Distance Unitsକୁ ଚୟନ କରନ୍ତୁ |
05:20 | ଆବଶ୍ୟକତା ଅନୁସାରେ ସବ୍-ମେନୁରୁ ବିକଳ୍ପଗୁଡିକୁ ଚୟନ କରନ୍ତୁ |
05:25 | ଉଦାହରଣସ୍ଵରୂପ, Angstromକୁ ଚୟନ କରନ୍ତୁ |
05:28 | ତେଣୁ, ବନ୍ଧ ଦୈର୍ଘ୍ୟର ମାପ Angstrom ଏକକରେ ପ୍ରାପ୍ତ ହେବ |
05:34 | Rotate molecule ଆଇକନ୍ ଉପରେ କ୍ଲିକ୍ କରିବା ସହ କର୍ସରକୁ panel ଉପରେ ରଖନ୍ତୁ |
05:42 | ଅଣୁ 9 ଓ 4 ମଧ୍ୟରେ ଥିବା ଦୂରତାକୁ ମାପ କରନ୍ତୁ |
05:46 | ପ୍ରଥମେ, ଆରମ୍ଭ ଅଣୁ ଯାହାର ଅଣୁ ସଂଖ୍ୟା 9 ଅଟେ, ଉପରେ କ୍ଲିକ୍ କରନ୍ତୁ |
05:52 | ମାପକୁ ସୁନିଶ୍ଚିତ କରିବା ପାଇଁ ଶେଷ ଅଣୁ ଯାହାର ଅଣୁ ସଂଖ୍ୟା 4 ଅଟେ ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ |
05:58 | ବର୍ତ୍ତମାନ screen ଉପରେ ବନ୍ଧର ଦୂରତା ପ୍ରଦର୍ଶିତ ହୋଇଛି |
06:02 | bond lengthsର କିଛି ଅଧିକ ମାପ କରନ୍ତୁ |
06:05 | carbon ଓ oxygen ମଧ୍ୟରେ ଥିବା ଡବଲ୍-ବଣ୍ଡର bond-lengthକୁ ମାପ କରନ୍ତୁ |
06:10 | ତେଣୁ, ଅଣୁ ସଂଖ୍ୟା 5 ଉପରେ ଡବଲ୍-କ୍ଲିକ୍ କରିବା ସହ କର୍ସରକୁ ଅଣୁ ସଂଖ୍ୟା 7 ଉପରକୁ ଆଣନ୍ତୁ ଏବଂ ଏହା ଉପରେ ଡବଲ୍-କ୍ଲିକ୍ କରନ୍ତୁ |
06:19 | ସେହିପରି, carbon ଓ oxygen ମଧ୍ୟରେ ଥିବା ସିଙ୍ଗଲ୍ ବଣ୍ଡ ଦୂରତାକୁ ମାପ କରନ୍ତୁ |
06:25 | ତେଣୁ, ଅଣୁ ସଂଖ୍ୟା 5 ଉପରେ ଡବଲ୍-କ୍ଲିକ୍ କରିବା ସହ କର୍ସରକୁ ଅଣୁ ସଂଖ୍ୟା 6 ଉପରକୁ ଆଣନ୍ତୁ ଏବଂ ଏହା ଉପରେ ଡବଲ୍-କ୍ଲିକ୍ କରନ୍ତୁ |
06:34 | ପ୍ୟାନେଲ୍ ଉପରେ ସମସ୍ତ ବନ୍ଧଗୁଡିକର ଦୈର୍ଘ୍ୟ ପ୍ରଦର୍ଶିତ ହେବା, ଦେଖିପାରିବେ |
06:39 | ଗୋଟିଏ ଆକାରରେ ଥିବା bond-angles ଓ dihedral anglesକୁ ମଧ୍ୟ ମାପ କରିପାରିବେ |
06:44 | ଉଦାହରଣସ୍ଵରୂପ- 9, 4 ଓ 1 ଅଣୁଗୁଡିକ ମଧ୍ୟରେ ଥିବା bond angleକୁ ମଧ୍ୟ ମାପ କରିପାରିବେ |
06:51 | ଅଣୁ ସଂଖ୍ୟା 9 ଉପରେ ଡବଲ୍-କ୍ଲିକ୍ କରନ୍ତୁ ଏବଂ ତା’ପରେ ଅଣୁ 4 ଉପରେ କ୍ଲିକ୍ କରନ୍ତୁ |
06:56 | କୋଣ ମାପକୁ ସୁନିଶ୍ଚିତ କରିବା ପାଇଁ ଅଣୁ ସଂଖ୍ୟା 1 ଉପରେ ଡବଲ୍ କ୍ଲିକ୍ କରନ୍ତୁ |
07:01 | ସ୍କ୍ରୀନ୍ ଉପରେ bond-angle ପ୍ରଦର୍ଶନ ହେଉଥିବା ଆପଣ ଦେଖିପାରିବେ |
07:05 | ଅନ୍ୟ bond-angleକୁ ମାପ କରନ୍ତୁ, ମନେକର ଅଣୁ 1, 5 ଓ 6 ମଧ୍ୟରେ |
07:12 | ଅଣୁ ସଂଖ୍ୟା 1 ଉପରେ ଡବଲ୍ କ୍ଲିକ୍ କରିବା ସହ ଅଣୁ ସଂଖ୍ୟା 5 ଉପରେ କ୍ଲିକ୍ କରନ୍ତୁ ଏବଂ ଶେଷରେ ଅଣୁ ସଂଖ୍ୟା 6 ଉପରେ ଡବଲ୍-କ୍ଲିକ୍ କରନ୍ତୁ |
07:23 | ଚାରୋଟି ଅଣୁ ସମ୍ପୃକ୍ତ ଥିବା torsional କିମ୍ବା dihedral angleକୁ ମାପ କରନ୍ତୁ |
07:29 | ତେଣୁ, 8, 4, 1 ଓ 2 ଅଣୁଗୁଡିକୁ ଚୟନ କରନ୍ତୁ |
07:34 | dihedral angleର ମାପ ପାଇଁ, ପ୍ରଥମେ ଅଣୁ ସଂଖ୍ୟା 8 ଉପରେ ଡବଲ୍ କ୍ଲିକ୍ କରନ୍ତୁ |
07:39 | ଅଣୁ ସଂଖ୍ୟା 4 ଓ ତା’ପରେ ଅଣୁ ସଂଖ୍ୟା 1 ଉପରେ କ୍ଲିକ୍ କରନ୍ତୁ |
07:43 | ଏବଂ ଶେଷରେ, dihedral angleର ମାପକୁ ସୁନିଶ୍ଚିତ କରିବା ପାଇଁ ଅଣୁ ସଂଖ୍ୟା 2 ଉପରେ ଡବଲ୍ କ୍ଲିକ୍ କରନ୍ତୁ |
07:50 | dihedral angleର ମାପ ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେବା ଦେଖିପାରିବେ |
07:55 | କରାଯାଇଥିବା ଭେଲ୍ୟୁର ମାପଗୁଡିକୁ ଗୋଟିଏ ଟାବୁଲାର୍ ଫର୍ମରେ ଦେଖାଯାଇପାରିବ |
08:00 | ଟୂଲ୍ ବାରରେ ଥିବା Click atom to measure distances ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
08:06 | panel ଉପରେ Measurements ଡାଇଲଗ୍ ବକ୍ସ ଖୋଲିବ |
08:10 | ଏବେ ପର୍ଯ୍ୟନ୍ତ କରାଯାଇଥିବା ସମସ୍ତ ମାପର ଗୋଟିଏ ତାଲିକା ଏହା ମଧ୍ୟରେ ଅଛି |
08:14 | ବର୍ତ୍ତମାନ ଇମେଜକୁ save କରିବା ସହ applicationକୁ ବନ୍ଦ କରନ୍ତୁ |
08:17 | ସଂକ୍ଷିପ୍ତରେ: |
08:19 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ- |
08:22 | carboxylic acid ଓ nitroalkaneର ଆକାରଗୁଡିକୁ ସୃଷ୍ଟି କରିବା |
08:26 | ଗୋଟିଏ ଆକାରରେ ଏଲିମେଣ୍ଟ ଓ ସଂଖ୍ୟାର ଚିହ୍ନ ସହିତ ଅଣୁଗୁଡିକୁ ଲେବଲ୍ କରିବା |
08:31 | bond lengths, bond angles ଓ dihedral anglesକୁ ମାପ କରିବା |
08:36 | ଆସାଇନମେଣ୍ଟ ଭାବେ- |
08:38 | ସିଙ୍ଗଲ୍, ଡବଲ୍ ଓ ଟ୍ରିପଲ୍ ବନ୍ଧ ଥିବା ପରମାଣୁଗୁଡିକର ଆକାରକୁ ସୃଷ୍ଟି କରନ୍ତୁ |
08:43 | carbon ଅଣୁଗୁଡିକ ମଧ୍ୟରେ ଥିବା ବନ୍ଧର ଦୈର୍ଘ୍ୟକୁ ମାପ କରନ୍ତୁ |
08:45 | ଏବଂ ସେଗୁଡିକୁ ତୂଳନା କରନ୍ତୁ |
08:48 | ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ : http://spoken-tutorial.org/What_is_a_Spoken_Tutorial |
08:51 | ଏହା Spoken Tutorial ପ୍ରୋଜେକ୍ଟକୁ ସାରାଂଶିତ କରେ |
08:54 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:59 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, |
09:01 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
09:04 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
09:08 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
09:15 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
09:19 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
09:26 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro |
09:31 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |