FrontAccounting-2.4.7/C2/Taxes-and-Bank-Account-in-FrontAccounting/Oriya
Time | Narration |
00:01 | FrontAccountingରେ Taxes and Bank Accounts ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିବା,
କିପରି ଗୋଟିଏ ନୂଆ Taxକୁ ଯୋଡ଼ିବା |
00:12 | Bank Accounts ସେଟ୍-ଅପ୍ କରିବା
Depositsକୁ ମିଶାଇବା |
00:16 | Bank Accountକୁ ଧନରାଶି ଟ୍ରାନ୍ସଫର୍ କରିବା ଏବଂ
Bank Accountକୁ Reconcile କରିବା |
00:22 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି,
Ubuntu Linux OS ଭର୍ସନ୍ 16.04 |
00:30 | FrontAccounting ଭର୍ସନ୍ 2.4.7 |
00:35 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ, |
00:42 | ପ୍ରିନସିପଲ୍ସ ଅଫ୍ ବୁକ୍ କିପିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ |
00:45 | ଏବଂ ପୂର୍ବରୁ ଆପଣ FrontAccountingରେ ଗୋଟିଏ ସଂସ୍ଥା କିମ୍ବା Company ସେଟ୍-ଅପ୍ କରିଥିବା ଆବଶ୍ୟକ |
00:51 | ଯଦି ନାହିଁ, ତେବେ ପ୍ରାସଂଗିକ FrontAccounting ଟ୍ୟୁଟୋରିଆଲ୍ ପାଇଁ ଏହି ୱେବସାଇଟ୍କୁ ଯାଆନ୍ତୁ |
00:57 | FrontAccounting ଇଣ୍ଟରଫେସ୍ରେ କାମ ଆରମ୍ଭ କରିବା ପୂର୍ବରୁ XAMPP servicesକୁ ଚାଲୁ କରନ୍ତୁ |
01:03 | FrontAccounting ଇଣ୍ଟରଫେସ୍କୁ ଖୋଲନ୍ତୁ |
01:07 | ଗୋଟିଏ ୱେବ୍ browser ଖୋଲନ୍ତୁ.
localhost/account ଟାଇପ୍ କରିବା ପରେ Enter ଦାବନ୍ତୁ |
01:16 | login ପେଜ୍ ଦୃଶ୍ୟମାନ ହେବ |
01:19 | ୟୁଜର୍ ନେମ୍ ପାଇଁ admin ଏବଂ password ଟାଇପ୍ କରନ୍ତୁ.
ତା’ପରେ Login ବଟନ୍ରେ କ୍ଲିକ୍ କରନ୍ତୁ |
01:26 | FrontAccounting ଇଣ୍ଟରଫେସ୍ ଖୋଲିଯିବ
Setup ଟାବ୍ରେ କ୍ଲିକ୍ କରନ୍ତୁ |
01:33 | Company Setup ପ୍ୟାନେଲ୍ରେ ଥିବା Taxes ଲିଙ୍କରେ କ୍ଲିକ୍ କରନ୍ତୁ.
ଆମେ Tax ଭାବରେ ଗୋଟିଏ ଡିଫଲ୍ଟ entryକୁ ଦେଖିବାକୁ ପାଇବା |
01:42 | Percentage, Sales GL Account ଓ Purchasing GL Accountକୁ ଏଠାରେ ପ୍ରଦର୍ଶିତ ହେବା ଭଳି ନିର୍ଦ୍ଦିଷ୍ଟ କରାଯାଇଛି |
01:51 | ଆପଣଙ୍କ ବ୍ୟବସାୟରେ ବ୍ୟବହାର ହେଉଥିବା ପ୍ରତ୍ୟକ tax ପାଇଁ GL accounts ଆସାଇନ୍ କରନ୍ତୁ |
01:57 | ୱିଣ୍ଡୋର ଉପର ଭାଗରେ ଗୋଟିଏ ମେସେଜ୍ ଦେଖିବାକୁ ମିଳିବ |
02:00 | ପ୍ରତ୍ୟେକ tax ପାଇଁ ଗୋଟିଏ ଅଲଗା Sale and purchase GL account ଆସାଇନ୍ କରିବା ଆବଶ୍ୟକ ବୋଲି ପରାମର୍ଶ ଦିଆଯାଉଛି |
02:09 | ଗୋଟିଏ company ପାଇଁ କିପରି GST ଓ Service tax ଯୋଡ଼ାଯାଏ ଚାଲନ୍ତୁ ଦେଖିବା |
02:15 | ଡିଫଲ୍ଟ entry Tax ଧାଡ଼ିରେ ଥିବା Edit ଆଇକନ୍ରେ କ୍ଲିକ୍ କରନ୍ତୁ |
02:20 | ଆମ companyରେ ଡିଫଲ୍ଟ entry Tax ବ୍ୟବହାର ହେଉନଥିବା କାରଣରୁ Taxକୁ ଏଡିଟ୍ କରି GST କରାଯିବ |
02:28 | ବର୍ଣ୍ଣନାକୁ GST ଏବଂ ପର୍ସେଣ୍ଟେଜ୍କୁ 12ରେ ପରିବର୍ତ୍ତନ କରନ୍ତୁ |
02:35 | Sales GL account ଓ Purchase GL Accountକୁ Sales tax ଭାବେ ରଖନ୍ତୁ |
02:42 | ୱିଣ୍ଡୋର ନିମ୍ନ ଭାଗରେ ଥିବା Update ବଟନ୍ରେ କ୍ଲିକ୍ କରନ୍ତୁ |
02:46 | ଆମେ ସଫଳତାର ସହ ଡିଫଲ୍ଟ ଏଣ୍ଟ୍ରୀ Taxକୁ GSTରେ ବଦଳାଇଦେଲେ |
02:52 | ବର୍ତ୍ତମାନ Service taxକୁ ଯୋଡ଼ନ୍ତୁ.
ଏହା ପୂର୍ବରୁ Service tax ପାଇଁ ଗୋଟିଏ GL Account ତିଆରି କରନ୍ତୁ |
03:00 | Banking and General Ledger ଟାବ୍ରେ କ୍ଲିକ୍ କରନ୍ତୁ |
03:04 | Maintenance ପ୍ୟାନେଲ୍ରେ ଥିବା GL Accounts ଲିଙ୍କରେ କ୍ଲିକ୍ କରନ୍ତୁ |
03:09 | ପ୍ରଦର୍ଶିତ ହେବା ଭଳି ଭେଲ୍ୟୁଗୁଡ଼ିକୁ ଟାଇପ୍ କରନ୍ତୁ:
ତା’ପରେ ୱିଣ୍ଡୋର ନିମ୍ନ ଭାଗରେ ଥିବା Add Account ବଟନ୍ରେ କ୍ଲିକ୍ କରନ୍ତୁ |
03:17 | ବର୍ତ୍ତମାନ Setup ଟାବ୍ ଏବଂ ତା’ପରେ Taxes ଲିଙ୍କରେ କ୍ଲିକ୍ କରନ୍ତୁ |
03:22 | Tax Types ଅଧୀନରେ Service taxକୁ ଯୋଡ଼ନ୍ତୁ |
03:27 | ପ୍ରଦର୍ଶିତ ହେବା ଭଳି ଭେଲ୍ୟୁଗୁଡ଼ିକୁ ଟାଇପ୍ କରନ୍ତୁ |
03:30 | Sales GL Account ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ |
03:35 | Current Liabilities ଅଧିନରେ ଥିବା Service Taxକୁ ଚୟନ କରନ୍ତୁ |
03:39 | ସେହିପରି Purchase GL Account ପାଇଁ Service Tax ଚୟନ କରନ୍ତୁ |
03:46 | ୱିଣ୍ଡୋର ନିମ୍ନ ଭାଗରେ ଥିବା Add new ବଟନ୍ରେ କ୍ଲିକ୍ କରନ୍ତୁ |
03:50 | ବର୍ତ୍ତମାନ ଦୁଇଟି taxes ଯୋଡ଼ି ହୋଇଥିବା ଆମେ ଦେଖିପାରିବା |
03:55 | FrontAccountingର Sales ମଡ୍ୟୁଲ୍ରେ ଏହି taxesକୁ କିପରି ହିସାବ କରାଯାଏ, ଚାଲନ୍ତୁ ଦେଖିବା |
04:03 | ପ୍ରଥମେ company ପାଇଁ ଗୋଟିଏ Bank Account ସେଟ୍-ଅପ୍ କରନ୍ତୁ |
04:07 | Banking and General ledger ଟାବ୍ରେ କ୍ଲିକ୍ କରନ୍ତୁ |
04:11 | Maintenance ପ୍ୟାନେଲ ରେ ଥିବା Bank Accounts ଲିଙ୍କରେ କ୍ଲିକ୍ କରନ୍ତୁ |
04:16 | Bank ଓ cash accountsକୁ କନଫିଗର୍ ଓ setup କରିବା ପାଇଁ ଏହି ବିକଳ୍ପକୁ ବ୍ୟବହାର କରାଯାଏ |
04:22 | ଡିଫଲ୍ଟ ଭାବେ ଆପଣ Current account ଓ Petty Cash accountର ବିବରଣୀ ଦେଖିବାକୁ ପାଇବେ |
04:29 | Currency କଲମ୍ରେ ଡିଫଲ୍ଟ ଭାବେ US Dollar ଅଛି.
ଏହାକୁ Indian currencyରେ ବଦଳାନ୍ତୁ |
04:38 | Current account ଧାଡ଼ିରେ ଥିବା Edit ଆଇକନ୍ରେ କ୍ଲିକ୍ କରନ୍ତୁ |
04:43 | Account typeକୁ Chequing Accountରେ ବଦଳାନ୍ତୁ |
04:48 | Bank account currencyକୁ Indian Rupeesରେ ବଦଳାନ୍ତୁ |
04:53 | ତା’ପରେ ନିମ୍ନ ଭାଗରେ ଥିବା Update ବଟନ୍ରେ କ୍ଲିକ୍ କରି ପରିବର୍ତ୍ତନଗୁଡ଼ିକୁ ଅପଡେଟ୍ କରନ୍ତୁ |
04:59 | ସେହିପରି Petty Cash accountକୁ ମଧ୍ୟ Indian Rupeesରେ ବଦଳାନ୍ତୁ.
ଏବଂ ପରିବର୍ତ୍ତନକୁ ଅପଡେଟ୍ କରନ୍ତୁ |
05:11 | ତା’ପରେ ST Company Pvt. Ltd. bank accountରେ କିଛି ଧନରାଶି ରଖନ୍ତୁ |
05:17 | Banking and General ledger ଟାବ୍କୁ ଯାଆନ୍ତୁ
Transactions ପ୍ୟାନେଲ୍ରେ ଥିବା Deposits ଲିଙ୍କରେ କ୍ଲିକ୍ କରନ୍ତୁ |
05:25 | ଗ୍ରାହକମାନଙ୍କର ଜମା, ମିସଲେନିଅସ୍ ସେଲ୍ସ ଇତ୍ୟାଦିକୁ ଏଠାରେ ଲେଖାଯିବ |
05:31 | From ଫିଲ୍ଡକୁ Miscellaneous ରଖନ୍ତୁ.
ପ୍ରଦର୍ଶିତ ହେଲା ଭଳି ଜମା କରିଥିବା ବ୍ୟକ୍ତିଙ୍କର ନାମକୁ ଲେଖାଯିବ |
05:41 | Account description ଫିଲ୍ଡରେ Cash ଚୟନ କରନ୍ତୁ |
05:45 | Amount ଫିଲ୍ଡରେ 3 lakhs ଟାଇପ୍ କରନ୍ତୁ |
05:49 | Memo ଫିଲ୍ଡରେ ଜମା କରିବା ଉଦ୍ଦେଶ୍ୟକୁ ଟାଇପ୍ କରନ୍ତୁ |
05:54 | ତା’ପରେ ଧାଡ଼ିର ଡାହାଣ କଡ଼ରେ ଥିବା Add item ବଟନ୍ରେ କ୍ଲିକ୍ କରନ୍ତୁ |
05:59 | ୱିଣ୍ଡୋର ନିମ୍ନ ଭାଗରେ ଥିବା Process Deposit ବଟନ୍ରେ କ୍ଲିକ୍ କରନ୍ତୁ |
06:04 | ନୂଆ ୱିଣ୍ଡୋରେ deposit ଏଣ୍ଟର୍ ହୋଇଛି ବୋଲି ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ |
06:10 | ପରବର୍ତ୍ତୀ ଲିଙ୍କ ହେଉଛି View the GL postings for this Deposit. ଏଥିରେ କ୍ଲିକ୍ କରନ୍ତୁ |
06:17 | deposit ହୋଇଥିବା ରାଶିର ସମ୍ପୂର୍ଣ୍ଣ ଟ୍ରାଞ୍ଜାକ୍ସନ୍ ବିବରଣୀ ସହିତ ଗୋଟିଏ ପପ୍-ଅପ୍ ୱିଣ୍ଡୋ ଦୃଶ୍ୟମାନ ହେବ |
06:24 | ୱିଣ୍ଡୋର ନିମ୍ନ ଭାଗରେ ଥିବା Close ଲିଙ୍କରେ କ୍ଲିକ୍ କରନ୍ତୁ |
06:28 | ଯଦି ଆପଣ ଅନ୍ୟ ଗୋଟିଏ deposit ଏଣ୍ଟର୍ କରିବାକୁ ଚାହାନ୍ତି, ତେବେ ଏହା ପରେ Enter Another Deposit ଲିଙ୍କରେ କ୍ଲିକ୍ କରନ୍ତୁ |
06:34 | FrontAccounting ଇଣ୍ଟରଫେସ୍କୁ ଫେରିଯିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ |
06:41 | ତା’ପରେ bank accountରୁ cash କିମ୍ବା ଅନ୍ୟ accountକୁ କିପରି ଟ୍ରାନ୍ସଫର୍ କରାଯାଏ, ଚାଲନ୍ତୁ ଦେଖିବା |
06:49 | Transactions ପ୍ୟାନେଲ୍ରେ ଥିବା Bank Account Transfers ଲିଙ୍କରେ କ୍ଲିକ୍ କରନ୍ତୁ |
06:55 | ଏଠାରେ Bank Balance ତିନି ଲକ୍ଷ ଟଙ୍କା ପ୍ରଦର୍ଶିତ ହେଉଥିବା ଲକ୍ଷ୍ୟ କରନ୍ତୁ.
ପୂର୍ବେ ଏହି ଧନରାଶିକୁ deposite କରାଯାଇଥିବା ମନେପକାନ୍ତୁ |
07:05 | To Account ଫିଲ୍ଡରେ Petty Cash account ଚୟନ କରନ୍ତୁ. |
07:10 | Amount ଫିଲ୍ଡରେ 20,000 ଲେଖନ୍ତୁ. |
07:14 | ପ୍ରଦର୍ଶିତ ହେବା ଭଳି Memo ଫିଲ୍ଡରେ ଟାଇପ୍ କରନ୍ତୁ. |
07:17 | ୱିଣ୍ଡୋର ନିମ୍ନ ଭାଗରେ ଥିବା Enter Transfer ବଟନ୍ରେ କ୍ଲିକ୍ କରନ୍ତୁ |
07:22 | ନୂଆ ୱିଣ୍ଡୋରେ Transfer has been entered ଭାବେ ଗୋଟିଏ ମେସେଜ୍କୁ ଆପଣ ଦେଖିପାରିବେ |
07:27 | ପରବର୍ତ୍ତୀ ଲିଙ୍କ ହେଉଛି View The GL Journal Entries for this Transfer.
entriesକୁ ଦେଖିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ |
07:35 | ଟ୍ରାନ୍ସଫର୍ ହୋଇଥିବା ରାଶିର transaction ବିବରଣୀ ଥିବା ଗୋଟିଏ ପପ୍-ଅପ୍ ୱିଣ୍ଡୋ ଦୃଶ୍ୟମାନ ହେବ |
07:42 | ୱିଣ୍ଡୋର ନିମ୍ନ ଭାଗରେ ଥିବା Close ଲିଙ୍କରେ କ୍ଲିକ୍ କରନ୍ତୁ |
07:46 | FrontAccounting ଇଣ୍ଟରଫେସ୍କୁ ଫେରିଯିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ |
07:53 | ତା’ପରେ Bank Statementsକୁ ଯାଞ୍ଚ କରନ୍ତୁ |
07:57 | Transactions ପ୍ୟାନେଲର ଡାହାଣ କଡ଼ରେ ଥିବା Reconcile Bank Account ଲିଙ୍କରେ କ୍ଲିକ୍ କରନ୍ତୁ |
08:04 | ଏହା company accountsରେ ଥିବା depositsକୁ Bank statement ସହିତ ମେଳ କରିବ |
08:10 | ଆପଣ Account total, Bank Deposits ଓ Fund transfer ବିବରଣୀକୁ ଦେଖିବାକୁ ପାଇବେ |
08:17 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
08:22 | ଏହି ଟ୍ୟୁଟୋରିଆଲରେ ଆମେ
ଗୋଟିଏ ନୂଆ Tax ଯୋଡ଼ିବା |
08:27 | Bank Accounts ସେଟ୍-ଅପ୍ କରିବା |
08:30 | Deposits ମିଶାଇବା |
08:32 | Bank Accountକୁ ଧନରାଶି ଟ୍ରାନ୍ସଫର୍ କରିବା ଏବଂ |
08:35 | Bank Accountକୁ Reconcile କରିବା ଶିଖିଲେ |
08:39 | ଗୋଟିଏ ଆସାଇନମେଣ୍ଟ ଭାବେ
Deposits ବିକଳ୍ପ ବ୍ୟବହାର କରନ୍ତୁ ଏବଂ Petty Cash accountରେ Rs.10,000 deposit କରନ୍ତୁ |
08:48 | From ଫିଲ୍ଡରେ Miscellaneous ଚୟନ କରନ୍ତୁ.
Name ପାଇଁ Mr. Rahul ଲେଖନ୍ତୁ |
08:54 | Petty Cash account ପାଇଁ Reconcile Bank Accountକୁ ଯାଞ୍ଚ କରନ୍ତୁ |
08:59 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
09:07 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
09:18 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
09:22 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ |
09:28 | IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |