C-and-Cpp/C3/Loops/Oriya
From Script | Spoken-Tutorial
Time | Narration |
00:01 | C ଓ C++ରେ ଲୁପ୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
00:09 | for loop,while loop ଏବଂ |
00:12 | do…while loop,କିଛି ଉଦାହରଣ ସାହାଯ୍ୟରେ ଆମେ ଏହାକୁ କରିବା |
00:17 | ଆମେ କିଛି ସାଧାରଣ ଏରର୍ସ ଓ ସେଗୁଡ଼ିକର ସମାଧାନ ମଧ୍ୟ ଦେଖିବା |
00:21 | ଏହି ଟ୍ୟୁଟୋରିଆଲ୍ କୁ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି |
00:24 | Ubuntu Operating System ଭର୍ସନ୍ ୧୧.୦୪ |
00:28 | gcc ଓ g++ Compiler ଭର୍ସନ୍ ୪.୬.୧ |
00:34 | ଲୁପ୍ସର ପରିଚୟ ସହିତ ଆରମ୍ଭ କରିବା |
00:38 | ଗୋଟିଏ ଇନଷ୍ଟ୍ରକସନ୍ ଗ୍ରୁପ୍ କୁ ବାରମ୍ବାର ଏକଜେକ୍ୟୁଟ୍ କରିବା ପାଇଁ ଲୁପ୍ସ ବ୍ୟବହାର କରାଯାଏ |
00:44 | ଉଦ୍ଦେଶ୍ୟ ଅନୁସାରେ ସେଗୁଡ଼ିକୁ ତିନି ପ୍ରକାରରେ ବିଭକ୍ତ କରାଯାଇଛି: |
00:48 | while loop,do…..while loop ଏବଂ |
00:51 | for loop,ପ୍ରଥମେ while loopରୁ ଆରମ୍ଭ କରିବା |
00:56 | ପ୍ରାରମ୍ଭରେ ଏକ while loop କଣ୍ଡିସନ୍ ପରୀକ୍ଷା କରେ |
01:00 | ଷ୍ଟ୍ରକଚର୍ ହେଉଛି:,while (କଣ୍ଡିସନ୍) |
01:03 | ବ୍ରାକେଟ୍ ମଧ୍ୟରେ statement block |
01:07 | ଏବେ do….while loopକୁ ଯିବା |
01:09 | ଏକ do..while loop କଣ୍ଡିସନ୍ ଭେଲିଡେଟ୍ ହେବା ପୂର୍ବରୁ ଅତି କମ୍ ରେ ଥରେ ଏକଜେକ୍ୟୁଟ୍ ହୋଇଥାଏ |
01:15 | ଷ୍ଟ୍ରକଚର୍ ହେଉଛି: |
01:17 | do (ବ୍ରାକେଟ୍ ମଧ୍ୟରେ) ଷ୍ଟେଟମେଣ୍ଟ୍ ବ୍ଲକ୍, |
01:20 | ବ୍ରାକେଟ୍ ପରେ while (କଣ୍ଡିସନ୍) |
01:23 | ଦେଖନ୍ତୁ, କଣ୍ଡିସନ୍ ଶେଷରେ ଚେକ୍ ହୋଇଛି |
01:27 | ଏବେ while loop ଓ do...while loop ଉପରେ ଏକ ଉଦାହରଣ ଦେଖିବା |
01:32 | ମୁଁ ଏଡିଟର୍ ରେ କୋଡ୍ ଟାଇପ୍ କରିସାରିଛି |
01:35 | ତାହାକୁ ଖୋଲିବା |
01:37 | ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି while.c. |
01:41 | ଆଜି ଆମେ while loop ର ବ୍ୟବହାର କରି ପ୍ରଥମ ୧୦ଟି ସଂଖ୍ୟାର ମିଶାଣ ଶିଖିବାକୁ ଯାଉଛେ |
01:47 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
01:49 | ଏହା ଆମର header file |
01:51 | main() ଫଙ୍କସନ୍ ଭିତରେ ଆମେ ଦୁଇଟି ଇଣ୍ଟିଜର୍ ଭେରିଏବଲ୍ x ଓ y ଘୋଷିତ କରିଛୁ ଏବଂ 0କୁ ଇନିସିଆଲାଇଜ୍ କରିଛୁ |
01:59 | ଏହା ଆମର while loop |
02:02 | while ଲୁପ୍ ର କଣ୍ଡିସନ୍ ହେଉଛି x is less than or equal to 10 |
02:06 | ଏଠାରେ xର ଭାଲ୍ୟୁ y ଭାଲ୍ୟୁ ସହିତ ମିଶାଯାଇଛି |
02:10 | ମିଶାଯିବା ପରେ ପ୍ରାପ୍ତ ଭାଲ୍ୟୁ yରେ ଷ୍ଟୋର୍ ହୋଇଥାଏ |
02:15 | ଏହାପରେ y ର ଭାଲ୍ୟୁ ପ୍ରିଣ୍ଟ କରିବା |
02:18 | ଏଠାରେ x ଇନକ୍ରିମେଣ୍ଟ ହୋଇଛି |
02:20 | ତାହାର ଅର୍ଥ ଭେରିଏବଲ୍ x ଏକରୁ ବଡ଼ ଅଟେ |
02:25 | ଓ ଏହା ହେଉଛି ଆମର return ଷ୍ଟେଟମେଣ୍ଟ୍ |
02:27 | ଏବେ, ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
02:30 | Ctrl, Alt ଏବଂ T ଏକକାଳୀନ ଦବାଇ terminal ୱିଣ୍ଡୋ ଖୋଲନ୍ତୁ |
02:39 | gcc ସ୍ପେସ୍ while ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ while ଟାଇପ୍ କରନ୍ତୁ |
02:45 | ଏଣ୍ଟର ଦାବନ୍ତୁ |
02:47 | ./while (ଡଟ୍ ସ୍ଲାସ ହ୍ୱାଇଲ୍) ଟାଇପ୍ କରି ଏଣ୍ଟର ଦାବନ୍ତୁ |
02:52 | ଆଉଟପୁଟ୍ ପ୍ରଦର୍ଶିତ ହେବ: |
02:54 | ଏବେ while loopର କାର୍ଯ୍ୟ ଦେଖିବା |
02:57 | ମୁଁ ୱିଣ୍ଡୋ ରିସାଇଜ୍ କରିଦେଉଛି |
03:00 | ଏଠାରେ, ପ୍ରଥମେ x ଏବଂ yର ଭାଲ୍ୟୁ ହେଉଛି 0 |
03:04 | ଏହା ହେଉଛି ଆମର while କଣ୍ଡିସନ୍ |
03:06 | ଏଠାରେ ଆମେ 10 ଠାରୁ x କମ୍ କିମ୍ବା ସମାନ ଯାଞ୍ଚ କରିବା, ଯାହାର ଅର୍ଥ ହେଉଛି xର ଭାଲ୍ୟୁ 0ରୁ 10 ମଧ୍ୟରେ ହୋଇଥିବ |
03:15 | ତାହାପରେ ଆମେ y ପ୍ଲସ୍ x ଆଡ୍ କରିବା (ଅର୍ଥାତ୍) 0 ପ୍ଲସ୍ 0, ଆମେ ପାଇବା 0 |
03:22 | ଆମେ yର ଭାଲ୍ୟୁ ପ୍ରିଣ୍ଟ କରିବା, ଏଠାରେ ଆମେ ପାଇବା 0 |
03:27 | ତାହାପରେ x ବୃଦ୍ଧି ହେବ, ଯାହାର ଅର୍ଥ ହେଉଛି x ର ଭାଲ୍ୟୁ 1 ହେବ |
03:33 | ଏହାପରେ ଆମେ କଣ୍ଡିସନ୍ ପୁନର୍ବାର ଚେକ୍ କରିବା, 1 is less than or equal to 10. ଯଦି କଣ୍ଡିସନ୍ true ତେବେ ଆମେ ଭାଲ୍ୟୁଜ୍ ଆଡ୍ କରିବା |
03:44 | Y (ଅର୍ଥାତ୍) 0 ପ୍ଲସ x ହେଉଛି 1. 0 ପ୍ଲସ 1 ହେଉଛି 1 |
03:50 | 1 ଭାବେ ଆମେ ଭାଲ୍ୟୁ ପ୍ରିଣ୍ଟ କରିବା |
03:53 | ପୁନର୍ବାର x ଇନକ୍ରିମେଣ୍ଟ ହୁଏ |
03:55 | ଏବେ x ର ଭାଲ୍ୟୁ ହେଉଛି 2 |
03:59 | ପୁନର୍ବାର କଣ୍ଡିସନ୍ ଚେକ୍ କରିବା |
04:01 | 2 is less than or equal to 10, ଯଦି କଣ୍ଡିସନ୍ true ତେବେ ଆମେ ଭାଲ୍ୟୁ ଆଡ୍ କରିବା, (ଅର୍ଥାତ୍) 1 ପ୍ଲସ 2 ଯାହା 3 ହେବ |
04:11 | ଆମେ 3 ଭାବେ ଭାଲ୍ୟୁ ପ୍ରିଣ୍ଟ କରିବା |
04:13 | ଏହିପରି, ଏହା x is less than or equal to 10 ପର୍ଯ୍ୟନ୍ତ ଯିବ (x<=10) |
04:20 | ଏବେ, ସମାନ ପ୍ରୋଗ୍ରାମ୍ କୁ do….while loop ବ୍ୟବହାର କରି ଦେଖିବା |
04:24 | ଏଠାରେ ଆମ ପ୍ରୋଗ୍ରାମ୍ ଅଛି |
04:26 | ଧ୍ୟାନଦିଅନ୍ତୁ ଯେ, ଆମ ଫାଇଲ୍ ନାମ ହେଉଛି do hyphen while dot c |
04:31 | ପୂର୍ବ ପ୍ରୋଗ୍ରାମ୍ ରେ ଏହି ଅଂଶ ବର୍ଣ୍ଣନା କରାଯାଇସାରିଛି |
04:35 | ତେଣୁ, ଚାଲନ୍ତୁ ଏକ do...while loopକୁ ଯିବା |
04:38 | ଏଠାରେ, ପ୍ରଥମେ ଲୁପ୍ ର ପ୍ରାରୂପ ଏକଜେକ୍ୟୁଟ୍ ହେବ ଏବଂ ତାହାପରେ କଣ୍ଡିସନ୍ ଚେକ୍ କରାଯିବ |
04:44 | y ର ଭାଲ୍ୟୁ ସହିତ x ଭାଲ୍ୟୁ ଆଡ୍ ହେବ ଏବଂ ମିଶାଣ ପରେ ପ୍ରାପ୍ତ ହୋଇଥିବା ଭାଲ୍ୟୁ y ରେ ଷ୍ଟୋର ହେବ |
04:52 | while ପ୍ରୋଗ୍ରାମ୍ ଭଳି ଲଜିକ୍ ସମାନ ଅଟେ |
04:55 | ଏବେ ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
04:58 | ଟର୍ମିନାଲ୍ କୁ ଫେରିଆସନ୍ତୁ |
05:00 | ଟାଇପ୍ କରନ୍ତୁ gcc ସ୍ପେସ୍ do ହାଇଫେନ୍ while ଡଟ୍ c ସ୍ପେସ୍ ହାଇଫେନ୍ o ସ୍ପେସ୍ do. ଏଣ୍ଟର ଦାବନ୍ତୁ |
05:08 | ଡଟ୍ ସ୍ଲାସ ଡୁ(./do) ଟାଇପ୍ କରି ଏଣ୍ଟର ଦାବନ୍ତୁ |
05:12 | ଦେଖନ୍ତୁ, ଆମ while ପ୍ରୋଗ୍ରାମ୍ ପରି ଆଉଟପୁଟ୍ ସମାନ ଅଟେ |
05:16 | ଏବେ do...while loopର କାର୍ଯ୍ୟ ଦେଖିବା |
05:20 | ମୁଁ ୱିଣ୍ଡୋ ରିସାଇଜ୍ କରିଦେଉଛି |
05:22 | ଏଠାରେ x ଏବଂ y ଭାଲ୍ୟୁ ହେଉଛି 0 |
05:25 | ସେହି ଭାଲ୍ୟୁଗୁଡ଼ିକୁ ଆଡ୍ କଲେ ଆମେ 0 ପାଇବା |
05:29 | ଏବେ y ର ଭାଲ୍ୟୁ ହେଉଛି 0 |
05:31 | 0 ଭାବେ ଆମେ ଭାଲ୍ୟୁ ପ୍ରିଣ୍ଟ କରିବା |
05:33 | ତା’ପରେ x, 1 ବୃଦ୍ଧି ପାଇବ ଯାହାର ଅର୍ଥ ହେଉଛି x ର ଭାଲ୍ୟୁ 1 ଅଟେ, ତାହାପରେ କଣ୍ଡିସନ୍ ର ଯାଞ୍ଚ ହେବ |
05:42 | ଦେଖନ୍ତୁ, ପ୍ରଥମେ ଲୁପ୍ ର ପ୍ରାରୂପ ଏକଜେକ୍ୟୁଟ୍ ହେଲା |
05:45 | ତାହାସତ୍ତ୍ୱେ, ଯଦି କଣ୍ଡିସନ୍ false ଅଟେ, ତେବେ ମଧ୍ୟ ଆମେ 0 ଭାଲ୍ୟୁ ପାଇବା |
05:52 | ଏଠାରେ ଆମେ ଯାଞ୍ଚ କରିବା ଯେ, 1 is less than or equal to 10 କି ନୁହେଁ |
05:56 | ଯଦି କଣ୍ଡିସନ୍ ଟ୍ରୁ ଅଟେ. ଆମେ ପୁନର୍ବାର ଭାଲ୍ୟୁ ଆଡ୍ କରିବା |
06:00 | ଏବେ 0 ପ୍ଲସ 1 |
06:02 | ଏହାପରେ ଆମେ 1 ଭାବେ y ର ଭାଲ୍ୟୁ ପ୍ରିଣ୍ଟ କରିବା |
06:05 | ପୁନର୍ବାର x ବୃଦ୍ଧି ପାଇବ |
06:08 | ଏବେ xର ଭାଲ୍ୟୁ ହେଉଛି 2 |
06:11 | ତାହାପରେ ଆମେ ଯାଞ୍ଚ କରିବା ଯେ, 2 is less than or equal to 10 |
06:15 | ଏଠାରୁ ଆମେ ଫେରିଯିବା |
06:17 | 1 ପ୍ଲସ 2 ହେଉଛି 3 |
06:20 | 3 ଭାବେ y ର ଭାଲ୍ୟୁ ପ୍ରିଣ୍ଟ କରିବା |
06:23 | ଏହିପରି, କଣ୍ଡିସନ୍ ଚେକ୍ ହୋଇଚାଲିବ ଯେପର୍ଯ୍ୟନ୍ତ 10 ଠାରୁ xର ଭାଲ୍ୟୁ କମ୍ କିମ୍ବା ସମାନ ନହୋଇଛି |
06:30 | ଓ ଏହା ହେଉଛି ଆମର return ଷ୍ଟେଟମେଣ୍ଟ |
06:33 | ଦେଖନ୍ତୁ, ଏଠାରେ ହ୍ୱାଇଲ୍ କଣ୍ଡିସନ୍, ସେମିକଲୋନ୍ ସହିତ ସମାପ୍ତ ହୋଇଛି |
06:38 | while loopରେ କଣ୍ଡିସନ୍, ସେମିକଲୋନ୍ ସହିତ ସମାପ୍ତ ହୁଏନାହିଁ |
06:43 | ଏବେ, C++ରେ ଏହି ପ୍ରୋଗ୍ରାମ୍ କେମିତି ଏକଜେକ୍ୟୁଟ୍ ହୁଏ, ଦେଖିବା |
06:48 | ଏହା ହେଉଛି C++ରେ ଆମ ହ୍ୱାଇଲ୍ ପ୍ରୋଗ୍ରାମ୍ |
06:52 | C ପ୍ରୋଗ୍ରାମ୍ ଭଳି ଲଜିକ୍ ଏବଂ ଇପ୍ଲିମେଣ୍ଟେସନ୍ ସମାନ ଅଟେ |
06:56 | ଏଠାରେ କିଛି ପରିବର୍ତ୍ତନ ରହିଛି, ଯେମିତି ହେଡର୍ ଫାଇଲ୍ ଭାବେ stdio.h ସ୍ଥାନରେ iostream |
07:04 | ଆମେ using namespace stdର ଉପଯୋଗ କରି 'using' ଷ୍ଟେଟମେଣ୍ଟ ମିଶାଇଛେ ଏବଂ printf ଫଙ୍କସନ୍ ସ୍ଥାନରେ cout ଫଙ୍କସନ୍ ବ୍ୟବହାର କରିଛେ |
07:16 | C ପ୍ରୋଗ୍ରାମ୍ ଭଳି while ଲୁପ୍ ର ଷ୍ଟ୍ରକଚର୍ ସମାନ ଅଟେ |
07:21 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
07:23 | ଟର୍ମିନାଲ୍ କୁ ଫେରିଆସନ୍ତୁ |
07:25 | ମୁଁ ପ୍ରମ୍ପ୍ଟ କ୍ଲିଅର୍ କରିଦେଉଛି |
07:28 | ଏକଜେକ୍ୟୁଟ୍ କରିବା ପାଇଁ, g++ ସ୍ପେସ୍ while ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ while1 ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ |
07:38 | ଡଟ୍ ସ୍ଲାସ ହ୍ୱାଇଲ୍ 1(./while1) ଟାଇପ୍ କରି ଏଣ୍ଟର ଦାବନ୍ତୁ |
07:43 | ଦେଖନ୍ତୁ, Cରେ ଆମ ହ୍ୱାଇଲ୍ ପ୍ରୋଗ୍ରାମ୍ ଭଳି ଆଉଟପୁଟ୍ ସମାନ ଅଟେ |
07:48 | ଏବେ, C++ରେ do... while ପ୍ରୋଗ୍ରାମ୍ ଦେଖିବା |
07:52 | ଟେକ୍ସଟ୍ ଏଡିଟର୍ କୁ ଫେରିଆସନ୍ତୁ |
07:54 | ଏଠାରେ ମଧ୍ୟ ସମାନ ପରିବର୍ତ୍ତନ କରାଯାଇଛି ଯେମିତିକି header file , using statement ଏବଂ cout ଫଙ୍କସନ୍ |
08:03 | ବାକି ସବୁ ସମାନ ଅଟେ |
08:06 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
08:08 | ଟର୍ମିନାଲ୍ କୁ ଫେରିଆସନ୍ତୁ |
08:10 | ଟାଇପ୍ କରନ୍ତୁ g++ ସ୍ପେସ୍ do ହାଇଫେନ୍ while ଡଟ୍ cpp ସ୍ପେସ୍ ହାଇଫେନ୍ o ସ୍ପେସ୍ do1. ଏଣ୍ଟର ଦାବନ୍ତୁ |
08:19 | dot slash do1 (./do1) ଟାଇପ୍ କରି ଏଣ୍ଟର୍ ଦାବନ୍ତୁ |
08:23 | ଦେଖନ୍ତୁ, C ରେ do...while ପ୍ରୋଗ୍ରାମ୍ ଭଳି ଆଉଟପୁଟ୍ ସମାନ ଅଟେ |
08:28 | ଏବେ ଆମେ କିଛି ସାଧାରଣ ଏରର୍ସ ଏବଂ ସେଗୁଡ଼ିକର ସମାଧାନ ଦେଖିବା |
08:32 | ଟେକ୍ସଟ୍ ଏଡିଟର୍ କୁ ଫେରିଚାଲନ୍ତୁ |
08:35 | ମନେକରନ୍ତୁ, ଏଠାରେ ମୁଁ xର ଭାଲ୍ୟୁ ବଢ଼ାଇବି ନାହିଁ |
08:41 | ସେଭ୍ କ୍ଲିକ୍ କରନ୍ତୁ,କ’ଣ ଘଟୁଛି ଦେଖିବା |
08:44 | ଟର୍ମିନାଲ୍ କୁ ଫେରିଆସନ୍ତୁ,ମୁଁ ପ୍ରମ୍ପ୍ଟ କ୍ଲିଅର୍ କରିଦେଉଛି |
08:47 | ପ୍ରୋଗ୍ରାମ୍ ଏକଜେକ୍ୟୁଟ୍ କରିବା |
08:50 | ଦୁଇଥର ଅପ୍-ଏରୋ କୀ ଦାବନ୍ତୁ |
08:54 | ପୁଣିଥରେ ଅପ୍-ଏରୋ କୀ ଦାବନ୍ତୁ |
08:57 | ଆଉଟ୍ପୁଟ୍ ଏହିପରି ଡିସପ୍ଲେ ହେବ: |
08:59 | ଆମେ ଶୂନ୍ୟ ସଂଖ୍ୟା ଦେଖିପାରିବା, କାରଣ loopରେ ଟର୍ମିନେଟିଙ୍ଗ୍ କଣ୍ଡିଶନ୍ ନାହିଁ |
09:07 | ଏହାକୁ infinite loop କୁହାଯାଏ |
09:10 | Infinite loop ସିଷ୍ଟମ୍ ପ୍ରତିକ୍ରିୟାହୀନ କରିବାର କାରଣ ହୋଇପାରେ |
09:14 | ଏହା ପ୍ରୋଗ୍ରାମ୍ ର ସମସ୍ତ processors time ନଷ୍ଟ କରିବାର କାରଣ ହୋଇଥାଏ, କିନ୍ତୁ ଏହା ଟର୍ମିନେଟ୍ ହୋଇପାରେ |
09:21 | ପ୍ରୋଗ୍ରାମ୍ କୁ ଫେରିଯିବା. ଏରର୍ ଫିକ୍ସ କରିବା |
09:25 | x++ ଓ ସେମିକଲନ୍ ଟାଇପ୍ କରନ୍ତୁ |
09:28 | ସେଭ୍ କ୍ଲିକ୍ କରନ୍ତୁ. ପୁଣିଥରେ ଏକଜେକ୍ୟୁଟ୍ କରିବା |
09:31 | ଟର୍ମିନାଲ୍ କୁ ଫେରିଆସନ୍ତୁ |
09:33 | ଅପ୍-ଏରୋ କୀ ପ୍ରେସ୍ କରନ୍ତୁ |
09:38 | ହଁ, ଏହା କାମ କରୁଛି |
09:40 | ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
09:43 | ଆମ ସ୍ଲାଇଡ୍ସକୁ ଫେରିଯିବା |
09:45 | ସଂକ୍ଷିପ୍ତରେ |
09:47 | ଏହି ଟ୍ୟୁଟୋରିଆଲ୍ରେ ଆମେ ଶିଖିଲେ, |
09:50 | while loop,ଉଦାହରଣ: while(x is less than or equal to 10) |
09:54 | do….while loop |
09:56 | ଉଦାହରଣ: do statement block ଏବଂ |
09:59 | ଶେଷରେ ହ୍ୱାଇଲ୍ କଣ୍ଡିସନ୍ |
10:01 | ଏକ ଆସାଇନ୍ମେଣ୍ଟ୍ ଭାବେ, |
10:03 | for ଲୁପ୍ସ ବ୍ୟବହାର କରି ନିମ୍ନୋକ୍ତ ପ୍ରିଣ୍ଟ୍ କରିବା ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
10:07 | 0 ରୁ 9 |
10:10 | for loop ର ସିଣ୍ଟାକ୍ସ ହେଉଛି |
10:12 | for (variable initialization; variable condition; ଓ variable increment କିମ୍ୱା decrement) |
10:20 | ଏବଂ ଏଠାରେ ଲୁପ୍ ର ଢାଞ୍ଚା ରହିବ |
10:24 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
10:27 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:30 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
10:33 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
10:35 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
10:38 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:42 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି.କୁ ଲେଖନ୍ତୁ (contact@spoken-tutorial.org) |
10:47 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:51 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:58 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
11:02 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
11:08 | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |