C-and-Cpp/C2/Increment-And-Decrement-Operators/Oriya
From Script | Spoken-Tutorial
Time | Narration |
00:01 | C ଓ C++ରେ Increment ଏବଂ Decrement ଅପରେଟର୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
00:10 | Increment ଓ Decrement ଅପରେଟର୍ସ |
00:12 | '++' ଯେପରି a++ ଯାହା ହେଉଛି ପୋଷ୍ଟଫିକ୍ସ ଇନକ୍ରିମେଣ୍ଟ ଅପରେଟର୍ |
00:18 | ++a ଯାହା ହେଉଛି ପ୍ରିଫିକ୍ସ ଇନକ୍ରିମେଣ୍ଟ ଅପରେଟର୍ |
00:22 | '--' ଯେପରି a-- ହେଉଛି ପୋଷ୍ଟଫିକ୍ସ ଡିକ୍ରିମେଣ୍ଟ ଅପରେଟର୍ |
00:27 | --a ହେଉଛି ପ୍ରିଫିକ୍ସ ଡିକ୍ରିମେଣ୍ଟ ଅପରେଟର୍ |
00:31 | ଆମେ ଟାଇପକାଷ୍ଟିଙ୍ଗ ବିଷୟରେ ମଧ୍ୟ ଶିଖିବା |
00:35 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛିଉବୁଣ୍ଟୁ ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 11.10 |
00:40 | ଉବୁଣ୍ଟୁରେ gcc ଓ g++ Compiler ଭର୍ସନ୍ 4.6.1 |
00:48 | ++ ଅପରେଟର୍, ଅପରାଣ୍ଡର ବିଦ୍ୟମାନ ଭାଲ୍ୟୁରେ ୧ ର ବୃଦ୍ଧି କରେ |
00:54 | a = a + 1 ସହିତ a++ ଓ ++a ସମାନ |
01:00 | -- ଅପରେଟର୍, ଅପରାଣ୍ଡର ବିଦ୍ୟମାନ ଭାଲ୍ୟୁରେ ୧ ର ହ୍ରାସ କରେ |
01:06 | a = a - 1 ସହିତ a-- ଓ --a ସମାନ |
01:13 | ଏକ C ପ୍ରୋଗ୍ରାମ୍ ସାହାଯ୍ୟରେ ମୁଁ increment ଓ decrement ର ବ୍ୟବହାର ବୁଝାଇବି |
01:19 | ମୁଁ ପ୍ରୋଗ୍ରାମ୍ ତିଆରି କରିସାରିଛି, ତେବେ କୋଡ୍ ବର୍ଣ୍ଣନା କରିବି |
01:25 | Cରେ increment ଓ decrement ଅପରେଟର୍ ପାଇଁ ଆମ ପାଖରେ କୋଡ୍ ଅଛି |
01:30 | ମୁଁ ଏକ ଇଣ୍ଟିଜର୍ ଭେରିଏବଲ୍ a ନେଇଛି, ଯାହାର 1 ଭାଲ୍ୟୁ ରହିଛି |
01:35 | ଏହିପରି ଆମେ aର ଭାଲ୍ୟୁରେ ପରିବର୍ତ୍ତନକୁ ଦେଖିବାରେ ସକ୍ଷମ ହୋଇପାରିବା |
01:39 | ଅପରେଟର୍ସର କାର୍ଯ୍ୟ ବିଷୟରେ ଏହା ଆମକୁ ଉତ୍ତମ ଧାରଣା ଦେବ |
01:47 | postfix ଇନକ୍ରିମେଣ୍ଟ ଅପରେଟର୍ କିପରି କାର୍ଯ୍ୟ କରେ, ଆସନ୍ତୁ ଦେଖିବା |
01:51 | ଏହି printf ଷ୍ଟେଟମେଣ୍ଟର ଆଉଟପୁଟ୍ ହେଉଛି 1 |
01:55 | ଏହା ଭାଲ୍ୟୁ ବଦଳାଇବନାହିଁ |
01:57 | ଏହାର କାରଣ ହେଉଛି, ଅପରାଣ୍ଡର ମୂଲ୍ୟାଙ୍କନ ପରେ postfix ଅପରେସନ୍ ସଂଘଟିତ ହୁଏ |
02:04 | ଯଦି a++ ଏକ ଅପରେଶନ୍ କାର୍ଯ୍ୟାନ୍ୱିତ ହୁଏ, ତେବେ ଏହା aର ସାମ୍ପ୍ରତିକ ଭାଲ୍ୟୁ ଉପରେ କରାଯାଏ |
02:10 | ତାହାପରେ aର ଭାଲ୍ୟୁରେ ବୃଦ୍ଧି କରାଯାଏ |
02:17 | ଏବେ ଯଦି ଏଠାରେ ଆମେ aର ଭାଲ୍ୟୁ ଦେଖିବା, ତେବେ ଏଥିରେ 1 ର ବୃଦ୍ଧି ହୋଇଛି |
02:27 | ପୁନଃ ପରିବର୍ତ୍ତନ ପ୍ରଦର୍ଶନ କରିବା ପାଇଁ ଆମେ 'a' କୁ 1 ମାନିନେବା |
02:35 | ଏବେ ଆମେ prefix increment operatorsକୁ ଫେରିବା |
02:38 | ଏହି printf ଷ୍ଟେଟମେଣ୍ଟ, ସ୍କ୍ରିନ୍ ରେ 2 ପ୍ରିଣ୍ଟ କରେ |
02:42 | ଏହାର କାରଣ ହେଉଛି, ଅପରାଣ୍ଡର ମୂଲ୍ୟାଙ୍କନ ପୂର୍ବରୁ prefix ଅପରେସନ୍ ସଂଘଟିତ ହୁଏ |
02:49 | ତେଣୁ, 'a'ର ଭାଲ୍ୟୁ ପ୍ରଥମେ 1 ଦ୍ୱାରା ବୃଦ୍ଧି ହୁଏ ଓ ଏହାପରେ ପ୍ରିଣ୍ଟ କରାଯାଏ |
02:58 | ଆଉ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଦେଖିବା ପାଇଁ ଆମେ ପୁଣିଥରେ 'a'ର ଭାଲ୍ୟୁ ପ୍ରିଣ୍ଟ କରିବା |
03:03 | ଏବେ, ଏହି କୋଡ୍ ଏକଜେକ୍ୟୁଟ୍ କରି ଯାଞ୍ଚ କରିବା |
03:07 | ମୁଁ ନିମ୍ନ ଲାଇନ୍ସ ଉପରେ କମେଣ୍ଟ ଦେବି, ଟାଇପ୍ କରନ୍ତୁ /*, */ |
03:19 | ସେଭ୍ ରେ କ୍ଲିକ୍ କରନ୍ତୁ |
03:22 | ମୁଁ ମୋ ଫାଇଲ୍ କୁ incrdecr.c ନାମରେ ସେଭ୍ କରିଛି |
03:29 | ଏକକାଳୀନ Ctrl, Alt ଓ T ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
03:35 | କମ୍ପାଇଲ୍ କରିବା ପାଇଁ ଟର୍ମିନାଲ୍ ରେ ଟାଇପ୍ କରନ୍ତୁ gcc space incrdecr dot c space minus o space incr. ଏଣ୍ଟର ଦାବନ୍ତୁ |
03:51 | କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ ./incr (ଡଟ୍ ସ୍ଲାସ୍ ଆଇଏନ୍ସିଆର୍) ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ |
03:59 | ସ୍କ୍ରିନ୍ ଉପରେ ଆଉଟପୁଟ୍ ପ୍ରଦର୍ଶିତ ହେବ |
04:01 | a++ ପ୍ରିଣ୍ଟ କରିବାବେଳେ, ଏହା ହେଉଛି ଆଉଟପୁଟ୍ |
04:06 | ++a ପ୍ରିଣ୍ଟ କରିବାବେଳେ, ଏହା ହେଉଛି ଆଉଟପୁଟ୍ |
04:09 | ଆମେ, ପୂର୍ବ ଆଲୋଚିତ ପରି ସମାନ ରେଜଲ୍ଟ ପାଇବା |
04:13 | ଏବେ ଅବଶିଷ୍ଟ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ |
04:16 | ମୁଁ ଏବେ postfix ଓ prefix decrement ଅପରେଟର୍ସ ବର୍ଣ୍ଣନା କରିବି |
04:21 | ଏଠାରୁ ଓ ଏଠାରୁ ମଲ୍ଟିଲାଇନ୍ କମେଣ୍ଟ କାଢ଼ିଦିଅନ୍ତୁ |
04:29 | ଏବେ ଆମେ ପୁଣିଥରେ a କୁ 1 ଭାଲ୍ୟୁ ଦେବା |
04:35 | ଏହି printf ଷ୍ଟେଟମେଣ୍ଟ ପୂର୍ବ ବର୍ଣ୍ଣିତ ଭଳି 1ର ଭାଲ୍ୟୁ ଆଉଟପୁଟ୍ ଦେବ |
04:40 | a-- ମୂଲ୍ୟାଙ୍କିତ ହେବା ପରେ aର ଭାଲ୍ୟୁରେ ୧ର ହ୍ରାସ ହେବ, ଯେହେତୁ ଏହା ହେଉଛି ଏକ ପୋଷ୍ଟଫିକ୍ସ ଏକ୍ସପ୍ରେସନ୍ |
04:47 | ପରବର୍ତ୍ତୀ ଷ୍ଟେଟମେଣ୍ଟ aର ଭାଲ୍ୟୁକୁ o ରୂପେ ପ୍ରିଣ୍ଟ କରିବ |
04:51 | aର ଭାଲ୍ୟୁ 1 ହ୍ରାସ ପାଇଯାଇଛି |
04:54 | ଏବେ ଆମ ପାଖରେ prefix decrement operator ଅଛି |
04:58 | ଏହି printf ଷ୍ଟେଟମେଣ୍ଟର ଆଉଟପୁଟ୍ 0 ହେବ |
05:00 | ଯେହେତୁ ଏହା ଏକ prefix ଅପରେସନ୍ ଅଟେ |
05:05 | ଅପରାଣ୍ଡର ମୂଲ୍ୟାଙ୍କନ ହେବା ପୂର୍ବରୁ prefix ଅପରେସନ୍ ସଂଘଟିତ ହୁଏ |
05:09 | ଏହି printf ଷ୍ଟେଟମେଣ୍ଟର ଆଉଟପୁଟ୍ ହେଉଛି 0 |
05:11 | aର ଭାଲ୍ୟୁରେ ଆଉ କୌଣସି ପରିବର୍ତ୍ତନ କରାଯାଇନାହିଁ |
05:15 | return 0 ଟାଇପ୍ କରନ୍ତୁ ଓ ଏଣ୍ଡିଙ୍ଗ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ |
05:21 | ସେଭ୍ ରେ କ୍ଲିକ୍ କରନ୍ତୁ |
05:24 | ଟର୍ମିନାଲ୍ କୁ ଫେରିଆସନ୍ତୁ |
05:27 | କମ୍ପାଇଲ୍ କରିବା ପାଇଁ ଟର୍ମିନାଲ୍ରେ ଟାଇପ୍ କରନ୍ତୁ gcc space incrdecr dot c space minus o space incr. ଏଣ୍ଟର ଦାବନ୍ତୁ |
05:42 | ଏକଜେକ୍ୟୁଟ୍ କରିବା ପାଇଁ ./incr ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ |
05:52 | ଏହା ହେଉଛି ଆଉଟପୁଟ୍ ଯେତେବେଳେ ଆପଣ a-- ପ୍ରିଣ୍ଟ କରିବେ |
05:56 | ଏହା ହେଉଛି ଆଉଟପୁଟ୍ ଯେତେବେଳେ ଆପଣ --a ପ୍ରିଣ୍ଟ କରିବେ |
05:59 | ଏବେ, ଆମେ ଦେଖୁ , increment ଓ decrement ଅପରେଟର୍ କିପରି କାମ କରେ |
06:05 | ଯଦି ଆମେ ଏହି ପ୍ରୋଗ୍ରାମ୍ କୁ C++ରେ ଲେଖିବାକୁ ଚାହୁଁଛେ |
06:07 | ମୁଁ ଉପରୋକ୍ତ C କୋଡ୍ରେ କିଛି ପରିବର୍ତ୍ତନ କରିପାରିବି |
06:10 | ଏଡିଟର୍ କୁ ଫେରିଯିବା |
06:13 | ଏଠାରେ ଆବଶ୍ୟକ କୋଡ୍ ସହିତ C++ ଫାଇଲ୍ ଅଛି |
06:16 | ଧ୍ୟାନଦିଅନ୍ତୁ ଯେ, C ଫାଇଲ୍ ହେଡର୍ ଠାରୁ ଏହି header ଭିନ୍ନ ଅଟେ |
06:20 | ଆମ ପାଖରେ using namespace ଷ୍ଟେଟମେଣ୍ଟ ମଧ୍ୟ ଅଛି |
06:24 | C++ ରେ ଆଉଟପୁଟ୍ ଷ୍ଟେଟମେଣ୍ଟ cout ବୋଲି ମଧ୍ୟ ଦେଖନ୍ତୁ |
06:28 | ଏହିସବୁ ପାର୍ଥକ୍ୟ ବ୍ୟତୀତ ଦୁଇଟିଯାକ କୋଡ୍ ବହୁତ ସମାନ |
06:33 | .cpp ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ କରନ୍ତୁ |
06:40 | କୋଡ୍ କମ୍ପାଇଲ୍ କରିବା |
06:42 | ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ g++ space incrdecr dot cpp space minus o space incr. ଏଣ୍ଟର ଦାବନ୍ତୁ |
07:00 | ଏକଜେକ୍ୟୁଟ୍ କରିବା ପାଇଁ ./ incr (ଡଟ୍ ସ୍ଲାସ୍ incr) ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ |
07:07 | ଆଉଟପୁଟ୍ ସ୍କ୍ରିନ୍ ରେ ପ୍ରଦର୍ଶିତ ହେବ |
07:10 | ଦେଖନ୍ତୁ, ଏହି ଆଉଟପୁଟ୍ C ପ୍ରୋଗ୍ରାମ୍ ଭଳି ସମାନ ଅଟେ |
07:15 | ଆମେ ଏବେ ଟାଇପ୍ କାଷ୍ଟିଙ୍ଗର କନସେପ୍ଟ ବୁଝିବା |
07:17 | ଏହା C ଓ C++ ଉଭୟରେ ଏକାପରି ଲାଗୁ ହେବ |
07:22 | ଗୋଟିଏ ପ୍ରକାରର ଭେରିଏବଲ୍ କୁ ଅନ୍ୟ ପ୍ରକାର ଭେରିଏବଲ୍ ଭଳି କାର୍ଯ୍ୟ କରାଇବା ପାଇଁ ଟାଇପ୍ କାଷ୍ଟିଙ୍ଗ ବ୍ୟବହୃତ ହୁଏ |
07:27 | ଟାଇପ୍ କାଷ୍ଟିଙ୍ଗ, ଆପଣ ଚାହୁଁଥିବା ଡାଟା ଟାଇପ୍ କୁ ପାରେନ୍ଥେସିସ୍ ଭିତରେ ଆବଦ୍ଧ କରି କରାଯାଏ |
07:33 | ଆପଣ ଚାହୁଁଥିବା କାଷ୍ଟ ଭେରିଏବଲ୍ ର ସାମ୍ନାରେ ଏହି କାଷ୍ଟ ରଖାଯାଏ |
07:38 | ଏହି typecast କେବଳ ଗୋଟିଏ ସିଙ୍ଗଲ୍ ଅପରେସନ୍ ପାଇଁ ବୈଧ ଅଟେ |
07:42 | ଏବେ ଗୋଟିଏ ସିଙ୍ଗଲ୍ ଅପରେସନ ପାଇଁ a ଏକ float ଭେରିଏବଲ୍ ଭାବେ କାର୍ଯ୍ୟ କରିବ |
07:47 | ମୁଁ ଏକ ଉଦାହରଣ ତିଆରି କରିସାରିଛି |
07:50 | ମୁଁ ଏବେ କୋଡ୍ ବର୍ଣ୍ଣନା କରିବି |
07:54 | ପ୍ରଥମେ, ଭେରିଏବଲ୍ a ଓ bକୁ ଇଣ୍ଟିଜର୍ ଭାବେ ଓ cକୁ ଫ୍ଲୋଟ୍ ଭାବେ ଘୋଷିତ କରିବା |
08:00 | a କୁ ଭାଲ୍ୟୁ 5 ଦିଆଯାଇଛି. b କୁ ଭାଲ୍ୟୁ 2 ଦିଆଯାଇଛି |
08:06 | a ଓ b ଉପରେ ଅପରେସନ ସଂଚାଳନ କରିବା |
08:10 | a କୁ b ଦ୍ୱାରା ଭାଗ କରିବା. ଭାଗଫଳ cରେ ଷ୍ଟୋର୍ ହେବ |
08:14 | ଦଶମିକର ଦୁଇଟି ସ୍ଥାନ ପର୍ଯ୍ୟନ୍ତର ସଠିକତା ସୂଚିତ କରିବା ପାଇଁ ଆମେ %.2f ବ୍ୟବହାର କରିଛେ |
08:20 | ସମ୍ଭାବ୍ୟ ପରିଣାମ ୨.୫୦ ବଦଳରେ ପ୍ରଦର୍ଶିତ ପରିଣାମ ୨.୦୦ ହେବ |
08:25 | ଭିନ୍ନାତ୍ମକ ଭାଗକୁ କାଢ଼ିଦିଆଯାଏ, କାରଣ ଉଭୟ ଅପେରାଣ୍ଡ a ଓ b ହେଉଛି ଇଣ୍ଟିଜର୍ |
08:31 | real division ସମ୍ପାଦନ ପାଇଁ ଗୋଟିଏ ଅପେରାଣ୍ଡରେ ଫ୍ଲୋଟ୍ ପାଇଁ ଟାଇପ୍ କାଷ୍ଟ ହେବ |
08:35 | ଏଠାରେ ଫ୍ଲୋଟ୍ ପାଇଁ a ଟାଇପ୍ କାଷ୍ଟିଙ୍ଗ କରୁଛେ. ଏବେ c real divisionର ଭାଲ୍ୟୁ ଧରିଛି |
08:41 | ବର୍ତ୍ତମାନ real divisionର ରେଜଲ୍ଟ ପ୍ରଦର୍ଶିତ ହୁଏ. ସମ୍ଭାବିତ ଉତ୍ତର ହେଉଛି 2.50 |
08:47 | return 0 ଟାଇପ୍ କରନ୍ତୁ ଓ ଏଣ୍ଡିଙ୍ଗ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ |
08:51 | Save କ୍ଲିକ୍ କରନ୍ତୁ. .c (ଡଟ୍ c) ଏକ୍ସଟେନ୍ସନ ସହିତ ଫାଇଲ୍ ସେଭ୍ କରନ୍ତୁ |
08:55 | ମୁଁ ମୋ ଫାଇଲ୍ କୁ typecast.c ନାମରେ ସେଭ୍ କରିଛି |
08:59 | ଟର୍ମିନାଲ୍ ଖୋଲନ୍ତୁ |
09:01 | କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ gcc space typecast dot c space minus o space type ଓ ଏଣ୍ଟର ଦାବନ୍ତୁ |
09:17 | ଏକଜେକ୍ୟୁଟ୍ କରିବା ପାଇଁ ./type ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ |
09:25 | ଆଉଟପୁଟ୍ ସ୍କ୍ରିନ୍ ରେ ପ୍ରଦର୍ଶିତ ହୁଏ |
09:27 | ଦୁଇଟି ଭାଲ୍ୟୁକୁ ଦେଖି ଆମେ ଟାଇପ୍ କାଷ୍ଟିଙ୍ଗର ପ୍ରଭାବ ଦେଖିବା |
09:32 | ଟ୍ୟୁଟୋରିଆଲ୍କୁ ସାରାଂଶିତ କରିବା |
09:34 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ- |
09:36 | increment ଓ decrement ଅପରେଟର୍ସ କିପରି ବ୍ୟବହାର କରାଯାଏ |
09:40 | Postfix ଓ Prefix ଗଠନ ବିଷୟରେ ମଧ୍ୟ ଜାଣିଲେ |
09:44 | ଟାଇପ୍କାଷ୍ଟିଙ୍ଗ ଓ ତାହାର ବ୍ୟବହାର ବିଷୟରେ ମଧ୍ୟ ଶିଖିଲେ |
09:47 | ଏକ ଆସାଇନମେଣ୍ଟ ଭାବେ: |
09:49 | ନିମ୍ନ ଏକ୍ସପ୍ରେସନ୍ ର ସମାଧାନ ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ: a divided by b plus c divided by d |
09:56 | a, b, c ଓ dର ଭାଲ୍ୟୁକୁ ଇନପୁଟ୍ ଭାବେ ୟୁଜର୍ ଠାରୁ ନିଆଯାଇଛି |
10:01 | real division ସମ୍ପାଦନ ପାଇଁ ଟାଇପ୍ କାଷ୍ଟିଙ୍ଗ ବ୍ୟବହାର କରନ୍ତୁ |
10:05 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
10:08 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:10 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
10:15 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
10:17 | ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
10:20 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
10:24 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
10:33 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
10:37 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:44 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
10:55 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |