C-and-Cpp/C2/Increment-And-Decrement-Operators/Oriya

From Script | Spoken-Tutorial
Jump to: navigation, search
Time Narration
00:01 C ଓ C++ରେ Increment ଏବଂ Decrement ଅପରେଟର୍ସ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:10 Increment ଓ Decrement ଅପରେଟର୍ସ
00:12 '++' ଯେପରି a++ ଯାହା ହେଉଛି ପୋଷ୍ଟଫିକ୍ସ ଇନକ୍ରିମେଣ୍ଟ ଅପରେଟର୍
00:18 ++a ଯାହା ହେଉଛି ପ୍ରିଫିକ୍ସ ଇନକ୍ରିମେଣ୍ଟ ଅପରେଟର୍
00:22 '--' ଯେପରି a-- ହେଉଛି ପୋଷ୍ଟଫିକ୍ସ ଡିକ୍ରିମେଣ୍ଟ ଅପରେଟର୍
00:27 --a ହେଉଛି ପ୍ରିଫିକ୍ସ ଡିକ୍ରିମେଣ୍ଟ ଅପରେଟର୍
00:31 ଆମେ ଟାଇପକାଷ୍ଟିଙ୍ଗ ବିଷୟରେ ମଧ୍ୟ ଶିଖିବା
00:35 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ, ମୁଁ ବ୍ୟବହାର କରୁଛିଉବୁଣ୍ଟୁ ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 11.10
00:40 ଉବୁଣ୍ଟୁରେ gccg++ Compiler ଭର୍ସନ୍ 4.6.1
00:48 ++ ଅପରେଟର୍, ଅପରାଣ୍ଡର ବିଦ୍ୟମାନ ଭାଲ୍ୟୁରେ ୧ ର ବୃଦ୍ଧି କରେ
00:54 a = a + 1 ସହିତ a++++a ସମାନ
01:00 -- ଅପରେଟର୍, ଅପରାଣ୍ଡର ବିଦ୍ୟମାନ ଭାଲ୍ୟୁରେ ୧ ର ହ୍ରାସ କରେ
01:06 a = a - 1 ସହିତ a----a ସମାନ
01:13 ଏକ C ପ୍ରୋଗ୍ରାମ୍ ସାହାଯ୍ୟରେ ମୁଁ increment ଓ decrement ର ବ୍ୟବହାର ବୁଝାଇବି
01:19 ମୁଁ ପ୍ରୋଗ୍ରାମ୍ ତିଆରି କରିସାରିଛି, ତେବେ କୋଡ୍ ବର୍ଣ୍ଣନା କରିବି
01:25 Cରେ increment ଓ decrement ଅପରେଟର୍ ପାଇଁ ଆମ ପାଖରେ କୋଡ୍ ଅଛି
01:30 ମୁଁ ଏକ ଇଣ୍ଟିଜର୍ ଭେରିଏବଲ୍ a ନେଇଛି, ଯାହାର 1 ଭାଲ୍ୟୁ ରହିଛି
01:35 ଏହିପରି ଆମେ aର ଭାଲ୍ୟୁରେ ପରିବର୍ତ୍ତନକୁ ଦେଖିବାରେ ସକ୍ଷମ ହୋଇପାରିବା
01:39 ଅପରେଟର୍ସର କାର୍ଯ୍ୟ ବିଷୟରେ ଏହା ଆମକୁ ଉତ୍ତମ ଧାରଣା ଦେବ
01:47 postfix ଇନକ୍ରିମେଣ୍ଟ ଅପରେଟର୍ କିପରି କାର୍ଯ୍ୟ କରେ, ଆସନ୍ତୁ ଦେଖିବା
01:51 ଏହି printf ଷ୍ଟେଟମେଣ୍ଟର ଆଉଟପୁଟ୍ ହେଉଛି 1
01:55 ଏହା ଭାଲ୍ୟୁ ବଦଳାଇବନାହିଁ
01:57 ଏହାର କାରଣ ହେଉଛି, ଅପରାଣ୍ଡର ମୂଲ୍ୟାଙ୍କନ ପରେ postfix ଅପରେସନ୍ ସଂଘଟିତ ହୁଏ
02:04 ଯଦି a++ ଏକ ଅପରେଶନ୍ କାର୍ଯ୍ୟାନ୍ୱିତ ହୁଏ, ତେବେ ଏହା aର ସାମ୍ପ୍ରତିକ ଭାଲ୍ୟୁ ଉପରେ କରାଯାଏ
02:10 ତାହାପରେ aର ଭାଲ୍ୟୁରେ ବୃଦ୍ଧି କରାଯାଏ
02:17 ଏବେ ଯଦି ଏଠାରେ ଆମେ aର ଭାଲ୍ୟୁ ଦେଖିବା, ତେବେ ଏଥିରେ 1 ର ବୃଦ୍ଧି ହୋଇଛି
02:27 ପୁନଃ ପରିବର୍ତ୍ତନ ପ୍ରଦର୍ଶନ କରିବା ପାଇଁ ଆମେ 'a' କୁ 1 ମାନିନେବା
02:35 ଏବେ ଆମେ prefix increment operatorsକୁ ଫେରିବା
02:38 ଏହି printf ଷ୍ଟେଟମେଣ୍ଟ, ସ୍କ୍ରିନ୍ ରେ 2 ପ୍ରିଣ୍ଟ କରେ
02:42 ଏହାର କାରଣ ହେଉଛି, ଅପରାଣ୍ଡର ମୂଲ୍ୟାଙ୍କନ ପୂର୍ବରୁ prefix ଅପରେସନ୍ ସଂଘଟିତ ହୁଏ
02:49 ତେଣୁ, 'a'ର ଭାଲ୍ୟୁ ପ୍ରଥମେ 1 ଦ୍ୱାରା ବୃଦ୍ଧି ହୁଏ ଓ ଏହାପରେ ପ୍ରିଣ୍ଟ କରାଯାଏ
02:58 ଆଉ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଦେଖିବା ପାଇଁ ଆମେ ପୁଣିଥରେ 'a'ର ଭାଲ୍ୟୁ ପ୍ରିଣ୍ଟ କରିବା
03:03 ଏବେ, ଏହି କୋଡ୍ ଏକଜେକ୍ୟୁଟ୍ କରି ଯାଞ୍ଚ କରିବା
03:07 ମୁଁ ନିମ୍ନ ଲାଇନ୍ସ ଉପରେ କମେଣ୍ଟ ଦେବି, ଟାଇପ୍ କରନ୍ତୁ /*, */
03:19 ସେଭ୍ ରେ କ୍ଲିକ୍ କରନ୍ତୁ
03:22 ମୁଁ ମୋ ଫାଇଲ୍ କୁ incrdecr.c ନାମରେ ସେଭ୍ କରିଛି
03:29 ଏକକାଳୀନ Ctrl, AltT ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ
03:35 କମ୍ପାଇଲ୍ କରିବା ପାଇଁ ଟର୍ମିନାଲ୍ ରେ ଟାଇପ୍ କରନ୍ତୁ gcc space incrdecr dot c space minus o space incr. ଏଣ୍ଟର ଦାବନ୍ତୁ
03:51 କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ ./incr (ଡଟ୍ ସ୍ଲାସ୍ ଆଇଏନ୍ସିଆର୍) ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
03:59 ସ୍କ୍ରିନ୍ ଉପରେ ଆଉଟପୁଟ୍ ପ୍ରଦର୍ଶିତ ହେବ
04:01 a++ ପ୍ରିଣ୍ଟ କରିବାବେଳେ, ଏହା ହେଉଛି ଆଉଟପୁଟ୍
04:06 ++a ପ୍ରିଣ୍ଟ କରିବାବେଳେ, ଏହା ହେଉଛି ଆଉଟପୁଟ୍
04:09 ଆମେ, ପୂର୍ବ ଆଲୋଚିତ ପରି ସମାନ ରେଜଲ୍ଟ ପାଇବା
04:13 ଏବେ ଅବଶିଷ୍ଟ ପ୍ରୋଗ୍ରାମ୍ କୁ ଫେରିଆସନ୍ତୁ
04:16 ମୁଁ ଏବେ postfix ଓ prefix decrement ଅପରେଟର୍ସ ବର୍ଣ୍ଣନା କରିବି
04:21 ଏଠାରୁ ଓ ଏଠାରୁ ମଲ୍ଟିଲାଇନ୍ କମେଣ୍ଟ କାଢ଼ିଦିଅନ୍ତୁ
04:29 ଏବେ ଆମେ ପୁଣିଥରେ a କୁ 1 ଭାଲ୍ୟୁ ଦେବା
04:35 ଏହି printf ଷ୍ଟେଟମେଣ୍ଟ ପୂର୍ବ ବର୍ଣ୍ଣିତ ଭଳି 1ର ଭାଲ୍ୟୁ ଆଉଟପୁଟ୍ ଦେବ
04:40 a-- ମୂଲ୍ୟାଙ୍କିତ ହେବା ପରେ aର ଭାଲ୍ୟୁରେ ୧ର ହ୍ରାସ ହେବ, ଯେହେତୁ ଏହା ହେଉଛି ଏକ ପୋଷ୍ଟଫିକ୍ସ ଏକ୍ସପ୍ରେସନ୍
04:47 ପରବର୍ତ୍ତୀ ଷ୍ଟେଟମେଣ୍ଟ aର ଭାଲ୍ୟୁକୁ o ରୂପେ ପ୍ରିଣ୍ଟ କରିବ
04:51 aର ଭାଲ୍ୟୁ 1 ହ୍ରାସ ପାଇଯାଇଛି
04:54 ଏବେ ଆମ ପାଖରେ prefix decrement operator ଅଛି
04:58 ଏହି printf ଷ୍ଟେଟମେଣ୍ଟର ଆଉଟପୁଟ୍ 0 ହେବ
05:00 ଯେହେତୁ ଏହା ଏକ prefix ଅପରେସନ୍ ଅଟେ
05:05 ଅପରାଣ୍ଡର ମୂଲ୍ୟାଙ୍କନ ହେବା ପୂର୍ବରୁ prefix ଅପରେସନ୍ ସଂଘଟିତ ହୁଏ
05:09 ଏହି printf ଷ୍ଟେଟମେଣ୍ଟର ଆଉଟପୁଟ୍ ହେଉଛି 0
05:11 aର ଭାଲ୍ୟୁରେ ଆଉ କୌଣସି ପରିବର୍ତ୍ତନ କରାଯାଇନାହିଁ
05:15 return 0 ଟାଇପ୍ କରନ୍ତୁ ଓ ଏଣ୍ଡିଙ୍ଗ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
05:21 ସେଭ୍ ରେ କ୍ଲିକ୍ କରନ୍ତୁ
05:24 ଟର୍ମିନାଲ୍ କୁ ଫେରିଆସନ୍ତୁ
05:27 କମ୍ପାଇଲ୍ କରିବା ପାଇଁ ଟର୍ମିନାଲ୍ରେ ଟାଇପ୍ କରନ୍ତୁ gcc space incrdecr dot c space minus o space incr. ଏଣ୍ଟର ଦାବନ୍ତୁ
05:42 ଏକଜେକ୍ୟୁଟ୍ କରିବା ପାଇଁ ./incr ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
05:52 ଏହା ହେଉଛି ଆଉଟପୁଟ୍ ଯେତେବେଳେ ଆପଣ a-- ପ୍ରିଣ୍ଟ କରିବେ
05:56 ଏହା ହେଉଛି ଆଉଟପୁଟ୍ ଯେତେବେଳେ ଆପଣ --a ପ୍ରିଣ୍ଟ କରିବେ
05:59 ଏବେ, ଆମେ ଦେଖୁ , increment ଓ decrement ଅପରେଟର୍ କିପରି କାମ କରେ
06:05 ଯଦି ଆମେ ଏହି ପ୍ରୋଗ୍ରାମ୍ କୁ C++ରେ ଲେଖିବାକୁ ଚାହୁଁଛେ
06:07 ମୁଁ ଉପରୋକ୍ତ C କୋଡ୍ରେ କିଛି ପରିବର୍ତ୍ତନ କରିପାରିବି
06:10 ଏଡିଟର୍ କୁ ଫେରିଯିବା
06:13 ଏଠାରେ ଆବଶ୍ୟକ କୋଡ୍ ସହିତ C++ ଫାଇଲ୍ ଅଛି
06:16 ଧ୍ୟାନଦିଅନ୍ତୁ ଯେ, C ଫାଇଲ୍ ହେଡର୍ ଠାରୁ ଏହି header ଭିନ୍ନ ଅଟେ
06:20 ଆମ ପାଖରେ using namespace ଷ୍ଟେଟମେଣ୍ଟ ମଧ୍ୟ ଅଛି
06:24 C++ ରେ ଆଉଟପୁଟ୍ ଷ୍ଟେଟମେଣ୍ଟ cout ବୋଲି ମଧ୍ୟ ଦେଖନ୍ତୁ
06:28 ଏହିସବୁ ପାର୍ଥକ୍ୟ ବ୍ୟତୀତ ଦୁଇଟିଯାକ କୋଡ୍ ବହୁତ ସମାନ
06:33 .cpp ଏକ୍ସଟେନ୍ସନ୍ ସହିତ ଫାଇଲ୍ ସେଭ୍ କରନ୍ତୁ
06:40 କୋଡ୍ କମ୍ପାଇଲ୍ କରିବା
06:42 ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ g++ space incrdecr dot cpp space minus o space incr. ଏଣ୍ଟର ଦାବନ୍ତୁ
07:00 ଏକଜେକ୍ୟୁଟ୍ କରିବା ପାଇଁ ./ incr (ଡଟ୍ ସ୍ଲାସ୍ incr) ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
07:07 ଆଉଟପୁଟ୍ ସ୍କ୍ରିନ୍ ରେ ପ୍ରଦର୍ଶିତ ହେବ
07:10 ଦେଖନ୍ତୁ, ଏହି ଆଉଟପୁଟ୍ C ପ୍ରୋଗ୍ରାମ୍ ଭଳି ସମାନ ଅଟେ
07:15 ଆମେ ଏବେ ଟାଇପ୍ କାଷ୍ଟିଙ୍ଗର କନସେପ୍ଟ ବୁଝିବା
07:17 ଏହା CC++ ଉଭୟରେ ଏକାପରି ଲାଗୁ ହେବ
07:22 ଗୋଟିଏ ପ୍ରକାରର ଭେରିଏବଲ୍ କୁ ଅନ୍ୟ ପ୍ରକାର ଭେରିଏବଲ୍‍ ଭଳି କାର୍ଯ୍ୟ କରାଇବା ପାଇଁ ଟାଇପ୍ କାଷ୍ଟିଙ୍ଗ ବ୍ୟବହୃତ ହୁଏ
07:27 ଟାଇପ୍ କାଷ୍ଟିଙ୍ଗ, ଆପଣ ଚାହୁଁଥିବା ଡାଟା ଟାଇପ୍ କୁ ପାରେନ୍ଥେସିସ୍ ଭିତରେ ଆବଦ୍ଧ କରି କରାଯାଏ
07:33 ଆପଣ ଚାହୁଁଥିବା କାଷ୍ଟ ଭେରିଏବଲ୍‍ ର ସାମ୍ନାରେ ଏହି କାଷ୍ଟ ରଖାଯାଏ
07:38 ଏହି typecast କେବଳ ଗୋଟିଏ ସିଙ୍ଗଲ୍ ଅପରେସନ୍ ପାଇଁ ବୈଧ ଅଟେ
07:42 ଏବେ ଗୋଟିଏ ସିଙ୍ଗଲ୍ ଅପରେସନ ପାଇଁ a ଏକ float ଭେରିଏବଲ୍ ଭାବେ କାର୍ଯ୍ୟ କରିବ
07:47 ମୁଁ ଏକ ଉଦାହରଣ ତିଆରି କରିସାରିଛି
07:50 ମୁଁ ଏବେ କୋଡ୍ ବର୍ଣ୍ଣନା କରିବି
07:54 ପ୍ରଥମେ, ଭେରିଏବଲ୍ abକୁ ଇଣ୍ଟିଜର୍ ଭାବେ ଓ cକୁ ଫ୍ଲୋଟ୍ ଭାବେ ଘୋଷିତ କରିବା
08:00 a କୁ ଭାଲ୍ୟୁ 5 ଦିଆଯାଇଛି. b କୁ ଭାଲ୍ୟୁ 2 ଦିଆଯାଇଛି
08:06 ab ଉପରେ ଅପରେସନ ସଂଚାଳନ କରିବା
08:10 a କୁ b ଦ୍ୱାରା ଭାଗ କରିବା. ଭାଗଫଳ cରେ ଷ୍ଟୋର୍ ହେବ
08:14 ଦଶମିକର ଦୁଇଟି ସ୍ଥାନ ପର୍ଯ୍ୟନ୍ତର ସଠିକତା ସୂଚିତ କରିବା ପାଇଁ ଆମେ %.2f ବ୍ୟବହାର କରିଛେ
08:20 ସମ୍ଭାବ୍ୟ ପରିଣାମ ୨.୫୦ ବଦଳରେ ପ୍ରଦର୍ଶିତ ପରିଣାମ ୨.୦୦ ହେବ
08:25 ଭିନ୍ନାତ୍ମକ ଭାଗକୁ କାଢ଼ିଦିଆଯାଏ, କାରଣ ଉଭୟ ଅପେରାଣ୍ଡ ab ହେଉଛି ଇଣ୍ଟିଜର୍
08:31 real division ସମ୍ପାଦନ ପାଇଁ ଗୋଟିଏ ଅପେରାଣ୍ଡରେ ଫ୍ଲୋଟ୍ ପାଇଁ ଟାଇପ୍ କାଷ୍ଟ ହେବ
08:35 ଏଠାରେ ଫ୍ଲୋଟ୍ ପାଇଁ a ଟାଇପ୍ କାଷ୍ଟିଙ୍ଗ କରୁଛେ. ଏବେ c real divisionର ଭାଲ୍ୟୁ ଧରିଛି
08:41 ବର୍ତ୍ତମାନ real divisionର ରେଜଲ୍ଟ ପ୍ରଦର୍ଶିତ ହୁଏ. ସମ୍ଭାବିତ ଉତ୍ତର ହେଉଛି 2.50
08:47 return 0 ଟାଇପ୍ କରନ୍ତୁ ଓ ଏଣ୍ଡିଙ୍ଗ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ
08:51 Save କ୍ଲିକ୍ କରନ୍ତୁ. .c (ଡଟ୍ c) ଏକ୍ସଟେନ୍ସନ ସହିତ ଫାଇଲ୍ ସେଭ୍ କରନ୍ତୁ
08:55 ମୁଁ ମୋ ଫାଇଲ୍ କୁ typecast.c ନାମରେ ସେଭ୍ କରିଛି
08:59 ଟର୍ମିନାଲ୍ ଖୋଲନ୍ତୁ
09:01 କମ୍ପାଇଲ୍ କରିବା ପାଇଁ ଟାଇପ୍ କରନ୍ତୁ gcc space typecast dot c space minus o space type ଓ ଏଣ୍ଟର ଦାବନ୍ତୁ
09:17 ଏକଜେକ୍ୟୁଟ୍ କରିବା ପାଇଁ ./type ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ
09:25 ଆଉଟପୁଟ୍ ସ୍କ୍ରିନ୍ ରେ ପ୍ରଦର୍ଶିତ ହୁଏ
09:27 ଦୁଇଟି ଭାଲ୍ୟୁକୁ ଦେଖି ଆମେ ଟାଇପ୍ କାଷ୍ଟିଙ୍ଗର ପ୍ରଭାବ ଦେଖିବା
09:32 ଟ୍ୟୁଟୋରିଆଲ୍କୁ ସାରାଂଶିତ କରିବା
09:34 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ-
09:36 increment ଓ decrement ଅପରେଟର୍ସ କିପରି ବ୍ୟବହାର କରାଯାଏ
09:40 Postfix ଓ Prefix ଗଠନ ବିଷୟରେ ମଧ୍ୟ ଜାଣିଲେ
09:44 ଟାଇପ୍କାଷ୍ଟିଙ୍ଗ ଓ ତାହାର ବ୍ୟବହାର ବିଷୟରେ ମଧ୍ୟ ଶିଖିଲେ
09:47 ଏକ ଆସାଇନମେଣ୍ଟ ଭାବେ:
09:49 ନିମ୍ନ ଏକ୍ସପ୍ରେସନ୍ ର ସମାଧାନ ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ: a divided by b plus c divided by d
09:56 a, b, cdର ଭାଲ୍ୟୁକୁ ଇନପୁଟ୍ ଭାବେ ୟୁଜର୍ ଠାରୁ ନିଆଯାଇଛି
10:01 real division ସମ୍ପାଦନ ପାଇଁ ଟାଇପ୍ କାଷ୍ଟିଙ୍ଗ ବ୍ୟବହାର କରନ୍ତୁ
10:05 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ
10:08 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:10 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
10:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:17 ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:20 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
10:24 ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org)
10:33 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:37 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
10:44 ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:55 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

PoojaMoolya, Pradeep