C-and-Cpp/C2/Arithmetic-Operators/Oriya
From Script | Spoken-Tutorial
| Time | Narration |
| 00:01 | C ଓ C++ରେ Arithmetic Operators ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା: |
| 00:10 | Arithmetic Operators ଯେପରି-,'+' ଆଡିସନ୍: ଯେପରି a+b |
| 00:14 | '-' ସବଟ୍ରାକ୍ସନ୍: ଯେପରି a-b |
| 00:18 | '/' ଡିଭିଜନ୍: ଯେପରି a/b |
| 00:20 | '*' ମଲ୍ଟିପ୍ଲିକେସନ୍: ଯେପରି a*b |
| 00:24 | '%' ମଡ୍ୟୁଲସ୍: ଯେପରି a%b |
| 00:27 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ, ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 11.10 |
| 00:32 | ଉବୁଣ୍ଟୁରେ gcc ଓ g++ କମ୍ପାଇଲର୍ ଭର୍ସନ୍ 4.6.1 |
| 00:38 | ଏକ C ପ୍ରୋଗ୍ରାମ୍ ସାହାଯ୍ୟରେ ମୁଁ ଏହିସବୁ ଏରିଥମେଟିକ୍ ଅପରେସନ୍ସର ବ୍ୟବହାର ପ୍ରଦର୍ଶନ କରିବି |
| 00:44 | ମୁଁ ପ୍ରୋଗ୍ରାମ୍ ଲେଖିସାରିଛି |
| 00:47 | ତେଣୁ, ମୁଁ ଏଡିଟର୍ ଖୋଲି କୋଡ୍ ବର୍ଣ୍ଣନା କରିବି |
| 00:49 | ଏହା ହେଉଛି ଏରିଥମେଟିକ୍ ଅପରେଟର୍ସ ପାଇଁ C ପ୍ରୋଗ୍ରାମ୍ |
| 00:56 | ପ୍ରଥମ ଦୁଇଟି ଷ୍ଟେଟମେଣ୍ଟରେ ଭେରିଏବଲ୍ସ ଘୋଷିତ ଓ ପରିଭାଷିତ ହୋଇଛି |
| 01:02 | ପରବର୍ତ୍ତୀ ଦୁଇଟି ଷ୍ଟେଟମେଣ୍ଟରେ, |
| 01:04 | a ପାଇଁ ଭାଲ୍ୟୁ 5 ନିର୍ଦ୍ଧାରଣ କରାଯାଇଛି |
| 01:06 | b ପାଇଁ ଭାଲ୍ୟୁ 2 ନିର୍ଦ୍ଧାରଣ କରାଯାଇଛି |
| 01:10 | ଆଡିସନ୍ ଅପରେଟର୍ କିପରି କାମ କରେ, ଦେଖିବା |
| 01:14 | a ଓ bର ଯୋଗଫଳକୁ c ଧାରଣ କରେ |
| 01:19 | a ଓ bର ଯୋଗଫଳକୁ ଏହି printf ଷ୍ଟେଟମେଣ୍ଟ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ |
| 01:28 | ଏଠାରେ ଦଶମିକ ବିନ୍ଦୁ ପରେ ଦୁଇଟି ସଂଖ୍ୟାର ସ୍ପଷ୍ଟତା % dot 2f ଦର୍ଶାଇଥାଏ |
| 01:37 | ପରବର୍ତ୍ତୀ ଷ୍ଟେଟମେଣ୍ଟରେ a ଓ bର ଗୁଣଫଳକୁ c ଧାରଣ କରେ |
| 01:43 | a ଓ bର ଗୁଣଫଳକୁ ଏହି printf ଷ୍ଟେଟମେଣ୍ଟ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ |
| 01:48 | ଏହି ଦୁଇ ଅପରେଟର୍ସ କିପରି କାମ କରେ, ଦେଖିବା |
| 01:52 | ନିମ୍ନ ଧାଡ଼ିଗୁଡ଼ିକୁ କମେଣ୍ଟ କରିବା |
| 01:55 | ଟାଇପ୍ କରନ୍ତୁ /* (ସ୍ଲାସ୍ ଆଷ୍ଟେରିସ୍କ) |
| 02:01 | */ (ଆଷ୍ଟେରିସ୍କ ସ୍ଲାସ୍) |
| 02:05 | ସେଭ୍ ରେ କ୍ଲିକ୍ କରନ୍ତୁ |
| 02:07 | .c (ଡଟ୍ ସି) ଏକ୍ସଟେନ୍ସନ୍ ସହିତ ଫାଇଲ୍ କୁ ସେଭ୍ କରନ୍ତୁ |
| 02:10 | ମୁଁ arithmetic.c ନାମରେ ଫାଇଲ୍ କୁ ସେଭ୍ କରିଛି |
| 02:15 | ଏକକାଳୀନ Ctrl, Alt ଓ T କୀ ଦବାଇ ଟର୍ମିନାଲ୍ ୱିଣ୍ଡୋ ଖୋଲନ୍ତୁ |
| 02:22 | କୋଡ୍ କମ୍ପାଇଲ୍ କରିବା ପାଇଁ, ଟର୍ମିନାଲ୍ ରେ ନିମ୍ନ ଧାଡ଼ିକୁ ଟାଇପ୍ କରନ୍ତୁ |
| 02:27 | gcc ସ୍ପେସ୍ arithmetic ଡଟ୍ c ସ୍ପେସ୍ ମାଇନସ୍ o ସ୍ପେସ୍ arith |
| 02:38 | ଏଣ୍ଟର ଦାବନ୍ତୁ |
| 02:40 | କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ ./arith (ଡଟ୍ ସ୍ଲାସ୍ arith) ଟାଇପ୍ କରନ୍ତୁ |
| 02:48 | ଏଣ୍ଟର ଦାବନ୍ତୁ |
| 02:50 | ଆଉଟପୁଟ୍ ସ୍କ୍ରିନ୍ ଉପରେ ଡିସପ୍ଲେ ହେବ |
| 02:53 | ଏହା ଦେଖାଏ,Sum of 5 and 2 is 7.00 ଓ |
| 02:59 | Product of 5and 2 is 10.00 |
| 03:03 | ଏବେ ଆପଣ ନିଜେ ସବଟ୍ରାକ୍ସନ୍ ଅପରେଟର୍ ର ଅଭ୍ୟାସ କରିବା ଉଚିତ |
| 03:08 | ଆଡିସନ୍ ଅପରେଟର୍ କୁ ସବଟ୍ରାକ୍ସନ୍ ଅପରେଟର୍ ସହିତ ବଦଳାଇ ଦେଖନ୍ତୁ |
| 03:13 | ଆପଣଙ୍କୁ ପରିଣାମ 3 ପ୍ରାପ୍ତ ହେବା ଉଚିତ |
| 03:18 | ପ୍ରୋଗ୍ରାମ୍ ଓ ଷ୍ଟେଟମେଣ୍ଟ ଶେଷ ସେଟ୍ କୁ ଫେରିଆସନ୍ତୁ |
| 03:23 | ଏବେ ମୁଁ ଡିଭିଜନ୍ ପାଇଁ କୋଡ୍ ବୁଝାଇବି |
| 03:26 | ଏଠାରୁ ମଲ୍ଟିଲାଇନ୍ କମେଣ୍ଟ କାଢ଼ିଦିଅନ୍ତୁ |
| 03:34 | ଏହି ଷ୍ଟେଟମେଣ୍ଟରେ c, a by b ଇଣ୍ଟିଜର୍ ଡିଭିଜନ୍ ର ଭାଲ୍ୟୁକୁ ଷ୍ଟୋର୍ କରେ |
| 03:40 | ଧ୍ୟାନଦିଅନ୍ତୁ ଯେ, ଇଣ୍ଟିଜର୍ ଡିଭିଜନ୍ ରେ ଭିନ୍ନାତ୍ମକ ଭାଗକୁ ଛାଡ଼ି ଦିଆଯାଏ |
| 03:47 | printf ଷ୍ଟେଟମେଣ୍ଟ, ଡିଭିଜନ୍ ଆଉଟପୁଟ୍ କୁ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ |
| 03:57 | ଏହି ଷ୍ଟେଟମେଣ୍ଟରେ ଆମେ real ଡିଭିଜନ୍ କରୁଛେ |
| 04:02 | ଏଠାରେ ଗୋଟିଏ ଅପେରାଣ୍ଡକୁ float ଭାବେ କାଷ୍ଟ କରାଯାଏ |
| 04:10 | ଆମେ କାଷ୍ଟ ଭେରିଏବଲ୍ a ଟାଇପ୍ କରିଛେ |
| 04:13 | ଏବେ ଏକ ସିଙ୍ଗଲ୍ ଅପରେସନ୍ ପାଇଁ a ଏକ ଫ୍ଲୋଟ୍ ଭେରିଏବଲ୍ ଭଳି କାର୍ଯ୍ୟ କରିବ |
| 04:22 | printf ଷ୍ଟେଟମେଣ୍ଟ ରିଅଲ୍ ଡିଭିଜନ୍ ର ଆଉଟପୁଟ୍ କୁ ସ୍କ୍ରିନ୍ ରେ ପ୍ରଦର୍ଶିତ କରେ |
| 04:30 | return 0 ଟାଇପ୍ କରି ଏଣ୍ଡିଙ୍ଗ କର୍ଲୀ ବ୍ରାକେଟ୍ ବନ୍ଦ କରନ୍ତୁ |
| 04:37 | ସେଭ୍ ରେ କ୍ଲିକ୍ କରନ୍ତୁ |
| 04:40 | କୋଡ୍ କମ୍ପାଇଲ୍ ଓ ଏକଜେକ୍ୟୁଟ୍ କରିବା ପାଇଁ ଟର୍ମିନାଲ୍ କୁ ଫେରିଆସନ୍ତୁ |
| 04:45 | କମ୍ପାଇଲ୍ କରିବା ପାଇଁ gcc space arithmetic dot c minus o space arith ଟାଇପ୍ କରନ୍ତୁ. ଏଣ୍ଟର ଦାବନ୍ତୁ |
| 04:59 | କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ ./arith ଟାଇପ୍ କରି ଏଣ୍ଟର ଦାବନ୍ତୁ |
| 05:05 | ଆଉଟପୁଟ୍ ସ୍କ୍ରିନ୍ ରେ ପ୍ରଦର୍ଶିତ ହେବ |
| 05:08 | ଆମ ପାଖରେ ଆଡିସନ୍ ଓ ମଲ୍ଟିପ୍ଲିକେସନ୍ ଅପରେଟର୍ସର ବିଗତ ଆଉଟପୁଟ୍ ଅଛି |
| 05:16 | ଆମ ପାଖରେ 5 by 2 ର ଇଣ୍ଟିଜର୍ ଡିଭିଜନ୍ 2 ଅଛି |
| 05:22 | ଧ୍ୟାନଦିଅନ୍ତୁ ଯେ, ଇଣ୍ଟିଜର୍ ଡିଭିଜନ୍ ରେ ଭିନ୍ନାତ୍ମକ ଭାଗକୁ ଛାଡ଼ିଦିଆଯାଏ |
| 05:29 | ଏହାପରେ ଆମ ପାଖରେ 5 by 2 ରିଅଲ୍ ଡିଭିଜନ୍ 2.5 ଅଛି |
| 05:35 | ରିଅଲ୍ ଡିଭିଜନ୍ ରେ, ସମ୍ଭାବିତ ପରିଣାମ ପ୍ରାପ୍ତ ହୋଇଥାଏ |
| 05:37 | ଏହି ରେଜଲ୍ଟଗୁଡ଼ିକୁ ପାଇବା ପାଇଁ ଆମେ ଟାଇପ୍-କାଷ୍ଟିଙ୍ଗ ବ୍ୟବହାର କରିଛେ |
| 05:45 | ଧରାଯାଉ, ମୁଁ ଏହି ସମାନ ପ୍ରୋଗ୍ରାମ୍ କୁ C++ରେ ଲେଖିବାକୁ ଚାହୁଁଛି |
| 05:50 | ଦେଖିବା, ମୁଁ ସମାନ କୋଡ୍ କୁ C++ରେ ବ୍ୟବହାର କରିପାରୁଛି କି ନାହିଁ |
| 05:54 | ଆସନ୍ତୁ ଦେଖିବା |
| 05:56 | ଏଡିଟର୍ କୁ ଫେରିଯିବା |
| 06:00 | ଏଠାରେ ଏକ C++ କୋଡ୍ ଅଛି |
| 06:05 | ଧ୍ୟାନଦିଅନ୍ତୁ ଯେ, ଏହାର ହେଡର୍ C ଫାଇଲ୍ ହେଡର୍ ଠାରୁ ଭିନ୍ନ |
| 06:12 | ଏଠାରେ namespace ମଧ୍ୟ ବ୍ୟବହୃତ ହୋଇଛି |
| 06:18 | ଆହୁରି ମଧ୍ୟ ଦେଖନ୍ତୁ ଯେ, C++ରେ ଆଉଟପୁଟ୍ ଷ୍ଟେଟମେଣ୍ଟ ହେଉଛି cout |
| 06:25 | ତେଣୁ, ଏତିକି ପାର୍ଥକ୍ୟ ବ୍ୟତୀତ, ଦୁଇଟିଯାକ କୋଡ୍ ପ୍ରାୟତଃ ସମାନ |
| 06:32 | ସେଭ୍ ରେ କ୍ଲିକ୍ କରନ୍ତୁ,ଫାଇଲ୍ ଟି .cpp ଏକ୍ସଟେନସନ୍ ସହ ସେଭ୍ ହୋଇଥିବାର ନିଶ୍ଚିତ କରନ୍ତୁ |
| 06:37 | ମୁଁ ଫାଇଲ୍ ଟିକୁ arithmetic.cpp ନାମରେ ସେଭ୍ କରିଛି |
| 06:41 | କୋଡ୍ ଏକଜେକ୍ୟୁଟ୍ କରି ଦେଖିବା ଆମେ କ’ଣ ପରିଣାମ ପାଉଛେ |
| 06:49 | ଟର୍ମିନାଲ୍ ଖୋଲନ୍ତୁ ଓ ଟାଇପ୍ କରନ୍ତୁ g++ space arithmetic dot cpp space minus o space arith, ଏଣ୍ଟର ଦାବନ୍ତୁ |
| 07:09 | କୋଡ୍ ଏକଜେକ୍ୟୁଟ୍ କରିବା ପାଇଁ ./ arith ଟାଇପ୍ କରନ୍ତୁ, ଏଣ୍ଟର ଦାବନ୍ତୁ |
| 07:16 | ଏଠାରେ ଆଉଟପୁଟ୍ ଡିସପ୍ଲେ ହୁଏ |
| 07:19 | ଦେଖନ୍ତୁ, ପରିଣାମଗୁଡ଼ିକ C ପ୍ରୋଗ୍ରାମ୍ ପରି ସମାନ ଅଟେ |
| 07:23 | କେବଳ ଆଉଟପୁଟ୍ ର ସଠିକତାରେ ପ୍ରଭେଦ ଅଛି |
| 07:29 | ସଂକ୍ଷିପ୍ତରେ |
| 07:32 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ, ଆରିଥମେଟିକ୍ ଅପରେଟର୍ସ କିପରି ବ୍ୟବହାର କରାଯାଏ |
| 07:36 | ଏକ ଆସାଇନମେଣ୍ଟ ଭାବେ: |
| 07:38 | ମଡ୍ୟୁଲସ୍ ଅପରେଟର୍ ର ବ୍ୟବହାର ପ୍ରଦର୍ଶନ ପାଇଁ ଏକ ପ୍ରୋଗ୍ରାମ୍ ଲେଖନ୍ତୁ |
| 07:42 | ଦୟାକରି ଧ୍ୟାନଦିଅନ୍ତୁ ଯେ, ମଡ୍ୟୁଲସ୍ ଅପରେଟର୍ ରୁ ଡିଭିଜନ୍ ର ଭାଗଫଳ ପ୍ରାପ୍ତ ହୁଏ, ଯେପରି c = a % b |
| 07:50 | ଆପଣଙ୍କୁ ରେଜଲ୍ଟ 1 ମିଳିବା ଉଚିତ |
| 07:55 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 07:57 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 08:00 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 08:05 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 08:09 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 08:14 | ଅଧିକ ବିବରଣୀ ପାଇଁ, ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
| 08:20 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 08:25 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 08:30 | ଏହି ମିଶନ୍ ଉପରେ ଅଧିକ ବିବରଣୀ |
| 08:33 | ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ ଡଟ୍ ଓଆରଜି ସ୍ଲାସ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 08:41 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |