BASH/C2/Conditional-execution/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, Bashରେ Conditional Execution ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, |
| 00:10 | Test କମାଣ୍ଡର ବ୍ୟବହାର ଓ |
| 00:13 | Conditional ଷ୍ଟେଟମେଣ୍ଟ |
| 00:15 | କେତେକ ଉଦାହରଣ ବ୍ୟବହାର କରି ଆମେ ଏହାକୁ କରିବା |
| 00:19 | ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ, |
| 00:21 | ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ GNU/Linux OS ସହିତ |
| 00:26 | ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:32 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି |
| 00:35 | ଉବୁଣ୍ଟୁ ଲିନକ୍ସ 12.04 OS ଓ |
| 00:39 | GNU Bash ଭର୍ସନ୍ 4.1.10 |
| 00:43 | ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି |
| 00:49 | ଚାଲନ୍ତୁ, Testର ପରିଚୟରୁ ଆରମ୍ଭ କରିବା |
| 00:52 | Test ହେଉଛି ଏକ Built-in କମାଣ୍ଡ, ଯାହା Exit Status ରିଟର୍ନ କରେ |
| 00:57 | ଏହା, True ପାଇଁ 0 (ଶୂନ୍) ଓ False ପାଇଁ 1 (ଏକ) ରିଟର୍ନ କରେ |
| 01:02 | ଏକ୍ସପ୍ରେଶନ୍ ର ମୂଲ୍ୟାଙ୍କନ ଉପରେ Return ଭାଲ୍ୟୁ ନିର୍ଭର କରିଥାଏ |
| 01:07 | ଡଲାର୍ ଓ ପ୍ରଶ୍ନବାଚକ ଚିହ୍ନ ($?) ଟାଇପ୍ କରି, ଜଣେ ରିଟର୍ନ ଷ୍ଟାଟସ୍ ପାଇପାରିବ |
| 01:14 | ଗୋଟିଏ ଏକ୍ସପ୍ରେଶନକୁ ଦୁଇଟି ମାର୍ଗରେ ମୂଲ୍ୟାଙ୍କନ କରିହେବ - |
| 01:18 | ଗୋଟିଏ ହେଉଛି Test କୀୱର୍ଡ ବ୍ୟବହାର କରି |
| 01:21 | ଆଉ ଅନ୍ୟଟି ହେଉଛି ସ୍କ୍ୱୟାର୍ ବ୍ରାକେଟ୍ ମଧ୍ୟରେ ବନ୍ଦଥିବା ଏକ୍ସପ୍ରେଶନ୍ ବ୍ୟବହାର କରି |
| 01:27 | ଏବେ, ଏକାସାଙ୍ଗରେ Ctrl, Alt ଓ T କୀ ଦାବି ଟର୍ମିନାଲ୍ ଖୋଲନ୍ତୁ |
| 01:35 | ଟାଇପ୍ କରନ୍ତୁ: test ସ୍ପେସ୍ 4 ସ୍ପେସ୍ ହାଇଫେନ୍ eq ସ୍ପେସ୍ 4 ସେମିକୋଲନ୍ ସ୍ପେସ୍ echo ସ୍ପେସ୍ ଡଲାର୍ ଚିହ୍ନ ଓ ଗୋଟିଏ ପ୍ରଶ୍ନବାଚକ ଚିହ୍ନ. ଏଣ୍ଟର୍ ଦାବନ୍ତୁ |
| 01:53 | ଏହା ଶୂନ୍ ରିଟର୍ନ କରେ, ଯାହାର ଅର୍ଥ ହେଉଛି True |
| 01:57 | 4 is equal to 4 |
| 02:00 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: |
| 02:02 | ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ 4 ସ୍ପେସ୍ ହାଇଫେନ୍ eq ସ୍ପେସ୍ 4 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ ସେମିକୋଲନ୍ ସ୍ପେସ୍ echo ସ୍ପେସ୍ ଡଲାର୍ ଚିହ୍ନ ଓ ଗୋଟିଏ ପ୍ରଶ୍ନବାଚକ ଚିହ୍ନ. ଏଣ୍ଟର୍ ଦାବନ୍ତୁ |
| 02:22 | ଏହା ଶୂନ୍ ରିଟର୍ନ କରେ, ଯାହାର ଅର୍ଥ ହେଉଛି True |
| 02:25 | ଅର୍ଥାତ୍ 4 is equal to 4 |
| 02:28 | ଚାଲନ୍ତୁ, ଆଉ ଗୋଟିଏ ଏକ୍ସପ୍ରେଶନ୍ ନେବା. ଟାଇପ୍ କରନ୍ତୁ:
test ସ୍ପେସ୍ 4 ସ୍ପେସ୍ ହାଇଫେନ୍ eq ସ୍ପେସ୍ 5 ସେମିକୋଲନ୍ ସ୍ପେସ୍ echo ସ୍ପେସ୍ ଡଲାର୍ ଚିହ୍ନ ଓ ପ୍ରଶ୍ନବାଚକ ଚିହ୍ନ. ଏଣ୍ଟର୍ ଦାବନ୍ତୁ |
| 02:48 | ଏହା ଏକ ରିଟର୍ନ କରେ, ଯାହାର ଅର୍ଥ ହେଉଛି False |
| 02:52 | ଅର୍ଥାତ୍ 4 is not equal to 5 |
| 02:56 | ଏବେ ଚାଲନ୍ତୁ, ସେହି ଏକ୍ସପ୍ରେଶନକୁ ସ୍କ୍ୱୟାର୍ ବ୍ରାକେଟ୍ ମଧ୍ୟରେ ଲେଖିବା. ଟାଇପ୍ କରନ୍ତୁ: |
| 03:01 | ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ 4 ସ୍ପେସ୍ ହାଇଫେନ୍ eq ସ୍ପେସ୍ 5 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ ସେମିକୋଲନ୍ ସ୍ପେସ୍ echo ସ୍ପେସ୍ ଡଲାର୍ ଚିହ୍ନ ଓ ଗୋଟିଏ ପ୍ରଶ୍ନବାଚକ ଚିହ୍ନ. ଏଣ୍ଟର୍ ଦାବନ୍ତୁ |
| 03:21 | ଏହା ମଧ୍ୟ ଏକ ରିଟର୍ନ କରେ, ଯାହାର ଅର୍ଥ ହେଉଛି False |
| 03:25 | ଅର୍ଥାତ୍ 4 is not equal to 5 |
| 03:29 | ଏହାକୁ ଅନ୍ୟ ପ୍ରକାରର ଯାଞ୍ଚ ପାଇଁ ବିସ୍ତାରିତ କରାଯାଇପାରିବ |
| 03:33 | ଦୟାକରି ଟାଇପ୍ କରନ୍ତୁ: man ସ୍ପେସ୍ test ଓ ଏହାର ବ୍ୟବହାରକୁ ଦେଖନ୍ତୁ |
| 03:40 | ଏବେ ସ୍ଲାଇଡ୍ସକୁ ଫେରିଯାଆନ୍ତୁ |
| 03:43 | ଏବେ ଆମେ, if ଷ୍ଟେଟମେଣ୍ଟର ସିଣ୍ଟାକ୍ସ ଦେଖିବା |
| 03:48 | if ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ expression ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ ସେମିକୋଲନ୍ ସ୍ପେସ୍ then |
| 03:59 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: ଆପଣ ନିଷ୍ପାଦନ କରିବାକୁ ଚାହୁଁଥିବା commands କିମ୍ୱା Statements |
| 04:05 | ପରିଶେଷରେ, if loopକୁ fiରେ ଶେଷ କରନ୍ତୁ |
| 04:11 | Conditionର ମୌଳିକ ନିୟମଗୁଡ଼ିକ ହେଉଛି: |
| 04:14 | ବ୍ରାକେଟ୍ସ ଓ ଏକ୍ସପ୍ରେଶନ୍ସ ମଧ୍ୟରେ ସର୍ବଦା ସ୍ପେସ୍ ରଖନ୍ତୁ |
| 04:19 | then କୀୱର୍ଡ ପୂର୍ବରୁ ସର୍ବଦା ସେମିକୋଲନ୍ ବ୍ୟବହାର କରି ଲାଇନକୁ ଶେଷ କରନ୍ତୁ |
| 04:25 | ଷ୍ଟେଟମେଣ୍ଟ କିମ୍ୱା ଗୋଟିଏ ଏକ୍ସପ୍ରେଶନକୁ ଶେଷ କରିବା ପାଇଁ ସେମିକୋଲନ୍ ବ୍ୟବହାର କରାଯାଏ |
| 04:31 | ଯଦି ଆପଣ ସେଗୁଡ଼ିକୁ Conditionsରେ ବ୍ୟବହାର କରନ୍ତି, ତେବେ String Variables କ୍ୱୋଟ୍ କରିବାକୁ ସୁପାରିସ କରାଯାଉଛି |
| 04:38 | fi ସହିତ Condition Blockକୁ ବନ୍ଦ କରିବାକୁ ଭୁଲନ୍ତୁ ନାହିଁ |
| 04:43 | ଏବେ, if ଷ୍ଟେଟମେଣ୍ଟ ଉପରେ ଏକ ଉଦାହରଣ ଦେଖିବା |
| 04:46 | Terminalକୁ ଫେରିଆସନ୍ତୁ |
| 04:49 | ମୁଁ, ପୂର୍ବରୁ ଥିବା simpleif.sh ନାମକ Script File ଖୋଲିବି |
| 04:58 | Count ଯେତେବେଳେ 100 ସହ ସମାନ ହେବ, ଏହି Bash ସ୍କ୍ରିପ୍ଟ, Count is 100 ବାର୍ତ୍ତା ପ୍ରଦର୍ଶିତ କରିବ |
| 05:06 | ଏହା ହେଉଛି, Bash Shell Scriptର ପ୍ରଥମ ଲାଇନ୍, ଯାହା Shebang Line ଭାବରେ ଜଣାଯାଏ |
| 05:12 | ଗୋଟିଏ ଭେରିଏବଲ୍ Countକୁ ଏକ ଇଣ୍ଟିଜର୍ 100 ଆସାଇନ୍ କରାଯାଇଛି |
| 05:17 | ଧ୍ୟାନଦିଅନ୍ତୁ ଯେ, Count ଇକ୍ୱାଲ୍ସ ଟୁ (=) ଓ 100 ମଧ୍ୟରେ କୌଣସି ସ୍ପେସ୍ ରହିବା ଉଚିତ ନୁହେଁ |
| 05:24 | Count, 100 ସହ ସମାନ କି ନୁହେଁ, ଏହି ଏକ୍ସପ୍ରେଶନ୍ ଯାଞ୍ଚ କରେ |
| 05:30 | ଏଠାରେ, -eq ହେଉଛି କମ୍ପାରିଜନ୍ ଅପରେଟର୍ |
| 05:35 | ଯଦି କଣ୍ଡିଶନ୍ True ହୋଇଥିବ, ତେବେ ଏହା, Count is 100 ବାର୍ତ୍ତା ପ୍ରଦର୍ଶିତ କରିବ |
| 05:41 | if ବ୍ଲକ୍ ଶେଷ କରିବା ପାଇଁ fi |
| 05:45 | ଏବେ, Ctrl+S ଦାବି ଫାଇଲକୁ ସେଭ୍ କରନ୍ତୁ |
| 05:49 | Terminalକୁ ଫେରିଯାଆନ୍ତୁ |
| 05:51 | ଫାଇଲକୁ ନିଷ୍ପାଦନଯୋଗ୍ୟ କରିବା ପାଇଁ ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ simpleif.sh ଓ Enter ଦାବନ୍ତୁ |
| 06:04 | Promptକୁ ଖାଲି କରିଦିଅନ୍ତୁ |
| 06:06 | ଏବେ ଟାଇପ କରନ୍ତୁ: ଡଟ୍ ସ୍ଲାଶ୍ simpleif.sh, ଏଣ୍ଟର୍ ଦାବନ୍ତୁ |
| 06:14 | ଏଠାରେ ପ୍ରଦର୍ଶିତ ହେଲା: |
| 06:16 | Count is 100 |
| 06:18 | ଭେରିଏବଲ୍ Countର ଭାଲ୍ୟୁ ବଦଳାଇବାକୁ ଚେଷ୍ଟା କରନ୍ତୁ ଓ ସ୍କ୍ରିପ୍ଟକୁ ନିଷ୍ପାଦିତ କରନ୍ତୁ |
| 06:24 | ଏବେ, Slidesକୁ ଫେରିଆସନ୍ତୁ |
| 06:26 | ଆମେ, if-else କଣ୍ଡିଶନ୍ ଦେଖିବା |
| 06:30 | ସାଧାରଣ ସିଣ୍ଟାକ୍ସ ହେଉଛି: if ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ condition ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ ସ୍ପେସ୍ ସେମିକୋଲନ୍ ସ୍ପେସ୍ then |
| 06:44 | ପରବର୍ତ୍ତୀ ଲାଇନ୍ ରେ କମାଣ୍ଡସ୍ ଟାଇପ୍ କରନ୍ତୁ: |
| 06:47 | ପରବର୍ତ୍ତୀ ଲାଇନରେ, else ଷ୍ଟେଟମେଣ୍ଟ ଅଛି |
| 06:51 | ଆଉ ପୁଣିଥରେ କିଛି ଅନ୍ୟ କମାଣ୍ଡସ୍ ଟାଇପ୍ କରନ୍ତୁ |
| 06:55 | ପରବର୍ତ୍ତୀ ଲାଇନରେ, if ବ୍ଲକ୍ ଶେଷ କରିବାକୁ fi ଟାଇପ୍ କରନ୍ତୁ |
| 07:00 | ଏବେ, ଏକ ମନୋରଞ୍ଜକ ପାସୱର୍ଡ ପ୍ରୋଗ୍ରାମ୍ ସହିତ ଚାଲନ୍ତୁ if-elseର ବ୍ୟବହାର ଅଧ୍ୟୟନ କରିବା |
| 07:06 | Terminalକୁ ଫେରିଆସନ୍ତୁ |
| 07:09 | ମୁଁ, ifelse.sh ଫାଇଲ୍ ଖୋଲିବି |
| 07:14 | ଏହା ହେଉଛି shebang ଲାଇନ୍ |
| 07:17 | ଏଠାରେ, PASS ଭେରିଏବଲ୍ ରେ abc123 ଷ୍ଟୋର୍ ହୋଇଛି |
| 07:23 | abc123 ଏକ ଷ୍ଟ୍ରିଙ୍ଗ୍ ହୋଇଥିବାରୁ, ଏହା ଡବଲ୍ କ୍ୱୋଟ୍ସ ମଧ୍ୟରେ ଲେଖାଯିବା ଉଚିତ |
| 07:29 | read କମାଣ୍ଡ, ଷ୍ଟାଣ୍ଡାର୍ଡ ଇନପୁଟରୁ ଡେଟାର ଗୋଟିଏ ଲାଇନ୍ ପଢେ |
| 07:35 | ଏହି ମାମଲାରେ, ଷ୍ଟାଣ୍ଡାର୍ଡ ଇନପୁଟ୍ ହେଉଛି ଆମର କୀବୋର୍ଡ |
| 07:39 | ହାଇଫେନ୍ s ହେଉଛି Silent Mode ପାଇଁ |
| 07:43 | ଯାହାର ଅର୍ଥ, ପ୍ରବେଶ କରାଯାଇଥିବା ପାସୱର୍ଡ, ଆମେ ଟାଇପ କରିଥିବା ପରି ପ୍ରଦର୍ଶିତ ହେବନାହିଁ |
| 07:48 | ଆମେ ଚାହିଁବା ନାହିଁ ଯେ, ଅନ୍ୟମାନେ ଆମ ପାସୱର୍ଡ ଦେଖନ୍ତୁ |
| 07:52 | ହାଇଫେନ୍ p ହେଉଛି Prompt ପାଇଁ |
| 07:55 | ଏହା, ୟୁଜରଠାରୁ input ନେବା ପୂର୍ବରୁ ଏକ ଷ୍ଟ୍ରିଙ୍ଗ୍ Enter Password ଦେଖାଇବ |
| 08:01 | mypassword ହେଉଛି ଏକ ଭେରିଏବଲ୍ |
| 08:04 | ଏହା, ଷ୍ଟ୍ରିଙ୍ଗ୍ ଷ୍ଟୋର୍ କରେ, ଏହି ମାମଲାରେ ୟୁଜର୍ ଦ୍ୱାରା password ପ୍ରବେଶ କରାଯାଇଛି |
| 08:10 | ଏହା, ଭେରିବଲ୍ PASSର ଭାଲ୍ୟୁ ସହିତ ପ୍ରବେଶ କରାଯାଇଥିବା ପାସୱର୍ଡ ମିଶୁଛି କି ନାହିଁ ଯାଞ୍ଚ କରେ |
| 08:17 | mypassword ଭେରିବଲରେ ଏହା ଷ୍ଟୋର୍ ହୋଇଥାଏ |
| 08:21 | ଯଦି ପାସୱର୍ଡ ମିଶିଯାଏ, ତେବେ ଏହା ଏହି ବାର୍ତ୍ତା ଦେଖାଏ: |
| 08:25 | Password accepted |
| 08:27 | ଅନ୍ୟଥା ଏହା, Access Denied ପ୍ରଦର୍ଶିତ କରିବ |
| 08:31 | if-else loopର ଶେଷ ହେଉଛି fi |
| 08:34 | ଏବେ, Ctrl+S ଦାବି ଫାଇଲକୁ ସେଭ୍ କରନ୍ତୁ |
| 08:38 | Terminalକୁ ଫେରିଆସି ଫାଇଲକୁ ନିଷ୍ପାଦନଯୋଗ୍ୟ କରନ୍ତୁ. ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ ifelse.sh, ଏଣ୍ଟର୍ ଦାବନ୍ତୁ |
| 08:52 | ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ ifelse.sh, ଏଣ୍ଟର୍ ଦାବନ୍ତୁ |
| 08:57 | ଏଠାରେ ଏହା ପ୍ରଦର୍ଶିତ ହେଲା: Enter password: |
| 09:00 | ମୁଁ ଟାଇପ୍ କରିବି abc. ଏଣ୍ଟର୍ ଦାବନ୍ତୁ |
| 09:05 | ଯେହେତୁ ପାସୱର୍ଡ ଭୁଲ ଭାବେ ପ୍ରବେଶ କରାଯାଇଛି, ଏହା Access Denied ବାର୍ତ୍ତା ପ୍ରଦର୍ଶିତ କରିବ |
| 09:11 | ଚାଲନ୍ତୁ ପୁଣିଥରେ ନିଷ୍ପାଦନ କରିବା, କିନ୍ତୁ ଏଥରକ ଆମେ abc123 ଭାବେ ପାସୱର୍ଡ ପ୍ରବେଶ କରିବା |
| 09:21 | ଏହା ଦେଖାଇଲା: Password accepted |
| 09:25 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. |
| 09:28 | ଏବେ, Slidesକୁ ଫେରିଯାଇ ସାରାଂଶିତ କରନ୍ତୁ |
| 09:31 | ଏହି ଟ୍ୟୁଟୋରିଆଲରେ ଆମେ, Test କମାଣ୍ଡ, ସରଳ if ଷ୍ଟେଟମେଣ୍ଟ ଓ if-else ଷ୍ଟେଟମେଣ୍ଟର ବ୍ୟବହାର ବିଷୟରେ ଜାଣିଲେ |
| 09:41 | ଏକ ଆସାଇନମେଣ୍ଟ ଭାବେ |
| 09:43 | ନିଜ ନାମକୁ ଇନପୁଟ୍ ଭାବେ ନେଇ ଏକ ସ୍କ୍ରିପ୍ଟ ଲେଖନ୍ତୁ |
| 09:46 | ଏହା, ଏହି ନାମକୁ ଆପଣଙ୍କ ସିଷ୍ଟମର ୟୁଜରନେମ୍ ସହିତ ଯାଞ୍ଚ କରିବା ଉଚିତ |
| 09:51 | ଯଦି ୟୁଜରନେମ୍ ମିଶେ, ତେବେ ଏହା ଆପଣଙ୍କୁ Hello ପ୍ରଦର୍ଶିତ କରି ଅଭିବାଦନ କରିବ |
| 09:56 | ଅନ୍ୟଥା ଏହା, Try Again ଦେଖାଇବ |
| 10:00 | {Hint: ଆପଣଙ୍କ ସିଷ୍ଟମର ୟୁଜରନେମ୍, ଭେରିଏବଲ୍ $USERରେ ଷ୍ଟୋର୍ ଅଛି |
| 10:06 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 10:09 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 10:11 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 10:16 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
| 10:18 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 10:22 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 10:26 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 10:33 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:37 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:45 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ |
| 10:51 | ଆଇଆଇଟି ବମ୍ୱେ ତରଫରୁ |
| 10:56 | ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |
| 11:01 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |