BASH/C2/Conditional-execution/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Bashରେ Conditional Execution ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା,
00:10 Test କମାଣ୍ଡର ବ୍ୟବହାର ଓ
00:13 Conditional ଷ୍ଟେଟମେଣ୍ଟ
00:15 କେତେକ ଉଦାହରଣ ବ୍ୟବହାର କରି ଆମେ ଏହାକୁ କରିବା
00:19 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବାକୁ,
00:21 ଆପଣଙ୍କୁ ପରିଚିତ ହେବାକୁ ପଡ଼ିବ GNU/Linux OS ସହିତ
00:26 ଯଦି ନାହିଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ
00:32 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି
00:35 ଉବୁଣ୍ଟୁ ଲିନକ୍ସ 12.04 OS ଓ
00:39 GNU Bash ଭର୍ସନ୍ 4.1.10
00:43 ଅଭ୍ୟାସ ପାଇଁ GNU Bash ଭର୍ସନ୍ 4 କିମ୍ୱା ଊର୍ଦ୍ଧ୍ୱର ସୁପାରିସ କରାଯାଉଛି
00:49 ଚାଲନ୍ତୁ, Testର ପରିଚୟରୁ ଆରମ୍ଭ କରିବା
00:52 Test ହେଉଛି ଏକ Built-in କମାଣ୍ଡ, ଯାହା Exit Status ରିଟର୍ନ କରେ
00:57 ଏହା, True ପାଇଁ 0 (ଶୂନ୍) ଓ False ପାଇଁ 1 (ଏକ) ରିଟର୍ନ କରେ
01:02 ଏକ୍ସପ୍ରେଶନ୍ ର ମୂଲ୍ୟାଙ୍କନ ଉପରେ Return ଭାଲ୍ୟୁ ନିର୍ଭର କରିଥାଏ
01:07 ଡଲାର୍ ଓ ପ୍ରଶ୍ନବାଚକ ଚିହ୍ନ ($?) ଟାଇପ୍ କରି, ଜଣେ ରିଟର୍ନ ଷ୍ଟାଟସ୍ ପାଇପାରିବ
01:14 ଗୋଟିଏ ଏକ୍ସପ୍ରେଶନକୁ ଦୁଇଟି ମାର୍ଗରେ ମୂଲ୍ୟାଙ୍କନ କରିହେବ -
01:18 ଗୋଟିଏ ହେଉଛି Test କୀୱର୍ଡ ବ୍ୟବହାର କରି
01:21 ଆଉ ଅନ୍ୟଟି ହେଉଛି ସ୍କ୍ୱୟାର୍ ବ୍ରାକେଟ୍ ମଧ୍ୟରେ ବନ୍ଦଥିବା ଏକ୍ସପ୍ରେଶନ୍ ବ୍ୟବହାର କରି
01:27 ଏବେ, ଏକାସାଙ୍ଗରେ Ctrl, Alt ଓ T କୀ ଦାବି ଟର୍ମିନାଲ୍ ଖୋଲନ୍ତୁ
01:35 ଟାଇପ୍ କରନ୍ତୁ: test ସ୍ପେସ୍ 4 ସ୍ପେସ୍ ହାଇଫେନ୍ eq ସ୍ପେସ୍ 4 ସେମିକୋଲନ୍ ସ୍ପେସ୍ echo ସ୍ପେସ୍ ଡଲାର୍ ଚିହ୍ନ ଓ ଗୋଟିଏ ପ୍ରଶ୍ନବାଚକ ଚିହ୍ନ. ଏଣ୍ଟର୍ ଦାବନ୍ତୁ
01:53 ଏହା ଶୂନ୍ ରିଟର୍ନ କରେ, ଯାହାର ଅର୍ଥ ହେଉଛି True
01:57 4 is equal to 4
02:00 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ:
02:02 ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ 4 ସ୍ପେସ୍ ହାଇଫେନ୍ eq ସ୍ପେସ୍ 4 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ ସେମିକୋଲନ୍ ସ୍ପେସ୍ echo ସ୍ପେସ୍ ଡଲାର୍ ଚିହ୍ନ ଓ ଗୋଟିଏ ପ୍ରଶ୍ନବାଚକ ଚିହ୍ନ. ଏଣ୍ଟର୍ ଦାବନ୍ତୁ
02:22 ଏହା ଶୂନ୍ ରିଟର୍ନ କରେ, ଯାହାର ଅର୍ଥ ହେଉଛି True
02:25 ଅର୍ଥାତ୍ 4 is equal to 4
02:28 ଚାଲନ୍ତୁ, ଆଉ ଗୋଟିଏ ଏକ୍ସପ୍ରେଶନ୍ ନେବା. ଟାଇପ୍ କରନ୍ତୁ:

test ସ୍ପେସ୍ 4 ସ୍ପେସ୍ ହାଇଫେନ୍ eq ସ୍ପେସ୍ 5 ସେମିକୋଲନ୍ ସ୍ପେସ୍ echo ସ୍ପେସ୍ ଡଲାର୍ ଚିହ୍ନ ଓ ପ୍ରଶ୍ନବାଚକ ଚିହ୍ନ. ଏଣ୍ଟର୍ ଦାବନ୍ତୁ

02:48 ଏହା ଏକ ରିଟର୍ନ କରେ, ଯାହାର ଅର୍ଥ ହେଉଛି False
02:52 ଅର୍ଥାତ୍ 4 is not equal to 5
02:56 ଏବେ ଚାଲନ୍ତୁ, ସେହି ଏକ୍ସପ୍ରେଶନକୁ ସ୍କ୍ୱୟାର୍ ବ୍ରାକେଟ୍ ମଧ୍ୟରେ ଲେଖିବା. ଟାଇପ୍ କରନ୍ତୁ:
03:01 ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ 4 ସ୍ପେସ୍ ହାଇଫେନ୍ eq ସ୍ପେସ୍ 5 ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ ସେମିକୋଲନ୍ ସ୍ପେସ୍ echo ସ୍ପେସ୍ ଡଲାର୍ ଚିହ୍ନ ଓ ଗୋଟିଏ ପ୍ରଶ୍ନବାଚକ ଚିହ୍ନ. ଏଣ୍ଟର୍ ଦାବନ୍ତୁ
03:21 ଏହା ମଧ୍ୟ ଏକ ରିଟର୍ନ କରେ, ଯାହାର ଅର୍ଥ ହେଉଛି False
03:25 ଅର୍ଥାତ୍ 4 is not equal to 5
03:29 ଏହାକୁ ଅନ୍ୟ ପ୍ରକାରର ଯାଞ୍ଚ ପାଇଁ ବିସ୍ତାରିତ କରାଯାଇପାରିବ
03:33 ଦୟାକରି ଟାଇପ୍ କରନ୍ତୁ: man ସ୍ପେସ୍ test ଓ ଏହାର ବ୍ୟବହାରକୁ ଦେଖନ୍ତୁ
03:40 ଏବେ ସ୍ଲାଇଡ୍ସକୁ ଫେରିଯାଆନ୍ତୁ
03:43 ଏବେ ଆମେ, if ଷ୍ଟେଟମେଣ୍ଟର ସିଣ୍ଟାକ୍ସ ଦେଖିବା
03:48 if ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ expression ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ ସେମିକୋଲନ୍ ସ୍ପେସ୍ then
03:59 ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: ଆପଣ ନିଷ୍ପାଦନ କରିବାକୁ ଚାହୁଁଥିବା commands କିମ୍ୱା Statements
04:05 ପରିଶେଷରେ, if loopକୁ fiରେ ଶେଷ କରନ୍ତୁ
04:11 Conditionର ମୌଳିକ ନିୟମଗୁଡ଼ିକ ହେଉଛି:
04:14 ବ୍ରାକେଟ୍ସ ଓ ଏକ୍ସପ୍ରେଶନ୍ସ ମଧ୍ୟରେ ସର୍ବଦା ସ୍ପେସ୍ ରଖନ୍ତୁ
04:19 then କୀୱର୍ଡ ପୂର୍ବରୁ ସର୍ବଦା ସେମିକୋଲନ୍ ବ୍ୟବହାର କରି ଲାଇନକୁ ଶେଷ କରନ୍ତୁ
04:25 ଷ୍ଟେଟମେଣ୍ଟ କିମ୍ୱା ଗୋଟିଏ ଏକ୍ସପ୍ରେଶନକୁ ଶେଷ କରିବା ପାଇଁ ସେମିକୋଲନ୍ ବ୍ୟବହାର କରାଯାଏ
04:31 ଯଦି ଆପଣ ସେଗୁଡ଼ିକୁ Conditionsରେ ବ୍ୟବହାର କରନ୍ତି, ତେବେ String Variables କ୍ୱୋଟ୍ କରିବାକୁ ସୁପାରିସ କରାଯାଉଛି
04:38 fi ସହିତ Condition Blockକୁ ବନ୍ଦ କରିବାକୁ ଭୁଲନ୍ତୁ ନାହିଁ
04:43 ଏବେ, if ଷ୍ଟେଟମେଣ୍ଟ ଉପରେ ଏକ ଉଦାହରଣ ଦେଖିବା
04:46 Terminalକୁ ଫେରିଆସନ୍ତୁ
04:49 ମୁଁ, ପୂର୍ବରୁ ଥିବା simpleif.sh ନାମକ Script File ଖୋଲିବି
04:58 Count ଯେତେବେଳେ 100 ସହ ସମାନ ହେବ, ଏହି Bash ସ୍କ୍ରିପ୍ଟ, Count is 100 ବାର୍ତ୍ତା ପ୍ରଦର୍ଶିତ କରିବ
05:06 ଏହା ହେଉଛି, Bash Shell Scriptର ପ୍ରଥମ ଲାଇନ୍, ଯାହା Shebang Line ଭାବରେ ଜଣାଯାଏ
05:12 ଗୋଟିଏ ଭେରିଏବଲ୍ Countକୁ ଏକ ଇଣ୍ଟିଜର୍ 100 ଆସାଇନ୍ କରାଯାଇଛି
05:17 ଧ୍ୟାନଦିଅନ୍ତୁ ଯେ, Count ଇକ୍ୱାଲ୍ସ ଟୁ (=) ଓ 100 ମଧ୍ୟରେ କୌଣସି ସ୍ପେସ୍ ରହିବା ଉଚିତ ନୁହେଁ
05:24 Count, 100 ସହ ସମାନ କି ନୁହେଁ, ଏହି ଏକ୍ସପ୍ରେଶନ୍ ଯାଞ୍ଚ କରେ
05:30 ଏଠାରେ, -eq ହେଉଛି କମ୍ପାରିଜନ୍ ଅପରେଟର୍
05:35 ଯଦି କଣ୍ଡିଶନ୍ True ହୋଇଥିବ, ତେବେ ଏହା, Count is 100 ବାର୍ତ୍ତା ପ୍ରଦର୍ଶିତ କରିବ
05:41 if ବ୍ଲକ୍ ଶେଷ କରିବା ପାଇଁ fi
05:45 ଏବେ, Ctrl+S ଦାବି ଫାଇଲକୁ ସେଭ୍ କରନ୍ତୁ
05:49 Terminalକୁ ଫେରିଯାଆନ୍ତୁ
05:51 ଫାଇଲକୁ ନିଷ୍ପାଦନଯୋଗ୍ୟ କରିବା ପାଇଁ ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ simpleif.sh ଓ Enter ଦାବନ୍ତୁ
06:04 Promptକୁ ଖାଲି କରିଦିଅନ୍ତୁ
06:06 ଏବେ ଟାଇପ କରନ୍ତୁ: ଡଟ୍ ସ୍ଲାଶ୍ simpleif.sh, ଏଣ୍ଟର୍ ଦାବନ୍ତୁ
06:14 ଏଠାରେ ପ୍ରଦର୍ଶିତ ହେଲା:
06:16 Count is 100
06:18 ଭେରିଏବଲ୍ Countର ଭାଲ୍ୟୁ ବଦଳାଇବାକୁ ଚେଷ୍ଟା କରନ୍ତୁ ଓ ସ୍କ୍ରିପ୍ଟକୁ ନିଷ୍ପାଦିତ କରନ୍ତୁ
06:24 ଏବେ, Slidesକୁ ଫେରିଆସନ୍ତୁ
06:26 ଆମେ, if-else କଣ୍ଡିଶନ୍ ଦେଖିବା
06:30 ସାଧାରଣ ସିଣ୍ଟାକ୍ସ ହେଉଛି: if ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଆରମ୍ଭ ସ୍ପେସ୍ condition ସ୍ପେସ୍ ସ୍କ୍ୱୟାର୍ ବ୍ରାକେଟ୍ ଶେଷ ସ୍ପେସ୍ ସେମିକୋଲନ୍ ସ୍ପେସ୍ then
06:44 ପରବର୍ତ୍ତୀ ଲାଇନ୍ ରେ କମାଣ୍ଡସ୍ ଟାଇପ୍ କରନ୍ତୁ:
06:47 ପରବର୍ତ୍ତୀ ଲାଇନରେ, else ଷ୍ଟେଟମେଣ୍ଟ ଅଛି
06:51 ଆଉ ପୁଣିଥରେ କିଛି ଅନ୍ୟ କମାଣ୍ଡସ୍ ଟାଇପ୍ କରନ୍ତୁ
06:55 ପରବର୍ତ୍ତୀ ଲାଇନରେ, if ବ୍ଲକ୍ ଶେଷ କରିବାକୁ fi ଟାଇପ୍ କରନ୍ତୁ
07:00 ଏବେ, ଏକ ମନୋରଞ୍ଜକ ପାସୱର୍ଡ ପ୍ରୋଗ୍ରାମ୍ ସହିତ ଚାଲନ୍ତୁ if-elseର ବ୍ୟବହାର ଅଧ୍ୟୟନ କରିବା
07:06 Terminalକୁ ଫେରିଆସନ୍ତୁ
07:09 ମୁଁ, ifelse.sh ଫାଇଲ୍ ଖୋଲିବି
07:14 ଏହା ହେଉଛି shebang ଲାଇନ୍
07:17 ଏଠାରେ, PASS ଭେରିଏବଲ୍ ରେ abc123 ଷ୍ଟୋର୍ ହୋଇଛି
07:23 abc123 ଏକ ଷ୍ଟ୍ରିଙ୍ଗ୍ ହୋଇଥିବାରୁ, ଏହା ଡବଲ୍ କ୍ୱୋଟ୍ସ ମଧ୍ୟରେ ଲେଖାଯିବା ଉଚିତ
07:29 read କମାଣ୍ଡ, ଷ୍ଟାଣ୍ଡାର୍ଡ ଇନପୁଟରୁ ଡେଟାର ଗୋଟିଏ ଲାଇନ୍ ପଢେ
07:35 ଏହି ମାମଲାରେ, ଷ୍ଟାଣ୍ଡାର୍ଡ ଇନପୁଟ୍ ହେଉଛି ଆମର କୀବୋର୍ଡ
07:39 ହାଇଫେନ୍ s ହେଉଛି Silent Mode ପାଇଁ
07:43 ଯାହାର ଅର୍ଥ, ପ୍ରବେଶ କରାଯାଇଥିବା ପାସୱର୍ଡ, ଆମେ ଟାଇପ କରିଥିବା ପରି ପ୍ରଦର୍ଶିତ ହେବନାହିଁ
07:48 ଆମେ ଚାହିଁବା ନାହିଁ ଯେ, ଅନ୍ୟମାନେ ଆମ ପାସୱର୍ଡ ଦେଖନ୍ତୁ
07:52 ହାଇଫେନ୍ p ହେଉଛି Prompt ପାଇଁ
07:55 ଏହା, ୟୁଜରଠାରୁ input ନେବା ପୂର୍ବରୁ ଏକ ଷ୍ଟ୍ରିଙ୍ଗ୍ Enter Password ଦେଖାଇବ
08:01 mypassword ହେଉଛି ଏକ ଭେରିଏବଲ୍
08:04 ଏହା, ଷ୍ଟ୍ରିଙ୍ଗ୍ ଷ୍ଟୋର୍ କରେ, ଏହି ମାମଲାରେ ୟୁଜର୍ ଦ୍ୱାରା password ପ୍ରବେଶ କରାଯାଇଛି
08:10 ଏହା, ଭେରିବଲ୍ PASSର ଭାଲ୍ୟୁ ସହିତ ପ୍ରବେଶ କରାଯାଇଥିବା ପାସୱର୍ଡ ମିଶୁଛି କି ନାହିଁ ଯାଞ୍ଚ କରେ
08:17 mypassword ଭେରିବଲରେ ଏହା ଷ୍ଟୋର୍ ହୋଇଥାଏ
08:21 ଯଦି ପାସୱର୍ଡ ମିଶିଯାଏ, ତେବେ ଏହା ଏହି ବାର୍ତ୍ତା ଦେଖାଏ:
08:25 Password accepted
08:27 ଅନ୍ୟଥା ଏହା, Access Denied ପ୍ରଦର୍ଶିତ କରିବ
08:31 if-else loopର ଶେଷ ହେଉଛି fi
08:34 ଏବେ, Ctrl+S ଦାବି ଫାଇଲକୁ ସେଭ୍ କରନ୍ତୁ
08:38 Terminalକୁ ଫେରିଆସି ଫାଇଲକୁ ନିଷ୍ପାଦନଯୋଗ୍ୟ କରନ୍ତୁ. ଟାଇପ୍ କରନ୍ତୁ: chmod ସ୍ପେସ୍ ପ୍ଲସ୍ x ସ୍ପେସ୍ ifelse.sh, ଏଣ୍ଟର୍ ଦାବନ୍ତୁ
08:52 ଟାଇପ୍ କରନ୍ତୁ: ଡଟ୍ ସ୍ଲାଶ୍ ifelse.sh, ଏଣ୍ଟର୍ ଦାବନ୍ତୁ
08:57 ଏଠାରେ ଏହା ପ୍ରଦର୍ଶିତ ହେଲା: Enter password:
09:00 ମୁଁ ଟାଇପ୍ କରିବି abc. ଏଣ୍ଟର୍ ଦାବନ୍ତୁ
09:05 ଯେହେତୁ ପାସୱର୍ଡ ଭୁଲ ଭାବେ ପ୍ରବେଶ କରାଯାଇଛି, ଏହା Access Denied ବାର୍ତ୍ତା ପ୍ରଦର୍ଶିତ କରିବ
09:11 ଚାଲନ୍ତୁ ପୁଣିଥରେ ନିଷ୍ପାଦନ କରିବା, କିନ୍ତୁ ଏଥରକ ଆମେ abc123 ଭାବେ ପାସୱର୍ଡ ପ୍ରବେଶ କରିବା
09:21 ଏହା ଦେଖାଇଲା: Password accepted
09:25 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
09:28 ଏବେ, Slidesକୁ ଫେରିଯାଇ ସାରାଂଶିତ କରନ୍ତୁ
09:31 ଏହି ଟ୍ୟୁଟୋରିଆଲରେ ଆମେ, Test କମାଣ୍ଡ, ସରଳ if ଷ୍ଟେଟମେଣ୍ଟ ଓ if-else ଷ୍ଟେଟମେଣ୍ଟର ବ୍ୟବହାର ବିଷୟରେ ଜାଣିଲେ
09:41 ଏକ ଆସାଇନମେଣ୍ଟ ଭାବେ
09:43 ନିଜ ନାମକୁ ଇନପୁଟ୍ ଭାବେ ନେଇ ଏକ ସ୍କ୍ରିପ୍ଟ ଲେଖନ୍ତୁ
09:46 ଏହା, ଏହି ନାମକୁ ଆପଣଙ୍କ ସିଷ୍ଟମର ୟୁଜରନେମ୍ ସହିତ ଯାଞ୍ଚ କରିବା ଉଚିତ
09:51 ଯଦି ୟୁଜରନେମ୍ ମିଶେ, ତେବେ ଏହା ଆପଣଙ୍କୁ Hello ପ୍ରଦର୍ଶିତ କରି ଅଭିବାଦନ କରିବ
09:56 ଅନ୍ୟଥା ଏହା, Try Again ଦେଖାଇବ
10:00 {Hint: ଆପଣଙ୍କ ସିଷ୍ଟମର ୟୁଜରନେମ୍, ଭେରିଏବଲ୍ $USERରେ ଷ୍ଟୋର୍ ଅଛି
10:06 ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial
10:09 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:11 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ
10:16 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:18 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:22 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
10:26 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:33 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:37 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:45 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନଲିଙ୍କରେ (spoken-tutorial.org/NMEICT-Intro) ଉପଲବ୍ଧ
10:51 ଆଇଆଇଟି ବମ୍ୱେ ତରଫରୁ
10:56 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.
11:01 ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep