Health-and-Nutrition/C2/Indian-Law-to-Protect-Breastfeeding/Oriya

From Script | Spoken-Tutorial
Revision as of 22:20, 17 May 2021 by Pradeep (Talk | contribs)

(diff) ← Older revision | Latest revision (diff) | Newer revision → (diff)
Jump to: navigation, search
Time
Narration
00:00 ସ୍ତନ୍ୟପାନର ସୁରକ୍ଷା ପାଇଁ ଭାରତୀୟ ନିୟମ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲ୍‌କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଅଲ୍‌ରେ ଆମେ ଶିଖିବା:
00:09 ଶିଶୁ କ୍ଷୀର ବିକଳ୍ପ ବା IMS
00:13 IMS ଅଧିନିୟମ
00:16 ଆସନ୍ତୁ ପ୍ରଥମେ ବୁଝିବା ଶିଶୁ କ୍ଷୀରର ବିକଳ୍ପ କ’ଣ
00:23 ଶିଶୁ କ୍ଷୀରର ବିକଳ୍ପଗୁଡ଼ିକୁ IMS ମଧ୍ୟ କୁହାଯାଏ
00:29 IMS ହେଉଛି ଶିଶୁ ଖାଦ୍ୟ, ଯାହା ମା’ କ୍ଷୀର ପାଇଁ ଆଂଶିକ ଭାବରେ
00:33 କିମ୍ବା ସମୁଦାୟ ଭାବରେ ପ୍ରତିବଦଳ
00:39 ସେଗୁଡ଼ିକରେ 2 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ସମସ୍ତ ବ୍ୟାବସାୟିକ ଶିଶୁ ଖାଦ୍ୟ ଅନ୍ତର୍ଭୁକ୍ତ ଥାଏ
00:48 ଏହି ଟ୍ୟୁଟୋରିଅଲ୍‌ରେ ଆମେ IMS କୁ ବ୍ୟାବସାୟିକ ଶିଶୁ ଖାଦ୍ୟ କିମ୍ବା ଶିଶୁ ଖାଦ୍ୟ ଭାବରେ ସୂଚାଇବୁ
00:58 ଲୋକମାନେ ବ୍ୟାବସାୟିକ ଶିଶୁ ଖାଦ୍ୟ କାହିଁକି ବ୍ୟବହାର କରନ୍ତି?
01:03 ବ୍ୟାବସାୟିକ ଶିଶୁ ଖାଦ୍ୟର ଲୋକପ୍ରିୟ ବ୍ୟବହାର ପାଇଁ 5 ଟି ମୁଖ୍ୟ କାରଣ ଅଛି
01:11 ପ୍ରଥମ କାରଣ ହେଉଛି ଲୋକକଥା, ଯାହା ବ୍ୟାବସାୟିକ ଶିଶୁ ଖାଦ୍ୟକୁ ମା’ କ୍ଷୀର ସହ ତୁଳନା କରେ
01:20 ବିଶ୍ୱାସ କରାଯାଏ ଯେ, ସେଗୁଡ଼ିକ ମା’ କ୍ଷୀର ପରି ଭଲ
01:26 ସେଗୁଡ଼ିକ ସଂପୂର୍ଣ୍ଣ ରୂପେ ମା’ କ୍ଷୀରର ବିକଳ୍ପ ହୋଇପାରିବ
01:31 କେତେକ ଅଜ୍ଞ ବ୍ୟକ୍ତି ସେଗୁଡ଼ିକୁ ମା’ କ୍ଷୀର ଅପେକ୍ଷା ଭଲ ବୋଲି ବିଶ୍ୱାସ କରିପାରନ୍ତି
01:40 ଏହି ଲୋକକଥାଟି ଲୋକପ୍ରିୟ, କାରଣ ସେଗୁଡ଼ିକର କ୍ଷତି ଜଣା ନାହିଁ କିମ୍ବା ସହଜରେ ଦେଖାଯାଏ ନାହିଁ
01:48 ଲୋକମାନେ ସେଗୁଡ଼ିକର କ୍ଷତିକାରକ ପ୍ରଭାବ ବିଷୟରେ ସଠିକ ଭାବରେ ମାର୍ଗଦର୍ଶନ ପାଆନ୍ତି ନାହିଁ
01:54 ଆହୁରି ମଧ୍ୟ, ମାର୍କେଟିଂ ରଣନୀତି ସେଗୁଡ଼ିକୁ ମା’ କ୍ଷୀର ସହିତ ସମାନ ବୋଲି ଦର୍ଶାଏ
02:02 ଏପରିକି ଅନେକ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ସେବା କର୍ମଚାରୀ ସେଗୁଡ଼ିକର କ୍ଷତିକାରକ ପ୍ରଭାବ ବିଷୟରେ ଅବଗତ ନାହାନ୍ତି
02:10 ସ୍ତନ୍ୟପାନ ନକରିବା ଦ୍ୱାରା ହେଉଥିବା କ୍ଷତି ସେମାନଙ୍କୁ ଜଣାନାହିଁ
02:17 ତେଣୁ, ବ୍ୟାବସାୟିକ ଶିଶୁ ଖାଦ୍ୟ ଅଧିକାଂଶ ଲୋକଙ୍କ ଦ୍ୱାରା ବିପଜ୍ଜନକ ବିବେଚନା କରାଯାଏ ନାହିଁ
02:25 ବ୍ୟାବସାୟିକ ଶିଶୁ ଖାଦ୍ୟର ଏକ ସାଧାରଣ ସାମାଜିକ ଗ୍ରହଣୀୟତା ଅଛି
02:32 ଏହା ଖୁଆଇବା ବୋତଲ ଏବଂ କୃତ୍ରିମ ନିପ୍ପଲ ଉପରେ ମଧ୍ୟ ପ୍ରଯୁଜ୍ୟ
02:39 କୌଣସି ବ୍ୟାବସାୟିକ ଶିଶୁ ଖାଦ୍ୟ ସ୍ତନ୍ୟପାନ ସହିତ ସମାନ ହୋଇପାରିବ ନାହିଁ
02:46 ସେଗୁଡ଼ିକ ମା’ କ୍ଷୀରର ସାଧାରଣ ଉପାଦାନଗୁଡ଼ିକୁ ଅନୁକରଣ କରିପାରନ୍ତି
02:52 ସାଧାରଣ ଉପାଦାନଗୁଡ଼ିକରେ ପ୍ରୋଟିନ, କ୍ୟାଲୋରୀ କିମ୍ବା ଫ୍ୟାଟ ଅନ୍ତର୍ଭୁକ୍ତ
02:59 ହେଲେ, ସେଗୁଡ଼ିକରେ ମା’ କ୍ଷୀରର ଅନେକ ଉପାଦାନ ରହିପାରିବ ନାହିଁ
03:06 ଆହୁରି ମଧ୍ୟ, ମା’ କ୍ଷୀର ପ୍ରତ୍ୟେକ ମା’ ଏବଂ ତାଙ୍କ ଶିଶୁ ପାଇଁ ଭିନ୍ନ ହୋଇଥାଏ
03:13 ବ୍ୟାବସାୟିକ ଶିଶୁ ଖାଦ୍ୟରେ ଏହି ଗୁଣ ନାହିଁ
03:18 ସମସ୍ତ ମା’ ଏବଂ ଶିଶୁମାନଙ୍କ ପାଇଁ ସେଗୁଡ଼ିକ ସମାନ
03:24 ସ୍ତନ୍ୟପାନ ଭଳି ସେଗୁଡ଼ିକର ମାନସିକ-ଭାବପ୍ରବଣ ଉପକାରିତା ମଧ୍ୟ ନାହିଁ
03:31 ପୁଷ୍ଟିହୀନତା କିମ୍ବା ମେଦବହୁଳତା ପାଇଁ ସେଗୁଡ଼ିକ ବହୁତ ଜଣାଶୁଣା
03:38 ସେଗୁଡ଼ିକ ସଂକ୍ରାମକ ଏବଂ ଅଣ ସଂକ୍ରାମକ ରୋଗ ମଧ୍ୟ ସୃଷ୍ଟି କରନ୍ତି
03:44 ଏହି ରୋଗଗୁଡ଼ିକରେ ହୃଦ୍‌ରୋଗ ସମ୍ବନ୍ଧୀୟ ସମସ୍ୟା
03:48 ଏବଂ ଆଲର୍ଜି ଅନ୍ତର୍ଭୁକ୍ତ
03:51 ସେଗୁଡ଼ିକର ସବୁଠାରୁ ଖରାପ ପ୍ରଭାବ ହେଉଛି ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ପ୍ରତୀତ କରାନ୍ତି
03:59 ସେଗୁଡ଼ିକ, ସ୍ତନ୍ୟପାନ ମାଗଣା ଏବଂ ସର୍ବୋତ୍ତମ ବୋଲି ଜାଣିବାରୁ ଲୋକମାନଙ୍କୁ ଅଟକାନ୍ତି
04:08 ଶିଶୁ ଖାଦ୍ୟ ବ୍ୟବହାର କରିବାର 2ୟ କାରଣ ହେଉଛି ସେଗୁଡ଼ିକ ଏକ ସହଜ ବାଟ ପରି ଦେଖାଯାଏ
04:16 ସ୍ତନ୍ୟପାନ ଏକ ଦକ୍ଷତା
04:19 ଉପଯୁକ୍ତ ସ୍ତନ୍ୟପାନ କୌଶଳ ଶିଖିବା କିମ୍ବା ସାହାଯ୍ୟ କରିବା ପାଇଁ ସମୟ ଏବଂ ଉଦ୍ୟମ ଆବଶ୍ୟକ ହୁଏ
04:28 ସ୍ତନ୍ୟପାନ କରାଇବା ଶିଖିବାବେଳେ ସମସ୍ୟା ହୋଇପାରେ
04:34 ଘରେ ସ୍ତନ୍ୟପାନ କରାଇବା ପାଇଁ ମା’ ପରିବାରର ସହାୟତା ଆବଶ୍ୟକ କରନ୍ତି
04:40 ଘର ବାହାରେ କିମ୍ବା କର୍ମକ୍ଷେତ୍ରରେ ସ୍ତନ୍ୟପାନ କରାଇବା ପାଇଁ ତାଙ୍କୁ ସମାଜର ସମର୍ଥନ ଦରକାର ହୁଏ
04:49 ତେଣୁ, ବ୍ୟାବସାୟିକ ଶିଶୁ ଖାଦ୍ୟକୁ ସୁବିଧାଜନକ ବିକଳ୍ପ ଭାବରେ ବିବେଚନା କରାଯାଏ
04:57 ବର୍ତ୍ତମାନ ବ୍ୟାବସାୟିକ ଶିଶୁ ଖାଦ୍ୟର ବ୍ୟବହାରର 3ୟ କାରଣ ବିଷୟରେ ଆଲୋଚନା କରିବା
05:04 ଭଲ ସୂଚନାପ୍ରାପ୍ତ ହୋଇନଥିବା ସ୍ୱାସ୍ଥ୍ୟ ସେବା କର୍ମଚାରୀମାନେ ଶିଶୁ ଖାଦ୍ୟକୁ ଏକ ସହଜ ସମାଧାନ ଭାବରେ ବ୍ୟବହାର କରନ୍ତି
05:12 ମା’ମାନଙ୍କୁ ସଠିକ ସ୍ତନ୍ୟପାନ କରାଇବାରେ କିପରି ସାହାଯ୍ୟ କରିବେ ସେମାନେ ହୁଏତ ଜାଣିନଥିବେ
05:18 ତେଣୁ, ଏକ ସମସ୍ୟାଜନିତ ପରିସ୍ଥିତିରେ, ସେମାନେ ବେପରୁଆ ଭାବରେ ବ୍ୟାବସାୟିକ ଶିଶୁ ଖାଦ୍ୟକୁ ସୁପାରିସ କରନ୍ତି
05:27 ଶିଶୁ ଖାଦ୍ୟ ବ୍ୟବହାର କରିବାର 4ର୍ଥ କାରଣ ହେଉଛି ଉତ୍ପାଦକମାନଙ୍କ ଦ୍ୱାରା ସେଗୁଡ଼ିକର ଭାରୀ ପ୍ରଚାର ପ୍ରସାର
05:36 ବୈଜ୍ଞାନିକ ଶବ୍ଦ ଏବଂ ପୁରସ୍କାର ଲୋକମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ବ୍ୟବହାର କରାଯାଏ
05:44 ସେଗୁଡ଼ିକ ସ୍ୱାସ୍ଥ୍ୟ ସେବା କର୍ମଚାରୀମାନଙ୍କୁ ଶିଶୁ ଖାଦ୍ୟ ସହଜରେ ଲେଖିବାକୁ ମନାଇବା ପାଇଁ ବ୍ୟବହୃତ ହୁଏ
05:52 ଶିଶୁ ଖାଦ୍ୟ ବ୍ୟବହାର କରିବାର 5 ମ କାରଣ ହେଉଛି ନୂତନ ମା’ମାନଙ୍କର ଭାବପ୍ରବଣ ଦୁର୍ବଳତା
06:01 ନିଜର ସମସ୍ୟା ସମୟରେ ସେମାନଙ୍କର ଚିନ୍ତା ବଢ଼ିଥାଏ
06:06 ବନ୍ୟା କିମ୍ବା COVID-19 ସଙ୍କଟ ଭଳି ବିପର୍ଯ୍ୟୟ ସମୟରେ ମଧ୍ୟ ତାହା ବୃଦ୍ଧି ପାଇଥାଏ
06:16 ସେମାନେ ଆତ୍ମବିଶ୍ୱାସ ହରାନ୍ତି ଏବଂ ଅନୁଭବ କରନ୍ତି ଯେ, ସ୍ତନ୍ୟପାନ ସେମାନଙ୍କ ଶିଶୁ ପାଇଁ ଯଥେଷ୍ଟ ହେବ ନାହିଁ
06:23 ଶିଶୁ ଖାଦ୍ୟର ଉପଯୋଗିତା ଉପରେ ଭୁଲ ପରାମର୍ଶକୁ ସେମାନେ ବିଶ୍ୱାସ କରିବା ଆରମ୍ଭ କରନ୍ତି
06:31 ତା’ପରେ ସେମାନେ ବ୍ୟାବସାୟିକ ଶିଶୁ ଖାଦ୍ୟ ବ୍ୟବହାର କରିବା ଆରମ୍ଭ କରନ୍ତି
06:37 ବର୍ତ୍ତମାନ ବ୍ୟାବସାୟିକ ଶିଶୁ ଖାଦ୍ୟ ପ୍ରୋତ୍ସାହନର ଇତିହାସ ବିଷୟରେ ସଂକ୍ଷେପରେ ଆଲୋଚନା କରିବା
06:45 ଏହାର ଉଦ୍ଭାବନ ପରଠାରୁ, ପ୍ରୋତ୍ସାହନ ସ୍ତନ୍ୟପାନକୁ ଗୁରୁତ୍ୱହୀନ ଦେଖାଇଲା
06:53 ସେଗୁଡ଼ିକର କମ୍ପାନୀ ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳା ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସିଧାସଳଖ ଟାର୍ଗେଟ କରନ୍ତି
07:02 ସେମାନେ ପୁଷ୍ଟିକର ଖାଦ୍ୟ କିମ୍ବା ସ୍ତନ୍ୟପାନ କର୍ମଶାଳା ମାଧ୍ୟମରେ ଶିଶୁ ଖାଦ୍ୟକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରନ୍ତି
07:09 ବନ୍ୟା କିମ୍ବା ଭୂକମ୍ପ ପରି ଜରୁରୀକାଳୀନ ପରିସ୍ଥିତିରେ ସେମାନେ ମାଗଣା ଉତ୍ପାଦ ବଣ୍ଟନ କରନ୍ତି
07:19 ସଉଦା ଦୋକାନ ଏବଂ ଔଷଧ ଦୋକାନରେ ଶିଶୁ ଖାଦ୍ୟକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ସେମାନେ ଚେଷ୍ଟା କରନ୍ତି
07:27 ବ୍ୟାବସାୟିକ ଶିଶୁ ଖାଦ୍ୟ ଦୋକାନରେ ମୁଖ୍ୟତଃ ଏହା ପ୍ରଦର୍ଶିତ ହୁଏ
07:33 ସେମାନେ ବ୍ୟାବସାୟିକ ଶିଶୁ ଖାଦ୍ୟ କିଣିବା ଏବଂ ବ୍ୟବହାର କରିବାକୁ ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ପ୍ରୋତ୍ସାହନର ବ୍ୟବହାର କରନ୍ତି
07:42 ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତାମାନେ ଅନୁଭବ କଲେ ଯେ, ଶିଶୁମାନଙ୍କ ପାଇଁ ଏହି ରଣନୀତି କେତେ କ୍ଷତିକାରକ
07:50 ଶୈଶବ ଜୀବନର ଏକ ଅସୁରକ୍ଷିତ ସମୟ ଅଟେ
07:55 ଶିଶୁ ଖାଦ୍ୟର ଅନୁପଯୁକ୍ତ ବ୍ୟବହାର ପରି ଅନୁପଯୁକ୍ତ ଖାଇବା ଅଭ୍ୟାସ ଅତ୍ୟନ୍ତ ବିପଦଜନକ
08:05 ତେଣୁ, ବ୍ୟାବସାୟିକ ଶିଶୁ ଖାଦ୍ୟ ପ୍ରୋତ୍ସାହନର ନିୟମାବଳୀ ପାଇଁ ବିଶେଷ ନିୟମ ଆବଶ୍ୟକ
08:14 ତେଣୁ, “ଇଣ୍ଟରନେଶନଲ୍ କୋଡ୍ ଅଫ୍ ମାର୍କେଟିଂ ଅଫ୍ ବ୍ରେଷ୍ଟମିଲ୍କ ସବଷ୍ଟିଚ୍ୟୁଟ୍ସ” ସୃଷ୍ଟି ହେଲା
08:23 1981 ମସିହାରେ ଏହାକୁ “ୱର୍ଲ୍ଡ ହେଲଥ୍ ଆସେମ୍ୱଲୀ” ଦ୍ୱାରା ଗ୍ରହଣ କରାଯାଇଥିଲା
08:30 ଶିଶୁ ଖାଦ୍ୟର ମାର୍କେଟିଂକୁ ନିୟନ୍ତ୍ରିତ କରୁଥିବା ଆଇନ ପ୍ରସ୍ତୁତ କରିବାକୁ ଏହା ସମସ୍ତ ଦେଶକୁ ଅନୁରୋଧ କଲା
08:39 ଭାରତ “ଶିଶୁ ଦୁଗ୍ଧ ବିକଳ୍ପ, ଖୁଆଇବା ବୋତଲ ଏବଂ ଶିଶୁ ଖାଦ୍ୟ (ଉତ୍ପାଦନ, ଯୋଗାଣ ଏବଂ ବଣ୍ଟନ ନିୟମାବଳୀ) ଅଧିନିୟମ 1992 ଏବଂ ସଂଶୋଧିତ ଅଧିନିୟମ 2003” ପାସ୍ କଲା
08:57 ଏହାକୁ IMS ଆକ୍ଟ ମଧ୍ୟ କୁହାଯାଏ
09:02 କୋଡ୍ ପ୍ରଣୟନ କରୁଥିବା ସମସ୍ତ ଦେଶ ଦ୍ୱାରା ଅନେକ ନିୟମ ପ୍ରଣୟନ କରାଯାଇଛି
09:09 ସମସ୍ତ ନିୟମ ମଧ୍ୟରେ, IMS ଆକ୍ଟ ହେଉଛି ସବୁଠାରୁ କଠୋର ନିୟମ
09:17 IMS ଅଧିନିୟମର ବ୍ୟବସ୍ଥାଗୁଡ଼ିକ BPNI ଦ୍ୱାରା ଅତି ସ୍ପଷ୍ଟ ଭାବରେ ରଖାଯାଇଛି
09:25 BPNI ହେଉଛି “ଭାରତୀୟ ସ୍ତନ୍ୟପାନ ପ୍ରୋତ୍ସାହନ ନେଟ୍‌ୱର୍କ”
09:32 ବର୍ତ୍ତମାନ, ଆସନ୍ତୁ IMS ଆକ୍ଟର 10 ଟି ଉଲ୍ଲଂଘନ ବିଷୟରେ ଆଲୋଚନା କରିବା
09:39 IMS ନିୟମ ଉଲ୍ଲଂଘନ ହୋଇଥିବ ଯଦି:
09:44 ଏକ ଖାଦ୍ୟ ଯେକୌଣସି ଉପାୟରେ ବିଶେଷ ଭାବରେ 2 ବର୍ଷ ବୟସର ପିଲାମାନଙ୍କ ପାଇଁ ପ୍ରୋତ୍ସାହିତ ହୁଏ
09:53 ଖାଦ୍ୟର ନାମ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ
09:57 ଯଦି IMS ଅଧିନିୟମ ପରିସରରେ ଥିବା ଉତ୍ପାଦଗୁଡ଼ିକ ବିଜ୍ଞାପନ ଦିଆଯାଏ
10:04 ଏଥିରେ ଶିଶୁ କ୍ଷୀରର ବିକଳ୍ପ, ଖୁଆଇବା ବୋତଲ ଏବଂ ଶିଶୁ ଖାଦ୍ୟ ଅନ୍ତର୍ଭୁକ୍ତ
10:12 ଯେକୌଣସି ରୂପରେ କିମ୍ବା ଯେକୌଣସି ମାଧ୍ୟମରେ ବିଜ୍ଞାପନ IMS କାର୍ଯ୍ୟକୁ ଉଲ୍ଲଂଘନ କରେ
10:20 ଏଥିରେ ଟିଭି, ଖବରକାଗଜ, ମେଗାଜିନ୍, ପତ୍ରିକା, ରେଡିଓ, SMS ବିଜ୍ଞାପନ ଅନ୍ତର୍ଭୁକ୍ତ
10:30 ଏଥିରେ ସୋଶିଅଲ୍ ମିଡିଆ, ବିଲ୍‌ବୋର୍ଡ, ବ୍ୟାନର୍ ଏବଂ ଅନ୍ୟାନ୍ୟ ବିଜ୍ଞାପନ ମଧ୍ୟ ଅନ୍ତର୍ଭୁକ୍ତ
10:39 ଯଦି ଉତ୍ପାଦ କିମ୍ବା ଏହାର ନମୁନା କୌଣସି ବ୍ୟକ୍ତିଙ୍କୁ ସିଧାସଳଖ ବଣ୍ଟନ କରାଯାଏ
10:47 ଏଥିରେ ଗର୍ଭବତୀ ମହିଳା କିମ୍ବା ସ୍ତନ୍ୟପାନ କରାଉଥିବା ମହିଳା ଅନ୍ତର୍ଭୁକ୍ତ
10:53 ଯଦି ଉତ୍ପାଦ ବ୍ୟବହାର କିମ୍ବା ବିକ୍ରୟ ପାଇଁ କୌଣସି ପ୍ରକାରର ପ୍ରୋତ୍ସାହନ ଦିଆଯାଏ
11:01 ରିଆତି କିମ୍ବା ମାଗଣା ଉପହାର ଇତ୍ୟାଦି ପ୍ରୋତ୍ସାହନ ହୋଇପାରେ
11:08 ଯଦି IMS ର ପ୍ରୋତ୍ସାହନ ସହିତ ଜଡ଼ିତ ଶିକ୍ଷାଗତ ସାମଗ୍ରୀ ବଣ୍ଟନ କରାଯାଏ
11:16 ଯଦି ଏହି ଉତ୍ପାଦଗୁଡ଼ିକର ଲେବଲ୍ ବିକ୍ରୟ ବୃଦ୍ଧି ପାଇଁ ନିର୍ଦ୍ଦିଷ୍ଟ ଚିତ୍ର ବହନ କରେ
11:24 ଏହି ଚିତ୍ରଗୁଡ଼ିକ ମା’, ଶିଶୁ, କାର୍ଟୁନ, ଗ୍ରାଫିକ୍ସ ଇତ୍ୟାଦି ହୋଇପାରେ
11:33 ଯଦି କୌଣସି ଡାକ୍ତରଖାନା, ନର୍ସିଂହୋମ୍, ଔଷଧ ଦୋକାନ କୌଣସି ପ୍ରକାରେ IMS କୁ ପ୍ରୋତ୍ସାହିତ କରେ
11:41 ଏଥିରେ IMS କମ୍ପାନୀଗୁଡିକର ପ୍ଲାକାର୍ଡ କିମ୍ବା ପୋଷ୍ଟର୍ ପ୍ରଦର୍ଶନ ଅନ୍ତର୍ଭୁକ୍ତ
11:49 ଯଦି ସ୍ୱାସ୍ଥ୍ୟକର୍ମୀ କିମ୍ବା ସେମାନଙ୍କ ପରିବାରକୁ IMS କୁ ପ୍ରୋତ୍ସାହିତ କରିବା ପାଇଁ ଟଙ୍କା କିମ୍ବା ଉପହାର ଦିଆଯାଏ
11:58 ଯଦି କୌଣସି IMS କମ୍ପାନୀ କିମ୍ବା ଏହାର ବିତରକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଅବଦାନ ପ୍ରଦାନ କରନ୍ତି
12:08 ଏହି ଅର୍ଥ ଅବଦାନ ସେମିନାର,
12:11 ସଭାସମିତି, ସମ୍ମିଳନୀ
12:14 କିମ୍ବା ଶିକ୍ଷାଗତ ପାଠ୍ୟକ୍ରମ ପାଇଁ ଅନ୍ତର୍ଭୁକ୍ତ
12:17 ଏଥିରେ ମଧ୍ୟ ପ୍ରଯୋଜକ,
12:21 ଅନୁସନ୍ଧାନ ଅନୁଦାନ କିମ୍ବା ଫେଲୋଶିପ୍ ଅନ୍ତର୍ଭୁକ୍ତ
12:25 ସ୍ୱାସ୍ଥ୍ୟକର୍ମୀ କିମ୍ବା ସେମାନଙ୍କ ସଙ୍ଗଠନର ପ୍ରଯୋଜକ ମଧ୍ୟ ଅନୁମତିପ୍ରାପ୍ତ ନୁହନ୍ତି
12:33 ଯଦି IMS ର ବିକ୍ରୟ ପରିମାଣ ବିକ୍ରୟ ଆୟୋଗର ଫିକ୍ସିଂ ପାଇଁ ଆଧାର ଅଟେ
12:42 ଏପରିକରି, IMS କମ୍ପାନୀ କିମ୍ବା ଏହାର ଉତ୍ପାଦ ବିତରକ IMS ନିୟମକୁ ଉଲ୍ଲଂଘନ କରନ୍ତି
12:51 ଦୟାକରି ଏହି ଉଲ୍ଲଂଘନଗୁଡ଼ିକୁ ତୁରନ୍ତ ସୂଚିତ କରନ୍ତୁ
12:56 ଏହା କରିବା ପାଇଁ, ଆପଣ BPNI STANPAN SURAKSHA ମୋବାଇଲ୍ ଆପ୍ଲିକେଶନ୍ ବ୍ୟବହାର କରିପାରିବେ
13:05 ଏହି ଆପ୍ଲିକେଶନ୍‌ଟି ଉପଯୋଗକର୍ତ୍ତା-ଅନୁକୂଳ ଅଟେ
13:11 କୌଣସି ଉଲ୍ଲଂଘନ ରିପୋର୍ଟ କରିବାକୁ ଏଥିରେ କେବଳ 2 ଟି ସରଳ ପଦକ୍ଷେପ ଅନ୍ତର୍ଭୁକ୍ତ ଅଛି
13:17 ଯେତେବେଳେ ଆପଣ କୌଣସି ଉଲ୍ଲଂଘନ ଚିହ୍ନଟ କରୁଛନ୍ତି, ତେବେ ଆପ୍ଲିକେଶନ୍ ଖୋଲନ୍ତୁ
13:23 ମେନୁରେ ଥିବା 'ରିପୋର୍ଟ ପ୍ରମୋଶନ୍ ଅଫ୍ ବେବୀ ଫୁଡ୍ସ ଅର୍ ଫିଡିଙ୍ଗ ବଟଲ୍ସ' ଟାବ୍ କ୍ଲିକ୍ କରନ୍ତୁ
13:32 ରିପୋର୍ଟ ପୃଷ୍ଠା ଖୋଲିବ
13:36 ନିର୍ଦ୍ଦିଷ୍ଟ ସ୍ତମ୍ଭଗୁଡ଼ିକରେ ଆବଶ୍ୟକ ସୂଚନା ପ୍ରଦାନ କରନ୍ତୁ
13:42 ଯଦି ଆପଣଙ୍କ ପାଖରେ କୌଣସି ଫୋଟୋଗ୍ରାଫ କିମ୍ବା ଡକ୍ୟୁମେଣ୍ଟ ଅଛି, ତେବେ ଆଟାଚ୍ କରନ୍ତୁ
13:48 ଏହାକୁ ସବମିଟ୍ କରନ୍ତୁ
13:51 ମନେରଖନ୍ତୁ, IMS କମ୍ପାନୀଗୁଡ଼ିକ ସେମାନଙ୍କର ବିଜ୍ଞାପନରେ ସ୍ତନ୍ୟପାନର ଲାଭ ବିଷୟରେ କହିପାରନ୍ତି
13:59 ତଥାପି, ଏପରି ଯେକୌଣସି ବିଜ୍ଞାପନ ଜଣେ ମାତାଙ୍କୁ ସ୍ତନ୍ୟପାନ କରାଇବା ଉପରେ ସନ୍ଦେହ ସୃଷ୍ଟି କରାଏ
14:07 ସେମାନଙ୍କର ବିଜ୍ଞାପନଗୁଡ଼ିକ ଯଥାସମ୍ଭବ ମା’ ଙ୍କୁ ଶିଶୁ ଖାଦ୍ୟ ଗ୍ରହଣ କରିବା ପାଇଁ ପରିକଳ୍ପନା କରାଯାଇଛି
14:14 ଜଣେ ମା’ ଯେତେ ଶୀଘ୍ର ସ୍ତନ୍ୟପାନ ବନ୍ଦ କରନ୍ତି, ସେତେ ଅଧିକ ଫର୍ମୁଲା କିଣାଯାଏ
14:21 ଏହି କାରଣରୁ IMS କମ୍ପାନୀଗୁଡିକ ସ୍ତନ୍ୟପାନକୁ ଗୁରୁତ୍ୱହୀନ ମନେକରାଇବାକୁ ଚେଷ୍ଟା କରନ୍ତି
14:30 ଅତିକମରେ 2 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ପାଇଁ ସ୍ତନ୍ୟପାନ ଜରୁରୀ
14:38 ସ୍ତନ୍ୟପାନ କରାଇବା ପାଇଁ ସଠିକ୍ ସ୍ତନ୍ୟପାନ କୌଶଳ ଗୁରୁତ୍ୱପୂର୍ଣ୍ଣ
14:45 ସମାନ କ୍ରମରେ ଅନ୍ୟ ଟ୍ୟୁଟୋରିଆଲରେ ଏହା ଆଲୋଚନା କରାଯାଇଛି
14:51 ଏଥିସହିତ ଆମେ ଏହି ଟ୍ୟୁଟୋରିଅଲର ସମାପ୍ତିକୁ ଆସିଗଲେ

IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ

Contributors and Content Editors

Pradeep