Health-and-Nutrition/C2/Indian-Law-to-Protect-Breastfeeding/Oriya
From Script | Spoken-Tutorial
| |
|
| 00:00 | ସ୍ତନ୍ୟପାନର ସୁରକ୍ଷା ପାଇଁ ଭାରତୀୟ ନିୟମ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲ୍କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଅଲ୍ରେ ଆମେ ଶିଖିବା: |
| 00:09 | ଶିଶୁ କ୍ଷୀର ବିକଳ୍ପ ବା IMS |
| 00:13 | IMS ଅଧିନିୟମ |
| 00:16 | ଆସନ୍ତୁ ପ୍ରଥମେ ବୁଝିବା ଶିଶୁ କ୍ଷୀରର ବିକଳ୍ପ କ’ଣ |
| 00:23 | ଶିଶୁ କ୍ଷୀରର ବିକଳ୍ପଗୁଡ଼ିକୁ IMS ମଧ୍ୟ କୁହାଯାଏ |
| 00:29 | IMS ହେଉଛି ଶିଶୁ ଖାଦ୍ୟ, ଯାହା ମା’ କ୍ଷୀର ପାଇଁ ଆଂଶିକ ଭାବରେ |
| 00:33 | କିମ୍ବା ସମୁଦାୟ ଭାବରେ ପ୍ରତିବଦଳ |
| 00:39 | ସେଗୁଡ଼ିକରେ 2 ବର୍ଷ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ସମସ୍ତ ବ୍ୟାବସାୟିକ ଶିଶୁ ଖାଦ୍ୟ ଅନ୍ତର୍ଭୁକ୍ତ ଥାଏ |
| 00:48 | ଏହି ଟ୍ୟୁଟୋରିଅଲ୍ରେ ଆମେ IMS କୁ ବ୍ୟାବସାୟିକ ଶିଶୁ ଖାଦ୍ୟ କିମ୍ବା ଶିଶୁ ଖାଦ୍ୟ ଭାବରେ ସୂଚାଇବୁ |
| 00:58 | ଲୋକମାନେ ବ୍ୟାବସାୟିକ ଶିଶୁ ଖାଦ୍ୟ କାହିଁକି ବ୍ୟବହାର କରନ୍ତି? |
| 01:03 | ବ୍ୟାବସାୟିକ ଶିଶୁ ଖାଦ୍ୟର ଲୋକପ୍ରିୟ ବ୍ୟବହାର ପାଇଁ 5 ଟି ମୁଖ୍ୟ କାରଣ ଅଛି |
| 01:11 | ପ୍ରଥମ କାରଣ ହେଉଛି ଲୋକକଥା, ଯାହା ବ୍ୟାବସାୟିକ ଶିଶୁ ଖାଦ୍ୟକୁ ମା’ କ୍ଷୀର ସହ ତୁଳନା କରେ |
| 01:20 | ବିଶ୍ୱାସ କରାଯାଏ ଯେ, ସେଗୁଡ଼ିକ ମା’ କ୍ଷୀର ପରି ଭଲ |
| 01:26 | ସେଗୁଡ଼ିକ ସଂପୂର୍ଣ୍ଣ ରୂପେ ମା’ କ୍ଷୀରର ବିକଳ୍ପ ହୋଇପାରିବ |
| 01:31 | କେତେକ ଅଜ୍ଞ ବ୍ୟକ୍ତି ସେଗୁଡ଼ିକୁ ମା’ କ୍ଷୀର ଅପେକ୍ଷା ଭଲ ବୋଲି ବିଶ୍ୱାସ କରିପାରନ୍ତି |
| 01:40 | ଏହି ଲୋକକଥାଟି ଲୋକପ୍ରିୟ, କାରଣ ସେଗୁଡ଼ିକର କ୍ଷତି ଜଣା ନାହିଁ କିମ୍ବା ସହଜରେ ଦେଖାଯାଏ ନାହିଁ |
| 01:48 | ଲୋକମାନେ ସେଗୁଡ଼ିକର କ୍ଷତିକାରକ ପ୍ରଭାବ ବିଷୟରେ ସଠିକ ଭାବରେ ମାର୍ଗଦର୍ଶନ ପାଆନ୍ତି ନାହିଁ |
| 01:54 | ଆହୁରି ମଧ୍ୟ, ମାର୍କେଟିଂ ରଣନୀତି ସେଗୁଡ଼ିକୁ ମା’ କ୍ଷୀର ସହିତ ସମାନ ବୋଲି ଦର୍ଶାଏ |
| 02:02 | ଏପରିକି ଅନେକ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ସେବା କର୍ମଚାରୀ ସେଗୁଡ଼ିକର କ୍ଷତିକାରକ ପ୍ରଭାବ ବିଷୟରେ ଅବଗତ ନାହାନ୍ତି |
| 02:10 | ସ୍ତନ୍ୟପାନ ନକରିବା ଦ୍ୱାରା ହେଉଥିବା କ୍ଷତି ସେମାନଙ୍କୁ ଜଣାନାହିଁ |
| 02:17 | ତେଣୁ, ବ୍ୟାବସାୟିକ ଶିଶୁ ଖାଦ୍ୟ ଅଧିକାଂଶ ଲୋକଙ୍କ ଦ୍ୱାରା ବିପଜ୍ଜନକ ବିବେଚନା କରାଯାଏ ନାହିଁ |
| 02:25 | ବ୍ୟାବସାୟିକ ଶିଶୁ ଖାଦ୍ୟର ଏକ ସାଧାରଣ ସାମାଜିକ ଗ୍ରହଣୀୟତା ଅଛି |
| 02:32 | ଏହା ଖୁଆଇବା ବୋତଲ ଏବଂ କୃତ୍ରିମ ନିପ୍ପଲ ଉପରେ ମଧ୍ୟ ପ୍ରଯୁଜ୍ୟ |
| 02:39 | କୌଣସି ବ୍ୟାବସାୟିକ ଶିଶୁ ଖାଦ୍ୟ ସ୍ତନ୍ୟପାନ ସହିତ ସମାନ ହୋଇପାରିବ ନାହିଁ |
| 02:46 | ସେଗୁଡ଼ିକ ମା’ କ୍ଷୀରର ସାଧାରଣ ଉପାଦାନଗୁଡ଼ିକୁ ଅନୁକରଣ କରିପାରନ୍ତି |
| 02:52 | ସାଧାରଣ ଉପାଦାନଗୁଡ଼ିକରେ ପ୍ରୋଟିନ, କ୍ୟାଲୋରୀ କିମ୍ବା ଫ୍ୟାଟ ଅନ୍ତର୍ଭୁକ୍ତ |
| 02:59 | ହେଲେ, ସେଗୁଡ଼ିକରେ ମା’ କ୍ଷୀରର ଅନେକ ଉପାଦାନ ରହିପାରିବ ନାହିଁ |
| 03:06 | ଆହୁରି ମଧ୍ୟ, ମା’ କ୍ଷୀର ପ୍ରତ୍ୟେକ ମା’ ଏବଂ ତାଙ୍କ ଶିଶୁ ପାଇଁ ଭିନ୍ନ ହୋଇଥାଏ |
| 03:13 | ବ୍ୟାବସାୟିକ ଶିଶୁ ଖାଦ୍ୟରେ ଏହି ଗୁଣ ନାହିଁ |
| 03:18 | ସମସ୍ତ ମା’ ଏବଂ ଶିଶୁମାନଙ୍କ ପାଇଁ ସେଗୁଡ଼ିକ ସମାନ |
| 03:24 | ସ୍ତନ୍ୟପାନ ଭଳି ସେଗୁଡ଼ିକର ମାନସିକ-ଭାବପ୍ରବଣ ଉପକାରିତା ମଧ୍ୟ ନାହିଁ |
| 03:31 | ପୁଷ୍ଟିହୀନତା କିମ୍ବା ମେଦବହୁଳତା ପାଇଁ ସେଗୁଡ଼ିକ ବହୁତ ଜଣାଶୁଣା |
| 03:38 | ସେଗୁଡ଼ିକ ସଂକ୍ରାମକ ଏବଂ ଅଣ ସଂକ୍ରାମକ ରୋଗ ମଧ୍ୟ ସୃଷ୍ଟି କରନ୍ତି |
| 03:44 | ଏହି ରୋଗଗୁଡ଼ିକରେ ହୃଦ୍ରୋଗ ସମ୍ବନ୍ଧୀୟ ସମସ୍ୟା |
| 03:48 | ଏବଂ ଆଲର୍ଜି ଅନ୍ତର୍ଭୁକ୍ତ |
| 03:51 | ସେଗୁଡ଼ିକର ସବୁଠାରୁ ଖରାପ ପ୍ରଭାବ ହେଉଛି ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ପ୍ରତୀତ କରାନ୍ତି |
| 03:59 | ସେଗୁଡ଼ିକ, ସ୍ତନ୍ୟପାନ ମାଗଣା ଏବଂ ସର୍ବୋତ୍ତମ ବୋଲି ଜାଣିବାରୁ ଲୋକମାନଙ୍କୁ ଅଟକାନ୍ତି |
| 04:08 | ଶିଶୁ ଖାଦ୍ୟ ବ୍ୟବହାର କରିବାର 2ୟ କାରଣ ହେଉଛି ସେଗୁଡ଼ିକ ଏକ ସହଜ ବାଟ ପରି ଦେଖାଯାଏ |
| 04:16 | ସ୍ତନ୍ୟପାନ ଏକ ଦକ୍ଷତା |
| 04:19 | ଉପଯୁକ୍ତ ସ୍ତନ୍ୟପାନ କୌଶଳ ଶିଖିବା କିମ୍ବା ସାହାଯ୍ୟ କରିବା ପାଇଁ ସମୟ ଏବଂ ଉଦ୍ୟମ ଆବଶ୍ୟକ ହୁଏ |
| 04:28 | ସ୍ତନ୍ୟପାନ କରାଇବା ଶିଖିବାବେଳେ ସମସ୍ୟା ହୋଇପାରେ |
| 04:34 | ଘରେ ସ୍ତନ୍ୟପାନ କରାଇବା ପାଇଁ ମା’ ପରିବାରର ସହାୟତା ଆବଶ୍ୟକ କରନ୍ତି |
| 04:40 | ଘର ବାହାରେ କିମ୍ବା କର୍ମକ୍ଷେତ୍ରରେ ସ୍ତନ୍ୟପାନ କରାଇବା ପାଇଁ ତାଙ୍କୁ ସମାଜର ସମର୍ଥନ ଦରକାର ହୁଏ |
| 04:49 | ତେଣୁ, ବ୍ୟାବସାୟିକ ଶିଶୁ ଖାଦ୍ୟକୁ ସୁବିଧାଜନକ ବିକଳ୍ପ ଭାବରେ ବିବେଚନା କରାଯାଏ |
| 04:57 | ବର୍ତ୍ତମାନ ବ୍ୟାବସାୟିକ ଶିଶୁ ଖାଦ୍ୟର ବ୍ୟବହାରର 3ୟ କାରଣ ବିଷୟରେ ଆଲୋଚନା କରିବା |
| 05:04 | ଭଲ ସୂଚନାପ୍ରାପ୍ତ ହୋଇନଥିବା ସ୍ୱାସ୍ଥ୍ୟ ସେବା କର୍ମଚାରୀମାନେ ଶିଶୁ ଖାଦ୍ୟକୁ ଏକ ସହଜ ସମାଧାନ ଭାବରେ ବ୍ୟବହାର କରନ୍ତି |
| 05:12 | ମା’ମାନଙ୍କୁ ସଠିକ ସ୍ତନ୍ୟପାନ କରାଇବାରେ କିପରି ସାହାଯ୍ୟ କରିବେ ସେମାନେ ହୁଏତ ଜାଣିନଥିବେ |
| 05:18 | ତେଣୁ, ଏକ ସମସ୍ୟାଜନିତ ପରିସ୍ଥିତିରେ, ସେମାନେ ବେପରୁଆ ଭାବରେ ବ୍ୟାବସାୟିକ ଶିଶୁ ଖାଦ୍ୟକୁ ସୁପାରିସ କରନ୍ତି |
| 05:27 | ଶିଶୁ ଖାଦ୍ୟ ବ୍ୟବହାର କରିବାର 4ର୍ଥ କାରଣ ହେଉଛି ଉତ୍ପାଦକମାନଙ୍କ ଦ୍ୱାରା ସେଗୁଡ଼ିକର ଭାରୀ ପ୍ରଚାର ପ୍ରସାର |
| 05:36 | ବୈଜ୍ଞାନିକ ଶବ୍ଦ ଏବଂ ପୁରସ୍କାର ଲୋକମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ବ୍ୟବହାର କରାଯାଏ |
| 05:44 | ସେଗୁଡ଼ିକ ସ୍ୱାସ୍ଥ୍ୟ ସେବା କର୍ମଚାରୀମାନଙ୍କୁ ଶିଶୁ ଖାଦ୍ୟ ସହଜରେ ଲେଖିବାକୁ ମନାଇବା ପାଇଁ ବ୍ୟବହୃତ ହୁଏ |
| 05:52 | ଶିଶୁ ଖାଦ୍ୟ ବ୍ୟବହାର କରିବାର 5 ମ କାରଣ ହେଉଛି ନୂତନ ମା’ମାନଙ୍କର ଭାବପ୍ରବଣ ଦୁର୍ବଳତା |
| 06:01 | ନିଜର ସମସ୍ୟା ସମୟରେ ସେମାନଙ୍କର ଚିନ୍ତା ବଢ଼ିଥାଏ |
| 06:06 | ବନ୍ୟା କିମ୍ବା COVID-19 ସଙ୍କଟ ଭଳି ବିପର୍ଯ୍ୟୟ ସମୟରେ ମଧ୍ୟ ତାହା ବୃଦ୍ଧି ପାଇଥାଏ |
| 06:16 | ସେମାନେ ଆତ୍ମବିଶ୍ୱାସ ହରାନ୍ତି ଏବଂ ଅନୁଭବ କରନ୍ତି ଯେ, ସ୍ତନ୍ୟପାନ ସେମାନଙ୍କ ଶିଶୁ ପାଇଁ ଯଥେଷ୍ଟ ହେବ ନାହିଁ |
| 06:23 | ଶିଶୁ ଖାଦ୍ୟର ଉପଯୋଗିତା ଉପରେ ଭୁଲ ପରାମର୍ଶକୁ ସେମାନେ ବିଶ୍ୱାସ କରିବା ଆରମ୍ଭ କରନ୍ତି |
| 06:31 | ତା’ପରେ ସେମାନେ ବ୍ୟାବସାୟିକ ଶିଶୁ ଖାଦ୍ୟ ବ୍ୟବହାର କରିବା ଆରମ୍ଭ କରନ୍ତି |
| 06:37 | ବର୍ତ୍ତମାନ ବ୍ୟାବସାୟିକ ଶିଶୁ ଖାଦ୍ୟ ପ୍ରୋତ୍ସାହନର ଇତିହାସ ବିଷୟରେ ସଂକ୍ଷେପରେ ଆଲୋଚନା କରିବା |
| 06:45 | ଏହାର ଉଦ୍ଭାବନ ପରଠାରୁ, ପ୍ରୋତ୍ସାହନ ସ୍ତନ୍ୟପାନକୁ ଗୁରୁତ୍ୱହୀନ ଦେଖାଇଲା |
| 06:53 | ସେଗୁଡ଼ିକର କମ୍ପାନୀ ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳା ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସିଧାସଳଖ ଟାର୍ଗେଟ କରନ୍ତି |
| 07:02 | ସେମାନେ ପୁଷ୍ଟିକର ଖାଦ୍ୟ କିମ୍ବା ସ୍ତନ୍ୟପାନ କର୍ମଶାଳା ମାଧ୍ୟମରେ ଶିଶୁ ଖାଦ୍ୟକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରନ୍ତି |
| 07:09 | ବନ୍ୟା କିମ୍ବା ଭୂକମ୍ପ ପରି ଜରୁରୀକାଳୀନ ପରିସ୍ଥିତିରେ ସେମାନେ ମାଗଣା ଉତ୍ପାଦ ବଣ୍ଟନ କରନ୍ତି |
| 07:19 | ସଉଦା ଦୋକାନ ଏବଂ ଔଷଧ ଦୋକାନରେ ଶିଶୁ ଖାଦ୍ୟକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ସେମାନେ ଚେଷ୍ଟା କରନ୍ତି |
| 07:27 | ବ୍ୟାବସାୟିକ ଶିଶୁ ଖାଦ୍ୟ ଦୋକାନରେ ମୁଖ୍ୟତଃ ଏହା ପ୍ରଦର୍ଶିତ ହୁଏ |
| 07:33 | ସେମାନେ ବ୍ୟାବସାୟିକ ଶିଶୁ ଖାଦ୍ୟ କିଣିବା ଏବଂ ବ୍ୟବହାର କରିବାକୁ ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ପ୍ରୋତ୍ସାହନର ବ୍ୟବହାର କରନ୍ତି |
| 07:42 | ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତାମାନେ ଅନୁଭବ କଲେ ଯେ, ଶିଶୁମାନଙ୍କ ପାଇଁ ଏହି ରଣନୀତି କେତେ କ୍ଷତିକାରକ |
| 07:50 | ଶୈଶବ ଜୀବନର ଏକ ଅସୁରକ୍ଷିତ ସମୟ ଅଟେ |
| 07:55 | ଶିଶୁ ଖାଦ୍ୟର ଅନୁପଯୁକ୍ତ ବ୍ୟବହାର ପରି ଅନୁପଯୁକ୍ତ ଖାଇବା ଅଭ୍ୟାସ ଅତ୍ୟନ୍ତ ବିପଦଜନକ |
| 08:05 | ତେଣୁ, ବ୍ୟାବସାୟିକ ଶିଶୁ ଖାଦ୍ୟ ପ୍ରୋତ୍ସାହନର ନିୟମାବଳୀ ପାଇଁ ବିଶେଷ ନିୟମ ଆବଶ୍ୟକ |
| 08:14 | ତେଣୁ, “ଇଣ୍ଟରନେଶନଲ୍ କୋଡ୍ ଅଫ୍ ମାର୍କେଟିଂ ଅଫ୍ ବ୍ରେଷ୍ଟମିଲ୍କ ସବଷ୍ଟିଚ୍ୟୁଟ୍ସ” ସୃଷ୍ଟି ହେଲା |
| 08:23 | 1981 ମସିହାରେ ଏହାକୁ “ୱର୍ଲ୍ଡ ହେଲଥ୍ ଆସେମ୍ୱଲୀ” ଦ୍ୱାରା ଗ୍ରହଣ କରାଯାଇଥିଲା |
| 08:30 | ଶିଶୁ ଖାଦ୍ୟର ମାର୍କେଟିଂକୁ ନିୟନ୍ତ୍ରିତ କରୁଥିବା ଆଇନ ପ୍ରସ୍ତୁତ କରିବାକୁ ଏହା ସମସ୍ତ ଦେଶକୁ ଅନୁରୋଧ କଲା |
| 08:39 | ଭାରତ “ଶିଶୁ ଦୁଗ୍ଧ ବିକଳ୍ପ, ଖୁଆଇବା ବୋତଲ ଏବଂ ଶିଶୁ ଖାଦ୍ୟ (ଉତ୍ପାଦନ, ଯୋଗାଣ ଏବଂ ବଣ୍ଟନ ନିୟମାବଳୀ) ଅଧିନିୟମ 1992 ଏବଂ ସଂଶୋଧିତ ଅଧିନିୟମ 2003” ପାସ୍ କଲା |
| 08:57 | ଏହାକୁ IMS ଆକ୍ଟ ମଧ୍ୟ କୁହାଯାଏ |
| 09:02 | କୋଡ୍ ପ୍ରଣୟନ କରୁଥିବା ସମସ୍ତ ଦେଶ ଦ୍ୱାରା ଅନେକ ନିୟମ ପ୍ରଣୟନ କରାଯାଇଛି |
| 09:09 | ସମସ୍ତ ନିୟମ ମଧ୍ୟରେ, IMS ଆକ୍ଟ ହେଉଛି ସବୁଠାରୁ କଠୋର ନିୟମ |
| 09:17 | IMS ଅଧିନିୟମର ବ୍ୟବସ୍ଥାଗୁଡ଼ିକ BPNI ଦ୍ୱାରା ଅତି ସ୍ପଷ୍ଟ ଭାବରେ ରଖାଯାଇଛି |
| 09:25 | BPNI ହେଉଛି “ଭାରତୀୟ ସ୍ତନ୍ୟପାନ ପ୍ରୋତ୍ସାହନ ନେଟ୍ୱର୍କ” |
| 09:32 | ବର୍ତ୍ତମାନ, ଆସନ୍ତୁ IMS ଆକ୍ଟର 10 ଟି ଉଲ୍ଲଂଘନ ବିଷୟରେ ଆଲୋଚନା କରିବା |
| 09:39 | IMS ନିୟମ ଉଲ୍ଲଂଘନ ହୋଇଥିବ ଯଦି: |
| 09:44 | ଏକ ଖାଦ୍ୟ ଯେକୌଣସି ଉପାୟରେ ବିଶେଷ ଭାବରେ 2 ବର୍ଷ ବୟସର ପିଲାମାନଙ୍କ ପାଇଁ ପ୍ରୋତ୍ସାହିତ ହୁଏ |
| 09:53 | ଖାଦ୍ୟର ନାମ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ |
| 09:57 | ଯଦି IMS ଅଧିନିୟମ ପରିସରରେ ଥିବା ଉତ୍ପାଦଗୁଡ଼ିକ ବିଜ୍ଞାପନ ଦିଆଯାଏ |
| 10:04 | ଏଥିରେ ଶିଶୁ କ୍ଷୀରର ବିକଳ୍ପ, ଖୁଆଇବା ବୋତଲ ଏବଂ ଶିଶୁ ଖାଦ୍ୟ ଅନ୍ତର୍ଭୁକ୍ତ |
| 10:12 | ଯେକୌଣସି ରୂପରେ କିମ୍ବା ଯେକୌଣସି ମାଧ୍ୟମରେ ବିଜ୍ଞାପନ IMS କାର୍ଯ୍ୟକୁ ଉଲ୍ଲଂଘନ କରେ |
| 10:20 | ଏଥିରେ ଟିଭି, ଖବରକାଗଜ, ମେଗାଜିନ୍, ପତ୍ରିକା, ରେଡିଓ, SMS ବିଜ୍ଞାପନ ଅନ୍ତର୍ଭୁକ୍ତ |
| 10:30 | ଏଥିରେ ସୋଶିଅଲ୍ ମିଡିଆ, ବିଲ୍ବୋର୍ଡ, ବ୍ୟାନର୍ ଏବଂ ଅନ୍ୟାନ୍ୟ ବିଜ୍ଞାପନ ମଧ୍ୟ ଅନ୍ତର୍ଭୁକ୍ତ |
| 10:39 | ଯଦି ଉତ୍ପାଦ କିମ୍ବା ଏହାର ନମୁନା କୌଣସି ବ୍ୟକ୍ତିଙ୍କୁ ସିଧାସଳଖ ବଣ୍ଟନ କରାଯାଏ |
| 10:47 | ଏଥିରେ ଗର୍ଭବତୀ ମହିଳା କିମ୍ବା ସ୍ତନ୍ୟପାନ କରାଉଥିବା ମହିଳା ଅନ୍ତର୍ଭୁକ୍ତ |
| 10:53 | ଯଦି ଉତ୍ପାଦ ବ୍ୟବହାର କିମ୍ବା ବିକ୍ରୟ ପାଇଁ କୌଣସି ପ୍ରକାରର ପ୍ରୋତ୍ସାହନ ଦିଆଯାଏ |
| 11:01 | ରିଆତି କିମ୍ବା ମାଗଣା ଉପହାର ଇତ୍ୟାଦି ପ୍ରୋତ୍ସାହନ ହୋଇପାରେ |
| 11:08 | ଯଦି IMS ର ପ୍ରୋତ୍ସାହନ ସହିତ ଜଡ଼ିତ ଶିକ୍ଷାଗତ ସାମଗ୍ରୀ ବଣ୍ଟନ କରାଯାଏ |
| 11:16 | ଯଦି ଏହି ଉତ୍ପାଦଗୁଡ଼ିକର ଲେବଲ୍ ବିକ୍ରୟ ବୃଦ୍ଧି ପାଇଁ ନିର୍ଦ୍ଦିଷ୍ଟ ଚିତ୍ର ବହନ କରେ |
| 11:24 | ଏହି ଚିତ୍ରଗୁଡ଼ିକ ମା’, ଶିଶୁ, କାର୍ଟୁନ, ଗ୍ରାଫିକ୍ସ ଇତ୍ୟାଦି ହୋଇପାରେ |
| 11:33 | ଯଦି କୌଣସି ଡାକ୍ତରଖାନା, ନର୍ସିଂହୋମ୍, ଔଷଧ ଦୋକାନ କୌଣସି ପ୍ରକାରେ IMS କୁ ପ୍ରୋତ୍ସାହିତ କରେ |
| 11:41 | ଏଥିରେ IMS କମ୍ପାନୀଗୁଡିକର ପ୍ଲାକାର୍ଡ କିମ୍ବା ପୋଷ୍ଟର୍ ପ୍ରଦର୍ଶନ ଅନ୍ତର୍ଭୁକ୍ତ |
| 11:49 | ଯଦି ସ୍ୱାସ୍ଥ୍ୟକର୍ମୀ କିମ୍ବା ସେମାନଙ୍କ ପରିବାରକୁ IMS କୁ ପ୍ରୋତ୍ସାହିତ କରିବା ପାଇଁ ଟଙ୍କା କିମ୍ବା ଉପହାର ଦିଆଯାଏ |
| 11:58 | ଯଦି କୌଣସି IMS କମ୍ପାନୀ କିମ୍ବା ଏହାର ବିତରକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଅବଦାନ ପ୍ରଦାନ କରନ୍ତି |
| 12:08 | ଏହି ଅର୍ଥ ଅବଦାନ ସେମିନାର, |
| 12:11 | ସଭାସମିତି, ସମ୍ମିଳନୀ |
| 12:14 | କିମ୍ବା ଶିକ୍ଷାଗତ ପାଠ୍ୟକ୍ରମ ପାଇଁ ଅନ୍ତର୍ଭୁକ୍ତ |
| 12:17 | ଏଥିରେ ମଧ୍ୟ ପ୍ରଯୋଜକ, |
| 12:21 | ଅନୁସନ୍ଧାନ ଅନୁଦାନ କିମ୍ବା ଫେଲୋଶିପ୍ ଅନ୍ତର୍ଭୁକ୍ତ |
| 12:25 | ସ୍ୱାସ୍ଥ୍ୟକର୍ମୀ କିମ୍ବା ସେମାନଙ୍କ ସଙ୍ଗଠନର ପ୍ରଯୋଜକ ମଧ୍ୟ ଅନୁମତିପ୍ରାପ୍ତ ନୁହନ୍ତି |
| 12:33 | ଯଦି IMS ର ବିକ୍ରୟ ପରିମାଣ ବିକ୍ରୟ ଆୟୋଗର ଫିକ୍ସିଂ ପାଇଁ ଆଧାର ଅଟେ |
| 12:42 | ଏପରିକରି, IMS କମ୍ପାନୀ କିମ୍ବା ଏହାର ଉତ୍ପାଦ ବିତରକ IMS ନିୟମକୁ ଉଲ୍ଲଂଘନ କରନ୍ତି |
| 12:51 | ଦୟାକରି ଏହି ଉଲ୍ଲଂଘନଗୁଡ଼ିକୁ ତୁରନ୍ତ ସୂଚିତ କରନ୍ତୁ |
| 12:56 | ଏହା କରିବା ପାଇଁ, ଆପଣ BPNI STANPAN SURAKSHA ମୋବାଇଲ୍ ଆପ୍ଲିକେଶନ୍ ବ୍ୟବହାର କରିପାରିବେ |
| 13:05 | ଏହି ଆପ୍ଲିକେଶନ୍ଟି ଉପଯୋଗକର୍ତ୍ତା-ଅନୁକୂଳ ଅଟେ |
| 13:11 | କୌଣସି ଉଲ୍ଲଂଘନ ରିପୋର୍ଟ କରିବାକୁ ଏଥିରେ କେବଳ 2 ଟି ସରଳ ପଦକ୍ଷେପ ଅନ୍ତର୍ଭୁକ୍ତ ଅଛି |
| 13:17 | ଯେତେବେଳେ ଆପଣ କୌଣସି ଉଲ୍ଲଂଘନ ଚିହ୍ନଟ କରୁଛନ୍ତି, ତେବେ ଆପ୍ଲିକେଶନ୍ ଖୋଲନ୍ତୁ |
| 13:23 | ମେନୁରେ ଥିବା 'ରିପୋର୍ଟ ପ୍ରମୋଶନ୍ ଅଫ୍ ବେବୀ ଫୁଡ୍ସ ଅର୍ ଫିଡିଙ୍ଗ ବଟଲ୍ସ' ଟାବ୍ କ୍ଲିକ୍ କରନ୍ତୁ |
| 13:32 | ରିପୋର୍ଟ ପୃଷ୍ଠା ଖୋଲିବ |
| 13:36 | ନିର୍ଦ୍ଦିଷ୍ଟ ସ୍ତମ୍ଭଗୁଡ଼ିକରେ ଆବଶ୍ୟକ ସୂଚନା ପ୍ରଦାନ କରନ୍ତୁ |
| 13:42 | ଯଦି ଆପଣଙ୍କ ପାଖରେ କୌଣସି ଫୋଟୋଗ୍ରାଫ କିମ୍ବା ଡକ୍ୟୁମେଣ୍ଟ ଅଛି, ତେବେ ଆଟାଚ୍ କରନ୍ତୁ |
| 13:48 | ଏହାକୁ ସବମିଟ୍ କରନ୍ତୁ |
| 13:51 | ମନେରଖନ୍ତୁ, IMS କମ୍ପାନୀଗୁଡ଼ିକ ସେମାନଙ୍କର ବିଜ୍ଞାପନରେ ସ୍ତନ୍ୟପାନର ଲାଭ ବିଷୟରେ କହିପାରନ୍ତି |
| 13:59 | ତଥାପି, ଏପରି ଯେକୌଣସି ବିଜ୍ଞାପନ ଜଣେ ମାତାଙ୍କୁ ସ୍ତନ୍ୟପାନ କରାଇବା ଉପରେ ସନ୍ଦେହ ସୃଷ୍ଟି କରାଏ |
| 14:07 | ସେମାନଙ୍କର ବିଜ୍ଞାପନଗୁଡ଼ିକ ଯଥାସମ୍ଭବ ମା’ ଙ୍କୁ ଶିଶୁ ଖାଦ୍ୟ ଗ୍ରହଣ କରିବା ପାଇଁ ପରିକଳ୍ପନା କରାଯାଇଛି |
| 14:14 | ଜଣେ ମା’ ଯେତେ ଶୀଘ୍ର ସ୍ତନ୍ୟପାନ ବନ୍ଦ କରନ୍ତି, ସେତେ ଅଧିକ ଫର୍ମୁଲା କିଣାଯାଏ |
| 14:21 | ଏହି କାରଣରୁ IMS କମ୍ପାନୀଗୁଡିକ ସ୍ତନ୍ୟପାନକୁ ଗୁରୁତ୍ୱହୀନ ମନେକରାଇବାକୁ ଚେଷ୍ଟା କରନ୍ତି |
| 14:30 | ଅତିକମରେ 2 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ପାଇଁ ସ୍ତନ୍ୟପାନ ଜରୁରୀ |
| 14:38 | ସ୍ତନ୍ୟପାନ କରାଇବା ପାଇଁ ସଠିକ୍ ସ୍ତନ୍ୟପାନ କୌଶଳ ଗୁରୁତ୍ୱପୂର୍ଣ୍ଣ |
| 14:45 | ସମାନ କ୍ରମରେ ଅନ୍ୟ ଟ୍ୟୁଟୋରିଆଲରେ ଏହା ଆଲୋଚନା କରାଯାଇଛି |
| 14:51 | ଏଥିସହିତ ଆମେ ଏହି ଟ୍ୟୁଟୋରିଅଲର ସମାପ୍ତିକୁ ଆସିଗଲେ
IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ଥିବାରୁ, ଧନ୍ୟବାଦ |