Health-and-Nutrition/C2/Vegetarian-recipes-for-pregnant-women/Oriya
From Script | Spoken-Tutorial
|
|||
00:00 | “ଗର୍ଭବତୀ ମହିଳାମାନଙ୍କ ପାଇଁ ନିରାମିଷ ରେସିପି” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲକୁ ସ୍ୱାଗତ | ||
00:07 | ଏହି ଟ୍ୟୁଟୋରିଅଲରେ ଆମେ ଶିଖିବା: | ||
00:10 | ପୋଷଣ ଭରା ଆହାରର ମହତ୍ତ୍ୱ | ||
00:13 | କେତେକ ପୁଷ୍ଟିକର ନିରାମିଷ ରେସିପି | ||
00:17 | ପ୍ରଥମେ ଆସନ୍ତୁ, ପୋଷଣରେ ଭରା ଆହାରର ମହତ୍ତ୍ୱକୁ ବୁଝିବା | ||
00:23 | ଗର୍ଭାବସ୍ଥା ସମୟରେ ପୋଷଣର ଆବଶ୍ୟକତା ବୃଦ୍ଧି ପାଇଥାଏ | ||
00:28 | ଏହା ମୁଖ୍ୟତଃ କୋଷିକାଗୁଡ଼ିକର ବିକାଶ ପାଇଁ ହୋଇଥାଏ | ||
00:32 | ଭ୍ରୁଣର ବୃଦ୍ଧି ଓ ବିକାଶ ପାଇଁ ପୋଷଣରେ ଭରା ଆହାର ସହାୟକ ହୋଇଥାଏ | ||
00:38 | ସେଥିପାଇଁ, ଉତ୍ତମ ପୁଷ୍ଟିକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ | ||
00:43 | ଗର୍ଭାବସ୍ଥା ସମୟରେ ଜଟିଳତାଗୁଡ଼ିକୁ ପ୍ରତିରୋଧ କରିବା ପାଇଁ ଏହା ସାହାଯ୍ୟ କରିଥାଏ | ||
00:48 | ଆହାରଟି ନିଶ୍ଚିତ ଭାବେ ପ୍ରୋଟିନ୍, | ||
00:51 | ଭଲ ଫ୍ୟାଟ୍, ଭିଟାମିନ୍ | ||
00:53 | ଓ ମିନେରଲ୍ ସମୃଦ୍ଧ ହୋଇଥିବା ଉଚିତ | ||
00:55 | ପୋଷଣରେ ଭରା ଖାଦ୍ୟ ଖାଇଲେ ଅଇ ଲାଗିବା ଓ କୋଷ୍ଠବଦ୍ଧତାରୁ ଆରାମ ମିଳିପାରେ | ||
01:02 | ଏହା ମଧ୍ୟ ରକ୍ତହୀନତା, | ||
01:05 | ଗର୍ଭାବସ୍ଥା ମଧୁମେହ | ||
01:07 | ଓ ଉଚ୍ଚ ରକ୍ତଚାପର ଆଶଂକାକୁ କମ୍ କରିଥାଏ | ||
01:09 | ଏହା ଶିଶୁର ନିମ୍ନ ଜନ୍ମ ଓଜନ | ||
01:13 | ଏବଂ ଅପରିପକ୍ୱ ପ୍ରସବର ସମ୍ଭାବନାକୁ ମଧ୍ୟ ହ୍ରାସ କରିଥାଏ | ||
01:16 | ଉତ୍ତମ ଆହାର ଛଡ଼ା, ପ୍ରତ୍ୟେକ ଦିନ 8-10 ଗ୍ଲାସ୍ ପାଣି ମଧ୍ୟ ପିଅନ୍ତୁ | ||
01:22 | ପୁଷ୍ଟିକର ଖାଦ୍ୟ ଖାଇବା ସହିତ, ଏହାର ପୁଷ୍ଟିକର ଅବଶୋଷଣ ମଧ୍ୟ ଜରୁରୀ ଅଟେ | ||
01:29 | ଖାଦ୍ୟ ପ୍ରଭାବିତ ପୁଷ୍ଟିକର ଅବଶୋଷଣରେ ଫାଇଟେଟ୍ସ, ଓକ୍ସେଲେଟ୍ସ ଓ ଟାନିନ୍ସ ରହିଛି | ||
01:36 | ବିଭିନ୍ନ ରାନ୍ଧିବା ପଦ୍ଧତି ବ୍ୟବହାର ଦ୍ୱାରା ପୁଷ୍ଟିକର ଅବଶୋଷଣକୁ ବୃଦ୍ଧି କରାଯାଇପାରିବ | ||
01:42 | ଉଦାହରଣସ୍ୱରୂପ ବତୁରାଇବା, | ||
01:45 | ଗଜା କରିବା, ଭାଜିବା, | ||
01:47 | ଓ ଫୁଲାଇବା (ଫର୍ମେଣ୍ଟେଶନ୍) | ||
01:48 | ସିଝାଇବା, କଷିବା | ||
01:50 | ଓ ଫୁଟାଇବା ମଧ୍ୟ ଅନ୍ୟ କେତେକ ଉଦାହରଣ | ||
01:54 | ପୋଷଣ ପରିମାଣ ବୃଦ୍ଧି କରିବା ପାଇଁ ଆମେ ବିଭିନ୍ନ ପୁଷ୍ଟିକର ଗୁଣ୍ଡ ମଧ୍ୟ ବ୍ୟବହାର କରିପାରିବା | ||
02:01 | ଯେକୌଣସି ଗୁଣ୍ଡ, ଯେପରି ଶଜନା ପତ୍ର, | ||
02:03 | ଭୃଶୁଙ୍ଗା ପତ୍ର କିମ୍ୱା ବାଦାମ ଓ ମଞ୍ଜି ଗୁଣ୍ଡ ବ୍ୟବହାର କରାଯାଇପାରେ | ||
02:07 | ଏହି ଗୁଣ୍ଡଗୁଡ଼ିକୁ ପ୍ରସ୍ତୁତ କରିବାର ପଦ୍ଧତି ଅନ୍ୟ ଏକ ଟ୍ୟୁଟୋରିଅଲରେ ବର୍ଣ୍ଣନା କରାଯାଇଛି | ||
02:12 | ଅଧିକ ବିବରଣୀ ପାଇଁ ଦୟାକରି ଆମ ୱେବ୍ ସାଇଟ୍କୁ ଯାଆନ୍ତୁ | ||
02:15 | ଗର୍ଭାବସ୍ଥାର ସମଗ୍ର 9 ମାସରେ ସୁସ୍ଥକର ଓଜନ ପ୍ରାପ୍ତ କରିବା ଅତ୍ୟାବଶ୍ୟକ ଅଟେ | ||
02:20 | ଆମ ପରାମର୍ଶ ଅନୁଯାୟୀ, ଆପଣ ଚିନି, | ||
02:23 | ଗୁଡ଼, ପ୍ରୋସେସ୍ କରାଯାଇଥିବା | ||
02:25 | ଓ ଖାଇବା ପାଇଁ ପ୍ରସ୍ତୁତ ଖାଦ୍ୟ ଖାଇବା ଅନୁଚିତ | ||
02:28 | କ୍ୟାଫେନ୍, ମଦ | ||
02:30 | ଓ ତମାଖୁ ଖାଆନ୍ତୁ ନାହିଁ | ||
02:32 | ଡାକ୍ତରଙ୍କ ଅନୁମୋଦନ ବିନା କୌଣସି ଔଷଧ ଖାଆନ୍ତୁ ନାହିଁ | ||
02:36 | ଏହି ବିଷୟରେ ଅଧିକ ଅନ୍ୟ ଏକ ଟ୍ୟୁଟୋରିଅଲରେ ବର୍ଣ୍ଣନା କରାଯାଇଛି | ||
02:40 | ଏବେ ଆସନ୍ତୁ, ଆମର ପ୍ରଥମ ରେସିପି ବରୁଗୁଡ଼ି ମଞ୍ଜି (ଝୁଡ଼ଙ୍ଗ ଜାତୀୟ) ଇଡ୍ଲିରୁ ଆରମ୍ଭ କରିବା | ||
02:46 | ଏହି ରେସିପି ପ୍ରସ୍ତୁତ କରିବା ପାଇଁ ଆମକୁ ପ୍ରତ୍ୟେକରୁ 2 ଟେବଲ୍ ଚାମଚ ଲେଖାଏଁ ଦରକାର: | ||
02:50 | ଗୋଟା ବାଜରା | ||
02:52 | ଗୋଟା କାଙ୍ଗୁ | ||
02:54 | ଆମକୁ ଏଥିରୁ ମଧ୍ୟ 1 ଟେବଲ୍ ଚାମଚ ଲେଖାଏଁ ଦରକାର | ||
02:57 | ଗଜା ବରୁଗୁଡ଼ି ମଞ୍ଜି (ଝୁଡ଼ଙ୍ଗ ଜାତୀୟ) | ||
02:59 | ଗଜା ଗୋଟା ଚଣା | ||
03:01 | ମେଥି ଦାନା | ||
03:03 | ଭଜା ସୂର୍ଯ୍ୟମୁଖୀ ମଞ୍ଜି | ||
03:05 | ଆମକୁ ନିମ୍ନଲିଖିତ ପ୍ରତ୍ୟେକରୁ 1/4 ଟେବଲ୍ ଚାମଚ ମଧ୍ୟ ଦରକାର | ||
03:10 | ଶଜନା ପତ୍ର ଗୁଣ୍ଡ, ଭୃଶୁଙ୍ଗା ପତ୍ର ଗୁଣ୍ଡ, | ||
03:13 | ବାଦାମ ଓ ମଞ୍ଜି ଗୁଣ୍ଡ | ||
03:15 | ଓ ଲୁଣ | ||
03:17 | ପ୍ରଥମେ ବରୁଗୁଡ଼ି ମଞ୍ଜି (ଝୁଡ଼ଙ୍ଗ ଜାତୀୟ) ଓ ଗୋଟା ଚଣା ଗଜା କରିବାରୁ ଆରମ୍ଭ କରିବା | ||
03:22 | ଗଜା କରିବା ପାଇଁ ପଦ୍ଧତି ହେଉଛି | ||
03:25 | ବରୁଗୁଡ଼ି ମଞ୍ଜି (ଝୁଡ଼ଙ୍ଗ ଜାତୀୟ) ଓ ଗୋଟା ଚଣାକୁ ଅଲଗା ଅଲଗା କରି ରାତି ତମାମ ବତୁରାଇଦିଅନ୍ତୁ | ||
03:31 | ସକାଳେ ସେଗୁଡ଼ିକୁ ଛାଣିଦେଇ ଅଲଗା ଅଲଗା ଗୋଟିଏ ସଫା କପଡ଼ାରେ ବାନ୍ଧି ଦିଅନ୍ତୁ | ||
03:36 | ଗଜା ହେବା ପାଇଁ ସେଗୁଡ଼ିକୁ ଗୋଟିଏ ଗରମ ସ୍ଥାନରେ 2 ଦିନ ପର୍ଯ୍ୟନ୍ତ ରଖିଦିଅନ୍ତୁ | ||
03:40 | ମନେରଖନ୍ତୁ, ଭିନ୍ନ ଭିନ୍ନ ମଞ୍ଜି ଗଜା ହେବାକୁ ଭିନ୍ନ ଭିନ୍ନ ସମୟ ନେଇଥାଏ | ||
03:45 | ଗଜା ପ୍ରସ୍ତୁତ ହୋଇଯିବା ପରେ, ବାଜରା ଓ ମେଥି ଦାନାକୁ ଏକାଠି ବତୁରାଇଦିଅନ୍ତୁ | ||
03:50 | ସେଗୁଡ଼ିକୁ 6-8 ଘଣ୍ଟା କିମ୍ୱା ସାରା ରାତି ବତୁରାନ୍ତୁ | ||
03:55 | ସେଥିରୁ ପାଣି ଛାଣିଦେଇ, ସୂର୍ଯ୍ୟମୁଖୀ ମଞ୍ଜି ଓ ଗଜାଗୁଡ଼ିକୁ ମିଶାଇ ଏକ ନରମ ଆଣରେ ବାଟିଦିଅନ୍ତୁ | ||
04:01 | ବାଟିବା ପାଇଁ ଆପଣ ଶିଳ କିମ୍ୱା ମିକ୍ସର୍ ବ୍ୟବହାର କରିପାରିବେ | ||
04:06 | ବାଟିବା ପରେ, ତାକୁ ଘୋଡ଼ାଇ ଫୁଲିବା ପାଇଁ ସାରା ରାତି କିମ୍ୱା 6-8 ଘଣ୍ଟା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ | ||
04:13 | ରାନ୍ଧିବା ପୂର୍ବରୁ, ଆଣରେ ଲୁଣ ଓ ଅନ୍ୟ ସମସ୍ତ ଗୁଣ୍ଡ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ | ||
04:19 | ଇଡ୍ଲି ଛାଞ୍ଚରେ ତେଲ ଲଗାଇ ଆଣକୁ ସେଥିରେ ପକାନ୍ତୁ | ||
04:24 | କୁକର୍ କିମ୍ୱା ଷ୍ଟୀମର୍ରେ ରଖି 10-12 ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ | ||
04:29 | କିମ୍ୱା କୁକରରେ 1/4 ପାଣି ଦେଇ, ବିନା ହ୍ୱିସଲ୍ରେ ସିଝାଇପାରିବେ | ||
04:35 | 7-8 ମିନିଟ୍ ପରେ ଇଡ୍ଲିଗୁଡ଼ିକୁ କାଢ଼ିଦିଅନ୍ତୁ ଏବଂ ଗରମ ଗରମ ପରଷନ୍ତୁ | ||
04:41 | ଏହି ଖାଦ୍ୟରେ ଭରପୂର ରହିଛି ପ୍ରୋଟିନ୍, | ||
04:45 | କ୍ୟାଲସିୟମ୍ ଓ ଆଇରନ୍ | ||
04:47 | ଏଥିରେ ମଧ୍ୟ ଫୋଲେଟ୍, | ||
04:50 | ମାଗ୍ନେସିୟମ୍ ଓ ପୋଟାସିୟମ୍ ଭରପୂର ରହିଛି | ||
04:53 | ପରବର୍ତ୍ତୀ ରେସିପି ହେଉଛି - ବାଜରା ଖେଚେଡ଼ି | ||
04:56 | ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ପ୍ରତ୍ୟେକରୁ 1 ଟେବଲ୍ ଚାମଚ ଲେଖାଏଁ ଦରକାର | ||
05:01 | ଗୋଟା ବାର୍ନୟାର୍ଡ ମିଲେଟ୍, ଗଜା ବାଜରା | ||
05:04 | ଗଜା ସୋୟାବିନ୍ | ||
05:06 | ଗୋଟିଏ କଟା ପିଆଜ, ଗୋଟିଏ କଟା ଗାଜର | ||
05:09 | ଗୋଟିଏ କଟା ବୀଟ୍, | ||
05:11 | ଆମକୁ ଏଥିରୁ ମଧ୍ୟ 1 ଟେବଲ୍ ଚାମଚ ଲେଖାଏଁ ଦରକାର | ||
05:15 | ତାଜା କୋରା ନଡ଼ିଆ | ||
05:17 | ଓ ପୋସ୍ତକ ଦାନା | ||
05:19 | ଆମକୁ ଅଧ କପ୍ ଦହୀ ମଧ୍ୟ ଦରକାର ହେବ | ||
05:23 | ନିମ୍ନଲିଖିତ ପ୍ରତ୍ୟେକରୁ ଅଳ୍ପ ଲେଖାଏଁ | ||
05:26 | ହଳଦୀ ଗୁଣ୍ଡ, ଧନିଆ | ||
05:28 | ଓ ଜୀରା ଗୁଣ୍ଡ | ||
05:30 | ଜୀରା, | ||
05:32 | ଶଜନା ପତ୍ର ଗୁଣ୍ଡ, ଭୃଶୁଙ୍ଗା ପତ୍ର ଗୁଣ୍ଡ, | ||
05:35 | ସ୍ୱାଦ ଅନୁସାରେ ଲୁଣ ଓ | ||
05:37 | 1 ଟେବଲ୍ ଚାମଚ ଘିଅ କିମ୍ୱା ତେଲ | ||
05:40 | ଧ୍ୟାନ ଦିଅନ୍ତୁ ଯେ, ବାଜରା ଓ ସୋୟାବିନକୁ ଗଜା ହେବା ପାଇଁ ମୁଁ ଅଲଗା ଅଲଗା ବତୁରାଇଛି | ||
05:46 | ଗୋଟିଏ ସାମଗ୍ରୀ ଗଜା ହେବା ପାଇଁ ଅଧିକ ସମୟ ନେଇପାରେ କିମ୍ବା ଉଭୟ ଗୋଟିଏ ସମୟରେ ଗଜା ହୋଇପାରେ | ||
05:52 | ମୋ କ୍ଷେତ୍ରରେ, ସୋୟାବିନ୍ ଗଜା ହେବା ପାଇଁ ଅଧିକ ସମୟ ନେଲା | ||
05:57 | ବାର୍ନୟାର୍ଡ ମିଲେଟ୍ କୁ 6-8 ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରାଇଦିଅନ୍ତୁ | ||
06:01 | ପାଣିକୁ ଛାଣିଦେଇ ଅଲଗା ରଖିଦିଅନ୍ତୁ | ||
06:04 | ଗୋଟିଏ ପ୍ରେସର୍ କୁକର୍ରେ ତେଲ ଗରମ କରି ସେଥିରେ ଜୀରା ପକାନ୍ତୁ | ||
06:09 | ଏବେ, ସେଥିରେ ସବୁ ପରିବା, ଗଜା ଡାଲି, ଗଜା ସୋୟାବିନ୍ ଓ ଦହୀ ପକାନ୍ତୁ | ||
06:17 | ସେଥିରେ କୋରା ନଡ଼ିଆ, ପୋସ୍ତକ, ଲୁଣ, ଗୁଣ୍ଡ ଓ ସମସ୍ତ ଶୁଖିଲା ମସଲା ପକାନ୍ତୁ | ||
06:23 | ଭଲ ଭାବେ ମିଶାଇଦିଅନ୍ତୁ | ||
06:25 | ତା’ପରେ 1 କପ୍ ପାଣି ଦେଇ | ||
06:28 | 2 ଟି ସିଟି ଦେବା ପର୍ଯ୍ୟନ୍ତ ଖେଚେଡ଼ିକୁ ପ୍ରେସର୍ରେ ସିଝାନ୍ତୁ | ||
06:32 | ହୋଇଗଲା ପରେ, ଗରମା-ଗରମ ପରଷନ୍ତୁ. | ||
06:35 | ଏହି ଖାଦ୍ୟରେ ଭରପୂର ରହିଛି ପ୍ରୋଟିନ୍, | ||
06:38 | ଭଲ ଫ୍ୟାଟ୍, ଭିଟାମିନ୍-ଏ | ||
06:40 | ଓ କ୍ୟାଲସିୟମ୍ | ||
06:42 | ଏହା ମିନେରଲ୍ରେ ମଧ୍ୟ ସମୃଦ୍ଧ ଅଟେ, ଯେପରି ଆଇରନ୍, | ||
06:45 | ଫୋଲେଟ୍, ମାଗ୍ନେସିୟମ୍, | ||
06:47 | ଓ ଫସଫରସ୍ | ||
06:49 | ଆମର ତୃତୀୟ ରେସିପି ହେଉଛି, ମୁଗଦିଆ ପରଟା | ||
06:53 | ଏହାପାଇଁ ଆମକୁ ଦରକାର: | ||
06:55 | ମଲ୍ଟ କରାଯାଇଥିବା ମାଣ୍ଡିଆ ଚୁନା (1/4 କପ୍) ଅଳ୍ପ | ||
06:58 | ବେସନ - 1 ଟେବଲ୍ ଚାମଚ | ||
07:01 | ଗଜା ମୁଗ - (1/2) ଅଧ କପ୍ | ||
07:04 | ଚକଟା ପନୀର୍ - (¼ କପ୍) ଅଳ୍ପ | ||
07:06 | କଟା ପିଆଜ - 1 ଟେବଲ୍ ଚାମଚ | ||
07:08 | କଟା ଟମାଟୋ - 1 ଟେବଲ୍ ଚାମଚ | ||
07:12 | ଆମକୁ ନିମ୍ନଲିଖିତ ପ୍ରତ୍ୟେକରୁ (1/4 ଚାହା ଚାମଚ) ଅଳ୍ପ ଲେଖାଏଁ ମଧ୍ୟ ଦରକାର: | ||
07:15 | ହଳଦୀ ଗୁଣ୍ଡ | ||
07:17 | ଧନିଆ ଓ ଜୀରା ଗୁଣ୍ଡ | ||
07:19 | ଜୀରା, ଭୃଶୁଙ୍ଗା ପତ୍ର ଗୁଣ୍ଡ, | ||
07:22 | ଶଜନା ପତ୍ର ଗୁଣ୍ଡ, | ||
07:24 | 1 ଟେବଲ୍ ଚାମଚ ଘିଅ କିମ୍ୱା ତେଲ | ||
07:27 | ଆମକୁ ଅଧା ଲେମ୍ୱୁ ମଧ୍ୟ ଦରକାର | ||
07:29 | ଓ ସ୍ୱାଦ ଅନୁସାରେ ଲୁଣ | ||
07:32 | ପଦ୍ଧତି: ପୂର୍ବ ବର୍ଣ୍ଣିତ ଅନୁସାରେ ମୁଗକୁ ଗଜା କରନ୍ତୁ | ||
07:37 | ମଲ୍ଟେଡ୍ ମାଣ୍ଡିଆ ଚୁନା ପ୍ରସ୍ତୁତ କରିବା ପାଇଁ, ରାତି ତମାମ ମାଣ୍ଡିଆକୁ ବତୁରାଇଦିଅନ୍ତୁ | ||
07:42 | ଗୋଟିଏ ସଫା କପଡ଼ାରେ ବାନ୍ଧି 6-8 ଘଣ୍ଟା କିମ୍ୱା ସାରା ରାତି ରଖିଦିଅନ୍ତୁ | ||
07:48 | ଗଜା ହୋଇଯିବା ପରେ, ଗୋଟିଏ ତାୱାରେ ଗଜା ମାଣ୍ଡିଆକୁ ଭାଜିଦିଅନ୍ତୁ | ||
07:54 | ଏହାପରେ, ଗ୍ରାଇଣ୍ଡରରେ ବାଟି ଚୁନା କରିଦିଅନ୍ତୁ ଏବଂ ଅଲଗା ରଖିଦିଅନ୍ତୁ | ||
08:01 | ତାୱାରେ ତେଲ ଗରମ କରନ୍ତୁ | ||
08:04 | ସେଥିରେ ଜୀରା, ଶୁଖିଲା ମସଲା ଓ ଗୁଣ୍ଡଗୁଡ଼ିକୁ ପକାନ୍ତୁ | ||
08:09 | କଟା ପିଆଜ ଓ ଟମାଟୋ ପକାଇ ନରମ ହେବା ପର୍ଯ୍ୟନ୍ତ କଷନ୍ତୁ | ||
08:14 | ଏହାପରେ, ଗଜା ମୁଗ ପକାଇ 10 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ | ||
08:19 | ପନୀର୍ ଓ ଲୁଣ ପକାଇ 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ | ||
08:24 | ଅଳ୍ପ ପାଣି ଦେଇ ଆଉ 5-10 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ | ||
08:30 | ଆଞ୍ଚ ବନ୍ଦ କରିଦିଅନ୍ତୁ ଏବଂ ତାହାକୁ ଥଣ୍ଡା ହେବାକୁ ଦିଅନ୍ତୁ | ||
08:34 | ସେଥିରେ ଲେମ୍ୱୁ ରସ ପକାଇ ଅଲଗା ରଖିଦିଅନ୍ତୁ | ||
08:38 | ଏହାପରେ, ଗୋଟିଏ ଗିନାରେ ମାଣ୍ଡିଆ ଚୁନା ଓ ବେସନ ନିଅନ୍ତୁ | ||
08:44 | ନଖ ଉଷୁମ ପାଣି ଦେଇ ଚକଟା ପ୍ରସ୍ତୁତ କରନ୍ତୁ | ||
08:48 | ଏବେ, ଗୋଲ କରି ବେଲିଦିଅନ୍ତୁ | ||
08:51 | ତାୱାରେ, ଏହାକୁ ଦୁଇପଟୁ ସେକିଦିଅନ୍ତୁ | ||
08:56 | ଗୋଟିଏ ପ୍ଲେଟ୍ରେ ତାହାକୁ ରଖନ୍ତୁ ଏବଂ ମଝିରେ ମୁଗ ମିଶ୍ରଣ ଦିଅନ୍ତୁ | ||
09:02 | ତାହାକୁ ଗୁଡ଼ାଇଦେଇ ଖାଇବାକୁ ଦିଅନ୍ତୁ | ||
09:05 | ଏହି ଖାଦ୍ୟରେ ଭରପୂର ରହିଛି ପ୍ରୋଟିନ୍ | ||
09:07 | ଓ ଭଲ ଫ୍ୟାଟ୍ | ||
09:10 | ଏହା ମଧ୍ୟ ଉତ୍ସ ଅଟେ କ୍ୟାଲସିୟମ୍ର, | ||
09:12 | ଆଇରନ୍, ଫୋଲେଟ୍, | ||
09:14 | ମାଗ୍ନେସିୟମ୍ ଓ ଜିଙ୍କର | ||
09:16 | ଏଠାରେ ଉଲ୍ଲିଖିତ ଡାଲିଗୁଡ଼ିକ ବ୍ୟତୀତ, ଆପଣ ଅନ୍ୟ ଡାଲି ଓ ଶସ୍ୟ ବ୍ୟବହାର କରିପାରିବେ | ||
09:22 | ଉଦାହରଣସ୍ୱରୂପ: ସୋରଗମ୍, | ||
09:24 | କୋଡୋ ଡାଲି, ଦଲିଆ | ||
09:26 | କିମ୍ୱା ଗୋଟା ଗହମ | ||
09:28 | ସେହିପରି, ଆପଣ ଅନ୍ୟ ଗଜା ମଧ୍ୟ ବ୍ୟବହାର କରିପାରିବେ | ||
09:32 | ଉଦାହରଣସ୍ୱରୂପ: ଗଜା କାବୁଲି ଚଣା, | ||
09:35 | ଗଜା ଗ୍ରୀନ୍ ମଟର କିମ୍ୱା | ||
09:37 | ଗଜା ମୋଥ୍ ବିନ୍ସ | ||
09:39 | ଉଲ୍ଲିଖିତ ମଞ୍ଜିଗୁଡ଼ିକ ଛଡ଼ା ଆପଣ ସ୍ଥାନୀୟ ଉପଲବ୍ଧ ମଞ୍ଜିଗୁଡ଼ିକୁ ମଧ୍ୟ ବ୍ୟବହାର କରିପାରିବେ | ||
09:46 | ଉଦାହରଣସ୍ୱରୂପ: ରାଶି, | ||
09:48 | କଖାରୁ ମଞ୍ଜି, | ||
09:50 | ଫ୍ଲାକ୍ସ ସୀଡ୍ସ ଓ ଗାର୍ଡେନ୍ କ୍ରେସ୍ ସୀଡ୍ସ | ||
09:53 | ସୁସ୍ଥକର ଗର୍ଭାବସ୍ଥା ଓ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହିସବୁ ଖାଦ୍ୟକୁ ଅନ୍ତର୍ଭୁକ୍ତ କରନ୍ତୁ | ||
10:00 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ. | IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. | ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |