Health-and-Nutrition/C2/Vegetarian-recipes-for-pregnant-women/Oriya
From Script | Spoken-Tutorial
| |
|
| 00:00 | “ଗର୍ଭବତୀ ମହିଳାମାନଙ୍କ ପାଇଁ ନିରାମିଷ ରେସିପି” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲକୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଅଲରେ ଆମେ ଶିଖିବା: |
| 00:10 | ପୋଷଣ ଭରା ଆହାରର ମହତ୍ତ୍ୱ |
| 00:13 | କେତେକ ପୁଷ୍ଟିକର ନିରାମିଷ ରେସିପି |
| 00:17 | ପ୍ରଥମେ ଆସନ୍ତୁ, ପୋଷଣରେ ଭରା ଆହାରର ମହତ୍ତ୍ୱକୁ ବୁଝିବା |
| 00:23 | ଗର୍ଭାବସ୍ଥା ସମୟରେ ପୋଷଣର ଆବଶ୍ୟକତା ବୃଦ୍ଧି ପାଇଥାଏ |
| 00:28 | ଏହା ମୁଖ୍ୟତଃ କୋଷିକାଗୁଡ଼ିକର ବିକାଶ ପାଇଁ ହୋଇଥାଏ |
| 00:32 | ଭ୍ରୁଣର ବୃଦ୍ଧି ଓ ବିକାଶ ପାଇଁ ପୋଷଣରେ ଭରା ଆହାର ସହାୟକ ହୋଇଥାଏ |
| 00:38 | ସେଥିପାଇଁ, ଉତ୍ତମ ପୁଷ୍ଟିକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ |
| 00:43 | ଗର୍ଭାବସ୍ଥା ସମୟରେ ଜଟିଳତାଗୁଡ଼ିକୁ ପ୍ରତିରୋଧ କରିବା ପାଇଁ ଏହା ସାହାଯ୍ୟ କରିଥାଏ |
| 00:48 | ଆହାରଟି ନିଶ୍ଚିତ ଭାବେ ପ୍ରୋଟିନ୍, |
| 00:51 | ଭଲ ଫ୍ୟାଟ୍, ଭିଟାମିନ୍ |
| 00:53 | ଓ ମିନେରଲ୍ ସମୃଦ୍ଧ ହୋଇଥିବା ଉଚିତ |
| 00:55 | ପୋଷଣରେ ଭରା ଖାଦ୍ୟ ଖାଇଲେ ଅଇ ଲାଗିବା ଓ କୋଷ୍ଠବଦ୍ଧତାରୁ ଆରାମ ମିଳିପାରେ |
| 01:02 | ଏହା ମଧ୍ୟ ରକ୍ତହୀନତା, |
| 01:05 | ଗର୍ଭାବସ୍ଥା ମଧୁମେହ |
| 01:07 | ଓ ଉଚ୍ଚ ରକ୍ତଚାପର ଆଶଂକାକୁ କମ୍ କରିଥାଏ |
| 01:09 | ଏହା ଶିଶୁର ନିମ୍ନ ଜନ୍ମ ଓଜନ |
| 01:13 | ଏବଂ ଅପରିପକ୍ୱ ପ୍ରସବର ସମ୍ଭାବନାକୁ ମଧ୍ୟ ହ୍ରାସ କରିଥାଏ |
| 01:16 | ଉତ୍ତମ ଆହାର ଛଡ଼ା, ପ୍ରତ୍ୟେକ ଦିନ 8-10 ଗ୍ଲାସ୍ ପାଣି ମଧ୍ୟ ପିଅନ୍ତୁ |
| 01:22 | ପୁଷ୍ଟିକର ଖାଦ୍ୟ ଖାଇବା ସହିତ, ଏହାର ପୁଷ୍ଟିକର ଅବଶୋଷଣ ମଧ୍ୟ ଜରୁରୀ ଅଟେ |
| 01:29 | ଖାଦ୍ୟ ପ୍ରଭାବିତ ପୁଷ୍ଟିକର ଅବଶୋଷଣରେ ଫାଇଟେଟ୍ସ, ଓକ୍ସେଲେଟ୍ସ ଓ ଟାନିନ୍ସ ରହିଛି |
| 01:36 | ବିଭିନ୍ନ ରାନ୍ଧିବା ପଦ୍ଧତି ବ୍ୟବହାର ଦ୍ୱାରା ପୁଷ୍ଟିକର ଅବଶୋଷଣକୁ ବୃଦ୍ଧି କରାଯାଇପାରିବ |
| 01:42 | ଉଦାହରଣସ୍ୱରୂପ ବତୁରାଇବା, |
| 01:45 | ଗଜା କରିବା, ଭାଜିବା, |
| 01:47 | ଓ ଫୁଲାଇବା (ଫର୍ମେଣ୍ଟେଶନ୍) |
| 01:48 | ସିଝାଇବା, କଷିବା |
| 01:50 | ଓ ଫୁଟାଇବା ମଧ୍ୟ ଅନ୍ୟ କେତେକ ଉଦାହରଣ |
| 01:54 | ପୋଷଣ ପରିମାଣ ବୃଦ୍ଧି କରିବା ପାଇଁ ଆମେ ବିଭିନ୍ନ ପୁଷ୍ଟିକର ଗୁଣ୍ଡ ମଧ୍ୟ ବ୍ୟବହାର କରିପାରିବା |
| 02:01 | ଯେକୌଣସି ଗୁଣ୍ଡ, ଯେପରି ଶଜନା ପତ୍ର, |
| 02:03 | ଭୃଶୁଙ୍ଗା ପତ୍ର କିମ୍ୱା ବାଦାମ ଓ ମଞ୍ଜି ଗୁଣ୍ଡ ବ୍ୟବହାର କରାଯାଇପାରେ |
| 02:07 | ଏହି ଗୁଣ୍ଡଗୁଡ଼ିକୁ ପ୍ରସ୍ତୁତ କରିବାର ପଦ୍ଧତି ଅନ୍ୟ ଏକ ଟ୍ୟୁଟୋରିଅଲରେ ବର୍ଣ୍ଣନା କରାଯାଇଛି |
| 02:12 | ଅଧିକ ବିବରଣୀ ପାଇଁ ଦୟାକରି ଆମ ୱେବ୍ ସାଇଟ୍କୁ ଯାଆନ୍ତୁ |
| 02:15 | ଗର୍ଭାବସ୍ଥାର ସମଗ୍ର 9 ମାସରେ ସୁସ୍ଥକର ଓଜନ ପ୍ରାପ୍ତ କରିବା ଅତ୍ୟାବଶ୍ୟକ ଅଟେ |
| 02:20 | ଆମ ପରାମର୍ଶ ଅନୁଯାୟୀ, ଆପଣ ଚିନି, |
| 02:23 | ଗୁଡ଼, ପ୍ରୋସେସ୍ କରାଯାଇଥିବା |
| 02:25 | ଓ ଖାଇବା ପାଇଁ ପ୍ରସ୍ତୁତ ଖାଦ୍ୟ ଖାଇବା ଅନୁଚିତ |
| 02:28 | କ୍ୟାଫେନ୍, ମଦ |
| 02:30 | ଓ ତମାଖୁ ଖାଆନ୍ତୁ ନାହିଁ |
| 02:32 | ଡାକ୍ତରଙ୍କ ଅନୁମୋଦନ ବିନା କୌଣସି ଔଷଧ ଖାଆନ୍ତୁ ନାହିଁ |
| 02:36 | ଏହି ବିଷୟରେ ଅଧିକ ଅନ୍ୟ ଏକ ଟ୍ୟୁଟୋରିଅଲରେ ବର୍ଣ୍ଣନା କରାଯାଇଛି |
| 02:40 | ଏବେ ଆସନ୍ତୁ, ଆମର ପ୍ରଥମ ରେସିପି ବରୁଗୁଡ଼ି ମଞ୍ଜି (ଝୁଡ଼ଙ୍ଗ ଜାତୀୟ) ଇଡ୍ଲିରୁ ଆରମ୍ଭ କରିବା |
| 02:46 | ଏହି ରେସିପି ପ୍ରସ୍ତୁତ କରିବା ପାଇଁ ଆମକୁ ପ୍ରତ୍ୟେକରୁ 2 ଟେବଲ୍ ଚାମଚ ଲେଖାଏଁ ଦରକାର: |
| 02:50 | ଗୋଟା ବାଜରା |
| 02:52 | ଗୋଟା କାଙ୍ଗୁ |
| 02:54 | ଆମକୁ ଏଥିରୁ ମଧ୍ୟ 1 ଟେବଲ୍ ଚାମଚ ଲେଖାଏଁ ଦରକାର |
| 02:57 | ଗଜା ବରୁଗୁଡ଼ି ମଞ୍ଜି (ଝୁଡ଼ଙ୍ଗ ଜାତୀୟ) |
| 02:59 | ଗଜା ଗୋଟା ଚଣା |
| 03:01 | ମେଥି ଦାନା |
| 03:03 | ଭଜା ସୂର୍ଯ୍ୟମୁଖୀ ମଞ୍ଜି |
| 03:05 | ଆମକୁ ନିମ୍ନଲିଖିତ ପ୍ରତ୍ୟେକରୁ 1/4 ଟେବଲ୍ ଚାମଚ ମଧ୍ୟ ଦରକାର |
| 03:10 | ଶଜନା ପତ୍ର ଗୁଣ୍ଡ, ଭୃଶୁଙ୍ଗା ପତ୍ର ଗୁଣ୍ଡ, |
| 03:13 | ବାଦାମ ଓ ମଞ୍ଜି ଗୁଣ୍ଡ |
| 03:15 | ଓ ଲୁଣ |
| 03:17 | ପ୍ରଥମେ ବରୁଗୁଡ଼ି ମଞ୍ଜି (ଝୁଡ଼ଙ୍ଗ ଜାତୀୟ) ଓ ଗୋଟା ଚଣା ଗଜା କରିବାରୁ ଆରମ୍ଭ କରିବା |
| 03:22 | ଗଜା କରିବା ପାଇଁ ପଦ୍ଧତି ହେଉଛି |
| 03:25 | ବରୁଗୁଡ଼ି ମଞ୍ଜି (ଝୁଡ଼ଙ୍ଗ ଜାତୀୟ) ଓ ଗୋଟା ଚଣାକୁ ଅଲଗା ଅଲଗା କରି ରାତି ତମାମ ବତୁରାଇଦିଅନ୍ତୁ |
| 03:31 | ସକାଳେ ସେଗୁଡ଼ିକୁ ଛାଣିଦେଇ ଅଲଗା ଅଲଗା ଗୋଟିଏ ସଫା କପଡ଼ାରେ ବାନ୍ଧି ଦିଅନ୍ତୁ |
| 03:36 | ଗଜା ହେବା ପାଇଁ ସେଗୁଡ଼ିକୁ ଗୋଟିଏ ଗରମ ସ୍ଥାନରେ 2 ଦିନ ପର୍ଯ୍ୟନ୍ତ ରଖିଦିଅନ୍ତୁ |
| 03:40 | ମନେରଖନ୍ତୁ, ଭିନ୍ନ ଭିନ୍ନ ମଞ୍ଜି ଗଜା ହେବାକୁ ଭିନ୍ନ ଭିନ୍ନ ସମୟ ନେଇଥାଏ |
| 03:45 | ଗଜା ପ୍ରସ୍ତୁତ ହୋଇଯିବା ପରେ, ବାଜରା ଓ ମେଥି ଦାନାକୁ ଏକାଠି ବତୁରାଇଦିଅନ୍ତୁ |
| 03:50 | ସେଗୁଡ଼ିକୁ 6-8 ଘଣ୍ଟା କିମ୍ୱା ସାରା ରାତି ବତୁରାନ୍ତୁ |
| 03:55 | ସେଥିରୁ ପାଣି ଛାଣିଦେଇ, ସୂର୍ଯ୍ୟମୁଖୀ ମଞ୍ଜି ଓ ଗଜାଗୁଡ଼ିକୁ ମିଶାଇ ଏକ ନରମ ଆଣରେ ବାଟିଦିଅନ୍ତୁ |
| 04:01 | ବାଟିବା ପାଇଁ ଆପଣ ଶିଳ କିମ୍ୱା ମିକ୍ସର୍ ବ୍ୟବହାର କରିପାରିବେ |
| 04:06 | ବାଟିବା ପରେ, ତାକୁ ଘୋଡ଼ାଇ ଫୁଲିବା ପାଇଁ ସାରା ରାତି କିମ୍ୱା 6-8 ଘଣ୍ଟା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ |
| 04:13 | ରାନ୍ଧିବା ପୂର୍ବରୁ, ଆଣରେ ଲୁଣ ଓ ଅନ୍ୟ ସମସ୍ତ ଗୁଣ୍ଡ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ |
| 04:19 | ଇଡ୍ଲି ଛାଞ୍ଚରେ ତେଲ ଲଗାଇ ଆଣକୁ ସେଥିରେ ପକାନ୍ତୁ |
| 04:24 | କୁକର୍ କିମ୍ୱା ଷ୍ଟୀମର୍ରେ ରଖି 10-12 ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ |
| 04:29 | କିମ୍ୱା କୁକରରେ 1/4 ପାଣି ଦେଇ, ବିନା ହ୍ୱିସଲ୍ରେ ସିଝାଇପାରିବେ |
| 04:35 | 7-8 ମିନିଟ୍ ପରେ ଇଡ୍ଲିଗୁଡ଼ିକୁ କାଢ଼ିଦିଅନ୍ତୁ ଏବଂ ଗରମ ଗରମ ପରଷନ୍ତୁ |
| 04:41 | ଏହି ଖାଦ୍ୟରେ ଭରପୂର ରହିଛି ପ୍ରୋଟିନ୍, |
| 04:45 | କ୍ୟାଲସିୟମ୍ ଓ ଆଇରନ୍ |
| 04:47 | ଏଥିରେ ମଧ୍ୟ ଫୋଲେଟ୍, |
| 04:50 | ମାଗ୍ନେସିୟମ୍ ଓ ପୋଟାସିୟମ୍ ଭରପୂର ରହିଛି |
| 04:53 | ପରବର୍ତ୍ତୀ ରେସିପି ହେଉଛି - ବାଜରା ଖେଚେଡ଼ି |
| 04:56 | ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ପ୍ରତ୍ୟେକରୁ 1 ଟେବଲ୍ ଚାମଚ ଲେଖାଏଁ ଦରକାର |
| 05:01 | ଗୋଟା ବାର୍ନୟାର୍ଡ ମିଲେଟ୍, ଗଜା ବାଜରା |
| 05:04 | ଗଜା ସୋୟାବିନ୍ |
| 05:06 | ଗୋଟିଏ କଟା ପିଆଜ, ଗୋଟିଏ କଟା ଗାଜର |
| 05:09 | ଗୋଟିଏ କଟା ବୀଟ୍, |
| 05:11 | ଆମକୁ ଏଥିରୁ ମଧ୍ୟ 1 ଟେବଲ୍ ଚାମଚ ଲେଖାଏଁ ଦରକାର |
| 05:15 | ତାଜା କୋରା ନଡ଼ିଆ |
| 05:17 | ଓ ପୋସ୍ତକ ଦାନା |
| 05:19 | ଆମକୁ ଅଧ କପ୍ ଦହୀ ମଧ୍ୟ ଦରକାର ହେବ |
| 05:23 | ନିମ୍ନଲିଖିତ ପ୍ରତ୍ୟେକରୁ ଅଳ୍ପ ଲେଖାଏଁ |
| 05:26 | ହଳଦୀ ଗୁଣ୍ଡ, ଧନିଆ |
| 05:28 | ଓ ଜୀରା ଗୁଣ୍ଡ |
| 05:30 | ଜୀରା, |
| 05:32 | ଶଜନା ପତ୍ର ଗୁଣ୍ଡ, ଭୃଶୁଙ୍ଗା ପତ୍ର ଗୁଣ୍ଡ, |
| 05:35 | ସ୍ୱାଦ ଅନୁସାରେ ଲୁଣ ଓ |
| 05:37 | 1 ଟେବଲ୍ ଚାମଚ ଘିଅ କିମ୍ୱା ତେଲ |
| 05:40 | ଧ୍ୟାନ ଦିଅନ୍ତୁ ଯେ, ବାଜରା ଓ ସୋୟାବିନକୁ ଗଜା ହେବା ପାଇଁ ମୁଁ ଅଲଗା ଅଲଗା ବତୁରାଇଛି |
| 05:46 | ଗୋଟିଏ ସାମଗ୍ରୀ ଗଜା ହେବା ପାଇଁ ଅଧିକ ସମୟ ନେଇପାରେ କିମ୍ବା ଉଭୟ ଗୋଟିଏ ସମୟରେ ଗଜା ହୋଇପାରେ |
| 05:52 | ମୋ କ୍ଷେତ୍ରରେ, ସୋୟାବିନ୍ ଗଜା ହେବା ପାଇଁ ଅଧିକ ସମୟ ନେଲା |
| 05:57 | ବାର୍ନୟାର୍ଡ ମିଲେଟ୍ କୁ 6-8 ଘଣ୍ଟା ପର୍ଯ୍ୟନ୍ତ ପାଣିରେ ବତୁରାଇଦିଅନ୍ତୁ |
| 06:01 | ପାଣିକୁ ଛାଣିଦେଇ ଅଲଗା ରଖିଦିଅନ୍ତୁ |
| 06:04 | ଗୋଟିଏ ପ୍ରେସର୍ କୁକର୍ରେ ତେଲ ଗରମ କରି ସେଥିରେ ଜୀରା ପକାନ୍ତୁ |
| 06:09 | ଏବେ, ସେଥିରେ ସବୁ ପରିବା, ଗଜା ଡାଲି, ଗଜା ସୋୟାବିନ୍ ଓ ଦହୀ ପକାନ୍ତୁ |
| 06:17 | ସେଥିରେ କୋରା ନଡ଼ିଆ, ପୋସ୍ତକ, ଲୁଣ, ଗୁଣ୍ଡ ଓ ସମସ୍ତ ଶୁଖିଲା ମସଲା ପକାନ୍ତୁ |
| 06:23 | ଭଲ ଭାବେ ମିଶାଇଦିଅନ୍ତୁ |
| 06:25 | ତା’ପରେ 1 କପ୍ ପାଣି ଦେଇ |
| 06:28 | 2 ଟି ସିଟି ଦେବା ପର୍ଯ୍ୟନ୍ତ ଖେଚେଡ଼ିକୁ ପ୍ରେସର୍ରେ ସିଝାନ୍ତୁ |
| 06:32 | ହୋଇଗଲା ପରେ, ଗରମା-ଗରମ ପରଷନ୍ତୁ. |
| 06:35 | ଏହି ଖାଦ୍ୟରେ ଭରପୂର ରହିଛି ପ୍ରୋଟିନ୍, |
| 06:38 | ଭଲ ଫ୍ୟାଟ୍, ଭିଟାମିନ୍-ଏ |
| 06:40 | ଓ କ୍ୟାଲସିୟମ୍ |
| 06:42 | ଏହା ମିନେରଲ୍ରେ ମଧ୍ୟ ସମୃଦ୍ଧ ଅଟେ, ଯେପରି ଆଇରନ୍, |
| 06:45 | ଫୋଲେଟ୍, ମାଗ୍ନେସିୟମ୍, |
| 06:47 | ଓ ଫସଫରସ୍ |
| 06:49 | ଆମର ତୃତୀୟ ରେସିପି ହେଉଛି, ମୁଗଦିଆ ପରଟା |
| 06:53 | ଏହାପାଇଁ ଆମକୁ ଦରକାର: |
| 06:55 | ମଲ୍ଟ କରାଯାଇଥିବା ମାଣ୍ଡିଆ ଚୁନା (1/4 କପ୍) ଅଳ୍ପ |
| 06:58 | ବେସନ - 1 ଟେବଲ୍ ଚାମଚ |
| 07:01 | ଗଜା ମୁଗ - (1/2) ଅଧ କପ୍ |
| 07:04 | ଚକଟା ପନୀର୍ - (¼ କପ୍) ଅଳ୍ପ |
| 07:06 | କଟା ପିଆଜ - 1 ଟେବଲ୍ ଚାମଚ |
| 07:08 | କଟା ଟମାଟୋ - 1 ଟେବଲ୍ ଚାମଚ |
| 07:12 | ଆମକୁ ନିମ୍ନଲିଖିତ ପ୍ରତ୍ୟେକରୁ (1/4 ଚାହା ଚାମଚ) ଅଳ୍ପ ଲେଖାଏଁ ମଧ୍ୟ ଦରକାର: |
| 07:15 | ହଳଦୀ ଗୁଣ୍ଡ |
| 07:17 | ଧନିଆ ଓ ଜୀରା ଗୁଣ୍ଡ |
| 07:19 | ଜୀରା, ଭୃଶୁଙ୍ଗା ପତ୍ର ଗୁଣ୍ଡ, |
| 07:22 | ଶଜନା ପତ୍ର ଗୁଣ୍ଡ, |
| 07:24 | 1 ଟେବଲ୍ ଚାମଚ ଘିଅ କିମ୍ୱା ତେଲ |
| 07:27 | ଆମକୁ ଅଧା ଲେମ୍ୱୁ ମଧ୍ୟ ଦରକାର |
| 07:29 | ଓ ସ୍ୱାଦ ଅନୁସାରେ ଲୁଣ |
| 07:32 | ପଦ୍ଧତି: ପୂର୍ବ ବର୍ଣ୍ଣିତ ଅନୁସାରେ ମୁଗକୁ ଗଜା କରନ୍ତୁ |
| 07:37 | ମଲ୍ଟେଡ୍ ମାଣ୍ଡିଆ ଚୁନା ପ୍ରସ୍ତୁତ କରିବା ପାଇଁ, ରାତି ତମାମ ମାଣ୍ଡିଆକୁ ବତୁରାଇଦିଅନ୍ତୁ |
| 07:42 | ଗୋଟିଏ ସଫା କପଡ଼ାରେ ବାନ୍ଧି 6-8 ଘଣ୍ଟା କିମ୍ୱା ସାରା ରାତି ରଖିଦିଅନ୍ତୁ |
| 07:48 | ଗଜା ହୋଇଯିବା ପରେ, ଗୋଟିଏ ତାୱାରେ ଗଜା ମାଣ୍ଡିଆକୁ ଭାଜିଦିଅନ୍ତୁ |
| 07:54 | ଏହାପରେ, ଗ୍ରାଇଣ୍ଡରରେ ବାଟି ଚୁନା କରିଦିଅନ୍ତୁ ଏବଂ ଅଲଗା ରଖିଦିଅନ୍ତୁ |
| 08:01 | ତାୱାରେ ତେଲ ଗରମ କରନ୍ତୁ |
| 08:04 | ସେଥିରେ ଜୀରା, ଶୁଖିଲା ମସଲା ଓ ଗୁଣ୍ଡଗୁଡ଼ିକୁ ପକାନ୍ତୁ |
| 08:09 | କଟା ପିଆଜ ଓ ଟମାଟୋ ପକାଇ ନରମ ହେବା ପର୍ଯ୍ୟନ୍ତ କଷନ୍ତୁ |
| 08:14 | ଏହାପରେ, ଗଜା ମୁଗ ପକାଇ 10 ମିନିଟ୍ ପର୍ଯ୍ୟନ୍ତ କଷନ୍ତୁ |
| 08:19 | ପନୀର୍ ଓ ଲୁଣ ପକାଇ 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ |
| 08:24 | ଅଳ୍ପ ପାଣି ଦେଇ ଆଉ 5-10 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ |
| 08:30 | ଆଞ୍ଚ ବନ୍ଦ କରିଦିଅନ୍ତୁ ଏବଂ ତାହାକୁ ଥଣ୍ଡା ହେବାକୁ ଦିଅନ୍ତୁ |
| 08:34 | ସେଥିରେ ଲେମ୍ୱୁ ରସ ପକାଇ ଅଲଗା ରଖିଦିଅନ୍ତୁ |
| 08:38 | ଏହାପରେ, ଗୋଟିଏ ଗିନାରେ ମାଣ୍ଡିଆ ଚୁନା ଓ ବେସନ ନିଅନ୍ତୁ |
| 08:44 | ନଖ ଉଷୁମ ପାଣି ଦେଇ ଚକଟା ପ୍ରସ୍ତୁତ କରନ୍ତୁ |
| 08:48 | ଏବେ, ଗୋଲ କରି ବେଲିଦିଅନ୍ତୁ |
| 08:51 | ତାୱାରେ, ଏହାକୁ ଦୁଇପଟୁ ସେକିଦିଅନ୍ତୁ |
| 08:56 | ଗୋଟିଏ ପ୍ଲେଟ୍ରେ ତାହାକୁ ରଖନ୍ତୁ ଏବଂ ମଝିରେ ମୁଗ ମିଶ୍ରଣ ଦିଅନ୍ତୁ |
| 09:02 | ତାହାକୁ ଗୁଡ଼ାଇଦେଇ ଖାଇବାକୁ ଦିଅନ୍ତୁ |
| 09:05 | ଏହି ଖାଦ୍ୟରେ ଭରପୂର ରହିଛି ପ୍ରୋଟିନ୍ |
| 09:07 | ଓ ଭଲ ଫ୍ୟାଟ୍ |
| 09:10 | ଏହା ମଧ୍ୟ ଉତ୍ସ ଅଟେ କ୍ୟାଲସିୟମ୍ର, |
| 09:12 | ଆଇରନ୍, ଫୋଲେଟ୍, |
| 09:14 | ମାଗ୍ନେସିୟମ୍ ଓ ଜିଙ୍କର |
| 09:16 | ଏଠାରେ ଉଲ୍ଲିଖିତ ଡାଲିଗୁଡ଼ିକ ବ୍ୟତୀତ, ଆପଣ ଅନ୍ୟ ଡାଲି ଓ ଶସ୍ୟ ବ୍ୟବହାର କରିପାରିବେ |
| 09:22 | ଉଦାହରଣସ୍ୱରୂପ: ସୋରଗମ୍, |
| 09:24 | କୋଡୋ ଡାଲି, ଦଲିଆ |
| 09:26 | କିମ୍ୱା ଗୋଟା ଗହମ |
| 09:28 | ସେହିପରି, ଆପଣ ଅନ୍ୟ ଗଜା ମଧ୍ୟ ବ୍ୟବହାର କରିପାରିବେ |
| 09:32 | ଉଦାହରଣସ୍ୱରୂପ: ଗଜା କାବୁଲି ଚଣା, |
| 09:35 | ଗଜା ଗ୍ରୀନ୍ ମଟର କିମ୍ୱା |
| 09:37 | ଗଜା ମୋଥ୍ ବିନ୍ସ |
| 09:39 | ଉଲ୍ଲିଖିତ ମଞ୍ଜିଗୁଡ଼ିକ ଛଡ଼ା ଆପଣ ସ୍ଥାନୀୟ ଉପଲବ୍ଧ ମଞ୍ଜିଗୁଡ଼ିକୁ ମଧ୍ୟ ବ୍ୟବହାର କରିପାରିବେ |
| 09:46 | ଉଦାହରଣସ୍ୱରୂପ: ରାଶି, |
| 09:48 | କଖାରୁ ମଞ୍ଜି, |
| 09:50 | ଫ୍ଲାକ୍ସ ସୀଡ୍ସ ଓ ଗାର୍ଡେନ୍ କ୍ରେସ୍ ସୀଡ୍ସ |
| 09:53 | ସୁସ୍ଥକର ଗର୍ଭାବସ୍ଥା ଓ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହିସବୁ ଖାଦ୍ୟକୁ ଅନ୍ତର୍ଭୁକ୍ତ କରନ୍ତୁ |
| 10:00 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.
IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |