Health-and-Nutrition/C2/Protein-rich-vegetarian-recipes/Oriya
From Script | Spoken-Tutorial
| |
|
| 00:00 | "ପ୍ରୋଟିନ୍ ସମୃଦ୍ଧ ନିରାମିଷ ରେସିପି” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲକୁ ସ୍ୱାଗତ |
| 00:05 | ଏହି ଟ୍ୟୁଟୋରିଅଲରେ ଆମେ ନିମ୍ନ ବିଷୟରେ ଶିଖିବା: |
| 00:07 | ପ୍ରୋଟିନ୍ର ଲାଭ. |
| 00:09 | ପ୍ରୋଟିନ୍ ସମୃଦ୍ଧ କେତେକ ନିରାମିଷ ରେସିପି |
| 00:13 | ପ୍ରୋଟିନ୍ ଦ୍ୱାରା ମାଂସପେଶୀ ତନ୍ତୁର ବୃଦ୍ଧି, ତିଆରି ଓ ରକ୍ଷଣା-ବେକ୍ଷଣ ହୋଇଥାଏ. |
| 00:19 | ଏହା ରକ୍ତ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ |
| 00:24 | ପ୍ରୋଟିନ୍ ର ମହତ୍ତ୍ୱ ବିଷୟରେ ଅନ୍ୟ ଏକ ଟ୍ୟୁଟୋରିଅଲରେ ସବିଶେଷ ବର୍ଣ୍ଣନା କରାଯାଇଛି |
| 00:30 | ଏହି ଟ୍ୟୁଟୋରିଅଲ୍ ପାଇଁ ଦୟାକରି ଆମ ୱେବ୍ ସାଇଟ୍ ଦେଖନ୍ତୁ |
| 00:33 | ଆସନ୍ତୁ, ପ୍ରୋଟିନ୍ର ନିରାମିଷ ଉତ୍ସଗୁଡ଼ିକୁ ଦେଖିବା |
| 00:37 | ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଉତ୍ପାଦ, |
| 00:39 | ଡାଲି, |
| 00:41 | ବାଦାମ ଓ ମଞ୍ଜିଗୁଡ଼ିକ ହେଉଛି ପ୍ରୋଟିନ୍ର ଉତ୍ତମ ଉତ୍ସ |
| 00:44 | ଏବେ ଆସନ୍ତୁ, କିଛି ପ୍ରୋଟିନ୍ ସମୃଦ୍ଧ ନିରାମିଷ ରେସିପି ଦେଖିବା |
| 00:49 | ଆମର ପ୍ରଥମ ରେସିପି ହେଉଛି ପନୀର୍ ମସଲା |
| 00:52 | ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର: |
| 00:55 | 70 ଗ୍ରାମ୍ ବା ଅଧ କପ୍ ପନୀର୍ |
| 00:58 | 70 ଗ୍ରାମ୍ ବା ଅଧ କପ୍ ଦହୀ |
| 01:02 | 1 ଟେବଲ୍ ଚାମଚ ବେସନ |
| 01:06 | ଆମକୁ ନିମ୍ନଲିଖିତ ମଧ୍ୟ ଦରକାର ହେବ:
1 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ |
| 01:11 | ଅଧ ଚାହା ଚାମଚ ହଳଦୀ ଗୁଣ୍ଡ |
| 01:15 | 1/2 ଚାହା ଚାମଚ ଭୃଶୁଙ୍ଗା ପତ୍ର ଗୁଣ୍ଡ |
| 01:19 | 1/2 ଚାହା ଚାମଚ ଗରମ ମସଲା ଗୁଣ୍ଡ |
| 01:22 | 1 ଚାହା ଚାମଚ ଘିଅ କିମ୍ୱା ତେଲ |
| 01:25 | ସ୍ୱାଦ ଅନୁସାରେ ଲୁଣ |
| 01:28 | ପଦ୍ଧତି:
ଗୋଟିଏ ଗିନାରେ ନରମ ହେବା ପର୍ଯ୍ୟନ୍ତ ଦହୀକୁ ଫେଣ୍ଟନ୍ତୁ |
| 01:32 | ସେଥିରେ ମସଲା, ଲୁଣ, ଭୃଶୁଙ୍ଗା ପତ୍ର ଗୁଣ୍ଡ ଓ ବେସନ ପକାନ୍ତୁ |
| 01:38 | ସବୁଯାକ ପୁଣିଥରେ ମିଶାନ୍ତୁ |
| 01:40 | ଏଥିରେ, ପନୀର୍ ଖଣ୍ଡ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ |
| 01:45 | ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ ଏବଂ 30 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ |
| 01:51 | ଗୋଟିଏ କଡ଼େଇରେ ଘିଅ କିମ୍ୱା ତେଲକୁ ଗରମ କରନ୍ତୁ |
| 01:54 | ଦହୀ ମିଶ୍ରଣ ସହିତ ପନୀର୍ ପକାନ୍ତୁ |
| 01:58 | ଏଥିରେ 1/2 ଗ୍ଲାସ୍ ପାଣି ମିଶାନ୍ତୁ |
| 02:01 | ମିଶ୍ରଣଟି ବହଳା ହେବା ପର୍ଯ୍ୟନ୍ତ 2 ରୁ 5 ମିନିଟ୍ ଫୁଟାନ୍ତୁ |
| 02:07 | ପନୀର୍ ମସଲା ପ୍ରସ୍ତୁତ |
| 02:09 | 1/2 ଗିନା ପନୀର୍ ମସଲାରେ 22 ଗ୍ରାମ୍ ପ୍ରୋଟିନ୍ ରହିଥାଏ |
| 02:14 | ପରବର୍ତ୍ତୀ ରେସିପି ହେଉଛି ମୁଗ ତରକାରୀ |
| 02:18 | ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର: |
| 02:21 | 100 ଗ୍ରାମ୍ ବା 3/4 କପ୍ ଦହୀ |
| 02:25 | 30 ଗ୍ରାମ୍ ବା 1/4 କପ୍ ଗଜା ମୁଗ |
| 02:30 | 1/4 କପ୍ ଧୁଆଯାଇ କଟାଯାଇଥିବା ଧନିଆ ପତ୍ର |
| 02:35 | 4 ଚାହା ଚାମଚ ବେସନ |
| 02:38 | ଅଧ ଚାହା ଚାମଚ ହଳଦୀ ଗୁଣ୍ଡ |
| 02:41 | 1 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ |
| 02:44 | ଆମକୁ ନିମ୍ନଲିଖିତ ମଧ୍ୟ ଦରକାର ହେବ:
1/2 ଚାହା ଚାମଚ ଶୋରିଷ, |
| 02:49 | 1/2 ଚାହା ଚାମଚ ଜୀରା, |
| 02:52 | ଗୋଟିଏ କଞ୍ଚା ଲଙ୍କା, |
| 02:54 | 1 ଚାହା ଚାମଚ ତେଲ, |
| 02:56 | 4 ରୁ 5 ଟି ଭୃଶୁଙ୍ଗା ପତ୍ର |
| 02:59 | ଏବଂ ସ୍ୱାଦ ଅନୁସାରେ ଲୁଣ |
| 03:02 | ମୁଁ ଏବେ ପଦ୍ଧତି କହୁଛି |
| 03:04 | ଆମେ ପ୍ରଥମେ ଗଜା କରିବାରୁ ଆରମ୍ଭ କରିବା |
| 03:07 | ରାତି ତମାମ୍ ମୁଗକୁ ବତୁରାଇଦିଅନ୍ତୁ |
| 03:11 | ସକାଳେ ତାହାକୁ ଛାଣି ଦିଅନ୍ତୁ ଏବଂ |
| 03:13 | ଗୋଟିଏ ସଫା କପଡ଼ାରେ ବାନ୍ଧିଦିଅନ୍ତୁ |
| 03:16 | ଗଜା ହେବା ପାଇଁ ସେଗୁଡ଼ିକୁ ଗୋଟିଏ ଗରମ ସ୍ଥାନରେ 1 ଦିନ ପର୍ଯ୍ୟନ୍ତ ରଖିଦିଅନ୍ତୁ |
| 03:23 | ଗୋଟିଏ ମିକ୍ସର୍ ସାହାଯ୍ୟରେ ଗଜା ମୁଗ ଓ କଞ୍ଚା ଲଙ୍କାକୁ ଦରଦରା କରି ବାଟି ଦିଅନ୍ତୁ |
| 03:28 | ଯଦି ମିକ୍ସର୍ ନଥିବ, ତେବେ ଆପଣ ଶିଳରେ ବାଟି ପାରିବେ |
| 03:33 | ବଟାକୁ ଗୋଟିଏ ଗିନାରେ କାଢ଼ିଦିଅନ୍ତୁ |
| 03:36 | ସେଥିରେ ଧନିଆ ପତ୍ର, 2 ଚାହା ଚାମଚ ବେସନ ଓ ଲୁଣ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ |
| 03:43 | ସେଥିରୁ ଛୋଟ ଗୁଳା କରନ୍ତୁ |
| 03:45 | ଏବଂ ସିଝାଇବା ପାତ୍ରରେ ରଖନ୍ତୁ |
| 03:48 | ସେହିଗୁଡ଼ିକୁ ଗୋଟିଏ ଷ୍ଟିମର୍ ରେ 6 ରୁ 8 ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ |
| 03:53 | ସିଝା ଗୁଳାଗୁଡ଼ିକୁ ଥଣ୍ଡା ହେବାକୁ ଦିଅନ୍ତୁ |
| 03:56 | ଦହୀ ତରକାରୀ କରିବାକୁ ଗୋଟିଏ ଗିନାରେ ଦହୀକୁ ଫେଣ୍ଟନ୍ତୁ |
| 03:59 | 2 ଚାହା ଚାମଚ ବେସନ ଓ ମସଲା ପକାନ୍ତୁ |
| 04:04 | ସବୁଯାକ ଭଲ ଭାବରେ ମିଶାଇଦିଅନ୍ତୁ |
| 04:08 | 1 କପ୍ ପାଣି ମିଶାଇ ପୁଣି ଗୋଳାନ୍ତୁ ଏବଂ ତାହାକୁ ଅଲଗା ରଖିଦିଅନ୍ତୁ |
| 04:13 | କଡ଼େଇରେ ତେଲ ଗରମ କରି ସେଥିରେ ଜୀରା ଓ ଶୋରିଷ ପକାନ୍ତୁ |
| 04:18 | ସେଗୁଡ଼ିକ ଫୁଟିବା ଆରମ୍ଭ ହୋଇଗଲେ, ଭୃଶୁଙ୍ଗା ପତ୍ର ଓ ଦହୀ ମିଶ୍ରଣକୁ ପକାନ୍ତୁ |
| 04:23 | ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ |
| 04:26 | ମଝିରେ ମଝିରେ ଘାଣ୍ଟୁଥା’ନ୍ତୁ, ଯେପର୍ଯ୍ୟନ୍ତ ମିଶ୍ରଣଟି ବହଳା ନ ହୋଇଯାଇଛି |
| 04:30 | ମିଶ୍ରଣ ବହଳା ହୋଇଗଲେ, ସେଥିରେ ସିଝା ଗୁଳାଗୁଡ଼ିକୁ ପକାନ୍ତୁ ଏବଂ 1 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ |
| 04:36 | ମୁଗ ତରକାରୀ ପ୍ରସ୍ତୁତ ହୋଇଗଲା |
| 04:39 | ଏହି ତରକାରୀର 1/2 ଗିନାରେ 17 ଗ୍ରାମ୍ ପ୍ରୋଟିନ୍ ରହିଥାଏ |
| 04:44 | ଆମର ତୃତୀୟ ରେସିପି ହେଉଛି ରାଶି ମିଶ୍ରଣ ସହିତ ସୋରଗମ୍ ଓ ସୋୟା ଚକୁଳି |
| 04:50 | ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର: |
| 04:53 | ଦେଢ଼ ଟେବଲ୍ ଚାମଚ ସୋୟା ବିନ୍, |
| 04:57 | 2 ଚାହା ଚାମଚ ସୋରଗମ୍, |
| 04:59 | 2 ଚାହା ଚାମଚ ବିରି ଡାଲି, |
| 05:02 | ଓ 1 ଚାହା ଚାମଚ ମେଥି ଦାନା |
| 05:06 | ରାଶି ମିଶ୍ରଣ ପାଇଁ ଆପଣଙ୍କୁ ଦରକାର: |
| 05:09 | 2 ଚାହା ଚାମଚ ଭଜା ଚଣା ଡାଲି, |
| 05:12 | 2 ଚାହା ଚାମଚ ବିରି ଡାଲି, |
| 05:15 | 2 ଚାହା ଚାମଚ ରାଶି, |
| 05:18 | 2 ଟି ଶୁଖିଲା ଲଙ୍କା, |
| 05:21 | ଗୋଟିଏ ଭୃଶୁଙ୍ଗା ପତ୍ର ଡେମ୍ଫ, |
| 05:23 | ଓ ସ୍ୱାଦ ଅନୁସାରେ ଲୁଣ |
| 05:25 | ଆପଣଙ୍କୁ 1 ଚାହା ଚାମଚ ଘିଅ କିମ୍ୱା ତେଲ ମଧ୍ୟ ଦରକାର ହେବ |
| 05:30 | ପଦ୍ଧତି:
ସୋରଗମ୍, |
| 05:32 | ବିରି ଡାଲି, |
| 05:34 | ସୋୟା ବିନ୍ସକୁ ଧୋଇଦିଅନ୍ତୁ
ଏବଂ 8 ଘଣ୍ଟା ପର୍ଯ୍ୟନ୍ତ ସେଗୁଡ଼ିକୁ ବତୁରାଇଦିଅନ୍ତୁ |
| 05:39 | ମେଥି ଦାନାକୁ ମଧ୍ୟ ସେଥିରେ ବତୁରାଇଦିଅନ୍ତୁ |
| 05:43 | 8 ଘଣ୍ଟା ପରେ ସେଗୁଡ଼ିକୁ ଭଲ ଭାବରେ ବାଟି ଦିଅନ୍ତୁ |
| 05:47 | ସେଗୁଡ଼ିକୁ ଗୋଟିଏ ପାତ୍ରରେ କାଢ଼ିଦିଅନ୍ତୁ |
| 05:50 | ଏହି ପାତ୍ରକୁ 7 ରୁ 8 ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ଗରମ ସ୍ଥାନରେ ରଖିଦିଅନ୍ତୁ |
| 05:57 | ଇତିମଧ୍ୟରେ, ଗୋଟିଏ ତାୱା ଗରମ କରି ଶୁଖିଲା ଲଙ୍କା ଓ ଭୃଶୁଙ୍ଗା ପତ୍ରଗୁଡ଼ିକୁ ମୁଶୁମୁଶିଆ ହେବା ପର୍ଯ୍ୟନ୍ତ ଭାଜନ୍ତୁ |
| 06:04 | ତାହାକୁ ଥଣ୍ଡା ହେବା ପାଇଁ ଅଲଗା ରଖିଦିଅନ୍ତୁ |
| 06:06 | ସେହି ତାୱାରେ ଚଣା ଡାଲି, ବିରି ଓ ରାଶିକୁ ଭାଜନ୍ତୁ |
| 06:12 | ହାଲୁକା ସୁନେଲି ହେବା ପର୍ଯ୍ୟନ୍ତ ସେଗୁଡ଼ିକୁ ଭାଜନ୍ତୁ |
| 06:17 | ତାହାକୁ ଥଣ୍ଡା ହେବା ପାଇଁ ଅଲଗା ରଖିଦିଅନ୍ତୁ |
| 06:20 | ଥଣ୍ଡା ହୋଇଯିବା ପରେ ସେଗୁଡ଼ିକୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ |
| 06:23 | ଆମେ ଏହାକୁ ପରେ ବ୍ୟବହାର କରିବା |
| 06:25 | ଆଣଟି ଫୁଲିଯିବା ପରେ ଲୁଣ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ |
| 06:30 | ତାୱାରେ ଘିଅ କିମ୍ୱା ତେଲକୁ ଗରମ କରନ୍ତୁ ଏବଂ ଆଣ ପକାଇ ଗୋଲ କରି ବୁଲାଇଦିଅନ୍ତୁ |
| 06:36 | ଚକୁଳିର ଗୋଟିଏପଟ ସେକି ହୋଇଯିବା ପରେ, ପ୍ରସ୍ତୁତ ପାଉଡର୍ ର 2 ଚାହା ଚାମଚ ପକାନ୍ତୁ |
| 06:42 | ଚକୁଳିଟି ସିଝି ନଯିବା ପର୍ଯ୍ୟନ୍ତ ଢାଙ୍କୁଣୀ ଘୋଡ଼ାଇଦିଅନ୍ତୁ |
| 06:45 | ସୋରଗମ୍ ଓ ସୋୟା ଚକୁଳି ପ୍ରସ୍ତୁତ |
| 06:48 | 2 ଟି ଚକୁଳିରେ ପ୍ରାୟ 17 ଗ୍ରାମ୍ ପ୍ରୋଟିନ୍ ରହିଥାଏ |
| 06:53 | ଚଣା କଟଲେଟ୍ ହେଉଛି ଆମର ପରବର୍ତ୍ତୀ ରେସିପି |
| 06:57 | ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର: |
| 07:00 | 50 ଗ୍ରାମ୍ ଗଜା ଚଣା |
| 07:03 | 40 ଗ୍ରାମ୍ ବା ଦେଢ଼ ଟେବଲ୍ ଚାମଚ ଦହୀ, |
| 07:08 | 1 ଛୋଟ ଗାଜର କୋରା |
| 07:10 | ଭଲ ଭାବେ କଟା ଯାଇଥିବା ଗୋଟିଏ ଛୋଟ ପିଆଜ |
| 07:14 | 15 ଗ୍ରାମ୍ ବା 1 ଟେବଲ୍ ଚାମଚ ବେସନ |
| 07:18 | ଆଉ 20 ଗ୍ରାମ୍ ରାଶି |
| 07:22 | ଆମକୁ ଆହୁରି ମଧ୍ୟ ଦରକାର: |
| 07:24 | 1/2 ଚାହା ଚାମଚ ହଳଦୀ ଗୁଣ୍ଡ, |
| 07:27 | 1 ଚାହା ଚାମଚ ଲଙ୍କା ଗୁଣ୍ଡ, |
| 07:31 | 1 ଚାହା ଚାମଚ ଅଦା-ରସୁଣ ପେଷ୍ଟ |
| 07:34 | 2 ଚାହା ଚାମଚ ଘିଅ କିମ୍ୱା ତେଲ, |
| 07:37 | ଓ ସ୍ୱାଦ ଅନୁସାରେ ଲୁଣ |
| 07:40 | ପଦ୍ଧତି:
3 ଟି ସିଟି ଦେବା ପର୍ଯ୍ୟନ୍ତ ଗଜା ଚଣାକୁ ପ୍ରେସର୍ ରେ ସିଝାନ୍ତୁ |
| 07:45 | ପ୍ରେସର୍ ବାହାରିଯିବା ପର୍ଯ୍ୟନ୍ତ ତାହାକୁ ଅଲଗା ରଖନ୍ତୁ |
| 07:49 | ଥଣ୍ଡା ହୋଇଯାଇଥିବା ଗଜା ଚଣାକୁ ଗୋଟିଏ ଗିନାରେ କାଢ଼ିଦେଇ ଭଲ ଭାବରେ ଚକଟି ଦିଅନ୍ତୁ |
| 07:54 | ଏଥିରେ ପିଆଜ, ଗାଜର ଓ ବେସନ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ |
| 08:01 | ଏବେ ମସଲା, ଲୁଣ, ଅଦା-ରସୁଣ ପେଷ୍ଟ ଓ ଦହୀ ପକାନ୍ତୁ |
| 08:07 | ସବୁ ଜିନିଷକୁ ମିଶାଇ ତାହାର ଚାରୋଟି ଗୁଳା କରନ୍ତୁ |
| 08:12 | ଗୁଳାଗୁଡ଼ିକୁ କଟଲେଟ୍ ଆକାର ଦିଅନ୍ତୁ |
| 08:14 | ଏହି କଟଲେଟ୍ଗୁଡ଼ିକରେ ରାଶି ଲଗାଇ ଅଲଗା ରଖିଦିଅନ୍ତୁ |
| 08:19 | ତାୱାରେ ଘିଅ କିମ୍ୱା ତେଲକୁ ଗରମ କରନ୍ତୁ |
| 08:22 | ଉଭୟ ପଟ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ କଟଲେଟଗୁଡ଼ିକୁ ଭାଜନ୍ତୁ |
| 08:28 | ଚଣା କଟଲେଟ୍ ଏବେ ପ୍ରସ୍ତୁତ |
| 08:31 | 4 ଟି କଟଲେଟରେ 17 ଗ୍ରାମ୍ ପ୍ରୋଟିନ୍ ରହିଥାଏ |
| 08:35 | ଶସ୍ୟ ଓ ଡାଲିଗୁଡ଼ିକରେ ଅସମ୍ପୂର୍ଣ୍ଣ ପ୍ରୋଟିନ୍ସ ରହିଥାଏ |
| 08:39 | ଶସ୍ୟରେ ମେଥିଓନିନ୍ କମ୍ ଥାଏ |
| 08:42 | ଏବଂ ଡାଲିଗୁଡ଼ିକରେ ଲାଇସିନ୍ କମ୍ ଥାଏ |
| 08:45 | ତେଣୁ, ଏହିସବୁ ରେସିପି ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ଖାଦ୍ୟ ବର୍ଗକୁ ମିଶାଯାଇଛି |
| 08:51 | ସେଗୁଡ଼ିକୁ ମିଶାଇ ଖାଇଲେ ଖାଦ୍ୟରେ କମ ଥିବା ଅମିନୋ ଆସିଡ୍ସ ପରିପୂରିତ ହୋଇଥାଏ |
| 08:57 | ଏହାକୁ ପ୍ରୋଟିନ୍ର ପରିପୂରକ କାର୍ଯ୍ୟ କୁହାଯାଏ |
| 09:01 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.
ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |