Health-and-Nutrition/C2/Protein-rich-vegetarian-recipes/Oriya

From Script | Spoken-Tutorial
Jump to: navigation, search
Time
Narration
00:00 "ପ୍ରୋଟିନ୍ ସମୃଦ୍ଧ ନିରାମିଷ ରେସିପି” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲକୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଅଲରେ ଆମେ ନିମ୍ନ ବିଷୟରେ ଶିଖିବା:
00:07 ପ୍ରୋଟିନ୍‌ର ଲାଭ.
00:09 ପ୍ରୋଟିନ୍ ସମୃଦ୍ଧ କେତେକ ନିରାମିଷ ରେସିପି
00:13 ପ୍ରୋଟିନ୍ ଦ୍ୱାରା ମାଂସପେଶୀ ତନ୍ତୁର ବୃଦ୍ଧି, ତିଆରି ଓ ରକ୍ଷଣା-ବେକ୍ଷଣ ହୋଇଥାଏ.
00:19 ଏହା ରକ୍ତ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ
00:24 ପ୍ରୋଟିନ୍ ର ମହତ୍ତ୍ୱ ବିଷୟରେ ଅନ୍ୟ ଏକ ଟ୍ୟୁଟୋରିଅଲରେ ସବିଶେଷ ବର୍ଣ୍ଣନା କରାଯାଇଛି
00:30 ଏହି ଟ୍ୟୁଟୋରିଅଲ୍ ପାଇଁ ଦୟାକରି ଆମ ୱେବ୍ ସାଇଟ୍ ଦେଖନ୍ତୁ
00:33 ଆସନ୍ତୁ, ପ୍ରୋଟିନ୍‌ର ନିରାମିଷ ଉତ୍ସଗୁଡ଼ିକୁ ଦେଖିବା
00:37 ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଉତ୍ପାଦ,
00:39 ଡାଲି,
00:41 ବାଦାମ ଓ ମଞ୍ଜିଗୁଡ଼ିକ ହେଉଛି ପ୍ରୋଟିନ୍‌ର ଉତ୍ତମ ଉତ୍ସ
00:44 ଏବେ ଆସନ୍ତୁ, କିଛି ପ୍ରୋଟିନ୍ ସମୃଦ୍ଧ ନିରାମିଷ ରେସିପି ଦେଖିବା
00:49 ଆମର ପ୍ରଥମ ରେସିପି ହେଉଛି ପନୀର୍ ମସଲା
00:52 ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର:
00:55 70 ଗ୍ରାମ୍ ବା ଅଧ କପ୍ ପନୀର୍
00:58 70 ଗ୍ରାମ୍ ବା ଅଧ କପ୍ ଦହୀ
01:02 1 ଟେବଲ୍ ଚାମଚ ବେସନ
01:06 ଆମକୁ ନିମ୍ନଲିଖିତ ମଧ୍ୟ ଦରକାର ହେବ:

1 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ

01:11 ଅଧ ଚାହା ଚାମଚ ହଳଦୀ ଗୁଣ୍ଡ
01:15 1/2 ଚାହା ଚାମଚ ଭୃଶୁଙ୍ଗା ପତ୍ର ଗୁଣ୍ଡ
01:19 1/2 ଚାହା ଚାମଚ ଗରମ ମସଲା ଗୁଣ୍ଡ
01:22 1 ଚାହା ଚାମଚ ଘିଅ କିମ୍ୱା ତେଲ
01:25 ସ୍ୱାଦ ଅନୁସାରେ ଲୁଣ
01:28 ପଦ୍ଧତି:

ଗୋଟିଏ ଗିନାରେ ନରମ ହେବା ପର୍ଯ୍ୟନ୍ତ ଦହୀକୁ ଫେଣ୍ଟନ୍ତୁ

01:32 ସେଥିରେ ମସଲା, ଲୁଣ, ଭୃଶୁଙ୍ଗା ପତ୍ର ଗୁଣ୍ଡ ଓ ବେସନ ପକାନ୍ତୁ
01:38 ସବୁଯାକ ପୁଣିଥରେ ମିଶାନ୍ତୁ
01:40 ଏଥିରେ, ପନୀର୍ ଖଣ୍ଡ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ
01:45 ଢାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ ଏବଂ 30 ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ
01:51 ଗୋଟିଏ କଡ଼େଇରେ ଘିଅ କିମ୍ୱା ତେଲକୁ ଗରମ କରନ୍ତୁ
01:54 ଦହୀ ମିଶ୍ରଣ ସହିତ ପନୀର୍ ପକାନ୍ତୁ
01:58 ଏଥିରେ 1/2 ଗ୍ଲାସ୍ ପାଣି ମିଶାନ୍ତୁ
02:01 ମିଶ୍ରଣଟି ବହଳା ହେବା ପର୍ଯ୍ୟନ୍ତ 2 ରୁ 5 ମିନିଟ୍ ଫୁଟାନ୍ତୁ
02:07 ପନୀର୍ ମସଲା ପ୍ରସ୍ତୁତ
02:09 1/2 ଗିନା ପନୀର୍ ମସଲାରେ 22 ଗ୍ରାମ୍ ପ୍ରୋଟିନ୍ ରହିଥାଏ
02:14 ପରବର୍ତ୍ତୀ ରେସିପି ହେଉଛି ମୁଗ ତରକାରୀ
02:18 ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର:
02:21 100 ଗ୍ରାମ୍ ବା 3/4 କପ୍ ଦହୀ
02:25 30 ଗ୍ରାମ୍ ବା 1/4 କପ୍ ଗଜା ମୁଗ
02:30 1/4 କପ୍ ଧୁଆଯାଇ କଟାଯାଇଥିବା ଧନିଆ ପତ୍ର
02:35 4 ଚାହା ଚାମଚ ବେସନ
02:38 ଅଧ ଚାହା ଚାମଚ ହଳଦୀ ଗୁଣ୍ଡ
02:41 1 ଚାହା ଚାମଚ ନାଲି ଲଙ୍କା ଗୁଣ୍ଡ
02:44 ଆମକୁ ନିମ୍ନଲିଖିତ ମଧ୍ୟ ଦରକାର ହେବ:

1/2 ଚାହା ଚାମଚ ଶୋରିଷ,

02:49 1/2 ଚାହା ଚାମଚ ଜୀରା,
02:52 ଗୋଟିଏ କଞ୍ଚା ଲଙ୍କା,
02:54 1 ଚାହା ଚାମଚ ତେଲ,
02:56 4 ରୁ 5 ଟି ଭୃଶୁଙ୍ଗା ପତ୍ର
02:59 ଏବଂ ସ୍ୱାଦ ଅନୁସାରେ ଲୁଣ
03:02 ମୁଁ ଏବେ ପଦ୍ଧତି କହୁଛି
03:04 ଆମେ ପ୍ରଥମେ ଗଜା କରିବାରୁ ଆରମ୍ଭ କରିବା
03:07 ରାତି ତମାମ୍ ମୁଗକୁ ବତୁରାଇଦିଅନ୍ତୁ
03:11 ସକାଳେ ତାହାକୁ ଛାଣି ଦିଅନ୍ତୁ ଏବଂ
03:13 ଗୋଟିଏ ସଫା କପଡ଼ାରେ ବାନ୍ଧିଦିଅନ୍ତୁ
03:16 ଗଜା ହେବା ପାଇଁ ସେଗୁଡ଼ିକୁ ଗୋଟିଏ ଗରମ ସ୍ଥାନରେ 1 ଦିନ ପର୍ଯ୍ୟନ୍ତ ରଖିଦିଅନ୍ତୁ
03:23 ଗୋଟିଏ ମିକ୍ସର୍ ସାହାଯ୍ୟରେ ଗଜା ମୁଗ ଓ କଞ୍ଚା ଲଙ୍କାକୁ ଦରଦରା କରି ବାଟି ଦିଅନ୍ତୁ
03:28 ଯଦି ମିକ୍ସର୍ ନଥିବ, ତେବେ ଆପଣ ଶିଳରେ ବାଟି ପାରିବେ
03:33 ବଟାକୁ ଗୋଟିଏ ଗିନାରେ କାଢ଼ିଦିଅନ୍ତୁ
03:36 ସେଥିରେ ଧନିଆ ପତ୍ର, 2 ଚାହା ଚାମଚ ବେସନ ଓ ଲୁଣ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ
03:43 ସେଥିରୁ ଛୋଟ ଗୁଳା କରନ୍ତୁ
03:45 ଏବଂ ସିଝାଇବା ପାତ୍ରରେ ରଖନ୍ତୁ
03:48 ସେହିଗୁଡ଼ିକୁ ଗୋଟିଏ ଷ୍ଟିମର୍ ରେ 6 ରୁ 8 ମିନିଟ୍ ପର୍ଯ୍ୟନ୍ତ ସିଝାନ୍ତୁ
03:53 ସିଝା ଗୁଳାଗୁଡ଼ିକୁ ଥଣ୍ଡା ହେବାକୁ ଦିଅନ୍ତୁ
03:56 ଦହୀ ତରକାରୀ କରିବାକୁ ଗୋଟିଏ ଗିନାରେ ଦହୀକୁ ଫେଣ୍ଟନ୍ତୁ
03:59 2 ଚାହା ଚାମଚ ବେସନ ଓ ମସଲା ପକାନ୍ତୁ
04:04 ସବୁଯାକ ଭଲ ଭାବରେ ମିଶାଇଦିଅନ୍ତୁ
04:08 1 କପ୍ ପାଣି ମିଶାଇ ପୁଣି ଗୋଳାନ୍ତୁ ଏବଂ ତାହାକୁ ଅଲଗା ରଖିଦିଅନ୍ତୁ
04:13 କଡ଼େଇରେ ତେଲ ଗରମ କରି ସେଥିରେ ଜୀରା ଓ ଶୋରିଷ ପକାନ୍ତୁ
04:18 ସେଗୁଡ଼ିକ ଫୁଟିବା ଆରମ୍ଭ ହୋଇଗଲେ, ଭୃଶୁଙ୍ଗା ପତ୍ର ଓ ଦହୀ ମିଶ୍ରଣକୁ ପକାନ୍ତୁ
04:23 ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ
04:26 ମଝିରେ ମଝିରେ ଘାଣ୍ଟୁଥା’ନ୍ତୁ, ଯେପର୍ଯ୍ୟନ୍ତ ମିଶ୍ରଣଟି ବହଳା ନ ହୋଇଯାଇଛି
04:30 ମିଶ୍ରଣ ବହଳା ହୋଇଗଲେ, ସେଥିରେ ସିଝା ଗୁଳାଗୁଡ଼ିକୁ ପକାନ୍ତୁ ଏବଂ 1 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ
04:36 ମୁଗ ତରକାରୀ ପ୍ରସ୍ତୁତ ହୋଇଗଲା
04:39 ଏହି ତରକାରୀର 1/2 ଗିନାରେ 17 ଗ୍ରାମ୍ ପ୍ରୋଟିନ୍ ରହିଥାଏ
04:44 ଆମର ତୃତୀୟ ରେସିପି ହେଉଛି ରାଶି ମିଶ୍ରଣ ସହିତ ସୋରଗମ୍ ଓ ସୋୟା ଚକୁଳି
04:50 ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର:
04:53 ଦେଢ଼ ଟେବଲ୍ ଚାମଚ ସୋୟା ବିନ୍,
04:57 2 ଚାହା ଚାମଚ ସୋରଗମ୍,
04:59 2 ଚାହା ଚାମଚ ବିରି ଡାଲି,
05:02 ଓ 1 ଚାହା ଚାମଚ ମେଥି ଦାନା
05:06 ରାଶି ମିଶ୍ରଣ ପାଇଁ ଆପଣଙ୍କୁ ଦରକାର:
05:09 2 ଚାହା ଚାମଚ ଭଜା ଚଣା ଡାଲି,
05:12 2 ଚାହା ଚାମଚ ବିରି ଡାଲି,
05:15 2 ଚାହା ଚାମଚ ରାଶି,
05:18 2 ଟି ଶୁଖିଲା ଲଙ୍କା,
05:21 ଗୋଟିଏ ଭୃଶୁଙ୍ଗା ପତ୍ର ଡେମ୍ଫ,
05:23 ଓ ସ୍ୱାଦ ଅନୁସାରେ ଲୁଣ
05:25 ଆପଣଙ୍କୁ 1 ଚାହା ଚାମଚ ଘିଅ କିମ୍ୱା ତେଲ ମଧ୍ୟ ଦରକାର ହେବ
05:30 ପଦ୍ଧତି:

ସୋରଗମ୍,

05:32 ବିରି ଡାଲି,
05:34 ସୋୟା ବିନ୍ସକୁ ଧୋଇଦିଅନ୍ତୁ

ଏବଂ 8 ଘଣ୍ଟା ପର୍ଯ୍ୟନ୍ତ ସେଗୁଡ଼ିକୁ ବତୁରାଇଦିଅନ୍ତୁ

05:39 ମେଥି ଦାନାକୁ ମଧ୍ୟ ସେଥିରେ ବତୁରାଇଦିଅନ୍ତୁ
05:43 8 ଘଣ୍ଟା ପରେ ସେଗୁଡ଼ିକୁ ଭଲ ଭାବରେ ବାଟି ଦିଅନ୍ତୁ
05:47 ସେଗୁଡ଼ିକୁ ଗୋଟିଏ ପାତ୍ରରେ କାଢ଼ିଦିଅନ୍ତୁ
05:50 ଏହି ପାତ୍ରକୁ 7 ରୁ 8 ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ଗରମ ସ୍ଥାନରେ ରଖିଦିଅନ୍ତୁ
05:57 ଇତିମଧ୍ୟରେ, ଗୋଟିଏ ତାୱା ଗରମ କରି ଶୁଖିଲା ଲଙ୍କା ଓ ଭୃଶୁଙ୍ଗା ପତ୍ରଗୁଡ଼ିକୁ ମୁଶୁମୁଶିଆ ହେବା ପର୍ଯ୍ୟନ୍ତ ଭାଜନ୍ତୁ
06:04 ତାହାକୁ ଥଣ୍ଡା ହେବା ପାଇଁ ଅଲଗା ରଖିଦିଅନ୍ତୁ
06:06 ସେହି ତାୱାରେ ଚଣା ଡାଲି, ବିରି ଓ ରାଶିକୁ ଭାଜନ୍ତୁ
06:12 ହାଲୁକା ସୁନେଲି ହେବା ପର୍ଯ୍ୟନ୍ତ ସେଗୁଡ଼ିକୁ ଭାଜନ୍ତୁ
06:17 ତାହାକୁ ଥଣ୍ଡା ହେବା ପାଇଁ ଅଲଗା ରଖିଦିଅନ୍ତୁ
06:20 ଥଣ୍ଡା ହୋଇଯିବା ପରେ ସେଗୁଡ଼ିକୁ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ
06:23 ଆମେ ଏହାକୁ ପରେ ବ୍ୟବହାର କରିବା
06:25 ଆଣଟି ଫୁଲିଯିବା ପରେ ଲୁଣ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ
06:30 ତାୱାରେ ଘିଅ କିମ୍ୱା ତେଲକୁ ଗରମ କରନ୍ତୁ ଏବଂ ଆଣ ପକାଇ ଗୋଲ କରି ବୁଲାଇଦିଅନ୍ତୁ
06:36 ଚକୁଳିର ଗୋଟିଏପଟ ସେକି ହୋଇଯିବା ପରେ, ପ୍ରସ୍ତୁତ ପାଉଡର୍ ର 2 ଚାହା ଚାମଚ ପକାନ୍ତୁ
06:42 ଚକୁଳିଟି ସିଝି ନଯିବା ପର୍ଯ୍ୟନ୍ତ ଢାଙ୍କୁଣୀ ଘୋଡ଼ାଇଦିଅନ୍ତୁ
06:45 ସୋରଗମ୍ ଓ ସୋୟା ଚକୁଳି ପ୍ରସ୍ତୁତ
06:48 2 ଟି ଚକୁଳିରେ ପ୍ରାୟ 17 ଗ୍ରାମ୍ ପ୍ରୋଟିନ୍ ରହିଥାଏ
06:53 ଚଣା କଟଲେଟ୍ ହେଉଛି ଆମର ପରବର୍ତ୍ତୀ ରେସିପି
06:57 ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର:
07:00 50 ଗ୍ରାମ୍ ଗଜା ଚଣା
07:03 40 ଗ୍ରାମ୍ ବା ଦେଢ଼ ଟେବଲ୍ ଚାମଚ ଦହୀ,
07:08 1 ଛୋଟ ଗାଜର କୋରା
07:10 ଭଲ ଭାବେ କଟା ଯାଇଥିବା ଗୋଟିଏ ଛୋଟ ପିଆଜ
07:14 15 ଗ୍ରାମ୍ ବା 1 ଟେବଲ୍ ଚାମଚ ବେସନ
07:18 ଆଉ 20 ଗ୍ରାମ୍ ରାଶି
07:22 ଆମକୁ ଆହୁରି ମଧ୍ୟ ଦରକାର:
07:24 1/2 ଚାହା ଚାମଚ ହଳଦୀ ଗୁଣ୍ଡ,
07:27 1 ଚାହା ଚାମଚ ଲଙ୍କା ଗୁଣ୍ଡ,
07:31 1 ଚାହା ଚାମଚ ଅଦା-ରସୁଣ ପେଷ୍ଟ
07:34 2 ଚାହା ଚାମଚ ଘିଅ କିମ୍ୱା ତେଲ,
07:37 ଓ ସ୍ୱାଦ ଅନୁସାରେ ଲୁଣ
07:40 ପଦ୍ଧତି:

3 ଟି ସିଟି ଦେବା ପର୍ଯ୍ୟନ୍ତ ଗଜା ଚଣାକୁ ପ୍ରେସର୍ ରେ ସିଝାନ୍ତୁ

07:45 ପ୍ରେସର୍ ବାହାରିଯିବା ପର୍ଯ୍ୟନ୍ତ ତାହାକୁ ଅଲଗା ରଖନ୍ତୁ
07:49 ଥଣ୍ଡା ହୋଇଯାଇଥିବା ଗଜା ଚଣାକୁ ଗୋଟିଏ ଗିନାରେ କାଢ଼ିଦେଇ ଭଲ ଭାବରେ ଚକଟି ଦିଅନ୍ତୁ
07:54 ଏଥିରେ ପିଆଜ, ଗାଜର ଓ ବେସନ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ
08:01 ଏବେ ମସଲା, ଲୁଣ, ଅଦା-ରସୁଣ ପେଷ୍ଟ ଓ ଦହୀ ପକାନ୍ତୁ
08:07 ସବୁ ଜିନିଷକୁ ମିଶାଇ ତାହାର ଚାରୋଟି ଗୁଳା କରନ୍ତୁ
08:12 ଗୁଳାଗୁଡ଼ିକୁ କଟଲେଟ୍ ଆକାର ଦିଅନ୍ତୁ
08:14 ଏହି କଟଲେଟ୍‌ଗୁଡ଼ିକରେ ରାଶି ଲଗାଇ ଅଲଗା ରଖିଦିଅନ୍ତୁ
08:19 ତାୱାରେ ଘିଅ କିମ୍ୱା ତେଲକୁ ଗରମ କରନ୍ତୁ
08:22 ଉଭୟ ପଟ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ କଟଲେଟଗୁଡ଼ିକୁ ଭାଜନ୍ତୁ
08:28 ଚଣା କଟଲେଟ୍ ଏବେ ପ୍ରସ୍ତୁତ
08:31 4 ଟି କଟଲେଟରେ 17 ଗ୍ରାମ୍ ପ୍ରୋଟିନ୍ ରହିଥାଏ
08:35 ଶସ୍ୟ ଓ ଡାଲିଗୁଡ଼ିକରେ ଅସମ୍ପୂର୍ଣ୍ଣ ପ୍ରୋଟିନ୍ସ ରହିଥାଏ
08:39 ଶସ୍ୟରେ ମେଥିଓନିନ୍ କମ୍ ଥାଏ
08:42 ଏବଂ ଡାଲିଗୁଡ଼ିକରେ ଲାଇସିନ୍ କମ୍ ଥାଏ
08:45 ତେଣୁ, ଏହିସବୁ ରେସିପି ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ଖାଦ୍ୟ ବର୍ଗକୁ ମିଶାଯାଇଛି
08:51 ସେଗୁଡ଼ିକୁ ମିଶାଇ ଖାଇଲେ ଖାଦ୍ୟରେ କମ ଥିବା ଅମିନୋ ଆସିଡ୍ସ ପରିପୂରିତ ହୋଇଥାଏ
08:57 ଏହାକୁ ପ୍ରୋଟିନ୍‌ର ପରିପୂରକ କାର୍ଯ୍ୟ କୁହାଯାଏ
09:01 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.

ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep