Health-and-Nutrition/C2/Laid-back-hold-for-breastfeeding/Oriya
From Script | Spoken-Tutorial
|
|
00:01 | “ପିଠିପଟିଆ ଶୋଇ ସ୍ତନ୍ୟପାନ ପଦ୍ଧତି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା, ସ୍ତନ୍ୟପାନ କରାଇବା ପାଇଁ ଧରିବାର ସଠିକ୍ ପଦ୍ଧତି |
00:15 | ସ୍ତନ୍ୟପାନ କରାଇବା ପୂର୍ବରୁ ମା’ଙ୍କର ପ୍ରସ୍ତୁତି ଏବଂ ପିଠିପଟିଆ ଶୋଇ ଧରିବାର ପଦ୍ଧତି |
00:22 | ଚାଲନ୍ତୁ ଆରମ୍ଭ କରିବା |
00:24 | ସାରା ବିଶ୍ଵରେ ମା’ମାନେ ସେମାନଙ୍କ ଶିଶୁମାନଙ୍କୁ ବିଭିନ୍ନ ପ୍ରକାରରେ ଧରି ସ୍ତନ୍ୟପାନ କରାଇଥା’ନ୍ତି |
00:31 | ପୂର୍ବବର୍ତ୍ତୀ ଗୋଟିଏ ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଥିବା ଭଳି ଜଣେ ମା’ ତାଙ୍କ ଶିଶୁକୁ ଧରିବା ପାଇଁ ସବୁଠାରୁ ଉତ୍ତମ ପଦ୍ଧତି ହେଉଛି, ଯେଉଁଥିରେ - |
00:39 | ସ୍ତନ୍ୟପାନର ସମ୍ପୂର୍ଣ୍ଣ ସମୟ, ଉଭୟ ମା’ ଓ ଶିଶୁ ପାଇଁ ଆରାମଦାୟକ ହୋଇଥିବ |
00:47 | ଶିଶୁଟି ମା’ର ସ୍ତନ ସହିତ ନିବିଡ଼ ଭାବେ ଯୋଡ଼ି ହୋଇଥିବ ଏବଂ ଯଥେଷ୍ଟ କ୍ଷୀର ପିଉଥିବ |
00:55 | ପିଠିପଟିଆ ଶୋଇ ଶିଶୁକୁ ଧରିବା ପଦ୍ଧତି ବିଷୟରେ ଚାଲନ୍ତୁ ଜାଣିବା |
01:00 | ପିଠିପଟିଆ ଶୋଇ ସ୍ତନ୍ୟପାନ କରାଇବା ପାଇଁ ସେତେବେଳେ ପରାମର୍ଶ ଦିଆଯାଇଥାଏ, ଯେତେବେଳେ କ୍ରସ୍ କ୍ରେଡଲ୍ କିମ୍ବା କ୍ରେଡଲ୍ ପଦ୍ଧତିରେ ଶିଶୁକୁ ସ୍ତନ୍ୟପାନ କରାଇବାରେ କଷ୍ଟ ହୋଇଥାଏ |
01:10 | କିମ୍ବା ମା’ଙ୍କର ସ୍ତନର ଆକାର ବଡ଼ ହୋଇଥାଏ |
01:13 | କିମ୍ବା ମା’ଙ୍କ ପିଠିରେ ଯନ୍ତ୍ରଣା ହେଉଥାଏ |
01:16 | କିମ୍ବା ଯେତେବେଳେ ମା’ ହାଲିଆ ହୋଇଯାଇଥାଆନ୍ତି |
01:19 | ଶିଶୁକୁ ସ୍ତନ୍ୟପାନ କରାଇବା ପୂର୍ବରୁ ମା’ ନିଜ ହାତକୁ ସାବୁନ୍ ଓ ପାଣିରେ ଧୋଇ
ତାହାକୁ ଭଲ ଭାବେ ଶୁଖାଇବେ |
01:27 | ତା’ପରେ ସେ, ଫୁଟାଇ ଥଣ୍ଡା କରାଯାଇଥିବା ଗୋଟିଏ ଗ୍ଲାସ୍ ପାଣି ପିଇବେ |
01:32 | ସ୍ତନ୍ୟପାନ କରାଉଥିବା ମା’ଙ୍କଠାରେ ଗୋଟିଏ ଦିନରେ ହାରାହାରି 750 ରୁ 850 ମିଲିଲିଟର୍ କ୍ଷୀର ସୃଷ୍ଟି ହୋଇଥାଏ.
ତେଣୁ, ସେମାନେ ଦୈନିକ ଅଧିକ ପାଣି ପିଇବା ଦରକାର |
01:44 | ତା’ପରେ, ମା’ ସ୍ତନ୍ୟପାନ କରାଇବାକୁ ଚାହୁଁଥିବା ସ୍ତନକୁ ଅନାବୃତ୍ତ କରିବେ |
01:50 | ନିଜର ସ୍ତନ ଉପରେ ଯେପରି ବ୍ରା କିମ୍ବା ବ୍ଲାଉଜ୍ର ଚାପ ନ ପଡ଼େ, ତାହାର ଧ୍ୟାନ ରଖିବେ |
01:55 | ଏବେ ସେ ଚଟାଣ କିମ୍ବା ଖଟ ଉପରେ ଆରାମ କରି ଚିତ୍ ହୋଇ ଶୋଇବେ |
02:01 | ତାଙ୍କର ବେକ, ମୁଣ୍ଡ ଓ ପିଠିର ଉପର ଅଂଶରେ ତକିଆ ରହିଥିବା ଉଚିତ |
02:07 | ବର୍ତ୍ତମାନ ମା’ ପ୍ରସ୍ତୁତ, ଶିଶୁକୁ ଠିକ ଭାବରେ କିପରି ଧରିବେ, ଚାଲନ୍ତୁ ଶିଖିବା |
02:13 | ଯେଉଁ ସ୍ତନରୁ ସ୍ତନ୍ୟପାନ କରାଇବାକୁ ଚାହାନ୍ତି, ସେହି ପଟ ହାତରେ ଶିଶୁକୁ ଧରନ୍ତୁ |
02:20 | ଶିଶୁର ମୁଣ୍ଡର ତଳ ଭାଗକୁ ଅନ୍ୟ ହାତର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ଧରନ୍ତୁ |
02:27 | ଏହି ଛବିରେ ଥିବା ମା’, ତାଙ୍କର ଡାହାଣପଟ ସ୍ତନରୁ ସ୍ତନ୍ୟପାନ କରାଉଛନ୍ତି |
02:32 | ସେଥିପାଇଁ, ସେ ନିଜର ଡାହାଣ ହାତରେ ପିଲାଟିକୁ ଧରିଛନ୍ତି |
02:38 | ସେ ନିଜ ବାମ ହାତର ବୁଢ଼ା ଆଙ୍ଗୁଠି ଓ ଅନ୍ୟ ଆଙ୍ଗୁଠିଗୁଡ଼ିକ ସାହାଯ୍ୟରେ ଶିଶୁର ମୁଣ୍ଡ ତଳର ଅଂଶକୁ ଧରିଛନ୍ତି |
02:46 | ଏବେ ଆମେ ଶିଶୁର ମୁଣ୍ଡକୁ ଧରିବା ପାଇଁ ମା’ଙ୍କର ବୁଢ଼ା ଆଙ୍ଗୁଠି ଓ ଆଙ୍ଗୁଠିଗୁଡ଼ିକର ସଠିକ୍ ସ୍ଥିତିକୁ ଦେଖିବା |
02:54 | ମା’ଙ୍କର ବୁଢ଼ା ଆଙ୍ଗୁଠି ଗୋଟିଏ କାନ ପଛପଟେ ଏବଂ ବାକି ଆଙ୍ଗୁଠିଗୁଡ଼ିକ ଅନ୍ୟ କାନ ପଛପଟେ ରହିବା ଉଚିତ |
03:02 | ସେ ନିଜର ଆଙ୍ଗୁଠିଗୁଡ଼ିକୁ କିମ୍ବା ବୁଢ଼ା ଆଙ୍ଗୁଠିକୁ କାନ ତଳୁ ବେକ ଉପରକୁ ଆଣିବେ ନାହିଁ |
03:08 | ସେ ନିଜର ହାତରେ ଶିଶୁ ମୁଣ୍ଡ ପଛପଟେ ଚାପ ପକାଇବା ଉଚିତ ନୁହେଁ.
ଏଥିରୁ ଶିଶୁଟି ଆରାମରେ କ୍ଷୀର ଖାଇପାରିବ |
03:20 | ତା’ପରେ ଚାଲନ୍ତୁ ଶିଶୁର ଶରୀରକୁ ସଠିକ୍ ସ୍ଥିତିରେ ରଖିବା ବିଷୟରେ ଶିଖିବା |
03:25 | ଶିଶୁକୁ ମା’ଙ୍କର ଶରୀର ଉପରେ ଏପରି ରଖନ୍ତୁ, ଯେପରି ଶିଶୁର ପେଟ ମା’ଙ୍କର ପେଟ ଉପରେ ରହିବ |
03:32 | ଏବଂ ତା’ ମୁଣ୍ଡ ମା’ଙ୍କର ସ୍ତନ ନିକଟରେ ରହିବ |
03:38 | ଶିଶୁ ଓ ସ୍ତନ ମଧ୍ୟରେ ଦୂରତା କମ ରହିଲେ ତାକୁ ସ୍ତନ ନିକଟରେ ପହଞ୍ଚିବାରେ ସୁବିଧା ହେବ |
03:44 | ଏବଂ ଏହା ଦ୍ଵାରା ଶିଶୁ ନିବିଡ଼ ଭାବେ ଯୋଡ଼ି ହେବା ମଧ୍ୟ ସହଜ ହେବ |
03:49 | ଦ୍ଵିତୀୟ ଜରୁରୀ କଥା ହେଉଛି, ଶିଶୁର ଶରୀରକୁ କେଉଁ ଭଳି ଧରାଯାଇଛି |
03:56 | ଯେତେବେଳେ ଆମେ ଖାଦ୍ୟ ଖାଉ, ଆମର ମୁଣ୍ଡ, ବେକ ଓ ଶରୀର ଗୋଟିଏ ଦିଗରେ ରହିଥାଏ |
04:05 | ସେହିପରି, ସ୍ତନ୍ୟପାନ କରିବା ସମୟରେ ଶିଶୁର ମୁଣ୍ଡ, ବେକ ଓ ଶରୀର ସର୍ବଦା ସମାନ ଦିଗରେ ରହିବା ଉଚିତ |
04:14 | ଏହା ଦ୍ଵାରା ଶିଶୁକୁ କ୍ଷୀର ଢୋକିବାରେ ସହଜ ହେବ |
04:19 | ମନେରଖନ୍ତୁ, ଶିଶୁକୁ ମା’ଙ୍କ ଶରୀର ଉପରେ ଯେକୌଣସି ଦିଗରେ ରଖାଯାଇପାରିବ, କିନ୍ତୁ ଜରୁରୀ ଜିନିଷ ହେଉଛି, ତା’ ଶରୀରର ସମ୍ପୂର୍ଣ୍ଣ ସମ୍ମୁଖ ଭାଗ ମା’ଙ୍କ ଶରୀରର ସମ୍ମୁଖ ଭାଗରେ ରହିବା ଉଚିତ |
04:32 | ଏବଂ ସେ ସହଜରେ ସ୍ତନ ନିକଟରେ ପହଞ୍ଚିପାରିବ |
04:38 | ଏବେ, ଶିଶୁର ଶରୀରର ସ୍ଥିତି ବିଷୟକ ତୃତୀୟ ଜରୁରୀ ସୋପାନକୁ ଯିବା |
04:42 | ମା’ ତାଙ୍କ ଶିଶୁର ସମ୍ପୂର୍ଣ୍ଣ ଶରୀରକୁ ଧରିବା ଆବଶ୍ୟକ |
04:47 | ଅନ୍ୟଥା, ସ୍ତନ ସହିତ ଯୋଡ଼ି ହୋଇ ରହିବା ପାଇଁ ତାକୁ ଅନେକ କଷ୍ଟ କରିବାକୁ ପଡ଼ିବ |
04:54 | ତା’ପରେ ଚାଲନ୍ତୁ ଶିଶୁର ନାକ ଓ ଥୋଡ଼ିର ସ୍ଥିତିକୁ ଦେଖିବା |
04:59 | ଶିଶୁର ନାକ ସର୍ବଦା ଚୁଚୁକ ସିଧାରେ |
05:04 | ଏବଂ ତା’ର ଥୋଡ଼ି ଆଗପଟକୁ ସ୍ତନର ଅତି ନିକଟରେ ରହିବା ଉଚିତ |
05:09 | ଏହା ଦ୍ଵାରା ଆରିଓଲାର ନିମ୍ନ ଅଂଶର ଅଧିକ ଭାଗ ଶିଶୁଟି ପାଟିରେ ନେଇପାରିବ |
05:16 | ଏବଂ ତଳ ମାଢ଼ିକୁ ବ୍ୟବହାର କରି ସେ ଭଲ ଭାବରେ କ୍ଷୀର ପିଇପାରିବ |
05:21 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଆରିଓଲା ହେଉଛି ଚୁଚୁକ ଚାରିପଟେ ଥିବା ଗାଢ଼ କଳା ଅଂଶ |
05:27 | ଏବେ ଶିଶୁଟିକୁ ପିଠିପଟିଆ ଶୋଇବା ପଦ୍ଧତିରେ ଧରାଯାଇଛି ଏବଂ ସ୍ତନ୍ୟପାନ ପାଇଁ ପ୍ରସ୍ତୁତ |
05:34 | ଏହି ପଦ୍ଧତିରେ, ଶିଶୁ ପ୍ରାକୃତିକ ଭାବେ ମା’ଙ୍କ ସ୍ତନ ସହିତ ନିବିଡ଼ ଭାବରେ ଯୋଡ଼ି ହୋଇଥାଏ |
05:40 | ଏହି ସିରିଜ୍ର ଅନ୍ୟ ଭିଡିଓରେ, ଶିଶୁ ସ୍ତନ ସହିତ ନିବିଡ଼ ଭାବେ ଯୋଡ଼ି ହେବା ପ୍ରକ୍ରିୟାକୁ ବର୍ଣ୍ଣନା କରାଯାଇଛି |
05:49 | ଶିଶୁଟି ସ୍ତନ ସହିତ ନିବିଡ଼ ଭାବେ ଯୋଡ଼ି ହେବା କ୍ଷଣି, ମା’ ତାଙ୍କର ହାତକୁ ଶିଶୁର ମୁଣ୍ଡରୁ କାଢ଼ିଦେଇ
ତାକୁ ନିଜର ଉଭୟ ହାତ ସାହାଯ୍ୟରେ ଧରିପାରିବେ |
06:02 | ଏହି ସ୍ଥିତିରେ ମା’ ଆରାମଦାୟକ ଅବସ୍ଥାରେ ଚିତ୍ ହୋଇ ଶୋଇ ସ୍ତନ୍ୟପାନ କରାଇପାରିବେ.
|
06:07 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |