Health-and-Nutrition/C2/Non-vegetarian-recipes-for-6-month-old-babies/Oriya
From Script | Spoken-Tutorial
|
|
00:00 | “6 ମାସର ଶିଶୁ ପାଇଁ ଆମିଷ ରେସିପି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା - ଶିଶୁମାନଙ୍କୁ ପୂରକ ଆମିଷ ଖାଦ୍ୟ ଦେବା ଆରମ୍ଭ କରିବାର ମହତ୍ତ୍ୱ |
00:17 | ଏବଂ ପୂରକ ଆମିଷ ଖାଦ୍ୟ କିପରି ପ୍ରସ୍ତୁତ କରିବେ, ଯେପରି - |
00:22 | ଅଣ୍ଡା ଭର୍ତ୍ତା, |
00:24 | ମାଛ ଭର୍ତ୍ତା,
କଞ୍ଚା କଦଳୀ ମାଛ ଖେଚେଡ଼ି, |
00:27 | ଚିକେନ୍ ଲିଭର୍ ଭର୍ତ୍ତା ଏବଂ ଚିକେନ୍ ଗାଜର ଭର୍ତ୍ତା |
00:31 | ଆସନ୍ତୁ ଆରମ୍ଭ କରିବା -
ସର୍ବଦା ମନେରଖନ୍ତୁ ଯେ, ଶିଶୁ 6 ମାସର ହୋଇଯିବା ପରେ, ସେମାନଙ୍କର ପୋଷକ ତତ୍ତ୍ୱର ଆବଶ୍ୟକତା ବୃଦ୍ଧି ପାଇଥାଏ |
00:42 | ପୂରକ ଖାଦ୍ୟରୁ ତାକୁ 200 ପର୍ଯ୍ୟନ୍ତ କ୍ୟାଲୋରୀ ଦରକାର |
00:48 | ସ୍ତନ୍ୟପାନ ସହିତ ପୂରକ ଖାଦ୍ୟ ମଧ୍ୟ ଆରମ୍ଭ କରାଯିବା ଉଚିତ |
00:53 | ଏହିସବୁ ବ୍ୟତୀତ, ଧୀରେଧୀରେ ଶିଶୁର ବୟସ ବଢ଼ିବା ସହିତ - ଖାଦ୍ୟର ପରିମାଣ ଓ ନିରନ୍ତରତାକୁ ବଦଳାଇବାକୁ ହେବ |
01:03 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଶିଶୁକୁ ଖୁଆଇବା ସମୟରେ, କପ୍ ଓ ଚାମଚ ବ୍ୟବହାର କରି ଖାଦ୍ୟର ପରିମାଣକୁ ମାପ କରିବେ |
01:12 | ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଆଲରେ ଏହାକୁ ବ୍ୟାଖ୍ୟା କରାଯାଇଛି |
01:18 | ଶିଶୁକୁ 6 ମାସ ପୂରିବା ପରେ - ପ୍ରାରମ୍ଭରେ 1 ଟେବଲ୍ ଚାମଚ ଦିନକୁ ଦୁଇଥର କରି ଆରମ୍ଭ କରନ୍ତୁ, ତା’ପରେ ଧୀରେଧୀରେ ତାହାକୁ 4 ଟେବଲ୍ ଚାମଚ ପର୍ଯ୍ୟନ୍ତ ନିଅନ୍ତୁ |
01:29 | ଖାଦ୍ୟକୁ ଭଲ ଭାବରେ ରାନ୍ଧି, ତାକୁ ଭର୍ତ୍ତା କରି ଶିଶୁକୁ ଦିଅନ୍ତୁ |
01:35 | ଏବେ ଆମେ, ଆମିଷ ଖାଦ୍ୟ ଶିଶୁମାନଙ୍କ ପାଇଁ କିପରି ମହତ୍ତ୍ୱପୂର୍ଣ୍ଣ, ତାହା ଦେଖିବା |
01:40 | ସମସ୍ତ ଆମିଷ ଖାଦ୍ୟ ଉତ୍ତମ ଫ୍ୟାଟ୍, ପ୍ରୋଟିନ୍ ତଥା ଅନେକ ଅନ୍ୟାନ୍ୟ ସୂକ୍ଷ୍ମପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ଥାଏ |
01:48 | ଏହି ପୋଷକ ତତ୍ତ୍ୱ, ଶିଶୁମାନଙ୍କର ଉଚିତ ବୃଦ୍ଧି ଓ ବିକାଶ ତଥା ସେମାନଙ୍କର ମସ୍ତିଷ୍କର ବିକାଶ ପାଇଁ ଅତ୍ୟାବଶ୍ୟକ ଅଟେ |
01:57 | ଶିଶୁମାନଙ୍କୁ ଦିଆଯିବା ପାଇଁ ସୁପାରିସକୃତ ଖାଦ୍ୟ ହେଉଛି ଦେଶୀ କୁକୁଡ଼ା, |
02:02 | ଅଣ୍ଡା, ମାଂସ ଓ ଚିଙ୍ଗୁଡ଼ି ବ୍ୟତୀତ ସମସ୍ତ ପ୍ରକାର ମାଛ, ଯାହା 1 ବର୍ଷ ପରେ ତାକୁ ଦିଆଯାଇପାରେ |
02:12 | ଆମିଷ ଖାଦ୍ୟ ଆରମ୍ଭ କରିବା ସମୟରେ ନିମ୍ନଲିଖିତ ଜିନିଷଗୁଡ଼ିକୁ ମନେରଖନ୍ତୁ |
02:18 | ଶିଶୁକୁ କୌଣସି କଞ୍ଚା ଖାଦ୍ୟ କିମ୍ୱା ପ୍ରୋସେସ୍ କରାଯାଇଥିବା ମାଂସ ଦିଅନ୍ତୁ ନାହିଁ |
02:23 | ତାହା ଭଲ ଭାବେ ରନ୍ଧା ଯାଇଥିବା ଉଚିତ |
02:26 | ଏବଂ ସବୁଠାରୁ ଜରୁରୀ କଥା ହେଉଛି, ଶିଶୁର ଖାଦ୍ୟ ରାନ୍ଧିବା ସମୟରେ କେବେବି ମାଇକ୍ରୋୱେଭ୍ ଓଭନ୍ ବ୍ୟବହାର କରନ୍ତୁ ନାହିଁ |
02:34 | 6 ମାସର ଶିଶୁ ପାଇଁ ଆମିଷ ପୂରକ ଖାଦ୍ୟର ମହତ୍ତ୍ୱ ଓ ଆବଶ୍ୟକତା ଉପରେ ଆମେ ଆଲୋଚନା କଲେ |
02:43 | ଏହି ପୂରକ ଆମିଷ ଖାଦ୍ୟକୁ କିପରି ପ୍ରସ୍ତୁତ କରାଯିବ, ତାହା ଆମେ ଏବେ ଦେଖିବା |
02:48 | ଆସନ୍ତୁ ଅଣ୍ଡା ଭର୍ତ୍ତାରୁ ଆରମ୍ଭ କରିବା |
02:53 | ଏହି ଅଣ୍ଡା ଭର୍ତ୍ତା କରିବା ପାଇଁ -
1 ଅଣ୍ଡା ଓ 1/2 ଚାହା ଚାମଚ ଘିଅ କିମ୍ୱା ବଟର୍ ନିଅନ୍ତୁ |
03:01 | ଏହାକୁ ପ୍ରସ୍ତୁତ କରିବାକୁ, ଗୋଟିଏ ଗିନାରେ ଅଣ୍ଡାକୁ ଫଟାନ୍ତୁ |
03:06 | ତା’ପରେ, ଗୋଟିଏ ଷ୍ଟୀଲ୍ ପାତ୍ରରେ ଘିଅକୁ ଗରମ କରନ୍ତୁ.
ଫଟାଇଥିବା ଅଣ୍ଡାକୁ ସେଥିରେ ଢାଳନ୍ତୁ ଏବଂ ନିମ୍ନ ଆଞ୍ଚରେ ଘାଣ୍ଟିବା ଆରମ୍ଭ କରନ୍ତୁ |
03:15 | ମଝିରେ ମଝିରେ ତାହାକୁ ଆଞ୍ଚରୁ ଓହ୍ଲାଇ ଆଣୁଥା’ନ୍ତୁ, କାରଣ ନିରନ୍ତର ରାନ୍ଧିଲେ ତାହା ପୋଡ଼ିଯାଇପାରେ |
03:21 | ତାହାକୁ ଘାଣ୍ଟୁଥା’ନ୍ତୁ ଏବଂ ମୋଟା ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ |
03:25 | ଆଞ୍ଚ ବନ୍ଦ କରିଦିଅନ୍ତୁ. ଆପଣଙ୍କର ଅଣ୍ଡା ଭର୍ତ୍ତା ପ୍ରସ୍ତୁତ ହୋଇଗଲା |
03:30 | ତାହାକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଶିଶୁକୁ ଖୁଆନ୍ତୁ |
03:34 | ପରବର୍ତ୍ତୀ ରେସିପି ହେଉଛି ମାଛ ଭର୍ତ୍ତା |
03:37 | ଏହିପାଇଁ ଆମକୁ ଦରକାର - 2 ଖଣ୍ଡ ଯେକୌଣସି ସ୍ଥାନୀୟ ମାଛ, ଯେପରି -
କଳା ପାମ୍ପଲେଟ୍, ବମ୍ୱେ ଡକ୍, ଧଳା ପାମ୍ପଲେଟ୍ ଓ ସ୍କ୍ୱିଡ୍ |
03:50 | ଗୋଟିଏ ଷ୍ଟୀଲ୍ ପାତ୍ରରେ ସଫା କରାଯାଇ ଧୁଆଯାଇଥିବା ମାଛର 2 ଖଣ୍ଡ ନିଅନ୍ତୁ |
03:54 | ମାଛ ବୁଡ଼ିବା ପର୍ଯ୍ୟନ୍ତ ପାଣି ଦିଅନ୍ତୁ. ସେହି ପାତ୍ରକୁ ପ୍ରେସର୍ କୂକର୍ରେ ରଖନ୍ତୁ |
04:00 | ଏବଂ 3-4ଟି ସିଟି ଦିଅନ୍ତୁ |
04:04 | କିଛି ସମୟ ପାଇଁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଗୋଟିଏ ପ୍ଲେଟ୍ରେ ମାଛ ଖଣ୍ଡଗୁଡ଼ିକୁ କାଢ଼ିଦିଅନ୍ତୁ |
04:10 | ଏବେ, ସେଥିରୁ କଣ୍ଟାଗୁଡ଼ିକୁ କାଢ଼ିଦିଅନ୍ତୁ |
04:13 | ସବୁଠାରୁ ଜରୁରୀ କଥା ହେଉଛି, ପିଲାକୁ ଖୁଆଇବା ପୂର୍ବରୁ ମାଛରୁ କଣ୍ଟାଗୁଡ଼ିକୁ ଭଲ ଭାବରେ କାଢ଼ିଦିଅନ୍ତୁ, ନହେଲେ ତାହା ପିଲାର ତଣ୍ଟିରେ ଲାଗିଯିବ |
04:22 | ଏବେ, ସିଝା ମାଛକୁ ଗୋଟିଏ ମିକ୍ସର୍ରେ ଚଲାଇଦିଅନ୍ତୁ ଏବଂ ପିଲାକୁ ଖୁଆନ୍ତୁ |
04:28 | ତୃତୀୟ ରେସିପି ହେଉଛି କଞ୍ଚା କଦଳୀ ମାଛ ଖେଚେଡ଼ି |
04:32 | ଏହାକୁ ତିଆରି କରିବା ପାଇଁ ଆମକୁ ଦରକାର 2 ଟେବଲ୍ ଚାମଚ କଞ୍ଚା କଦଳୀ ଗୁଣ୍ଡ,
ବମ୍ୱେ ଡକ୍ କିମ୍ୱା ଅନ୍ୟ ଯେକୌଣସି ସ୍ଥାନୀୟ ମାଛର 4ଟି ଛୋଟ ଖଣ୍ଡ |
04:41 | ପ୍ରଥମେ ଆମେ, କଞ୍ଚା କଦଳୀ ଗୁଣ୍ଡ ତିଆରିରୁ ଆରମ୍ଭ କରିବା |
04:46 | ଆପଣଙ୍କ ଅଞ୍ଚଳରେ ଉପଲବ୍ଧ ଯେକୌଣସି ଭେରାଇଟୀର 2ଟି କଞ୍ଚା କଦଳୀ ନିଅନ୍ତୁ |
04:51 | ତାହାର ଚୋପା ଛଡ଼ାଇଦିଅନ୍ତୁ. ଏବେ, ତାହାକୁ ପତଳା ପତଳା ଖଣ୍ଡରେ କାଟିଦିଅନ୍ତୁ |
04:58 | 1-2 ଦିନ ପର୍ଯ୍ୟନ୍ତ ସେଗୁଡ଼ିକୁ ଛାଇରେ ଶୁଖାନ୍ତୁ, ଯେପର୍ଯ୍ୟନ୍ତ ତାହା ପାମ୍ପଡ଼ ନ ହୋଇଯାଇଛି |
05:05 | ତା’ପରେ, ଗ୍ରାଇଣ୍ଡର୍ରେ ସେହି ଶୁଖିଲା କଞ୍ଚା କଦଳୀକୁ ଗୁଣ୍ଡ କରିଦିଅନ୍ତୁ |
05:10 | ଏହି ଗୁଣ୍ଡକୁ ଚଲାଇ ମଞ୍ଜି କାଢ଼ିଦିଅନ୍ତୁ |
05:13 | କଞ୍ଚା କଦଳୀ ଗୁଣ୍ଡ ଏବେ ବ୍ୟବହାର ପାଇଁ ପ୍ରସ୍ତୁତ |
05:17 | ଏହାପରେ, ମାଛ ଭର୍ତ୍ତା ତିଆରି କରିବା ପାଇଁ - ପୂର୍ବ ରେସିପିର ନିର୍ଦ୍ଦେଶ ପାଳନ କରନ୍ତୁ |
05:24 | ତା’ପରେ. ଗୋଟିଏ ଗିନାରେ 2 ଟେବଲ୍ ଚାମଚ କଞ୍ଚା କଦଳୀ ଗୁଣ୍ଡ ନିଅନ୍ତୁ |
05:29 | 3 ଚାହା ଚାମଚ ପାଣି ଦେଇ, ଟେଳାକୁ ଏଡ଼ାଇବା ପାଇଁ ଭଲ ଭାବରେ ମିଶାନ୍ତୁ |
05:35 | ଆବଶ୍ୟକ ହେଲେ ଅଧିକ ପାଣି ମିଶାନ୍ତୁ |
05:38 | ଏବେ, ଏହି ମିଶ୍ରଣକୁ ନିମ୍ନ ଆଞ୍ଚରେ 5-7 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ |
05:43 | ତା’ପରେ, ସେଥିରେ ମାଛ ଭର୍ତ୍ତା ମିଶାନ୍ତୁ |
05:47 | ମିଶ୍ରଣକୁ ଘାଣ୍ଟୁଥା’ନ୍ତୁ ଏବଂ ତାହାକୁ ନିମ୍ନ ଆଞ୍ଚରେ ଆଉ 4-5 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ |
05:53 | କଞ୍ଚା କଦଳୀ ମାଛ ଖେଚେଡ଼ି ଏବେ ପ୍ରସ୍ତୁତ. ତାହାକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଶିଶୁକୁ ଖୁଆନ୍ତୁ |
06:01 | ଏବେ, ଚତୁର୍ଥ ରେସିପି ହେଉଛି - ଚିକେନ୍ ଲିଭର୍ ଭର୍ତ୍ତା |
06:06 | ଏହାକୁ ତିଆରି କରିବା ପାଇଁ ଆମକୁ ଗୋଟିଏ ଚିକେନ୍ ଲିଭର୍ ଦରକାର |
06:09 | ପଦ୍ଧତି: ଗୋଟିଏ ଷ୍ଟୀଲ୍ ପାତ୍ରରେ ଧୁଆଯାଇଥିବା ଚିକେନ୍ ଲିଭର୍କୁ ନେଇ ପ୍ରସ୍ତୁତି ଆରମ୍ଭ କରନ୍ତୁ |
06:15 | ତାହା ବୁଡ଼ିଯିବା ପର୍ଯ୍ୟନ୍ତ ପାଣି ଦିଅନ୍ତୁ |
06:18 | ସେହି ଷ୍ଟୀଲ୍ ପାତ୍ରକୁ ପ୍ରେସର୍ କୂକର୍ରେ ରଖନ୍ତୁ |
06:21 | ଏବଂ 3-4ଟି ସିଟି ଦିଅନ୍ତୁ |
06:25 | ତାହା ଥଣ୍ଡା ହୋଇସାରିବା ପରେ, ଗୋଟିଏ ଥାଳିରେ କାଢ଼ିଦିଅନ୍ତୁ |
06:29 | ଗ୍ରାଇଣ୍ଡର୍ ବ୍ୟବହାର କରି ସିଝା ଚିକେନ୍ର ଭର୍ତ୍ତା ତିଆରି କରନ୍ତୁ ଏବଂ ପିଲାକୁ ଖୁଆନ୍ତୁ |
06:37 | ପଞ୍ଚମ ରେସିପି ହେଉଛି - ଚିକେନ୍ ଗାଜର ଭର୍ତ୍ତା |
06:43 | ଆମକୁ ଦରକାର: ଚିକେନ୍ ସୀନା (ବ୍ରେଷ୍ଟ) କିମ୍ୱା ବୋନ୍ ଲେସ୍ ଚିକେନ୍ର 4-5ଟି ଛୋଟ ଖଣ୍ଡ ଓ ଗୋଟିଏ ଗାଜର |
06:50 | ଗୋଟିଏ ଷ୍ଟୀଲ୍ ପାତ୍ରରେ ଧୁଆଯାଇଥିବା ଚିକେନ୍ ଖଣ୍ଡକୁ ନେଇ ପ୍ରସ୍ତୁତି ଆରମ୍ଭ କରନ୍ତୁ.
ତାହା ବୁଡ଼ିଯିବା ପର୍ଯ୍ୟନ୍ତ ପାଣି ଦିଅନ୍ତୁ |
07:00 | ଏବେ ଏହି ଷ୍ଟୀଲ୍ ପାତ୍ରକୁ ପ୍ରେସର୍ କୂକର୍ରେ ରଖନ୍ତୁ ଏବଂ 3-4ଟି ସିଟି ଦିଅନ୍ତୁ |
07:07 | କିଛି ସମୟ ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଚିକେନ୍ ଖଣ୍ଡଗୁଡ଼ିକୁ ଥାଳିରେ କାଢ଼ିଦେଇ ଥଣ୍ଡା କରିଦିଅନ୍ତୁ |
07:15 | ତା’ପରେ, ଗାଜରକୁ 10 ମିନିଟ୍ ପର୍ଯ୍ୟନ୍ତ ସିଝାଇ ଥଣ୍ଡା କରିଦିଅନ୍ତୁ |
07:20 | ଗୋଟିଏ ଗ୍ରାଇଣ୍ଡର୍ ବ୍ୟବହାର କରି ସିଝା ଚିକେନ୍ ଖଣ୍ଡ ଓ ଗାଜରକୁ ଏକାଠି ମିଶାଇ ଭର୍ତ୍ତା ତିଆରି କରନ୍ତୁ |
07:26 | ଏହିସବୁ ରେସିପିର ପୋଷକ ତତ୍ତ୍ୱ ବିଷୟରେ କହିବାକୁ ଗଲେ - ଧ୍ୟାନ ଦିଅନ୍ତୁ ଯେ, ଏହି ରେସିପିଗୁଡ଼ିକରେ ରହିଛି -
ପ୍ରୋଟିନ୍, |
07:36 | DHA ଓ EPA, ଯାହା ହେଉଛି Omega 3 Fatty Acids |
07:42 | କୋଲିନ୍ |
07:45 | ଭିଟାମିନ୍ ଏ |
07:49 | ଭିଟାମିନ୍ ଡି |
07:52 | ଭିଟାମିନ୍ ବି3 |
07:57 | ଭିଟାମିନ୍ ବି6 |
08:01 | ଫୋଲେଟ୍ |
08:04 | ଭିଟାମିନ୍ ବି12 |
08:08 | ଜିଙ୍କ୍ |
08:11 | ମେଗ୍ନେସିୟମ୍ |
08:14 | ଆଇରନ୍ |
08:18 |
ଫସଫରସ୍ |
08:21 | କପର୍ ଓ ସେଲେନିୟମ୍ |
08:28 | ଆମିଷ ଖାଦ୍ୟରେ ଏହି ପୋଷକ ତତ୍ତ୍ୱଗୁଡ଼ିକ ସହଜରେ ମିଳିଥାଏ |
08:33 | ଏହିଗୁଡ଼ିକ, ଶିଶୁର ପ୍ରତିରକ୍ଷା ପ୍ରଣାଳୀକୁ ବୃଦ୍ଧି, ବିକାଶ ଓ ଶକ୍ତ କରିଥାଏ |
08:40 | ଏଥିସହିତ ଆମେ “6 ମାସର ଶିଶୁ ପାଇଁ ଆମିଷ ରେସିପି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |