Health-and-Nutrition/C2/Non-vegetarian-recipes-for-6-month-old-babies/Oriya

From Script | Spoken-Tutorial
Jump to: navigation, search
Time
Narration
00:00 “6 ମାସର ଶିଶୁ ପାଇଁ ଆମିଷ ରେସିପି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା - ଶିଶୁମାନଙ୍କୁ ପୂରକ ଆମିଷ ଖାଦ୍ୟ ଦେବା ଆରମ୍ଭ କରିବାର ମହତ୍ତ୍ୱ
00:17 ଏବଂ ପୂରକ ଆମିଷ ଖାଦ୍ୟ କିପରି ପ୍ରସ୍ତୁତ କରିବେ, ଯେପରି -
00:22 ଅଣ୍ଡା ଭର୍ତ୍ତା,
00:24 ମାଛ ଭର୍ତ୍ତା,

କଞ୍ଚା କଦଳୀ ମାଛ ଖେଚେଡ଼ି,

00:27 ଚିକେନ୍ ଲିଭର୍ ଭର୍ତ୍ତା ଏବଂ ଚିକେନ୍ ଗାଜର ଭର୍ତ୍ତା
00:31 ଆସନ୍ତୁ ଆରମ୍ଭ କରିବା -

ସର୍ବଦା ମନେରଖନ୍ତୁ ଯେ, ଶିଶୁ 6 ମାସର ହୋଇଯିବା ପରେ, ସେମାନଙ୍କର ପୋଷକ ତତ୍ତ୍ୱର ଆବଶ୍ୟକତା ବୃଦ୍ଧି ପାଇଥାଏ

00:42 ପୂରକ ଖାଦ୍ୟରୁ ତାକୁ 200 ପର୍ଯ୍ୟନ୍ତ କ୍ୟାଲୋରୀ ଦରକାର
00:48 ସ୍ତନ୍ୟପାନ ସହିତ ପୂରକ ଖାଦ୍ୟ ମଧ୍ୟ ଆରମ୍ଭ କରାଯିବା ଉଚିତ
00:53 ଏହିସବୁ ବ୍ୟତୀତ, ଧୀରେଧୀରେ ଶିଶୁର ବୟସ ବଢ଼ିବା ସହିତ - ଖାଦ୍ୟର ପରିମାଣ ଓ ନିରନ୍ତରତାକୁ ବଦଳାଇବାକୁ ହେବ
01:03 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଶିଶୁକୁ ଖୁଆଇବା ସମୟରେ, କପ୍ ଓ ଚାମଚ ବ୍ୟବହାର କରି ଖାଦ୍ୟର ପରିମାଣକୁ ମାପ କରିବେ
01:12 ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଆଲରେ ଏହାକୁ ବ୍ୟାଖ୍ୟା କରାଯାଇଛି
01:18 ଶିଶୁକୁ 6 ମାସ ପୂରିବା ପରେ - ପ୍ରାରମ୍ଭରେ 1 ଟେବଲ୍ ଚାମଚ ଦିନକୁ ଦୁଇଥର କରି ଆରମ୍ଭ କରନ୍ତୁ, ତା’ପରେ ଧୀରେଧୀରେ ତାହାକୁ 4 ଟେବଲ୍ ଚାମଚ ପର୍ଯ୍ୟନ୍ତ ନିଅନ୍ତୁ
01:29 ଖାଦ୍ୟକୁ ଭଲ ଭାବରେ ରାନ୍ଧି, ତାକୁ ଭର୍ତ୍ତା କରି ଶିଶୁକୁ ଦିଅନ୍ତୁ
01:35 ଏବେ ଆମେ, ଆମିଷ ଖାଦ୍ୟ ଶିଶୁମାନଙ୍କ ପାଇଁ କିପରି ମହତ୍ତ୍ୱପୂର୍ଣ୍ଣ, ତାହା ଦେଖିବା
01:40 ସମସ୍ତ ଆମିଷ ଖାଦ୍ୟ ଉତ୍ତମ ଫ୍ୟାଟ୍, ପ୍ରୋଟିନ୍ ତଥା ଅନେକ ଅନ୍ୟାନ୍ୟ ସୂକ୍ଷ୍ମପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ଥାଏ
01:48 ଏହି ପୋଷକ ତତ୍ତ୍ୱ, ଶିଶୁମାନଙ୍କର ଉଚିତ ବୃଦ୍ଧି ଓ ବିକାଶ ତଥା ସେମାନଙ୍କର ମସ୍ତିଷ୍କର ବିକାଶ ପାଇଁ ଅତ୍ୟାବଶ୍ୟକ ଅଟେ
01:57 ଶିଶୁମାନଙ୍କୁ ଦିଆଯିବା ପାଇଁ ସୁପାରିସକୃତ ଖାଦ୍ୟ ହେଉଛି ଦେଶୀ କୁକୁଡ଼ା,
02:02 ଅଣ୍ଡା, ମାଂସ ଓ ଚିଙ୍ଗୁଡ଼ି ବ୍ୟତୀତ ସମସ୍ତ ପ୍ରକାର ମାଛ, ଯାହା 1 ବର୍ଷ ପରେ ତାକୁ ଦିଆଯାଇପାରେ
02:12 ଆମିଷ ଖାଦ୍ୟ ଆରମ୍ଭ କରିବା ସମୟରେ ନିମ୍ନଲିଖିତ ଜିନିଷଗୁଡ଼ିକୁ ମନେରଖନ୍ତୁ
02:18 ଶିଶୁକୁ କୌଣସି କଞ୍ଚା ଖାଦ୍ୟ କିମ୍ୱା ପ୍ରୋସେସ୍ କରାଯାଇଥିବା ମାଂସ ଦିଅନ୍ତୁ ନାହିଁ
02:23 ତାହା ଭଲ ଭାବେ ରନ୍ଧା ଯାଇଥିବା ଉଚିତ
02:26 ଏବଂ ସବୁଠାରୁ ଜରୁରୀ କଥା ହେଉଛି, ଶିଶୁର ଖାଦ୍ୟ ରାନ୍ଧିବା ସମୟରେ କେବେବି ମାଇକ୍ରୋୱେଭ୍ ଓଭନ୍ ବ୍ୟବହାର କରନ୍ତୁ ନାହିଁ
02:34 6 ମାସର ଶିଶୁ ପାଇଁ ଆମିଷ ପୂରକ ଖାଦ୍ୟର ମହତ୍ତ୍ୱ ଓ ଆବଶ୍ୟକତା ଉପରେ ଆମେ ଆଲୋଚନା କଲେ
02:43 ଏହି ପୂରକ ଆମିଷ ଖାଦ୍ୟକୁ କିପରି ପ୍ରସ୍ତୁତ କରାଯିବ, ତାହା ଆମେ ଏବେ ଦେଖିବା
02:48 ଆସନ୍ତୁ ଅଣ୍ଡା ଭର୍ତ୍ତାରୁ ଆରମ୍ଭ କରିବା
02:53 ଏହି ଅଣ୍ଡା ଭର୍ତ୍ତା କରିବା ପାଇଁ -

1 ଅଣ୍ଡା ଓ 1/2 ଚାହା ଚାମଚ ଘିଅ କିମ୍ୱା ବଟର୍ ନିଅନ୍ତୁ

03:01 ଏହାକୁ ପ୍ରସ୍ତୁତ କରିବାକୁ, ଗୋଟିଏ ଗିନାରେ ଅଣ୍ଡାକୁ ଫଟାନ୍ତୁ
03:06 ତା’ପରେ, ଗୋଟିଏ ଷ୍ଟୀଲ୍ ପାତ୍ରରେ ଘିଅକୁ ଗରମ କରନ୍ତୁ.

ଫଟାଇଥିବା ଅଣ୍ଡାକୁ ସେଥିରେ ଢାଳନ୍ତୁ ଏବଂ ନିମ୍ନ ଆଞ୍ଚରେ ଘାଣ୍ଟିବା ଆରମ୍ଭ କରନ୍ତୁ

03:15 ମଝିରେ ମଝିରେ ତାହାକୁ ଆଞ୍ଚରୁ ଓହ୍ଲାଇ ଆଣୁଥା’ନ୍ତୁ, କାରଣ ନିରନ୍ତର ରାନ୍ଧିଲେ ତାହା ପୋଡ଼ିଯାଇପାରେ
03:21 ତାହାକୁ ଘାଣ୍ଟୁଥା’ନ୍ତୁ ଏବଂ ମୋଟା ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ
03:25 ଆଞ୍ଚ ବନ୍ଦ କରିଦିଅନ୍ତୁ. ଆପଣଙ୍କର ଅଣ୍ଡା ଭର୍ତ୍ତା ପ୍ରସ୍ତୁତ ହୋଇଗଲା
03:30 ତାହାକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଶିଶୁକୁ ଖୁଆନ୍ତୁ
03:34 ପରବର୍ତ୍ତୀ ରେସିପି ହେଉଛି ମାଛ ଭର୍ତ୍ତା
03:37 ଏହିପାଇଁ ଆମକୁ ଦରକାର - 2 ଖଣ୍ଡ ଯେକୌଣସି ସ୍ଥାନୀୟ ମାଛ, ଯେପରି -

କଳା ପାମ୍ପଲେଟ୍, ବମ୍ୱେ ଡକ୍, ଧଳା ପାମ୍ପଲେଟ୍ ଓ ସ୍କ୍ୱିଡ୍

03:50 ଗୋଟିଏ ଷ୍ଟୀଲ୍ ପାତ୍ରରେ ସଫା କରାଯାଇ ଧୁଆଯାଇଥିବା ମାଛର 2 ଖଣ୍ଡ ନିଅନ୍ତୁ
03:54 ମାଛ ବୁଡ଼ିବା ପର୍ଯ୍ୟନ୍ତ ପାଣି ଦିଅନ୍ତୁ. ସେହି ପାତ୍ରକୁ ପ୍ରେସର୍ କୂକର୍‌ରେ ରଖନ୍ତୁ
04:00 ଏବଂ 3-4ଟି ସିଟି ଦିଅନ୍ତୁ
04:04 କିଛି ସମୟ ପାଇଁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଗୋଟିଏ ପ୍ଲେଟ୍‌ରେ ମାଛ ଖଣ୍ଡଗୁଡ଼ିକୁ କାଢ଼ିଦିଅନ୍ତୁ
04:10 ଏବେ, ସେଥିରୁ କଣ୍ଟାଗୁଡ଼ିକୁ କାଢ଼ିଦିଅନ୍ତୁ
04:13 ସବୁଠାରୁ ଜରୁରୀ କଥା ହେଉଛି, ପିଲାକୁ ଖୁଆଇବା ପୂର୍ବରୁ ମାଛରୁ କଣ୍ଟାଗୁଡ଼ିକୁ ଭଲ ଭାବରେ କାଢ଼ିଦିଅନ୍ତୁ, ନହେଲେ ତାହା ପିଲାର ତଣ୍ଟିରେ ଲାଗିଯିବ
04:22 ଏବେ, ସିଝା ମାଛକୁ ଗୋଟିଏ ମିକ୍ସର୍‌ରେ ଚଲାଇଦିଅନ୍ତୁ ଏବଂ ପିଲାକୁ ଖୁଆନ୍ତୁ
04:28 ତୃତୀୟ ରେସିପି ହେଉଛି କଞ୍ଚା କଦଳୀ ମାଛ ଖେଚେଡ଼ି
04:32 ଏହାକୁ ତିଆରି କରିବା ପାଇଁ ଆମକୁ ଦରକାର 2 ଟେବଲ୍ ଚାମଚ କଞ୍ଚା କଦଳୀ ଗୁଣ୍ଡ,

ବମ୍ୱେ ଡକ୍ କିମ୍ୱା ଅନ୍ୟ ଯେକୌଣସି ସ୍ଥାନୀୟ ମାଛର 4ଟି ଛୋଟ ଖଣ୍ଡ

04:41 ପ୍ରଥମେ ଆମେ, କଞ୍ଚା କଦଳୀ ଗୁଣ୍ଡ ତିଆରିରୁ ଆରମ୍ଭ କରିବା
04:46 ଆପଣଙ୍କ ଅଞ୍ଚଳରେ ଉପଲବ୍ଧ ଯେକୌଣସି ଭେରାଇଟୀର 2ଟି କଞ୍ଚା କଦଳୀ ନିଅନ୍ତୁ
04:51 ତାହାର ଚୋପା ଛଡ଼ାଇଦିଅନ୍ତୁ. ଏବେ, ତାହାକୁ ପତଳା ପତଳା ଖଣ୍ଡରେ କାଟିଦିଅନ୍ତୁ
04:58 1-2 ଦିନ ପର୍ଯ୍ୟନ୍ତ ସେଗୁଡ଼ିକୁ ଛାଇରେ ଶୁଖାନ୍ତୁ, ଯେପର୍ଯ୍ୟନ୍ତ ତାହା ପାମ୍ପଡ଼ ନ ହୋଇଯାଇଛି
05:05 ତା’ପରେ, ଗ୍ରାଇଣ୍ଡର୍‌ରେ ସେହି ଶୁଖିଲା କଞ୍ଚା କଦଳୀକୁ ଗୁଣ୍ଡ କରିଦିଅନ୍ତୁ
05:10 ଏହି ଗୁଣ୍ଡକୁ ଚଲାଇ ମଞ୍ଜି କାଢ଼ିଦିଅନ୍ତୁ
05:13 କଞ୍ଚା କଦଳୀ ଗୁଣ୍ଡ ଏବେ ବ୍ୟବହାର ପାଇଁ ପ୍ରସ୍ତୁତ
05:17 ଏହାପରେ, ମାଛ ଭର୍ତ୍ତା ତିଆରି କରିବା ପାଇଁ - ପୂର୍ବ ରେସିପିର ନିର୍ଦ୍ଦେଶ ପାଳନ କରନ୍ତୁ
05:24 ତା’ପରେ. ଗୋଟିଏ ଗିନାରେ 2 ଟେବଲ୍ ଚାମଚ କଞ୍ଚା କଦଳୀ ଗୁଣ୍ଡ ନିଅନ୍ତୁ
05:29 3 ଚାହା ଚାମଚ ପାଣି ଦେଇ, ଟେଳାକୁ ଏଡ଼ାଇବା ପାଇଁ ଭଲ ଭାବରେ ମିଶାନ୍ତୁ
05:35 ଆବଶ୍ୟକ ହେଲେ ଅଧିକ ପାଣି ମିଶାନ୍ତୁ
05:38 ଏବେ, ଏହି ମିଶ୍ରଣକୁ ନିମ୍ନ ଆଞ୍ଚରେ 5-7 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ
05:43 ତା’ପରେ, ସେଥିରେ ମାଛ ଭର୍ତ୍ତା ମିଶାନ୍ତୁ
05:47 ମିଶ୍ରଣକୁ ଘାଣ୍ଟୁଥା’ନ୍ତୁ ଏବଂ ତାହାକୁ ନିମ୍ନ ଆଞ୍ଚରେ ଆଉ 4-5 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ
05:53 କଞ୍ଚା କଦଳୀ ମାଛ ଖେଚେଡ଼ି ଏବେ ପ୍ରସ୍ତୁତ. ତାହାକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଶିଶୁକୁ ଖୁଆନ୍ତୁ
06:01 ଏବେ, ଚତୁର୍ଥ ରେସିପି ହେଉଛି - ଚିକେନ୍ ଲିଭର୍ ଭର୍ତ୍ତା
06:06 ଏହାକୁ ତିଆରି କରିବା ପାଇଁ ଆମକୁ ଗୋଟିଏ ଚିକେନ୍ ଲିଭର୍ ଦରକାର
06:09 ପଦ୍ଧତି: ଗୋଟିଏ ଷ୍ଟୀଲ୍ ପାତ୍ରରେ ଧୁଆଯାଇଥିବା ଚିକେନ୍ ଲିଭର୍‌କୁ ନେଇ ପ୍ରସ୍ତୁତି ଆରମ୍ଭ କରନ୍ତୁ
06:15 ତାହା ବୁଡ଼ିଯିବା ପର୍ଯ୍ୟନ୍ତ ପାଣି ଦିଅନ୍ତୁ
06:18 ସେହି ଷ୍ଟୀଲ୍ ପାତ୍ରକୁ ପ୍ରେସର୍ କୂକର୍‌ରେ ରଖନ୍ତୁ
06:21 ଏବଂ 3-4ଟି ସିଟି ଦିଅନ୍ତୁ
06:25 ତାହା ଥଣ୍ଡା ହୋଇସାରିବା ପରେ, ଗୋଟିଏ ଥାଳିରେ କାଢ଼ିଦିଅନ୍ତୁ
06:29 ଗ୍ରାଇଣ୍ଡର୍ ବ୍ୟବହାର କରି ସିଝା ଚିକେନ୍‌ର ଭର୍ତ୍ତା ତିଆରି କରନ୍ତୁ ଏବଂ ପିଲାକୁ ଖୁଆନ୍ତୁ
06:37 ପଞ୍ଚମ ରେସିପି ହେଉଛି - ଚିକେନ୍ ଗାଜର ଭର୍ତ୍ତା
06:43 ଆମକୁ ଦରକାର: ଚିକେନ୍ ସୀନା (ବ୍ରେଷ୍ଟ) କିମ୍ୱା ବୋନ୍ ଲେସ୍ ଚିକେନ୍‌ର 4-5ଟି ଛୋଟ ଖଣ୍ଡ ଓ ଗୋଟିଏ ଗାଜର
06:50 ଗୋଟିଏ ଷ୍ଟୀଲ୍ ପାତ୍ରରେ ଧୁଆଯାଇଥିବା ଚିକେନ୍ ଖଣ୍ଡକୁ ନେଇ ପ୍ରସ୍ତୁତି ଆରମ୍ଭ କରନ୍ତୁ.

ତାହା ବୁଡ଼ିଯିବା ପର୍ଯ୍ୟନ୍ତ ପାଣି ଦିଅନ୍ତୁ

07:00 ଏବେ ଏହି ଷ୍ଟୀଲ୍ ପାତ୍ରକୁ ପ୍ରେସର୍ କୂକର୍‌ରେ ରଖନ୍ତୁ ଏବଂ 3-4ଟି ସିଟି ଦିଅନ୍ତୁ
07:07 କିଛି ସମୟ ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଚିକେନ୍ ଖଣ୍ଡଗୁଡ଼ିକୁ ଥାଳିରେ କାଢ଼ିଦେଇ ଥଣ୍ଡା କରିଦିଅନ୍ତୁ
07:15 ତା’ପରେ, ଗାଜରକୁ 10 ମିନିଟ୍ ପର୍ଯ୍ୟନ୍ତ ସିଝାଇ ଥଣ୍ଡା କରିଦିଅନ୍ତୁ
07:20 ଗୋଟିଏ ଗ୍ରାଇଣ୍ଡର୍ ବ୍ୟବହାର କରି ସିଝା ଚିକେନ୍ ଖଣ୍ଡ ଓ ଗାଜରକୁ ଏକାଠି ମିଶାଇ ଭର୍ତ୍ତା ତିଆରି କରନ୍ତୁ
07:26 ଏହିସବୁ ରେସିପିର ପୋଷକ ତତ୍ତ୍ୱ ବିଷୟରେ କହିବାକୁ ଗଲେ - ଧ୍ୟାନ ଦିଅନ୍ତୁ ଯେ, ଏହି ରେସିପିଗୁଡ଼ିକରେ ରହିଛି -

ପ୍ରୋଟିନ୍,

07:36 DHA ଓ EPA, ଯାହା ହେଉଛି Omega 3 Fatty Acids
07:42 କୋଲିନ୍
07:45 ଭିଟାମିନ୍ ଏ
07:49 ଭିଟାମିନ୍ ଡି
07:52 ଭିଟାମିନ୍ ବି3
07:57 ଭିଟାମିନ୍ ବି6
08:01 ଫୋଲେଟ୍
08:04 ଭିଟାମିନ୍ ବି12
08:08 ଜିଙ୍କ୍
08:11 ମେଗ୍ନେସିୟମ୍
08:14 ଆଇରନ୍

08:18

ଫସଫରସ୍
08:21 କପର୍ ଓ ସେଲେନିୟମ୍
08:28 ଆମିଷ ଖାଦ୍ୟରେ ଏହି ପୋଷକ ତତ୍ତ୍ୱଗୁଡ଼ିକ ସହଜରେ ମିଳିଥାଏ
08:33 ଏହିଗୁଡ଼ିକ, ଶିଶୁର ପ୍ରତିରକ୍ଷା ପ୍ରଣାଳୀକୁ ବୃଦ୍ଧି, ବିକାଶ ଓ ଶକ୍ତ କରିଥାଏ
08:40 ଏଥିସହିତ ଆମେ “6 ମାସର ଶିଶୁ ପାଇଁ ଆମିଷ ରେସିପି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ

ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Debosmita, Pradeep