Moodle-Learning-Management-System/C2/Courses-in-Moodle/Oriya
Time | Narration |
00:01 | Courses in Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:06 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
"କୋର୍ସ” କିପରି ତିଆରି କରାଯାଏ ଏବଂ "କୋର୍ସେସ୍"ରେ କିପରି କାର୍ଯ୍ୟ କରାଯାଏ |
00:16 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: Ubuntu Linux OS 16.04, |
00:24 | XAMPP 5.6.30, Moodle 3.3 ଓ Firefox ୱେବ୍ ବ୍ରାଉଜର୍ ମାଧ୍ୟମରେ
ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP |
00:38 | ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
00:42 | ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ |
00:50 | ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନେ "କେଟେଗୋରିଜ୍” ତିଆରି କରିବା ଜାଣିଥିବା ଉଚିତ |
00:56 | ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍ରେ ଥିବା ପ୍ରାସଙ୍ଗିକ Moodle ଟ୍ୟୁଟୋରିଆଲ୍ ଦେଖନ୍ତୁ |
01:03 | ବ୍ରାଉଜର୍କୁ ଯାଇ ନିଜର Moodle Homepage ଖୋଲନ୍ତୁ.
XAMPP Service ଚାଲୁଥିବାର ସୁନିଶ୍ଚିତ କରନ୍ତୁ |
01:11 | ନିଜର Admin Username ଓ Password ବିବରଣୀ ସହିତ ଲଗ୍ ଇନ୍ କରନ୍ତୁ |
01:16 | ଆମେ ଏବେ Admin Dashboardରେ ଅଛେ |
01:19 | ଡ୍ରୟର୍ ମେନୁ ଉପରେ କ୍ଲିକ୍ କରି ବାମପଟେ ଥିବା ନାଭିଗେଶନ୍ ମେନୁ ଖୋଲନ୍ତୁ |
01:25 | ବାମପଟେ ଥିବା Site Administration ଉପରେ କ୍ଲିକ୍ କରନ୍ତୁ |
01:29 | Courses ଟାବ୍ ଉପରେ କ୍ଲିକ୍ କରି Manage Courses and Categories ଉପରେ କ୍ଲିକ୍ କରନ୍ତୁ |
01:36 | ଏଠାରେ ଆମ ପାଖରେ Mathematics ନାମକ କେବଳ ଗୋଟିଏ "କେଟେଗୋରୀ” |
01:41 | ଏବଂ ଦୁଇଟି "ସବ୍-କେଟେଗୋରୀ” ଅଛି 1st Year Maths ଓ 2nd Year Maths, ଯେଉଁଗୁଡ଼ିକୁ ଆମେ ପୂର୍ବରୁ ତିଆରି କରିଥିଲେ |
01:50 | ଏବେ, Mathematics ଅନ୍ତର୍ଗତ ଗୋଟିଏ ନୂଆ "କୋର୍ସ” ତିଆରି କରନ୍ତୁ |
01:55 | ଏଥିପାଇଁ, Create New Course ଉପରେ କ୍ଲିକ୍ କରନ୍ତୁ |
01:59 | Add a New Course ସ୍କ୍ରୀନ୍ରେ, ସମସ୍ତ "ଫିଲ୍ଡ” ଦେଖିବା ପାଇଁ ଉପର ଡାହାଣପଟେ ଥିବା Expand All ଉପରେ କ୍ଲିକ୍ କରନ୍ତୁ |
02:12 | Course Full Name ଟେକ୍ସଟ୍ ବକ୍ସରେ Calculus ଟାଇପ୍ କରନ୍ତୁ |
02:18 | Course Short Nameରେ ପୁଣିଥରେ Calculus ଟାଇପ୍ କରନ୍ତୁ |
02:24 | Breadcrumbs ଓ “କୋର୍ସ” ସମ୍ପର୍କିତ ଇମେଲ୍ଗୁଡ଼ିକରେ Course Short Name ବ୍ୟବହାର କରାଯିବ |
02:31 | ଏହା, Course Full Nameଠାରୁ ଭିନ୍ନ ମଧ୍ୟ ହୋଇପାରେ |
02:35 | ଦେଖନ୍ତୁ, "କୋର୍ସ କେଟେଗୋରୀ” ହେଉଛି Mathematics |
02:40 | ପରବର୍ତ୍ତୀ ବିକଳ୍ପ ହେଉଛି "କୋର୍ସ ଭିଜିବିଲିଟୀ". ଡିଫଲ୍ଟ ଭାବରେ Show ସିଲେକ୍ଟ ହୋଇଥାଏ |
02:48 | ଅନ୍ୟ "କୋର୍ସ"ଗୁଡ଼ିକ ମଧ୍ୟରେ ଏହି "କୋର୍ସ”କୁ ପ୍ରଦର୍ଶିତ କରାଯିବ କି ନାହିଁ, ତାହା Visible ସେଟିଙ୍ଗ୍ ନିର୍ଦ୍ଧାରଣ କରିଥାଏ |
02:56 | ଏକ ଲୁକ୍କାୟିତ "କୋର୍ସ” କେବଳ ସେହିମାନଙ୍କୁ ଦେଖାଯିବ, ଯେଉଁମାନଙ୍କୁ Admin, Course Creator, Teacher, Manager ଭଳି "କୋର୍ସ” ଆବଣ୍ଟିତ ହୋଇଥିବ |
03:08 | ଆମେ ଏହି ସେଟିଙ୍ଗକୁ ସେହିପରି ଛାଡ଼ିଦେବା |
03:12 | ପରବର୍ତ୍ତୀ ହେଉଛି Course Start Date |
03:16 | ଯଦି "କୋର୍ସ"ଟି ଏକ ନିର୍ଦ୍ଦିଷ୍ଟ ତାରିଖରେ ଆରମ୍ଭ ହୋଇଥାଏ, ଯେପରି ସେମେଷ୍ଟର୍ ଆରମ୍ଭ ତାରିଖ, ତେବେ ତାହାକୁ Start Dateରେ ଚୟନ କରନ୍ତୁ |
03:25 | ଏହାର ଅର୍ଥ ହେଉଛି, Start Date ପର୍ଯ୍ୟନ୍ତ ଏହି “କୋର୍ସ” ବିଦ୍ୟାର୍ଥୀମାନଙ୍କୁ ଦେଖାଯିବ ନାହିଁ |
03:32 | ଡିଫଲ୍ଟ ଭାବରେ Course End Date ସକ୍ଷମ ହୋଇଥାଏ ଏବଂ “କୋର୍ସ” ଆରମ୍ଭ ହେବା ତାରିଖରେ ସେଟ୍ କରାଯାଇଥାଏ |
03:42 | ଚେକ୍ ବକ୍ସରେ କ୍ଲିକ୍ କରି ତାହାକୁ ଅକ୍ଷମ କରିଦିଅନ୍ତୁ. ଏହାର ଅର୍ଥ ହେଉଛି “କୋର୍ସ”ଟି କେବେବି ସମାପ୍ତ ହେବ ନାହିଁ |
03:51 | ହେଲେ, ଯଦି “କୋର୍ସ” ପାଇଁ କୌଣସି End Date ଥାଏ, ତେବେ ଏଠାରେ ଆପଣ ଚେକ୍ ବକ୍ସକୁ ସକ୍ଷମ କରିପାରିବେ.
ତା’ପରେ, ନିଜ ଆବଶ୍ୟକତା ଅନୁସାରେ ତାରିଖ ଚୟନ କରିପାରିବେ |
04:02 | ଜରୁରୀ ସୂଚନା: ଚୟନିତ End Date ପରେ ଏହି “କୋର୍ସ” ବିଦ୍ୟାର୍ଥୀମାନଙ୍କୁ ଦେଖାଯିବ ନାହିଁ.
ଏହାକୁ ସେହିପରି ଛାଡ଼ିଦିଅନ୍ତୁ |
04:13 | Course ID Number, Category ID Number ଭଳି ସମାନ ଅଟେ.
Course ID Number ହେଉଛି ଏକ ଇଚ୍ଛାଧୀନ ଫିଲ୍ଡ |
04:22 | ଏହା, “ଅଫଲାଇନ୍ Courses” ସହିତ Courseକୁ ଚିହ୍ନଟ କରିବା ପାଇଁ ଆଡମିନ୍ ୟୁଜର୍ମାନଙ୍କ ପାଇଁ ଅଟେ |
04:28 | ଆପଣଙ୍କର କଲେଜ୍, Courses ପାଇଁ ବ୍ୟବହାର କରୁଥିବା IDକୁ ଆପଣ ଏଠାରେ ବ୍ୟବହାର କରିପାରିବେ.
ଅନ୍ୟ Moodle ୟୁଜର୍ସଙ୍କୁ ଏହି ଫିଲ୍ଡ ଦେଖାଯିବ ନାହିଁ |
04:40 | ଏହି ଫିଲ୍ଡ ଇଚ୍ଛାଧୀନ ଅଟେ ଏବଂ ୱେବ୍ ସାଇଟ୍ରେ କେଉଁଠାରେ ଦେଖାଯାଏ ନାହିଁ. ଏହାକୁ ଖାଲି ଛାଡ଼ିଦିଅନ୍ତୁ |
04:49 | Description ତଳେ 2ଟି ଫିଲ୍ଡ ଅଛି: Course Summary ଓ Course Summary files |
04:59 | Coures Summary ଇଚ୍ଛାଧୀନ ହେଲେ ସୁଦ୍ଧା ଜରୁରୀ ଫିଲ୍ଡ ଅଟେ. କାରଣ, ଜଣେ "ୟୁଜର୍” କିଛି ସର୍ଚ୍ଚ କରୁଥିବାବେଳେ Course Summary ଟେକ୍ସଟ୍ ମଧ୍ୟ ସ୍କାନ୍ କରାଯାଇଥାଏ |
05:13 | ଏଠାରେ, ଟପିକ୍ ନାମଗୁଡ଼ିକୁ ତାଲିକାଭୁକ୍ତ କଲେ ଭଲ.
ନିମ୍ନଲିଖିତ ଟାଇପ୍ କରନ୍ତୁ: Topic Covered in this Calculus Course are: Limits, Grahph of a Function, Factorial. |
05:29 | "କୋର୍ସ"ଗୁଡ଼ିକର ତାଲିକା ସହିତ Course Summary ମଧ୍ୟ ଦେଖାଦେଇଥାଏ |
05:35 | Course Summary ଫାଇଲ୍ ଗୁଡ଼ିକୁ Course Summary Files ଫିଲ୍ଡରେ ହିଁ ଅପଲୋଡ୍ କରାଯିବା ଦରକାର |
05:42 | ଡିଫଲ୍ଟ ଭାବରେ, କେବଳ JPG, GIF ଓ PNG ଫାଇଲ୍ଗୁଡ଼ିକୁ ହିଁ Course Summary Files ଭାବରେ ଅନୁମତି ଦିଆଯାଇଛି.
ଏବେ କୌଣସି ଫାଇଲ୍ "ଅପଲୋଡ୍” କରିବାକୁ ନଥିବାରୁ, ଏହାକୁ ଛାଡ଼ିଦିଅନ୍ତୁ |
05:57 | ବିଦ୍ୟାର୍ଥୀମାନଙ୍କ ପାଇଁ ବ୍ୟବସ୍ଥିତ କରାଯାଇଥିବା ସମ୍ୱଳ ଓ କାର୍ଯ୍ୟକଳାପର ମାର୍ଗକୁ Course Format ସନ୍ଦର୍ଭିତ କରିଥାଏ |
06:06 | Format ଡ୍ରପ୍-ଡାଉନ୍ ରେ 4ଟି ବିକଳ୍ପ ଅଛି -
Single Activity Format, Social Format, Topics Format ଓ Weekly Format |
06:20 | ଏପରି "କୋର୍ସେସ୍” ଅଛି, ଯାହା ସପ୍ତାହ ସପ୍ତାହ ଧରି ଚାଲିଥାଏ |
06:24 | ଯଦି ଆପଣଙ୍କର "କୋର୍ସ” ସେହିପରି ହୋଇଥାଏ, ତେବେ Weekly Format ଚୟନ କରନ୍ତୁ |
06:30 | ସ୍ପଷ୍ଟ ଆରମ୍ଭ ତାରିଖ ଓ ସମାପ୍ତି ତାରିଖ ସହ "କୋର୍ସ"ର ପ୍ରତ୍ୟେକ ସପ୍ତାହ ପାଇଁ Moodle ଗୋଟିଏ ବିଭାଗ ତିଆରି କରିବ |
06:39 | ଏପରି "କୋର୍ସେସ୍” ଅଛି, ଯାହା ବିଷୟ ୱାରୀ ଚାଲିଥାଏ. "କୋର୍ସ” ସେହିପରି ହୋଇଥାଏ, ତେବେ Topics Format ଚୟନ କରନ୍ତୁ |
06:49 | “କୋର୍ସ”ର ପ୍ରତ୍ୟେକ "ଟପିକ୍” ପାଇଁ Moodle ଗୋଟିଏ ବିଭାଗ ତିଆରି କରିବ |
06:55 | ଏହି ଫିଲ୍ଡ ପାଇଁ ଡିଫଲ୍ଟ ଭାଲ୍ୟୁ ହେଉଛି Topic Format. ଆମେ ତାହାକୁ ସେହିପରି ଛାଡ଼ିଦେବା |
07:03 | ଡିଫଲ୍ଟ ଭାବରେ, ବିଭାଗଗୁଡ଼ିକର ସଂଖ୍ୟା ହେଉଛି 4 |
07:07 | ଯଦି ଆପଣଙ୍କର "କୋର୍ସ”, 4ଟି ଟପିକ୍ରୁ ଅଧିକ କିମ୍ୱା କମ୍ରେ ବିଭକ୍ତ ହୋଇଥାଏ, ତେବେ ଆବଶ୍ୟକତା ଅନୁସାରେ ଏହାକୁ ବଦଳାଇଦିଅନ୍ତୁ.
ମୁଁ ଏହାକୁ 5 କରିବି |
07:20 | ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଅନ୍ୟ ଫର୍ମାଟ୍ ବିଷୟରେ ଆଲୋଚନା କରିବା |
07:25 | ଅବଶିଷ୍ଟ ବିକଳ୍ପଗୁଡ଼ିକୁ ଅପରିବର୍ତ୍ତିତ ରଖନ୍ତୁ.
ପେଜ୍ ତଳକୁ ସ୍କ୍ରୋଲ୍ କରି Save and Display ବଟନ୍ ଉପରେ କ୍ଲିକ୍ କରନ୍ତୁ |
07:36 | ଆମକୁ, Enrolled Users ପେଜ୍କୁ ରିଡାଇରେକ୍ଟ କରିଦିଆଯିବ. ପରବର୍ତ୍ତୀ ଟ୍ୟୁଟୋରିଆଲରେ ଆମେ User Enrollment ବିଷୟରେ ଶିଖିବା |
07:46 | ଏବେ ପାଇଁ ଆମେ, Category Mathematics ଅନ୍ତର୍ଗତ ଆମର ପ୍ରଥମ "କୋର୍ସ” Calculusକୁ ସଫଳତାପୂର୍ବକ ତିଆରି କରିଦେଇଛେ |
07:56 | ଏହି "କୋର୍ସ ପେଜ୍"ରେ ଥିବାବେଳେ, ବାମପଟେ ଥିବା ମେନୁଟି ବଦଳିଯାଇଥିବାର ଦେଖନ୍ତୁ |
08:03 | ବାମପଟେ ଥିବ ନାଭିଗେଶନ୍ ମେନୁରେ, ଆମେ ତିଆରି କରିଥିବା "କୋର୍ସ” ସମ୍ପର୍କିତ ମେନୁଗୁଡ଼ିକ ରହିଛି.
ଏଥିରେ Participants, Grades ଆଦି ରହିଛି |
08:15 | ବାମପଟେ ଥିବା କୋର୍ସ ନାମ, Calculus ଉପରେ କ୍ଲିକ୍ କରନ୍ତୁ |
08:20 | ଦେଖନ୍ତୁ, ଏଠାରେ 5ଟି ଟପିକ୍ ଦେଖାଯାଉଛି. ସେଗୁଡ଼ିକୁ Topic 1, Topic 2 ଆଦି ଭାବରେ ନାମିତ କରାଯାଇଛି.
ମନେପକାନ୍ତୁ, ପୂର୍ବରୁ ଆମେ ଏହି ସଂଖ୍ୟା, 5 ଦେଇଥିଲେ |
08:34 | ପେଜ୍ର ଉପର ଡାହାଣପଟେ ଥିବା "ଗିଅର୍” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
08:39 | Edit Settings ଉପରେ କ୍ଲିକ୍ କରନ୍ତୁ.
ଏହା, ଆମେ ଏହି "କୋର୍ସ” ତିଆରି କରିବେଳେ ଯେଉଁ ପେଜ୍ରେ ଥିଲେ, ସେହିଭଳି ଗୋଟିଏ ସମାନ ପେଜ୍ ଖୋଲିବ |
08:51 | ଏହି ପେଜ୍ ରେ ଆମେ ପୂର୍ବବର୍ତ୍ତୀ ସେଟିଙ୍ଗକୁ ବଦଳାଇପାରିବା.
Course Start Dateକୁ ବଦଳାଇ ମୁଁ 15th October 2017 କରିବି |
09:04 | ପେଜ୍ ତଳକୁ ସ୍କ୍ରୋଲ୍ କରି Save and Display ବଟନ୍ ଉପରେ କ୍ଲିକ୍ କରନ୍ତୁ |
09:11 | ଆମେ, "ଗିଅର୍” ମେନୁ ଅନ୍ତର୍ଗତ ଅନ୍ୟ ସବ୍-ମେନୁଗୁଡ଼ିକ ବିଷୟରେ ପରେ ଜାଣିବା |
09:17 | ଏବେ ଆସନ୍ତୁ, ଆମ "କୋର୍ସ"ର ଗଠନକୁ ଟିକିଏ ବଦଳାଇବା |
09:22 | Site Administration ଉପରେ କ୍ଲିକ୍ କରନ୍ତୁ.
Courses ଉପରେ କ୍ଲିକ୍ କରି Manage Courses and Categories ଉପରେ କ୍ଲିକ୍ କରନ୍ତୁ |
09:31 | ଆମେ ତିଅରି କରିଥିବା "କୋର୍ସ"କୁ ଦେଖିବା ପାଇଁ Mathematics Category ଉପରେ କ୍ଲିକ୍ କରନ୍ତୁ. “କୋର୍ସ"ର ଡାହାଣପଟେ 3ଟି ଆଇକନ୍ ଥିବାର ଦେଖନ୍ତୁ |
09:42 | ସେଗୁଡ଼ି଼କ କ’ଣ ଦେଖିବା ପାଇଁ ଆଇକନ୍ଗୁଡ଼ିକ ଉପରେ ମାଉସ୍ ରଖନ୍ତୁ |
09:46 | ଗୋଟିଏ "କୋର୍ସ"କୁ ଏଡିଟ୍ କରିବା ପାଇଁ "ଗିଅର୍” ଆଇକନ୍ ରହିଛି. ଗୋଟିଏ "କୋର୍ସ"କୁ ଡିଲିଟ୍ କରିବା ପାଇଁ Delete ବା Trash ଆଇକନ୍ ରହିଛି |
09:55 | ଏବଂ ଗୋଟିଏ "କୋର୍ସ"କୁ ଲୁଚାଇବା ପାଇଁ Eye ଆଇକନ୍ ରହିଛି |
10:01 | ଗୋଟିଏ ଲୁକ୍କାୟିତ Courseକୁ ସୂଚିତ କରିବା ପାଇଁ ଆଖି ଉପରେ ଗାର ପଡ଼ିଥିବ |
10:07 | Course Settingsକୁ ଏଡିଟ୍ କରିବା ପାଇଁ “କୋର୍ସ” ନାମର ଡାହାଣପଟେ ଥିବା “ଗିଅର୍” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
10:14 | ମୁଁ Course Summaryରେ ସଂଶୋଧନ କରି ବିଦ୍ୟମାନ ଟପିକ୍ ଗୁଡ଼ିକରେ Binomials ଯୋଡ଼ିବି.
ଅବଶିଷ୍ଟ ସେଟିଙ୍ଗ୍ ଅପରିବର୍ତ୍ତିତ ରହିବ |
10:25 | ପେଜ୍ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ଏଥରକ Save and Return ବଟନ୍ ଉପରେ କ୍ଲିକ୍ କରନ୍ତୁ |
10:34 | ଗୋଟିଏ ଛୋଟ ଆସାଇନମେଣ୍ଟ ଭାବେ: କେଟେଗୋରୀ Mathematics ଅନ୍ତର୍ଗତ ଏକ ନୂଆ "କୋର୍ସ” Linear Algebra ତିଆରି କରନ୍ତୁ |
10:44 | ଏବେ ପାଇଁ ଏହି "କୋର୍ସ"କୁ ଲୁଚାଇଦିଅନ୍ତୁ |
10:47 | Course Summaryରେ ନିମ୍ନ ଟପିକ୍ ଗୁଡ଼ିକୁ ଉଲ୍ଲେଖ କରନ୍ତୁ: Linear Equations, Matrics ଓ Vectors.
Save and Return ବଟନ୍ ଉପରେ କ୍ଲିକ୍ କରନ୍ତୁ |
11:00 | ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଆସାଇନମେଣ୍ଟ ସରିବା ପରେ ପୁଣି ଆରମ୍ଭ କରନ୍ତୁ |
11:06 | ଏବେ ଆମ ପାଖରେ, Mathematics ଅନ୍ତର୍ଗତ 2ଟି କୋର୍ସ ଅଛି: Calculus ଓ Linear Algebra |
11:14 | ଦେଖନ୍ତୁ, Courses ପାଖରେ ଏବେ ଗୋଟିଏ ନୂଆ ଆଇକନ୍ ଦେଖାଦେଉଛି |
11:20 | Coursesର କ୍ରମକୁ ପୁନଃ-ବ୍ୟବସ୍ଥିତ କରିବା ପାଇଁ ଉପର ଓ ତଳ ଆରୋ କୀ’ ଅଛି |
11:26 | Drag and Drop ଫିଚର୍ ବ୍ୟବହାର କରି ମଧ୍ୟ ଆମେ କ୍ରମକୁ ବଦଳାଇପାରିବା.
Linear Algebra Course ଉପରକୁ Calculus Course ନିଅନ୍ତୁ |
11:36 |
ଉଭୟ "କୋର୍ସ” 1ମ ବର୍ଷର ବିଦ୍ୟାର୍ଥୀମାନଙ୍କ ପାଇଁ.
ତେଣୁ, ସେଗୁଡ଼ିକୁ 1st Year Maths ସବ୍-କେଟେଗୋରୀକୁ ନେଇଯାଆନ୍ତୁ |
11:47 | 2ଟି “କୋର୍ସ”କୁ ଚୟନ କରିବା ପାଇଁ ବାମପଟେ ଥିବା ଚେକ୍ ବକ୍ସ ଉପରେ ଚେକ୍ କରନ୍ତୁ |
11:53 | Move Selected Courses To ଡ୍ରପ୍-ଡାଉନ୍ ରେ Mathematics / 1st year Maths ଚୟନ କରନ୍ତୁ |
12:02 | ଏବଂ Move ବଟନ୍ ଉପରେ କ୍ଲିକ୍ କରନ୍ତୁ |
12:04 | ଆମକୁ ଏକ ସଫଳ ବାର୍ତ୍ତା ମିଳିବ - Successfully moved 2 courses into 1st year Maths |
12:14 | ଦେଖନ୍ତୁ, Mathematics ଅନ୍ତର୍ଗତ "କୋର୍ସେସ୍"ଗୁଡ଼ିକର ସଂଖ୍ୟା 0 ହୋଇଗଲା ଏବଂ 1st year Mathsରେ ସଂଖ୍ୟା 2 ହୋଇଗଲା |
12:24 | 1st Year Maths ସବ୍-କେଟେଗୋରୀ ଉପରେ କ୍ଲିକ୍ କରନ୍ତୁ |
12:28 | ଏହି ସବ୍-କେଟେଗୋରୀରେ ଆମର “କୋର୍ସ”ଗୁଡ଼ିକ ତାଲିକାଭୁକ୍ତ ହୋଇଛି |
12:33 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
12:38 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ - ଗୋଟିଏ “କୋର୍ସ” କିପରି ତିଆରି କରିବେ,
“କୋର୍ସ”ଗୁଡ଼ିକରେ Edit, Move ଆଦି କାର୍ଯ୍ୟ କିପରି କରିବେ |
12:50 | ଏକ ଆସାଇନମେଣ୍ଟ ଭାବେ :
Mathematics ଅନ୍ତର୍ଗତ 2nd Year Maths ସବ୍-କେଟେଗୋରୀରେ 2ଟି “କୋର୍ସ” ଯୋଡ଼ନ୍ତୁ - |
13:00 | Multivariable Calculus ଓ Advanced Algebra |
13:06 | ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Code Files ଲିଙ୍କ୍ ଦେଖନ୍ତୁ |
13:12 | 15th October 2017ରେ ଆରମ୍ଭ ହେବାପାଇଁ “କୋର୍ସ”ଗୁଡ଼ିକୁ ଏଡିଟ୍ କରନ୍ତୁ |
13:18 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
13:26 | ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.
ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
13:36 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
13:40 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
13:53 | IIT Bombay ତରଫରୁ
ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |