Moodle-Learning-Management-System/C2/Courses-in-Moodle/Oriya

From Script | Spoken-Tutorial
Jump to: navigation, search
Time Narration
00:01 Courses in Moodle ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

"କୋର୍ସ” କିପରି ତିଆରି କରାଯାଏ ଏବଂ "କୋର୍ସେସ୍"ରେ କିପରି କାର୍ଯ୍ୟ କରାଯାଏ

00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: Ubuntu Linux OS 16.04,
00:24 XAMPP 5.6.30, Moodle 3.3 ଓ Firefox ୱେବ୍ ବ୍ରାଉଜର୍ ମାଧ୍ୟମରେ

ପ୍ରାପ୍ତ କରାଯାଇଥିବା Apache, MariaDB ଓ PHP

00:38 ଆପଣ ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:42 ହେଲେ, ଡିସପ୍ଲେ ଅସ୍ଥିରତା କାରଣରୁ Internet Explorer ବ୍ୟବହାର କରନ୍ତୁ ନାହିଁ
00:50 ଏହି ଟ୍ୟୁଟୋରିଆଲର ଶିକ୍ଷାର୍ଥୀମାନେ "କେଟେଗୋରିଜ୍” ତିଆରି କରିବା ଜାଣିଥିବା ଉଚିତ
00:56 ଯଦି ନାହିଁ, ତେବେ ଏହି ୱେବ୍ ସାଇଟ୍‌ରେ ଥିବା ପ୍ରାସଙ୍ଗିକ Moodle ଟ୍ୟୁଟୋରିଆଲ୍ ଦେଖନ୍ତୁ
01:03 ବ୍ରାଉଜର୍‌କୁ ଯାଇ ନିଜର Moodle Homepage ଖୋଲନ୍ତୁ.

XAMPP Service ଚାଲୁଥିବାର ସୁନିଶ୍ଚିତ କରନ୍ତୁ

01:11 ନିଜର Admin Username ଓ Password ବିବରଣୀ ସହିତ ଲଗ୍ ଇନ୍ କରନ୍ତୁ
01:16 ଆମେ ଏବେ Admin Dashboardରେ ଅଛେ
01:19 ଡ୍ରୟର୍ ମେନୁ ଉପରେ କ୍ଲିକ୍ କରି ବାମପଟେ ଥିବା ନାଭିଗେଶନ୍ ମେନୁ ଖୋଲନ୍ତୁ
01:25 ବାମପଟେ ଥିବା Site Administration ଉପରେ କ୍ଲିକ୍ କରନ୍ତୁ
01:29 Courses ଟାବ୍ ଉପରେ କ୍ଲିକ୍ କରି Manage Courses and Categories ଉପରେ କ୍ଲିକ୍ କରନ୍ତୁ
01:36 ଏଠାରେ ଆମ ପାଖରେ Mathematics ନାମକ କେବଳ ଗୋଟିଏ "କେଟେଗୋରୀ”
01:41 ଏବଂ ଦୁଇଟି "ସବ୍-କେଟେଗୋରୀ” ଅଛି 1st Year Maths ଓ 2nd Year Maths, ଯେଉଁଗୁଡ଼ିକୁ ଆମେ ପୂର୍ବରୁ ତିଆରି କରିଥିଲେ
01:50 ଏବେ, Mathematics ଅନ୍ତର୍ଗତ ଗୋଟିଏ ନୂଆ "କୋର୍ସ” ତିଆରି କରନ୍ତୁ
01:55 ଏଥିପାଇଁ, Create New Course ଉପରେ କ୍ଲିକ୍ କରନ୍ତୁ
01:59 Add a New Course ସ୍କ୍ରୀନ୍‌ରେ, ସମସ୍ତ "ଫିଲ୍ଡ” ଦେଖିବା ପାଇଁ ଉପର ଡାହାଣପଟେ ଥିବା Expand All ଉପରେ କ୍ଲିକ୍ କରନ୍ତୁ
02:12 Course Full Name ଟେକ୍ସଟ୍ ବକ୍ସରେ Calculus ଟାଇପ୍ କରନ୍ତୁ
02:18 Course Short Nameରେ ପୁଣିଥରେ Calculus ଟାଇପ୍ କରନ୍ତୁ
02:24 Breadcrumbs ଓ “କୋର୍ସ” ସମ୍ପର୍କିତ ଇମେଲ୍‌ଗୁଡ଼ିକରେ Course Short Name ବ୍ୟବହାର କରାଯିବ
02:31 ଏହା, Course Full Nameଠାରୁ ଭିନ୍ନ ମଧ୍ୟ ହୋଇପାରେ
02:35 ଦେଖନ୍ତୁ, "କୋର୍ସ କେଟେଗୋରୀ” ହେଉଛି Mathematics
02:40 ପରବର୍ତ୍ତୀ ବିକଳ୍ପ ହେଉଛି "କୋର୍ସ ଭିଜିବିଲିଟୀ". ଡିଫଲ୍ଟ ଭାବରେ Show ସିଲେକ୍ଟ ହୋଇଥାଏ
02:48 ଅନ୍ୟ "କୋର୍ସ"ଗୁଡ଼ିକ ମଧ୍ୟରେ ଏହି "କୋର୍ସ”କୁ ପ୍ରଦର୍ଶିତ କରାଯିବ କି ନାହିଁ, ତାହା Visible ସେଟିଙ୍ଗ୍ ନିର୍ଦ୍ଧାରଣ କରିଥାଏ
02:56 ଏକ ଲୁକ୍କାୟିତ "କୋର୍ସ” କେବଳ ସେହିମାନଙ୍କୁ ଦେଖାଯିବ, ଯେଉଁମାନଙ୍କୁ Admin, Course Creator, Teacher, Manager ଭଳି "କୋର୍ସ” ଆବଣ୍ଟିତ ହୋଇଥିବ
03:08 ଆମେ ଏହି ସେଟିଙ୍ଗକୁ ସେହିପରି ଛାଡ଼ିଦେବା
03:12 ପରବର୍ତ୍ତୀ ହେଉଛି Course Start Date
03:16 ଯଦି "କୋର୍ସ"ଟି ଏକ ନିର୍ଦ୍ଦିଷ୍ଟ ତାରିଖରେ ଆରମ୍ଭ ହୋଇଥାଏ, ଯେପରି ସେମେଷ୍ଟର୍ ଆରମ୍ଭ ତାରିଖ, ତେବେ ତାହାକୁ Start Dateରେ ଚୟନ କରନ୍ତୁ
03:25 ଏହାର ଅର୍ଥ ହେଉଛି, Start Date ପର୍ଯ୍ୟନ୍ତ ଏହି “କୋର୍ସ” ବିଦ୍ୟାର୍ଥୀମାନଙ୍କୁ ଦେଖାଯିବ ନାହିଁ
03:32 ଡିଫଲ୍ଟ ଭାବରେ Course End Date ସକ୍ଷମ ହୋଇଥାଏ ଏବଂ “କୋର୍ସ” ଆରମ୍ଭ ହେବା ତାରିଖରେ ସେଟ୍ କରାଯାଇଥାଏ
03:42 ଚେକ୍ ବକ୍ସରେ କ୍ଲିକ୍ କରି ତାହାକୁ ଅକ୍ଷମ କରିଦିଅନ୍ତୁ. ଏହାର ଅର୍ଥ ହେଉଛି “କୋର୍ସ”ଟି କେବେବି ସମାପ୍ତ ହେବ ନାହିଁ
03:51 ହେଲେ, ଯଦି “କୋର୍ସ” ପାଇଁ କୌଣସି End Date ଥାଏ, ତେବେ ଏଠାରେ ଆପଣ ଚେକ୍ ବକ୍ସକୁ ସକ୍ଷମ କରିପାରିବେ.

ତା’ପରେ, ନିଜ ଆବଶ୍ୟକତା ଅନୁସାରେ ତାରିଖ ଚୟନ କରିପାରିବେ

04:02 ଜରୁରୀ ସୂଚନା: ଚୟନିତ End Date ପରେ ଏହି “କୋର୍ସ” ବିଦ୍ୟାର୍ଥୀମାନଙ୍କୁ ଦେଖାଯିବ ନାହିଁ.

ଏହାକୁ ସେହିପରି ଛାଡ଼ିଦିଅନ୍ତୁ

04:13 Course ID Number, Category ID Number ଭଳି ସମାନ ଅଟେ.

Course ID Number ହେଉଛି ଏକ ଇଚ୍ଛାଧୀନ ଫିଲ୍ଡ

04:22 ଏହା, “ଅଫଲାଇନ୍ Courses” ସହିତ Courseକୁ ଚିହ୍ନଟ କରିବା ପାଇଁ ଆଡମିନ୍ ୟୁଜର୍‌ମାନଙ୍କ ପାଇଁ ଅଟେ
04:28 ଆପଣଙ୍କର କଲେଜ୍, Courses ପାଇଁ ବ୍ୟବହାର କରୁଥିବା IDକୁ ଆପଣ ଏଠାରେ ବ୍ୟବହାର କରିପାରିବେ.

ଅନ୍ୟ Moodle ୟୁଜର୍ସଙ୍କୁ ଏହି ଫିଲ୍ଡ ଦେଖାଯିବ ନାହିଁ

04:40 ଏହି ଫିଲ୍ଡ ଇଚ୍ଛାଧୀନ ଅଟେ ଏବଂ ୱେବ୍ ସାଇଟ୍‌ରେ କେଉଁଠାରେ ଦେଖାଯାଏ ନାହିଁ. ଏହାକୁ ଖାଲି ଛାଡ଼ିଦିଅନ୍ତୁ
04:49 Description ତଳେ 2ଟି ଫିଲ୍ଡ ଅଛି: Course Summary ଓ Course Summary files
04:59 Coures Summary ଇଚ୍ଛାଧୀନ ହେଲେ ସୁଦ୍ଧା ଜରୁରୀ ଫିଲ୍ଡ ଅଟେ. କାରଣ, ଜଣେ "ୟୁଜର୍” କିଛି ସର୍ଚ୍ଚ କରୁଥିବାବେଳେ Course Summary ଟେକ୍ସଟ୍ ମଧ୍ୟ ସ୍କାନ୍ କରାଯାଇଥାଏ
05:13 ଏଠାରେ, ଟପିକ୍ ନାମଗୁଡ଼ିକୁ ତାଲିକାଭୁକ୍ତ କଲେ ଭଲ.

ନିମ୍ନଲିଖିତ ଟାଇପ୍ କରନ୍ତୁ: Topic Covered in this Calculus Course are: Limits, Grahph of a Function, Factorial.

05:29 "କୋର୍ସ"ଗୁଡ଼ିକର ତାଲିକା ସହିତ Course Summary ମଧ୍ୟ ଦେଖାଦେଇଥାଏ
05:35 Course Summary ଫାଇଲ୍ ଗୁଡ଼ିକୁ Course Summary Files ଫିଲ୍ଡରେ ହିଁ ଅପଲୋଡ୍ କରାଯିବା ଦରକାର
05:42 ଡିଫଲ୍ଟ ଭାବରେ, କେବଳ JPG, GIF ଓ PNG ଫାଇଲ୍‌ଗୁଡ଼ିକୁ ହିଁ Course Summary Files ଭାବରେ ଅନୁମତି ଦିଆଯାଇଛି.

ଏବେ କୌଣସି ଫାଇଲ୍ "ଅପଲୋଡ୍” କରିବାକୁ ନଥିବାରୁ, ଏହାକୁ ଛାଡ଼ିଦିଅନ୍ତୁ

05:57 ବିଦ୍ୟାର୍ଥୀମାନଙ୍କ ପାଇଁ ବ୍ୟବସ୍ଥିତ କରାଯାଇଥିବା ସମ୍ୱଳ ଓ କାର୍ଯ୍ୟକଳାପର ମାର୍ଗକୁ Course Format ସନ୍ଦର୍ଭିତ କରିଥାଏ
06:06 Format ଡ୍ରପ୍-ଡାଉନ୍ ରେ 4ଟି ବିକଳ୍ପ ଅଛି -

Single Activity Format, Social Format, Topics Format ଓ Weekly Format

06:20 ଏପରି "କୋର୍ସେସ୍” ଅଛି, ଯାହା ସପ୍ତାହ ସପ୍ତାହ ଧରି ଚାଲିଥାଏ
06:24 ଯଦି ଆପଣଙ୍କର "କୋର୍ସ” ସେହିପରି ହୋଇଥାଏ, ତେବେ Weekly Format ଚୟନ କରନ୍ତୁ
06:30 ସ୍ପଷ୍ଟ ଆରମ୍ଭ ତାରିଖ ଓ ସମାପ୍ତି ତାରିଖ ସହ "କୋର୍ସ"ର ପ୍ରତ୍ୟେକ ସପ୍ତାହ ପାଇଁ Moodle ଗୋଟିଏ ବିଭାଗ ତିଆରି କରିବ
06:39 ଏପରି "କୋର୍ସେସ୍” ଅଛି, ଯାହା ବିଷୟ ୱାରୀ ଚାଲିଥାଏ. "କୋର୍ସ” ସେହିପରି ହୋଇଥାଏ, ତେବେ Topics Format ଚୟନ କରନ୍ତୁ
06:49 “କୋର୍ସ”ର ପ୍ରତ୍ୟେକ "ଟପିକ୍” ପାଇଁ Moodle ଗୋଟିଏ ବିଭାଗ ତିଆରି କରିବ
06:55 ଏହି ଫିଲ୍ଡ ପାଇଁ ଡିଫଲ୍ଟ ଭାଲ୍ୟୁ ହେଉଛି Topic Format. ଆମେ ତାହାକୁ ସେହିପରି ଛାଡ଼ିଦେବା
07:03 ଡିଫଲ୍ଟ ଭାବରେ, ବିଭାଗଗୁଡ଼ିକର ସଂଖ୍ୟା ହେଉଛି 4
07:07 ଯଦି ଆପଣଙ୍କର "କୋର୍ସ”, 4ଟି ଟପିକ୍‌ରୁ ଅଧିକ କିମ୍ୱା କମ୍‌ରେ ବିଭକ୍ତ ହୋଇଥାଏ, ତେବେ ଆବଶ୍ୟକତା ଅନୁସାରେ ଏହାକୁ ବଦଳାଇଦିଅନ୍ତୁ.

ମୁଁ ଏହାକୁ 5 କରିବି

07:20 ପରବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ ଅନ୍ୟ ଫର୍ମାଟ୍ ବିଷୟରେ ଆଲୋଚନା କରିବା
07:25 ଅବଶିଷ୍ଟ ବିକଳ୍ପଗୁଡ଼ିକୁ ଅପରିବର୍ତ୍ତିତ ରଖନ୍ତୁ.

ପେଜ୍ ତଳକୁ ସ୍କ୍ରୋଲ୍ କରି Save and Display ବଟନ୍ ଉପରେ କ୍ଲିକ୍ କରନ୍ତୁ

07:36 ଆମକୁ, Enrolled Users ପେଜ୍‌କୁ ରିଡାଇରେକ୍ଟ କରିଦିଆଯିବ. ପରବର୍ତ୍ତୀ ଟ୍ୟୁଟୋରିଆଲରେ ଆମେ User Enrollment ବିଷୟରେ ଶିଖିବା
07:46 ଏବେ ପାଇଁ ଆମେ, Category Mathematics ଅନ୍ତର୍ଗତ ଆମର ପ୍ରଥମ "କୋର୍ସ” Calculusକୁ ସଫଳତାପୂର୍ବକ ତିଆରି କରିଦେଇଛେ
07:56 ଏହି "କୋର୍ସ ପେଜ୍"ରେ ଥିବାବେଳେ, ବାମପଟେ ଥିବା ମେନୁଟି ବଦଳିଯାଇଥିବାର ଦେଖନ୍ତୁ
08:03 ବାମପଟେ ଥିବ ନାଭିଗେଶନ୍ ମେନୁରେ, ଆମେ ତିଆରି କରିଥିବା "କୋର୍ସ” ସମ୍ପର୍କିତ ମେନୁଗୁଡ଼ିକ ରହିଛି.

ଏଥିରେ Participants, Grades ଆଦି ରହିଛି

08:15 ବାମପଟେ ଥିବା କୋର୍ସ ନାମ, Calculus ଉପରେ କ୍ଲିକ୍ କରନ୍ତୁ
08:20 ଦେଖନ୍ତୁ, ଏଠାରେ 5ଟି ଟପିକ୍ ଦେଖାଯାଉଛି. ସେଗୁଡ଼ିକୁ Topic 1, Topic 2 ଆଦି ଭାବରେ ନାମିତ କରାଯାଇଛି.

ମନେପକାନ୍ତୁ, ପୂର୍ବରୁ ଆମେ ଏହି ସଂଖ୍ୟା, 5 ଦେଇଥିଲେ

08:34 ପେଜ୍‌ର ଉପର ଡାହାଣପଟେ ଥିବା "ଗିଅର୍” ଆଇକନ୍ ଉପରେ କ୍ଲିକ୍ କରନ୍ତୁ
08:39 Edit Settings ଉପରେ କ୍ଲିକ୍ କରନ୍ତୁ.

ଏହା, ଆମେ ଏହି "କୋର୍ସ” ତିଆରି କରିବେଳେ ଯେଉଁ ପେଜ୍‌ରେ ଥିଲେ, ସେହିଭଳି ଗୋଟିଏ ସମାନ ପେଜ୍ ଖୋଲିବ

08:51 ଏହି ପେଜ୍ ରେ ଆମେ ପୂର୍ବବର୍ତ୍ତୀ ସେଟିଙ୍ଗକୁ ବଦଳାଇପାରିବା.

Course Start Dateକୁ ବଦଳାଇ ମୁଁ 15th October 2017 କରିବି

09:04 ପେଜ୍ ତଳକୁ ସ୍କ୍ରୋଲ୍ କରି Save and Display ବଟନ୍ ଉପରେ କ୍ଲିକ୍ କରନ୍ତୁ
09:11 ଆମେ, "ଗିଅର୍” ମେନୁ ଅନ୍ତର୍ଗତ ଅନ୍ୟ ସବ୍-ମେନୁଗୁଡ଼ିକ ବିଷୟରେ ପରେ ଜାଣିବା
09:17 ଏବେ ଆସନ୍ତୁ, ଆମ "କୋର୍ସ"ର ଗଠନକୁ ଟିକିଏ ବଦଳାଇବା
09:22 Site Administration ଉପରେ କ୍ଲିକ୍ କରନ୍ତୁ.

Courses ଉପରେ କ୍ଲିକ୍ କରି Manage Courses and Categories ଉପରେ କ୍ଲିକ୍ କରନ୍ତୁ

09:31 ଆମେ ତିଅରି କରିଥିବା "କୋର୍ସ"କୁ ଦେଖିବା ପାଇଁ Mathematics Category ଉପରେ କ୍ଲିକ୍ କରନ୍ତୁ. “କୋର୍ସ"ର ଡାହାଣପଟେ 3ଟି ଆଇକନ୍ ଥିବାର ଦେଖନ୍ତୁ
09:42 ସେଗୁଡ଼ି଼କ କ’ଣ ଦେଖିବା ପାଇଁ ଆଇକନ୍‌ଗୁଡ଼ିକ ଉପରେ ମାଉସ୍ ରଖନ୍ତୁ
09:46 ଗୋଟିଏ "କୋର୍ସ"କୁ ଏଡିଟ୍ କରିବା ପାଇଁ "ଗିଅର୍” ଆଇକନ୍ ରହିଛି. ଗୋଟିଏ "କୋର୍ସ"କୁ ଡିଲିଟ୍ କରିବା ପାଇଁ Delete ବା Trash ଆଇକନ୍ ରହିଛି
09:55 ଏବଂ ଗୋଟିଏ "କୋର୍ସ"କୁ ଲୁଚାଇବା ପାଇଁ Eye ଆଇକନ୍ ରହିଛି
10:01 ଗୋଟିଏ ଲୁକ୍କାୟିତ Courseକୁ ସୂଚିତ କରିବା ପାଇଁ ଆଖି ଉପରେ ଗାର ପଡ଼ିଥିବ
10:07 Course Settingsକୁ ଏଡିଟ୍ କରିବା ପାଇଁ “କୋର୍ସ” ନାମର ଡାହାଣପଟେ ଥିବା “ଗିଅର୍” ଆଇକନ୍ ଉପରେ କ୍ଲିକ୍ କରନ୍ତୁ
10:14 ମୁଁ Course Summaryରେ ସଂଶୋଧନ କରି ବିଦ୍ୟମାନ ଟପିକ୍ ଗୁଡ଼ିକରେ Binomials ଯୋଡ଼ିବି.

ଅବଶିଷ୍ଟ ସେଟିଙ୍ଗ୍ ଅପରିବର୍ତ୍ତିତ ରହିବ

10:25 ପେଜ୍ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ଏଥରକ Save and Return ବଟନ୍ ଉପରେ କ୍ଲିକ୍ କରନ୍ତୁ
10:34 ଗୋଟିଏ ଛୋଟ ଆସାଇନମେଣ୍ଟ ଭାବେ: କେଟେଗୋରୀ Mathematics ଅନ୍ତର୍ଗତ ଏକ ନୂଆ "କୋର୍ସ” Linear Algebra ତିଆରି କରନ୍ତୁ
10:44 ଏବେ ପାଇଁ ଏହି "କୋର୍ସ"କୁ ଲୁଚାଇଦିଅନ୍ତୁ
10:47 Course Summaryରେ ନିମ୍ନ ଟପିକ୍ ଗୁଡ଼ିକୁ ଉଲ୍ଲେଖ କରନ୍ତୁ: Linear Equations, Matrics ଓ Vectors.

Save and Return ବଟନ୍ ଉପରେ କ୍ଲିକ୍ କରନ୍ତୁ

11:00 ଟ୍ୟୁଟୋରିଆଲକୁ ପଜ୍ କରନ୍ତୁ ଏବଂ ଆସାଇନମେଣ୍ଟ ସରିବା ପରେ ପୁଣି ଆରମ୍ଭ କରନ୍ତୁ
11:06 ଏବେ ଆମ ପାଖରେ, Mathematics ଅନ୍ତର୍ଗତ 2ଟି କୋର୍ସ ଅଛି: Calculus ଓ Linear Algebra
11:14 ଦେଖନ୍ତୁ, Courses ପାଖରେ ଏବେ ଗୋଟିଏ ନୂଆ ଆଇକନ୍ ଦେଖାଦେଉଛି
11:20 Coursesର କ୍ରମକୁ ପୁନଃ-ବ୍ୟବସ୍ଥିତ କରିବା ପାଇଁ ଉପର ଓ ତଳ ଆରୋ କୀ’ ଅଛି
11:26 Drag and Drop ଫିଚର୍ ବ୍ୟବହାର କରି ମଧ୍ୟ ଆମେ କ୍ରମକୁ ବଦଳାଇପାରିବା.

Linear Algebra Course ଉପରକୁ Calculus Course ନିଅନ୍ତୁ

11:36

ଉଭୟ "କୋର୍ସ” 1ମ ବର୍ଷର ବିଦ୍ୟାର୍ଥୀମାନଙ୍କ ପାଇଁ.

ତେଣୁ, ସେଗୁଡ଼ିକୁ 1st Year Maths ସବ୍-କେଟେଗୋରୀକୁ ନେଇଯାଆନ୍ତୁ

11:47 2ଟି “କୋର୍ସ”କୁ ଚୟନ କରିବା ପାଇଁ ବାମପଟେ ଥିବା ଚେକ୍ ବକ୍ସ ଉପରେ ଚେକ୍ କରନ୍ତୁ
11:53 Move Selected Courses To ଡ୍ରପ୍-ଡାଉନ୍ ରେ Mathematics / 1st year Maths ଚୟନ କରନ୍ତୁ
12:02 ଏବଂ Move ବଟନ୍ ଉପରେ କ୍ଲିକ୍ କରନ୍ତୁ
12:04 ଆମକୁ ଏକ ସଫଳ ବାର୍ତ୍ତା ମିଳିବ - Successfully moved 2 courses into 1st year Maths
12:14 ଦେଖନ୍ତୁ, Mathematics ଅନ୍ତର୍ଗତ "କୋର୍ସେସ୍"ଗୁଡ଼ିକର ସଂଖ୍ୟା 0 ହୋଇଗଲା ଏବଂ 1st year Mathsରେ ସଂଖ୍ୟା 2 ହୋଇଗଲା
12:24 1st Year Maths ସବ୍-କେଟେଗୋରୀ ଉପରେ କ୍ଲିକ୍ କରନ୍ତୁ
12:28 ଏହି ସବ୍-କେଟେଗୋରୀରେ ଆମର “କୋର୍ସ”ଗୁଡ଼ିକ ତାଲିକାଭୁକ୍ତ ହୋଇଛି
12:33 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
12:38 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ - ଗୋଟିଏ “କୋର୍ସ” କିପରି ତିଆରି କରିବେ,

“କୋର୍ସ”ଗୁଡ଼ିକରେ Edit, Move ଆଦି କାର୍ଯ୍ୟ କିପରି କରିବେ

12:50 ଏକ ଆସାଇନମେଣ୍ଟ ଭାବେ :

Mathematics ଅନ୍ତର୍ଗତ 2nd Year Maths ସବ୍-କେଟେଗୋରୀରେ 2ଟି “କୋର୍ସ” ଯୋଡ଼ନ୍ତୁ -

13:00 Multivariable Calculus ଓ Advanced Algebra
13:06 ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Code Files ଲିଙ୍କ୍ ଦେଖନ୍ତୁ
13:12 15th October 2017ରେ ଆରମ୍ଭ ହେବାପାଇଁ “କୋର୍ସ”ଗୁଡ଼ିକୁ ଏଡିଟ୍ କରନ୍ତୁ
13:18 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
13:26 ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

13:36 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
13:40 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
13:53 IIT Bombay ତରଫରୁ

ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep