Health-and-Nutrition/C2/Feeding-expressed-breastmilk-to-babies/Oriya
From Script | Spoken-Tutorial
| |
|
| 00:01 | "ଶିଶୁକୁ କଢ଼ାଯାଇଥିବା ସ୍ତନ କ୍ଷୀର ଖୁଆଇବା" ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:
ଗଚ୍ଛିତ ସ୍ତନ କ୍ଷୀରକୁ ଶିଶୁ ଖାଇବା ପାଇଁ କିପରି ପ୍ରସ୍ତୁତ କରିବେ |
| 00:14 | ଏବଂ ଗୋଟିଏ ଶିଶୁକୁ କଢ଼ାଯାଇଥିବା ସ୍ତନ କ୍ଷୀର କିପରି ଖୁଆଇବେ |
| 00:19 | ଆସନ୍ତୁ ଆରମ୍ଭ କରିବା.
ସ୍ତନ କ୍ଷୀରକୁ ହାତରେ କଢ଼ାଗଲେ, ତାହା ଶିଶୁ ଓ ମା’ଙ୍କ ପାଇଁ ଲାଭଦାୟକ ହୋଇଥାଏ |
| 00:26 | ସ୍ତନରୁ କ୍ଷୀର କାଢ଼ିବା ଏବଂ ତାହାକୁ ସୁରକ୍ଷିତ ରଖିବା ବିଷୟରେ ଅନ୍ୟ ଟ୍ୟୁଟୋରିଆଲରେ କୁହାଯାଇଛି |
| 00:34 | ଏବେ, ଆସନ୍ତୁ ଜାଣିବା ଗଚ୍ଛିତ କ୍ଷୀରକୁ ଶିଶୁ ଖାଇବା ପାଇଁ କିପରି ପ୍ରସ୍ତୁତ କରିବେ. |
| 00:42 | ସ୍ତନ କ୍ଷୀର ସମ୍ଭାଳିବା ପୂର୍ବରୁ, ଧାଈ ନିଶ୍ଚିତ ଭାବେ ସାବୁନ ଓ ପାଣିରେ ନିଜ ହାତକୁ ଭଲ ଭାବେ ଧୋଇ ଶୁଖାଇବା ଉଚିତ |
| 00:52 | ମନେରଖନ୍ତୁ,ସର୍ବଦା ପୁରୁଣା ଗଚ୍ଛିତ ସ୍ତନ କ୍ଷୀରକୁ ପ୍ରଥମେ ବ୍ୟବହାର କରିବେ |
| 00:59 | ବରଫ କରାଯାଇଥିବା ସ୍ତନ କ୍ଷୀର ବ୍ୟବହାର କରିବା ସମୟରେ ଫ୍ରିଜ୍ର ସବୁଠାରୁ ତଳ ଥାକରେ ରଖି ତରଳା’ନ୍ତୁ |
| 01:08 | ଆଗାମୀ 24 ଘଣ୍ଟା ମଧ୍ୟରେ ହିଁ ଏହି କ୍ଷୀରକୁ ବ୍ୟବହାର କରିନିଅନ୍ତୁ |
| 01:15 | କିନ୍ତୁ, ଯଦି ବରଫ କରାଯାଇଥିବା କ୍ଷୀର ଶୀଘ୍ର ଆବଶ୍ୟକ ହୁଏ, ତେବେ ତାହାକୁ ଫ୍ରିଜ୍ ବାହାରେ,
ପ୍ରଥମେ ଏକ ଥଣ୍ଡା ପାଣି ଥିବା ଡବାରେ ରଖି |
| 01:25 | ଏବଂ ତା’ପରେ ନଖ ଉଷୁମ ପାଣି ଥିବା ଏକ ଡବାରେ ରଖି ତରଳା’ନ୍ତୁ |
| 01:31 | ନଖ ଉଷୁମ ପାଣିରେ ତରଳାଇବା ସମୟରେ - କ୍ଷୀର ଥିବା ଡବାକୁ ହାଲୁକା ଭାବେ ମଝିରେ ମଝିରେ ଫେଣ୍ଟିଦିଅନ୍ତୁ |
| 01:38 | ଜୋର୍ରେ କିମ୍ୱା ନିରନ୍ତର ଭାବେ ତାହାକୁ ଫେଣ୍ଟନ୍ତୁ ନାହିଁ |
| 01:42 | ବ୍ୟବହାର କରିବା ପୂର୍ବରୁ କ୍ଷୀର ଡବା ବାହାରକୁ ଏକ ସଫା କପଡ଼ା ସାହାଯ୍ୟରେ ଶୁଖାଇଦିଅନ୍ତୁ |
| 01:48 | ତରଳାଯାଇଥିବା ଏହି କ୍ଷୀରକୁ 2 ଘଣ୍ଟା ମଧ୍ୟରେ ବ୍ୟବହାର କରନ୍ତୁ ଏବଂ ଅବ୍ୟବହୃତ କ୍ଷୀରକୁ ଫୋପାଡ଼ିଦିଅନ୍ତୁ |
| 01:56 | ତାଜା କ୍ଷୀର ତୁଳନାରେ ତରଳାଯାଇଥିବା କ୍ଷୀରର ବାସ୍ନା ଓ ସ୍ୱାଦ ଭିନ୍ନ ହୋଇଥାଏ |
| 02:03 | ଶିଶୁଟି ଏହାକୁ ଗ୍ରହଣ କରୁଥିବା ପର୍ଯ୍ୟନ୍ତ ଏହା ଭଲ ଅଟେ |
| 02:08 | ଶିଶୁକୁ ଖୁଆଇବା ପୂର୍ବରୁ ଧାଈ ସର୍ବଦା କ୍ଷୀରକୁ ଶୁଙ୍ଘିବା ଉଚିତ |
| 02:16 | ଯଦି କ୍ଷୀର କଟୁ ବାସ୍ନା ହୁଏ, ତେବେ ତାହାକୁ ବ୍ୟବହାର କରନ୍ତୁ ନାହିଁ |
| 02:20 | ଦୟାକରି ମନେରଖନ୍ତୁ, ସ୍ତନ କ୍ଷୀରକୁ ଗଚ୍ଛିତ ରଖାଗଲେ, ତାହା ଉପରେ ସର ବସିଯିବ |
| 02:28 | ଏହା ସ୍ୱାଭାବିକ ଅଟେ. ବ୍ୟବହାର କରିବା ପୂର୍ବରୁ ସରକୁ ପୁଣିଥରେ କ୍ଷୀର ସହିତ ମିଶାଇବା ପାଇଁ ହାଲୁକା ଭାବେ ଫେଣ୍ଟିଦିଅନ୍ତୁ |
| 02:36 | ଶିଶୁକୁ ଖୁଆଇବା ଠିକ୍ ପୂର୍ବରୁ ସ୍ତନ କ୍ଷୀରକୁ ଗରମ କରିବା ପାଇଁ -
20-30 ମିନିଟ୍ ପର୍ଯ୍ୟନ୍ତ କ୍ଷୀର ଡବାକୁ ନଖ ଉଷୁମ ପାଣି ଥିବା ବେଲାରେ ରଖନ୍ତୁ |
| 02:47 | କ୍ଷୀର କେତେ ଗରମ ଅଛି ଜାଣିବା ପାଇଁ ନିଜ କଚଟି ଉପରେ ଗୋଟିଏ ଠୋପା ପକାନ୍ତୁ.
ଉଷୁମ ଲାଗିଲେ, ଏହା ଠିକ ଅଛି |
| 02:56 | ସ୍ତନ କ୍ଷୀରକୁ ଉଷୁମ କରିବା ପାଇଁ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ. ଗଚ୍ଛିତ କ୍ଷୀରକୁ ସିଧା ଫ୍ରିଜ୍ରୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ |
| 03:05 | ଅଧିକ ଗରମ ଓ ଜ୍ୱଳନକୁ ଏଡ଼ାଇବାରେ ଏହା ସାହାଯ୍ୟ କରିବ |
| 03:12 | ସିଧା ସଳଖ ଷ୍ଟୋଭ୍ କିମ୍ୱା ମାଇକ୍ରୋୱେଭ୍ରେ ଥୋଇ କ୍ଷୀରକୁ ଗରମ କରନ୍ତୁ ନାହିଁ |
| 03:19 | ସିଧା ସଳଖ ଗରମ କଲେ, କ୍ଷୀରରେ ଥିବା ଅନେକ ସଂକ୍ରମଣ-ବିରୋଧୀ ଉପାଦାନ ନଷ୍ଟ ହୋଇଯିବ |
| 03:27 | କ୍ଷୀର ପ୍ରସ୍ତୁତ ହୋଇଗଲେ, ଶିଶୁକୁ ଖୁଆନ୍ତୁ |
| 03:32 | ଏହା କରିବା ପାଇଁ ନିମ୍ନ ଲିଖିତ ବାସନ ବ୍ୟବହାର କରିହେବ:
ଗୋଟିଏ ଶାମୁକା, ଗୋଟିଏ ଛୋଟ କପ୍, ଗୋଟିଏ ଚାମଚ କିମ୍ୱା ଏକ ନିଫ୍ଟୀ କପ୍ |
| 03:42 | ଏହିଗୁଡ଼ିକରୁ, ଗୋଟିଏ ଚାମଚ କିମ୍ୱା ଗୋଟିଏ କପ୍ର ପରାମର୍ଶ ଦିଆଯାଏ |
| 03:49 | ପ୍ରଥମେ, ଏହି ବାସନକୁ ସାବୁନ ଓ ପାଣି ସାହାଯ୍ୟରେ ଭଲ ଭାବରେ ଧୋଇଦିଅନ୍ତୁ ଏବଂ ତା’ପରେ ପବନରେ ତାହାକୁ ଶୁଖାଇଦିଅନ୍ତୁ କିମ୍ୱା ଏକ ଅବ୍ୟବହୃତ ସଫା କପଡ଼ାରେ ପୋଛିଦିଅନ୍ତୁ |
| 04:02 | ତା’ପରେ, ଧାଈ ନିଜ ହାତକୁ ଧୋଇ ଭଲ ଭାବରେ ଶୁଖାଇବେ |
| 04:10 | ସ୍ତନ କ୍ଷୀରକୁ ଚୟନିତ ବାସନରେ ଅଧା କିମ୍ୱା ଏକ ତୃତୀୟାଂଶ ନିଅନ୍ତୁ |
| 04:16 | ଶିଶୁଟିକୁ କୋଳରେ ଉପରକୁ କରି ଧରନ୍ତୁ |
| 04:23 | ହାତ ସାହାଯ୍ୟରେ ଶିଶୁର ମୁଣ୍ଡ ଓ ବେକକୁ ଧରିରଖନ୍ତୁ |
| 04:28 | ଯଦି ଶାମୁକା ବ୍ୟବହାର କରୁଥା’ନ୍ତି, ତେବେ ତାହାର ମୁହଁକୁ ଶିଶୁ ପାଟିର କୋଣରେ ରଖନ୍ତୁ |
| 04:39 | ତାହାକୁ ଶିଶୁର ଓଠ ମଝିରେ ହାଲୁକା ଭାବେ ଧରନ୍ତୁ |
| 04:45 | ଶାମୁକାର ମୁହଁ, ଶିଶୁର ଉପର ଓଠକୁ ହାଲୁକା ଭାବେ ଛୁଇଁବ |
| 04:50 | ଏହି ସ୍ଥିତିରେ ଶାମୁକାର ମୁହଁ ପାଖରେ ରହିବା ଉଚିତ |
| 04:58 | ଯେତେବେଳେ ଶିଶୁ କ୍ଷୀର ଢୋକିବ, ଧାଈ ଶାମୁକାକୁ ଏପରି ଅଣାଇବେ, ଯେଉଁଥିରୁ କ୍ଷୀର ଶାମୁକାର ମୁହଁ ପାଖକୁ ଆସିବ |
| 05:07 | ଯଦି ଧାଈ ଛୋଟ କପ୍ ବ୍ୟବହାର କରୁଥା’ନ୍ତି, ତେବେ ତାହାକୁ ଶିଶୁର ଓଠ ମଝିରେ ହାଲୁକା ଭାବେ ଧରିବା ଉଚିତ |
| 05:17 | କପ୍ ର ମୁହଁ, ଶିଶୁର ଉପର ଓଠକୁ ହାଲୁକା ଭାବେ ଛୁଇଁବ. |
| 05:22 | ସାମାନ୍ୟ ଭାବେ କପ୍କୁ ଲୁଆଁନ୍ତୁ, ଯେଉଁଥିରୁ କ୍ଷୀର କପ୍ର ଧାର ପର୍ଯ୍ୟନ୍ତ ଆସିବ |
| 05:28 | ଏଥିରୁ ଶିଶୁଟି କପ୍ର ଧାରରୁ କ୍ଷୀର ପିଇପାରିବ |
| 05:33 | ଯଦି ଧାଈ ଚାମଚ ବ୍ୟବହାର କରୁଥା’ନ୍ତି, ତେବେ ତାହାକୁ ଶିଶୁର ଓଠ ମଝିରେ ଧରିରଖିବା ଉଚିତ |
| 05:42 | ଚାମଚର ଧାର ମୁହଁ, ଶିଶୁର ଉପର ଓଠକୁ ହାଲୁକା ଭାବେ ଛୁଇଁବ. |
| 05:47 | ସାମାନ୍ୟ ଭାବେ ଚାମଚକୁ ଲୁଆଁନ୍ତୁ, ଯେଉଁଥିରୁ କ୍ଷୀର ଚାମଚର ଧାର ପର୍ଯ୍ୟନ୍ତ ଆସିବ |
| 05:54 | ଜନ୍ମ ପରେ କିଛି ଦିନ ପାଇଁ ଚାମଚରେ ଖୁଆଇବା ଭଲ |
| 05:59 | କାରଣ, ଏହି ସମୟରେ ଅଳ୍ପ ପରିମାଣର କ୍ଷୀର ହିଁ ଆବଶ୍ୟକ ହୋଇଥାଏ |
| 06:07 | ଯଦି ଶିଶୁକୁ ଖୁଆଇବା ପାଇଁ ଗୋଟିଏ ନିଫ୍ଟୀ କପ୍ର ବ୍ୟବହାର କରାଯାଉଥାଏ -
ତେବେ, ତାହାର ସଂରକ୍ଷଣ ସ୍ଥାନଟି ଶିଶୁର ପାଟି ଭିତରେ ରହିବା ଉଚିତ |
| 06:19 | ଶିଶୁଟି କ୍ଷୀର ଢୋକିବା ପରେ, କପ୍କୁ ସାମାନ୍ୟ ଅଣାଇଦିଅନ୍ତୁ.
ଏହା, ଖାଲି ସ୍ଥାନରେ ପୁଣି କ୍ଷୀର ଭରିଦେବ |
| 06:31 | ଶିଶୁକୁ କଢ଼ାଯାଇଥିବା ସ୍ତନ କ୍ଷୀର ଖୁଆଇବା ସମୟରେ, କେବେବି କ୍ଷୀରକୁ ତା’ ପାଟିରେ ଢାଳନ୍ତୁ ନାହିଁ |
| 06:38 | ତାହା ଶିଶୁର ତଣ୍ଟିରେ ଅଟକିଯାଇପାରେ |
| 06:40 | ତା’ ବଦଳରେ, କ୍ଷୀରକୁ ଧାର ପାଖରେ ରଖନ୍ତୁ ଏବଂ ଖୁଆଇବା ସମୟରେ ସେହିପରି ଛାଡ଼ିଦିଅନ୍ତୁ |
| 06:47 | ସର୍ବଦା ଏହା ସୁନିଶ୍ଚିତ କରନ୍ତୁ ଯେ, ଶିଶୁଟି ସମ୍ପୂର୍ଣ୍ଣ ଭାବେ ଚେଇଁଥିବ, ସଜାଗ ଥିବ ଏବଂ ଖାଇବା ପାଇଁ ଆଗ୍ରହୀ ଥିବ |
| 06:54 | ଯଦି ଆବଶ୍ୟକ ହୁଏ, ତେବେ ଶିଶୁଟିକୁ କପଡ଼ାରେ ଗୁଡ଼ାଇ କ୍ଷୀର ପିଆନ୍ତୁ, ଯେଉଁଥିରୁ ସେ ହାତ ବଜାଇ କ୍ଷୀରକୁ ଢାଳି ଦେବ ନାହିଁ |
| 07:03 | ଶିଶୁଟିକୁ ନିଜ ଗତିରେ କ୍ଷୀର ଢୋକିବାକୁ ଦିଅନ୍ତୁ |
| 07:08 | ଶିଶୁଠାରେ ପର୍ଯ୍ୟାପ୍ତ କ୍ଷୀର ଖାଇଥିବାର ଚିହ୍ନମାନ ଦେଖନ୍ତୁ |
| 07:13 | ଚିହ୍ନଗୁଡ଼ିକ ହେଉଛି - ହାତକୁ ଉପରକୁ କରି ରଖିବା |
| 07:16 | ଶୋଇପଡ଼ିବା କିମ୍ୱା ପାଟି ବନ୍ଦ କରିଦେବା |
| 07:21 | ମନେରଖନ୍ତୁ, ଶିଶୁର ତଳ ଓଠରେ ଅଧିକ ଚାପ ପକାନ୍ତୁ ନାହିଁ |
| 07:28 | ସର୍ବଦା ବାସନର ଧାରକୁ ଶିଶୁର ଉପର ଓଠରେ ହାଲୁକା ଭାବେ ଛୁଆଁନ୍ତୁ |
| 07:34 | କପ୍, ଶାମୁକା କିମ୍ୱା ଚାମଚକୁ ଶିଶୁର ପାଟିରେ ଅଧିକ ଭିତରକୁ ଭର୍ତ୍ତି କରନ୍ତୁ ନାହିଁ |
| 07:41 | ଶୋଇବା ସ୍ଥିତିରେ ଶିଶୁକୁ କଦାପି ଖୁଆନ୍ତୁ ନାହିଁ |
| 07:45 | ଶିଶୁକୁ କଢ଼ାଯାଇଥିବା ସ୍ତନ କ୍ଷୀର ଖୁଆଇବା ପାଇଁ ବୋତଲର ବ୍ୟବହାର କରନ୍ତୁ ନାହିଁ |
| 07:51 | ଶିଶୁଟିକୁ ଖୁଆଇସାରିବା ପରେ, କପ୍, ଶାମୁକା କିମ୍ୱା ଚାମଚକୁ ସାବୁନ ଓ ପାଣି ସାହାଯ୍ୟରେ ଧୋଇଦିଅନ୍ତୁ ଏବଂ ପବନରେ ଭଲ ଭାବେ ଶୁଖାଇଦିଅନ୍ତୁ |
| 08:04 | କେତେକ ଶିଶୁ, ବିଶେଷକରି ପ୍ରଥମେ ପ୍ରଥମେ କୌଣସି ଲୋକଙ୍କଠାରୁ କଢ଼ାଯାଇଥିବା ସ୍ତନ କ୍ଷୀର ପିଅନ୍ତି ନାହିଁ |
| 08:12 | କିନ୍ତୁ, ଅନ୍ୟ କେହି ଦେଲେ ପିଇପାରନ୍ତି |
| 08:17 | କଢ଼ାଯାଇଥିବା କ୍ଷୀରକୁ ଯଦି ଶିଶୁ ନ ପିଏ, ତେବେ ଚିନ୍ତା କରନ୍ତୁ ନାହିଁ |
| 08:22 | ମା’ ଘରକୁ ଫେରିବା ପରେ, ଶିଶୁଟି ଅଧିକ ଥର କିମ୍ୱା ଦୀର୍ଘ ସମୟ ପାଇଁ ସ୍ତନ୍ୟପାନ କରିନେବ |
| 08:32 | ମନେରଖନ୍ତୁ, ସ୍ତନ କ୍ଷୀରକୁ ସୁରକ୍ଷିତ ରଖିବା ପାଇଁ:
ହାତ, ଡବା ଓ ବାସନକୁ ଭଲ ଭାବରେ ଧୁଅନ୍ତୁ, ଆବଶ୍ୟକ ହେଲେ ତୁରନ୍ତୁ କ୍ଷୀର ପିଆନ୍ତୁ କିମ୍ୱା ସୁରକ୍ଷିତ ଭାବେ ଗଚ୍ଛିତ ରଖିଦିଅନ୍ତୁ |
| 08:44 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.
IIT Bombay ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହିତ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |