Health-and-Nutrition/C2/Feeding-expressed-breastmilk-to-babies/Oriya

From Script | Spoken-Tutorial
Jump to: navigation, search
Time
Narration
00:01 "ଶିଶୁକୁ କଢ଼ାଯାଇଥିବା ସ୍ତନ କ୍ଷୀର ଖୁଆଇବା" ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

ଗଚ୍ଛିତ ସ୍ତନ କ୍ଷୀରକୁ ଶିଶୁ ଖାଇବା ପାଇଁ କିପରି ପ୍ରସ୍ତୁତ କରିବେ

00:14 ଏବଂ ଗୋଟିଏ ଶିଶୁକୁ କଢ଼ାଯାଇଥିବା ସ୍ତନ କ୍ଷୀର କିପରି ଖୁଆଇବେ
00:19 ଆସନ୍ତୁ ଆରମ୍ଭ କରିବା.

ସ୍ତନ କ୍ଷୀରକୁ ହାତରେ କଢ଼ାଗଲେ, ତାହା ଶିଶୁ ଓ ମା’ଙ୍କ ପାଇଁ ଲାଭଦାୟକ ହୋଇଥାଏ

00:26 ସ୍ତନରୁ କ୍ଷୀର କାଢ଼ିବା ଏବଂ ତାହାକୁ ସୁରକ୍ଷିତ ରଖିବା ବିଷୟରେ ଅନ୍ୟ ଟ୍ୟୁଟୋରିଆଲରେ କୁହାଯାଇଛି
00:34 ଏବେ, ଆସନ୍ତୁ ଜାଣିବା ଗଚ୍ଛିତ କ୍ଷୀରକୁ ଶିଶୁ ଖାଇବା ପାଇଁ କିପରି ପ୍ରସ୍ତୁତ କରିବେ.
00:42 ସ୍ତନ କ୍ଷୀର ସମ୍ଭାଳିବା ପୂର୍ବରୁ, ଧାଈ ନିଶ୍ଚିତ ଭାବେ ସାବୁନ ଓ ପାଣିରେ ନିଜ ହାତକୁ ଭଲ ଭାବେ ଧୋଇ ଶୁଖାଇବା ଉଚିତ
00:52 ମନେରଖନ୍ତୁ,ସର୍ବଦା ପୁରୁଣା ଗଚ୍ଛିତ ସ୍ତନ କ୍ଷୀରକୁ ପ୍ରଥମେ ବ୍ୟବହାର କରିବେ
00:59 ବରଫ କରାଯାଇଥିବା ସ୍ତନ କ୍ଷୀର ବ୍ୟବହାର କରିବା ସମୟରେ ଫ୍ରିଜ୍‌ର ସବୁଠାରୁ ତଳ ଥାକରେ ରଖି ତରଳା’ନ୍ତୁ
01:08 ଆଗାମୀ 24 ଘଣ୍ଟା ମଧ୍ୟରେ ହିଁ ଏହି କ୍ଷୀରକୁ ବ୍ୟବହାର କରିନିଅନ୍ତୁ
01:15 କିନ୍ତୁ, ଯଦି ବରଫ କରାଯାଇଥିବା କ୍ଷୀର ଶୀଘ୍ର ଆବଶ୍ୟକ ହୁଏ, ତେବେ ତାହାକୁ ଫ୍ରିଜ୍ ବାହାରେ,

ପ୍ରଥମେ ଏକ ଥଣ୍ଡା ପାଣି ଥିବା ଡବାରେ ରଖି

01:25 ଏବଂ ତା’ପରେ ନଖ ଉଷୁମ ପାଣି ଥିବା ଏକ ଡବାରେ ରଖି ତରଳା’ନ୍ତୁ
01:31 ନଖ ଉଷୁମ ପାଣିରେ ତରଳାଇବା ସମୟରେ - କ୍ଷୀର ଥିବା ଡବାକୁ ହାଲୁକା ଭାବେ ମଝିରେ ମଝିରେ ଫେଣ୍ଟିଦିଅନ୍ତୁ
01:38 ଜୋର୍‌ରେ କିମ୍ୱା ନିରନ୍ତର ଭାବେ ତାହାକୁ ଫେଣ୍ଟନ୍ତୁ ନାହିଁ
01:42 ବ୍ୟବହାର କରିବା ପୂର୍ବରୁ କ୍ଷୀର ଡବା ବାହାରକୁ ଏକ ସଫା କପଡ଼ା ସାହାଯ୍ୟରେ ଶୁଖାଇଦିଅନ୍ତୁ
01:48 ତରଳାଯାଇଥିବା ଏହି କ୍ଷୀରକୁ 2 ଘଣ୍ଟା ମଧ୍ୟରେ ବ୍ୟବହାର କରନ୍ତୁ ଏବଂ ଅବ୍ୟବହୃତ କ୍ଷୀରକୁ ଫୋପାଡ଼ିଦିଅନ୍ତୁ
01:56 ତାଜା କ୍ଷୀର ତୁଳନାରେ ତରଳାଯାଇଥିବା କ୍ଷୀରର ବାସ୍ନା ଓ ସ୍ୱାଦ ଭିନ୍ନ ହୋଇଥାଏ
02:03 ଶିଶୁଟି ଏହାକୁ ଗ୍ରହଣ କରୁଥିବା ପର୍ଯ୍ୟନ୍ତ ଏହା ଭଲ ଅଟେ
02:08 ଶିଶୁକୁ ଖୁଆଇବା ପୂର୍ବରୁ ଧାଈ ସର୍ବଦା କ୍ଷୀରକୁ ଶୁଙ୍ଘିବା ଉଚିତ
02:16 ଯଦି କ୍ଷୀର କଟୁ ବାସ୍ନା ହୁଏ, ତେବେ ତାହାକୁ ବ୍ୟବହାର କରନ୍ତୁ ନାହିଁ
02:20 ଦୟାକରି ମନେରଖନ୍ତୁ, ସ୍ତନ କ୍ଷୀରକୁ ଗଚ୍ଛିତ ରଖାଗଲେ, ତାହା ଉପରେ ସର ବସିଯିବ
02:28 ଏହା ସ୍ୱାଭାବିକ ଅଟେ. ବ୍ୟବହାର କରିବା ପୂର୍ବରୁ ସରକୁ ପୁଣିଥରେ କ୍ଷୀର ସହିତ ମିଶାଇବା ପାଇଁ ହାଲୁକା ଭାବେ ଫେଣ୍ଟିଦିଅନ୍ତୁ
02:36 ଶିଶୁକୁ ଖୁଆଇବା ଠିକ୍ ପୂର୍ବରୁ ସ୍ତନ କ୍ଷୀରକୁ ଗରମ କରିବା ପାଇଁ -

20-30 ମିନିଟ୍ ପର୍ଯ୍ୟନ୍ତ କ୍ଷୀର ଡବାକୁ ନଖ ଉଷୁମ ପାଣି ଥିବା ବେଲାରେ ରଖନ୍ତୁ

02:47 କ୍ଷୀର କେତେ ଗରମ ଅଛି ଜାଣିବା ପାଇଁ ନିଜ କଚଟି ଉପରେ ଗୋଟିଏ ଠୋପା ପକାନ୍ତୁ.

ଉଷୁମ ଲାଗିଲେ, ଏହା ଠିକ ଅଛି

02:56 ସ୍ତନ କ୍ଷୀରକୁ ଉଷୁମ କରିବା ପାଇଁ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ. ଗଚ୍ଛିତ କ୍ଷୀରକୁ ସିଧା ଫ୍ରିଜ୍‌ରୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ
03:05 ଅଧିକ ଗରମ ଓ ଜ୍ୱଳନକୁ ଏଡ଼ାଇବାରେ ଏହା ସାହାଯ୍ୟ କରିବ
03:12 ସିଧା ସଳଖ ଷ୍ଟୋଭ୍ କିମ୍ୱା ମାଇକ୍ରୋୱେଭ୍‌ରେ ଥୋଇ କ୍ଷୀରକୁ ଗରମ କରନ୍ତୁ ନାହିଁ
03:19 ସିଧା ସଳଖ ଗରମ କଲେ, କ୍ଷୀରରେ ଥିବା ଅନେକ ସଂକ୍ରମଣ-ବିରୋଧୀ ଉପାଦାନ ନଷ୍ଟ ହୋଇଯିବ
03:27 କ୍ଷୀର ପ୍ରସ୍ତୁତ ହୋଇଗଲେ, ଶିଶୁକୁ ଖୁଆନ୍ତୁ
03:32 ଏହା କରିବା ପାଇଁ ନିମ୍ନ ଲିଖିତ ବାସନ ବ୍ୟବହାର କରିହେବ:

ଗୋଟିଏ ଶାମୁକା, ଗୋଟିଏ ଛୋଟ କପ୍, ଗୋଟିଏ ଚାମଚ କିମ୍ୱା ଏକ ନିଫ୍ଟୀ କପ୍

03:42 ଏହିଗୁଡ଼ିକରୁ, ଗୋଟିଏ ଚାମଚ କିମ୍ୱା ଗୋଟିଏ କପ୍‌ର ପରାମର୍ଶ ଦିଆଯାଏ
03:49 ପ୍ରଥମେ, ଏହି ବାସନକୁ ସାବୁନ ଓ ପାଣି ସାହାଯ୍ୟରେ ଭଲ ଭାବରେ ଧୋଇଦିଅନ୍ତୁ ଏବଂ ତା’ପରେ ପବନରେ ତାହାକୁ ଶୁଖାଇଦିଅନ୍ତୁ କିମ୍ୱା ଏକ ଅବ୍ୟବହୃତ ସଫା କପଡ଼ାରେ ପୋଛିଦିଅନ୍ତୁ
04:02 ତା’ପରେ, ଧାଈ ନିଜ ହାତକୁ ଧୋଇ ଭଲ ଭାବରେ ଶୁଖାଇବେ
04:10 ସ୍ତନ କ୍ଷୀରକୁ ଚୟନିତ ବାସନରେ ଅଧା କିମ୍ୱା ଏକ ତୃତୀୟାଂଶ ନିଅନ୍ତୁ
04:16 ଶିଶୁଟିକୁ କୋଳରେ ଉପରକୁ କରି ଧରନ୍ତୁ
04:23 ହାତ ସାହାଯ୍ୟରେ ଶିଶୁର ମୁଣ୍ଡ ଓ ବେକକୁ ଧରିରଖନ୍ତୁ
04:28 ଯଦି ଶାମୁକା ବ୍ୟବହାର କରୁଥା’ନ୍ତି, ତେବେ ତାହାର ମୁହଁକୁ ଶିଶୁ ପାଟିର କୋଣରେ ରଖନ୍ତୁ
04:39 ତାହାକୁ ଶିଶୁର ଓଠ ମଝିରେ ହାଲୁକା ଭାବେ ଧରନ୍ତୁ
04:45 ଶାମୁକାର ମୁହଁ, ଶିଶୁର ଉପର ଓଠକୁ ହାଲୁକା ଭାବେ ଛୁଇଁବ
04:50 ଏହି ସ୍ଥିତିରେ ଶାମୁକାର ମୁହଁ ପାଖରେ ରହିବା ଉଚିତ
04:58 ଯେତେବେଳେ ଶିଶୁ କ୍ଷୀର ଢୋକିବ, ଧାଈ ଶାମୁକାକୁ ଏପରି ଅଣାଇବେ, ଯେଉଁଥିରୁ କ୍ଷୀର ଶାମୁକାର ମୁହଁ ପାଖକୁ ଆସିବ
05:07 ଯଦି ଧାଈ ଛୋଟ କପ୍ ବ୍ୟବହାର କରୁଥା’ନ୍ତି, ତେବେ ତାହାକୁ ଶିଶୁର ଓଠ ମଝିରେ ହାଲୁକା ଭାବେ ଧରିବା ଉଚିତ
05:17 କପ୍ ର ମୁହଁ, ଶିଶୁର ଉପର ଓଠକୁ ହାଲୁକା ଭାବେ ଛୁଇଁବ.
05:22 ସାମାନ୍ୟ ଭାବେ କପ୍‌କୁ ଲୁଆଁନ୍ତୁ, ଯେଉଁଥିରୁ କ୍ଷୀର କପ୍‌ର ଧାର ପର୍ଯ୍ୟନ୍ତ ଆସିବ
05:28 ଏଥିରୁ ଶିଶୁଟି କପ୍‌ର ଧାରରୁ କ୍ଷୀର ପିଇପାରିବ
05:33 ଯଦି ଧାଈ ଚାମଚ ବ୍ୟବହାର କରୁଥା’ନ୍ତି, ତେବେ ତାହାକୁ ଶିଶୁର ଓଠ ମଝିରେ ଧରିରଖିବା ଉଚିତ
05:42 ଚାମଚର ଧାର ମୁହଁ, ଶିଶୁର ଉପର ଓଠକୁ ହାଲୁକା ଭାବେ ଛୁଇଁବ.
05:47 ସାମାନ୍ୟ ଭାବେ ଚାମଚକୁ ଲୁଆଁନ୍ତୁ, ଯେଉଁଥିରୁ କ୍ଷୀର ଚାମଚର ଧାର ପର୍ଯ୍ୟନ୍ତ ଆସିବ
05:54 ଜନ୍ମ ପରେ କିଛି ଦିନ ପାଇଁ ଚାମଚରେ ଖୁଆଇବା ଭଲ
05:59 କାରଣ, ଏହି ସମୟରେ ଅଳ୍ପ ପରିମାଣର କ୍ଷୀର ହିଁ ଆବଶ୍ୟକ ହୋଇଥାଏ
06:07 ଯଦି ଶିଶୁକୁ ଖୁଆଇବା ପାଇଁ ଗୋଟିଏ ନିଫ୍ଟୀ କପ୍‌ର ବ୍ୟବହାର କରାଯାଉଥାଏ -

ତେବେ, ତାହାର ସଂରକ୍ଷଣ ସ୍ଥାନଟି ଶିଶୁର ପାଟି ଭିତରେ ରହିବା ଉଚିତ

06:19 ଶିଶୁଟି କ୍ଷୀର ଢୋକିବା ପରେ, କପ୍‌କୁ ସାମାନ୍ୟ ଅଣାଇଦିଅନ୍ତୁ.

ଏହା, ଖାଲି ସ୍ଥାନରେ ପୁଣି କ୍ଷୀର ଭରିଦେବ

06:31 ଶିଶୁକୁ କଢ଼ାଯାଇଥିବା ସ୍ତନ କ୍ଷୀର ଖୁଆଇବା ସମୟରେ, କେବେବି କ୍ଷୀରକୁ ତା’ ପାଟିରେ ଢାଳନ୍ତୁ ନାହିଁ
06:38 ତାହା ଶିଶୁର ତଣ୍ଟିରେ ଅଟକିଯାଇପାରେ
06:40 ତା’ ବଦଳରେ, କ୍ଷୀରକୁ ଧାର ପାଖରେ ରଖନ୍ତୁ ଏବଂ ଖୁଆଇବା ସମୟରେ ସେହିପରି ଛାଡ଼ିଦିଅନ୍ତୁ
06:47 ସର୍ବଦା ଏହା ସୁନିଶ୍ଚିତ କରନ୍ତୁ ଯେ, ଶିଶୁଟି ସମ୍ପୂର୍ଣ୍ଣ ଭାବେ ଚେଇଁଥିବ, ସଜାଗ ଥିବ ଏବଂ ଖାଇବା ପାଇଁ ଆଗ୍ରହୀ ଥିବ
06:54 ଯଦି ଆବଶ୍ୟକ ହୁଏ, ତେବେ ଶିଶୁଟିକୁ କପଡ଼ାରେ ଗୁଡ଼ାଇ କ୍ଷୀର ପିଆନ୍ତୁ, ଯେଉଁଥିରୁ ସେ ହାତ ବଜାଇ କ୍ଷୀରକୁ ଢାଳି ଦେବ ନାହିଁ
07:03 ଶିଶୁଟିକୁ ନିଜ ଗତିରେ କ୍ଷୀର ଢୋକିବାକୁ ଦିଅନ୍ତୁ
07:08 ଶିଶୁଠାରେ ପର୍ଯ୍ୟାପ୍ତ କ୍ଷୀର ଖାଇଥିବାର ଚିହ୍ନମାନ ଦେଖନ୍ତୁ
07:13 ଚିହ୍ନଗୁଡ଼ିକ ହେଉଛି - ହାତକୁ ଉପରକୁ କରି ରଖିବା
07:16 ଶୋଇପଡ଼ିବା କିମ୍ୱା ପାଟି ବନ୍ଦ କରିଦେବା
07:21 ମନେରଖନ୍ତୁ, ଶିଶୁର ତଳ ଓଠରେ ଅଧିକ ଚାପ ପକାନ୍ତୁ ନାହିଁ
07:28 ସର୍ବଦା ବାସନର ଧାରକୁ ଶିଶୁର ଉପର ଓଠରେ ହାଲୁକା ଭାବେ ଛୁଆଁନ୍ତୁ
07:34 କପ୍, ଶାମୁକା କିମ୍ୱା ଚାମଚକୁ ଶିଶୁର ପାଟିରେ ଅଧିକ ଭିତରକୁ ଭର୍ତ୍ତି କରନ୍ତୁ ନାହିଁ
07:41 ଶୋଇବା ସ୍ଥିତିରେ ଶିଶୁକୁ କଦାପି ଖୁଆନ୍ତୁ ନାହିଁ
07:45 ଶିଶୁକୁ କଢ଼ାଯାଇଥିବା ସ୍ତନ କ୍ଷୀର ଖୁଆଇବା ପାଇଁ ବୋତଲର ବ୍ୟବହାର କରନ୍ତୁ ନାହିଁ
07:51 ଶିଶୁଟିକୁ ଖୁଆଇସାରିବା ପରେ, କପ୍, ଶାମୁକା କିମ୍ୱା ଚାମଚକୁ ସାବୁନ ଓ ପାଣି ସାହାଯ୍ୟରେ ଧୋଇଦିଅନ୍ତୁ ଏବଂ ପବନରେ ଭଲ ଭାବେ ଶୁଖାଇଦିଅନ୍ତୁ
08:04 କେତେକ ଶିଶୁ, ବିଶେଷକରି ପ୍ରଥମେ ପ୍ରଥମେ କୌଣସି ଲୋକଙ୍କଠାରୁ କଢ଼ାଯାଇଥିବା ସ୍ତନ କ୍ଷୀର ପିଅନ୍ତି ନାହିଁ
08:12 କିନ୍ତୁ, ଅନ୍ୟ କେହି ଦେଲେ ପିଇପାରନ୍ତି
08:17 କଢ଼ାଯାଇଥିବା କ୍ଷୀରକୁ ଯଦି ଶିଶୁ ନ ପିଏ, ତେବେ ଚିନ୍ତା କରନ୍ତୁ ନାହିଁ
08:22 ମା’ ଘରକୁ ଫେରିବା ପରେ, ଶିଶୁଟି ଅଧିକ ଥର କିମ୍ୱା ଦୀର୍ଘ ସମୟ ପାଇଁ ସ୍ତନ୍ୟପାନ କରିନେବ
08:32 ମନେରଖନ୍ତୁ, ସ୍ତନ କ୍ଷୀରକୁ ସୁରକ୍ଷିତ ରଖିବା ପାଇଁ:

ହାତ, ଡବା ଓ ବାସନକୁ ଭଲ ଭାବରେ ଧୁଅନ୍ତୁ, ଆବଶ୍ୟକ ହେଲେ ତୁରନ୍ତୁ କ୍ଷୀର ପିଆନ୍ତୁ କିମ୍ୱା ସୁରକ୍ଷିତ ଭାବେ ଗଚ୍ଛିତ ରଖିଦିଅନ୍ତୁ

08:44 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Debosmita, Pradeep