Health-and-Nutrition/C2/Vegetarian-recipes-for-7-month-old-babies/Oriya
|
|
00:00 | “7 ମାସର ଶିଶୁ ପାଇଁ ନିରାମିଷ ରେସିପି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ |
00:08 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: 7 ମାସର ଶିଶୁ ପାଇଁ ପୂରକ ଆହାରର ମହତ୍ତ୍ୱ ଏବଂ |
00:16 | ନିରାମିଷ ଖାଦ୍ୟ କିପରି ପ୍ରସ୍ତୁତ କରିବେ, ଯେପରି ପଣଶ ମଞ୍ଜି ଖେଚେଡ଼ି |
00:23 | ଚଣା ଡାଲି କୋଶଳା ଶାଗ ଖେଚେଡ଼ି |
00:26 | କୋଶଳା କଳା ଆଖିଆ ବିନ୍ସ ଖେଚେଡ଼ି |
00:28 | ମେଥି ଶାଗ ବିନ୍ସ ଖେଚେଡ଼ି ଏବଂ ବାଜରା ଚଣା ଖେଚେଡ଼ି |
00:35 | ଆସନ୍ତୁ ଆରମ୍ଭ କରିବା, ପ୍ରଥମ ବର୍ଷରେ ଯେତେବେଳେ ଶିଶୁ ଗୁରୁଣ୍ଡିବା ଆରମ୍ଭ କରେ, ତା’ର ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ |
00:43 | ଶିଶୁର ଶକ୍ତି ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଥାଏ |
00:48 | 6-8 ମାସର ଶିଶୁମାନେ, ପୂରକ ଖାଦ୍ୟରୁ 200 ପର୍ଯ୍ୟନ୍ତ କ୍ୟାଲୋରୀ ଆବଶ୍ୟକ କରିଥା’ନ୍ତି |
00:55 | ତାକୁ ଦିଆଯାଉଥିବା ଖାଦ୍ୟର ପରିମାଣକୁ ଧୀରେଧୀରେ ବଢ଼ାଇବା ଉଚିତ |
00:59 | ଏହା ମଧ୍ୟ ମନେରଖନ୍ତୁ ଯେ, ପର୍ଯ୍ୟାପ୍ତ ପୂରକ ଆହାର ସହିତ ସ୍ତନ୍ୟପାନ ମଧ୍ୟ ବହୁତ ଜରୁରୀ ହୋଇଥାଏ |
01:07 | ସେଥିପାଇଁ, ଶିଶୁକୁ ସାତ ମାସ ପୂରିବା ପରେ, ଦିନକୁ ତିନିଥର କରି ଅଧ କପ୍ ପୂରକ ଖାଦ୍ୟ ଦେବା ଆରମ୍ଭ କରନ୍ତୁ |
01:16 | ଅଧ କପ୍ ହେଉଛି ପ୍ରାୟ 12 ମି.ଲି. ବା 8 ଟେବଲ୍ ଚାମଚ ଖାଦ୍ୟ |
01:22 | ଏବେ ଶିଶୁଟି ବିଭିନ୍ନ ଖାଦ୍ୟ ପଦାର୍ଥ ସହ ସହଜ ହୋଇଯାଇଥିବ |
01:28 | କାରଣ ସେ ନିଜର ପୂରକ ଖାଦ୍ୟକୁ 6 ମାସ ବୟସରୁ ଆରମ୍ଭ କରିଥିଲା |
01:33 | ଏବେ, ଶିଶୁକୁ ମିଶ୍ରିତ ଖାଦ୍ୟ ଦେବା ଆରମ୍ଭ କରନ୍ତୁ |
01:38 | ଧ୍ୟାନ ଦିଅନ୍ତୁ - ଖାଦ୍ୟକୁ ଭଲ ଭାବରେ ରାନ୍ଧି, ତାକୁ ଭର୍ତ୍ତା କରି ଶିଶୁକୁ ଦିଆଯିବା ଉଚିତ |
01:44 | ଏହା ସୁନିଶ୍ଚିତ କରନ୍ତୁ ଯେ, ଶିଶୁର ଖାଦ୍ୟ ବହଳିଆ ହୋଇଥିବା ଦରକାର, ପାଣିଆ ନୁହେଁ |
01:52 | ଶିଶୁର ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସର୍ବଦା ସ୍ଥାନୀୟ ଓ ଋତୁଗତ ସାମଗ୍ରୀ ବ୍ୟବହାର କରନ୍ତୁ |
01:59 | ବିଭିନ୍ନ ପୋଷକ ଗୁଣ୍ଡ ମିଶାଇବାକୁ ମଧ୍ୟ ଭୁଲନ୍ତୁ ନାହିଁ, ଯେପରି ବାଦାମ, ମଞ୍ଜି ଗୁଣ୍ଡ,
ଗଜା ବିନ୍ସ ଗୁଣ୍ଡ |
02:08 | ଭୃଶୁଙ୍ଗା ପତ୍ର ଗୁଣ୍ଡ,
ସଜନା ଶାଗ ଗୁଣ୍ଡ |
02:11 | ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଆଲରେ ଏହାକୁ ବ୍ୟାଖ୍ୟା କରାଯାଇଛି |
02:17 | ଏକ ବର୍ଷ ନ ହେବା ପର୍ଯ୍ୟନ୍ତ ଶିଶୁର ଖାଦ୍ୟରେ ଲୁଣ ମିଶାନ୍ତୁ ନାହିଁ |
02:21 | ଦୁଇ ବର୍ଷ ନ ହେବା ପର୍ଯ୍ୟନ୍ତ ଶିଶୁର ଖାଦ୍ୟରେ ଚିନି, ଗୁଡ଼ ମିଶାନ୍ତୁ ନାହିଁ |
02:27 | ଏବେ, ଶିଶୁ ପାଇଁ ପୂରକ ଖାଦ୍ୟ ଭାବେ ବ୍ୟବହାର କରାଯାଇପାରିବା ଭଳି କିଛି ନିରାମିଷ ରେସିପି ଉପରେ ନଜର ପକାଇବା |
02:35 | ପ୍ରଥମ ରେସିପି ହେଉଛି ପଣଶ ମଞ୍ଜି ଖେଚେଡ଼ି |
02:39 | ଆବଶ୍ୟକ ସାମଗ୍ରୀ ହେଉଛି: 15-20ଟି ପଣଶ ମଞ୍ଜି
ଗୋଟିଏ ଛୋଟ କିମ୍ୱା 1/2 କଦଳୀ |
02:48 | ନଡ଼ିଆ କ୍ଷୀର କିମ୍ୱା ସ୍ତନ କ୍ଷୀର |
02:50 | ଗୋଟିଏ ଚାହା ଚାମଚ ବାଦାମ ଓ ମଞ୍ଜି ଗୁଣ୍ଡ |
02:53 | ପଣଶ ମଞ୍ଜି ଖେଚେଡ଼ି ତିଆରି କରିବା ପାଇଁ - ପଣଶ ମଞ୍ଜିକୁ ଭଲ ଭାବରେ ଧୋଇଦିଅନ୍ତୁ |
02:59 | ଗୋଟିଏ ଷ୍ଟୀଲ୍ ପାତ୍ରରେ ମଞ୍ଜିଗୁଡ଼ିକୁ ରଖନ୍ତୁ.
ସେଗୁଡ଼ିକ ବୁଡ଼ିବା ପର୍ଯ୍ୟନ୍ତ ପାଣି ଦିଅନ୍ତୁ |
03:06 | ପ୍ରେସର୍ କୁକର୍ରେ 5-6ଟି ସିଟି ଦେବା ପର୍ଯ୍ୟନ୍ତ ରାନ୍ଧନ୍ତୁ |
03:09 | ମଞ୍ଜିଗୁଡ଼ିକୁ ଗୋଟିଏ ପ୍ଲେଟ୍ରେ କାଢ଼ିଦେଇ
କିଛି ସମୟ ପାଇଁ ଥଣ୍ଡା ହେବାକୁ ଦିଅନ୍ତୁ |
03:16 | ତା’ପରେ, ସେଗୁଡ଼ିକର ଚୋପା ଛଡ଼ାଇଦିଅନ୍ତୁ |
03:20 | ମିକ୍ସର୍ କିମ୍ୱା ଶିଳ ବ୍ୟବହାର କରି ସେଗୁଡ଼ିକୁ ବାଟିଦିଅନ୍ତୁ |
03:25 | ଏହା ସହିତ, ଗୋଟିଏ ପାଚିଲା କଦଳୀର ଚୋପା ଛଡ଼ାଇ, ଗୋଟିଏ ଚାମଚ ବ୍ୟବହାର କରି ଚକଟି ଦିଅନ୍ତୁ |
03:32 | ଏବେ, ଚକଟା କଦଳୀ ଓ ପଣଶ ମଞ୍ଜି ଭର୍ତ୍ତାକୁ ଏକାଠି ମିଶାଇଦିଅନ୍ତୁ |
03:37 | ସେଥିରେ 2 ଟେବଲ୍ ଚାମଚ ନଡ଼ିଆ କ୍ଷୀର କିମ୍ୱା ସ୍ତନ କ୍ଷୀର ମିଶାନ୍ତୁ |
03:42 | ସେଥିରେ ବାଦାମ ଓ ମଞ୍ଜି ଗୁଣ୍ଡକୁ ପକାନ୍ତୁ |
03:45 | ତାହାକୁ ଭଲ ଭାବେ ମିଶାନ୍ତୁ |
03:47 | ନିମ୍ନ ଆଞ୍ଚରେ ଏହି ମିଶ୍ରଣକୁ 3-4 ମିନିଟ୍ ରାନ୍ଧନ୍ତୁ |
03:52 | ପଣଶ ମଞ୍ଜି ଖେଚେଡ଼ି ପ୍ରସ୍ତୁତ ହୋଇଗଲା |
03:56 | ଏହି ପଣଶ ମଞ୍ଜି ଖେଚେଡ଼ିରେ ରହିଛି - ପ୍ରୋଟିନ୍ |
03:59 | ଓମେଗା 3 ଫ୍ୟାଟୀ ଆସିଡ୍ସ |
04:02 | ପୋଟାସିୟମ୍ ଓ ଫସଫରସ୍ |
04:06 | ଦ୍ୱିତୀୟ ରେସିପି ହେଉଛି କୋଳଥ ଡାଲି, କୋଶଳା ଶାଗ ଖେଚେଡ଼ି |
04:11 | ଏହାକୁ ପ୍ରସ୍ତୁତ କରିବା ପାଇଁ ଆମକୁ ଦରକାର: 2 ଟେବଲ୍ ଚାମଚ କୋଳଥ ଡାଲି ଗୁଣ୍ଡ
2 କପ୍ ଧୁଆଯାଇଥିବା କୋଶଳା ଶାଗ |
04:19 | ଅଳ୍ପ ଭୃଶୁଙ୍ଗା ପତ୍ର ଗୁଣ୍ଡ,
1/2 ଚାହା ଚାମଚ ଘିଅ |
04:24 | ପଦ୍ଧତ୍ତି: ପ୍ରଥମେ, କୋଳଥ ଡାଲିକୁ ପାଣିରେ 7-8 ଘଣ୍ଟା ପର୍ଯ୍ୟନ୍ତ ବତୁରାଇଦିଅନ୍ତୁ |
04:31 | ତାହାପରେ, ସେଗୁଡ଼ିକୁ ଗୋଟିଏ ଛଣାରେ ପକାଇ ଭଲ ଭାବରେ ଧୋଇଦିଅନ୍ତୁ |
04:37 | ସବୁ ପାଣିକୁ ନିଗାଡ଼ିଦିଅନ୍ତୁ. ଏବେ, ତାହାକୁ ଗୋଟିଏ ସଫା କପଡ଼ାରେ ବାନ୍ଧି ଗଜା ହେବା ପର୍ଯ୍ୟନ୍ତ ରଖିଦିଅନ୍ତୁ |
04:47 | ଗଜା ହୋଇଥିବା କୋଳଥ ଡାଲିକୁ ଖରାରେ 1-2 ଦିନ ପାଇଁ ଶୁଖାଇଦିଅନ୍ତୁ |
04:52 | ଏହାକୁ ନିମ୍ନ ଆଞ୍ଚରେ 7-8 ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ.
ଏହାକୁ ଥଣ୍ଡା କରିଦିଅନ୍ତୁ |
04:58 | ତା’ପରେ ଏହାକୁ ଗୁଣ୍ଡ କରିଦିଅନ୍ତୁ.
ସମଗ୍ର ପ୍ରକ୍ରିୟାକୁ "ମଲ୍ଟିଙ୍ଗ୍” କୁହାଯାଏ |
05:05 | ଏହା ସହିତ ହିଁ ଗୋଟିଏ କଡ଼େଇରେ ଘିଅ ଗରମ କରନ୍ତୁ |
05:10 | ସେଥିରେ କୋଶଳା ଶାଗ ପକାନ୍ତୁ |
05:13 | 4-5 ମିନିଟ୍ ପର୍ଯ୍ୟନ୍ତ ତାହାକୁ ଭାଜି ଥଣ୍ଡା କରିଦିଅନ୍ତୁ |
05:17 | ମିକ୍ସର୍ କିମ୍ୱା ଶିଳ ବ୍ୟବହାର କରି ତାହାକୁ ବାଟି ଦିଅନ୍ତୁ |
05:23 | ତା’ପରେ, କୋଳଥ ଗୁଣ୍ଡରେ 2 ଟେବଲ୍ ଚାମଚ ପାଣି ପକାନ୍ତୁ |
05:28 | ଭଲ ଭାବରେ ମିଶାଇଦିଅନ୍ତୁ, ଯେଉଁଥିରୁ ସେଥିରେ ଟେଳା ରହିବ ନାହିଁ |
05:32 | ଏହି ପତଳା ପେଷ୍ଟକୁ ନିମ୍ନ ଆଞ୍ଚରେ 6-7 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ |
05:37 | ଏବେ, କୋଶଳା ଶାଗ ବଟାକୁ ଏହି କୋଳଥ ଡାଲି ପେଷ୍ଟରେ ପକାଇ ଭଲ ଭାବରେ ମିଶାଇଦିଅନ୍ତୁ |
05:43 | ନିମ୍ନ ଆଞ୍ଚରେ ଏହାକୁ 2-3 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ |
05:48 | ଭୃଶୁଙ୍ଗା ପତ୍ର ଗୁଣ୍ଡକୁ ଏଥିରେ ପକାଇ ପୁଣିଥରେ ଘାଣ୍ଟନ୍ତୁ |
05:52 | ଏହାକୁ ଆଞ୍ଚରୁ ଓହ୍ଲାଇଆଣନ୍ତୁ ଏବଂ ଆମର କୋଳଥ ଡାଲି, କୋଶଳା ଶାଗ ଖେଚେଡ଼ି ପ୍ରସ୍ତୁତ ହୋଇଗଲା |
05:59 | ଏହି ଖେଚେଡ଼ିରେ ରହିଛି - ପ୍ରୋଟିନ୍
ଓମେଗା 3 ଫ୍ୟାଟୀ ଆସିଡ୍ସ, କାଲସିୟମ୍ |
06:06 | ଫସଫରସ୍, ଆଇରନ୍ ଓ ପୋଟାସିୟମ୍ |
06:10 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଏହିଭଳି ଖେଚେଡ଼ି ତିଆରି କରିବା ପାଇଁ ଯେକୌଣସି ସ୍ଥାନୀୟ ଉପଲବ୍ଧ ବିନ୍ସ ଓ ଶାଗର ବ୍ୟବହାର କରିହେବ |
06:20 | ସବୁବେଳେ ବିନ୍ସକୁ ବିଭିନ୍ନ ପ୍ରକାରର ଡାଲି ଓ ଅନାଜ ସହିତ ମିଶାଇବାକୁ ଚେଷ୍ଟା କରନ୍ତୁ, ଯେପରି -
ବୁଟ, ମାଣ୍ଡିଆ, ବାଜରା ଆଦି |
06:31 | ଏହି ମିଶ୍ରଣ, ଶିଶୁକୁ ସମ୍ପୂର୍ଣ୍ଣ ପ୍ରୋଟିନ୍ ପ୍ରଦାନ କରିଥାଏ |
06:35 | ଏହିସବୁ ଶସ୍ୟ ଓ ଡାଲିର ଗୁଣ୍ଡକୁ ଶିଶୁର ଖାଦ୍ୟରେ ମିଶାଇପାରିବେ କିମ୍ୱା |
06:42 | ଏହିଭଳି ଖେଚେଡ଼ିରେ ରନ୍ଧାଯାଇଥିବା ଗଜା ଡାଲି ଆଦିକୁ ଚକଟି ମିଶାଇପାରିବେ |
06:48 | ତୃତୀୟ ରେସିପି ହେଉଛି କୋଶଳା କଳା ଆଖିଆ ବିନ୍ସ ଖେଚେଡ଼ି |
06:53 | ଆବଶ୍ୟକ ସାମଗ୍ରୀ ହେଉଛି: 2 ଟେବଲ୍ ଚାମଚ କୋଶଳା ଗୁଣ୍ଡ |
06:59 | 2 ଟେବଲ୍ ଚାମଚ ଗଜା କରାଯାଇଥିବା କଳା ଆଖିଆ ବିନ୍ସ ବଟା ଏବଂ
ଅଳ୍ପ ସଜନା ପତ୍ର ଗୁଣ୍ଡ, |
07:06 | ପଦ୍ଧତ୍ତି: କୋଶଳା ଗୁଣ୍ଡ ତିଆରି କରିବା ପାଇଁ -
ଏହି ଟ୍ୟୁଟୋରିଆଲର ପୂର୍ବବର୍ତ୍ତୀ ରେସିପିରେ ବର୍ଣ୍ଣନା କରାଯାଇଥିବା ନିର୍ଦ୍ଦେଶାବଳୀର ପାଳନ କରନ୍ତୁ |
07:17 | ତା’ପରେ ଗଜା କରାଯାଇଥିବା କଳା ଆଖିଆ ବିନ୍ସକୁ ଗୋଟିଏ ଷ୍ଟୀଲ୍ ପାତ୍ରରେ ନେଇ ପ୍ରେସର୍ କୁକର୍ରେ 4-5ଟି ସିଟି ଦେବା ପର୍ଯ୍ୟନ୍ତ ରାନ୍ଧନ୍ତୁ |
07:26 | ଏବେ, ଏହି ବିନ୍ସକୁ ବାଟି ଦିଅନ୍ତୁ |
07:30 | ତା’ପରେ. ଗୋଟିଏ ଗିନାରେ 2 ଟେବଲ୍ ଚାମଚ କୋଶଳା ଗୁଣ୍ଡ ନିଅନ୍ତୁ.
ସେଥିରେ ପର୍ଯ୍ୟାପ୍ତ ପାଣି ଦିଅନ୍ତୁ |
07:38 | ଟେଳା ହେବାକୁ ଏଡ଼ାଇବା ପାଇଁ ଏହାକୁ ଭଲ ଭାବରେ ମିଶାନ୍ତୁ |
07:42 | ନିମ୍ନ ଆଞ୍ଚରେ କୋଶଳା ଗୁଣ୍ଡର ଏହି ପତଳା ପେଷ୍ଟକୁ 2-3 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ.
ଏଥିରେ କଳା ଆଖିଆ ବିନ୍ସ ବଟାକୁ ପକାନ୍ତୁ. |
07:52 | ଭଲ ଭାବରେ ମିଶାନ୍ତୁ ଏବଂ 4-5 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ. ଆଞ୍ଚରୁ ଓହ୍ଲାଇଆଣନ୍ତୁ |
07:58 | ଶେଷରେ, ଏହି ରନ୍ଧା ଖେଚେଡ଼ିରେ ଅଳ୍ପ ସଜନା ଶାଗ ଗୁଣ୍ଡ ମିଶାନ୍ତୁ.
ଏବେ, କୋଶଳା ଶାଗ କଳା ଆଖିଆ ବିନ୍ସ ଖେଚେଡ଼ି ପ୍ରସ୍ତୁତ ହୋଇଗଲା |
08:09 | କୋଶଳା ଶାଗ କଳା ଆଖିଆ ବିନ୍ସ ଖେଚେଡ଼ିରେ ରହିଛି -
ପ୍ରୋଟିନ୍, ଓମେଗା -3 ଫ୍ୟାଟୀ ଆସିଡ୍ସ, |
08:17 | ଫସଫରସ୍,
ମେଗ୍ନେସିୟମ୍, |
08:20 | ଆଇରନ୍,
ପୋଟାସିୟମ୍ ଓ କାଲସିୟମ୍ |
08:24 | ଏହିଭଳି ଖେଚେଡ଼ି କରିବା ପାଇଁ ନିମ୍ନଲିଖିତ ଗଜା କରାଯାଇଥିବା ସାମଗ୍ରୀର ମିଶ୍ରଣକୁ ବ୍ୟବହାର କରାଯାଇପାରିବ -
ମାଣ୍ଡିଆ ବୁଟ |
08:32 | ଗୋଟା ମୁଗ
ଗୋଟା ଚଣା |
08:37 | ଚତୁର୍ଥ ରେସିପି ହେଉଛି - ମେଥି ଶାଗ ଓ ବିନ୍ସ ଖେଚେଡ଼ି |
08:41 | ଆବଶ୍ୟକ ସାମଗ୍ରୀ: 2 କପ୍ ଧୁଆଯାଇ କଟା ଯାଇଥିବା ମେଥି ଶାଗ
1 ଚାହା ଚାମଚ ଘିଅ |
08:49 | 2 ଟେବଲ୍ ଚାମଚ ତାଜା ବଟା ନଡ଼ିଆ |
08:52 | 2 ଟେବଲ୍ ଚାମଚ ଗଜା କରାଯାଇଥିବା ବିନ୍ସ ଗୁଣ୍ଡ |
08:56 | ବିନ୍ସ ଗୁଣ୍ଡ କରିବା ପାଇଁ - ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଆଲରେ ଆଲୋଚିତ ନିର୍ଦ୍ଦେଶାବଳୀର ପାଳନ କରନ୍ତୁ |
09:04 | ପଦ୍ଧତ୍ତି: କଡ଼େଇରେ 1 ଚାହା ଚାମଚ ଘିଅକୁ ଗରମ କରନ୍ତୁ |
09:09 | ମେଥି ଶାଗ ପକାନ୍ତୁ ଏବଂ 2-3 ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ |
09:13 | ଏହାକୁ ଗୋଟିଏ ସଫା ପ୍ଲେଟ୍ କୁ କାଢ଼ିଦିଅନ୍ତୁ ଏବଂ କିଛି ସମୟ ପାଇଁ ଥଣ୍ଡା ହେବାକୁ ଦିଅନ୍ତୁ |
09:18 | ତା’ପରେ, ମିକ୍ସର୍ କିମ୍ୱା ଶିଳ ବ୍ୟବହାର କରି ତାହାକୁ ବାଟି ଦିଅନ୍ତୁ |
09:23 | ଏହି ବଟାକୁ ନିମ୍ନ ଆଞ୍ଚରେ କିଛି ସମୟ ପର୍ଯ୍ୟନ୍ତ ରାନ୍ଧନ୍ତୁ.
ଏଥିରେ 2 ଟେବଲ୍ ଚାମଚ ବିନ୍ସ ଗୁଣ୍ଡ ମିଶାନ୍ତୁ |
09:31 | ଟେଳା ହେବାକୁ ଏଡ଼ାଇବା ପାଇଁ ଏହାକୁ ଭଲ ଭାବରେ ଘାଣ୍ଟନ୍ତୁ |
09:35 | ଏଥିରେ, ଆବଶ୍ୟକ ହେଲେ ଅଳ୍ପ ସିଝାଯାଇ ଥଣ୍ଡା କରାଯାଇଥିବା ପାଣି ମିଶାନ୍ତୁ |
09:40 | ଏବେ, ଏଥିରେ 2 ଟେବଲ୍ ଚାମଚ ନଡ଼ିଆ ପେଷ୍ଟ ମିଶାନ୍ତୁ |
09:44 | ନଡ଼ିଆ ପେଷ୍ଟ ତିଆରି କରିବା ପାଇଁ - ତାଜା କୋରାଯାଇଥିବା ନଡ଼ିଆ ନିଅନ୍ତୁ ଏବଂ ତାହାକୁ ବାଟି ପେଷ୍ଟ କରନ୍ତୁ |
09:51 | ନିମ୍ନ ଆଞ୍ଚରେ ଏହି ମିଶ୍ରଣକୁ 7-8 ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ ଏବଂ ନିରନ୍ତର ଘାଣ୍ଟୁଥା’ନ୍ତୁ |
09:58 | ମେଥି ଶାଗ ଓ ବିନ୍ସ ଖେଚେଡ଼ି ପ୍ରସ୍ତୁତ ହୋଇଗଲା |
10:03 | ଏହି ମେଥି ଶାଗ ଓ ବିନ୍ସ ଖେଚେଡ଼ିରେ ରହିଛି -
ପ୍ରୋଟିନ୍, ଓମେଗା -3 ଫ୍ୟାଟୀ ଆସିଡ୍ସ, |
10:10 | ଫୋଲେଟ୍,
ଆଇରନ୍, |
10:12 | କାଲସିୟମ୍,
ଫସଫରସ୍, |
10:14 | ଜିଙ୍କ୍ ଓ ପୋଟାସିୟମ୍ |
10:16 | ଏହି ରେସିପି ପ୍ରସ୍ତୁତ କରିବାବେଳେ, ପୂର୍ବେ ବର୍ଣ୍ଣନା କରାଯାଇଥିବା ଭଳି ଏଥିରେ ବିଭିନ୍ନ ପ୍ରକାରର ଶସ୍ୟ ଓ ଡାଲିଜାତୀୟ ଦ୍ରବ୍ୟ ମିଶାଇବାକୁ ଭୁଲନ୍ତୁ ନାହିଁ |
10:27 | ପଞ୍ଚମ ରେସିପି ହେଉଛି - ବାଜରା ଗୋଟା ଚଣା ବଟା |
10:32 | ସାମଗ୍ରୀ: 2 ଟେବଲ୍ ଚାମଚ ବାଜରା |
10:35 | 2 ଟେବଲ୍ ଚାମଚ ଗଜା କରାଯାଇଥିବା ଗୋଟା ଚଣା |
10:38 | 3 ଟେବଲ୍ ଚାମଚ ନଡ଼ିଆ କ୍ଷୀର,
1 ଚାହା ଚାମଚ ଘିଅ |
10:43 | ପଦ୍ଧତ୍ତି: ଗୋଟିଏ ଷ୍ଟୀଲ୍ ପାତ୍ରରେ 2 ଟେବଲ୍ ଚାମଚ ବାଜରା ନିଅନ୍ତୁ |
10:48 | ତାହାକୁ ଭଲ ଭାବେ ଧୋଇଦିଅନ୍ତୁ.
ତା’ପରେ, ସେଥିରେ 3-4 ଟେବଲ୍ ଚାମଚ ପାଣି ଦିଅନ୍ତୁ |
10:55 | ପ୍ରେସର୍ କୁକର୍ରେ 3-4ଟି ସିଟି ଦେବା ପର୍ଯ୍ୟନ୍ତ ରାନ୍ଧନ୍ତୁ |
10:58 | ଇତିମଧ୍ୟରେ, ଗଜା କରାଯାଇଥିବା ଗୋଟା ଚଣାକୁ ପ୍ରେସର୍ କୁକର୍ରେ 4-5ଟି ସିଟି ଦେବା ପର୍ଯ୍ୟନ୍ତ ରାନ୍ଧନ୍ତୁ |
11:04 | ତା’ପରେ, ତାହାକୁ ବାଟିଦିଅନ୍ତୁ |
11:07 | ଗୋଟିଏ ଷ୍ଟୀଲ୍ ପାତ୍ରରେ 1 ଚାହା ଚାମଚ ଘିଅ ଗରମ କରନ୍ତୁ |
11:11 | ସେଥିରେ ବାଜରା, ଗୋଟା ଚଣା ବଟା ଓ ନଡ଼ିଆ କ୍ଷୀର ପକାନ୍ତୁ.
ତାହାକୁ ଭଲ ଭାବେ ମିଶାନ୍ତୁ |
11:18 | 4-5 ମିନିଟ୍ ପର୍ଯ୍ୟନ୍ତ ତାହାକୁ ରାନ୍ଧି ଥଣ୍ଡା କରିଦିଅନ୍ତୁ.
ଏବେ, ବାଜରା ଗୋଟା ଚଣା ବଟା ପ୍ରସ୍ତୁତ ହୋଇଗଲା |
11:27 | ଏହି ବଟାରେ ରହିଛି - ପ୍ରୋଟିନ୍, ଆଇରନ୍ |
11:30 | ଫସଫରସ୍,
ମେଗ୍ନେସିୟମ୍, |
11:33 | କାଲସିୟମ୍ ଓ ପୋଟାସିୟମ୍ |
11:36 | ଏଥିସହିତ ଆମେ “7 ମାସର ଶିଶୁ ପାଇଁ ନିରାମିଷ ରେସିପି” ଉପରେ ସ୍ପୋକନ୍ ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |